ହୋମ / ସ୍ଵାସ୍ଥ୍ୟ / ରୋଗ / ଯକୃତ ସଂକ୍ରମଣ ଜନିତ କାମଳ ରୋଗ
ସେଆର କରନ୍ତୁ

ଯକୃତ ସଂକ୍ରମଣ ଜନିତ କାମଳ ରୋଗ

ମଣିଷର ଯକୃତଟି ହେଉଛି ଏକ ପ୍ରକାର ଶରୀରର ବିଜ୍ଞାନଗାର । ବାସ୍ତବରେ ଏଠାରେ ଶରୀରର ଅଧିକାଂଶ ରାସାୟନିକ ପ୍ରକ୍ରିୟା ସଂପାଦିତ ହୋଇଥାଏ ।

ଲକ୍ଷଣ

ଯକୃତ ସଂକ୍ରମଣ ଜନିତ କାମଳ ରୋଗରେ ପ୍ରାଥମିକ ସ୍ତରରେ ଶରୀରରେ ଜ୍ଵର ଅନୁଭବ କରିଥାନ୍ତି । ସାଧାରଣରେ ଥଣ୍ଡାଜ୍ଵର ପରି ମୁଣ୍ଡ ବିନ୍ଧିଥାଏ, ଶରୀରରେ ଘୋଳାବିନ୍ଧା ଦେଖାଦିଏ । ଏହି କ୍ଷେତ୍ରରେ ବାନ୍ତି ଦେଖାଯାଇଥାଏ, ଖାଇବାକୁ ପ୍ରାୟତଃ ଇଛା ହୁଏ ନାହିଁ ଆଉ କେତେକ କ୍ଷେତ୍ରରେ ବାନ୍ତି ହୋଇଥାଏ । ଜ୍ଵର ଆସିବାର ଦୁଇ ତିନିଦିନ ପରେ ହଳଦିଆ ରଙ୍ଗର ପରିସ୍ରା ହେବା ସହ ଆଖିର ଧଳାଡୋଳା, ଜିଭର ତଳ ଅଂସ ଓ ନଖ ହଳଦିଆ ଦେଖାଯାଇଥାଏ । ମାଟିଆ ରଙ୍ଗର ଝାଡା ହେବା ସହ ଶରୀର ଅତ୍ୟଧିକ ଦୁର୍ବଳ ହୋଇଯାଏ । ପ୍ରାଥମିକ ଚିକିତ୍ସା ନକଲେ ପରେ ଶାରୀରଟି ହଳଦିଆ ରଙ୍ଗର ଦିଶିଥାଏ । ମନେରଖନ୍ତୁ ଏ କ୍ଷେତ୍ରରେ କୌଣସି ତୁଟୁକା ତୁଟୁକି ବା ଗାଊଁଲୀ ଚିକିତ୍ସା ଗ୍ରହଣ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ଉଦରରୋଗ ବିଶେଷଜ୍ଞଙ୍କ ତୁରନ୍ତ ପରାମର୍ଶ ନିଅନ୍ତୁ ।

ଭୂତାଣୁ ସଂକ୍ରମଣ

ମଣିଷର ଯକୃତଟି ହେଉଛି ଏକ ପ୍ରକାର ଶରୀରର ବିଜ୍ଞାନଗାର । ବାସ୍ତବରେ ଏଠାରେ ଶରୀରର ଅଧିକାଂଶ ରାସାୟନିକ ପ୍ରକ୍ରିୟା ସଂପାଦିତ ହୋଇଥାଏ । ଲୋହିତ ରକ୍ତକଣିକାର ବିଘଟନରୁ ସୃଷ୍ଟି ହୋଇଥିବା ପୀତକଣିକା ଯକୃତ ଦ୍ଵାରା ଶରୀରରୁ ନିଷ୍କାସିତ ହୋଇ ଥାଏ । ତେବେ କୌଣସି କାରଣରୁ ଯକୃତଟି ରୋଗଗ୍ରସ୍ତ ହେଲେ ଏହାର କୋଷଗୁଡିକ ନଷ୍ଟ ହୋଇଯାଇଏହା ସଠିକ୍ ଭାବରେ କାର୍ଯ୍ୟ କରିପାରି ନଥାଏ । ଜଳ ଦ୍ଵାରା ପୀତ କଣିକା ନିଷ୍କାସିତ ନ ହୋଇପାରି ରକ୍ତରେ ମିଶିଯାଇ କାମଳ ବା ଜଣ୍ଡିସ୍ ସୃଷ୍ଟି କରିଥାଏ । ସାଧାରଣତଃ ପ୍ରାଥମିକ ସ୍ତରରୁ ସଚେତନ ନହୋଇ ଚିକିତ୍ସାର ବିଳମ୍ଭ କରିବା ହିଁ ରୋଗୀମାନଙ୍କୁ ଅସୁବିଧାଜନକ ସ୍ଥିତିକୁ ପହଞ୍ଚାଇ ଥାଏ । ଏହି ଯକୃତ ସଂକ୍ରମଣ ଜନିତ ଜଣ୍ଡିସ୍ ସୃଷ୍ଟି ହେବାର ମୁଖ୍ୟ କାରଣ ହେଉଛି ଭୂତାଣୁ ସଂକ୍ରମଣ । ହେପାଟାଇଟିସ୍ ଭୂତାଣୁ ଏ, ବି, ସି, ଡି, ଇ ଓ ଜି ମାନଙ୍କ ଦ୍ଵାରା ଯକୃତ ସଂକ୍ରମଣ ହୋଇ ଏହାର କୋଷ ଗୁଡିକ ନଷ୍ଟ ହୋଇଯାଇ କାମଳ ହୋଇ ଥାଏ । କେତେକ କ୍ଷେତ୍ରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା । ଜନିତ କାରଣରୁ ସେମାନଙ୍କ ଯକୃତ କୋଷଟି ନଷ୍ଟ ହୋଇ ରୋଗକୁ ସମ୍ମୁଖୀନ ହୋଇଥାନ୍ତି । ନିଶା ସେବନ, ମଦ୍ୟପାନର କାରଣ ମଧ୍ୟ ଏହି ରୋଗର ସର୍ବାଧିକ କାରଣ । ବାସିଖାଦ୍ୟ ବା ବିଷାକ୍ତ ଖାଦ୍ୟର କୁପ୍ରଭାବ ଯକୃତକୁ ନଷ୍ଟ କରି କାମଳ ନିମନ୍ତ୍ରଣ କରିଥାଏ ।

ହେପାଟାଇଟିସ୍ –ଏ ଭୂତାଣୁ ଦ୍ଵାରା ହେଉଥିବା କାମଳ ରୋଗ ହେଉଛି ଏକ ପ୍ରକାର ସଂକ୍ରମଣ ରୋଗ । ଯାହାର ଲକ୍ଷଣ ପନ୍ଦରରୁ ପାଇଁଚାଳିଶ ଦିନ ମଧ୍ୟରେ ଶରୀରରେ ଦେଖା ଦେଇଥାଏ । ଦଶବର୍ଷ ବୟସ ଭିତରେ ଥିବା ପିଲାମାନେ ଏହି ରୋଗରେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଥାନ୍ତି । ରୋଗୀଟିର ମଳ ଓ ମୂତ୍ରରେ ଏହି ରୋଗର ଅଧିକ ସଂଖ୍ୟାରେ ଆକ୍ରାନ୍ତ ହୋଇଥାନ୍ତି ରୋଗୀଟିର ମଳ ଓ ମୂତ୍ରରେ ଏହି ଭୂତାଣୁ ନିର୍ଗତ ହୋଇ ଥାନ୍ତି । ରୋଗୀମାନେ ପ୍ରତ୍ୟେକ୍ଷ ଭାବରେ କିମ୍ବା ମଳ ମୂତ୍ରରର ସଂସ୍ପର୍ଶରେ ଦୂଷିତ ଖାଦ୍ୟ ଓ ପାନୀୟ ଦ୍ଵାରା ମଧ୍ୟ ଏହି ରୋଗଟି ବ୍ୟାପୀ ଥାଏ । ସାଧାରଣତଃ ମେଦଯୁକ୍ତ ଶରୀରର ଲୋକମାନେ କାମଳ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନେ ଏହି ପ୍ରକାର ଯକୃତ ସଂକ୍ରମଣ ଜନିତ କାମଳରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ହେପୋଟାଇଟିସ୍ – ଏ ଭୂତାଣୁ ଶ୍ଵାସ ହେଉଥିବା କାମଳ ସେତେ ମାରାତ୍ମକ ନୁହେଁ । କେତେକ କ୍ଷେତ୍ରରେ ଏହା ଧୀରେ ଧୀରେ ଆପେ ଆପେ ହିଁ ଭଲ ହୋଇଯାଇଥାଏ ।

ବିଶେଷଜ୍ଞଙ୍କ ପରାମର୍ଶ

ବିଶେଷଜ୍ଞଙ୍କ ପରାମର୍ଶ ନେଇ ପରିସ୍ରାପରୀକ୍ଷା ଓ ରକ୍ତ ପରୀକ୍ଷାଦ୍ଵାରା ଏହି ରୋଗର ନିରୂପଣ ହୋଇଥାଏ । ଯକୃତର କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ପରୀକ୍ଷା  ସହ ଭୂତାଣୁର ପ୍ରକାର ଭେଦ ଜାଣିବା ପାଇଁ ଆଣ୍ଟିବଡି ଟେଷ୍ଟ କରାଯାଇଥାଏ । ଏହି ରୋଗକୁ ନେଇ ରୋଗୀଟି ସେପରି କିଛି ଭୟଭୀତ ନ ହୋଇ ବରଂ ଧୈର୍ଯ୍ୟର ସହ ଚିକିତ୍ସକଙ୍କୁ ନିଜର ସମସ୍ତ ଅସୁବିଧା ଜଣାନ୍ତୁ । ପ୍ରଚୁର ପରିମାଣର ଶ୍ଵତସାର, ପୃଷ୍ଟିସାର ଜାତୀୟ ଖାଦ୍ୟ, ଫଳ ଓ ପନିପରିବା ଖାଆନ୍ତୁ । ମୁକ୍ତ ପବନ ଥିବା ଘରେ ବିଶ୍ରାମ ନିଅନ୍ତୁ, ସକାଳୁ ଶୀଘ୍ର ବିଛଣା ଛାଡିବା ମଧ୍ୟ ଏକ ଭଲ ଅଭ୍ୟାସ । ପ୍ରଚୁର ପରିମାଣର ପାଣି, ଫଳରସ, ପଇଡ, ଗ୍ଲୁକୋଜ ପିଅନ୍ତୁ । ତେଲ ମସଲା ଥଣ୍ଡାଖାଦ୍ୟ, ଫାଷ୍ଟଫୁଡ୍ ବାସୀ ଖାଦ୍ୟ, ଆମିଷ ଠାରୁ ଦୂରେଇ ରହିବା ଭଲ । ଏ କ୍ଷେତ୍ରରେ ରୋଗୀ ମାନଙ୍କୁ ପ୍ରାୟତଃ ଖାଇବାକୁ ଭଲ ଲାଗୁ ନଥିବାରୁ ସେମାନଙ୍କୁ ସୁକ୍ଷମ ଖାଦ୍ୟ ଦେବା ପାଇଁ ଗୁରୁତ୍ଵ ଦିଅନ୍ତୁ । ରୋଗୀଟିର ପିନ୍ଧା ପୋଷାକ ପତ୍ର ଭଲ ଭାବରେ ସଫା କରି ଖରାରେ ଶୁଖାଇ ବ୍ୟବହାର ପାଇଁ ଦିଅନ୍ତୁ । ଖାଦ୍ୟଲାଳସାରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ସବୁବେଳେ କମ୍ ତେଲ, ରାଗମସଲା ଲୁଣ ଓ ଆମିଷ ଠାରୁ ଦୂରେଇ ରହନ୍ତୁ । ଖାଇବା ତାଲିକାରେ ଫଳ, ସାଲାଡ ଭଲ । ତେବେ ବିଶେଷଜ୍ଞଙ୍କ ପାରାମର୍ଶ ନେଇ ହିଁଖାଇବା ତାଲିକା କରିପାରନ୍ତି । ରୋଗୀ ଟିର ମଳ ଓ ମୁତ୍ର ତ୍ୟାଗ କ୍ଷେତ୍ରରେସତର୍କତା ଅବଲମ୍ଭନ କରନ୍ତୁ । ଶୌଚାଳୟକୁ ସର୍ବଦା । ପରିଷ୍କାର ରଖନ୍ତୁ, ସନ୍ତସନ୍ତିଆ ରଖନ୍ତୁ ନାହିଁ ଓ ବାହାରକୁ ଶୌଚ କାମ ଯିବା ଠାରୁ ଦୂରେଇ ରୁହନ୍ତୁ । ରୋଗୀଟିର ମଳ, ମୁତ୍ର ସଂସ୍ପର୍ଶରେ ଅନ୍ୟମାନେ ଯେପରି ନ ଆସନ୍ତି ସେ ଦିଗକୁ ଦ୍ରୁଷ୍ଟି ଦିଅନ୍ତୁ । ବର୍ଷାଦିନରେ ଏହି ରୋଗଟି ଅଧିକାଂଶ ଭାବରେ ଶରୀରକୁ ଆକ୍ରାନ୍ତ କରିଥାଏ । ରାସ୍ତାକଡ଼ର ଖାଦ୍ୟ, ବାହାରର ଦୃଷିତ ଖାଦ୍ୟ ଠାରୁ ଦୂରେଇ ରହନ୍ତୁ । ନିଜ ଖାଦ୍ୟକୁ ଗରମ ରଖନ୍ତୁ ଓ ଫୁଟା ଯାଇଥିବା ପାଣି ପିଅନ୍ତୁ । ପରିଷ୍କାର ପରିଚ୍ଛନ୍ନ ପାଇଁ ସବୁବେଳେ ଗୁରୁତ୍ଵ ଦିଅନ୍ତୁ । ସରକାରଙ୍କ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଥ୍ରୁ ସିଟି ହସପିଟାଲ ଓ ସର୍ବବୃହତ୍ ଚିକିତ୍ସାଲୟ ବଡ ଡାକ୍ତରଖାନାରେ ସରକାରୀ ବ୍ୟବସ୍ଥିତ ହେପାଟାଲୋଜି ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ହିଁ ନିଅନ୍ତୁ । ସରକାରଙ୍କ ବଡ ଡାକ୍ତରଖାନାରେ ଏହି ରୋଗୀମାନଙ୍କର ନିଦାନ ପରୀକ୍ଷା ବିନା ମୂଲ୍ୟରେ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରଦାନ କରାଯାଉଛି ଏହାର ସୁଯୋଗ ନିଅନ୍ତୁ ।

ଆଧାର

ସଂଚାର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top