ହୋମ / ସ୍ଵାସ୍ଥ୍ୟ / ରୋଗ / ଯକ୍ଷ୍ମା ଓ ଯକୃତ ସଂକ୍ରମଣ
ସେଆର କରନ୍ତୁ

ଯକ୍ଷ୍ମା ଓ ଯକୃତ ସଂକ୍ରମଣ

ଯକ୍ଷ୍ମା ଜୀବାଣୁ ସାଧାରଣତଃ ପ୍ରଥମେ ଫୁସଫୁସ୍ , ଖାଦ୍ୟନଳୀ , ଲିମ୍ପନୋଡ ଓ ଚର୍ମକୋଷକୁ ଆକ୍ରମଣ କରେ ।

ଯକ୍ଷ୍ମା  ଓ ଯକୃତ

ଯକ୍ଷ୍ମା  ଜୀବାଣୁ  ସାଧାରଣତଃ  ପ୍ରଥମେ  ଫୁସଫୁସ୍ , ଖାଦ୍ୟନଳୀ , ଲିମ୍ପନୋଡ  ଓ  ଚର୍ମକୋଷକୁ   ଆକ୍ରମଣ  କରେ   । ଏହାକୁ  ପ୍ରାଥମିକ  ଟ୍ୟୁବରକୁଲୋସିସ  କୁହନ୍ତି   । ଏହି  ସ୍ଥାନରୁ  ତାହା  ବୃଦ୍ଧି  ପାଇ  ରକ୍ତ  ମାଧ୍ୟମରେ  ଶରୀରର  ଅନ୍ୟାନ୍ୟ  ଅଂଶକୁ  ସଂକ୍ରମିତ     ହୋଇଥାଏ   ।

ଲକ୍ଷଣ

ଯକୃତ , ଅଗ୍ନାଶୟ , ବୃକ୍ କ ,ମସ୍ତିସ୍କ , ଅସ୍ଥି , ମଜ୍ଜା , ଗଣ୍ଠି , ଆଖି , ଜରାୟୁ  ଓ  ହୃଦ୍ ଜନ୍ତ୍ର  ଆଦି  ଭଳି  ଗୁରୁତ୍ୱପୂର୍ଣ୍ଣ  ଅଙ୍ଗ  ଏହି  ଯକ୍ଷ୍ମାରୋଗରେ  ଆକ୍ରାନ୍ତ  ହୁଏ   । ଏହି  ସବୁ  ରୋଗକୁ  ଏକ୍ସତା  ପାଲମୋନାରୀ   ଟ୍ୟୁବରକୁଲୋସିସ୍  ମଧ୍ୟ  କୁହନ୍ତି   । ଫୁସଫୁସ୍ ରେ  ଯକ୍ଷ୍ମା  ହେଲେ  ସାଧାରଣତଃ  କାଶ , କଫ , ଜ୍ଵର , ରାତ୍ରିରେ  ଝାଳ  ବୋହିବା , କଫରେ  ରକ୍ତ  ପଡିବା , ଛାତିରେ  ପାଣି  ଜମିବା , ଶ୍ଵାସ  କଷ୍ଟ  ହେବା , ଭୋକ  ନଲାଗିବା  ଏବଂ  ଓଜନ  କମିଯିବା  ଆଦି  ଲକ୍ଷଣ  ପ୍ରକାଶ  ପାଏ  । ଚର୍ମରେ ଯକ୍ଷ୍ମା  ହେଲେ  ଘା’ ହୋଇଯାଏ ଓ  ଏହାକୁ  ଟ୍ୟୁବରକୁଲିସ୍  କ୍ୟୁଟସ  କୁହାଯାଏ   । ଲିମ୍ପନୋଡରେ  ଯକ୍ଷ୍ମା  ହେଲେ  ଲିମ୍ପନୋଡ  ଫୁଲିଯିବା  ସହ  ଗଲା , କାଖ  ସମେତ  ଶରୀରର  ବିଭିନ୍ନ  ସ୍ଥାନ  ଫୁଲିଯାଇ  ବିଭିନ୍ନ  ଲକ୍ଷଣ  ପ୍ରକାଶ  ପାଇଥାଏ  । ଯକୃତରେ  ଯକ୍ଷ୍ମା  ହେଲେ  ଲିଭର  କୋଷ  ଗୁଡିକ  ନଷ୍ଟ  ହୋଇଯାଇ  ଗ୍ରନ୍ଥିରେ  ପରିଣତ  ହୁଏ  । ଏହାକୁ  ଟ୍ୟୁବରକୁଲସ୍  ଗ୍ରାନୁଲୋମା  କୁହାଯାଏ   । ଏହି  ଗ୍ରାନୁଲୋମା  ହେଲେ  କାମାଲ  ରୋଗ  ହୋଇ  ଯକୃତ  ଅକାମି  ହୋଇଯାଏ   । ଶେଷରେ  ରୋଗୀ  ମୃତ୍ୟୁମୁଖରେ  ପଡିବାକୁ  ବାଧ୍ୟ  ହୋଇଥାଏ   । ଖାଦ୍ୟନଳୀରେ  ଟିବି  ହେଲେ  ଖାଦ୍ୟନଳୀ  ସରୁ  ହୋଇଯାଏ  ଓ  ଏହାକୁ  ଇଣ୍ଟେଷ୍ଟାଇନାଲ୍   ଅବଷ୍ଟ୍ରାକ୍ସନ  କୁହନ୍ତି   । ପେଟବ୍ୟଥା  ହୁଏ , ବାନ୍ତି  ହୁଏ  ଓ ରୋଗୀ  ଧୀରେ  ଧୀରେ  ଶକ୍ତି  ଶୂନ୍ୟ  ହୋଇଯାଏ   । ଖାଦ୍ୟନଳୀର  ଉପର  ଆବରଣରେ  ଟିବି  ହେଲେ  ପେଟରେ  ପ୍ରଚୁର  ପାଣି  ଜମିଯାଏ  ଓ ଏହାକୁ  ପେରିଟୋନିଆଲ୍  ଟିବି  ବୋଲି  କୁହନ୍ତି   । ଯକୃତ  ସିରୋସିସ୍ ରେ   ମଧ୍ୟ  ଟିବି  ଜୀବାଣୁ  ପେଟକୁ  ଆକ୍ରମଣ  କରେ  ଓ ପେଟ  ଏବଂ  ଛାତିରେ  ପାଣି  ଜମିଯାଇ  ରୋଗୀର  ଶ୍ଵାସ ପ୍ରଶ୍ଵାସ   କଷ୍ଟ  ହୁଏ  । ଟିବି  ଚିକିତ୍ସା  ସମୟରେ  ଟିବି  ଔଷଧର  ପାର୍ଶ୍ଵପ୍ରତିକ୍ରିୟାରୁ   ମଧ୍ୟ  କେତେକାଂଶରେ  କାମଳ  ରୋଗ  ହୋଇଥାଏ   । ବେଳେ ବେଳେ  ଏହା   ମାରାତ୍ମକ  କାମଳ  ରୋଗରେ  ଆକ୍ରାନ୍ତ  ହୋଇ  ଯକୃତକୁ  ଅଚଳ  କରିଥାଏ   । ଏହିପରି  ଅବସ୍ଥାରେ   ଯକୃତ  ପ୍ରତିରୋପଣ  ହିଁ ଏକମାତ୍ର  ଚିକିତ୍ସା   । ଏହି  କ୍ଷେତ୍ରରେ  ସବୁଠାରୁ  ବଡ  ଦାୟିତ୍ଵ  ହେଉଛି  ସମ୍ପୃକ୍ତ  ରୋଗୀର  କାଶ , କଫ , ଛେପ , ଖଙ୍କାର  ଯେପରି   କାହାର  ସଂସ୍ପର୍ଶରେ  ନ ଆସେ  ସେଥିପ୍ରତି  ସଜାଗ  ରହିବା  ଆବଶ୍ୟକ   । ସଂପ୍ରତି  ସରକାର  ଯକ୍ଷ୍ମାରୋଗର  ଚିକିତ୍ସା  ପାଇଁ  ଡଟସ୍  ଚିକିତ୍ସା  ପଦ୍ଧତି  ଅନୁସରଣ  କରୁଛନ୍ତି  । କିନ୍ତୁ  ବେଳେ ବେଳେ  ଏହି  ମାଇକୋବ୍ୟାକ୍ଟେରିୟମ୍   ଟ୍ୟୁବରକୁଲୋସିସ୍  ଡଟସ୍  ଚିକିତ୍ସା  ପଦ୍ଧତିରେ  ନିୟନ୍ତ୍ରଣ  ହୁଏ  ନାହିଁ   । ଏହି  କ୍ଷେତ୍ରରେ   ଦ୍ଵିତୀୟସ୍ତରର  ଚିକିତ୍ସା  ପଦ୍ଧତିକୁ  ଅନୁସରଣ  କରାଯାଏ   । ଏହାକୁ  ଡ୍ରଗ  ରେଜିଷ୍ଟେଣ୍ଟ  ଟ୍ୟୁବରକଲୋସିସ୍   କୁହାଯାଏ  । ଏହି  ଏକ୍ସଟ୍ରା  ପଲମୋନାରୀ  ଟ୍ୟୁବରକୁଳୋସିସ୍ ରେ  ଦୀର୍ଘ  ସମୟ  ପାଇଁ  ରୋଗୀକୁ  ଔଷଧ  ସେବନ  କରିବାକୁ  ପଡେ  । ମଲ୍ଟିଡ୍ରଗ  ରେସିଷ୍ଟେଣ୍ଟ  ଟ୍ୟୁବରକୁଲୋସିସ୍ ହେଉଛି  ଏକ  ଭୟାନକ  ଯକ୍ଷ୍ମା ; ଯାହା  ଲିଭରସିରୋସିସ୍ , କର୍କଟ , ମଧୁମେହ  ଓ  ଏଡସ୍  ରୋଗୀଙ୍କୁ  ଆକ୍ରମଣ  କରେ  । ଏହି  ରୋଗର  ଚିକିତ୍ସା  ଅତ୍ୟନ୍ତ   କଷ୍ଟସାଧ୍ୟ  ବୋଲି  ଚିକିତ୍ସା  ବିଜ୍ଞାନୀଙ୍କ  ସୂତ୍ରରୁ  ଜଣାପଡିଛି   ।

ନିରାକରଣ

ସମ୍ପ୍ରତି  ଭୟାବହ  ଯକ୍ଷ୍ମାରୋଗର   ନିରାକରଣ  ପାଇଁ  ବିଶ୍ଵ  ସ୍ୱାସ୍ଥ୍ୟ  ସଂଗଠନ  ଠାରୁ  କେନ୍ଦ୍ର  ସରକାରଙ୍କ  ସ୍ୱାସ୍ଥ୍ୟ  ବିଭାଗ , ଡେନ୍ ମାର୍କ  ସରକାରଙ୍କ   ସ୍ୱାସ୍ଥ୍ୟ  ବିଭାଗ  ଯକ୍ଷ୍ମାରୋଗ  ପାଇଁ  ବିଭିନ୍ନ  ତତ୍କାଳ  ପଦକ୍ଷେପ  ଦ୍ଵାରା  ଦ୍ଵାରା  ଏହାର  ନିରାକରଣ  ପାଇଁ  ପ୍ରଚେଷ୍ଟା  ଜାରି  ରଖିଛନ୍ତି   ।

ସମ୍ପ୍ରତି  ସରକାର   ଯକ୍ଷ୍ମାରୋଗ  ପାଇଁ  ଡଟସ୍  ପଦ୍ଧତିକୁ   ରୋଗୀଙ୍କ  ପାଖରେ   ପହଞ୍ଚାଇବା  ପାଇଁ  ସ୍ୱାସ୍ଥ୍ୟ’କର୍ମୀ , ଅଙ୍ଗନବାଡି କର୍ମୀ , ଆଶା  କର୍ମୀଙ୍କ  ଠାରୁ   ସ୍ଵେଚ୍ଛାସେବୀ  ସଂଗଠନ  ଗୁଡିକ  ସହାୟତାରେ  ଏହାର  ନିରାକରଣ  ପାଇଁ  ବିଭିନ୍ନ  ଜନହିତକର   କାର୍ଯ୍ୟକ୍ରମ   ହାତକୁ  ନେଇ  ବେଶ୍  ସଫଳ   ହୋଇଛନ୍ତି   । ସରକାରଙ୍କୁ  ବିଭିନ୍ନ   ବେସରକାରୀ  ସଂଗଠନ  ମଧ୍ୟ  ଏ  କ୍ଷେତ୍ରରେ   ସହଯୋଗର  ହାତ  ବଢାଇଛନ୍ତି   । ରାଜ୍ୟର  ବିଭିନ୍ନ  ସ୍ଥାନରୁ  ରୋଗୀଙ୍କୁ  ନିକଟସ୍ଥ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ପଠାଇବା  ସହ  ସଚେତନଧର୍ମୀ  କାର୍ଯ୍ୟକ୍ରମ  ଦ୍ଵାରା  ଯକ୍ଷ୍ମାର  ଭୟାବହତାକୁ   ଲୋକଙ୍କ  ଭିତରୁ  ଦୂରେଇ  ପାରିବା  ସହ  ସେମାନଙ୍କ  ଭିତରେ  ସଚେତନତାର  ବାର୍ତ୍ତା ପହଞ୍ଚାଇ  ପାରିଛି  । ଆସନ୍ତୁ , ବିଶ୍ଵ  ଯକ୍ଷ୍ମା  ଦିବସ  ଅବସରରେ   ଏହାର  ମୂଳୋତ୍ପାଟନ  ପାଇଁ  ସମସ୍ତେ  ନିଜ ନିଜ  କ୍ଷେତ୍ରରେ  ରହିଥିବା  ଗୁରୁ  ଦାୟିତ୍ଵ ପ୍ରତି  ଯତ୍ନବାନ  ହୋଇ  କାର୍ଯ୍ୟ  କରିବା   । ତାହେଲେ  ଏହି  ରୋଗ  କବଳରୁ  ନିଜକୁ  ମୁକ୍ତ  କରି  ସୁସ୍ଥ  ଜୀବନ  ଜୀଇଁପାରିବା   ।

ସୂଚନାଯୋଗ୍ୟ , ଏହି  ଅବସରରେ  ଯକ୍ଷ୍ମାର  ନିରାକରଣ  ପାଇଁ  ଉପରୋକ୍ତ  ସଂସ୍ଥା  ପକ୍ଷରୁ  ପ୍ରତିବର୍ଷ  ମାର୍ଚ୍ଚ  ୨୪ରେ  ‘ବିଶ୍ଵଯକ୍ଷ୍ମା ଦିବସ ’  ପାଳନ  କରିବାକୁ  ପ୍ରସ୍ତାବ  ଦିଆଯାଇଥିଲା  । ୧୯୯୬ ରେ  ଆଇୟୁଏଟିଏଲଡି  ସହ  ଏହି  ଅଭିଯାନରେ  ବିଶ୍ଵ  ସ୍ୱାସ୍ଥ୍ୟ  ସଂଗଠନ  ମଧ୍ୟ  ହାତ  ମିଳାଇଥିଲା   ।

ଆଧାର –   ଡାକ୍ତର  ଉମେଶଚନ୍ଦ୍ର  ପାତ୍ର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top