ହୋମ / ସ୍ଵାସ୍ଥ୍ୟ / ରୋଗ / ରକ୍ତ କର୍କଟ
ସେଆର କରନ୍ତୁ

ରକ୍ତ କର୍କଟ

ରକ୍ତ କଣିକା ପରିବର୍ତ୍ତେ ରକ୍ତରେ ବ୍ଳାଷ୍ଟ କୋଷ ପ୍ରବାହିତ ହୋଇଥିଲେ କର୍କଟ ରୋଗ ର କାରଣ ହୁଏ ।

ଉପକ୍ରମ

ରକ୍ତ ଯଦି ଅସ୍ଵାଭାବିକ ଶ୍ଵେତ ରକ୍ତ କନିକା ବୃଦ୍ଧି ପାଏ, ତେବେ ରକ୍ତ କର୍କଟ ରୋଗ ହୋଇଛି ବୋଲି ଧରିନେବାକୁ ହୋଇଥାଏ । ଏହି ଅପିରିପକ୍ଵ ଶ୍ଵେତ ରକ୍ତ କାନେକାଗୁଡ଼ିକୁ ବ୍ଳାଷ୍ଟ କୁହାଯାଏ ।

ଏହି ବ୍ଳାଷ୍ଟ କୋଷଗୁଡ଼ିକ ପ୍ରଥମ ଅସ୍ଥିମଜାରେ ତିଆରି ହୋଇ ରକ୍ତ ତଥା ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ବ୍ୟାପିଥାଏ । ତେଣୁ ରକ୍ତ କର୍କଟରେ ଅସ୍ଵାଭାବିକ ରକ୍ତ କଣିକା ପରିବର୍ତ୍ତେ ରକ୍ତରେ ଏହି ବ୍ଳାଷ୍ଟ କୋଷ ହିଁ ପ୍ରବାହିତ ହୋଇଥାନ୍ତି । ରକ୍ତ କର୍କଟ ମୁଖ୍ୟତଃ ଦୁଇପ୍ରକାର । ପ୍ରଥମଟି ହେଲା ଆକ୍ୟୁଟ ଲିମ୍ପୋବ୍ଲାଷ୍ଟିକ ଲିଉକୋମିଆ ଏବଂ ଆକ୍ୟୁଟ ମାଇଲଡ ଲ୍ୟୁକୋମିଆ ।

ଯଦିଓ ଏହି ରୋଗର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ, କିନ୍ତୁ କେତେକ କ୍ଷେତ୍ରରେ ଏହି ରୋଗ ହେବାର  ସମ୍ଭାବନା ଅଧିକ ଥାଏ । ପୂର୍ବରୁ କେମୋଥେରାପି ଓ ବିକିରଣ ପଦ୍ଧତି ଚିକିତ୍ସା ଅଧିକ ମାତ୍ରାରେ ନେଇଥିଲେ ରେଡିଏସନ ବିଚ୍ଛୁରଣ, ରାସାୟନିକପଦାର୍ଥ କେମିତିକି ବେଞ୍ଜିନ, କୀଟନାଶକ ଔଷଧ ଦ୍ଵାରା ମଧ୍ୟ ଏହି ରୋଗ ଅଧିକ ହୋଇଥାଏ ।

ଗର୍ଭାବସ୍ଥାର ରକ୍ତ କର୍କଟ ରୋଗ

ଗର୍ଭାବସ୍ଥାର ପ୍ରଥମ ମାସରେ ଏକ୍ସରେ ବା ସିଟି ସ୍କାନ ଯୋଗୁଁ ଶିଶୁଠାରେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଜାପାନର ହିରୋସିମା ପରମାଣୁ ବୋମାରୁ ରକ୍ଷା ପାଇଯାଇଥିବା ପିଲାଙ୍କଠାରେ ମଧ୍ୟ ଏହି ରୋଗ ଅଧିକ ମାତ୍ରାରେ ହେବାର ଦେଖାଯାଇଛି । ଏହା ବ୍ଯତୀତ କେତେକ ବଂଶାନୁକ୍ରମିକ ସିଣ୍ଡ୍ରୋମ୍, ଲିଫ୍ରାଉମେନି ସିଣ୍ଡ୍ରୋମ ଆଦି ରୋଗରେ ମଧ୍ୟ ଏହି ଅଧିକ ମାତ୍ରାରେ ଦେଖାଯାଏ ।

ରକ୍ତ କର୍କଟ ରୋଗ ର ଲକ୍ଷଣ

ଜ୍ଵର ହାଡ ଓ ଗଣ୍ଠିବିନ୍ଧା, କମ୍ ପରିଶ୍ରମରେ ହାଲିଆ ଲାଗିବା, ନାକ, ପାଟି ବା ଶରୀରର ଅନ୍ୟଯାଗାରୁରକ୍ତସ୍ରାବ ହେବା, ଦେହରେ ରକ୍ତଜମାଟ ବାନ୍ଧିବା, ଦେହରେ ଲାଲ ରଙ୍ଗର ଫଳିଯିବା ଆଦି ଏହି ରୋଗର ମୁଖ୍ୟ ଲକ୍ଷଣ । ରକ୍ତହୀନତା ଯୋଗୁଁ ଦୁର୍ବଳତା ଓ ଧଇଁସଇଁ ଲାଗିବା ମଧ୍ୟ ଏହି ରୋଗରେ ଦେଖାଯାଇଥାଏ । ବେଳେବେଳେ ମସ୍ତିସ୍କ ପ୍ରଭାବିତ ହେବା ଯୋଗୁଁ ଏହି ରୋଗୀଙ୍କ ଠାରେ ବାତ ବା ଅଙ୍ଗ ପଚଳ ମଧ୍ୟ ଦେଖାଯାଇଥାଏ । ଯକୃତ, ପ୍ଳୀହା ଓ ଲିମ୍ପଗ୍ଲାଣ୍ଡ ମଧ୍ୟ କେତେକ ରୋଗୀଙ୍କଠାରୁ ବଢିଯିବାର  ଦେଖାଯାଏ ।

ଯଦି ଏଭଳି ଲକ୍ଷଣ କୌଣସି ରୋଗୀଙ୍କଠାରୁ ଦେଖାଯାଏ, ତାହାଲେ ଯଥାଶୀଘ୍ର ଡାକ୍ତରଙ୍କୁ ଦେଖାଇ ରକ୍ତ ରରୀକ୍ଷା କରିନେବା ଉଚିତ । ଏହି ରୋଗ ନିରୂପଣ ପାଇଁ ରକ୍ତପରୀକ୍ଷା ସହିତ ଅସ୍ଥିମଜ୍ଜା ପରୀକ୍ଷା, ଛାତି ଫଟୋ, ମସ୍ତିଷ୍କ ଜଳ ପରୀକ୍ଷା ଆଦିର ଆବଶ୍ୟକତା ହୋଇଥାଏ ।

ଆଧାର

ସମାଜ 5 ଏପ୍ରିଲ ୨୦୧୬

2.0
SagarikaBardhan Apr 16, 2016 12:34 PM

ଏହି ଇନଫର୍ମେଶନ ଦରକାର ଯୋଗ୍ୟ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top