ହୋମ / ସ୍ଵାସ୍ଥ୍ୟ / ରୋଗ / ରୋଗ ପ୍ରତିରୋଧକ ଖାଦ୍ୟ
ସେଆର କରନ୍ତୁ

ରୋଗ ପ୍ରତିରୋଧକ ଖାଦ୍ୟ

ଅସନ୍ତୁଳିତ ଖାଦ୍ୟ ଅନେକ ରୋଗର ମୁଖ୍ୟକାରଣ ହୋଇଥାଏ

ଉପକ୍ରମ

ଅସନ୍ତୁଳିତ ଖାଦ୍ୟ ଅନେକ ରୋଗର ମୁଖ୍ୟକାରଣ ହୋଇଥାଏ । ସ୍ୱାସ୍ଥ୍ୟ ବାଉଜ୍ଞାନିକଙ୍କ ମତରେ ଆମ ଚଳଣି, ଜୀବନ ଶୈଳୀ ଓ ଖାଦ୍ୟ ବହୁପ୍ରକାର କ୍ୟାନସରର କାରଣ ହୋଇଥାଏ । ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥାଙ୍କ ମତରେ ଖାଦ୍ୟରେ ପରିବର୍ତ୍ତନ କ୍ୟାନସର ସୃଷ୍ଟିକୁ ପ୍ରତିହତ କରିଥାଏ । ଆସନ୍ତୁ ସେହିସବୁ ଖାଦ୍ୟ ସମ୍ପର୍କରେ ଜାଣିବା ।

କ୍ୟାନସର ପ୍ରତିରୋଧକ ଖାଦ୍ୟ

୧. ଇନ୍ଦ୍ରଧନୁ ରଙ୍ଗର ପରିବାଫଳ ସାତଦିନରେ ପାଳି କରି ଖାଆନ୍ତୁ । ‘ବାଘନିସହନାଲା’ ପ୍ରତି ରଙ୍ଗରେ କ୍ୟାନସର ବିରୋଧୀ ରାସାୟନିକ ତତ୍ତ୍ଵ ରହିଛି ।

୨. ଆଣ୍ଟି ଅକ୍ସିଡାଣ୍ଟ ପରିବା ଫଳ ଗାଜର, ଅଙ୍ଗୁର, ସେଓ ବିଲାତି ଆଦି ଦିନକୁ ପାଞ୍ଚ/ ଛଅ ଥର ଅଳ୍ପ ଆଲ୍ପସ ଖାଆନ୍ତୁ । ଏଥିରେ ବିଟାକାରୋଟିନ ଭିଟାମିନ ଏ,ଇ,ସି, ଅଛି । ଏହା ସଂପୂର୍ଣ୍ଣ କ୍ୟାନସର ପ୍ରତିରୋଧକ ।

୩.ଖାଦ୍ଯରେ ଆଡ, ପିଆଜ, ରସୁଣ, କଞ୍ଚାଲଙ୍କା, ହଳଦୀ ଧନିଆ, ତୁଲସୀ, ଧନିଆପତ୍ର, ପୋଦିନା ପତ୍ର ପକାନ୍ତୁ । ଆମ ହାଣ୍ଡିଶାଲ ଆମ ଡାକ୍ତରଖାନା । ଏସବୁ ରୋଗ ନିବାରକ ଶକ୍ତି ଇମ୍ୟୁନିଟି ବଢାଏ ।

୪. ତେଲ, ଘିଅ ଅଧିକ ତତେଇ ରାନ୍ଧିଲେ ଖାଦ୍ୟା କ୍ୟାନସର ସୃଷ୍ଟି କରେ । ୨୦୦ ଡିଗ୍ରୀ ସେଣ୍ଟିଗ୍ରେଡର ତେଲ ଅଧିକ ଗରମ କରିବା ଉଚିତ ନୁହେଁ । ହାଇଡ୍ରୋଜେନେଟେଟ୍ ଫାଟ ( ଯାହା ବିଭିନ୍ନ ପ୍ରକାର ତେଲ, ଶାଳତେଲ, ତାଳତେଲରେ ଇଦ୍ ଜାନ ମିଶାଇ ଘିଅ ଭଳି କରାଯାଏ – ଟ୍ରାନ୍ସଫ୍ୟାଟ) ଖାଇବା କ୍ୟାନସର ସୃଷ୍ଟିର କାରଣ ହୋଇପାରେ ।

୫.ରକ୍ତବର୍ଣ୍ଣର ମାଂସ, ବଜାରରେ ବିକ୍ରି ହେଉଥିବା ଟିନା ମାଂସ ନଖାଇଲେ ଭଲ ।

୬. ଓଜନ, ବୟସ ଓ ଉଚ୍ଚତା ଅନୁସାରେ ଠିକ୍ ରହିବା ପାଇଁ ଖାଦ୍ୟ ଖାଇବା ଆବଶ୍ୟକ ।

୭. ମଦ୍ୟପାନ ଓ ଧୂମପାନ ଛାଡିଦେବା ଆବଶ୍ୟକ ।

ଡାଇରିଆରୁ ମୁକ୍ତି

ପାଣିପାଗ ବଦଳିବା ଅନୁସାରେ ମନୁଷ୍ୟର ଖାଇବା ପିଇବା ଅଭ୍ୟାସ ବଦଳିଥାଏ; ଯାହାର ସିଧା ପ୍ରଭାବ ପାଚନତନ୍ତ୍ର ଉପରେ ପଡେ ତେବେ ଡାଇରିଆ ଏମିତି ଏକ ସମସ୍ୟା, ଯାହା ଖରାଦିନେ ବେଶୀ ଦେଖାଯାଏ ଏହି କାରଣରୁ ପତଳା ଝାଡା ହୋଇଥାଏ ବାରମ୍ଭାର ଝାଡ଼ା ଫଳରେ ଶରୀରରେ ଥିବା ପାଣି ଏବଂ ଲୌହ ଅଂଶ ନିଷ୍କାସିତ ହୋଇଥାଏ ଏହାଦ୍ଵାରା ଶରୀର ଦୁର୍ବଳ ହୁଏ ତେଣୁ ଡାଇରିଆରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ ଅବଲମ୍ଭନ କରିବେ, ଆସନ୍ତୁ ଜାଣିବା

ନଡିଆ ପାଣି

ନଡିଆ ପାଣି ଶରୀର ପାଇଁ ଖୁବ୍ ଉପକାରୀ । ଏହାଛଡା ଏଥିରେ ପଟାସିୟମ୍ ଥାଏ; ଯାହା ପେଟର ଅମ୍ଳ ଅଂଶକୁ କମ୍ କରିବାରେ ସାହାଜ୍ଯ କରିଥାଏ ।

ଦହି

ଦହିରେ ବ୍ୟାକ୍ଟେରିଆ ପ୍ରଚୁର ମାତ୍ରାରେ ଥାଏ; ଯାହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରି ଝାଡା ବନ୍ଦ କରିଥାଏ । ଏଥିସହିତ ଏହା ପେଟକୁ ଥଣ୍ଡା ରଖିଥାଏ ।

ଲାଉ

ଡାଇରିଆ ସମୟରେ ଲାଉ ସେବନ କରିବା ଦ୍ଵାରା ତୁରନ୍ତ ଲାଉ ମିଳିଥାଏ । କାରଣ ଲାଉରେ ଥିବା ଭିଟାମିନ୍ ଝାଡ଼ା ବନ୍ଦ କରିଦେବା ସହ ଶରୀରରୁ ଜଳୀୟ ଅଂଶ ହ୍ରାସ କରି ନଥାଏ ।

ମୁଗଡାଲି

ଯଦି ଜୋର୍ ରେ ଝାଡା ହେଉଛି; ତେବେ ଅଳ୍ପ ଭାତ ସହିତ ମୁଗ ଡାଲି ଖାଆନ୍ତୁ । କରାଣ ଏହା ଏମିତି ଡାଲି ଯାହା ଶୀଘ୍ର ହଜମ ହୋଇଯାଏ । ତେଣୁ ଅନ୍ୟ କୌଣସି ଡାଲି ଖାଇବାରୁ ନିବୃତ୍ତ ରହନ୍ତୁ ।

କମଲା କମଳାରେ ପ୍ରଚୁର ମାତ୍ରାରେ ତନ୍ତୁ ରହିଥାଏ; ଯାହା ପାଚନ କ୍ରିୟାକୁ ଉତ୍ତମ ଭାବେ କାମ କରିବାକୁ ସାହାଯ୍ୟ କରିଥାଏ । ତେଣୁ ଝାଡ଼ା ହେଉଥିବା ସମୟରେ ଯଥେଷ୍ଟ ପରିମାଣର କମଳାରସ ପିଆନ୍ତୁ କିମ୍ବା କମଳାକୁ ଛଡାଇ ଏହାର ପାଖୁଡା ଖାଆନ୍ତୁ ।

ଆଧାର               -ସମାଜ ୨୯ ମାର୍ଚ୍ଚ ୨୦୧୬

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top