ହୋମ / ସ୍ଵାସ୍ଥ୍ୟ / ରୋଗ / ରୁମାଟୋଲୋଜି
ସେଆର କରନ୍ତୁ

ରୁମାଟୋଲୋଜି

ରୁମାଟୋଲୋଜି ଶରୀରର ବିଭିନ୍ନ ଅଙ୍ଗପ୍ରତୁଙ୍ଗ, ଚର୍ମ, ରକ୍ତନାଳିକ, ମାଂସପେଶୀ ହାଡ, ଶୁଣ୍ଢ, ଚକ୍ଷୁ, ହୁତ୍ ପିଣ୍ଡା ବୃକକ୍, ଫୁସ୍ ଫୁସ୍ ଓ ମସ୍ତିସ୍କ ଆଡିକୁ ପ୍ରଭାବିତ କରିଥାଏ ।

ଉପକ୍ରମ

ରୁମାଟୋଲୋଜି ଭେଷଜ ଚିକିତ୍ସା ବିଜ୍ଞାନର ବିଶେଷ ବିଭାଗ । ଏହା ଶରୀରର ବିଭିନ୍ନ ଅଙ୍ଗପ୍ରତୁଙ୍ଗ, ଚର୍ମ, ରକ୍ତନାଳିକ, ମାଂସପେଶୀ ହାଡ, ଶୁଣ୍ଢ, ଚକ୍ଷୁ, ହୁତ୍ ପିଣ୍ଡା ବୃକକ୍, ଫୁସ୍ ଫୁସ୍ ଓ ମସ୍ତିସ୍କ ଆଡିକୁ ପ୍ରଭାବିତ କରିଥାଏ । ପ୍ରାଥମିକ ଅବସ୍ଥାରେ ଏହା ଗଣ୍ଠିକୁ ପ୍ରଭାବିତ କରେ । ତେବେ ରୋଗୀଙ୍କ ସମେତ କେତେକ ଡାକ୍ତର ମଧ୍ୟା ଭୁଲ୍ ବଶତଃ ରୁମାଟୋଲୋଜି ରୋଗକୁ ଗଣ୍ଠିରୋଗ୍ତ ବୋଲି ଭାବିଥାନ୍ତି । ତୁରନ୍ତ ଚିକିତ୍ସା, ଫିଜିଓଥେରାପି, ନିୟମିତ ବ୍ୟବଧାନରେ ବିଶେଷଜ୍ଞଙ୍କ ଦ୍ଵାରା ଚିକିତ୍ସା କରାଇଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।

ସମ୍ପ୍ରତି ରାଜ୍ୟରେ ରୁମାଟୋଲୋଜି ରୋଗୀଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି । ଏହା ମନୁଷ୍ୟଜୀବନଶୈଳୀର ଗୁଣବତ୍ତାକୁ କମାଇବାସହ ରୋଗିଣାଭାବକୁ ବଢାଇଥାଏ ଏବଂ ରୋଗାଗ୍ରସ୍ତଲୋକର ସ୍ଵାଭାବିକ ଆୟୁକୁ କମାଇଥାଏ । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏହା ରୋଗୀର ସାମାଜିକ ଓ ଅର୍ଥନୈତିକ ଜୀବନକୁ ପ୍ରାଭାବିତ କରିଥାଏ । ତେଣୁ ରୁମାଟୋଲୋଜି ରୋଗ ସମୂହର ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା ଏକାନ୍ତ ଆବଶ୍ୟକ ।

ରୁମାଟୋଲୋଜି ରୋଗଗୁଡିକ ହେଉଛି ସଂଯୋଜକ ତୁରନ୍ତ ରୋଗ ଯାହା ଦେହସାରା ପ୍ରଦାହ ରୂପରେ ଦେଖାଦେଇଥାଏ । ଏହା ଯେ କୌଣସି ବୟସରେ ମଣିଷକୁ ଆକ୍ରାନ୍ତ କରିଥାଏ । ସେଥିମଧ୍ୟରୂ କେତେକ ଗୁଡିଏ ରୋଗ ଯେପରିକି ‘ଇପସ୍’  ମହିଳାଙ୍କ ଠାରେ ବିଶେଷ ଭାବେ ଦେଖାଦେଇଥିବାବେଳେ ସ୍ପଣ୍ଡିଲୋଆର୍ଥ୍ରୋପାଥି ପରି ରୋଗଗୁଡିକ ପୁରୁଷଙ୍କୁ ଠାରେ ଦେଖାଦେଇଥାଏ । ଅଷ୍ଟିଓଆର୍ଥାଇଟ୍ରିସ୍ ଓ ଅଷ୍ଟିଓଆର୍ଥାଇଟ୍ରିସ୍ ପରି ରୋଗ ଗୁଡିକ ବୟସ୍କ ଲୋକଙ୍କ ଠାରେ ଦେଖାଦେଇଥାଏ । ପାଶ୍ଚାତ୍ୟ ଦେଶରେ ରୁମାଟୋଲୋଜି ରୋଗୀର ଚିକିତ୍ସା ସେବା ଓ ଥଇଥାନ ବ୍ୟବସ୍ଥା ପ୍ରାୟ ଶହେବର୍ଷ ହେଲା କାର୍ଯ୍ୟକାରୀ ହୋଇ ଆସୁଛି । ଭାରତରେ ଏପପର୍ଯ୍ୟନ୍ତ ରୁମାଟୋଲୋଜିଚିକିତ୍ସା ବିଭାଗ ସବୁ ରାଜ୍ୟରେ ସମ୍ପୁର୍ଣ୍ଣ ରୂପେ ପ୍ରତିଷ୍ଠିତ ହୋଇପାରିନାହିଁ । ସଚେତନତା ଅଭାବରୁ ରୁମାଟୋଲୋଜି ବିଭାଗର ଅଭିବୃଦ୍ଧି ଯେପରି ହେବା କଥା ସେପରି ହୋଇପାରିନାହିଁ ।

ରୁମାଟୋଲୋଜି ରୋଗଗୁଡିକ ସମ୍ବନ୍ଧରେ ଦେଶରେ ଏପର୍ଯ୍ୟଏନଟି ସବିଶେଷ ତଥ୍ୟ ସଂଗୃହୀତ ହୋଇନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ଭାରତର ଜନସଂଖ୍ୟା ଏକ ଚତୃର୍ଥାଂଶ । ସେଠାରେ ପ୍ରତି ପାଞ୍ଚଜଣରେ ଜଣେ ରୋଗୀ ଯେ କୌଣସି ରୁମାଟୋଲୋଜି ରୋଗ ଭୋଗିଥାନ୍ତି । ଏହି ରୋଗୀଙ୍କ ଚିକିତ୍ସା ଓ ଆନୁଷଙ୍ଗିକ ସେବା ପାଇଁ ଆମେରିକାରେ ପ୍ରାୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

ରୁମାଟୋଲୋଜି ରୋଗର କାରଣ

ସମଗ୍ର ଜନସଂଖ୍ୟା ପାଖାପାଖି ୩୦ ପ୍ରତିଶତ ଲୋକ ରୁମାଟୋଲୋଜି ରୋଗ ଭୋଗିଥାନ୍ତି । ତନ୍ମଧ୍ୟରୁ ୨୦ ପ୍ରତିଶତ ରୋଗୀ ଦେଶରେ ଯେ କୌଣସି ପଦ୍ଧତିରେ ଚିକିତ୍ସା କରାଇଥାନ୍ତି । ଅବଶିଷ୍ଟ ୧୦ପ୍ରତିଶତ ରୋଗୀ ରୁମାଟୋଲୋଜି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି। ଜନସାଧାରଣଙ୍କୁ ତାଙ୍କର ଉତ୍ପାଦନକ୍ଷମ ବୟସରେ ଭୀଷଣ ଯନ୍ତ୍ରଣା ଦେଇ ସେମାନଙ୍କୁ ଅକର୍ମଣ୍ୟ ଭିନ୍ନକ୍ଷମ ଓ ବିକଳାଙ୍ଗ କରାଇଥାଏ । ସେମାନଙ୍କ ମଧ୍ୟରୁ କେତେକ ଉପୟୁକ୍ତ ସମୟରେ ଡାକ୍ତରୀ ଚିକିତ୍ସା ନକରାଇପାରିଲେ ରୁମାଟୋଲୋଜି ରୋଗଗୁଡିକ ମଧ୍ୟରୁ ଅଧିକାଂଶ ରୋଗ ନିୟନ୍ତ୍ରଣରେରହେ ନାହିଁ । ଭାରତର ସବୁଶ୍ରେଣୀର ଲୋକମାନେ ଏହାର ଚିକିତ୍ସା ଆରମ୍ଭ କରିବାରେ ବିଜମ୍ବ କରିଥାଆନ୍ତି । ଉପୟୁକ୍ତ ରୁମାଟୋଲୋଜି ଚିକିତ୍ସା କେନ୍ଦ୍ରରେ ପହଞ୍ଚିଲା ବେଳକୁବ ରୋଗ ଅନିୟନ୍ତ୍ରିତ ଅବସ୍ଥା ବା ସେସ ଅବସ୍ଥାରେ [ପହଞ୍ଚିଥାଏ , ସେତେବେଳେ ଚିକିତ୍ସା ପାକିନ ଆଉ ସୁଯୋଗ ନ ଥାଏ । ଏହାଛଡା ବିଭିନ୍ନ ଦେଶୀୟ ଚିକିତ୍ସା ବା ବିକଳ୍ପ ଚିକିତ୍ସା କାରୀ ଅଧିକାଂଶ ରୋଗୀ ବିଭିନ୍ନ ଜଟିଳତାର ଶିକାର ହୋଇ ଅକାଳରେ ପ୍ରାଣ ହରାଇଥାନ୍ତି । ତେଣୁ ଜନସଚେତନତା, ସ୍ୱାସ୍ଥ୍ୟଶିକ୍ଷା, ତୁରନ୍ତ ରୋଗ ନିରୂପଣ ଓ ତତ୍ କ୍ଷଣାତ୍ ଉପୟୁକ୍ତ ଚିକିତ୍ସା ଦ୍ଵାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ରୁମାଟୋଲୋଜି ରୋଗୀଙ୍କୁ ଦୀର୍ଘକାଳୀନ ବା ସାରାଜୀବନ ରୋଗର ଚିକିତ୍ସା କରାଇବାକୁ ପଡିଥାଏ ।

ଭାରତରେ ରୁମାଟୋଲୋଜି ସେବା କ୍ଷେତ୍ରରେ ବିଶେଷଜ୍ଞ ସହଯୋଗୀ ଷ୍ଟାଫ୍ ଏବଂ ଆବଶ୍ୟକ ଭିତ୍ତିଭମି ଅତ୍ୟନ୍ତ ସୀମିତ । ବଡ ବଡ ସହରରେ ବେସରକାରୀ ଡାକ୍ତରଖାନା ଗୁଡିକରେ ଏହାର ଚିକିତ୍ସା ସୀମିତ ଭାବେ ଉପଲବ୍ଧ । ତେଣୁ ଅଧିକାଂଶ ଜନସାଧାରଣଙ୍କ ପାଖରେ ଏହା ଅପହଞ୍ଚ । ଏପର୍ଯ୍ୟନ୍ତ ଆମ ଦେଶର ମାତ୍ର ଦଶଟି ସରକାରୀ ମେଡିକାଲ କଲେଜରେ ରୁମାଟୋଲୋଜି ସେବା ଉପଲବ୍ଧ । ତନ୍ମଧ୍ୟରୁ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କଟକ ରୁମାଟୋଲୋଜି ଚିକିତ୍ସା ବିଭାଗ ଅନ୍ୟତମଏହା ସାରା ଓଡିଶା ସମେତ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶର କେତେକ ଆଞ୍ଚଲର ଲୋକଙ୍କ ରୁମାଟୋଲୋଜି ଚିକିତ୍ସା ସେବା ଯୋଗାଉଛି । ରୋଗୀଙ୍କର ସଂଖ୍ୟା ଦ୍ରୁଷ୍ଟିରୁ ଏଠାରେ ଅଧିକ ବିଶେଷଜ୍ଞ ଡାକ୍ତର ଓ ପ୍ରଶିକ୍ଷତି କର୍ମଚାରୀଙ୍କ ଅଭାବ ରହିଛି ।

ସଚେତନତା

ରୁମାଟୋଲୋଜି ରୋଗ ସମ୍ବନ୍ଧରେ ରୋଗୀମାନେ ଓ ଜନସାଧାରତଃ ସଚେତନ ହେବା ଏକାନ୍ତ ଆବଶ୍ୟକ । ରୋଗୀଙ୍କ ନିୟମିତ ଔଷଧ ସେବନ ଓ ଉପୟୁକ୍ତ ଚିକିତ୍ସାରେ ରହିବା ଛଡା ଅନ୍ୟ ବିକଳ୍ପ ନାହିଁ । ରୋଗୀମାନେ ନିୟମିତ ବ୍ୟବଧାନରେ ନିଜ ରୋଗ ସମ୍ବନ୍ଧରେ ଯାଞ୍ଚ କରାଇ ଓ ଡାକ୍ତରଙ୍କ ତତ୍ତ୍ଵାବଧାନରେ ଔଷଧ ସେବନ କରିବା ଆବଶ୍ୟକ । ଏପରି କଲେ ରୋଗୀମାନେ ସୁସ୍ଥା ରହିବାସହ ସେମାନଙ୍କର ବ୍ୟକ୍ତିଗତ ସାମାଜିକ ଓ ଅର୍ଥନୈତିକ ସୁସ୍ଥତା ବଜାୟ ରହିଥାଏ ।

ଆଧାର

ସମାଜ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top