ତଳିପେଟ ପ୍ରାଚୀର ପ୍ରାକୃତିକ ଉପାୟ ଦୁର୍ବଳ ହୋଇଗଲେ କିମ୍ବା ଭାରି ଜିନିଷ ଉଠାଇବା , ମୋଟା ହୋଇଯିବା , କାଶ ଲାଗି ରହିବା ଓ ଅନ୍ତବୁଜୁଳା ବୁଲିବା କିମ୍ବା ପରିସ୍ରା କରିବାରେ ଅସୁବିଧା ଯୋଗୁଁ ତଳିପେଟ ପ୍ରାଚୀର ଦୁର୍ବଳ ହେଲେ ହର୍ନିଆ ହୋଇଥାଏ । ଅଶି ପ୍ରତିଶତ ହର୍ନିଆ ତଳିପେଟ ଓ ଜଙ୍ଘର ମଧ୍ୟସ୍ଥଳରେ ହୋଇଥାଏ । ଏହାର ତଳଭାଗରେ ରେ କିମ୍ବା ପୂର୍ବରୁ କଟାଜାଇଥିବା ନାଭି ଜରିଆରେ ହୋଇଥାଏ ।
ଲାପାରୋସେସ୍କାପ ନାମକ ଯନ୍ତ୍ରକୁ ବ୍ୟବହାର କରି ଲାପାରୋସ୍କୋପିକ ଜୀଘସନ୍ଧି ହାର୍ନିଆ ମରାମତିକରାଯାଏ । ତଳିପେଟ ପାଚୀରରେ ଦୁଇ କିମ୍ବା ଚାରିଟି ଛୋଟ ଛିଦ୍ରସୃଷ୍ଟି କରାଯାଏ; ଯାହା ଜରିଆରେ ତଳିପେଟ ଭିତରକୁ । ଲାପାରୋସ୍କୋପ (ଏକ ପତଳା ଟେଲିଷ୍ଟ୍ରୋକ ଯାହା ଶେଷ ଭାଗରେ ଲାଇଟ ଲାଗିଛି) ଓ ସର୍ଜରୀ ଉପକରଣ ଭର୍ତ୍ତି କରାଯାଏ । ଛିଦ୍ରଗୁଡ଼ିକ ବହୁତ ଛୋଟ ହୋଇଥିବାରୁ ଏହି ପ୍ରକ୍ରିୟାକୁ କି ହୋଲ୍ ପଦ୍ଧତି ବୋଲି ମଧ୍ୟ କୁହାଯାଏ । ପାରମ୍ପରିକ ଅସ୍ତ୍ରୋପଚାରକୁ ଓପନ ଅସ୍ତ୍ରୋପଚାର କୁହାଯାଏ । ତଳିପେଟ ଭିତରେ ଥିବା ହାର୍ନିଆକୁ ତଳିପେଟ ପ୍ରାଚୀର ବାହାରୁ ଦେଖାଯାଇଥାଏ । ତଳିପେଟକୁ ଅଙ୍ଗାରକାମ୍ଳ, ଗ୍ୟାସ ଦେଇ ଫୁଲାଇ ଦିଆଯାଏ। ଯାହାଦ୍ଵାରା ସର୍ଜନ ତାହା ଭିତରେ କାମ କରିପାରିବେ । ତଳିପେଟ ଭିତରେ ହାର୍ନିଆ କ୍ଷତ କିମ୍ବା ଛିଦ୍ରକୁ ପୂରଣ କରାଯାଏ ଓ ସାଧାରଣ ଭାବେ ତାହାକୁ ମାଂଶପେଶୀ କୋଷ ଦ୍ଵାରା ସିଲେଇ କରିଦିଆଯାଏ । ଯାହା ଫଳରେ ତାହା ଏକ ତାଳି ପଡ଼ିବା ଭଳି ଦେଖାଯାଏ । ତାଲିମପ୍ରାପ୍ତ ଓ ଅଭିଜ୍ଞ ସର୍ଜନଙ୍କ ଜରିଆରେ ଉପଯୁକ୍ତ ଭାବେ ମନୋନୟନ କରାଯାଇଥିବା ଅଞ୍ଚଳରେ ଠିକ ଭାବେ ଅପ୍ରେସ୍କୋପଚାର କଲେ କି ହୋଲା ଜୀ’ଘସନ୍ଧି ମରାମତି ବହୁତ ଭଲ ଭାବେ ହୋଇଥାଏ । ଲାପାରୋସ୍କୋପିକ, ସର୍ଜରିର ଏକ ବଡ଼ ଲାଭ ହେଉଛି ଏହା ଦ୍ଵାରା ତଳିପେଟରେ କୌଣସି ବଡ଼ କଟାଦାଗ ରହେନାହିଁ । ଏଥିଯୋଗୁଁ ଅସ୍ତ୍ରୋପଚାର ପରବର୍ତ୍ତୀଯନ୍ତ୍ରଣା କମ ହୁଏ ଓ ଶୀଘ୍ର ସାଧାରଣ ଅବସ୍ଥାକୁ ଫେରି ହୁଏ । ଲାପାରୋସ୍କୋପିକ୍ ହାର୍ନିଆ ସର୍ଜରୀର ଲାଭ
ଆଧାର :ଡାକ୍ତର ଗୌରବ ଦାସ ସନ୍ସାଇନ୍ ହସ୍ପିଟାଲ୍, ଭୁବନେଶ୍ଵର
Last Modified : 1/20/2020