অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲେଥରିଜିମ୍ ରୋଗ

ଲେଥରିଜିମ୍

ଅଧିକ ଦିନ ପର୍ଯ୍ୟନ୍ତ ଖେସାରି ଡାଲି ଖାଇଲେ ଏହି ରୋଗ ହୋଇଥାଏ । ସ୍ନାୟବିକ୍ ଅସ୍ଵାଭାବିକ ସୃଷ୍ଟିକରି ଏହି ରୋଗ ମଣିଷକୁ ଅଚଳପ୍ରାୟ କରିଦିଏ ।

କାରଣ

ଖେସାରି ଡାଲିରେ ଥିବା ଏକ ପ୍ରକାର ପଦାର୍ଥ ହେତୁ ସ୍ନାୟୁବିକ ଅସୁବିଧା ଦେଖାଦିଏ । ଆମ ଦେଶର କେତେକ ଅଞ୍ଚଳର ଲୋକ ମରୁଡି ସମୟରେ ଅନ୍ୟ ଡାଲିର ଅଭାବ ହେତୁ ଏହି ଡାଲି ଖାଇଥାନ୍ତି । କାରଣ ମରୁଡିରେ ଏହି ଡାଲି ସହଜରେ ମରିନଥାଏ ।

ଲକ୍ଷଣ

ଅସ୍ଵାଭାବିକ ଭାବେ ଚାଲିବା । ଯଦି ଏହି ଅବସ୍ଥାରେ ଖେସାରି ଡାଲି ଖାଇବା ବନ୍ଦ କରିଦିଆଯାଏ ତେବେ ରୋଗ ନିୟନ୍ତ୍ରିତ ହୋଇ ରହିବ । ମୁଖ୍ୟତଃ ଚାରୋଟି ଅବସ୍ଥାରୁ ରୋଗର ପ୍ରଭାବ ଜାଣିହୁଏ ।

  1. ରୋଗୀ ଥିରିଥିରି ଚାଲେ, ଏହି ସମୟରେ ତା’ର  କୌଣସି ଆଶ୍ରୟ ଦରକାର ହୁଏନି ।
  2. ରୋଗୀ ବାଡିଧରି  ଚାଲେ । ଆଣ୍ଠୁ ବଙ୍କେଇ ଗୋଇଠିରେ ଚାଲେ ଏବଂ ଗୋଡ ଛନ୍ଦିହୁଏ ।
  3. ରୋଗୀ ଦୁଇଟି ବାଡିଧରି ଚାଲେ । ଚାଲିବା ଖୁବ୍ ଧୀର ଭାବେ, ଗୋଡ ଛନ୍ଦିହୋଇ ଚାଲିବା ଏବଂ ଆଣ୍ଠୁ ବଙ୍କେଇ ଚାଲିବା ଦେଖାଯାଏ ।

ପ୍ରତିଷେଧକ ବ୍ୟବସ୍ଥା

ଏହି ରୋଗ ପାଇଁ ସେପରି କିଛି ପ୍ରତିଷେଧକ ବ୍ୟବସ୍ଥା ନଥାଏ । ପ୍ରତିଷେଧକ ବ୍ୟବସ୍ଥା ହିଁ ରୋଗ  ନିୟନ୍ତ୍ରଣର ଏକମାତ୍ର ଉପାୟ । ଏହି ଡାଲି ଖାଇବା ଆଇନତଃ ବାରଣ କରାଗଲେ ରୋଗ ସମସ୍ୟା ଦୂର ହୋଇପାରିବ ଏବଂ ଏଥିପାଇଁ ଏହା ସରକାରଙ୍କ ଦ୍ଵାରା ନିଷିଦ୍ଧ କରାଯାଇଛି ।

ରୋଗ ନିୟନ୍ତ୍ରଣର ଆଉ ଏକ ଉପାୟ ହେଲା ଖେସାରି ଡାଲିରେ ଥିବା ରୋଗ ଉଦ୍ରେକକାରୀ ଟକ୍ସିନ୍ ପଦାର୍ଥକୁ ପ୍ରାକୃତିକ ଉପାୟରେ ନଷ୍ଟ କରିବା । ଫଳରେ ଡାଲିକୁ ଖାଇହେବ । ପ୍ରଥମେ ପାଣି ଫୁଟାଇବେ । ଏହାପରେ ଫୁଟପାଣିକୁ ଓହ୍ଲାଇ ସେଥିରେ ଡାଲିକୁ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିବେ । ଏକ ଘଣ୍ଟା ପରେ ପାଣିତକ ଫିଙ୍ଗିଦେଇ ଡାଲିକୁ ଖରାରେ ଭଲ ଭାବେ ଶୁଖାଇବେ । ଏପରି କଲେ ପ୍ରାୟ ୯୦ -୯୫ % ଟକ୍ସିନ୍ ଚାଲିଯାଏ । କିନ୍ତୁ ଅତି ନିଅଣ୍ଟିଆ  ପରିସ୍ଥିତି ନହେଲେ ଏହି ଡାଲି ଖାଇବା ଅନୁଚିତ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate