ହୋମ / ସ୍ଵାସ୍ଥ୍ୟ / ରୋଗ / ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର
ସେଆର କରନ୍ତୁ

ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର

ଶରୀରରେ ହେଉଥିବା ବିଭିନ୍ନ ପ୍ରକାର କ୍ୟାନସର ର ସୂଚନା

କ୍ୟାନସର ପ୍ରାୟ ୨୮୫ ପ୍ରକାରରୁ ଅଧିକ ପ୍ରକାରର ଅଛି । ଏଥିରୁ କେତେକ ମୂଖ୍ୟ କ୍ୟାନସର ବିଷୟରେ ଏଠାରେ ପ୍ରଦତ୍ତ ହେଲା

ଲିମ୍ଫୋମା

ଲିମ୍ଫଗ୍ରନ୍ତିରେ ହେଉଥିବା କ୍ୟାନସରର ନାମ ଲିମ୍ଫୋମା । ଏପରି ତ ଶରୀରର ବିଭିନ୍ନ ଅଂଶରେ ଆରମ୍ଭ ହୋଇଥିବା କ୍ୟାନସର ଲିମ୍ଫଗ୍ରନ୍ତିକୁ ଆକ୍ରାନ୍ତ କରିଥାଏ । ମାତ୍ର ଲିମ୍ଫୋମା ପ୍ରାଥମିକ ସ୍ତରରେ ଲିମ୍ଫ ଗ୍ଲାଣ୍ଡରେ ହିଁ ସୃଷ୍ଟି ହୁଏ । ଲିମ୍ଫୋମାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ । ଯଥା :

(କ) ହଜକିନସ ଲିମ୍ଫୋମା

(ଖ) ନନ୍ ହଜକିନସ ଲିମ୍ଫୋମା

(କ) ହଜକିନସ ଲିମ୍ଫୋମା : ଏହି ରୋଗରେ ଲିମ୍ଫ ଗ୍ଲାଣ୍ଡ ଗୁଡିକ ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୁଏ । ଏପରି ଫୁଲାରେ ସାଧାରଣତଃ ଦରଜ ନଥାଏ । ସ୍ତ୍ରୀଲୋକଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ପ୍ରକାର କ୍ୟାନସର ଅଧିକ ହୁଏ । କୋଡିଏ ବର୍ଷ ମଧ୍ୟରେ ଯୁବକ ଯୁବତୀ ମାନଙ୍କୁ ଏ ରୋଗ ବେଶି ହୁଏ । ପିଲାମାନଙ୍କୁ କମ୍ ହୁଏ । ୨୦ ବର୍ଷ ପରେ ପ୍ରାୟ ଏ ରୋଗ ନଥାଏ । ମାତ୍ର ବୟସାଧିକ୍ୟଙ୍କ କ୍ଷେତ୍ରରେ ଏ ରୋଗ ପୁନରାୟ ଅଧିକ ହୁଏ ।

ହିଷ୍ଟୋଲୋଜିକାଲ ପରୀକ୍ଷାରେ ରିଡଷ୍ଟଣ୍ଡିବର୍ଜ କୋଷର ଅବସ୍ଥିତି ଦେଖାଗଲେ ତାହା ହଜ୍ କିନସ ଲିମ୍ଫୋମା ରୋଗ ବୋଲି ଧରାଯାଏ । ଅନ୍ୟଥା ତାହା ନନ୍ ହଜ୍ କିନସ ଲିମ୍ଫୋମା ବୋଲି ଧରାଯାଏ । ଏହି ରୋଗର କୌଣସି ନିର୍ଦ୍ଧିଷ୍ଟ କାରଣ ଜଣାଯାଇ ନାହିଁ ।

ଲକ୍ଷଣ : ବେକର ଗୋଟିଏ ପାଖରେ କେତେଗୁଡିଏ ଗ୍ଲାଣ୍ଡ ଫୁଲିଯାଏ । ଏହା ମଧ୍ୟ ବେଳେବେଳେ ଥୋରାକ୍ସ ଅଥବା ତଳିପେଟ ରେ ଦେଖାଯାଏ । ଶରୀରର ଓଜନ କମିଯିବା , କ୍ଷୁଧାହୀନତା , ଶରୀରରେ କ୍ରମାନ୍ଵୟରେ ଜ୍ଵର ରହିବା ଏବଂ ନାନାପ୍ରକାର ଛୋଟ ବଡ ଅସୁବିଧା ଶରୀରରେ ଦେଖାଯିବା ଏହି ରୋଗର ଅନ୍ୟ ଲକ୍ଷଣ ।

ରୋଗ ନିରୂପଣ : ରକ୍ତର ପରୀକ୍ଷା କଲେ ହିମୋଗ୍ଲୋବିନ ପରିମାଣ , RBC କାଉଣ୍ଟ , TLC , ସାଧାରଣତଃ ଠିକ୍ ଥାଏ । ମାତ୍ର କେତେକ କ୍ଷେତ୍ରରେ କୋଷର ପରିମାଣ ବଢିଯାଏ । ଆକ୍ରାନ୍ତ ଅଂଶର ଏକ କ୍ଷୁଦ୍ର ମାଂସ ନେଇ ପରୀକ୍ଷା କରିଲେ ଏହି ରୋଗ ସ୍ପଷ୍ଟ ହୁଏ ।

କିକିତ୍ସା : ହଜକିସନ ଲିମ୍ଫୋମାର ଫୁଲା ଶରୀରର ଏକ ନିର୍ଦ୍ଧିଷ୍ଟ ଅଂଶ ଯଥା ବେକର ଏକ ପାଖରେ ବା ତଳିପେଟର ଗୋଟିଏ ଅଂଶରେ ଦେଖାଯାଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଅଂଶକୁ ବ୍ୟାପେ । ରୋଗୀର ଅବସ୍ଥା ଦେଖି ଚିକିତ୍ସା କରାଯାଇଥାଏ । ଏଣୁ ଏହି ରୋଗକୁ ସାଧାରଣତଃ ୪ଟି ଅବସ୍ଥାରେ ବିଭକ୍ତ କରାଯାଇଥାଏ ।

ପ୍ରଥମ ଅବସ୍ଥା : ଏହି ଅବସ୍ଥାରେ ରୋଗ ଶରୀରର ଏକ ନିର୍ଦ୍ଧିଷ୍ଟ ଅଂଶର ଏକ ନିର୍ଦ୍ଧିଷ୍ଟ ଶ୍ରେଣୀର ଗ୍ଲାଣ୍ଡକୁ ଆକ୍ରାନ୍ତ କରିଥାଏ । ଏଣୁ ଶଲ୍ୟ ଚିକିତ୍ସା ବା ଅପରେସନ୍ ଦ୍ଵାରା ଆକ୍ରାନ୍ତ ଗ୍ଲାଣ୍ଡଗୁଡିକୁ ବାହାର କରିଦିଆଯାଇ ପାରେ । ଏହା ଦ୍ଵାରା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୁଏ । ପାଖ ଆଖର ଗ୍ଲାଣ୍ଡଗୁଡିକ ଆକ୍ରାନ୍ତ ହୋଇଥିବାର ସନ୍ଦେହ ଥିଲେ ତାହାକୁ ମଧ୍ୟ କାଟି ବାହାର କରିଦିଆଯାଏ ।

ଦ୍ଵିତୀୟ ଅବସ୍ଥା : ଏକାଧିକ ଶ୍ରେଣୀର ଗ୍ଲାଣ୍ଡ ଆକ୍ରାନ୍ତ ହୋଇଥିଲେ ତାହାକୁ ଦ୍ଵିତୀୟ ଅବସ୍ଥା କୁହାଯାଏ । ଏହି ଅବସ୍ଥାରେ ଶରୀରର ଗୋଟିଏ ପାଖ ମାତ୍ର ଆକ୍ରାନ୍ତ ହୋଇଥାଏ । ଏହି ଅବସ୍ଥାରେ କ୍ୟାନସର କୋଷ ଅପେକ୍ଷାକୃତ ଅଧିକ ଅଂଶକୁ ବ୍ୟାପିଥିବାରୁ ଅପରେସନ ସମ୍ଭବ ହୁଏ ନାହିଁ । ରେଡିଏସନ ଚିକିତ୍ସା ଦ୍ଵାରା କ୍ୟାନସର କୋଷଗୁଡିକୁ ମାରି ଦିଆଯାଏ । ଫଳରେ ଆକ୍ରାନ୍ତ ଅଂଶ ସୁସ୍ଥ ହୁଏ ଏବଂ ପାଖ ସୁସ୍ଥ କୋଷଗୁଡିକ ଆଉ ରୋଗାକ୍ରାନ୍ତ ହୁଅନ୍ତି ନାହିଁ ।

ତୃତୀୟ ଅବସ୍ଥା : ଶରୀରର ଦୁଇ ପାଖର ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହେବା ସହିତ ଏହି ରୋଗା ଫୁସ୍ ଫୁସ୍ , ଯକୃତ ଏବଂ ହାଡକୁ ମଧ୍ୟ ବ୍ୟାପିଥାଏ । ଏହି ସମୟରେ କୋମେଥୋରାପି ହିଁ ଉପଯୁକ୍ତ ଚିକିତ୍ସା ଭାବେ ଗଣ୍ୟ ହୁଏ ଏବଂ ବିଭିନ୍ନ ପ୍ରକାର ଔଷଧ ମିଶାଇ ରୋଗୀକୁ ଖାଇବାକୁ ବା ଇଞ୍ଜେକସନ୍ ମାଧ୍ୟମରେ ଦିଆଯାଏ ।

ପ୍ରାରମ୍ଭିକ ଅବସ୍ଥାରେ ରୋଗ ନିରୂପଣ : -

ଯଦି ବେକର ଗୋଟିଏ ପାଖର ଗ୍ରନ୍ଥିଗୁଡିକ ଫୁଲି ଥାଏ ଏବଂ ସେଥିରେ ଯନ୍ତ୍ରଣା ନଥାଏ ତେବେ ତୁରନ୍ତ ଡାକ୍ତରୀ ପରିକ୍ଷା କରାଇ ନେବା ଉଚିତ୍ । ଡାକ୍ତରୀ ରକ୍ତ ପରୀକ୍ଷାରେ ESR ବହୁ ଅଧିକ ଦେଖାଯାଏ ଏବଂ ଏହା ସହିତ ଆକ୍ରାନ୍ତ ଅଂଶରୁ ଛୋଟ ମାଂସ ଟିକିଏ ନେଇ ପରୀକ୍ଷା କଲେ ଏହି ରୋଗ ଜଣାପଡେ ।

(ଖ) ନନ୍ ହଜ୍ କିସନ୍ ଲିମ୍ଫୋମା :

ହଜ୍ କିସନ୍ କ୍ୟାନସର ବ୍ୟତିରେକ ଅନ୍ୟ ସମସ୍ତ ପ୍ରକାର ଲିମ୍ଫୋମା ହେଉଛି ନନ୍ ହଜ୍ କିସନ୍ କ୍ୟାନସର । ସାଧାରଣତଃ ଏବଂ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ । ମାତ୍ର ଏହା ମଧ୍ୟ ଅଳ୍ପେ ବହୁତେ ଛୋଟ ଛୋଟ ପିଲାମାନଙ୍କୁ ହୁଏ । ପରୀକ୍ଷଣ ସମୟରେ ଡାକ୍ତରୀ ରିପୋର୍ଟ ଅନୁଯାୟୀ ହଜ୍ କିସନ୍ ଓ ନନ୍ ହଜ୍ କିସନ୍ ରୋଗ ଜଣାପଡେ । ଏହି ଲିମ୍ଫୋମା ଖୁବ୍ ଶୀଘ୍ର ବଢିଯାଏ । ମାତ୍ର ଏଥିରୁ ମୁକ୍ତି ପାଇବା କଠିନ ନୁହେଁ ।

ଏହି ରୋଗର କାରଣ ମଧ୍ୟ ଜଣା ପଡିନାହିଁ । ଏ ରୋଗରେ ଲିମ୍ଫାଗ୍ରନ୍ଥିର ପିଣ୍ଡୁଳା ଖୁବ୍ ଶୀଘ୍ର ବଢେ । ଏଗୁଡିକ ସ୍ପର୍ଶ ଦ୍ଵାରା ଅନୁଭବ କରିହୁଏ । କାରଣ ଏହି ଗଣ୍ଠି ଖୁବ୍ କଠିନ ଜଣାପଡେ ।

ହଜ୍ କିସନ୍ ଲିମ୍ଫୋମାରେ ବେକ ସ୍ଥଳରେ ମାଂସ ଫୁଲା ଜଣାପଡେ । ମାତ୍ର ନନ୍ ହଜ୍ କିସନ୍ ଲିମ୍ଫୋମାରେ ଶରୀରର ଯେ କୌଣସି ସ୍ଥଳରେ ଅର୍ବୁଦ ଜଣାପଡେ । ଏହି ଅର୍ବୁଦରେ ସାଧାରଣତଃ ଦରଜ ନଥାଏ । ଶରୀରର ବିଭିନ୍ନ ସ୍ଥାନରେ ଆବୁ ଜଣା ପଡୁଥିବାରୁ ଏହାକୁ ଅପରେସନ ଦ୍ଵାରା ଭଲ କରିବା କଠିନ । ଏଣୁ କେମୋଥେରାପି ଏହାର ସୁବିଧା ଜନକ ଚିକିତ୍ସା ଠିକ୍ ଠିକ୍ ଭାବରେ ଚିକିତ୍ସା କଲେ ରୋଗୀ ୧୦/୧୫ ବର୍ଷ ସୁସ୍ଥ ସବଳ ଜୀବନ ଯାପନ କରିପାରେ ।

ରକ୍ତ କ୍ୟାନସର

ଯଦିଓ ଏହାକୁ ରକ୍ତ କ୍ୟାନସର କୁହାଯାଏ , ତଥାପି ଏହା ହେଉଛି ହାଡ ମଧ୍ୟସ୍ଥ ମଜ୍ଜାର କ୍ୟାନସର । କାରଣ ହାଡ ମଧ୍ୟସ୍ଥ ମଜ୍ଜା ହିଁ ରକ୍ତରେ ପ୍ରଧାନ ଉପାଦାନ । ଲୋହିତ ରକ୍ତ କଣିକା ଏବଂ ପ୍ଲେଟେଲେଟ୍ସକୁ ତିଆରି କରିଥାଏ । ଯେତେବେଳେ ହାଡ ମଜ୍ଜାର କୋଷଗୁଡିକ କ୍ୟାନସର କୋଷରେ ପରିଣତ ହୁଅନ୍ତି ସେତେବେଳେ ସେମାନେ ସେମାନଙ୍କର ସାଧାରଣ ଧର୍ମ ହରାଇ ଅତ୍ୟଧିକ ପରିମାଣରେ ଶ୍ଵେତରକ୍ତ କଣିକା ତିଆରି କରନ୍ତି ଏବଂ ଲୋହିତ ରକ୍ତ କଣିକା ଏବଂ ଅନୁଚକ୍ରିକା କମ୍ ତିଆରି କରନ୍ତି । ଫଳରେ ରକ୍ତ ଗାଢ ଲାଲ୍ ନଦେଖା ଯାଇ ଅପେକ୍ଷାକୃତ ଫିକା ଦେଖାଯାଏ , ଯାହାକୁ ଆମେ ଶ୍ଵେତରକ୍ତ ବୋଲି କହିଥାଉ ।

ରକ୍ତ କ୍ୟାନସରକୁ ଜାଣିବା ମାତ୍ରକେ ଚିକିତ୍ସା ଆରମ୍ଭ କରିବା ଉଚିତ୍ । ନଚେତ୍ ରକ୍ତ ହୀନତା , ସାମାନ୍ୟ କ୍ଷତରୁ ଅଧିକ ରକ୍ତ ବହିବା ବା ସଂକ୍ରମଣ ହେବା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିପାରେ । ରକ୍ତ କ୍ୟାନସର ରୋଗୀ ମାତ୍ର କେତୋଟି ସପ୍ତାହ ବଞ୍ଚିପାରେ କିମ୍ବା ବର୍ଷବର୍ଷ ଧରି ବଞ୍ଚିପାରେ । ଏହା ରୋଗର ପ୍ରକାର ଏବଂ ଆକ୍ରାନ୍ତ ରୋଗୀର ଅବସ୍ଥା ଉପରେ ନିର୍ଭର କରେ । କିଛି ରୋଗ ତୁରନ୍ତ ବଢି ଯାଉଥିବା ସମୟରେ ଆଉ କିଛି ଧିରେ ଧିରେ ବଢେ । ବିଭିନ୍ନ ପ୍ରକାର ରକ୍ତ କ୍ୟାନସର ଲିମ୍ଫୋବ୍ଲାଷ୍ଟିକ ଲ୍ୟୁକୋମିଆ ରେ ଶିଶୁ ମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଏହି ରୋଗରେ ପୀଡିତଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂସ ଶିଶୁ କ୍ୟାନସର ରୋଗୀ ପୀଡିତ ଥାଆନ୍ତି । ଦୁଇରୁ ସାତ ବର୍ଷର ଶିଶୁମାନେ ଏହି ଶ୍ରେଣୀର ରୋଗରେ ସାଂଘାତିକ ଭାବେ ଆକ୍ରାନ୍ତ ହେଉଥିବା ବେଳେ ଏହାଠାରୁ ଅଧିକ ବୟସ୍କ ପିଲାମାନେ ଅର୍ଥାତ୍ ୧୫/୧୬ ବର୍ଷର ପିଲାମାନେ ଏହି ରୋଗରେ କ୍ଵଚିତ ଆକ୍ରାନ୍ତ ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ହେଉଥିବା ରକ୍ତ କ୍ୟାନସରକୁ ଇଂରାଜିରେ (ANLL – Acute Non – lymphocytic Leukamia)କୁହାଯାଏ । ଏହାକୁ ମଧ୍ୟ (AML – Acute myelogenous Leukamia) କୁହାଯାଏ ।

ରକ୍ତ କ୍ୟାନସର ମୁଖ୍ୟ କାରଣ ଏବେ ମଧ୍ୟ ଜଣା ପଡିନାହିଁ । ତଥାପି ମେରୁଦଣ୍ଡରେ ହେଉଥିବା ଆଥ୍ରାଇଟିସର ଏକ୍ସ – ରେ ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ଲ୍ୟୁକୋମିଆ ଦେଖାଯାଏ । ଅନ୍ୟପ୍ରକାର କ୍ୟାନସର ରୋଗୀଙ୍କ ଠାରେ ଆଲ୍ କିଲେଟିଂ ଆଜେଣ୍ଟ ଭାବରେ ଔଷଧ ବ୍ୟବହାର ହେବାର ବହୁ ବର୍ଷ ପରେ ମଧ୍ୟ ମଧ୍ୟ ସେମାନଙ୍କଠାରେ ରକ୍ତ କ୍ୟାନସର ଦେଖାଦେବାର ନଜର ଅଛି । ବିଭିନ୍ନ ପ୍ରକାର ବିଷାକ୍ତ ରାସାୟନିକ ପଦାର୍ଥ ଯଥା ବେଞ୍ଜିନ ସଂସ୍ପର୍ଶରେ ଆସୁଥିବା କାରଖାନାର କର୍ମଚାରୀଙ୍କ ଠାରେ ମଧ୍ୟ ରକ୍ତ କ୍ୟାନସର ଅଧିକ ଦେଖାଯାଏ । କେତେକ ପ୍ରକାର Virus ଦ୍ଵାରା ମଧ୍ୟ ଏହି ରୋଗ ଅଧିକ ହୁଏ ।

ରକ୍ତ କ୍ୟାନସରକୁ ସାଧାରଣତଃ ତୁରନ୍ତ ବ୍ୟାପୁଥିବା ରକ୍ତ କ୍ୟାନସର ଏବଂ ଧିରେ ଧିରେ ବ୍ୟାପୁଥିବା ରକ୍ତ କ୍ୟାନସର ଏପରି ଦୁଇ ଭାଗରେ ବିଭକ୍ତ କରାଯାଏ । ଉଭୟ ପ୍ରକାରର ରକ୍ତ କ୍ୟାନସର ପ୍ରଧାନ ଲକ୍ଷଣ ମଧ୍ୟରେ -

1) ଅସ୍ଵାଭାବିକ କ୍ଲାନ୍ତି ।

2) ସାମାନ୍ୟ ଆଘାତରେ ଭିଷଣ ରକ୍ତ ବହିବା , ଦାନ୍ତମାଢି ଆଦିରୁ ବିନା କାରଣରେ ରକ୍ତ ବହିବା ।

3) ଶରୀର ବାରମ୍ବାର ସଂକ୍ରମଣ ହେବା ।

4) ତଳିପେଟରେ ପ୍ଲୀହା ବୃଦ୍ଧି ଯୋଗୁ ତଳିପେଟ ଅସ୍ଵାଭାବିକ ଭାବେ ବୃଦ୍ଧି ପାଇବା ।

5) କ୍ଷୁଧାହୀନତା ।

6) ଜ୍ଵର ଲାଗି ରହିବା ।

7) ଓଜନ ହରାଇବା ।

8) ଚର୍ମର କୌଣସି ସ୍ଥାନରେ ଛୋଟ ଘା ’ ଟିରୁ ବିନା କାରଣରେ ବହୁତ ରକ୍ତ କ୍ଷରୀତ ହେବା ।

9) ଛୋଟ ପିଲାମାନେ ବିନା କାରଣରେ କ୍ଲାନ୍ତ ଅନୁଭବ କରିବା । ଗଳା , ପାଟି ଆଦିରେ ସଂକ୍ରମଣ ଜନିତ ଘା ’ ହେବା ।

ରକ୍ତ ପରୀକ୍ଷାରେ ଲୋହିତ ରକ୍ତ କଣିକା , ହିମୋଗ୍ଲୋବିନର ମାତ୍ରା ରକ୍ତରେ ସାଧାରଣ ମାତ୍ରା ଠାରୁ କମ୍ ଥିବାର ଜଣାପଡେ । ସେହିପରି ଟି. ଏଲ. ସି. ବଢିଯାଏ ଏବଂ ରକ୍ତରେ ଅପରିପକ୍ଵ ଶ୍ଵେତ ରକ୍ତକଣିକାର ପରିମାଣର ମାତ୍ରା ବୃଦ୍ଧି ପାଏ । E. S. R ଖୁବ୍ ଅଧିକ ହୁଏ ପ୍ଲେଟଲେଟ ସଂଖ୍ୟା ମଧ୍ୟ ଅଧିକ ହୁଏ । ଅସ୍ତି ମଜ୍ଜାର ବାୟୋପ୍ ସ ଏବଂ ଟିସୁମାନଙ୍କର ରୋଗ ପରୀକ୍ଷା E. S. R ଦ୍ଵାରା ମଧ୍ୟ ଏହି ରୋଗ ଧରାପଡି ଯାଏ , ଯଦି ଏହି ରୋଗ ଫୁସ୍ ଫୁସ୍ କୁ ଆକ୍ରାନ୍ତ କରିଥାଏ ତାହା ମଧ୍ୟ ଏକ୍ସ ରେ ଦ୍ଵାରା ଜଣା ପଡେ ।

ଚିକିତ୍ସା : ଏହି ରୋଗ ଯଦି ମସ୍ତିସ୍କର ଉପର ଅଂଶ କୁ ଆକ୍ରାନ୍ତ କରିଥାଏ କିମ୍ବା ମେରୁଦଣ୍ଡର ମଧ୍ୟସ୍ଥ ସ୍ନାୟୁ ସଂସ୍ଥାନକୁ ଆକ୍ରାନ୍ତ କରିଥାଏ ତେବେ ବିକିରଣ ରଶ୍ମି ଚିକିତ୍ସା ଦ୍ଵାରା ସୁଫଳ ମିଳିଥାଏ , ମାତ୍ର ଅନ୍ୟ କ୍ଷେତ୍ରରେ କେବଳ ଏକ ବା ଏକାଧିକ ରାସାୟନିକ ଔଷଧ ଚିକିତ୍ସା ଦ୍ଵାରା ଏହି ରୋଗକୁ ନିୟନ୍ତ୍ରଣ ମଧ୍ୟକୁ ଅଣାଯାଇ ପାରେ ।

ବ୍ୟକ୍ତି ବିଶେଷ କ୍ଷେତ୍ରରେ ରାସାୟନିକ ଔଷଧ ଚିକିତ୍ସାରେ ପାର୍ଶ୍ଵ ପ୍ରତିକ୍ରିୟା ଅଧିକ ବଢିଯାଇ ପାରେ ଚିକିତ୍ସା ସମୟରେ ରୋଗୀର ଦୁର୍ବଳ ପ୍ରତିରୋଧ ଶକ୍ତି ଆହୁରି ଦୁର୍ବଳ ହୋଇଯିବାର ଦୃଷ୍ଟାନ୍ତ ଅଛି । ସେହିପରି ଶାରୀରିକ ଦୁର୍ବଳତା , ବାନ୍ତି , ଅଗ୍ନିମାନ୍ଦ୍ୟ , କ୍ଷୁଧା ହୀନତା ଏବଂ ବିଭିନ୍ନ ସ୍ଥାନରୁ ଅତ୍ୟଧିକ ରକ୍ତ କ୍ଷରଣ ଆଦି ଉପସର୍ଗ ଦେଖାଯାଇପାରେ । ଏଥିପାଇଁ ଡାକ୍ତରଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବାକୁ ପଡେ । ଶିଶୁମାନଙ୍କ କ୍ଷେତ୍ରରେ ଶତକଡା ନବେ ଭାଗରୁ ଅଧିକ ରୋଗୀ ଚିକିତ୍ସା ଦ୍ଵାରା ରୋଗ ପ୍ରାଦୁର୍ଭାବରୁ ରକ୍ଷା ପାଆନ୍ତି ଏବଂ ଶରୀରସ୍ଥ କ୍ୟାନସର କୋଷ ଗୁଡିକ ମରିଯାଉ ଥିବାରୁ ରକ୍ତ କ୍ୟାନସର କୋଷର ଉପସ୍ଥିତିର ମାତ୍ରା କମିଯାଏ । ସ୍ଥଳ ବିଶେଷରେ ସମ୍ପୂର୍ଣ୍ଣ କ୍ୟାନସର କୋଷ ଗୁଡିକ ନିଷ୍କ୍ରିୟ ହେବା ଦ୍ଵାରା ରୋଗରୁ ପୂର୍ଣ୍ଣ ମାତ୍ରାରେ ମୁକ୍ତି ମିଳିଥାଏ ।

ଏହାପରେ ରୋଗୀକୁ ସୁସ୍ଥ ବା ମୁକ୍ତ ରଖିବାକୁ ଏକ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ କୋମା ଔଷଧ , ଇଞ୍ଜେକସନ୍ ନେବାକୁ ହୁଏ , ଯାହାକୁ ମେଣ୍ଟୋନାସ୍ ସ ଥେରାପି କୁହାଯାଏ । ଏହି ଚିକିତ୍ସା ଆବଶ୍ୟକ ସ୍ଥଳେ ବର୍ଷ ବର୍ଷ ଧରି ଚାଲିପାରେ , ଯଦି ରୋଗୀ ଠାରେ କୌଣସି ପ୍ରକାର କ୍ୟାନସରର ଉପକ୍ରମ ପୁନରାୟ ନଦେଖାଯାଏ , ତେବେ ଚିକିତ୍ସାକୁ ବନ୍ଦ କରାଯାଇପାରେ ।

ଶିଶୁମାନଙ୍କ କ୍ଷେତ୍ରରେ ଚିକିତ୍ସାର ପ୍ରଥମ ଦୁଇବର୍ଷ ମଧ୍ୟରେ ରୋଗ ଲେଉଟିବାର ସମ୍ଭାବନା ବେଶି ଥାଏ ମାତ୍ର ପରବର୍ତ୍ତୀ ସମୟରେ ଏହା କମିଯାଏ ଏବଂ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ।

ଅସ୍ଥିମଜା ପ୍ରତିରୋପଣ ଚିକିତ୍ସା : ସ୍ଥଳ ବିଶେଷରେ ଶିଶୁମାନଙ୍କ ଠାରେ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯାଏ , ସୁସ୍ଥ ବ୍ୟକ୍ତିର ଅସ୍ତି ମଜ୍ଜାକୁ ପ୍ରଶିରା ମଧ୍ୟରେ ଇଞ୍ଜେକସନ୍ ଆକାରରେ ଦିଆଯାଏ , ଏହି ମଜ୍ଜା ରକ୍ତ ସାହାଯ୍ୟରେ ହାଡ ମଧ୍ୟସ୍ଥ ମଜ୍ଜାକୁ ଯାଏ ଏବଂ ସୁସ୍ଥ ମଜ୍ଜା ରୋଗାକ୍ରାନ୍ତ ମଜ୍ଜା ବଦଳରେ ଶରୀରକୁ ଅଧିକ ପରିମାଣର ସୁସ୍ଥ ଶ୍ଵେତ ଓ ଲୋହିତ ରକ୍ତ କଣିକା ଓ ଅଣୁ ଚକ୍ରିକା ସୃଷ୍ଟି କରି ଯୋଗାଏ ଫଳରେ ପ୍ରାୟ ୩ ସପ୍ତାହ ମଧ୍ୟରେ ଧୀରେ ଧୀରେ ସୁସ୍ଥ ହୁଏ । ଶରୀରସ୍ଥ ରକ୍ତରେ ଅଣୁ ଚକ୍ରିକା କମିଗଲେ ସ୍ଥଳ ବିଶେଷରେ ସୁସ୍ଥ ଅଣୁ ଚକ୍ରିକା ସଂଗ୍ରହ କରାଯାଇ ରୋଗୀର ରକ୍ତରେ ଇଞ୍ଜେକସନ୍ ସାହାଯ୍ୟରେ ଦିଆଯାଏ ।

ରୋଗୀକୁ ସର୍ବଦା ସତର୍କତାର ସହିତ ରହିବାକୁ ହୁଏ ଏବଂ ଯଦି ଜ୍ଵର ହୁଏ ଏବଂ ଜ୍ଵର ତୁରନ୍ତ ୫/୬ ଘଣ୍ଟାରେ ନଛାଡେ ତେବେ ଅଭିଜ୍ଞ ଚିକିତ୍ସକଙ୍କ ଉପଦେଶ ଅନୁଯାୟୀ ଚିକିତ୍ସା କରାଯାଏ । ଦୁର୍ବଳ ପ୍ରତିରୋଧ ଶକ୍ତି ଯୋଗୁ ରକ୍ତ କ୍ୟାନସର ରୋଗୀକୁ ସର୍ବଦା ସତରକତାର ସହିତ ପରିଷ୍କାର ପରିଚ୍ଛନ୍ନତା ମଧ୍ୟରେ ରଖିବାକୁ ପଡେ । ଗାଧୁଆଘର ପାଇଖାନାକୁ ଯିବାବେଳେ ସେସବୁ ସ୍ଥାନ ବିଶୋଧନ କରାଯାଏ , ରାସ୍ତାରେ ଗଲାବେଳେ ଧୁଳି ଧୂଆଁ ଓ ଅନ୍ୟ ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ମୁହଁରେ ମୁଖା ବ୍ୟବହାର କରିବାକୁ ପଡେ ।

ଥାଇରଏଡ କ୍ୟାନସର

ଥାଇରଏଡ୍ ଗ୍ରନ୍ଥି ବେକର ଆଗ ପାଖରେ ଗଳାର ଉପର ଭାଗରେ ଶ୍ଵାସନଳୀର ଦୁଇ ପାର୍ଶ୍ଵର ଗ୍ରୀବା ତଳକୁ ଅବସ୍ଥିତ , ଏଥିରୁ ନିର୍ଗତ ରସ ରକ୍ତ ସ୍ରୋତରେ ମିଶି ଶରୀରର ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହିତ ଶରୀରର ମେଟା ବୋଲିଜମ୍ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ ।

ଥାଇରଏଡ୍ ଗ୍ରନ୍ଥି ବିଭିନ୍ନ କାରଣରୁ ଫୁଲେ ସେଥିମଧ୍ୟରୁ ଶରୀରରେ ଆୟୋଡିନ୍ ର ଅଭାବ , ଗାଲୁଆ ମୁଖ୍ୟ କାରଣ , ମାତ୍ର କ୍ୟାନସର କାରଣରୁ ମଧ୍ୟ ଏହି ଥାଇରଏଡ୍ ଗ୍ରନ୍ଥି ଫୁଲେ । ଥାଇରଏଡ୍ କ୍ୟାନସରର ପ୍ରାରମ୍ଭିକ ଅବସ୍ଥାରେ ଗଳା ପାଖରେ ଗୋଟମା ଭଳି ଫୁଲିବା ସହ ସାଧାରଣ ଭାବରେ ଗଳା ପାଖ ଫୁଲେ । ଏହା ସହିତ ଗଳାର ଶିରାମାନେ ମଧ୍ୟ ଫୁଲି ଅଲଗା ଜଣା ପଡନ୍ତି ।

ଅଲ୍ ଟ୍ରାସାଉଣ୍ଡ କଲେ ଯଦି ଥାଇରଏଡର କୌଣସି ଅଂଶ କାର୍ଯ୍ୟକ୍ଷମ ନଥିବାର ଜଣାଯାଏ ତେବେ କ୍ୟାନସର ହୋଇଥିବାର ସନ୍ଧେହ କରାଯାଇପାରେ , ଛୁଞ୍ଚି ସାହାଯ୍ୟରେ ଥାଇରଏଡ୍ ରୁ ସାମାନ୍ୟ ଅଂଶ ନେଇ ତାହାକୁ ବାୟୋପ୍ ସି କଲେ କ୍ୟାନସର ସେଲ୍ ଜଣାପଡେ । ଏପରି ସ୍ଥଳରେ କ୍ୟାନସର ପ୍ରକୃତ ଅବସ୍ଥା ଜାଣିବାକୁ ଛାତି ହାଡର ଏକ୍ସ – ରେ କରିବାକୁ ପଡେ , କାରଣ ଥାଇରଏଡ୍ କ୍ୟାନସର ହୁଏତ ଏସବୁ ଅଞ୍ଚଳକୁ ବ୍ୟାପିଥାଇ ପାରେ ।

ଚିକିତ୍ସା : ଶଲ୍ୟ ଚିକିତ୍ସା ଦ୍ଵାରା ଥାଇରଏଡ୍ ଗ୍ଲାଣ୍ଡର ଆକ୍ରାନ୍ତ ଅଂଶ ବିଶେଷକୁ ବାହାର କରିଦିଆଯାଏ ଏବଂ ଆବଶ୍ୟକ ସ୍ଥଳେ ତତ୍ ସଂଲଗ୍ନ ସୁସ୍ଥ ଅଂଶର କିଛି ମଧ୍ୟ କାଟି ବାହାର କରିଦିଆଯାଏ । ଯେପରିକି ଏହା କ୍ୟାନସର ଦ୍ଵାରା ଆକ୍ରାନ୍ତ ହେବନାହିଁ । ସୁସ୍ଥ ଥାଇରଏଡ୍ ଗ୍ଲାଣ୍ଡର କିଛି ଅଂଶକୁ ଛାଡି ଦିଆଯାଏ , ଯାହାଦ୍ୱାରା ଶରୀର ପାଇଁ ଦରକାର ହେଉଥିବା ଥାଇରଏଡ୍ କ୍ଷରଣ ହୋଇପାରିବ ତେବେ କେତେକ ସ୍ଥଳରେ ଅପରେସନ୍ ଯୋଗୁ ସ୍ଵରତନ୍ତ୍ରୀ କ୍ଷତିଗ୍ରସ୍ତ ହୋଇ ବ୍ୟକ୍ତିର ସ୍ଵର ଅସ୍ଵାଭାବିକ ଭାବେ କର୍କଶ ହୋଇଯାଏ ।

ଯେଉଁ ସ୍ଥଳରେ କ୍ୟାନସର ଖୁବ୍ କ୍ଷିପ୍ର ଗତିରେ ବ୍ୟାପୁଥାଏ ସେପରି ସ୍ଥଳରେ ରେଡିଏସନ୍ ଚିକିତ୍ସା ଦ୍ଵାରା ରୋଗୀକୁ ତୁରନ୍ତ ନିୟନ୍ତ୍ରଣ କରାଯାଇପାରେ । କେମୋଥେରାପିରେ ଆଡ୍ରିଆମାଇସିନ୍ ଔଷଧର ପ୍ରୟୋଗ ଦ୍ଵାରା ଶତକଡା ୨୦ ଭାଗ ରୋଗକୁ ନିୟନ୍ତ୍ରଣ କରାଯାଇଥାଏ , ତେବେ ଧୀରେ ଧୀରେ ବଢୁଥିବା ସ୍ଥଳେ ତୁରନ୍ତ ଥାଇରଏଡ୍ କ୍ୟାନସର କିଛି ମାତ୍ରାରେ ନିୟନ୍ତ୍ରଣ ହୋଇ ରହେ ।

ମୁଖ ଗହ୍ଵର କ୍ୟାନସର

ମୁଖ ଗହ୍ଵର କ୍ୟାନସର ଭାରତ , ବଙ୍ଗଳାଦେଶ , ଶ୍ରୀଲଙ୍କା ଆଦି ଦେଶରେ ଅଧିକ ପରିମାଣ ଦେଖାଯାଏ । ଭାରତରେ କ୍ୟାନସର ଭୋଗୁଥିବା ଶତକଡା ୩୦ରୁ ୫୦ ଭାଗ ବ୍ୟକ୍ତି ମୁଖ ଗହ୍ଵର କ୍ୟାନସରରେ ଆକ୍ରାନ୍ତ । ଏହାର ମୁଖ୍ୟ କାରଣ ହେଉଛି ଧୂଆଁପତ୍ର , ଦୋକତା ଗୁଣ୍ଡି , ଆଦି ନିଶା ଦ୍ରବ୍ୟକୁ ଖାଇବା ଏବଂ ତାହାକୁ ଦୀର୍ଘ ସମୟ ପୁଡିଆ ପରି କଳରେ ଜାକି ରଖିବା , ଧୂମ ପାନ ମଧ୍ୟ ଏହାର ଏକ ମୁଖ୍ୟ କାରଣ ।

ପ୍ରାଥମିକ ଅବସ୍ଥାରେ ମୁଖ ଗହ୍ଵର ଭିତର ଅଂଶରେ ଏକ ଧଳା ପ୍ୟାଚ୍ ଦେଖାଯାଏ । ଧୀରେ ଧୀରେ ଏହା କଠିନ ହୁଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଘାରେ ପରିଣତ ହୋଇ ଶୁଖେ ନାହିଁ । ଖଇନି , ଗୁଣ୍ଡି ଖାଉଥିବା ବ୍ୟକ୍ତିଙ୍କର ତଳ ଓଠରେ ଯଦି କେତେବେଳେ ଘା ହୁଏ ଏବଂ ଏପରି ଘା ଦୁଇ ସପ୍ତାହରୁ ଅଧିକ ଦିନ ଲାଗିରହେ ତେବେ ତାହା କ୍ୟାନସର ବୋଲି ସନ୍ଦେହ କରି ଡାକ୍ତରୀ ପରୀକ୍ଷା କରିବା ଉଚିତ୍ ।

ମୁଖ ଗହ୍ଵର କ୍ୟାନସର ର ଶତକଡା ୯୦ରୁ ୯୫ ଭାଗ ରୋଗୀଙ୍କର ତମାଖୁ , ଧୂଆଁପତ୍ର ଗୁଣ୍ଡି , ଖଇନି ଇତ୍ୟାଦିର ଅଭ୍ୟାସ ଥିବା ଜଣା ଯାଇଛି , ଏଣୁ ଏହି ସବୁ ନିଶା ଦ୍ରବ୍ୟ ଖାଇବା ଅଭ୍ୟାସ ଥିବା ଜଣା ଯାଇଛି , ଏଣୁ ଏହି ସବୁ ନିଶା ଦ୍ରବ୍ୟ ଖାଇବା ଅଭ୍ୟାସ ବନ୍ଦ କରିଲେ ଏହି ରୋଗର ପ୍ରାଦୁର୍ଭାବ ତୁରନ୍ତ କମିଯିବ ।

ଜିହ୍ଵାରେ ହେଉଥିବା କ୍ୟାନସର ସାଧାରଣତଃ ଜିହ୍ଵାର ପାଶ୍ଚାତ ଭାଗରେ ଆରମ୍ଭ ହେଉଥିବାରୁ ଏହା ମାସ ମାସ ଧରି ଆରମ୍ଭ ହୋଇଥିଲେ ମଧ୍ୟ ସହଜରେ ଜଣାପଡେ ନାହିଁ ଏବଂ ଜଣା ପଡିଲା ବେଳକୁ ଏହା ବହୁତ ବଢି ଯାଇଥାଏ , ପରବର୍ତ୍ତୀ ଅବସ୍ଥାରେ ଏହା ଲସିକା ଗ୍ରନ୍ଥି କୁ ଆକ୍ରାନ୍ତ କରିଥାଏ , ଫଳରେ ଲସିକା ଗ୍ରନ୍ଥି ଗୁଡିକର ଅସ୍ଵାଭାବିକ ବୃଦ୍ଧି ଘଟିଥାଏ ଏବଂ ସେତେବେଳେ ହିଁ ରୋଗୀ ଡାକ୍ତରୀ ଚିକିତ୍ସା ପାଇଁ ତତ୍ପର ହୋଇଥାଏ ।

ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଆରମ୍ଭ ହୋଇଥିଲେ ଏହି ରୋଗୀକୁ ନିୟନ୍ତ୍ରିତ କରାଯାଇପାରିବ , ମାତ୍ର ଯେହେତୁ ଏ କ୍ଷେତ୍ରରେ ଅଧିକାଂଶ ସ୍ଥଳରେ ବିଳମ୍ବରେ ଚିକିତ୍ସା ଆରମ୍ଭ ହୁଏ ବ୍ୟୟ ବହୁଳ ଚିକିତ୍ସା କରି ମଧ୍ୟ ବଞ୍ଚିବାର ଆଶା ପ୍ରାୟ ଶତକଡା ୧୦ ରୁ ୧୫ ରହେ ।

ଖାଦ୍ୟନଳୀ କ୍ୟାନସର

ଖୁବ୍ ଗରମ ଖାଦ୍ୟ ଖାଉଥିବା ବ୍ୟକ୍ତିମାନଙ୍କୁ ସାଧାରଣତଃ ଖାଦ୍ୟ ନଳୀ କ୍ୟାନସର ହୁଏ , କାଶ୍ମୀର ଅଞ୍ଚଳରେ ଲୋକମାନେ ଯେଉଁମାନଙ୍କର ଅତ୍ୟଧିକ ଲୁଣି ଚା ପିଇବାର ଅଭ୍ୟାସ ଥାଏ ସେମାନଙ୍କୁ ଅଧିକ ପରିମାଣର ଖାଦ୍ୟନଳୀ କ୍ୟାନସର ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ଭିଟାମିନ୍ ଅଭାବ ଯୋଗୁ ଖାଦ୍ୟ ନଳୀରେ କ୍ଷତ ସୃଷ୍ଟିହୋଇ ଏହି କ୍ୟାନସର ହୋଇଥାଏ ।

ଲକ୍ଷଣ : ପ୍ରଥମେ କଠିନ , ଅର୍ଦ୍ଧତରଳ ଖାଦ୍ୟ ଗିଳିବାରେ କଷ୍ଟ ଅନୁଭବ ହୁଏ , ତା’ପରେ ତରଳ ଖାଦ୍ୟ ମଧ୍ୟ ପେଟକୁ ଯାଏ ନାହିଁ , ପିଠି ଓ ଛାତିରେ ଯନ୍ତ୍ରଣା ଅନୁଭୂତ ହୁଏ । ଠିକ୍ ଭାବେ ଖାଦ୍ୟ ଗ୍ରହଣ କରିବାର କ୍ଷମତା ହ୍ରାସ ଯୋଗୁଁ ଶରୀର ଓଜନ ହ୍ରାସ ପାଏ । ଟିକେ ଅଧିକ ଖାଇଲେ ବାନ୍ତି ହୁଏ । ବାନ୍ତିରେ ରକ୍ତ ପଡିପାରେ ।

ରକ୍ତ ପରୀକ୍ଷା କରିଲେ ଡ଼ାକ୍ତର ହିମୋଗ୍ଲୋବିନ , ଲୋହିତ ରକ୍ତ କଣିକା କମ୍ ଥିବାର ଜଣାଯାଏ । ଝାଡା ପରୀକ୍ଷା କରିଲେ ମଳରେ ଜମାଟ ବନ୍ଧାରକ୍ତ ପଡିବାର ଜଣାଯାଏ । ଏଣ୍ଡୋସ୍କୋପି ଦ୍ଵାରା ଖାଦ୍ୟ ନଳୀର କ୍ଷତ ଜଣା ପଡେ । ରୋଗ ଅଧିକ ଡେରି ହେଲେ ତାହା ଲିଭରକୁ ବ୍ୟାପିଥାଏ । ଏଣୁ ଲିଭର ସ୍କାନ ଦ୍ଵାରା ତାହା ଜଣାପଡେ ।

ଏହି ରୋଗର ଚିକିତ୍ସା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ ଓ କଷ୍ଟସାଧ୍ୟ । କାରଣ କ୍ୟାନସର ଟିସୁକୁ କାଟିବାହାର କରିବାକୁ ଆବ୍ -ଡୋମେନ୍ ଓ ଥୋରାକ୍ସ କଣା କରିବାକୁ ପଡେ । ସେହିପରି ଅପରେସନ ପରେ କ୍ଷତ ଶୁଖିବାକୁ ମଧ୍ୟ ଅଧିକ ସମୟସାପେକ୍ଷ ହୁଏ । ରୋଗୀକୁ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ରେଡିଏସନ୍ ରଶ୍ମି ଚିକିତ୍ସାର ଆବଶ୍ୟକତା ପଡିଥାଏ । ପ୍ରାୟ ୪/୫ ସପ୍ତାହ ତେଜସ୍କ୍ରିୟ ରଶ୍ମି ଚିକିତ୍ସା କରିବାକୁ ପଡିପାରେ , କେମୋଥେରାପି ପ୍ରାୟ ଖୁବ୍ ଫଳପ୍ରଦ ହୁଏ ନାହିଁ । କାରଣ ଅଧିକାଂଶ କ୍ଷେତ୍ରରେ ଚିକିତ୍ସା ଆରମ୍ଭ ହେବା ବେଳକୁ କ୍ୟାନସରରେ ରୋଗରୁ ମୁକ୍ତି ପାଇବା ପରିମାଣ ଅପେକ୍ଷାକୃତ କମ୍ । ତେବେ ଏହା ହତୋତ୍ସାହଜନକ ନୁହେଁ , କାରଣ ଏବେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବହୁ ବୈପ୍ଳବିକ ପରିବର୍ତ୍ତନ ଘଟିଲାଣି ।

ପାକସ୍ଥଳୀ କ୍ୟାନସର

ପାକସ୍ଥଳୀରେ ଖାଦ୍ୟ ବିଘଟିତ ହୋଇ ହଜମ ହୋଇଥାଏ । ଅର୍ଥାତ୍ ଖାଦ୍ୟସାରକୁ ପରବର୍ତ୍ତୀ ଅବସ୍ଥାରେ କ୍ଷୁଦ୍ରାନ୍ତ ମଧ୍ୟରେ ଶରୀର ଗ୍ରହଣ କରିଥାଏ । ଯଦି ଖାଦ୍ୟରେ କ୍ୟାନସର ସୃଷ୍ଟିକାରୀ କୌଣସି ଉପାଦାନ ଥାଏ ତେବେ ତାହା ପାକସ୍ଥଳୀକୁ କ୍ଷତି ପହଞ୍ଚାଇ ଥାଏ ।

ଯଦିଓ ପାକସ୍ଥଳୀ କ୍ୟାନସରର ସଠିକ୍ କାରଣ ନିରୂପିତ ହୋଇପାରିନାହିଁ । ତଥାପି ଯେଉଁମାନେ ଅତ୍ୟଧିକ ପରିମାଣର ମଦ୍ୟପାନ କରନ୍ତି , ଅତ୍ୟଧିକ ଅମ୍ଳ ଓ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି , ସେମାନଙ୍କର ପାକସ୍ଥଳୀରେ କ୍ଷତ ସୃଷ୍ଟି ହୋଇ ପରବର୍ତ୍ତୀ ଅବସ୍ଥାରେ କ୍ୟାନସରେ ପରିଣତ ହୋଇଥାଏ । ତଳିପେଟ ଦରଜ ହେବା , ଅତ୍ୟଧିକ ବାନ୍ତି ହେବା , କ୍ଷୁଧା କମିଯିବା , ବାନ୍ତିରେ ରକ୍ତ ପଡିବା ଆଦି ଏହି ରୋଗର ଲକ୍ଷଣ ।

ରକ୍ତ ପରୀକ୍ଷା କଲେ ଯଦିଓ TLC , DLC ସାଧାରଣ ମାତ୍ରାରେ ରହିଥାଏ , ହିମୋଗ୍ଲୋବିନ କମିଯାଇଥାଏ , ESR ର ବୃଦ୍ଧି ଘଟି ଥାଏ । ପାକସ୍ଥଳୀର ଏଣ୍ଡ୍ରୋସ୍କୋପି ବା Gastroscopy ରେ କ୍ୟାନସର ସେଲ ଥିବା ଜଣାପଡି ଥାଏ । ସେହି କ୍ଷତ ସ୍ଥାନର Biopsy କରିଲେ କ୍ୟାନସର ରୋଗର କୋଷର ଅବସ୍ଥିତି ମଧ୍ୟ ଜଣାପଡେ ।

ଏହି ରୋଗର ଲକ୍ଷଣ ସ୍ପଷ୍ଟ ଜଣା ପଡିଲା ବେଳକୁ ରୋଗ ଅଧିକ ବଢିଯାଇଥାଏ । ଏଣୁ ରୋଗୀକୁ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ପ୍ରସିଦ୍ଧ ଡାକ୍ତରମାନଙ୍କର ଉପଦେଶ ନେବା ଦରକାର । ଯଦି ପାକସ୍ଥଳୀର ଅଳ୍ପ ଅଂଶ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ ତେବେ ଆକ୍ରାନ୍ତ ଅଂଶକୁ କାଟି ବାହାର କରି ଦିଆଯାଏ । କ୍ୟାନସର ମାଂସ ପିଣ୍ଡୁଳାର ଯଦି ପାକସ୍ଥଳୀରେ ଖାଦ୍ୟର ଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଥାଏ ତେବେ ତାହାକୁ ମଶଯ ଅପରେସନ୍ ଦ୍ଵାରା ବାହାର କରି ଦିଆଯାଏ ।

ଆବଶ୍ୟକ ସ୍ଥଳେ ରେଡିଏସନ୍ ଥେରାପି ଓ କେମୋଥେରାପିର ସହାୟତା ନିଆଯାଏ । ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ ଏହି ରୋଗର ସଫଳ ପ୍ରତିରୋଧ କରାଯାଇ ପାରୁଛି , ଏଣୁ ରୋଗୀର ପରିବାରବର୍ଗ ଓ ସମ୍ପର୍କୀୟଙ୍କର ଦାୟିତ୍ଵ ହେଉଛି ତୁରନ୍ତ ପ୍ରସିଦ୍ଧ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଇବା ।

ଅନ୍ତନଳୀ କ୍ୟାନସର

ଯେଉଁମାନଙ୍କର ଖାଦ୍ୟରେ ଖଡଡା ଅଂଶ ନଥାଏ ସେମାନେ କୋଷ୍ଠ କାଠିନ୍ୟ ଭୋଗ କରନ୍ତି ସେମାନଙ୍କୁ ଅନ୍ତନଳୀ କ୍ୟାନସର ହେବାର ସମ୍ଭାବନା ବେଶି ଥାଏ । କାରଣ ଖାଦ୍ୟରେ ଖଡଡା ଅଂଶ ରହିଲେ ଅପେକ୍ଷାକୃତ କମ୍ ସମୟ ମଧ୍ୟରେ ଅନ୍ତନଳୀରୁ ଝାଡା ଆକାରରେ ବାହାରି ଆସେ । ଏଣୁ ଅନ୍ତନଳୀ ପରିଷ୍କାର ରହେ , ମାତ୍ର ଖାଦ୍ୟ ଖୁବ୍ ଚିକ୍କଣ ଓ ଖଡଡା ଅଂଶ ବିହୀନ ହେଲେ ତାହା ଅଧିକ ବେଗରେ ଗତିକରିପାରେ ନାହିଁ , ଫଳରେ ଅନ୍ତନଳୀରେ ବହୁ ସମୟ ଧରି ରହେ ଏବଂ ପଚେ , ଏ ଖାଦ୍ୟରେ ଥିବା କ୍ୟାନସର ସୃଷ୍ଟିକାରୀ ଉପାଦାନ ଅନ୍ତନଳୀର ଭିତର ଅଂଶ କୋମଳ ସ୍ତରରେ କ୍ୟାନସର ସୃଷ୍ଟି କରେ । ପାଶ୍ଚାତ୍ୟ ଦେଶର ଲୋକେ ମଇଦାର ପାଉଁରୁଟି ଖାଇଥାନ୍ତି , ସେମାନଙ୍କର ଖାଦ୍ୟରେ ମାଂସ ଅଧିକ ଥାଏ । ଏଣୁ ଏହାଦ୍ଵାରା ସେମାନେ କୋଷ୍ଠ କାଠିନ୍ୟରେ ପୀଡିତ ହୁଅନ୍ତି , ଏହି କାରଣରୁ ପାଶ୍ଚାତ୍ୟମାନେ ଅନ୍ତନଳୀ କ୍ୟାନସରରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ୍ ବେଶି । ମାତ୍ର ଭାରତୀୟମାନେ ଅଧିକ ଶାକ ସବଜୀ ଓ ଖଡଡା ଯୁକ୍ତ ଅଟାର ରୁଟି ବା ଆକାଣ୍ଡିଆ ଚାଉଳର ଭାତ ଖାଉଥିବାରୁ ସେମାନଙ୍କୁ କ୍ଵଚିତ ଏହି ରୋଗ ହୁଏ ।

ଯଦି ଏହି କ୍ୟାନସର ଅନ୍ତନଳୀର ଭିତର ପାଖର କୋମଳ ଅଂଶକୁ ଆକ୍ରାନ୍ତ କରିଥାଏ ଏବଂ ଅଧିକ ଗଭୀରକୁ ଗତି କରି ମାଂସ ପେଶୀକୁ ଆକ୍ରମଣ ନକରିଥାଏ ତେବେ ଏହାକୁ ପ୍ରଥମ ଅବସ୍ଥା କୁହାଯାଏ । ଯେତେବେଳେ କି ଆକ୍ରାନ୍ତ ଅପରେସନ ଦ୍ଵାରା କାଟି ବାହାର କରିଦେଲେ ରୋଗୀ ସମ୍ପୂର୍ଣ୍ଣ ରୋଗ ମୁକ୍ତ ହୋଇଯାଏ । ଯେତେବେଳେ ଏହା ଅନ୍ତନଳୀର ମାଂସପେଶୀକୁ ଆକ୍ରାନ୍ତ କରିଥାଏ , ସେତେବେଳେ ମଧ୍ୟ ଅପେକ୍ଷାକୃତ ଯତ୍ନର ସହିତ ଅସ୍ତ୍ର ଚିକିତ୍ସା ଦ୍ଵାରା ଏବଂ ପରବର୍ତ୍ତୀ ଅବସ୍ଥାରେ ରେଡିଏସନ୍ ଓ କେମୋଥେରାପି ଦ୍ଵାରା ରୋଗ ଭଲ ହୁଏ । ମାତ୍ର ଯେତେବେଳେ ଏହା ଅଧିକ ଅଂଶକୁ ଆକ୍ରାନ୍ତ କରିଥାଏ ସେତେବେଳେ ଅନ୍ତନଳୀର ଆକ୍ରାନ୍ତ ଅଂଶକୁ କାଟି ବାହାର କରି ପେଟରେ ଏକ କଣା କରି ସେହିବାଟ ଦେଇ ଝାଡାକୁ ବାହାର କରାଯାଏ । ଯେହେତୁ ଝାଡା ତରଳ ଅବସ୍ଥାରେ ଥାଏ ଏଥିପାଇଁ ଏକ ମୁଣାର ବ୍ୟବସ୍ଥା କରାଯାଏ । ଏହା ଯଦିଓ ବଡ ଅସୁବିଧା ଜନକ ଅବସ୍ଥା ତଥାପି ରୋଗୀ ଏହି ଅବସ୍ଥା ସହିତ ଅଭ୍ୟସ୍ତ ହୋଇ ଖୁବ୍ ସାଧାରଣ ଜୀବନ ଯାପନ କରି ଦୀର୍ଘ ଦିନ ବଞ୍ଚି ପାରେ ।

ଯକୃତ କ୍ୟାନସର

ଯକୃତ ଆମ ଶରୀରର ଡାହାଣ ପାଟ ତଳି ପେଟର ଉପର ଅଂଶରେ ଏବଂ ଠିକ୍ ମଧ୍ୟଚ୍ଛଦାର ତଳେ ଅବସ୍ଥିତ , ଏହାର କାର୍ଯ୍ୟ ହେଉଛି ହଜମ ହୋଇଥିବା ଖାଦ୍ୟକୁ ଆମ ଶରୀର ମଧ୍ୟକୁ ବିଶୋଷିତ କରିବା । ଏହା ଏକ ସ୍ଵତନ୍ତ୍ର ଧରଣର କୋଷ ଦ୍ଵାରା ନିର୍ମିତ ଏବଂ କୋଷ ଗୁଡିକ ନିଜ ଧରଣର ଅଧିକ କୋଷ ସୃଷ୍ଟି କରିବାର କ୍ଷମତାପ୍ରାପ୍ତ ହୋଇଥାନ୍ତି ।

ଯକୃତ କ୍ୟାନସର ପ୍ରାଇମେରୀ ହୋଇପାରେ ଅର୍ଥାତ୍ କ୍ୟାନସର କୋଷ ଯକୃତରେ ହିଁ ସୃଷ୍ଟି ହୋଇପାରନ୍ତି କିମ୍ବା ଏହା ଅନ୍ୟ କୌଣସି ଅଙ୍ଗରେ ସୃଷ୍ଟି ହେଲା ପରେ ଯକୃତକୁ ଆକ୍ରାନ୍ତ କରିପାରନ୍ତି । ଦ୍ଵିତୀୟ ପ୍ରକାର କ୍ୟାନସରକୁ ସେକେଣ୍ଡାରୀ କ୍ୟାନସର କୁହାଯାଏ ।

ଯେଉଁମାନେ ଅତ୍ୟଧିକ ପରିମାଣରେ ମଦ୍ୟପାନ କରନ୍ତି କିମ୍ବା B. Virus ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କୁ ପ୍ରାଇମେରୀ କ୍ୟାନସର ହୋଇପାରେ । ଅର୍ଥାତ୍ କ୍ୟାନସର ଯକୃତରୁ ହିଁ ଆରମ୍ଭ ହୁଏ ।

ଚିନାବାଦାମରେ ସୃଷ୍ଟି ହୋଇଥିବା ଫିମ୍ପି ଲିଭର କ୍ୟାନସର ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଏଣୁ ଯେଉଁମାନେ ଏହି ଫିମ୍ପି ଚିନାବାଦାମ ଖାଆନ୍ତି ସେମାନଙ୍କୁ ମଧ୍ୟ ଲିଭର କ୍ୟାନସର ହେବାର ସମ୍ଭାବନା ଥାଏ , ତେବେ ଲିଭର କ୍ୟାନସର ଏସବୁ କାରଣ ବିନା ମଧ୍ୟ ହୋଇପାରେ ।

ସ୍ତନ କ୍ୟାନସର

ସ୍ତନ କ୍ୟାନସର ହେଉଛି ମହିଳାମାନଙ୍କର ଏକ ପ୍ରମୁଖ ରୋଗ । ପ୍ରତି ବର୍ଷ ପୃଥିବୀରେ ପ୍ରାୟ ଦେଢ ଲକ୍ଷ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଉଥିବା ସମୟରେ ପଚାଶ ହଜାରରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରନ୍ତି । ମହିଳାମାନଙ୍କ ସମଗ୍ର କ୍ୟାନସର ରୋଗୀଙ୍କର ୧୭% ସ୍ତନ କ୍ୟାନସର ରୋଗୀ । ସ୍ତନ କ୍ୟାନସର ପୁରୁଷମାନଙ୍କ କ୍ଷେତ୍ରରେ ବିରଳ ହେଲେ ମଧ୍ୟ ସମଗ୍ର ପୁରୁଷ କ୍ୟାନସର ରୋଗୀଙ୍କ ମଧ୍ୟରୁ ୪% ସ୍ତନ କ୍ୟାନସର ରୋଗୀ । ସ୍ତନ କ୍ୟାନସର ମାରାତ୍ମକ ହେବାର ମୁଖ୍ୟ କାରଣ ସ୍ତନ କ୍ୟାନସର ରୋଗୀ ଡାକ୍ତରଖାନାରେ ଜଣା ପଡିଲା ବେଳକୁ ଏହା ରୋଗୀର ଶରୀରର ଅନ୍ୟ ଅଂଶ ଯଥା ବାହୁର କାଖ ତଳେ ଥିବା ଲସିକା ଗ୍ରନ୍ଥି ପଞ୍ଜରା ହାଡକୁ ଆକ୍ରାନ୍ତ କରି ସାରିଥାଏ । ମାତ୍ର ଯଦି ଏହି କ୍ୟାନସର ପ୍ରଥମରୁ ଜଣା ପଡେ ଯେତେବେଳେ କି ଏହା ଆରମ୍ଭ ହୋଇଥିବା ସ୍ଥାନରେ ଥାଏ , ତେବେ ତାହା ସହଜରେ ଚିକିତ୍ସା କରାଯାଇ ରୋଗୀକୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଇପାରେ ।

ନାରୀର ସ୍ତନ ସାଧାରଣତଃ କିଛି ସହାୟକ ତନ୍ତୁ ଏବଂ ଚର୍ବି ଦ୍ଵାରା ଗଠିତ । ଏହି ମାଂସାଳ ଅଂଶରେ କଠିନ ଅର୍ବୁଦ ଜଣା ପଡିଲେ ତାହାକୁ ତୁରନ୍ତ ପରୀକ୍ଷା କରାଇ ନେବା ଦରକାର । କାରଣ ଏହି କଠିନ ଅର୍ବୁଦ ବହୁ ସମୟରେ କ୍ଷତିକାରକ ଅର୍ବୁଦ ହୋଇ ନଥାଏ । ବିରଳ କ୍ଷେତ୍ରରେ ଏହି ଅର୍ବୁଦ କ୍ଷତି କାରକ କ୍ୟାନସର ସୃଷ୍ଟିକାରୀ ଅର୍ବୁଦ ହୋଇଥାଏ । ସ୍ତନ ମଧ୍ୟରେ କଠିନ ଗୋଟାଳି ପରି ମାଂସ ପିଣ୍ଡୁଳାର ସୃଷ୍ଟି ବ୍ୟତୀତ ଦୁଇ ସ୍ତନ ମଧ୍ୟରୁ କୌଣସି ସ୍ତନର ଅସ୍ଵାଭାବିକ ବୃଦ୍ଧି , ତାହା ଉପରେ ଅଂଶ ଫୁଲିବା , କୌଣସି ସ୍ଥାନ ଲାଲ ପଡିଯିବା , ସ୍ତନର କୌଣସି ସ୍ଥାନରେ କୁଣ୍ଡେଇ ହେବା , ଦରଜ ଲାଗିବା ଅନ୍ୟସ୍ଥାନମାନଙ୍କ ଠାରୁ ଅଧିକ ନରମ ଲାଗିବା , ସ୍ତନ ଭୁଣ୍ଡି ଅଧିକ ବଢିଯିବା , ସେଥିରୁ ବିନା କାରଣରେ ଲସିକା କ୍ଷରଣ ହେବା , କିମ୍ବା ସ୍ତନ ଭୁଣ୍ଡି ସ୍ତନ ଭିତରକୁ ପଶିଯିବା ଇତ୍ୟାଦି ଲକ୍ଷଣ ଦେଖାଦେଲେ କ୍ୟାନସର ହୋଇଥିବାର ସନ୍ଦେହ କରାଯାଇ ତାହାର ତୁରନ୍ତ ପରୀକ୍ଷଣ କରାଯିବା ଦରକାର । ମନେରଖନ୍ତୁ ଏସବୁ ଲକ୍ଷଣ ଥାଇ ମଧ୍ୟ କ୍ୟାନସର ନ ହୋଇପାରେ । କିନ୍ତୁ ଏସବୁ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ପରୀକ୍ଷଣ କରାଇ ନେଲେ କ୍ୟାନସର ହୋଇଥିଲେ ତୁରନ୍ତ ଜଣା ପଡିବ ଓ ଚିକିତ୍ସା ସହଜ ହେବ ।

ଯେଉଁ ମାନଙ୍କ କ୍ଷେତ୍ରରେ ନିଜ , ରକ୍ତ ସମ୍ପର୍କୀୟ ଯଥା ମା , ଭଉଣୀମାନଙ୍କୁ ଅତୀତରେ ସ୍ତନ କ୍ୟାନସର ହୋଇଛି ନିଜ ଦେହରେ ଆଗରୁ ସ୍ତନ କ୍ୟାନସରରେ ଚିକିତ୍ସା ହୋଇଛି , ସେମାନେ ଖୁବ ସତର୍କ ରହି ମଝିରେ ମଝିରେ ଡାକ୍ତରୀ ପରୀକ୍ଷା ମ୍ୟାମୋଗ୍ରାଫି କରାଇ ନେବା ଉଚିତ୍ । ମ୍ୟାମୋଗ୍ରାଫି ଦ୍ଵାରା ସ୍ତନ ଭିତର ଅଂଶ ଶିରା ପ୍ରଶିରା ଗୁଡିକର ଚିତ୍ର ଏକ୍ସରେ ମାଧ୍ୟମରେ ଉଠାଯାଇ ତାହାକୁ ରଖାଯାଏ । ପ୍ରତିବର୍ଷରେ ଅନ୍ତତଃ ଥରଟିଏ ଏହି ମ୍ୟାମୋଗ୍ରାଫି କରାଇ ପୂର୍ବ ମ୍ୟାମୋଗ୍ରାଫି ସହ ତୁଳନା କରି ସ୍ତନ ଭିତର ଅଂଶର କିଛି ପରିବର୍ତ୍ତନ ହେଉଥିଲେ ତାହାକୁ ଲକ୍ଷ୍ୟ କରାଯାଏ ।

ଯେଉଁ ସ୍ତ୍ରୀ ଲୋକମାନଙ୍କର ସଅଳ ଋତୁ ସ୍ରାବ ଯଥା ୧୨ ବର୍ଷ ପୂର୍ବରୁ ହୁଏ ଏବଂ ବିବାହ ଡେରି କାରଣରୁ ପିଲା ପ୍ରସବରେ ବିଳମ୍ବ ହୁଏ ସେମାନଙ୍କ କ୍ଷେତ୍ରରେ ସ୍ତନ କ୍ୟାନସରର ସମ୍ଭାବନା ସାଧାରଣ ସ୍ତ୍ରୀଲୋକମାନଙ୍କ ଠାରୁ ଅଧିକ । ସେହିପରି ଯେଉଁମାନଙ୍କର ଋତୁସ୍ରାବ ବନ୍ଦ ହେବାରେ ଅତ୍ୟଧିକ ଡେରି ହୁଏ ଅର୍ଥାତ୍ ୫୫ ବର୍ଷ ପର୍ଯ୍ୟନ୍ତ ଋତୁସ୍ରାବ ଲାଗିରହେ ସେମାନଙ୍କର ମଧ୍ୟ ସ୍ତନ କ୍ୟାନସର ହେବାରେ ରିକ୍ସ ଅଧିକ । ସେହିପରି ଯେଉଁମାନଙ୍କର ସନ୍ତାନ ଧାରଣା ୩୦ ବର୍ଷ ପର୍ଯ୍ୟନ୍ତ ନ ହୋଇଥାଏ , ସେମାନଙ୍କର ମଧ୍ୟ ସ୍ତନ କ୍ୟାନସର ସମ୍ଭାବନା ସାଧାରଣ ମହିଳାଙ୍କ ଠାରୁ ଅଧିକ । ପଚାଶ ବର୍ଷରୁ ଅଧିକ ବର୍ଷର ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କ୍ୟାନସର ସମ୍ଭାବନା ଅଧିକ କାରଣ ସ୍ତନ କ୍ୟାନସର ରୋଗୀଙ୍କ ମଧ୍ୟରେ ଦୁଇ ତୃତୀୟାଂସ ହେଉଛନ୍ତି ଏହି ଶ୍ରେଣୀର ।

ଅବଶ୍ୟ ଋତୁସ୍ରାବର ପୂର୍ବର ଏବଂ ପରେ ସ୍ତନର ଆକାର ବୃଦ୍ଧି ପ୍ରାପ୍ତ ହୁଏ । ଏବଂ ତାହା ପୁନରାୟ ପୂର୍ବାବସ୍ଥାକୁ ଫେରିଆସେ । ଋତୁସ୍ରାବ ବେଳେ ସ୍ତନରେ ଛୋଟ ଗୋଟାଳି ପରି ଅଂଶ ଜଣାପଡେ ମାତ୍ର ତାହା ମଧ୍ୟ ପରବର୍ତ୍ତୀ ସମୟରେ ଲିଭିଯାଏ ।

ଷାଠିଏ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କର ସ୍ତନ କର୍କଟ ରୋଗର ଶିକାର ହେବାର ଆଂଶକା ଅଧିକ କାରଣ ଏହାପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି କମି ଯିବା ସହିତ ଶାରୀରିକ କାର୍ଯ୍ୟକ୍ଷମତା ମଧ୍ୟ ହ୍ରାସ ପାଇଥାଏ । କିଛି ମହିଳାଙ୍କର ସ୍ତନକୋଷ ସାଧାରଣ ମହିଳାଙ୍କ ଠାରୁ ଅତ୍ୟଧିକ ବୃଦ୍ଧି ଘଟିଥାଏ । ଏହି ଅତି ବିକଶିତ ସ୍ତନ , କ୍ୟାନସର ପ୍ରବଣ ହୋଇଥାଏ । ଏପରି ଅବସ୍ଥାକୁ Labular Carcinoma in situ କୁହାଯାଇଥାଏ ।

ଯଦି ପରିବାରର କୌଣସି ସ୍ତନ କର୍କଟ ରୋଗୀ ଥାଆନ୍ତି ତେବେ ପରିବାରର ଅନ୍ୟ ରକ୍ତ ସମ୍ପର୍କୀୟ ସ୍ତ୍ରୀ ଲୋକଙ୍କର ଜିନ୍ ପରୀକ୍ଷା ଦ୍ଵାରା ଜିନ୍ ସ୍ତରରେ ପରିବର୍ତ୍ତନ ଲକ୍ଷ କରିବା ଦ୍ଵାରା ସ୍ତନ କର୍କଟ ରୋଗ ହେବାର ସମ୍ଭାବନା ଜଣାପଡିଥାଏ ।

ମୋଟେ ମା ହୋଇ ନଥିବା ସ୍ତ୍ରୀ ଲୋକଙ୍କ ଠାରେ ସ୍ତନ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ।

ଋତୁ ବିରତି ପରେ ୫ ବର୍ଷର ଅଧିକ ଋତୁ ବିରତି ହାର୍ମୋନ ଚିକିତ୍ସା ଗ୍ରହଣ କରିଥିବା ମହିଳା କିମ୍ବା ୩୦ ବର୍ଷ ବୟସ ପୂର୍ବରୁ ବକ୍ଷ ଦେଶରେ ବିକିରଣ ଚିକିତ୍ସା ଗ୍ରହଣ କରିଥିବା ମହିଳା , Hodgkin’s Lymphoma କ୍ଷେତ୍ରରେ ବିକିରଣ ଚିକିତ୍ସା ଗ୍ରହଣ କରିଥିବା ମହିଳାମାନଙ୍କର ଏବଂ ଯେଉଁ ବୃଦ୍ଧାମାନଙ୍କର ବଡ ଆକାରର ସ୍ତନ ଥାଏ ଅର୍ଥାତ୍ ସ୍ତନ ଶୁଖି ନଯାଇ ମୋଟା ସ୍ତନ ଥାଏ ସେମାନଙ୍କର ସ୍ତନ କର୍କଟର ସମ୍ଭାବନା ଅଧିକ । ଏପରି ମହିଳାମାନେ Mammography ଦ୍ଵାରା ସ୍ତନ କର୍କଟ ହେବାର ସମ୍ଭାବନାକୁ ଜାଣିପାରିବେ ।

ଋତୁ ବିରତି ପରେ ମୋଟା ହୋଇଯାଉଥିବା ସ୍ତ୍ରୀ ଲୋକ , ଚଳପ୍ରଚଳ କରିପାରୁ ନଥିବା ଶାରୀରିକ ଅକ୍ଷମ ସ୍ତ୍ରୀ ଲୋକଙ୍କର କ୍ଷେତ୍ରରେ ସ୍ତନ କର୍କଟର ସମ୍ଭାବନା ଅଧିକ । ମଦ୍ୟପାନ କରୁଥିବା ସ୍ତ୍ରୀ ଲୋକ ମଧ୍ୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ।

ପ୍ରାଥମିକ ସ୍ତରରୁ ଜଣାପଡିଲେ ସାନା କ୍ୟାନସର ଶତକଡା ନବେଭାଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ । ନିୟମିତ ଭାବରେ ନିଜର ସ୍ତନକୁ ପରୀକ୍ଷା କରିବାର ସହଜ ଉପାୟ ଡାକ୍ତରଙ୍କ ଠାରୁ ପଚାରି ବୁଝାନ୍ତୁ । ଏଥିପାଇଁ ଲଜ୍ୟା ବୋଧ କରିବା ଉଚିତ୍ ନୁହେଁ । ବଡ ଅଇନା ଆଗରେ ଠିଆ ହୋଇ ବକ୍ଷସ୍ଥଳକୁ ଅନାବୃତ୍ତ କରି ନିଜର ଦୁଇଟି ସ୍ତନକୁ ଲକ୍ଷ କରନ୍ତୁ । ପୂର୍ବ ଅପେକ୍ଷା ବଡ କିମ୍ବା ଏଥିରେ ଲାଲ ଅଂଶ ଦେଖାଯାଉଛି କି ? ପ୍ରତି ମାସର ଋତୁସ୍ରାବର ଠିକ୍ ପର ଅବସ୍ଥାରେ ଏହି ପରୀକ୍ଷା କରନ୍ତୁ । ଦୁଇ ସ୍ତନକୁ ଛାପି ଧରି ତାହା ମଧ୍ୟରେ କୌଣସି ସ୍ତନରେ ଛୋଟ ତାନ ମାଂସ ପିଣ୍ଡୁଳା ପରି ଅଂଶ ଜଣାପଡୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ମ୍ୟାମୋଗ୍ରାଫି କଅଣ ?

ମ୍ୟାମୋଗ୍ରାଫି ଅର୍ଥ ସ୍ତନର ଆଭ୍ୟନ୍ତରୀଣ ଅଂଶର ଏକ୍ସରେ କରାଇବା । ଏହା ପୁଣି ଦୁଇ ପ୍ରକାରର । ସାଧାରଣତଃ ପ୍ରଥମ ପ୍ରକାର ମ୍ୟାମୋଗ୍ରାଫିରେ କ୍ୟାନସର ଆଶଂକା ନଥାଇ ପ୍ରତି ୨/୩ ବର୍ଷରେ ଠାରେ କରାଯାଏ । ୨୦ ରୁ ୫୦ ବର୍ଷର ମହିଳାମାନେ ମ୍ୟାମୋଗ୍ରାଫି କରାଇ ନିଜର ସ୍ତନ ଭିତରେ କିଛି ଅସ୍ଵାଭାବିକତା ବା ଅସ୍ଵାଭାବିକ ମାଂସ ପିଣ୍ଡୁଳାର ସୃଷ୍ଟି ହେଉଛି କି ତାହା ଜାଣିବା ଉଚିତ୍ । ଏହା ଏକ ନିୟମିତ ପରୀକ୍ଷା । ଏହି ପରୀକ୍ଷା ୫୦ ବର୍ଷରୁ ଉର୍ଦ୍ଧ୍ଵ ମହିଳାମାନେ ପ୍ରତି ବର୍ଷରେ ଥରେ କରିବା ଭଲ । ମ୍ୟାମୋଗ୍ରାଫିର X – Ray ଫଟୋ ଓ ଡାକ୍ତରୀ ରିପୋର୍ଟ ସାଇତି ରଖି ପରବର୍ତ୍ତୀ ମ୍ୟାମୋଗ୍ରାଫି ସହ ତୁଳନା କରାଯାଏ । ଫଳରେ କୌଣସି ଅସ୍ଵାଭାବିକତା ସହଜରେ ଧରାପଡେ ।

ଦ୍ଵିତୀୟ ପ୍ରକାର ମ୍ୟାମୋଗ୍ରାଫି ଯେଉଁ କ୍ଷେତ୍ରରେ କ୍ୟାନସରର ଆଶଂକା କରାଯାଏ , ସେହି କ୍ଷେତ୍ରରେ କରାଯାଏ । ଏହା ଅପେକ୍ଷାକୃତ ଜଟିଳ ଏବଂ ସମୟ ସାପେକ୍ଷ । ମାତ୍ର ଏହା ଦ୍ଵାରା କ୍ୟାନସର କୋଷର ସୃଷ୍ଟି ଜଣାପଡେ ।

ଏବେ ଏକ ପ୍ରକାର ନୂତନ ପଦ୍ଧତି ଦ୍ଵାରା Radio Pharmacutical ଏବଂ Gamma Camera ବ୍ୟବହାର କରି ସ୍ତନ କର୍କଟର ଅତି ପ୍ରାରମ୍ଭିକ ଅବସ୍ଥା ନିରୂପଣ କରାଯାଇପାରୁଛି । ଏହି ପଦ୍ଧତି ଅପେକ୍ଷା କୃତ ସହଜ ଓ ସଠିକତା ପ୍ରାୟ ଶତକଡା ୯୦ – ୯୮ ଭାଗ ।

ପିଲାଙ୍କୁ ସ୍ତନପାନ :

ପିଲାଙ୍କୁ କ୍ଷୀର ଖୋଉଥିବା ମା’ମାନଙ୍କର କ୍ୟାନସର ସମ୍ଭାବନା ପିଲାଙ୍କୁ କ୍ଷୀର ନଖୁଆଉଥିବା ମହିଳାଙ୍କ ଠାରେ ଯଥେଷ୍ଟ କମ୍ । ଜଣେ ମା ଜୀବନକାଳ ମଧ୍ୟରେ ଅନ୍ତତଃ ୨ ବର୍ଷ ପିଲାଙ୍କୁ ସ୍ତନ୍ୟପାନ କରାଇଥିବା ଭଲ ।

ସ୍ତନ କ୍ୟାନସରରେ ଇଷ୍ଟ୍ରୋଜେନ୍ ର ଭୂମିକା :

ନାରୀମାନଙ୍କର ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧିରେ ଇଷ୍ଟ୍ରୋଜେନ ନାମକ ହରମୋନର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଅଛି । ଋତୁଚକ୍ର ବନ୍ଦ ହୋଇଗଲେ ଏହି ଇଷ୍ଟ୍ରୋଜେନ ହରମୋନ କ୍ଷରଣ କମିଯାଏ । ଫଳରେ ନାରୀ ତାର ସୌନ୍ଦର୍ଯ୍ୟ ଲାଳିତ୍ୟ ହରାଇ ବସେ ଏବଂ ତାର ବ୍ୟବହାରରେ ମଧ୍ୟ କାଠିନ୍ୟ ପ୍ରଦର୍ଶନ ହୁଏ । ମାତ୍ର ଶରୀର ଅତ୍ୟଧିକ ପରିମାଣ ଇଷ୍ଟ୍ରୋଜେନ ହରମୋନ୍ କ୍ଷରଣ ଜେଲେ ଶରୀର ଖୁବ୍ ମୋଟା ହୁଏ ଏବଂ ତାହା ଫଳରେ ମହିଳାମାନେ ଚଳପ୍ରଚଳ କରିବାରେ କଷ୍ଟ ଅନୁଭବ କରିବା ସହ ଶରୀରର ଓଜନ ମାତ୍ରାଧିକ ବୃଦ୍ଧିଘଟେ । କେତେକ ଗବେଷଣାରୁ ଜଣାଯାଇଛି ନିୟମିତ ଭାବେ ଶାରୀରିକ ପରିଶ୍ରମ , ଯୋଗ ଆଦି କରୁଥିବା ମହିଳାମାନଙ୍କ ଶରୀରରେ ଇଷ୍ଟ୍ରୋଜେନ କ୍ଷରଣ ମଧ୍ୟ ନିୟନ୍ତ୍ରିତ ରହେ ଏବଂ ତାଙ୍କ ଶରୀର ଅତ୍ୟଧିକ ମୋଟା ହୁଏ ନାହିଁ । ଫଳରେ ସେମାନଙ୍କୁ ସ୍ତନ କ୍ୟାନସର ପରି ରୋଗ ହେବାର ସମ୍ଭାବନା କମ୍ ଥାଏ । ଏଣୁ ମହିଳାମାନେ ନିୟମିତ ୧/୨ ଘଣ୍ଟା ଶାରୀରିକ ପରିଶ୍ରମ ଯଥା ଚାଲିବା ଯୋଗ ଆଦି କରିବା ଉଚିତ୍ ।

କେତେକ ନୂତନ ତଥ୍ୟରୁ ଏବେ ଜଣାଗଲାଣି ଯେ ସ୍ତନ କର୍କଟ ରୋଗ ଏକ ବଂଶାନୁକ୍ରମିକ ରୋଗ ହୋଇପାରେ । କାରଣ ବଂଶରେ ମା ’, ବୁଢୀମା କିମ୍ବା ଆଈମା ପ୍ରଭୃତି ପୂର୍ବଜମାନେ ସ୍ତନ କର୍କଟ ରୋଗରେ ପୀଡିତ ଥିଲେ ସେମାନଙ୍କର ଝିଅ , ନାତୁଣୀ ଇତ୍ୟାଦି ଅନ୍ୟ ବଂଶରେ ରୋଗ ନଥିବା ପୁଅଝିଅଙ୍କ ଠାରୁ ସ୍ତନ କର୍କଟ ରୋଗରେ ପୀଡିତ ହେବା ସମ୍ଭାବନା ଅଧିକ । ଦ୍ଵିତୀୟତଃ ମହିଳାଙ୍କ ସ୍ତନରେ ମାଂସ ପିଣ୍ଡୁଳା ଦେଖାଗଲେ ତାହାକୁ ତୁରନ୍ତ ପରୀକ୍ଷା କରାଯିବା ଦରକାର । ଡେରିହେଲେ ତାହା ଶରୀର ଅନ୍ୟ ଅଙ୍ଗକୁ ବ୍ୟାପିଯାଏ ଏବଂ ଜଣାପଡିବା ବେଳକୁ ଏହାର ଷ୍ଟେଜ୍ – ୩ ହୋଇଯାଇଥାଏ । ଯେତେବେଳେ କି ଚିକିତ୍ସା ବ୍ୟୟବହୁଳ ହୁଏ । ଏହିପରି ଅବସ୍ଥାରେ ପିଇଟି ସ୍କାନ କରାଗଲେ ସମ୍ପୂର୍ଣ୍ଣ ଦେହର ଅବସ୍ଥା କମ୍ ଆକ୍ରାନ୍ତ ସ୍ଥାନ ଗୁଡିକ ଅପେକ୍ଷାକୃତ ଫିକା ରଙ୍ଗରେ ଚିହ୍ନିତ ହୁଏ । ଯେଉଁ ସ୍ଥାନ ଅଧିକ ଆକ୍ରାନ୍ତ ହୋଇଥାଏ ସେହି ସ୍ଥାନ ଗୁଡିକ ଗାଢ ରଙ୍ଗରେ ଚିହ୍ନିତ ହୁଏ । ଏହିପରି ଚିକିତ୍ସା ଟାଟା ମେମୋରିଆଲ ହସ୍ପିଟାଲରେ ପ୍ରାୟ ୧୦ ହଜାର ଟଙ୍କାରେ ହୋଇପାରୁଛି । କିନ୍ତୁ ଘରୋଇ ଚିକିତ୍ସାଳୟରେ ଯଥା ପରେଲ ର ତିରୋମଲ ହସ୍ପିଟାଲ ପରେଲ ତିରୋମଲ ଟାୱାର ଠାରେ ୨୦ ହଜାର ଟଙ୍କାରେ ତୁରନ୍ତ ମାତ୍ର କେତେ ଘଣ୍ଟାରେ ହୋଇପାରୁଛି । ସ୍ତନ କ୍ୟାନସର ବିଷୟରେ ଆଉ ଗୋଟିଏ ତଥ୍ୟ ହେଲା ସ୍ତନ କ୍ୟାନସର ପ୍ରଥମେ ଯଦି ସ୍ତନ ମଧ୍ୟସ୍ଥ କୌଣସି ଗ୍ରନ୍ଥି ରେ ହୋଇଥାଏ ଏବଂ ଚିକିତ୍ସାରେ ଡେରି କରାଯାଏ ତେବେ ଏହି ଟ୍ୟୁମର ସେଲ୍ ବଡହୋଇ ଫାଟିଯାଇ ଶରୀରର ଅନ୍ୟ ଅଂଶକୁ ନଳୀ ମଧ୍ୟ ଦେଇ ବ୍ୟାପିଥାଏ । ଫଳରେ ଏହା ଶରୀରର ଅନ୍ୟ ଅଂଶକୁ ଆକ୍ରାନ୍ତ କରିଥାଏ । ମାତ୍ର ପ୍ରାଥମିକ ସ୍ତନ କ୍ୟାନସର ଯଦି କୌଣସି ମାଂସଳ ପିଣ୍ଡରେ ବା Lobe ରେ ପ୍ରଥମେ ଦେଖାଯାଏ ତେବେ ଏହାର ଅନ୍ୟ ଅଂଶକୁ ବ୍ୟାପିବାର ସମ୍ଭାବନା ପ୍ରାୟ ମୋଟେ ନଥାଏ ।

Fine Needle Aspiration Cytology (FNAC) କଠିନ ଲାଗୁଥିବା ସ୍ଥାନରେ ସୂକ୍ଷ୍ମ ସୂଚୀ ପ୍ରବେଶ କରାଇ ସେଥିରେ ଅତି ସାମାନ୍ୟ ଅଂଶ ନେଇ ତାହାକୁ ଅଣୁ ବିକ୍ଷଣ ଯନ୍ତ୍ର ଦ୍ଵାରା ପରୀକ୍ଷା କରାଯାଇ ପ୍ରକୃତରେ ଅର୍ବୁଦ କ୍ୟାନସର କି ନୁହେଁ ତାହା ଜଣାପଡେ । କ୍ୟାନସର ପ୍ରକୃତରେ ନହୋଇଥିଲେ ମଧ୍ୟ ଭବିଷ୍ୟତରେ ହୁଏତ ତାହା କ୍ୟାନସର ପ୍ରକୃତିର ହୋଇପାରେ ଏହି ଭୟର କେତେକ କ୍ଷେତ୍ରରେ ଏପରି କ୍ଷତିହୀନ ବିନାୟୀନ କୋଷକୁ ଅସ୍ତ୍ରୋପ୍ରଚାର କରି ବାହାର କରିଦିଆଯାଏ ।

Biopsy :

ଯଦି କ୍ୟାନସର କୋଷର ସନ୍ଧାନ ମିଳେ ତେବେ ଅଧିକ ନିଶ୍ଚିତ ହେବାକୁ ସେହି ସ୍ଥାନରେ ଅପରେସନ କରାଇ ଆକ୍ରାନ୍ତ ଅଂଶକୁ ବାହାର କରିବା ସହିତ ତାହାର ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ପଠାଯାଏ । କାରଣ ସେ ପ୍ରକାର ପରୀକ୍ଷା ଏପର୍ଯ୍ୟନ୍ତ ଆମ୍ଭ ରାଜ୍ୟରେ ଉପଲବ୍ଧି ନୁହେଁ । ଯଦି ରିପୋର୍ଟରେ କ୍ୟାନସର ଜଣାପଡେ ତେବେ ସେହି କ୍ୟାନସର ଉତ୍ପତ୍ତି ସ୍ଥଳରେ ସୀମିତ ବା ତାହାର ପାଖ ଅଂଶକୁ ବ୍ୟାପିଛି ? କିମ୍ବା ଶରୀରର ଅନ୍ୟ ଅଂଶକୁ ଚାଲି ଗଲାଣି ତାହା ଜାଣିବା ପାଇଁ ଚୁମ୍ବକୀୟ ଅନୁଦାନ – ବିମ୍ବ – ବର୍ଣ୍ଣଶ୍ରମ ମାପକ ଆଦି ବିଭିନ୍ନ ପଦ୍ଧତି ଅବଲମ୍ବନ କରି କ୍ଷତିକାରକ କ୍ୟାନସର କୋଷ ଗୁଚ୍ଛର ଅବସ୍ଥିତି ଶରୀରର କେଉଁ କେଉଁ ସ୍ଥାନରେ ହୋଇଛି ତାହା ନିର୍ଦ୍ଧାରଣ କରାଯାଇ ତଦନୁଯାୟୀ ଚିକିତ୍ସା କରାଯାଏ ।

ଶୂନ୍ୟ ସୋପାନ : ଏହି ଅବସ୍ଥାରେ କ୍ୟାନସର ଏକପ୍ରକାର ସୁପ୍ତ ଅବସ୍ଥାରେ ଥାଏ । ସ୍ତନର ଅଂଶରେ ଅସ୍ଵାଭାବିକତା ପରୀକ୍ଷା ଦ୍ଵାରା ଜଣାପଡେ । ଏହାକୁ ଡାକ୍ତର ଲକ୍ଷ ରଖନ୍ତି ଏବଂ ପରବର୍ତ୍ତୀ ଅବସ୍ଥାକୁ କିଛି କିଛି ମାସ ଅନ୍ତରରେ ପରୀକ୍ଷା କରି ଅପେକ୍ଷା କରନ୍ତି । କାରଣ ଏହି ସୁପ୍ତ ଅବସ୍ଥାରେ ବିନା ଚିକିତ୍ସାରେ ମଧ୍ୟ ରୋଗୀ ବହୁ ଦିନ ବର୍ଷ ରହିଯାଇପାରେ । ଅର୍ଥାତ୍ ରୋଗ ବ୍ୟାପିବାର ସମ୍ଭାବନା ନଥାଏ ।

Stage – 1 : ଏହି ଅବସ୍ଥାରେ କ୍ୟାନସର ଅର୍ବୁଦ ର ଆକାର ୨ ସେ.ମି ରୁ ଅଧିକ ହୋଇ ନଥାଏ ଏବଂ ତାହା ସ୍ତନର ଅନ୍ୟ ଅଂଶକୁ ବ୍ୟାପି ନଥାଏ ।

Stage – 2 : ଏହି ଅବସ୍ଥାରେ କ୍ୟାନସର ଅର୍ବୁଦର ଆକାର ୨ ସେ.ମି ରୁ ଅଧିକ ହୋଇଥାଏ ଏବଂ ଏହା ବାହୁତଳ କାଖ ପାଖରେ ଥିବା ଲସିକା ଗ୍ରନ୍ଥିକୁ ବ୍ୟାପିଥାଏ କିମ୍ବା ବ୍ୟାପି ନଥାଏ କିନ୍ତୁ କ୍ୟାନସର ଅର୍ବୁଦର ଆକାର ୫ ସେ. ମି ରୁ ଅଧିକ ହୋଇଥାଏ ।

Stage – 3A : ଏହି ସୋପାନର ସ୍ତନର ଅର୍ବୁଦ ୫ ସେ.ମି ରୁ କମ୍ ହୋଇଥାଏ ଏବଂ କ୍ୟାନସର କୋଷଗୁଡିକ ବାହୁତଳେ ଥିବା ଲସିକା ଗ୍ରନ୍ଥିକୁ ବ୍ୟାପିଥାଏ ।

Stage – 3B : ଏହି ଅବସ୍ଥାରେ ଅର୍ବୁଦ ଛାତି ପାଖକୁ ବ୍ୟାପିଥାଏ । ସ୍ତନର ଚର୍ମ ପର୍ଯ୍ୟନ୍ତ ବୃଦ୍ଧିପ୍ରାପ୍ତ ହୋଇଥାଏ କିମ୍ବା ତାହା ସ୍ତନ ପାଖକୁ ଥିବା ପଞ୍ଜରା ଅସ୍ତିକୁ ବ୍ୟାପିଥାଏ । ଏହି ଅବସ୍ଥାରେ କ୍ୟାନସର କୋଷ ସମୂହ ଦ୍ଵାରା ଲସିକା ନଳୀର ପ୍ରବାହରେ ବାଧା ସୃଷ୍ଟି ହେଉଥିବାରୁ ସ୍ତନସ୍ଥ ଲସିକା ଗ୍ରନ୍ଥି ଫୁଲି ସ୍ଥାନଟି ଲାଲ ପଡିଯାଇଥାଏ ଏବଂ ଫୁଲିଥାଏ ।

Stage – 3C : ଏହି ଅବସ୍ଥାରେ ରୋଗ ବଢି କାନ୍ଧ ତଳ କାଖ ଅଂଶକୁ ବ୍ୟାପିଥାଏ ।

Stage – 4 : ଏହି ଅବସ୍ଥାରେ ସ୍ତନ କର୍କଟ ଅର୍ବୁଦ ଶରୀରର ଅନ୍ୟ ଅଂସ ଯଥା ଫୁସ୍ ଫୁସ୍ , ପିଚା ହାଡ ଆଦିକୁ ବ୍ୟାପିଯାଇ ଥାଏ । ସ୍ତନ କର୍କଟ ଚିକିତ୍ସା ନିମ୍ନ ପ୍ରକାରର ହୋଇଥାଏ ।

ଶଲ୍ୟ ଚିକିତ୍ସା : ଯଦି କ୍ୟାନସର କୋଷଗୁଡିକ ଏକ ନିର୍ଦ୍ଧିଷ୍ଟ ଓ ସୀମିତ କ୍ଷେତ୍ରରେ ଥାଆନ୍ତି ତେବେ ତାହାକୁ କାଟି ବାହାର କରିଦିଆଯାଏ । କିନ୍ତୁ ସମ୍ପୂର୍ଣ୍ଣ ସ୍ତନଟିକୁ କାଟି ବାହାର କରାଯାଏ ନାହିଁ । କ୍ୟାନସର ଟ୍ୟୁମରର ପାଖ ଅଂଶକୁ କାଟି ବାହାର କରାଯାଇଥାଏ । ଯାହା ଫଳରେ କ୍ୟାନସର କୋଷ ସେ ଅଂଶରେ କାଳେ ବ୍ୟାପିଥିବ ସେଥିପ୍ରତି ଦୃଷ୍ଟି ଦିଆଯାଏ । ଏହାପରେ ମଧ୍ୟ ବିକିରଣ ଚିକିତ୍ସା ଗ୍ରହଣ କରିବାକୁ ପଡିଥାଏ । ଏହି ଚିକିତ୍ସା ଦ୍ଵାରା ଶରୀରକୁ କ୍ୟାନସର କୋଷରୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଏ । ଏପରି ଚିକିତ୍ସାରେ ଆକ୍ରାନ୍ତ କ୍ୟାନସର ପିଣ୍ଡୁଳାକୁ ସ୍ତନର କିଛି ଅଂଶ ତାହା ସହିତ କାଟି ବାହାର କରିବାକୁ ଆଂଶିକ ଭାବେ କାଟି ବାହାର କରିବାକୁ କୁହାଯାଏ ।

ଯଦି ସ୍ତନଟିର ବ୍ୟାପକ ଅଂଶକୁ କ୍ୟାନସର ବ୍ୟାପିଥାଏ ତେବେ ତାହାକୁ କାଟି ବାହାର କରିବାକୁ ମାଷ୍ଟର ଟୋମି କୁହାଯାଏ । ଏହି ଉଭୟ କ୍ଷେତ୍ରରେ ବିକିରଣ ଚିକିତ୍ସା ଦ୍ଵାରା ରୋଗକୁ ନିୟନ୍ତ୍ରଣକୁ ଅଣାଯାଇଥାଏ ।

ମଲ୍ ଟିପ୍ଲ ମାଏଲୋମା

ମଲ୍ ଟିପ୍ଲ ମାଏଲୋମା ଯାହା କି ମାଏଲୋମା ବା ପ୍ଲାଜମା ସେଲ୍ ମାଏଲୋମା ନାମରେ ପରିଚିତ ହେଉଛି ଏକ ପ୍ରକାର ରକ୍ତ କ୍ୟାନସର । ଏହି କ୍ୟାନସର ରକ , ଅସ୍ତି ମଜ୍ଜା ଏବଂ ଲିମ୍ଫୋନୋଡ୍ ରେ ପରିପ୍ରକାଶ ହୁଏ । ଅସ୍ଥି ମଜ୍ଜା ହେଉଛି ଅସ୍ଥି ମଧ୍ୟସ୍ଥ ଅତି ନରମ ପଦାର୍ଥ ଯାହା ଅସ୍ଥି ମଧ୍ୟସ୍ଥ ଫମ୍ପା ସ୍ଥାନରେ ଥାଏ । ଅସ୍ଥି ମଜ୍ଜାର ଏକ ପ୍ରକାର କୋଷର ନାମ ପ୍ଲାଜମା ସେଲ ଯାହାକି ଇମ୍ୟୁନୋଗ୍ଲୋବୁଲିନ୍ ପ୍ରସ୍ତୁତ କରେ । ଇମ୍ୟୁନୋଗ୍ଲୋବୁଲିନ୍ ପ୍ରୋଟିନ୍ ରୋଗ ପ୍ରତିରୋଧ କରେ ଏବଂ ସଂକ୍ରମଣରୁ ଶରୀରକୁ ରକ୍ଷା କରେ । ମାଏଲୋମା ରୋଗରେ ପ୍ଲାଜମା କୋଷ ଗୁଡିକ ହାନିକାରକ କ୍ୟାନସର ସେଲ୍ ରେ ପରିଣତ ହୋଇ ଦୃତଗତିରେ ବହୁଗଣିତ ହୋଇଥାଆନ୍ତି । ଫଳରେ ଆମ ଶରୀରର ବିଭିନ୍ନ ରୋଗ ପ୍ରତିରୋଧକାରୀ କୋଷ ଗୁଡିକର ସୃଷ୍ଟି ବାଧାପ୍ରାପ୍ତ ହୁଏ ଏବଂ ଶରୀରରେ ବିଭିନ୍ନ ରୋଗର ଉପକ୍ରମ ଦେଖାଯାଏ । ରକ୍ତରେ କ୍ୟାନସର କୋଷ ଗୁଡିକର ବୃଦ୍ଧି ବହୁଗୁଣିତ ହେଲେ କ୍ୟାନସର କୋଷ ଦ୍ଵାରା ସୃଷ୍ଟି କ୍ଷତିକାରକ ମୋନୋକ୍ଲୋନାଲ ପ୍ରୋଟିନ୍ ର ମଧ୍ୟ ମାତ୍ରା ବଢିଯାଏ । ଫଳରେ ସୁସ୍ଥ କୋଷ ଏବଂ ଇମ୍ୟୁନୋଗ୍ଲୋବୁଲିନ୍ କୋଷ ର ମାତ୍ରା କମିଯାଏ । ପୁନଶ୍ଚ କ୍ଷତିକାରୀ କୋଷର ପ୍ରଭାବ ଶରୀର କଙ୍କାଳ ଉପରେ ପଡେ । ଫଳରେ ହାତ ପାଦ ଛାଡି ହାଡରେ କଣା ସୃଷ୍ଟି ହୁଏ ଏବଂ ଏହି ହାଡସବୁ ଦୁର୍ବଳ ହୋଇ ଟିକିଏ ଚାପରେ ଭାଙ୍ଗିଯିବାର ସମ୍ଭାବନା ଥାଏ । ଏହି ସବୁ ହାଡରେ ଯନ୍ତ୍ରଣା ଅନୁଭୂତ ହୁଏ ଏବଂ କ୍ଷତିଗ୍ରସ୍ଥ ହାଡରୁ କ୍ଷତ କଣା ଦେଇ ହାଡର କାଲ୍ ସିୟମ ରକ୍ତରେ ମିଶେ ଫଳରେ ରୋଗୀର ରକ୍ତ ପରୀକ୍ଷାରେ ରକ୍ତରେ କାଲ୍ ସିୟମ ପରିମାଣ ବୃଦ୍ଧି ପାଇବାର ଦେଖାଯାଏ । ନନ୍ ହଜ୍ କିନସ ଲିମ୍ଫୋମା ହେଉଛି ସବୁଠାଏଉ ବେଶି ରୋଗୀଙ୍କୁ ଆକ୍ରାନ୍ତ ରୋଗ ଏବଂ ତାହାପରେ ମଲ୍ ଟିପ୍ଲ ମାଏଲୋମାର ସ୍ଥାନ ଦ୍ଵିତୀୟ । ଏହି ରୋଗରେ ମୋଟ୍ କ୍ୟାନସର ରୋଗୀଙ୍କର ଶତକଡା ୧% ଆକ୍ରାନ୍ତ ହୁଅନ୍ତି । ତେବେ ଆଶ୍ଵାସନାର ବିଷୟ ଯେ , ଏହି ରୋଗରେ ଆକ୍ରାନ୍ତ ରୋଗୀ ତୁରନ୍ତ ମରେ ନାହିଁ । ଚିକିତ୍ସା ଚାଲୁ ରଖିଲେ ଏବଂ ଶରୀର ପ୍ରତି ଯତ୍ନ ନେଲେ ଏହି ରୋଗରେ ରୋଗୀ ବର୍ଷ ବର୍ଷ ଧରି ବଞ୍ଚିରହେ । ଏହି ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିମାନଙ୍କ ଠାରେ ଦେଖା ଯାଉଥିବାରୁ ଏହାକୁ ବୟସ୍କମାନଙ୍କର ଆକ୍ରାନ୍ତ କରିବା ବିଚିତ୍ର ନୁହେଁ । କଳା ବ୍ୟକ୍ତିମାନେ ଗୋରାମାନଙ୍କ ଠାରୁ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଥିବାରୁ ଏସୀୟମାନଙ୍କ ଠାରେ ବେଶି ଦେଖାଯାଏ । ପୁରୁଷମାନେ ସ୍ତ୍ରୀଲୋକଙ୍କ ଠାରୁ ଏହି ରୋଗରେ ବେଶି ଆକ୍ରାନ୍ତ ହୁଅନ୍ତି ।

ମଲ୍ ଟିପ୍ଲ ମାଏଲୋମାର କାରଣ :

କୌଣସି ନିର୍ଦ୍ଧିଷ୍ଟ କାରଣରେ ମଲ୍ ଟିପ୍ଲ ମାଏଲୋମା ହେବାର ଜଣାଯାଇ ନାହିଁ । ତଥାପି ବ୍ଯକ୍ତିର ରୋଗ ପ୍ରତିରୋଧକାରୀ ଶକ୍ତି ହ୍ରାସ ହେଲେ ଏହି ରୋଗ ପରିପ୍ରକାଶ ପାଏ । ଏହା ବ୍ୟତୀତ କେତେ ନିର୍ଦ୍ଧିଷ୍ଟ ବ୍ୟବସାୟ ରାସାୟନିକ ଦ୍ରବ୍ୟ ସଂଗର୍ସ ଏବଂ ରେଡିଏସନ୍ ସଂସ୍ପର୍ଶରେ ବାରମ୍ବାର ଆସିବାର ଏହି ରୋଗର କାରଣ ହୋଇପାରେ । ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର ଦୃଷ୍ଟାନ୍ତ ନାହିଁ ।

ମଲ୍ ଟିପ୍ଲ ମାଏଲୋମା ଦ୍ଵାରା କିପରି ବ୍ଯକ୍ତିର କେଉଁ କେଉଁ ଅଙ୍ଗ ଆକ୍ରାନ୍ତ ହୁଏ ?

ମଲ୍ ଟିପ୍ଲ ମାଏଲୋମା ଦ୍ଵାରା ହାଡ , ରକ୍ତ ଏବଂ କିଡ୍ ନି ଆକ୍ରାନ୍ତ ହୁଏ । ରକ୍ତରେ ଶ୍ଵେତରକ୍ତ କଣିକା ହ୍ରାସ ପାଇବା ଦ୍ଵାରା ଶରୀର ସହଜରେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୁଏ । ସେହିପରି ଲୋହିତ ରକ୍ତ କଣିକା ହ୍ରାସ ଯୋଗୁ ରକ୍ତ ହୀନତା ରୋଗରେ ରୋଗୀ ଆକ୍ରାନ୍ତ ହୁଏ । ରକ୍ତରେ ଅଣୁଚକ୍ରିକାର ହ୍ରାସ ଯୋଗୁ ରକ୍ତ ସହଜରେ ଜମାଟ ବାନ୍ଧେ ନାହିଁ ଏବଂ ଡ଼ାକ୍ତର ଜମାଟ ବାନ୍ଧିବା ସମୟର ବୃଦ୍ଧି ଘଟେ । ରକ୍ତରେ ଅଣୁଚକ୍ରିକାର ହ୍ରାସ ଘଟିଲେ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ କ୍ଷରଣ ହୁଏ । ଶରୀର ଭିତରେ ମଧ୍ୟ ରକ୍ତ କ୍ଷରଣ ହୁଏ । ଫଳରେ ଝାଡା , ପରିସ୍ରାରେ ରକ୍ତ ପଡିପାରେ ଏବଂ ନାକ , ଦାନ୍ତ ମୂଳ ଇତ୍ୟାଦି ରକ୍ତ କ୍ଷରଣ ହୁଏ । ଏଣୁ ଏହି ପ୍ରକାର କ୍ୟାନସର ରୋଗୀଙ୍କର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଏବଂ ରକ୍ତରେ କାଲସିୟମ , କିଏଟିନାଇନ ଏବଂ ରକ୍ତ ୟୁରିୟା ପରୀକ୍ଷା କରାଯାଏ । ଫଳରେ ରକ୍ତରେ ହିମୋଗ୍ଲୋବିନ , ଲୋହିତ ରକ୍ତ କଣିକା , ଶ୍ଵେତରକ୍ତ କଣିକା , ପ୍ଳେଟଲେଟ , ୟୁସୋନଫୁଲି ଆଦିର ପରିମାଣ ଜଣାପଡେ । ପୁନଶ୍ଚ ଆର୍. ଏଫ୍. ଟି ପରୀକ୍ଷା ଦ୍ଵାରା ରକ୍ତରେ ୟୁରିଆ , କ୍ରିଏଟିନାଇନ ପରିମାଣ ଜଣାପଡେ । ଫଳରେ କିଡ୍ ନି ଠିକ୍ କାମ କରୁଛି କି ନାଁ ଜଣାପଡେ । ଚବିଶ ଘନତାର ପରିସ୍ରା ରଖି ତାହାକୁ ପରିସ୍ରା କଲ୍ ଚର କରାଯାଇ ପରିସ୍ରାରେ ବେନସ ଜୋନସ ପ୍ରୋଟିନ୍ ପରିମାଣ ଜଣାଯାଏ । ଏହା ମଧ୍ୟ କିଡ୍ ନି କାର୍ଯ୍ୟ ଦକ୍ଷତା ଜାଣିବାର ଆଉ ଏକ ପରୀକ୍ଷା । ସୁସ୍ଥ ବ୍ୟକ୍ତିର ପରିସ୍ରାରେ ପ୍ରୋଟିନ୍ ନଥାଏ । ମାତ୍ର ମାଏଲୋମା ରୋଗୀର ପରିସ୍ରାରେ ପଜିଟିଭ ଥାଇପାରେ । ରକ୍ତରେ କ୍ୟାଲେସିୟମ ଏବଂ M. Band ପରିମାଣ ବଢିଗଲେ ତାହାକୁ ଛାଣିବାରେ କିଡ୍ ନିକୁ ବହୁତ ପରିଶ୍ରମ କରିବାକୁ ପଡେ । ଫଳରେ କିଡ୍ ନିର କାର୍ଯ୍ୟ ଦକ୍ଷତା ହ୍ରାସ ପାଏ । ଏଥି ପ୍ରତି ସତର୍କ ଦୃଷ୍ଟି ରଖି ଆବଶ୍ୟକ ସ୍ଥଳରେ ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ପଡେ ନଚେତ କିଡ୍ ନି ଖରାପ ହୋଇ ଜଟିଳ ପରିସ୍ଥିତି ସୃଷ୍ଟି କରେ ।

ମଲ୍ ଟିପ୍ଲ ମାଏଲୋମାର ଲକ୍ଷଣ :

ମେରୁଦଣ୍ଡ ବା ଅନ୍ୟ ଜଏଣ୍ଟରେ ଭୀଷଣ ଯନ୍ତ୍ରଣା ହୁଏ । ଏହି ଯନ୍ତ୍ରଣା ରାତ୍ରି କାଳରେ ଅତି ଅସହ୍ୟ ହୁଏ ମାତ୍ର ଦିନରେ ଏତେ ଯନ୍ତ୍ରଣା ନଥାଏ । ଶରୀରରେ ଦୁର୍ବଳତା , କ୍ଳାନ୍ତି ଏବଂ ବାରମ୍ବାର ରୋଗ ସଂକ୍ରମଣ ଏହା ବ୍ୟତୀତ ରକ୍ତରେ କ୍ୟାଲେସିୟମ ପରିମାଣ ବଢିଗଲେ ରୋଗୀକୁ ବ୍ୟସ୍ତ ଲାଗେ , କ୍ଷୁଧା ହ୍ରାସପାଏ , ବାରମ୍ବାର ପରିସ୍ରା ଲାଗେ ଏବଂ ଶୋଷ କରେ । ନିଦ୍ରାହୀନତା ସହିତ ବାନ୍ତି ହୋଇପାରେ ।

ମାଏଲୋମାର ବିଭାଗୀ କରଣ :

ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ଦ୍ଵାରା ମାଏଲୋମା ରୋଗର ବିଭାଗୀକରଣ କରାଯାଏ ।

ପ୍ରଥମ ଶ୍ରେଣୀ : ମୋନୋକ୍ଲୋନାଲ୍ ଗ୍ୟାମୋପାଥି ଅଣ୍ଡର ସିଗ୍ ନିଫକାନ୍ସ : -

ଏହାର ରୋଗର ପ୍ରାଥମିକ ସ୍ତର । ଏହି ସ୍ତରରେ ଏବଂ ଅତି ମଜ୍ଜାରେ କ୍ଳୋନାଲ୍ ପ୍ଲାଜ୍ ମା କୋଷ <୧୦% । ରୋଗୀର କୌଣସି ଅଙ୍ଗ କ୍ଷତିଗ୍ରସ୍ଥ ହୋଇନଥାଏ । ଏହି ସ୍ତରରେ ରୋଗୀର ପରିପ୍ରକାଶର ସମ୍ଭାବନା ୧% ଥାଏ । ଏଣୁ ଏ ସ୍ତରରେ ରୋଗୀକୁ ନିରୀକ୍ଷଣ ରେ ରଖାଯାଏ

ରୋଗ ଲକ୍ଷଣ ପ୍ରକାଶ ପାଇବାର ପ୍ରାକ୍ ଅବସ୍ଥା :

ଏଥିରେ M. Protien >= 3g/dl. ଥାଏ । ଅର୍ଥାତ୍ M. Protien ପ୍ରତି ଡେସି . ଲି ରକ୍ତରେ ୩ ଗ୍ରାମ ତଦୁର୍ଦ୍ଧ ଥାଏ । ଅସ୍ଥିମଜ୍ଜାରେ ପ୍ଲାଜମା କୋଷ > = 10% = ୧୦% ଥାଏ ।

ଏଥିରେ ମଧ୍ୟ କୌଣସି ଅଙ୍ଗ ବା ଆକ୍ରାନ୍ତ ଟିସ୍ୟୁ କ୍ଷତିଗ୍ରସ୍ତ ହେବାର ଦେଖାଯାଏ ନାହିଁ । କିନ୍ତୁ ରୋଗ ବଢିବାର ସମ୍ଭାବନା ବର୍ଷକୁ ୧୦% ରୁ ୨୦% ଥାଏ । ଏପରି ସ୍ଥଳରେ ରୋଗୀକୁ ନଜରରେ ରଖି ଆବଶ୍ୟକ ସ୍ଥଳରେ ଚିକିତ୍ସା ଆରମ୍ଭ କରାଯାଏ ।

ରୋଗର ଲକ୍ଷଣ ପ୍ରକାଶ ପାଇବାର ଅବସ୍ଥା :

ଏଥିରେ ରକ୍ତ ଏବଂ ମୂତ୍ରରେ ଏମ୍ . ପ୍ରୋଟିନ୍ ର ଅବସ୍ଥିତି ବହୁଳ ଭାବରେ ଦେଖାଯାଏ ଏବଂ କେତେକ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥାନ୍ତି । ଏଣୁ ଏପରି ଅବସ୍ଥାରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଏ ।

ରୋଗର ଷ୍ଟେଜ୍ : ଏହି ରୋଗକୁ ସାଧାରଣତଃ ତିନୋଟି ଷ୍ଟେଜ୍ ରେ ବିଭକ୍ତ କରାଯାଏ ।

ପ୍ରଥମ ଷ୍ଟେଜ୍ : ଏଥିରେ ରକ୍ତରେ ହିମୋଗ୍ଲୋବିନର ପରିମାଣ >10g/ dl ଥାଏ । ସେରମ୍ କାଲ୍ ସିଅମ ସାଧାରଣ ସ୍ତରରେ କିମ୍ବା < = 12g/ dl X – Ray କଲେ ହାଡର କୌଣସି କ୍ଷତି ନହେବା ଜଣାଯାଏ ଏବଂ ଏମ୍ . ପ୍ରୋଟିନ ନିମ୍ନ ସ୍ତରରେ ଥାଏ ।

1g G Value < 5 gm/ dl

1g A Value < 3gm /dl/

Bence Jones Protien <4 gm/24 hrs . ଏବଂ ମାଏଲୋମା କୋଷ < 0.6 ଥାଏ ।

ଷ୍ଟେଜ୍ - ୨ : ଯେଉଁ ସ୍ତରରେ ରକ୍ତରେ ମାଏଲୋମା କୋଷ ୦.୬ ରୁ ୧.୨ ମଶୟରେ ଥାଏ ତାହା ଦ୍ଵିତୀୟ ଷ୍ଟେଜ୍ ବୋଲି କୁହାଯାଏ । ଏହା ରୋଗୀର ପ୍ରଥମ ଓ ତୃତୀୟ ଅବସ୍ଥାର ମଧ୍ୟବର୍ତ୍ତୀ ଅବସ୍ଥା ।

ଷ୍ଟେଜ୍ - ୩ : ହିମୋଗ୍ଲୋବିନ <8.5 g/dl , Serum Calcium Value >12 mg/dl.ହାଡରା ବିଭିନ୍ନ ସ୍ଥାନରେ କଣା ଦେଖାଯାଏ । (ସ୍କେଲ - ୩) ।

M – କୋମ୍ପୋନେଣ୍ଟର ଉତ୍ପାଦନ ସ୍ତର 1g G> 7gdl. , 1gA >5gm/dl. Bence Jones Protien >12gm/24hrs. ଏହା ରୋଗର ତୃତୀୟ ଅବସ୍ଥା । ଏହି ତୃତୀୟ ଅବସ୍ଥାକୁ ପୁନରାୟ A ଏବଂ B ଏପରି ଦୁଇଟି ଅବସ୍ଥାରେ ବିଭକ୍ତ କରାଯାଏ ।

A – ଏହି ଅବସ୍ଥାରେ ରୋଗୀର କିଡ୍ ନି ଠିକ୍ ଭାବେ କାମ କରୁଥାଏ ଏବଂ ସିରମ୍ କ୍ରିଏଟିନାଇନ୍ <2 0mg/dl. ଥାଏ ।

B – ଏହି ଅବସ୍ଥାରେ କିଡ୍ ନି ଠିକ୍ ଭାବରେ କାମ କରୁନଥାଏ ଏବଂ Serum Creatinine ର ପରିମାଣ >-2 .0mg/dl ଥାଏ । ଏହି ରୋଗର ଚିକିତ୍ସା ସାଧାରଣତଃ ଦୁଇ ପ୍ରକାରର , ଯଥା – କେମୋଥେରାପି । ପ୍ରଥମେ ଥାଲିଡୋମାଇଡ ଟ୍ୟାବେଲେଟ୍ ମଧ୍ୟ ଦିଆଯାଏ ଏବଂ ତାହା ସହିତ ଡେକ୍ଵା ମେଥାଜୋନ୍ ଟ୍ୟାବେଲେଟ୍ ମଧ୍ୟ ଦିଆଯାଏ । ପ୍ରଥମେ ବହୁତ ଭଲ କାମ ଦିଏ । ଯେଉଁ ରୋଗୀର ହାଡରେ ଯନ୍ତ୍ରଣା ଅତି ତୀବ୍ର , ତାକୁ ରେଡିଏସନ୍ ଥେରାପି ଦିଆଯାଏ । ଅର୍ଥାତ୍ ରେଡିଏସନ୍ ଆଲୋକ ପକାଇ ଯନ୍ତ୍ରଣା ସ୍ଥାନରୁ କ୍ୟାନସର ସେଲ୍ କୁ ମାରିଦିଆଯାଏ । ଯେତେବେଳେ ରୋଗୀର ରୋଗ ପୁଣି ଲେଉଟେ ସେମାନଙ୍କୁ ଅଧିକ ପ୍ରଭାବଶାଳୀ ଦିଆଯାଏ । ଏହା ଅପେକ୍ଷାକୃତ ବ୍ୟୟ ବହୁଳ ଚିକିତ୍ସା । ଆବଶ୍ୟକ ସ୍ଥଳରେ Stem Cell transplantation କରାଯାଏ । ଏହା ଫଳରେ Plasma Cell ପ୍ରତିରୋପଣ କରାଯାଇ ରୋଗକୁ ନିୟନ୍ତ୍ରଣ ଅଣାଯାଏ ।

ଚିକିତ୍ସା : ମଲ୍ ଟିପ୍ଲ ମାଏଲୋମା ରୋଗର ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ଏହା ରୋଗୀ ଠାରେ ବର୍ଷ ବର୍ଷ ଧରିଥାଏ । ଏହି ଅବସ୍ଥାକୁ ରୋଗର ପ୍ରାଥମିକ ଅବସ୍ଥା କୁହାଯାଏ । ଯାହାକୁ MGUS – Monoclonal Gammopathy ofUndermaned Signigicane ଅର୍ଥାତ୍ ରକ୍ତରେ ମୋନୋକ୍ଲୋନାଲ୍ ସେଲ୍ ଅଛି କିନ୍ତୁ ଏହା ଏତେ କମ୍ ପରିମାଣରେ ଯେ ଏଥିପାଇଁ ତୁରନ୍ତ ଚିକିତ୍ସାର ଦରକାର ନାହିଁ । ଏହି ଅବସ୍ଥାରୁ ପରବର୍ତ୍ତୀ ଅବସ୍ଥା ଯେଉଁ ଅବସ୍ଥାରେ M. Protienର ପରିମାଣ ବଢିଥାଏ ଏଣୁ ଚିକିତ୍ସା ଆରମ୍ଭ କରାଯାଏ ।

ରୋଗୀ ରୋଗର ଅବସ୍ଥା ଏବଂ ରୋଗୀର ବ୍ୟକ୍ତିତ୍ଵ ଏବଂ ମାନସିକ ସ୍ଥିତିକୁ ଆଖିଆଗରେ ରଖି କିଛି ବ୍ୟକ୍ତିଙ୍କୁ ଟ୍ୟାବେଲେଟ୍ ଆକାରରେ ଦିଆଯାଏ । ଯଦି ଶରୀରର କୌଣସି ସ୍ଥାନର ହାଡରେ ତୀବ୍ର ଯନ୍ତ୍ରଣା ଅନୁଭୂତ ହେଉଥାଏ । ରୋଗୀ ଶୋଇ ବସି ପାରୁନଥାଏ ଏବଂ ସେ ସ୍ଥାନର ହାଡ ଦୁର୍ବଳ ହୋଇଥାଏ ସେପରି କ୍ଷେତ୍ରରେ ରେଡିଏସନ୍ ଥେରାପି ଆରମ୍ଭ କରାଯାଏ ଏବଂ ତା ସହିତ ଖାଇବା ପାଇଁ କେମୋ ଔଷଧ ଦିଆଯାଏ । ରେଡିଏସନ୍ ଥେରାପିରେ କୋବାଲଟ୍ ୬୦ର ଆଲୋକ ରଶ୍ମି ପ୍ରଭାବିତ ସ୍ଥାନରେ ପକାଯାଏ । ଏହା ଅତ୍ୟନ୍ତ ସତର୍କତାର ସହିତ କରାଯାଏ । ରେଡିଏସନ୍ ଦିଆଯାଉଥିବା କୋଠରୀରେ ମେସିନ୍ ସାହାଯ୍ୟରେ ରେଡିଏସନ୍ କକ୍ଷ ବାହାରେ ରହି ଅପରେଟର କମ୍ପ୍ୟୁଟର ମାଧ୍ୟମରେ ଏହି ଆଲୋକ ରଶ୍ମିକୁ ଠିକ୍ ଆକ୍ରାନ୍ତ ପଏଣ୍ଟ ଉପରେ ପକାନ୍ତି । ଏଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଏ ।

ଏହା ବ୍ୟତୀତ ରୋଗୀକୁ ବଞ୍ଚାଇବା ପାଇଁ ସ୍ଥଳ ବିଶେଷରେ ଷ୍ଟେମ୍ ସେଲ୍ ଟ୍ରାନସପ୍ଳାଣ୍ଟେସନ କରାଯାଏ । ଷ୍ଟେମ୍ ସେଲ୍ ଟ୍ରାନସପ୍ଳାଣ୍ଟେସନ ପାଇଁ ଷ୍ଟେମ୍ ସେଲ୍ ନିଜେ ରୋଗୀଠାରୁ ସଂଗ୍ରହ କରାଯାଇପାରେ କିମ୍ବା ଅନ୍ୟ ବ୍ୟକ୍ତି ଠାରୁ ମଧ୍ୟ ସଂଗ୍ରହ କରାଯାଏ । ତେବେ ପ୍ରଥମ କରି ଆରମ୍ଭ କରାଯାଉଥିବା ଚିକିତ୍ସା କ୍ଷେତ୍ରରେ ଟ୍ୟାବେଲେଟ୍ ରୋଗୀକୁ ଖାଇବାକୁ ଦିଆଯାଏ । ଏହା ବ୍ୟତୀତ Melphalain (M.) Corticostercoid Prednisone (P) = MP ଔଷଧ ଦିଆଯାଏ ।

କେତେକ ସ୍ଥଳରେ Thaldex କେମୋ ଔଷଧ ଦିଆଯାଏ । Thalidomide ଓ Dexa Methasone ଉଭୟ ଟ୍ୟାବେଲେଟ୍ ରୋଗୀ ଖାଏ । ଏହାର ପ୍ରଭାବ ଖୁବ୍ ଭଲଥାଏ । ନୂଆରୋଗୀ ଠାରେ ଏ ଔଷଧ କାମ କରିବାର କିଛି ଦିନ ପରେ ରୋଗ ପୁଣି ବଢିଲା ତେବେ ଅନ୍ୟ ଔଷଧ ଚିନ୍ତା କରାଯାଏ । କାରଣ Thaldex ମିଶ୍ରଣ ବଟିକା ଔଷଧ ଆଉ କାମ କରେ ନାହିଁ ।

ଯେଉଁମାନଙ୍କର ଦ୍ଵିତୀୟବାର ବା ତା ପରବର୍ତ୍ତୀ ଚିକିତ୍ସା କରାଯାଉଛି ସେମାନଙ୍କ ପାଇଁ ଥାଲିଡୋମାଇଡ ବା ଥାଲୋମିଡ ଅତ୍ୟନ୍ତ ଫଳପ୍ରଦ ଔଷଧ , ଯାହାକୁ ଟ୍ୟାବେଲେଟ୍ ଆକାରରେ ଖିଆଯାଇଥାଏ । ଏହାକୁ ମଧ୍ୟ ଅନ୍ୟ ଔଷଧ ଯଥା dexamethasone କିମ୍ବା ସେଲ୍ ଫାଳାନ୍ ସହ ମଧ୍ୟ ଖିଆଯାଇ ଫଳପ୍ରଦ କରାଯାଇଥାଏ ।

Velcade :

ଭେଲକାଡ ବା ବାର୍ଟେଜୋମିବ୍ ଇଞ୍ଜେକସନ୍ ଆକାରରେ ନିଆଯାଏ । 2mg ବାର୍ଟେଜୋମିବ୍ ଇଞ୍ଜେକସନ୍ ପ୍ରତି ସପ୍ତାହରେ ଠାରେ ନିଆଯାଏ । ଏବଂ ପ୍ରଥମ , ଅଷ୍ଟମ , ୧୫ତମ , ୨୨ ତମ ଦିନ ଇଞ୍ଜେକସନ୍ ନେବା ପରେ ୧୩ ଦିନ ଛୁଟି ଦିଆଯାଏ । ଅର୍ଥାତ୍ ପରବର୍ତ୍ତୀ ଇଞ୍ଜେକସନ୍ ୨୨ + ୧୩ = ୩୫ ତମ ଦିନରେ ଆରମ୍ଭ କରାଯାଏ । ପ୍ରତି ୪ଟି ଇଞ୍ଜେକସନ୍ କୁ ଗୋଟିଏ ଚକ୍ର କୁହାଯାଏ । ଏବଂ ଏହିପରି ୮ଟି ଚକ୍ର ନେବାକୁ ହୁଏ । ପ୍ରତି ୧୫ ଦିନରେ ଠାରେ ରକ୍ତ C.B.C. (Complete Blood Count) କରି ରକ୍ତରେ ହିମୋଗ୍ଲୋବିନ , ପ୍ଳେଟଲେଟ , ଲୋହିତ ଶ୍ଵେତ ରକ୍ତ କଣିକା ଏବଂ Creatinine ଏବଂ Urea ପରିମାଣ ଦେଖିବାକୁ ହୁଏ । ରକ୍ତରେ ହିମୋଗ୍ଲୋବିନ ପରିମାଣ ୮୦, ୦୦୦ Count ରୁ କମ୍ ହେଲେ ଏହି ଇଞ୍ଜେକସନ୍ ନେବା ବନ୍ଦ କରିଦିଆଯାଏ ଏବଂ ରକ୍ତରେ ହିମୋଗ୍ଲୋବିନ ଏବଂ ପ୍ଳେଟଲେଟ ପରିମାଣ ବଢିଲେ ଏବଂ ୟୁରିଆ ଓ କ୍ରିଏଟିନାଇନ ପରିମାଣ ଠିକ୍ ସ୍ତରରେ ରହିଲେ ଏହି ଔଷଧ ପୁନରାୟ ଆରମ୍ଭ କରାଯାଏ ।

ଏହି ଇଞ୍ଜେକସନ୍ ନେବା ଫଳରେ ବିଭିନ୍ନ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ । ଯଥା କ୍ଲାନ୍ତି , ଶାରୀରିକ ଓ ମାନସିକ ଦୁର୍ବଳତା , ଡାଏରିଆ , ବାନ୍ତି , କୋଷ୍ଠକାଠିନ୍ୟ , ହାତର ପାପୁଲି ଏବଂ ଗୋଡର ପାଦ ଝିମ୍ ଝିମ୍ ହେବା ଏବଂ ଯନ୍ତ୍ରଣା ହେବା ଇତ୍ୟାଦି ଜ୍ଵର (୬% ରୋଗୀଙ୍କର କ୍ଷେତ୍ରରେ) ଡାଏରିଆ (୫% ରୋଗୀ) , ଶ୍ଵାସ – ପ୍ରଶ୍ଵାସ ନେବାରେ କଷ୍ଟ , ନିମୋନିଆ (୪%) ଏବଂ ବାନ୍ତି ୩% ଯେଉଁ ରୋଗୀଙ୍କର କିଡନି ଜନିତ ସମସ୍ୟା ଥାଏ ସେମାନଙ୍କୁ ଏହି ଇଞ୍ଜେକସନ୍ ଦେବାବେଳେ ଖୁବ୍ ସତର୍କତା ଅବଲମ୍ବନ କରାଯାଏ । ଏଣୁ ସର୍ବଦା ଡାକ୍ତରୀ ପରାମର୍ଶ ନିଆଯାଏ ଏବଂ ଆବଶ୍ୟକ ସ୍ଥଳରେ ମାତ୍ରା (Dose) ୨୫% କମ୍ କରିଦିଆଯାଏ ।

ରୋଗୀକୁ ପାର୍ଶ୍ଵ ପ୍ରତିକ୍ରିୟା ଜନିତ ସମସ୍ୟା ପାଇଁ କେତେକ ଅନ୍ୟ ଚିକିତ୍ସା ଓ ଡାକ୍ତରୀ ପରାମର୍ଶ ଦିଆଯାଏ ଯଥା ହାଡର ଯନ୍ତ୍ରଣା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯନ୍ତ୍ରଣାନାଶକ ଔଷଧ ନିଆଯାଏ । ଏଥିପାଇଁ ଦୁଇଟି ପ୍ରକାର ଔଷଧ ଅଛି । ଗୋଟିଏ ହେଲା Pamidronate (ପ୍ରାମିଓଡ଼ୋନେଟ) ଡାଇ ସୋଡିୟମ ଇଞ୍ଜେକସନ୍ ଏବଂ ଜୋଲେଡ୍ରୋନିକ ଏସିଡ୍ (Zoledronic Acid) ଇଞ୍ଜେକସନ୍ । ଏହାକୁ ପ୍ରତି ମାସରେ ଥରେ ନିଆଯାଏ । ଏବଂ ମାତ୍ର ୧୫ ମିନିଟ୍ ପାଇଁ ନିଆଯାଏ । ଜୋଲେଡ୍ରୋନିକ ଏସିଡ ଇଞ୍ଜେକସନ୍ ନେବା ଦ୍ଵାରା ରୋଗୀର ହାଡ ଉପରିସ୍ଥ ପରଦା ସ୍ତର ଟାଣ ହୁଏ ଏବଂ ହାଡରେ କ୍ଷେତ ସୃଷ୍ଟି ହୁଏ ନାହିଁ । ମାତ୍ର ଏହି ଇଞ୍ଜେକସନ୍ ଦୀର୍ଘ ଦିନ ଧରି ନେବା ଦ୍ଵାରା ଦାନ୍ତ ସମସ୍ୟା ଦେଖା ଦେଖାଯାଏ । ଯଥା – ଦାନ୍ତ ଗୁଡିକ ଦୁର୍ବଳ ହୋଇ ଭାଙ୍ଗିଯାଆନ୍ତି । ରୋଗୀମାନେ ଏଥିପ୍ରତି ସତର୍କ ରହିବା ଦରକାର ଏବଂ ଏହି ସମସ୍ୟା ସମ୍ପର୍କରେ ବିନା ଦ୍ଵିଧାରେ ଦାନ୍ତ ଡାକ୍ତରଙ୍କୁ କହି ଚିକିତ୍ସା ଆରମ୍ଭ କରିବା ଦରକାର ବା କ୍ୟାନସର ଡାକ୍ତରଙ୍କ ପରାମର୍ଶ ନେଇ ସାମୟିକ ଭାବେ ଇଞ୍ଜେକସନ୍ ବନ୍ଦ କରିବା ଉଚିତ୍ ସେହିପରି ମୁଖ ଗହ୍ଵରରେ କ୍ଷତ ଏବଂ ଖାଇଲାବେଳେ ଜଳାପୋଡା ହେଲେ ସେଥିପାଇଁ ମଧ୍ୟ ଡାକ୍ତରୀ ପରାମର୍ଶ ସହ ମାଉଥ ୱାସ ବ୍ୟବହାର କରିବା ଏବଂ ଶୋଇବା ପୂର୍ବରୁ ଦାନ୍ତ ଘସି ସଫାରଖିବା ଇତ୍ୟାଦି କରିବା ଉଚିତ୍ । ବହୁ ସମୟରେ ରୋଗୀଙ୍କର ମେରୁଦଣ୍ଡ ହାଡ କ୍ଷତିଗ୍ରସ୍ତ ହୋଇ ରୋଗୀର ଉଚ୍ଚତା ହ୍ରାସ ପାଇଥାଏ । ଏପରି ସ୍ଥଳରେ ହାଡର କ୍ଷତ ସ୍ଥଳକୁ ଉପଚାର କରାଯାଇ ରୋଗୀର ଉଚ୍ଚତା ମଧ୍ୟ ବଢାଯାଇ ପାରେ । ଏଥିପାଇଁ ମୁଲ୍ୟବାନ ହାଡ ସିମେଣ୍ଟକୁ କ୍ଷତସ୍ଥାନରେ ଦିଆଯାଇ ତାହାକୁ ପୂର୍ବ ଅବସ୍ଥାକୁ ଅଣାଯାଏ ।

ମଲଟିପ୍ଲ ମାଏଲୋମାର ସବୁଠାରୁ ବଡ ଲକ୍ଷଣ ହେଉଛି ମେରୁଦଣ୍ଡର ଯନ୍ତ୍ରଣା । ଏଣୁ ମେରୁଦଣ୍ଡରେ ଯନ୍ତ୍ରଣା ଆରମ୍ଭ ହେଲେ ତୁରନ୍ତ X – Ray କରି ମେରୁଦଣ୍ଡ ହାଡରେ କୌଣସି କ୍ଷତ ସୃଷ୍ଟି ହୋଇଛି ନାଁ ଜାଣିବାକୁ ହେବ । ଯଦି କ୍ଷତଥାଏ ଅଧିକ ଡାକ୍ତରୀ ପରୀକ୍ଷା କରି ଏହା Bone T.B କିମ୍ବା Myeloma ଜାଣିବାକୁ ହେବ । ତଦନୁଯାୟୀ ଚିକିତ୍ସା କରିବାକୁ ହେବ । ରୋଗ ପ୍ରଥମରୁ ଜାଣି ତୁରନ୍ତ ଚିକିତ୍ସା ଆରମ୍ଭ କଲେ ରୋଗୀକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ମୃତ୍ୟୁ ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗିବାକୁ ହୋଇପାରେ । ଏହି ଚିକିତ୍ସା ପାଇଁ ପ୍ରଥମେ ବେଶୀ ଅର୍ଥ ଦରକାର ନଥାଏ । ଏଣୁ ତୁରନ୍ତ ଚିକିତ୍ସା ଆରମ୍ଭ କରିବା ଉଚିତ୍ । ରୋଗୀର ପରିବାରବର୍ଗ ଏବଂ ସହାନୁଭୂତିଶୀଳ ବନ୍ଧୁବର୍ଗ ଏଥିପାଇଁ ନିଶ୍ଚିତ ତ୍ୟାଗ କରିବାକୁ ହେବ । ମନେ ରଖିବାକୁ ହେବ ମାଏଲୋମା ରୋଗୀ ଶୀଘ୍ର ମରେନି କିନ୍ତୁ ମରଣ ପର୍ଯ୍ୟନ୍ତ ଏହି ରୋଗ ତାହା ମଧ୍ୟରେ ରହେ । ଠିକ୍ ଠିକ୍ ଚିକିତ୍ସା ଚାଲିଲେ ଏହା ତାହାର ଦୈନନ୍ଦିନ ଜୀବନରେ କୌଣସି ଆଞ୍ଚ ଆଣେନି । ରୋଗୀକୁ ଏବଂ ତାର ପରିବାର ସଭ୍ୟମାନଙ୍କୁ ଗୀତାର ଏହି କେତୋଟି ଶ୍ଳୋକ ମନେ ରଖିବାକୁ ହେବ ।

“ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍ ”

ଆମ୍ଭେ ସୁସ୍ଥ ଥିବାବେଳେ ଭାବୁ ଆମ୍ଭେ ଜନ୍ମ ଯନ୍ତ୍ରଣା ପାଇନାହୁଁ କାରଣ ତାହାକୁ ଆମ୍ଭେ ଭୁଲିଯାଇଥାଉ । ଯୌବନରେ ଆମ୍ଭେ ସୁସ୍ଥ ସବଳ ଜୀବନଯାପନ କରୁଥିବାରୁ ବାର୍ଦ୍ଧକ୍ୟ ଜନିତ ରୋଗର ଯନ୍ତ୍ରଣା ଆମ ପାଇଁ ନୁହେଁ ବୋଲି ଭାବିନେଇ ଥାଉ ଏବଂ ମୃତ୍ୟୁ ଆମ ପାଇଁ ବହୁଦୂରରେ ଅଛି ବୋଲି ଭାବୁ ।

ମାତ୍ର ସବୁ ବସ୍ତୁର ଭଲ ଓ ମନ୍ଦ ଦିଗ ଥିବାପରି ମଲଟିପ୍ଲ ମାଏଲୋମା ରୋଗର ଗୋଟିଏ ଭଲ ଦିଗ ଅଛି । ଅନ୍ୟ କ୍ୟାନସର ପରି ଏହା ରୋଗୀକୁ ତୁରନ୍ତ ମାରେ ନାହିଁ । ଚିକିତ୍ସା ଚାଲୁ ରଖିଲେ ରକ୍ତ ବିଭିନ୍ନ ଉପାଦାନ ଠିକ୍ ରହିଲେ ଏବଂ କିଡନି କାର୍ଯ୍ୟକ୍ଷମ ରହିଲେ ରୋଗୀ ବେଶ୍ କିଛି ବର୍ଷ ବଞ୍ଚି ଖୁବ୍ ପ୍ରଭାବଶାଳୀ କର୍ମ କରିପାରିବ ।

ଯେତେଦିନ ପର୍ଯ୍ୟନ୍ତ ରାଜା ପରିକ୍ଷିତ ଭାବୁଥିଲେ ଯେ ମୃତ୍ୟୁ ତାଙ୍କ ଠାରୁ ବହୁତ ଦୂର , ଯେତେଦିନ ପର୍ଯ୍ୟନ୍ତ ରାଜା ମୁକୁଟର ଅହଂତ୍ଵ ତାକୁ ବେଳେବେଳେ ବିବେକହୀନ କରୁଥିଲା । ଧ୍ୟାନରତ ଋଷିଙ୍କ ବେକରେ ମଲାସାପ ଗୁଡାଇ ଦେଇ ତାଙ୍କ ପୁତ୍ରଙ୍କ ଠାରୁ ଅଭିଶାପ ପାଇଲେ ଯେ ମାତ୍ର ସାତ ଦିନ ଭିତରେ ତକ୍ଷକ ତାଙ୍କୁ ଦଂଶନ କରିବ ଏବଂ ସେଥିରେ ତାଙ୍କ ପ୍ରାଣ ଯିବ । ରାଜା ପରିକ୍ଷିତ ଏଥର ମୃତ୍ୟୁର ଦୁଖଃ ମନେ ପକାଇଲେ ଏବଂ ଏ ସାତ ଦିନକୁ ଅତି ଯତ୍ନର ସହିତ ମନ ପ୍ରାଣରେ ଏକାଗ୍ରତା ସହିତ ଶ୍ରୀମଦ୍ ଭାଗବତ କଥାକୁ ସୁକଦେବଙ୍କ ଠାରୁ ଶୁଣିଲେ । ଫଳରେ ସାତ ଦିନ ନସରୁଣୁ ତାଙ୍କର ନିର୍ବାଣ ପ୍ରାପ୍ତ ହେଲା । ସେ ଜନ୍ମ ମୃତ୍ୟୁର ଯନ୍ତ୍ରଣା ଭୋଗିବାକୁ ପୁନର୍ଜନ୍ମ ଲାଭ କଲେନି ଏବଂ ପରାତ୍ମାଙ୍କର ଧାମକୁ ଚାଲିଗଲେ । ତକ୍ଷକ କେବଳ ତାଙ୍କର ମର ଶରୀରକୁ ଦଂଶନ କଲା ।

ଗୀତାରେ ପୁନଶ୍ଚ ଶ୍ରୀଭଗବାନ କହିଛନ୍ତି : “ ଯାତସ୍ୟ ହି ଧୃବ ମୃତ୍ୟୁ ”

ଜନ୍ମ ଥିଲେ ମରଣ ଅଛି । ଆଳସ୍ୟ ଓ ଅଜ୍ଞାନତା ଭିତରେ ଦୀର୍ଘ ଦିନ ବଞ୍ଚିବା ଅପେକ୍ଷା ସେଫଳୀର ଆୟୁଷ ନେଇ ରାତିଟିଏ ବଞ୍ଚି ଧରିତ୍ରୀମାତାକୁ ମଧୁର ସୁଗନ୍ଧିରେ ବିଭୋର କରିବା କଅଣ ମହତର ନୁହେଁ ? ଯେଉଁମାନେ ଏହି ରୋଗରେ ପୀଡିତ ସେମାନେ ଏହି କଥା ପଦକ ମନେ ରଖିବା ଉଚିତ୍ । ଯେତିକି ଦିନ ବଞ୍ଚିବା ସଦ୍ ବିନିଯୋଗ କରିବା ଆମ୍ଭର ଦିନ ଗୁଡିକ । ଠିକ୍ ସେଫାଳୀ ଫୁଲ ପରି । ତେବେ କାଲି ସକାଳେ ଝରି ପଡିଲେ ସେମାନଙ୍କୁ ଭୂଇଁରୁ ଶ୍ରଦ୍ଧାରେ କିଏ ତୋଳିନେବେ ପ୍ରଭୁଙ୍କ ଚରଣରେ ଦେବାକୁ ।

କବିର ଦାସଙ୍କର ଦୋହା ମନେରଖିବାକୁ ହେବ : “ ଆଇ ହେ ତୋ ଯାଏଗେଂ ରାଜରକ୍ ଫକୀର , ଏବ୍ ସିହାସନ ଚଢଚଲେ ଏକ୍ ବନ୍ଦେ ଜଞ୍ଜିରା ”

ଏ ପୃଥିବୀକୁ ଆସିଥିଲେ ଦିନେ ଯିବାକୁ ପଡିବ । ବର୍ଷେ ଦୁଇ ବର୍ଷରେ ହୋଇପାରେ କିମ୍ବା ଦଶ ବର୍ଷ ହୋଇପାରେ । କିନ୍ତୁ ଜୀବନର ଶେଷ ଦିନ ଗୁଡିକୁ ସତର୍କତାର ସହିତ ପ୍ରେମ ମାର୍ଗରେ କଟାଇବାର ସତର୍କ ଘଣ୍ଟି ଏ ରୋଗ ମାଏଲୋମା । ହଠାତ୍ ମାରେନି । ସତର୍କ ରହି ବଞ୍ଚିହେବ ଏବଂ ମାରିବା ପୂର୍ବରୁ କିଛି କରିହେବ , ଏ ଧରିତ୍ରୀ ମାତାକୁ ସୌନ୍ଦର୍ଯ୍ୟମୟ କରିବାକୁ ।

ଚର୍ମ କ୍ୟାନସର

ଚର୍ମ କ୍ୟାନସର ସାଧାରଣତଃ ଗ୍ରୀଷ୍ମପ୍ରଧାନ ଦେଶର ଲୋକମାନଙ୍କୁ ବେଶି ହୁଏ । କାରଣ ଗ୍ରୀଷ୍ମପ୍ରଧାନ ଦେଶମାନଙ୍କରେ କୃଷକମାନେ ପ୍ରଖର ସୂର୍ଯ୍ୟକିରଣରେ ଦିନସାରା କାମ କରନ୍ତି । ପ୍ରଖର ସୂର୍ଯ୍ୟକିରଣ ପଡିବା ଫଳରେ ଚର୍ମର କିଛି ସ୍ଥାନରେ ମୋଟା ହୋଇଯାଏ । ଏହାକୁ କେରାଟୋସିସ୍ କୁହାଯାଏ । ଏହି ଅଂଶ ପରବର୍ତ୍ତୀ ଅବସ୍ଥାରେ କ୍ୟାନସର ଆକ୍ରାନ୍ତ ହୁଏ । ପ୍ରଖର ସୂର୍ଯ୍ୟକିରଣରେ କର୍ତ୍ତବ୍ୟରତ ଟ୍ରାଫିକ ପୋଲିସ୍ , ରାସ୍ତା କାମରେ ନିୟୋଜିତ ଶ୍ରମିକ , ଖଣି ଶ୍ରମିକଙ୍କର ମୁହଁ ହାତ ଇତ୍ୟାଦିର ଅଂଶ ସୂର୍ଯ୍ୟକିରଣ ଦ୍ଵାରା ବେଶି ପ୍ରଭାବିତ ହେଉଥିବାରୁ ଏସବୁ ଅଂଶକୁ ଯଥା ସମ୍ଭବ ଧଳା ପୋଷାକ ଦ୍ଵାରା ଆବୃତ୍ତ ରଖାଯିବା ଦରକାର । ମୁଣ୍ଡ ଉପରେ ଟୋପି ବା ଛତା ରାଖୀ କାମ କରିବା ଉଚିତ୍ । ଦେହର ସମସ୍ତ ଅଂଶକୁ ଲମ୍ବାହାତ ଥିବା ଜାମା ଓ ପୁରା ପ୍ୟାଣ୍ଟ ଦ୍ଵାରା ଆବୃତ୍ତ ରଖିବା ଦରକାର ।

ସୂର୍ଯ୍ୟକିରଣ ବ୍ୟତୀତ କୋଇଲା ଖଣି , ରଙ୍ଗ କାରଖାନାରେ କାମ କରୁଥିବା ଶ୍ରମିକ , ଆଲକାତାରା ଓ ଅନ୍ଯାନ୍ଯ ରଙ୍ଗ ଦେଉଥିବା ରଙ୍ଗ ମିସ୍ତ୍ରୀମାନେ ନିଜ ଚର୍ମକୁ ରଙ୍ଗର ରାସାୟନିକ ପ୍ରଭାବରୁ ମୁକ୍ତ ରଖିବାକୁ ହାତରେ ଗ୍ଲୋଭସ୍ ମୁହଁରେ ମାସ୍କ ଓ ପାଦରେ ବଡ ଲାମ୍ବା ଯୋତା ପିନ୍ଧିବା ଉଚିତ୍ । ଏକ୍ସରେ ଓ ରେଡିଏସନ୍ ରେ କାମ କରୁଥିବା ବ୍ୟକ୍ତିମାନେ ନିୟମ ଅନୁଯାୟୀ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କଲେ ଚର୍ମ କ୍ୟାନସର ହେବାର ସମ୍ଭାବନା ହ୍ରାସ ପାଇବ ।

ମୁହଁରେ ବେଳେବେଳେ କଳା ପ୍ୟାଚପରି ସ୍ଥାନ ଦେଖାଯାଏ । ଯାହା ମୁହଁ ଉପରେ ଅତ୍ୟଧିକ ସୂର୍ଯ୍ୟକିରଣର ପ୍ରଭାବରେ ହେଉଥାଏ , ଏଥିରୁ ମୁକ୍ତ ରଖିବାକୁ ଚର୍ମର ଉପଚାର କରିବା ଉଚିତ୍ । ଚର୍ମକୁ ସାବୁନ ନାଲଗାଇ , ବେସନରେ ସଫାରଖି , ଘିକୁଆଁରୀ ରସ ବା କାକୁଡି ଓ ଟମାଟୋ ରସ ଲଗାଇ ଅଧ ଘଣ୍ଟାଏ ରଖିଲେ ଏସବୁ ପ୍ୟାଚ ଦୂର ହୋଇପାରେ । ନଚେତ୍ ଚର୍ମ ଡାକ୍ତରଙ୍କ ପରାମର୍ଶ ନେଇ ଏହାର ଉପଚାର କରିବା ଉଚିତ୍ ।

ଚର୍ମର ଯେଉଁ ସ୍ଥାନ ତେଲିଆ ଦେଖାଯିବ , ଯେଉଁ ସ୍ଥାନ ଶୁଷ୍କ ଦେଖାଯିବ ବା ଯେଉଁସ୍ଥାନରୁ କୁଣ୍ଡାଇହୋଇ ଖୋଳପା ପରି କାତି ଛାଡୁଥିବ ସେ ସ୍ଥାନକୁ ବିଶେଷ ଧ୍ୟାନଦେଇ ତାହାର ଚିକିତ୍ସା କରାଯିବା ଦରକାର । ଏ ସ୍ଥାନରେ କ୍ୟାନସର ହେବାର ସମ୍ଭାବନା ଅଛିକି ନା ତାହା ମୂଳରୁ ଦେଖାଇଲେ ଭଲ । କାରଣ ମୂଳରୁ ଚିକିତ୍ସା ଆରମ୍ଭ କଲେ ଚର୍ମ କ୍ୟାନସରର ଶତକଡା ୯୫ ଭାଗ ରୋଗ ଆରୋଗ୍ଯ ଲାଭକରେ । ଯଦି ଶରୀର ଚର୍ମ ଉପରେ କୌଣସି କଳାଜାଇ , କିମ୍ବା ନାଲିଆ ଜାଲ ସ୍ଵାଭାବିକ ଭାବରେ ଥିବା ଆକାର ଠାରୁ ବଡ ହୁଏ ବା ସେଥିରେ ଘା ’ ହୁଏ ସେଥିରୁ ରକ୍ତ ବାହାରେ ଏବଂ ତାହା ସାଧାରଣ ଡାକ୍ତରୀ ଚିକିତ୍ସା ଦ୍ଵାରା ଭଲ ନହୁଏ ତେବେ ତାହାକୁ କ୍ୟାନସର ବିଶେଷଜ୍ଞଙ୍କୁ ଦେଖାଇବା ଉଚିତ୍ । କ୍ୟାନସର ବିଶେଷଜ୍ଞ ଏହି ସ୍ଥାନର ଟିସ୍ୟୁକୁ ନେଇ ମାଇକ୍ରୋସ୍କୋପରେ ଦେଖି ତାହା କ୍ୟାନସର କି ନୁହେଁ ଜାଣନ୍ତି । ତେବେ ଉପରୋକ୍ତ ଲକ୍ଷଣ ଥାଇ ଯେ ସବୁବେଳେ କ୍ୟାନସର ବୋଲି ସନ୍ଦେହ କରାଯିବ ଏପରି ନୁହେଁ କାରଣ ମଧୁମେହ ରୋଗୀ , କୁଷ୍ଠରୋଗୀ , ଭାରିକୋଜ୍ ଭେନ୍ ଇତ୍ୟାଦି ରୋଗରେ ମଧ୍ୟ ଏପରି ଲକ୍ଷଣ ଦେଖାଯାଏ ।

ପୂର୍ବରୁ କହିଛୁ ଅଧିକାଂଶ ଚର୍ମ କ୍ୟାନସରର ଚିକିତ୍ସା ପରେ ସମ୍ପୂର୍ଣ୍ଣ ଭଲ ହୋଇଯାଏ । ମାତ୍ର ଚର୍ମ କ୍ୟାନସରର କେତେ ପ୍ରକାର ରୋଗ ଅଧିକ ବିପଦପୂର୍ଣ୍ଣ , ତଥାପି ଚିକିତ୍ସା କରିଲେ ଭଲ ହୋଇଯାଏ ।

ଚିକିତ୍ସା : ଚର୍ମ କ୍ୟାନସର ଯଦି ନିର୍ଦ୍ଧିଷ୍ଟ ସ୍ଥାନରେ କେନ୍ଦ୍ରିତ ହୋଇଥାଏ ତେବେ ତାହାକୁ ଶଲ୍ୟ ଚିକିତ୍ସା ଦ୍ଵାରା ସମ୍ପୂର୍ଣ୍ଣ କାତି ବାହାର କରାଯାଇ ପାରେ ଏବଂ ଆବଶ୍ୟକ ସ୍ଥଳରେ ବିକିରଣ ଚିକିତ୍ସା ଦ୍ଵାରା ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଇପାରେ । ଯଦି ଚର୍ମରୁ ଏହା ହାଡ ଅଂଶକୁ ବ୍ୟାପିଥାଏ ତେବେ ତାହାକୁ ନିରାକରଣ କରିବାକୁ କେମୋଥେରାପିର ସାହାଯ୍ୟ ନିଆଯାଏ ।

ଚର୍ମ କ୍ୟାନସରକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ , ଯଥା – ୧ ସ୍କ୍ୱାମସ୍ କୋଷ କ୍ୟାନସର ୨. ମାଲିଗ୍ନାଣ୍ଡ ମେଲାନୋମା ବା (Squamous Cell Cancer (Rodent Ulcer) : ଗୋରା ଲୋକମାନେ ଯଦି ଅଧିକ ସମୟ ଧରି ସୂର୍ଯ୍ୟ କିରଣରେ କାମ କରନ୍ତି ତେବେ ତାଙ୍କୁ ଏହି ପ୍ରକାର ଚର୍ମରୋଗ ହେବାର ସମ୍ଭାବନା ଥାଏ । ଏହା ସାଧାରଣତଃ ରୋଗୀର ମୁଖ ମଣ୍ଡଳ ଓ ହାତରେ ହୋଇଥାଏ । ଘା ’ ଆକାରରେ ଆରମ୍ଭ ହୁଏ ଯାହା ନାନା ଚିକିତ୍ସା ପରେ ମଧ୍ୟ ସହଜରେ ଭଲ ହୁଏ ନାହିଁ । ଏ ପ୍ରକାର କ୍ୟାନସରର ବିସ୍ତାର ଅପେକ୍ଷାକୃତ ଧିରେ ଧିରେ ହୋଇଥାଏ । ରକ୍ତ ପରୀକ୍ଷା କଲେ ହିମୋଗ୍ଲୋବିନ , ଲୋହିତ ରକ୍ତ କଣିକା , TLC , DLC , ESR ସାଧାରଣ ସ୍ତରରେ ଥାଏ କିନ୍ତୁ ଚର୍ମର ବାୟୋପ୍ ସି କରାଗଲେ କ୍ୟାନସର ରୋଗ ଥିବାର ଜଣାପଡେ । ଏ ପ୍ରକାର କ୍ୟାନସର ପ୍ରାରମ୍ଭରୁ ଜଣାପଡୁଥିବାରୁ ଏହା ଚିକିତ୍ସା କଲେ ଶତକଡା ନବେ ଭାଗ ଭଲ ହୋଇଯାଏ । ମାଲିଗ୍ନାଣ୍ଟ ମେଲାନୋମା ଏ ପ୍ରକାର ଚର୍ମ କ୍ୟାନସର ସୂର୍ଯ୍ୟକିରଣ ଆଦି ବିପଦ ସଙ୍କୁଳ ଅବସ୍ଥାକୁ ଖୋଲାରଖି ଥିବା ଚର୍ମରେ ରଖାଯାଏ ଏବଂ ଯେଉଁ ସ୍ଥାନ ମଧ୍ୟ ଫୁଙ୍ଗୁଳା ନରହି ପୋଷାକ ଦ୍ଵାରା ଆବୃତ୍ତ ଥାଏ ସେଠାରେ ମଧ୍ୟ ହୁଏ ।

ଡାକ୍ତରୀ ପରୀକ୍ଷା : ରକ୍ତ ପରୀକ୍ଷାରେ ହିମୋଗ୍ଲୋବିନ , TLC , DLC , ESR ସାଧାରଣ ସ୍ତରରେ ଥିଲେ ମଧ୍ୟ ବାୟୋପସିରେ ମ୍ୟାଲିଗ୍ନାଣ୍ଡ ମେଲାନୋମା ଜଣାପଡେ । ଯଦି ଚର୍ମରୁ ରୋଗ ଲିମ୍ଫନୋଡ ଲସିକା ଗ୍ରନ୍ଥିକୁ ବ୍ୟାପିଥାଏ ତେବେ ଆକ୍ରାନ୍ତ ଲସିକା ଗ୍ରନ୍ଥିକୁ ଶଲ୍ୟ ଚିକିତ୍ସା ଦ୍ଵାରା ବାହାର କରାଯାଇ ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଏ । ଚର୍ମ କ୍ୟାନସର ୫ଟି ବିଶେଷ ସତର୍କ ଚିହ୍ନ : -

  1. ଚର୍ମରେ କୌଣସି ଘା ’ ଯଦି ୬ ସପ୍ତାହରୁ ଅଧିକ କାଳ ଚିକିତ୍ସା ପରେ ମଧ୍ୟ ଭଲ ନହୁଏ ।
  2. କୌଣସି ତିଳ ଯାହା ଖୁବ୍ କଠିନ ଓ ସେଥିରୁ ରକ୍ତ ବାହାରୁ ଥିବ ତାହା ବଢିବାରେ ଲାଗିଥାଏ ।
  3. ତିଳଟି ଯଦି ଲାଲ୍ କିମ୍ବା ଧୂଷର କିମ୍ବା କଳା ରଙ୍ଗର ଦେଖାଯାଉଥିବ ଏବଂ ଯାହାର ଚତୁପାର୍ଶ୍ଵ ଖାବଖାବରିଆ ହୋଇଥିବ ।
  4. ତିଳର ସୀମା ଯଦି ପରିବର୍ତ୍ତନ ହେଉଥିବ ।
  5. ତିଳଟି ଯଦି କୁଣ୍ଡେଇ ହେଉଥିବ

ଫୁସ୍ ଫୁସ୍ କ୍ୟାନସର

ଆମ ଶ୍ଵାସକ୍ରିୟା ଯନ୍ତ୍ରରେ ଫୁସ୍ ଫୁସ୍ ହେଉଛି ଏକ ପ୍ରମୁଖ ଅଂଶ । ଆମ ଛାତି ଭିତରେ ଦୁଇଟି ଫୁସ୍ ଫୁସ୍ ଥାଏ । ଡାହାଣ ପାଖ ଫୁସ୍ ଫୁସ୍ ର ଓଜନ ୬୨୫ ଗ୍ରାମ ହୋଇଥିବା ବେଳେ ବାମ ପାଖ ଫୁସ୍ ଫୁସ୍ ର ଓଜନ ୫୭୦ ଗ୍ରାମ ହୋଇଥାଏ । ଡାହାଣ ପାଖ ଫୁସ୍ ଫୁସ୍ ରେ ୨ଟି ଭାଙ୍ଗ ଥାଇ ୩ ଭାଗରେ ବିଭକ୍ତ ବେଳେ ବାମ ପାଖ ଫୁସ୍ ଫୁସ୍ ୧ଟି ଭାଙ୍ଗ ଥାଇ ୨ ଭାଗରେ ବିଭକ୍ତ । ଫୁସ୍ ଫୁସ୍ କ୍ୟାନସର ବିଭିନ୍ନ ପ୍ରକାର କ୍ୟାନସର ମଧ୍ୟରେ ଏଭଳି ଏକ ପ୍ରମୁଖ ରୋଗ ଯାହାର ମୁଖ୍ୟ କାରଣ ହେଉଛି ଧୂମପାନ , ଶତକଡା ୯୦ ଭାଗ ପୁରୁଷ ଓ ୮୦ ଭାଗ ସ୍ତ୍ରୀ ଲୋକ ଯେଉଁମାନେ ଫୁସ୍ ଫୁସ୍ କ୍ୟାନସରରେ ପୀଡିତ ସେମାନେ ହେଉଛନ୍ତି ଧୂମପାୟୀ । ସରକାର ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ବ୍ୟାପକ ପ୍ରଚାର ସତ୍ତ୍ୱେ ଲୋକମାନେ ଧୂମପାନ କରି ଫୁସ୍ ଫୁସ୍ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ଏହା ଅତି ଦୁଖଃଦ ଘଟନା ଯେଉଁମାନେ ଧୂମପାନ କରନ୍ତି ସେମାନେ ଯେ କେବଳ ଫୁସ୍ ଫୁସ୍ କର୍କଟ ରୋଗରେ ପୀଡିତ ହୁଅନ୍ତି ତାହା ନୁହେଁ । ଯେଉଁମାନେ ସିଗାରେଟ , ବିଡି ବା ପିଙ୍କା ଆଦିର ଧୂଆଁକୁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପାଖରେ ବସି ଆଘ୍ରାଣ କରନ୍ତି ସେମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି । ଶିଖ୍ ଧର୍ମାଲମ୍ବୀଙ୍କ ଭିତରେ ଫୁସ୍ ଫୁସ୍ କ୍ୟାନସର ପ୍ରାୟ ନଥାଏ କାରଣ ସେମାନଙ୍କ ଧର୍ମରେ ଧୂମପାନ କରିବା ପାପ ବୋଲି ଗ୍ରହଣ କରାଯାଇଛି । ଧୂମପାନ ଯୋଗୁ ଫୁସ୍ ଫୁସ୍ କ୍ୟାନସର ମୁଖ୍ୟତଃ ହେଉଥିଲେ ମଧ୍ୟ ଅନ୍ୟ ଯେଉଁ ପ୍ରମୁଖ କାରଣ ପାଇଁ ମଧ୍ୟ ଫୁସ୍ ଫୁସ୍ କ୍ୟାନସର ହୁଏ । ସେଗୁଡିକ ନିମ୍ନରେ ଦିଆଗଲା ।

ଆଜବେଷ୍ଟସ୍ କାରଖାନାରେ କାମକରୁଥିବା ଶ୍ରମିକମାନେ ଆଜବେଷ୍ଟସ୍ ତନ୍ତୁକୁ ପ୍ରଶ୍ଵାସରେ ନେବା କାରଣରୁ ସେମାନଙ୍କର ଫୁସ୍ ଫୁସ୍ କ୍ୟାନସର ଆକ୍ରାନ୍ତ ହୋଇପାରେ । ଆରସେନିକ୍ , କ୍ରୋମିୟମ , ଆରୋମେଟିକ୍ ହାଇଡ୍ରୋକାର୍ବନ ଆଦି ଶିଳ୍ପ ସହିତ ସଂପୃକ୍ତ ବ୍ୟକ୍ତିମାନେ ମଧ୍ୟ ଫୁସ୍ ଫୁସ୍ କ୍ୟାନସର ପ୍ରବଣ ହୋଇଥାନ୍ତି । ସେହିପରି ବାରମ୍ବାର ରେଡିଏସନ୍ ଏକ୍ସରେ ଆଦି ପ୍ରତି ଉନ୍ମୁକ୍ତ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଫୁସ୍ ଫୁସ୍ କ୍ୟାନସର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଯେଉଁମାନଙ୍କ ପରିବାରରେ କ୍ୟାନସର ଫୁସ୍ ଫୁସ୍ କ୍ୟାନସର ରୋଗୀ ଥାଆନ୍ତି ସେମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ୪୫ ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ବେଶି ହୁଏ । ବେଳେବେଳେ ଫୁସ୍ ଫୁସ୍ କ୍ୟାନସର ରୋଗ ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ନଥାଇ ଏହା ଦୀର୍ଘଦିନ ରହିପାରେ । ଏପରି ସ୍ଥଳରେ ଅନ୍ୟ ରୋଗ ପାଇଁ ଛାତିରେ X – Ray କଲେ ଏହା ଜଣାପଡେ । ଏହି ରୋଗର ପ୍ରମୁଖ ଲକ୍ଷଣ ହେଉଛି ଦୀର୍ଘଦିନ ଧରି କାଶ ଓ କଫ ଲାଗିରହିବା , ବାରମ୍ବାର କାଶରେ ଆକ୍ରାନ୍ତ ହେବା ବା କଫରେ ରକ୍ତ ପଡିବା , ଦେହ ଦୁର୍ବଳ ହେବା , ଛାତିରେ ଯନ୍ତ୍ରଣା ହେବା , ଶରୀରର ଓଜନ କମିବା , ଜ୍ଵର ଲାଗିରହିବା ଏବଂ ଛାତିର ପଞ୍ଜରା ହାଡରେ ଯନ୍ତ୍ରଣା ହେବା , କ୍ଷୁଧା କମିଯିବା ଇତ୍ୟାଦି ।

ଛାତି ଏକ୍ସରେ ବ୍ୟତୀତ ବ୍ରୋଙ୍କୋସ୍କୋପି ମଧ୍ୟ ଏ ରୋଗକୁ ଚିହ୍ନିବାରେ ସହାୟକ ହୁଏ । ଏ ରୋଗ ଧରା ପଡିଲେ ବେଳକୁ ଏହା ବହୁତ ପୁରୁଣା ହୋଇଯାଇଥିବାରୁ ୭.୫% ରୋଗୀଙ୍କର ଆକ୍ରାନ୍ତ ଅଂଶକୁ ଶଲ୍ୟ ଚିକିତ୍ସା ଦ୍ଵାରା ଅଲଗା ବାହାର କରିଦେବା ସମ୍ଭବପର ହୁଏନାହିଁ । ଆଗ କାଳରେ ଫୁସ୍ ଫୁସ୍ କ୍ୟାନସର ରୋଗରୁ ଆରୋଗ୍ୟ ଲାଭ କରିବା ବହୁତ କଷ୍ଟସାଧ୍ୟ ଥିଲା କିନ୍ତୁ ଏବେ Docetaxal ନାମକ ଔଷଧର ଉଦ୍ଦାଭନ ଫଳରେ ଏହି ରୋଗର Chemotherapy ସମ୍ଭବ ପରେ ହୋଇପାରୁଛି ଏବଂ ଠିକ୍ ସମୟରେ ଚିକିତ୍ସା ଆରମ୍ଭ ହେଲେ ରୋଗୀ ଦୀର୍ଘ ଦିନ ଧରି ବଞ୍ଚିବାର ଆଶା ସଂଚାର ହୋଇଛି । ଯେଉଁମାନଙ୍କର ଦୀର୍ଘକୋଷ ଫୁସ୍ ଫୁସ୍ କ୍ୟାନସର (Nonsmall Cellungs Cancer ) ହୋଇଥାଏ ସେମାନଙ୍କ ଠାରେ ରୋଗ ଧୀର ଗତିରେ ବୃଦ୍ଧିପାଏ ଏଣୁ ସେମାନଙ୍କ ଠାରେ ଚିକିତ୍ସା ଫଳପ୍ରଦ ହେବାର ସମ୍ଭାବନା ବେଶି । ତେବେ ଚିକିତ୍ସା ବିଜ୍ଞାନ ଉନ୍ନତି ଫଳରେ ମଧ୍ୟ ଉତ୍ତମ ଚିକିତ୍ସା କରାଯାଇ ଏ ରୋଗକୁ ନିୟନ୍ତ୍ରଣ ବା ନିରାକରଣ କରାଯାଇପାରୁଛି ।

ଯଦି ଧୂମପାନ ଠାରୁ ଜଣେ ନିଜକୁ ଦୂରେଇ ରଖିପାରିବ ତେବେ ତାର ଫୁସ୍ ଫୁସ୍ କ୍ୟାନସର ହେବାର ସମ୍ଭାବନା ରହିବ ନାହିଁ । ମାତ୍ର ଦୁଖଃର କଥା ‘ ମୋତେ କ୍ୟାନସର ହେବ ନାହିଁ , ବହୁତ ଲୋକେ ଧୂମପାନ କରୁଛନ୍ତି ତାଙ୍କୁ କଅଣ କ୍ୟାନସର ହେଉଛି ?’ ଏହି ଧାରଣା ମନୁଷ୍ୟକୁ କବଳିତ କରୁଛି ଫଳରେ ସେମାନେ ଜାଣିଶୁଣି ଧୂମପାନ କରୁଛନ୍ତି । ଏହା ଆତ୍ମହତ୍ୟା କରିବା ସହିତ ସମାନ ନୁହେଁ କି ? ଥରେ ଫୁସ୍ ଫୁସ୍ କ୍ୟାନସରରେ ଆକ୍ରାନ୍ତ ହେଲେ ଆଉ କିଏ ବଞ୍ଚାଇବ ?

ଜରାୟୁ ଗ୍ରୀବା କ୍ୟାନସର

ଭାରତର ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଜରାୟୁ ଗ୍ରୀବା କ୍ୟାନସର ଏକ ପ୍ରମୁଖ ରୋଗ ଏହା ସାଧାରଣ ଗରିବ ଅପାଠୁଆ ଓ ମହିଳାମାନଙ୍କୁ ବେଶି ହୁଏ । କାରଣ ଏମାନେ ନିଜର ଯୌନାଙ୍ଗର ପରିଷ୍କାର ପରିଚ୍ଛନତା ବିଷୟରେ କମ୍ ଜ୍ଞାନ ଅର୍ଜନ କରନ୍ତି ଏବଂ ଏହାର ଯତ୍ନ ନେବାରେ ଅବହେଳା କରନ୍ତି , ତେବେ ଜରାୟୁ ଗ୍ରୀବା କ୍ୟାନସରର ଅନ୍ୟ ପ୍ରମୁଖ କାରଣ ହେଉଛି କମ୍ ବୟସର ମହିଳାମାନଙ୍କର ବିବାହ ବା ଅତ୍ୟଧିକ ଯୌନକ୍ରିୟାରେ ଲିପ୍ତ ରହିବା , ଅଧିକ ଶିଶୁଙ୍କୁ ଜନ୍ମଦେବା କିମ୍ବା ଏକାଧିକ ପୁରୁଷ ସଙ୍ଗୀଙ୍କ ସହିତ ଦୈହିକ ସମ୍ପର୍କ ରଖିବା । ଏସବୁ କାରଣରୁ ଯୋନି ଗହ୍ଵର ସଂକ୍ରମଣରେ ଆକ୍ରାନ୍ତ ହୁଏ ଏବଂ ଏହା ପରବର୍ତ୍ତୀ ସମୟରେ ଜରାୟୁ ଗ୍ରୀବା କ୍ୟାନସରର ମୁଖ୍ୟ କାରଣ ହୁଏ ।

ମୁସଲମାନ ଓ ଜିୟୁ ମହିଳାମାନେ ଏହି ରୋଗରେ ପ୍ରାୟ ଆକ୍ରାନ୍ତ ହୁଅନ୍ତି ନାହିଁ , କାରଣ ସେମାନଙ୍କର ସ୍ଵାମୀମାନଙ୍କର ସୁନତ ଯୋଗୁଁ ଲିଙ୍ଗାଗ୍ର ପରିଷ୍କାର ରହିଥାଏ ଏଣୁ ସେମାନଙ୍କର ଯୋନୀ ପଥ ସଂକ୍ରମଣ ହୁଏ ନାହିଁ ।

ଲକ୍ଷଣ : ଯଦି ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯାଏ । ମାସିକ ଋତୁ ସ୍ରାବ ଶୀଘ୍ର ଆରମ୍ଭ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲେ । ଯଦି ଋତୁ ସ୍ରାବ ବନ୍ଦ ନ ହୁଏ ବା ଋତୁ ସ୍ରାବ ଦୁର୍ଗନ୍ଧ ଯୁକ୍ତ ହୁଏ , ଧଳା ବା ହଳଦିଆ ବହଳିଆ ତରଳ ପଦାର୍ଥ ଯୋନୀ ପଥ ଦେଇ ବାହାରେ ତେବେ ଏସବୁ କ୍ୟାନସରର କାରଣ ବୋଲି ସନ୍ଦେହ କରାଯାଇଥାଏ । ତେବେ ଏସବୁ ମଧ୍ୟରୁ କମ୍ କ୍ଷେତ୍ରରେ କ୍ୟାନସର ଥିବାର ଜଣାଯାଏ କାରଣ ଅନ୍ୟ କାରଣରୁ ମଧ୍ୟ ଏପରି ଲକ୍ଷଣ ଦେଖାଯାଇପାରେ ।

ଡାକ୍ତରୀ ପରୀକ୍ଷା – ଉପରୋକ୍ତ ଲକ୍ଷଣ ଥାଇ ଜଣେ ମହିଳା ଡାକ୍ତରଖାନାକୁ ଆସିଲେ ତାହାର ଜରାୟୁ ଗ୍ରୀବା ସ୍ଥାନରୁ କିଛି ଜଳୀୟ ଅଂଶର ତରଳ ପଦାର୍ଥ ଆଣି ତାହାକୁ କାଚ ସ୍ଲାଇଡ ଉପରେ ବିସ୍ତାର କରି ସାଇଟୋଲୋଜି ବିଭାଗରେ ମାଇକ୍ରୋସ୍କୋପ ଦ୍ଵାରା ଦେଖାଯାଏ । ଯଦି ତାଙ୍କର ଏହି ପଦାର୍ଥରେ କ୍ୟାନସର କୋଷ ପରିଦୃଷ୍ଟ ହୁଏ ତେବେ ତୁରନ୍ତ ଆକ୍ରାନ୍ତ ଅଂଶକୁ କାଟି ବାହାର କରାଯାଏ ଏବଂ ରୋଗ ସମ୍ପୂର୍ଣ୍ଣ ଭଲହୁଏ । ଏହି ପରିକ୍ଷାକୁ PAP Test କୁହାଯାଏ । ତେବେ ଆକ୍ରାନ୍ତ ଅଂଶ କ୍ୟାନସର ଆକ୍ରାନ୍ତ କି ନୁହେଁ ଜାଣିବାକୁ ସେହି ସ୍ଥାନରୁ ଖଣ୍ଡେ ଛୋଟ ମାଂସ କାଟି ତାହାକୁ Biopsy ପାଇଁ ପଠାଯାଏ ଏବଂ ତାହା କ୍ୟାନସର ଆକ୍ରାନ୍ତ ହୋଇଥିଲେ ତୁରନ୍ତ ଶଲ୍ୟ ଚିକିତ୍ସାର ସାହାଯ୍ୟରେ ତାକୁ କାଟି ଅଲଗା କରିଦିଆଯାଏ । ତତ୍ପରେ ଆବଶ୍ୟକ ହେଲେ ବିକିରଣ ଚିକିତ୍ସା କରାଯାଇପାରେ । ପ୍ରାଥମିକ ଅବସ୍ଥାରେ ଏ ରୋଗରୁ ସଂପୂର୍ଣ୍ଣ ମୁକ୍ତି ମିଳିଥାଏ । ଏଣୁ ୩୫ ବର୍ଷରୁ ଉର୍ଦ୍ଧ୍ଵ ପ୍ରତ୍ୟକ ମହିଳା ନିୟମିତ ଭାବରେ ପ୍ରତି ଦୁଇ ବର୍ଷରେ ବା ତିନି ବର୍ଷରେ ଥରେ PAP Test କରାଇ ନେବା ଉଚିତ୍ । ଯାହାଫଳରେ ଜରାୟୁ ଗ୍ରୀବା କ୍ୟାନସରର ଭୟ ରହିବନାହିଁ । ଅଳ୍ପ ବୟସର ମହିଳା ଓ ଗର୍ଭବତୀ ମହିଳାଙ୍କ ପାଇଁ ଶଲ୍ୟ ଚିକିତ୍ସା ହିଁ ଉପଯୁକ୍ତ ଚିକିତ୍ସା । କାରଣ ବିକିରଣ ଚିକିତ୍ସା ଫଳରେ ସେମାନଙ୍କର ସନ୍ତାନ ଧାରଣ କ୍ଷମତା ନଷ୍ଟହୋଇ ଯିବାର ସମ୍ଭାବନା ଥାଏ ଏବଂ କେତେକ କ୍ଷେତ୍ରରେ ଯୋନି ଗହ୍ଵର ଶୁଷ୍କ ରହିବା ଦ୍ଵାରା ସହବାସ କରିବାରେ ତୀବ୍ର କଷ୍ଟ ଅନୁଭବ ହୁଏ । ଏଣୁ ସାଧାରଣତଃ ଏ ସବୁ କ୍ଷେତ୍ରରେ ବିକିରଣ ଚିକିତ୍ସାକୁ ପରିହାର କରାଯାଏ । କେମୋଥେରାପି ଦ୍ଵାରା ଏ ରୋଗର ଚିକିତ୍ସା ସେତେ ଫଳପ୍ରଦ ହୁଏନାହିଁ ।

ଗର୍ଭାଶୟ କ୍ୟାନସର

ସାଧାରଣତଃ ୬୦ ବର୍ଷ ପାଖାପାଖି ମହିଳାମାନଙ୍କୁ ବେଶୀ ଗର୍ଭାଶୟ କ୍ୟାନସର ହୁଏ । ଶତକଡା ୭୫ରୁ ୮୦ ଭାଗ ରୋଗୀ ଏହି ବୟସ ସୀମା ମଧ୍ୟରେ ଥାଆନ୍ତି । ୪୦ ବର୍ଷରୁ କମ୍ ବୟସ୍କ ମହିଳା ରୋଗୀଙ୍କ ସଂଖ୍ୟା ମାତ୍ର ୩% ରୁ ୫% ହୋଇଥାଏ । ଅତ୍ୟଧିକ ମୋଟା , ମଧୁମେହ ଆକ୍ରାନ୍ତ ମହିଳା , ଯେଉଁ ମହିଳାମାନଙ୍କର ପିଲାପିଲି ହୋଇନଥାଏ ଏବଂ ଯେଉଁମାନେ ଅଧିକ ବର୍ଷ ପର୍ଯ୍ୟନ୍ତ ଋତୁ ଚକ୍ର ଚାଲିଥାଏ ଅର୍ଥାତ୍ ଯେଉଁମାନଙ୍କର ଡେରିରେ ଋତୁଚକ୍ର ବନ୍ଦ ହୁଏ ସେହିପରି ମହିଳାମାନେ ଗର୍ଭାଶୟ କ୍ୟାନସରରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ । ଏହା ବ୍ୟତୀତ ଯେଉଁମାନଙ୍କ ପରିବାରରେ ସ୍ତନ କ୍ୟାନସର ଆକ୍ରାନ୍ତ ରୋଗୀ ଥାଆନ୍ତି , ଡିମ୍ବାଶୟ ବା ବୃହଦନ୍ତ୍ର କର୍କଟ ରୋଗ ଆକ୍ରାନ୍ତ ରୋଗୀ ଥିବାର ଇତିହାସ ଅଛି ସେହି ପରିବାରର ମହିଳାମାନେ ଗର୍ଭାଶୟ କ୍ୟାନସରରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଭାରତୀୟ ମହିଳାମାନେ ଏ ପ୍ରକାର କ୍ୟାନସର ରୋଗରେ ଆକ୍ରାନ୍ତ ହେବା ବହୁତ ଅଧିକ ପ୍ରାୟ ୧,୦୦,୦୦୦ ମହିଳାଙ୍କ ମଧ୍ୟରୁ ୩୦ ଜଣ ଏ ପ୍ରକାର କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ଗର୍ଭାଶୟ କ୍ୟାନସର ହେବାର ସନ୍ଦେହ କିପରି କରିବେ ? ଯେଉଁ ମହିଳାମାନଙ୍କର ମାସିକ ଋତୁସ୍ରାବ ବନ୍ଦ ହେବାର ସମୟ ଆସିଗଲାଣି ସେମାନଙ୍କର ଅତ୍ୟଧିକ ଋତୁସ୍ରାବ ହେଲେ , ଋତୁସ୍ରାବ ବନ୍ଦ ପରେ ପୁଣି ଋତୁସ୍ରାବ ହେଲେ କିମ୍ବା ଋତୁସ୍ରାବ ମାସର ଠିକ୍ ସମୟରେ ନହୋଇ ତାଠାରୁ ଶୀଘ୍ର ହେଲେ ଏବଂ ବେଶି ଦିନ ପର୍ଯ୍ୟନ୍ତ ହେଲେ କିମ୍ବା ଯୋନି ପଥରୁ ରକ୍ତ ସ୍ରାବ ଭିନ୍ନ ହଳଦିଆ ସ୍ରାବ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହି ସ୍ଥଳରେ ଜରାୟୁ ମଧ୍ୟସ୍ଥ ଭିତର ଅଂଶରୁ ଛୋଟ ମାଂସଟିଏ କାଟି ତାହାକୁ ପାଥୋଲୋଜିକାଲ୍ ପରୀକ୍ଷା ପାଇଁ ପଠାଯାଏ । ଏପରି ପରୀକ୍ଷା ପ୍ରାୟ ବମ୍ବେ କିମ୍ବା ହାଇଦ୍ରାବାଦ ଆଦି ସହରରେ ହୁଏ । ଯଦି ଏହି ପରୀକ୍ଷାରେ ମାଂସ ଖଣ୍ଡଟି କ୍ୟାନସର ଆକ୍ରାନ୍ତ ଜଣାପଡେ ତେବେ କ୍ୟାନସର ସମ୍ବନ୍ଧୀୟ ଚିକିତ୍ସା ଯଥା : - ଶଲ୍ୟ ଚିକିତ୍ସା କିମ୍ବା କେମୋଚିକିତ୍ସା ଏବଂ ସ୍ଥଳ ବିଶେଷରେ ହରମୋନ ଚିକିତ୍ସା ପ୍ରୋଗ୍ରେଷ୍ଟୋଜେନ ଚିକିତ୍ସା କରାଯାଏ । ଶଲ୍ୟଚିକିତ୍ସାରେ ସମ୍ପୂର୍ଣ୍ଣ ଗର୍ଭାଶୟ ସହିତ ଡିମ୍ବାଶୟକୁ କାଟି ବାହାର କରିଦିଆଯାଏ । ଫଳରେ କ୍ୟାନସର ଆଉ ବ୍ୟାପିବାର ସମ୍ଭାବନା ନଥାଏ ଏବଂ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରେ । କ୍ୟାନସର ରୋଗୀ ଯାହାଙ୍କର ଖୁବ୍ ଚଞ୍ଚଳ ଅବସ୍ଥାରେ ଏ ରୋଗ ଜଣାପଡେ ସେମାନଙ୍କର ରୋଗରୁ ମୁକ୍ତି ଶତକଡା ଶହେ । ଗର୍ଭାଶୟର ଭିତର ପଟେ ମାଂସ ଖଣ୍ଡ ବୃଦ୍ଧି ହେବା ସ୍ଵାଭାବିକ । ଅଧିକାଂଶ କ୍ଷେତ୍ରରେ ଏପରି ମାଂସ ଖଣ୍ଡ ଯେ କ୍ୟାନସର କୋଷ ଆକ୍ରାନ୍ତ ଏପରି ନୁହେଁ । ତେବେ ଯାହାହେଲେ ମଧ୍ୟ ଏପରି ମାଂସ ବୃଦ୍ଧି ଯୋଗୁ ଅସ୍ଵାଭାବିକ ଋତୁସ୍ରାବ ହୁଏ । ତେଣୁ ଏପରି ସ୍ଥଳରେ ମଧ୍ୟ ମହିଳାମାନଙ୍କର ଶଲ୍ୟ ଚିକିତ୍ସା କରି ଗର୍ଭାଶୟ ଓ ଡିମ୍ବାଶୟକୁ ବାହାର କରିଦିଆଯାଏ । ଯାହା ଫଳରେ କ୍ୟାନସରର ଭୟ ନଥାଏ ।

Dilation of the Uterus & its Curratage (D&C)

ଯେଉଁ ଡାକ୍ତରୀ ପ୍ରଣାଳୀରେ ଗର୍ଭାଶୟର ଭିତର ପଟେ ଯେଉଁଠି ମାଂସ ବୃଦ୍ଧି ଘଟିଥାଏ ତାହାର ମାଂସକୁ ସଂଗ୍ରହ କରାଯାଏ ସେହି ପ୍ରଣାଳୀକୁ D&C କୁହାଯାଏ । ଏହି ପ୍ରକ୍ରିୟାରେ ଗର୍ଭାଶୟକୁ ସାମାନ୍ଯ ଡ଼ାଇଲେଟ୍ କରାଯାଏ ଏବଂ କୁରେଟେଜ୍ ନାମକ ଏକ ଜନ୍ତ୍ର ସାହାଯ୍ୟରେ ଗର୍ଭାଶୟର ଭିତର ପଟ କାନ୍ଥକୁ ଘସି ଦିଆଯାଏ । ଫଳରେ ରକ୍ତସ୍ରାବ ସହିତ କିଛି କ୍ଷୁଦ୍ର ମାଂସ ଖଣ୍ଡ ଆସିଥାଏ ତାହାକୁ ପରୀକ୍ଷା କରି କ୍ୟାନସର ହୋଇଛି କି ନାହିଁ ଜଣାଯାଏ ।

ଏହି ରୋଗର ପ୍ରମୁଖ ଚିକିତ୍ସା ଶଲ୍ୟ ଚିକିତ୍ସା ହେଲେ ମଧ୍ୟ ଯଦି କ୍ୟାନସର ଅଧିକ ବ୍ୟାପିଥାଏ ତେବେ ରେଡିଏସନ୍ ଚିକିତ୍ସା କରାଯାଏ । ଏଥିରେ ବାହାରୁ ରେଡିଏସନ୍ ପକାଯାଏ କିମ୍ବା ରେଡିଏସନ୍ ଛୁଞ୍ଚିକୁ କ୍ୟାନସର ଆକ୍ରାନ୍ତ ସ୍ଥାନକୁ ପ୍ରବେଶ କରାଯାଇ କ୍ୟାନସର କୋଷକୁ ମାରି ଦିଆଯାଏ । ଭିତରେ ରେଡିଏସନ୍ ପଦାର୍ଥ କିଛି ଦିନ ନିଜ ପ୍ରଭାବ ପକାଇଲା ପରେ ତା ପରେ ନିଷ୍କ୍ରିୟ ହୋଇଯାଏ । ଏଥି ପାଇଁ ଔଷଧର ପରିମାଣ ଏବଂ ପ୍ରୟୋଗର ବିଧି ରୋଗୀର ଉଚ୍ଚତା , ଓଜନ ଆଡିକୁ ଦେଖି ସ୍ଥିର କରାଯାଏ । ଯଦି ଆବଶ୍ୟକ ହୁଏ ତେବେ ଯେଉଁ କ୍ଷେତ୍ରରେ ରୋଗ ବେଶି ବଢିଯାଇଥାଏ ସେ କ୍ଷେତ୍ରରେ କେମୋଥେରାପି ଦ୍ଵାରା ରୋଗକୁ ନିୟନ୍ତ୍ରଣ କରାଯାଏ ବା ନିରାକରଣ କରାଯାଏ ।

ଡିମ୍ବାଶୟ କ୍ୟାନସର

ଡିମ୍ବାଶୟ କ୍ୟାନସର ସାଧାରଣତଃ ୪୫ ରୁ ୬୫ ବର୍ଷ ବୟସ୍କ ମହିଳାମାନଙ୍କୁ ବେଶି ହୁଏ । ଡିମ୍ବାଶୟ କ୍ୟାନସର ପୀଡିତ ୪୫% ଭାଗ ମହିଳା ଏହି ବୟସ ସୀମା ମଧ୍ୟରେ ଥାଆନ୍ତି । ୩୫ ବର୍ଷରୁ କମ୍ ବୟସ୍କ ମହିଳାମାନଙ୍କୁ ଏ ରୋଗ କ୍ଵଚିତ ହୁଏ । ପ୍ରାୟ ୩% ମହିଳା ରୋଗୀ ଏହି ବୟସ ସୀମା ମଧ୍ୟରେ ଥାନ୍ତି ।

ରୋଗର କାରଣ : କାରଣ ଜଣାନଥାଇ ମଧ୍ୟ , ଯେଉଁ ମହିଳାମାନଙ୍କର ସନ୍ତାନ ପ୍ରସାବ ହୋଇନଥାଏ , ଯେଉଁଝିଅମାନଙ୍କର ଅର୍ଥାତ୍ ୧୨ ବର୍ଷରୁ କମ୍ ବୟସରେ ଋତୁସ୍ରାବ ଆରମ୍ଭ ହୁଏ , ଯେଉଁ ମହିଳା ମାନେ ଡେରିରେ ଅର୍ଥାତ୍ ୪୭ ରୁ ୪୮ ବର୍ଷ ପରେ ରଜୋନିବୃତ୍ତି ହୁଅନ୍ତି , ଯେଉଁମାନଙ୍କ ପରିବାରର ସଦସ୍ୟ ସ୍ତନ କ୍ୟାନସର , ଜରାୟୁ ଗ୍ରୀବା କ୍ୟାନସର , ଗର୍ଭାଶୟ କ୍ୟାନସର କିମ୍ବା ଡିମ୍ବାଶୟ କ୍ୟାନସର ଦ୍ଵାରା ପୂର୍ବରୁ ପୀଡିତ ହେବାର ଇତିହାସ ଅଛି ସେମାନଙ୍କ କ୍ଷେତ୍ରରେ ଡିମ୍ବାଶୟ କ୍ୟାନସର ହେବାର ସମ୍ଭାବନା ଅଧିକ ।

ରୋଗର ଲକ୍ଷଣ : ମଧ୍ୟଚ୍ଛଦା ତଳ ଅଂଶରେ ସାମାନ୍ୟ ଯନ୍ତ୍ରଣା ଅନୁଭବ , ତଳି ପେଟ ଫୁଲିବା , ଏସବୁ ରୋଗର ପ୍ରଧାନ ବାହ୍ୟ ଲକ୍ଷଣ । ରୋଗୀର ହାତ ଗୋଦା ଘୋଳେଇ ହେବା , ଓଜନ କମିବା ଇତ୍ୟାଦି ସହିତ କ୍ୟାନସର ଡିମ୍ବାଶୟରେ ଅଧିକ ବ୍ୟାପିଥିଲେ ତଳିପେଟ ଫୁଲେ ।

ଡାକ୍ତରୀ ପରୀକ୍ଷା : ଅଲ୍ ଟ୍ରାସାଉଣ୍ଡ କରିଲେ ତଳିପେଟରେ ଓ ତା ତଳ ଅଂଶର ଭିତରର ସ୍ଥିତି ଜଣାପଡେ ଏବଂ କ୍ୟାନସର ଥିଲେ ତାହା ଧରାପଡେ । C. T. ସ୍କାନ ଡିମ୍ବାଶୟ ଅସ୍ଵାଭାବିକ ଭାବେ ବଢିଯାଇ ଥିବାର ଜଣାପଡେ । ଯଦି ତଳି ପେଟର ଭିତର ଅଂଶରେ ତରଳ ଅଂଶ ଜମି ରହିଥାଏ ତେବେ ସେହି ଅଂଶରୁ ସାମାନ୍ୟ ଆଣି ପରୀକ୍ଷା କଲେ କ୍ୟାନସର କୋଷର ଉପସ୍ଥିତି ଜଣାପଡେ ।

କ୍ୟାନସର କୋଷରୁ ନିର୍ଗତ ତରଳ ପଦାର୍ଥ ରକ୍ତ ସହିତ ମିସିଥିବାରୁ ରକ୍ତ ପରୀକ୍ଷା କରିଲେ ଏହି ରୋଗର ଉପସ୍ଥିତି ମଧ୍ୟ ଜଣାପଡେ । ଏହାକୁ ମାର୍କର କୁହାଯାଏ । ତରଳ ପଦାର୍ଥରେ ଥିବା ଉପାଦାନ ଯାହା ଟ୍ୟୁମର ମାର୍କର ଭାବରେ ଜଣା ସେଗୁଡିକ ହେଲା :

ଏସବୁ ଉପାଦାନ Ovarian Cancer କ୍ଷେତ୍ରରେ ଅତ୍ୟଧିକ ବୃଦ୍ଧି ଘଇଥାଏ । ତେବେ ତଳିପେଟରେ କଣା କରି ଅଭାରୀକୁ ଦେଖି ଏବଂ ବାୟୋପସି ରୋପୋର୍ଟରେ ଏହି ରୋଗର ସଠିକ୍ ସ୍ଥିତି ଜଣା ପଡେ ।

ଚିକିତ୍ସା : ରୋଗ ଷ୍ଟେଜ୍ – ୧ରେ ଥିଲେ ଡିମ୍ବାଶୟ ଓ ଗର୍ଭାଶୟକୁ ଓ ଡିମ୍ବବାହୀକ ନଳୀକୁ କାଟି ବାହାର କରି ଦେଲେ ଏ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳେ ରୋଗ ଦ୍ଵିତୀୟ ଅବସ୍ଥାକୁ ଆସିଥିଲେ କ୍ୟାନସର ଡିମ୍ବାଶୟରୁ ବାହାରକୁ ମାଡି ଯାଇଥାଏ କିନ୍ତୁ ପେଲ୍ - ଭିକ୍ ଅଞ୍ଚଳରେ ସୀମାବଦ୍ଧ ଥାଏ । ଏପରି ସ୍ଥଳରେ ସର୍ଜରି ପରେ ରେଡିଏସନ ଦିଆଗଲେ ରୋଗୀ ଆରୋଗ୍ୟ ଲାଭ କରେ ମାତ୍ର ଯଦି ରୋଗ ୨ୟ କିମ୍ବା ୩ୟ ଅବସ୍ଥାକୁ ଆସିଥାଏ । ତେବେ ରେଡିଏସନ୍ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ନିରାକରଣ ହେବାର ସମ୍ଭାବନା କମ୍ ଥାଏ । କିନ୍ତୁ ରୋଗକୁ ନିୟନ୍ତ୍ରଣରେ ରାଖୀ ରୋଗୀ ଅଧିକ ଦିନ ବଞ୍ଚି ପାରେ ।

ରୋଗର ଚତୁର୍ଥ ଅବସ୍ଥାରେ କେମୋଥେରାପି ଦ୍ଵାରା ଚିକିତ୍ସା କରାଯାଏ ଏସବୁ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଖୁବ୍ କମ୍ ଥାଏ କ୍ୟାପ୍ ସୁଲ ବା ଟ୍ୟାବେଲେଟ୍ ଆକାରରେ ରୋଗୀକୁ ଖାଇବାକୁ ଦିଆଯାଏ ଏ ଔଷଧ ହୁଏତ କିଛିମାସ ଦିଆଯାଏ କିମ୍ବା ବର୍ଷ ବର୍ଷ ଧରି ଦିଆଯାଏ ମଝିରେ ମଝିରେ ବିଶ୍ରାମ ସମୟ ଥାଏ ଯେଉଁ ସମୟରେ ଔଷଧ ବନ୍ଦ କରି ଦିଆଯାଏ । ଫଳରେ ଶରୀରରୁ ସୁସ୍ଥ କୋଷ ଗୁଡିକର ସଂଖ୍ୟା ବଢିପାରେ ଏବଂ ରୋଗୀ ସୁସ୍ଥ ଜଣା ପଡେ ।

ପ୍ରୋଗେନୋସିସ୍ : ରୋଗର ପ୍ରଥମ ଓ ଦ୍ଵିତୀୟ ଅବସ୍ଥାରେ ସମ୍ପୂର୍ଣ୍ଣ ଆରୋଗ୍ୟର ଆଶା ଶତକଡା ୬୦ରୁ ଅଧିକ ୩ୟ ଓ ୪ର୍ଥ ଅବସ୍ଥାରେ ମଧ୍ୟ ଏହାକୁ ନିୟନ୍ତ୍ରିତ କରିବା ସମ୍ଭବ । ଏବେ ନୂତନ ଔଷଧର ଉଦ୍ଦାଭନ ଓ ରୋଗ ଚିକିତ୍ସା ପଦ୍ଧତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ଏଣୁ ୪/୬ ମାସ ମଧ୍ୟରେ ମଧ୍ୟ ନାନା ଉନ୍ନତି ଘଟୁଛି ଚିକିତ୍ସାରେ । ଏଣୁ ପୁରୁଣା ବହିଟିଏ ପଢି କିମ୍ବା ପୁରୁଣା ପ୍ରବନ୍ଧଟିଏ ପଢି ହତାଶ ହେବା ଉଚିତ୍ ନୁହେଁ । ଏସବୁ ବିଷୟରେ ଡାକ୍ତରମାନେ ରୋଗୀର ବଞ୍ଚିବା ବିଷୟରେ ଆଗ ସୂଚନା ଦିଅନ୍ତି (fore cast) କରନ୍ତି ।

ଏହା ଶୁଣି ରୋଗୀର ପରିବାର କେତେକ ସ୍ଥଳରେ ହତାଶ ହୁଅନ୍ତି ଏବଂ ଚିକିତ୍ସାରେ ଅଧିକ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ହୁଅନ୍ତି । ମାତ୍ର ଏହି ଲେଖକ ବହୁ କ୍ୟାନସର ରୋଗୀଙ୍କୁ ଭେଟିଛି । ଜଣେ ମଲ୍ ଟିପ୍ଲ ମାଏଲୋମା ରୋଗୀଙ୍କୁ ଡାକ୍ତର ୧୫ ଦିନରୁ ୧ମାସ ବଞ୍ଚିବାର କଥା ଶୁଣାଇଥିଲେ । ମାତ୍ର ଏବେ ସେ ୬ବର୍ଷ ପରେ ମଧ୍ୟ ବଞ୍ଚିଛି । ଜଣେ ସ୍ତନ କ୍ୟାନସର ମେଟୋଷ୍ଟାଟିସ୍ ରୋଗୀଙ୍କୁ ୬ ମାସ ବଞ୍ଚିବାର ଆଶା ଶୁଣାଇଥିଲେ ସେ ବଞ୍ଚିଲାଣି ୫ ବର୍ଷ । ଚିକିତ୍ସା ଦିନରୁ ଆରମ୍ଭ କରି ହିସାବ କଲେ ସେ ବଞ୍ଚିଲେଣି ୧୦ ବର୍ଷ ଅର୍ଥାତ୍ ତାଙ୍କର ସ୍ତନ କ୍ୟାନସର ୨୦୦୩ରେ ଜଣାପଡିଥିଲା । ଏବେ ତାଙ୍କର ରୋଗ ଲିଭରକୁ ଆକ୍ରାନ୍ତ କରିଛି ବୋଲି କହିଲେ ଏବଂ ଏ ରୋଗୀ ୬ ମାସାରୁ ଅଧିକ ବଞ୍ଚିବ ନାହିଁ ବୋଲି କହିଲେ । ମାତ୍ର ଚିକିତ୍ସା ପରେ ଏବେ ସେ ବଞ୍ଚିଲେଣି ୫ ବର୍ଷ । ଚିକିତ୍ସା ଦ୍ଵାରା ଲିଭର ସମ୍ପୂର୍ଣ୍ଣ କ୍ୟାନସର ମୁକ୍ତ ହୋଇଛି । ଏସବୁ ଶୁଣି ପ୍ରତ୍ୟକ ରୋଗୀ ମନରେ ଆଶା ସଞ୍ଚାର ହେବା ଉଚିତ୍ । କାରଣ ଏହା ସତ୍ୟ ଘଟଣା । ସ୍ତନ କ୍ୟାନସର ରୋଗୀ ଯାହାଙ୍କର କ୍ୟାନସର ପଞ୍ଜରା ହାଡ , ମୁଣ୍ଡ ଖପୁରୀ ଆଦିକୁ ବ୍ୟାପି ଯାଇଥିଲା । ଟା ଟା ମେମୋରିଆଲ୍ ରେ ଚିକିତ୍ସା ପରେ ତାହା ସମ୍ପୂର୍ଣ୍ଣ ରୋଗ ମୁକ୍ତ ହୋଇଛି ଏବଂ ସେ ରୋଗୀ ସୁସ୍ଥବ୍ୟକ୍ତି ପରି ଜୀବନ ଯାପନ କରୁଛନ୍ତି । ଆଜିକୁ ଦୁଇବର୍ଷ ତଳେ ତାଙ୍କର ଚିକିତ୍ସା ହୋଇଥିଲା ।

ମା ’ର ଫୁଲ ରେ କ୍ୟାନସର

ମା ’ ର ଗର୍ଭାଶୟ ସହିତ ଗର୍ଭସ୍ଥ ପିଲାଟିକୁ ବାନ୍ଧିରଖିବା ମୁଣିଟିର ନାମ ପ୍ଲାସେଣ୍ଟା ବା ଗର୍ଭଫୁଲ । ଏହା ମଧ୍ୟରେ କ୍ୟାନସର ହେବାର ସମ୍ଭାବନା ଯଦିଓ ଖୁବ୍ କମ୍ ଥାଏ ତଥାପି ଏହା କ୍ଵଚିତ ଦେଖାଯାଏ । ଏପରି କ୍ୟାନସର ତୁରନ୍ତ ଦେହର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ଏଣୁ ଏହାର ଚିକିତ୍ସା ବିଳମ୍ବ ନକରି ଶୀଘ୍ର ଆରମ୍ଭ କରାଯିବା ଦରକାର ।

ବାହ୍ୟ ଲକ୍ଷଣ : ପିଲା ଜନ୍ମ ହେବା ପରେ ପରେ ଯୋନି ମାର୍ଗର ରକ୍ତ ସ୍ରାବ ହେବା ଯଦି ବନ୍ଦ ନହୁଏ , ତଳି ପେଟ ସାମାନ୍ୟ ଦରଜ ରହିବା ବା ଅଧିକ ଦରଜ ହେବା , କାଶ ଲାଗି ରହିବା , ଯାହାର କାରଣ କ୍ୟାନସର ସେତେବେଳକୁ ଫୁସ୍ ଫୁସ୍ ବ୍ୟାପିବାର ସମ୍ଭାବନା ଥାଏ ।

ଡାକ୍ତରୀ ପରୀକ୍ଷା : ରକ୍ତ ପରୀକ୍ଷା କଲେ ରକ୍ତରେ Human Chorionic Ganodotrophin ର ପରିମାଣ ବଢିଥିବାର ଜଣାଯାଏ । ଫୁସ୍ ଫୁସ୍ ର ଏକ୍ସରେ କରିଲେ ଏହି ରୋଗ ଫୁସ୍ ଫୁସ୍ କୁ ବ୍ୟାପିଛିକି ନାହିଁ ଜଣାପଡେ । ସିଟି ସ୍କାନ ଦ୍ଵାରା ରୋଗ ମସ୍ତିସ୍କକୁ ବ୍ୟାପିଛି କି ନାହିଁ ଜଣାପଡେ ।

ଚିକିତ୍ସା : ଏହି ରୋଗ ପାଇଁ ଶଲ୍ୟ ଚିକିତ୍ସା କିମ୍ବା ବିକିରଣ ଚିକିତ୍ସାର ଭଲ ପରିମାଣ ନଥାଏ ତେବେ କେମୋଥେରାପି ଦ୍ଵାରା ଏହି ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ । ଯଦିଓ ରୋଗ ଶରୀରର ସକଳ ଅଂଶକୁ ବ୍ୟାପିଥାଏ ତଥାପି କେମୋ ଚିକିତ୍ସା ଦ୍ଵାରା ଏହା ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ । ଏଣୁ ଭୟ କରିବାର କାରଣ ନାହିଁ ।

ପୁରୁଷ ଯୌନାଙ୍ଗ ସମ୍ବନ୍ଧୀୟ କ୍ୟାନସର

ଅଣ୍ଡକୋଷ କ୍ୟାନସର (Cancer of testes)

ଏ ପ୍ରକାର କ୍ୟାନସର ୨ ପ୍ରକାର – (କ) Seminoma (ଖ) Teratoma

(କ) ସେମିନୋମା ଅଣ୍ଡ କ୍ୟାନସର : ଯଦି ଜନ୍ମପରେ ଶିଶୁର ଅଣ୍ଡ ପେଟ ଭିତରୁ ଧିରେ ଧିରେ ତଳକୁ ଆସି ଅଣ୍ଡକୋଷ ମୁଣାରେ ରହିବାରେ ସମସ୍ୟା ଥାଏ , ତେବେ ତାଙ୍କୁ ସେମିନୋମା ଅଣ୍ଡ କ୍ୟାନସର ହୁଏ । ବାୟୋପସି ଦ୍ଵାରା ଏ ରୋଗ ଧରାପଡେ । ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ଦ୍ଵାରା ରୋଗ ଅଧିକ ସ୍ପଷ୍ଟ ହୁଏ ଏବଂ କେଉଁ ଷ୍ଟେଜ୍ ରେ ଅଛି ତାହା ଧରାପଡେ ।

ଯଦି ରୋଗ କେବଳ ଗୋଟିଏ ଗୁଳିରେ ସୀମିତ ଥାଏ ତେବେ ତାହା ପ୍ରଥମ ଷ୍ଟେଜ୍ । ଏହି ଗୁଲିର ବାହାରେ ଲିମ୍ପନୋଡକୁ ଆକ୍ରାନ୍ତ କରିଥାଏ ତେବେ ତାହାକୁ ଷ୍ଟେଜ୍ ୨ ଏବଂ ଯଦି ଏହା ପେଟଭିତରକୁ ଲିଭର ଓ ଫୁସ୍ ଫୁସ୍ କୁ ଆକ୍ରାନ୍ତ କରିଥାଏ ତେବେ ତାହା ୩ୟ ସ୍ଟେଜବୋଲି ଧରାଯାଏ ।

ପ୍ରଥମ ଓ ଦ୍ଵିତୀୟ ଷ୍ଟେଜ୍ ପାଇଁ ବିକିରଣ ଚିକିତ୍ସା ଖୁବ୍ ଉପଯୋଗୀ ହୁଏ ଏବଂ ନବେ ଭାଗରୁ ଅଧିକ ରୋଗୀ ମୁକ୍ତ ହୁଅନ୍ତି । ତୃତୀୟ ଷ୍ଟେଜ୍ ପାଇଁ କେମୋଥେରାପି ରେଡିଏସନ୍ ଓ ସର୍ଜରୀ ସବୁ ଦରକାର ହୋଇପାରେ ଏବଂ ଏଥିରେ ଶତକଡା ୯୦ ଭାଗ ରୋଗ ଭଲ ହୁଏ ।

(ଖ) ଅଣ୍ଡକୋଷ କ୍ୟାନସର : ଏହି ରୋଗ ମଧ୍ୟ ଛାତିର ଏକ୍ସରେ ଏବଂ ଦେହର ସିଟି ସ୍କାନ କଲେ ଜଣାପଡେ । ରକ୍ତ ପରୀକ୍ଷା ଯକୃତର କାର୍ଯ୍ୟରେ ବ୍ୟତିକ୍ରମ ଓ ଅସ୍ଥିମଜ୍ଜାର କାର୍ଯ୍ୟରେ ବ୍ୟତିକ୍ରମ ଜଣାପଡେ । ଉପଲିଖିତ ଅଣ୍ଡକୋଷ କ୍ୟାନସରର ଷ୍ଟେଜ୍ ପରି ଏହାର ଷ୍ଟେଜ୍ । ପ୍ରଥମ ଓ ଦ୍ଵିତୀୟ ଷ୍ଟେଜ୍ ରେ ସର୍ଜରୀ ଦ୍ଵାରା ୯୦ ଭାଗ ରୋଗ ଭଲହୁଏ । ଯଦି ରୋଗ ଲିମ୍ପନୋଡକୁ ବ୍ୟାପିଥାଏ ତେବେ ବିକିରଣ ଚିକିତ୍ସା ଦ୍ଵାରା ତାହାକୁ ଭଲ କରାଯାଇପାରେ । ପରବର୍ତ୍ତୀ ଷ୍ଟେଜ୍ ରେ ଅର୍ଥାତ୍ ୩ୟ ଷ୍ଟେଜ୍ ରେ କେମୋଥେରାପି ଦରକାର ହୋଇପାରେ କେମୋଥେରାପିରେ ପାର୍ଶ୍ଵ ପ୍ରତିକ୍ରିୟା ଭାବେ ମୁଣ୍ଡରୁ ଚୂଳ ଚାଲିଯିବା ଅବଶ୍ୟ ପରେ ପୁଣି ହେବ । ବାନ୍ତି ଉଠାଇବା ଏବଂ ବାନ୍ତି ହେବା , ଅତ୍ୟଧିକ କ୍ଲାନ୍ତି ଏବଂ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ହୋଇପାରେ । ଏ ରୋଗ ତୁରନ୍ତ ଜଣାପଡିଲେ ଶତକଡା ନବେ ଭାଗ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଏ ।

ପୌରୁଷ ଗ୍ରନ୍ଥି ବା ପ୍ରୋଷ୍ଟେଟ୍ କ୍ୟାନସର

ପ୍ରୋଷ୍ଟେଟ୍ ଗ୍ରନ୍ଥଟି ମୂତ୍ରାଶୟ ଗ୍ରୀବା ବା ବେକ ଓ ମୁଣ୍ଡନାଳୀର ଉପର ଅଂଶକୁ ଘେରି ରହିଥାଏ । ପ୍ରୋଷ୍ଟେଟ୍ କେବଳ ପୁରୁଷମାନଙ୍କର ଥାଏ ନାରିଙ୍କର ନଥାଏ । ଏହା ମଧ୍ୟ ଏକ ପ୍ରକାର କ୍ଷ୍ୟାରୀୟ ତରଳ ପଦାର୍ଥ ବାହାରି ଶୂକ୍ରାଣୁ ସହିତ ମିଶି ତାହାକୁ ବଞ୍ଚାଇ ରଖିଥାଏ । ଏହା ମୂତ୍ର ନଳୀ ଚାରି ପଟେ ମୁଦି ପରି ଗୁଡାଇ ହୋଇଯାଏ । ଏବଂ ଏଥିରୁ କ୍ଷରିତ ରସ ନଳୀ ସାହାଯ୍ୟରେ ଯାଇ ଶୂକ୍ରାଣୁ ସହ ମିଶିଥାଏ । ବୟସାଧିକା ହେଲେ ପୁରୁଷମାନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହେବାର ସମ୍ଭାବନା ବୃଦ୍ଧିପାଏ । ମୋଟ କ୍ୟାନସର ରୋଗୀଙ୍କ ମଧ୍ୟରୁ ଶତକଡା ୧୬ ହେଉଛି ପ୍ରୋଷ୍ଟେଟ୍ କ୍ୟାନସର । ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କୁ ଏ ରୋଗ ପ୍ରାୟତଃ ହୁଏ ନାହିଁ । ମାତ୍ର ୪୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଏ ରୋଗ ହେବାର ସମ୍ଭାବନା ବଢିଚାଲେ । ଏହା ୭୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ହେଉଥିବା କ୍ୟାନସର ମଧ୍ୟରେ ପ୍ରୋଷ୍ଟେଟ୍ କ୍ୟାନସର ସର୍ବାଧିକ ଅଟେ । ବୟସ୍କ ବ୍ୟକ୍ତିଙ୍କର ପୌରୁଷ ଗ୍ରନ୍ଥିର ବୃଦ୍ଧି ଘଟିଥାଏ । ଫଳରେ ଏହା ପରିସ୍ରା ଥଳି ଓ ପରିସ୍ରା ନଳୀ ମଧ୍ୟସ୍ଥ ଅଂଶକୁ ଚାପିଧରେ ଏଣୁ ପରିସ୍ରା ସହଜରେ ହୁଏ ନାହିଁ । ବୟସ୍କ ବ୍ୟକ୍ତିମାନେ ରାତିରେ ବାରମ୍ବାର ପରିସ୍ରା ଉଠନ୍ତି । ଏପରି ଅବସ୍ଥାରେ ଅବଶ୍ୟ ଅଧିକାଂଶ କ୍ଷେତ୍ରରେ ବିନାଇନ୍ କୋଷ ପରୀକ୍ଷା ଦ୍ଵାରା ଜଣାପଡେ । କିନ୍ତୁ ଅଳ୍ପ କ୍ଷେତ୍ରରେ ମାଲିଗ୍ଲାଣ୍ଟ ଧରାପଡେ । ଯାହା କ୍ୟାନସର ଅଟେ । ବାୟୋପସି ଓ ରକ୍ତ ପରୀକ୍ଷା ଦ୍ଵାରା ଏ ରୋଗ ଧରାପଡେ । ପ୍ରୋଷ୍ଟେଟ୍ କ୍ୟାନସର ଯୋଗୁ ହାଡରେ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏଣୁ ଏକ୍ସରେ ଦ୍ଵାରା ହାଡରା କ୍ଷତିଗ୍ରସ୍ତ ହୋଇଛି କି ନାହିଁ ତାହା ଜଣାପଡେ । ଏବଂ ସେଥିରୁ ପ୍ରୋଷ୍ଟେଟ୍ କ୍ୟାନସର ଅଧିକ ସ୍ପଷ୍ଟ ହୁଏ ।

ଶଲ୍ୟ ଚିକିତ୍ସା ଦ୍ଵାରା ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ବାହାର କରିଦେଲେ ଷ୍ଟେଜ୍ – ୧ ର କ୍ୟାନସର ରୋଗୀ ପୁରା ଭଲ ହୋଇଯାଆନ୍ତି । କିନ୍ତୁ ଚିରକାଳ ଯୌନ କ୍ଷମତା ନଷ୍ଟହୁଏ । ଯଦି ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ତେବେ ରେଡିଏସନ୍ ଦିଆଯାଏ ଏବଂ ରୋଗରୁ ଉପଶମ ମିଳେ । ଶତକଡା ୫୦ ରୁ ୭୦ ଭାଗ ରୋଗୀ ଅଧିକ ଦିନ ବଞ୍ଚନ୍ତି । ପ୍ରୋଷ୍ଟେଟ୍ ରୋଗୀଙ୍କ ପାଇଁ କେମୋଥେରାପି କିଛି ଆବଶ୍ୟକତା ନଥାଏ । ରୋଗୀଙ୍କୁ ଆବଶ୍ୟକ ସ୍ଥଳରେ ବା ମହିଳା ସେକ୍ସ ହର୍ ମୋନ୍ ଦିଆଯାଇ ଚିକିତ୍ସା କରାଯାଏ । ଯାହାଫଳରେ କ୍ୟାନସର ବୃଦ୍ଧିର ଗତି ମନ୍ଥର ହୋଇଯାଏ ଏବଂ ହାଡର ଯନ୍ତ୍ରଣା ମଧ୍ୟ କମେ । ପରିସ୍ରା କରିବାରେ କଷ୍ଟ ଅନୁଭବ ହୁଏନାହିଁ । କିନ୍ତୁ ଏହା ଦ୍ଵାରା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳେ ନାହିଁ । କେବଳ ପ୍ରାଥମିକ ଅବସ୍ଥାରେ ପୌରୁଷ ଗ୍ରନ୍ଥିକୁ କାଟି ବାହାର କରିଦିଆଗଲେ ରୋଗ ପୌରୁଷ ଗ୍ରନ୍ଥିରେ ସୀମିତ ଥିବାରୁ ଭଲ ହୋଇଯାଏ ।

ଲିଙ୍ଗ କ୍ୟାନସର

ଏହା ସୁନତ୍ ହେଉନଥିବା ଧର୍ମାବଲମ୍ବୀ ମାନଙ୍କର ମଧ୍ୟରେ ଦେଖାଯାଏ । ମୁସଲମାନ ଜିଉ ପୁରୁଷମାନେ ସୁନତ୍ ହେଉଥିବାରୁ ଅର୍ଥାତ୍ ଲିଙ୍ଗ ଉପରିସ୍ଥ ଚର୍ମ ଆଚ୍ଛାଦନଟି ପିଲା ଦିନରୁ କଟାଯାଉଥିବାରୁ ତାଙ୍କର ଲିଙ୍ଗର ଅଗ୍ର ଭାଗରେ ମଇଳା ଜମି ରହେନାହିଁ । ଫଳରେ ତାଙ୍କଠାରେ ଏ ରୋଗ ଦେଖାଯାଏ ନାହିଁ । ମାତ୍ର ଯେଉଁ ଲୋକ ନିଜର ଲିଙ୍ଗର ଆଗ୍ର ଭାଗକୁ ପରିଷ୍କାର ନରଖନ୍ତି ତାଙ୍କୁ ଏହି ରୋଗ ହୁଏ । ଏଣୁ ଲିଙ୍ଗର ଅଗ୍ରଭାଗ ପରିଷ୍କାର ରଖିବା ଉଚିତ୍ । ଲିଙ୍ଗର ଅଗ୍ରଭାଗରେ ବ୍ରଣ ପରି ଦେଖାଗଲେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଦରକାର । ବ୍ରଣ ଗୁଡିକ ବେଳେବେଳେ ସ୍ଵତଃ ଲିଭିଯାଏ । କିନ୍ତୁ ବେଳେବେଳେ ତାହା ବୃଦ୍ଧିପାଇ ଲିଙ୍ଗର ଅଗ୍ରଭାଗକୁ ଅଧିକ ଆକ୍ରାନ୍ତ କରେ । ଏପରି ସ୍ଥଳରେ ପରୀକ୍ଷା କରିଲେ କ୍ୟାନସର ଜଣାପଡେ । ଲିଙ୍ଗକୁ ଆଂଶିକ ବ ପୁରା କାଟିଦେଲେ ଏ ରୋଗରୁ ମୁକ୍ତି ମିଳେ । ଏହା ହିଁ ଏହାର ଏକମାତ୍ର ଉପଚାର । କିନ୍ତୁ ମୃତ୍ୟୁର ବଞ୍ଚିବାକୁ ଏହା ଏକମାତ୍ର ପ୍ରୟାସ ।

ଆଧାର -ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top