ହୋମ / ସ୍ଵାସ୍ଥ୍ୟ / ରୋଗ / ଶୀତଦିନିୟା ରୋଗ
ସେଆର କରନ୍ତୁ

ଶୀତଦିନିୟା ରୋଗ

ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ।

ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ

ସାଧାରଣତଃ ଅନ୍ୟଦିନ ଅପେକ୍ଷା ଶୀତଦିନେ ସ୍ଵାସ୍ଥ୍ୟର ଯତ୍ନ ଅଧିକ ନେବାକୁ ପଡିଥାଏ । ବିଶେଷକରି ଆଜ୍‌ମା, ହାର୍ଟ ରୋଗୀ ଓ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ରୋଗୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡେ । ତେବେ ଏହିଦିନେ ସୁସ୍ଥ ରହିବା ଲାଗି ଜାଣନ୍ତୁ କେତୋଟି କଥା ..

  • ସାଧାରଣତଃ ଶୀତଦିନେ ଶୋଷ କମ୍ ଲାଗିଥାଏ । ତେଣୁ ପଣି କମ ପିଇବା ଯୋଗୁ ଶରୀରରେ ଜଳୀୟଅଂଶର ଅଭାବ ଦେଖାଦିଏ । କିନ୍ତୁ ଏହିଦିନେ ମଧ୍ୟ ଯଥେଷ୍ଟ ପରିମାଣରେ ପାଣି ଶରୀରକୁ ଆବଶ୍ୟକ । ତେଣୁ ପ୍ରତିଦିନ ଅନ୍ୟୂନ ୩-୪ ଲିଟର ପାଣି ପିଅନ୍ତୁ ।
  • ପ୍ରତିଦିନ ଖାଦ୍ୟ ତାଲିକାରେ ଭିଟାମିନ ସି, ଡି, ଓମେଗା ୩ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କକୁ ଦୂରେଇ ରଖିଥାଏ ।
  • ଥଣ୍ଡାରୁ ରକ୍ଷା ପାଇବା ପାଇଁ ତଥା ଘରକୁ ଗରମ ରଖିବା ଲାଗି ରୁମ ହିଟର ବ୍ୟବହାର କରିପାରନ୍ତି ।
  • ଏହି ଦିନେ ତଟକା ସବୁଜ ପନିପରିବା ଖାଇବା ସହ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଭଲ ।
  • ସକାଳେ ସୂର୍ଯ୍ୟଦେୟ ପରେ ବ୍ୟାୟାମ କରିବାକୁ ଯାଆନ୍ତୁ । ଏହା ଦ୍ଵାରା ଶରୀରକୁ ଭିଟାମିନ ‘ଡି’ ପ୍ରଚୁର ପରିମାଣରେ ମିଳିପାରିବ ।
  • ହାର୍ଟ ରୋଗୀ ଯଥା ସମ୍ଭବ ନିଜ ହାତ ଓ ଗୋଡକୁ ଉଷୁମ ରଖିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ସୂଚାରୁ ରୂପେ ହୋଇଥାଏ ।
  • ସିତ ଦିନେ ସକାଳୁ ଘର ବାହାରକୁ ବାହାରିବ ପୂର୍ବରୁ ଶରୀର, ମୁହଁ ଓ ହାତ କୁ ଏଭଳି ଘୋଡାଇ ରଖନ୍ତୁ ଯେମିତି ସିତାରା ପ୍ରଭାବ ଶରୀର ଉପରେ ପଡିବ ନାହିଁ ।

ଶରୀର ପକ୍ଷେ କ୍ଷତିକାରକ ଶୀତଦିନିୟା କୁହୁଡି

ସାଧାରଣତଃ ଶୀତଦିନେ ଚାରିଆଡେ କୁହୁଡି – କାକରରେ ପରିପୂର୍ଣ୍ଣ ହୋଇଥାଏ । ହେଲେ ଜାଣିଛନ୍ତି, କୁହୁଡି ମୟ ଏହି ପରିବେଶ ସକାଳେ ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି । ସାଧାରଣତଃ ଏହି କୁହୁଡି ବିଷାକ୍ତ ଗ୍ୟାସ ଓ ଜଳକଣିକା ରୁ ସୃଷ୍ଟି । ବିଶେଷ କରି ସହରରେ ଏହା ଅଧିକ ବିଷାକ୍ତହୋଇଯାଇଥାଏ । ଯାନବାହାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ଧୂଆଁ, କଳାକାରଖାନା ରୁ ନିର୍ଗତ ବିଷାକ୍ତଧୂଆଁ ବାୟୁ ମଣ୍ଡଳକୁ ପ୍ରଦୂଷିତ କରି ଦେଇଥାଏ । ଶୀତଦିନେ ଦେଖାଯାଉଥିବା କୁହୁଡି ହେଉଛି ଏହି ବିଷାକ୍ତବାୟୁ ଓ ପାଣିର ସମ୍ମିଶ୍ରଣ । ଅଧିକାଂଶ ସମୟ ଏହାର ସଂସ୍ପର୍ଶରେ ଆସିଲେ ତାହା ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଶେଷ ଭାବରେ ଏଥି  ଯୋଗୁଁ ଆଜ୍‌ମା ରୋଗୀ ଅଧିକ ପ୍ରଭାବିତ ହୋଇଥାନ୍ତି ବୋଲି ବିଶେଷଜ୍ଞ ମାନେ ସତର୍କ କରିଛନ୍ତି । ସକାଳର ଏହି ପରିବେଶ ଆଜ୍‌ମା ରୋଗୀଙ୍କ ଶ୍ଵାସକ୍ରିୟାକୁ ଆହୁରି କଷ୍ଟକର କରିଦିଏ । ତେବେ ଶୀତଦିନେ ବ୍ୟାୟାମ ପାଇଁ ଯାଉଥିଲେ କୁହୁଡି ପଡୁଥିବା ବେଳେ ଯିବା ପରିବର୍ତ୍ତେ ସକାଳର କଅଁଳିଆ ଖରାରେ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ।

ଶୀତଦିନିୟା ନିଦ୍ରାହୀନତା

ଜଣେ ବ୍ୟକ୍ତି ଦିନକୁ ଅତି କମରେ ୬-୭ ଘଣ୍ଟା ଶୋଇବା ଦରକାର କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବହୋଇ ନ ଥାଏ । ଏଭଳି କେତେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଦିନକୁ ୩-୪ ଘଣ୍ଟା ସୋଇଥାନ୍ତି ।

ସମୟକ୍ରମେ ସେମାନେ ନିଦ୍ରାହୀନତା ପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟା ପରବର୍ତ୍ତୀ ସମୟରେ ମସ୍ତିଷ୍କ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇ ଦେଇଛନ୍ତି ଆମେରିକୀୟ ବିଶେଷଜ୍ଞ ମାନେ ।

ଆବଶ୍ୟକ ମୁତାବକ ନ ଶୋଇଲେ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡେ । ଏପରିକି ଏହି ସମସ୍ୟା ଦୀର୍ଘ ମାସ ଧରି ଲାଗି ରହିଲେ ତାହା ଦ୍ଵାରା ମସ୍ତିଷ୍କ ରୋଗ ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଆବଶ୍ୟକ ମୁତାବକ ବିଶ୍ରାମ ନେବା ଆବଶ୍ୟକ ।

 

ଶୀତଦିନିୟା ପେଟ ରୋଗ

ଶୀତଦନରେ ସାଧାରଣତଃ ଖାଇବା ପିଇବାରେ ଏପଟ ସେପଟ ହେଲେ ଶରୀର ଖରାପ ହୋଇପାରେ । ସୂର୍ଯ୍ୟ କିରଣର ତାପ କମ ଥିବାରୁ ହଜମ ଶକ୍ତି କମିଯାଏ । ତେଣୁ ପେଟ ଖରାପ ହୋଇ ତରଳ ଝାଡା ହେବାର ଆଶଙ୍କା ରହିଥାଏ । ସାଧାରଣତଃ ଜଣେ ସୁସ୍ଥ ମଣିଷର ଦିନକୁ ଦୁଇଥର ଝାଡା ହୋଇଥାଏ କିନ୍ତୁ ବ୍ୟତିକ୍ରମ ହୋଇଥିଲେ ଦୁଇରୁ ଅଧିକ ଥର ଝାଡା ହୁଏ ଏବଂ ତାହା ପତଳା ହୋଇଥାଏ । ଏଥିରୁ ବୁଝିବାକୁ ପଡେ ଯେ ପେଟ ଖରାପ ହୋଇ ତରଳ ଝାଡା ହୋଇଛି । ଏହା ବାରମ୍ବାର ହେଲେ ଦେହରେ ଜଳିୟ  ଅଂସ  ହ୍ରାସ ପାୟେ, ଚର୍ମର ନମନୀୟତା କମିଯାଏ, ପରିସ୍ରା ର ମାତ୍ରା କମିଯାଏ, ଚର୍ମ ସେତା ଦେଖାଯାଏ, ନାଡି ଦ୍ରୁତ ହୁଏ, ପରିସ୍ଥିତି ଗମ୍ଭୀର ହେଲେ ରୋଗୀ ଅଚେତ ହୋଇଯାଏ ।  ଭୁତାଣୁ, ଜୀବାଣୁ, ପରଜୀବୀ କିମ୍ବା ଗାସ୍ଟ୍ରୋଏଣ୍ଟେରାଇଟିସ ରୋଗ ଯୋଗୁ ଅନ୍ତନଳୀରେ ପ୍ରଦାହ ସୃଷ୍ଟି ହୋଇ ତରଳ ଝାଡ଼ା ହୁଏ । ମଳ ଅପମିଶ୍ରିତ ଖାଦ୍ୟ ବା ଜଳ ଗ୍ରହଣ କଲେ ଏହି ସଂକ୍ରମଣ ହୁଏ । ଏହି ରୋଗକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା ସ୍ୱଳ୍ପକାଳୀନ ଜଳୀୟ ଝାଡ଼ା, ସ୍ୱଳ୍ପ କାଳୀନ ରକ୍ତ ମିଶ୍ରିତ ପତଳା ଝାଡ଼ା ଓ ଦୁଇ ସପ୍ତାହରୁ ଅଧିକ ହେଲେ ଲଗାଏତ ଝାଡ଼ା । ସ୍ୱଳ୍ପ କାଳୀନ ଜଳୀୟ ଝାଡ଼ା କଲେରା ଯୋଗୁ ହୋଇପାରେ । ଝାଡ଼ାରେ ରକ୍ତ ପଡ଼ିଲେ ଡିସେଣ୍ଟେରି କୁହାଯାଏ ।

ସଂକ୍ରମଣ-ବିହୀନ କାରଣ ମଧ୍ୟରେ ହାଇପରଥାଇର‌ଡିଜ୍ମ, ଲାକ୍ଟୋଜ ଇନ୍‌ଟୋଲେରାନ୍ସ, ଇନଫ୍ଲାମେଟରି ବାୱେଲ ଡିଜିଜ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଓ କେତେକ ଔଷଧ ଉଲ୍ଲେଖ‌ଯୋଗ୍ୟ ।  ନିର୍ଦ୍ଦିଷ୍ଟ କାରଣ ଜାଣିବା ନିମନ୍ତେ ଝାଡ଼ା କଲଚର ଆବଶ୍ୟକ ନୁହେଁ ।

ଉନ୍ନତ ପରିମଳ ବ୍ୟବସ୍ଥା, ବିଷୁଦ୍ଧ ପାନୀୟ ଜଳ ଓ ହସ୍ତ ପ୍ରକ୍ଷାଳନ ସାହାଯ୍ୟରେ ସଂକ୍ରମଣକ୍ଷମ ତରଳ ଝାଡ଼ା ପ୍ରତିଷେଧ କରାଯାଏ । ଶିଶୁମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରେଇବା ଓ ରୋଟା ଭୁତାଣୁ ଟିକା ଦେବା ଆବଶ୍ୟକ । ପାଟିବାଟେ ପୁନଃଜଳ‌ଯୋଜନ ଦ୍ରବଣ (Oral rehydration solution ବା ORS), ଅର୍ଥାତ ପରିଷ୍କାର ଜଳରେ କିଛି ଲୁଣ ଓ ଚିନି ବା ଗ୍ଲୁକୋଜ ମିଶେଇ ପିଇବାକୁ ଦେବା ପସନ୍ଦ ଯୋଗ୍ୟ ଉତ୍ତମ ଚିକିତ୍ସା । ଜିନ୍କ ଥିବା ବଟିକା ବା ଖାଦ୍ୟ (Zinc tablets) ଖାଇବାକୁ ପରାମର୍ଶ ଦିଆଯାଏ ।  ବିଗତ ୨୫ ବର୍ଷ ମଧ୍ୟରେ ଏହି ଚିକିତ୍ସାଦ୍ୱାରା ୫୦ ନିୟୁତ ପିଲାଙ୍କୁ ବଞ୍ଚେଇ ଦିଆଯାଇପାରିଛି । ରୋଗ ସମୟରେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ଓ ପିଲାଙ୍କୁ ସ୍ତନ୍ୟପାନ କରେଇବାକୁ ଉପଦେଶ ଦିଆଯାଏ ।  ବ୍ୟବସାୟିକ ଓ ଆର ଏସ ନ ମିଳିଲେ ଘରୋଇ ଦ୍ରବଣ କରି ବ୍ୟବ‌ହାର କରିବା କଷ୍ଟକର ନୁହେଁ ।  ସାଂଘାତିକ ନିର୍ଜଳନ ବା ଡିହାଇଡ୍ରେସନ ଥିଲେ ଶିରାମାଧ୍ୟମ ତରଳପଦାର୍ଥ ଦରକାର ହୁଏ । ଅଧିକାଂଶ କେଶରେ ପାଟିରେ ଏହି ତରଳ ପଦାର୍ଥ ଦେଇ ଚିକିତ୍ସା କରିହେବ । ଆଣ୍ଟିବାୟୋଟିକ କ୍ୱଚିତ ଦରକାର ହୁଏ, ବିଶେଷତଃ ଝାଡ଼ାରେ ରକ୍ତ ପଡ଼ିଲେ, ଉଚ୍ଚମାତ୍ରା ଜ୍ୱର ଥିଲେ, ପରିଭ୍ରମଣ ବେଳେ ଝାଡ଼ା ହେଲେ ବା କେତେକ ନିର୍ଦ୍ଦିଷ୍ଟ ଜୀବାଣୁ ଓ ପରଜୀବୀ ମଳ ପରୀକ୍ଷାରେ ବାହାରିଲେ । ଲୋପେରାମାଇଡ ଔଷଧ ଦେଲେ ଝାଡ଼ା ଯିବା ସଂଖ୍ୟା କମିଯାଏ, କିନ୍ତୁ ଏହା ଗମ୍ଭୀର ରୋଗରେ ଦେବାକୁ ଉପଦେଶ ଦିଆଯାଏ ନାହିଁ ।

ବାର୍ଷିକ ୧.୭ ରୁ ୫ ବିଲିଅନ ତରଳ ଝାଡ଼ା ରୋଗ ହୁଏ । ବିକାଶଶୀଳ ଦେଶମାନଙ୍କରେ ଏ ରୋଗ ଅତି ସାଧାରଣ ଯେଉଁଠି ପିଲାମାନଙ୍କୁ ପ୍ରତି ବର୍ଷ ପ୍ରାୟ ୩ ଥର ଏହି ରୋଗ ହୁଏ ।  ୨୦୧୨ରେ ପୃଥିବୀରେ ୫ ବର୍ଷ ବୟସରୁ କମ ପିଲାଙ୍କ ମୃତ୍ୟୁ ସଂଖ୍ୟାରେ (deaths in children) ଏହା ୨ୟ ସ୍ଥାନ (0.୭୬ ନିୟୁତ ବା ୧୧%) ଅଧିକାର କରିଥିଲା ।  ବାରମ୍ବାର ତରଳ ଝାଡ଼ା ହେଲେ ଅପ‌ପୁଷ୍ଟି ବା ମାଲନୟୁଟ୍ରିସନ ହୁଏ ଓ ଏହା ୫ ବର୍ଷ ବୟସରୁ କମ୍ ପିଲାଙ୍କ କ୍ଷେତ୍ରରେ ଅତି ସାଧାରଣ କାରଣ । ଶାରୀରିକ ଓ ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହେବା ସମ୍ଭାବନା ଥାଏ ।

ଆଧାର - ସ୍ୱାସ୍ଥ୍ୟ ବ୍ୟୁରୋ

3.0
ଅଶୋକ କୁମାର ପଣ୍ଡା Dec 08, 2018 04:48 PM

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବାକୁ ହେବ ବିକାସପିଡିଆ ଦ୍ୱାରା ଅଧିକ ଜାଣିବାକୁ ପାଇଲି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top