ମନୁଷ୍ୟର ୫ ଗୋଟି ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଶ୍ରବଣେନ୍ଦ୍ରିୟ ବା କାନ ହେଉଛି ଗୋଟିଏ। ମନୁଷ୍ୟ ପାଇଁ ଏହାର ଆବଶ୍ୟକତା ଯଥେଷ୍ଟ। ଶ୍ରେଣୀ ଦୃଷ୍ଟିରୁ କାନ ତିନି ଭାଗରେ ବିଭକ୍ତ। ବର୍ହିଭାଗ, ମଧ୍ୟଭାଗ ଓ ଅନ୍ତଃଭାଗ। ବର୍ହିଭାଗ ବା ବାହ୍ୟକାନଟି ସୂକ୍ଷ୍ମ ଗମ୍ୱୁଜ ତଥା କାନ ନଳୀକୁ ନେଇ ଗଠିତ। ଯିଏକି କାନରେ ବାଜୁଥିବା ଶବ୍ଦକୁ ସଂଗୃହୀତ କରି ମଧ୍ୟ କାନରେ ଥିବା କାନ ଡ୍ରମ ଭିତରକୁ ପଠାଇଥାଏ। କାନ ଡ୍ରମ୍ ଭିତରେ ଶବ୍ଦ ବାଜି ପ୍ରତିଧ୍ୱନୀ ସୃଷ୍ଟିହୁଏ। ଏଠାରେ ଓସିଲସ ନାମକ ୩ ଗୋଟି ହାଡରେ ଶବ୍ଦ ମଧ୍ୟ ପ୍ରତିଧ୍ୱନିତ ହୋଇ ଅନ୍ତଃକାନ ମଧ୍ୟକୁ ଯାଏ। ମଧ୍ୟକାନଟି ଏକ ଟ୍ୟୁବ୍ ଦ୍ୱାରା ନାଳୀସହିତ ସଂଯୁକ୍ତ ଅଟେ। ଏହାକୁ ୟୁଷ୍ଟାଚିୟାନ ଟ୍ୟୁବ୍ କୁହାଯାଏ।। ଏହି ୟୁଷ୍ଟାଚିୟାନ ଟ୍ୟୁବ୍ଟି କାନ ଡ୍ରମର ଉଭୟପାର୍ଶ୍ୱରୁ ଚାପ ପକାଇଥାଏ। ଅନ୍ତଃକାନଟି ଆକୃତିରେ ଦେଖିବାକୁ ଶାମୁକା ଭଳି, ଯେଉଁଠାରେ କି ଶବ୍ଦର ବିଶ୍ଳେଷଣ ଘଟିଥାଏ। ଏହାର ମଧ୍ୟ ୩ ଗୋଟି ଅର୍ଦ୍ଧ ବୃତ୍ତାକାର ଗର୍ତ୍ତ ରହିଛି, ଯିଏକି ଆମ ଶରୀରର ଭାରସାମ୍ୟକୁ ରକ୍ଷା କରିଥାଏ। ଅନ୍ତଃକର୍ଣ୍ଣଟି ଅଡିଟୋରୀ ସ୍ନାୟୁଦ୍ୱାରା ମସ୍ତିଷ୍କ ସହିତ ସଂଯୁକ୍ତ ଥାଏ। ଯାହାଫଳରେ କି ଆମେ ଯାହା ଶୁଣିପାରୁ ସେ ସବୁ ମସ୍ତିଷ୍କର ନିଦ୍ଦେର୍ଶକ୍ରମେ ସଂଘଟିତ ହୋଇଥାଏ।
କାନ ସମ୍ୱନ୍ଧରେ ମୌଳିକ ତଥ୍ୟ:
କାନର ସାଧାରଣ ସମସ୍ୟା: ଯେଉଁ ସାଧାରଣ ସମସ୍ୟାଗୁଡ଼ିକ ଦ୍ୱାରା କାନ ପ୍ରଭାବିତ ହୋଇଥାଏ ସେଗୁଡ଼ିକ ହେଉଛି:
ବାହ୍ୟକାନ: କାନଗଇ, ଫଙ୍ଗସ୍, ବାହ୍ୟପଦାର୍ଥ, ଗୁରୁତର ଇନ୍ଫେକ୍ସନ। ସାଂଘାତିକ ବା ପୁରାତନ ଇନ୍ଫେକ୍ସନ, କର୍ଣ୍ଣରେ ପାଣି ଜମିବା, କର୍ଣ୍ଣରେ କୌଣସି ଆଘାତ ଲାଗିବା।
ଅନ୍ତଃକାନ: ଜନ୍ମତ୍ରୁଟି, ଇନ୍ଫେକ୍ସନ, ଆଘାତ, ଅଡ଼ିଟୋରୀ ସ୍ନାୟୁରେ ଟ୍ୟୁମର ହେବା, ବିଷାକ୍ତ ମେଡ଼ିସିନ କାରଣରୁ ଅଣାୟତ୍ତ ଉଚ୍ଚ ରକ୍ତଚାପ, ଡାଏବେଟିସ, କାନଫଟା ଶବ୍ଦ, ବୟସ ବଧିରତାର ସମସ୍ୟା ସୃଷ୍ଟି କରିଥାଏ।
କିପରି ଆମେ ଜାଣିବା ଆମର କାନ ସମସ୍ୟା
-ଯେକୌଣସି ସଭାସ୍ଥଳ, ଥିଏଟର, ଯାତ୍ରାଦିରେ କଥା କହିଲେ ଯଦି ଭଲ ଭାବେ ଶୁଣାଯାଉଥିବ ଜାଣିବ ତାହାର କର୍ଣ୍ଣ ସମସ୍ୟା ଅଛି।
-ଛୋଟ ପାଟିରେ କଥା କହିଲେ ଶୁଣାଯାଉ ନ ଥିବ। ଉଚ୍ଚ ସ୍ୱରରେ କହିଲେ ଯାଇ ଶୁଭିବ। ଏଥିରୁ ଜାଣିବ ଯେ କାନ ସମସ୍ୟା ରହିଛି।
-ଯେକୌଣସି ସମ୍ମିଳନୀ ଆଦିରେ ଭୁଲ ଶୁଣିବାହେତୁ ବୁଝାମଣା ଠିକ୍ ନ ରହିଲେ ଜାଣିବ କର୍ଣ୍ଣର ସମସ୍ୟା ଅଛି।
-ରେଡିଓ ବା ଟିଭି କଥା ଶୁଣିବାରେ ଅସୁବିଧା ଥିଲେ କର୍ଣ୍ଣ ସମସ୍ୟା ରହିଛି ବୋଲି ଜାଣିବ।
ଯଦି କାନକୁ ଶୁଭୁ ନ ଥିବାର ସନ୍ଦେହ ହୁଏ, ତେବେ କାନ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇ ନେବା ଉଚିତ। ଏହାଦ୍ୱାରା ବଧିରତା ଗୁରୁତର କି ନୁହଁ ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଥାଏ। ତେବେ ୫୦ ବର୍ଷ ପରେ ଜଣେ ବ୍ୟକ୍ତି ତା’ର କାନକୁ ନିୟମିତ ଭାବେ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇବା ଦରକାର।
-କୌଣସି ଆଘାତ ବା ବାହ୍ୟ କିମ୍ୱା ମଧ୍ୟ କାନର ହାଡ଼ ମଧ୍ୟରେ ରହିଥିବା ତ୍ରୁଟି, କାନଡ୍ରମ ବା କାନ ଝିଲ୍ଲୀ ତ୍ରୁଟି ଯୋଗୁ ଘଟିଥାଏ।
ହିଅରିଂ ଏଡ୍ ଏକପ୍ରକାର ଇଲେକ୍ଟ୍ରୋନିକ ଯନ୍ତ୍ର , ଯିଏକି ଶବ୍ଦକୁ ଚୟନମୂଳକ ଭାବେ ବିଭିନ୍ନ ଉପାୟରେ ପୁନଃ ସଂଘଟିତ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ରୋଗୀକୁ ତା’ର କର୍ଣ୍ଣ ପରୀକ୍ଷଣ କରି ଏକ ଅଡ଼ିଓଗ୍ରାମ୍ ବ୍ୟବହାର କରିବାକୁ ପଡ଼ିଥାଏ। ଶବ୍ଦକୁ ଆହରଣ କରିବାର ଏକ ଗ୍ରାଫିକ ରେକର୍ଡ ହେଲା ଅଡିଓଗ୍ରାମ୍। ହିଅରିଂଏଡ୍କୁ ମ୍ୟାଚ୍ କରି ଅଡ଼ିଓଗ୍ରାମ୍ ଲଗାଇ ରୋଗୀ କାନରେ କିଛିକ୍ଷଣ ପରୀକ୍ଷା କରାଯାଇଥାଏ। ଯଦି ଏହା ରୋଗୀପାଇଁ ପ୍ରଯୁଜ୍ୟ ହେଲା ତେବେ କିଣାଯାଇଥାଏ। କାନରେ ଏହାକୁ ସେପ୍କରି ରଖିବା ପାଇଁ ହିଅରିଂଏଡ୍ରେ ଏକ ଇଅରମୁଡ୍ (ରୋଗୀର କାନ ଅନୁସାରେ) ଖଞ୍ଜାଯାଇଥାଏ। ଏହାଛଡ଼ା ପୁରୁଣା ପକେଟ ଟାଇପ୍ର ହିଅରିଂଏଡ୍ ଓ ଛୋଟ ହିଅରିଂଏଡ୍ ମଧ୍ୟ ମିଳୁଛି। ତେବେ କ୍ଷୁଦ୍ର ହିଅରିଂଏଡ୍ ଯିଏକି କର୍ଣ୍ଣକୁ ଖାପିଥାଏ କ୍ୱଚିତ୍ ମିଳେ।
ଗୁରୁତର ବଧିରତାରୁ ମୂକ ହୋଇଯିବାର ଆଶଙ୍କା ଥାଏ କି?
ଯଦି ଗୋଟିଏ ପିଲା ୫ ବର୍ଷ ବୟସ ପୂର୍ବରୁ ତା’ର ଶ୍ରବଣ ଶକ୍ତି ସମ୍ପୁର୍ଣ୍ଣ ଭାବେ ହରାଇ ବସେ, ତେବେ ତା’ର ବାକ୍ ଶକ୍ତିକୁ ମଧ୍ୟ ସେ ହରାଇଥାଏ। କାରଣ ବାକ୍ଶକ୍ତି ଶ୍ରବଣେନ୍ଦ୍ରିୟ ଦ୍ୱାରା କ୍ରିୟାଶୀଳ ହୋଇଥାଏ। ଏଣୁ ଏଭଳି ପିଲା ନିଜର ଶିକ୍ଷାଦୀକ୍ଷା ପାଇଁ ହିଅରିଂ ଏଡ୍ର ଆବଶ୍ୟକତା କରିଥାଏ।
କାନରୁ ପୂଜ ନିର୍ଗତ ହେବାର ସାଧାରଣ ସମସ୍ୟା ବା କାରଣ ଗୁଡ଼ିକ ହେଲା:
ବାହ୍ୟକାନ-ଫଙ୍ଗସ୍, ବାହ୍ୟକାନରେ ଗୁରୁତର ସଂକ୍ରମଣ, ଅସାଧାରଣ କ୍ୟାନ୍ସର।
ମଧ୍ୟକାନ- ଗୁରୁତର ବା ସାଂଘାତିକ ସଂକ୍ରମଣ ମଧ୍ୟ କାନରେ ହେଲେ, କାନଡ୍ରମରେ ଛିଦ୍ର ବା କଣା ଯୋଗୁ ଯନ୍ତ୍ରଣା ହେଲେ, ଅସାଧାରଣ କ୍ୟାନ୍ସର ହେଲେ ପୂଜ ବାହାରେ।
ପୂଜ ନିର୍ଗତ ହେଉଥିବା କାନ ବିପଜ୍ଜନକ କି?
ପୂଜ ନିର୍ଗତ ହେବା ଦ୍ୱାରା ଏକପ୍ରକାର ବିପଦପୂର୍ଣ୍ଣ ଛିଦ୍ର ବା କଣା କାନ ଡ୍ରମର ଉପର ବା ସମାନ୍ତର ଏରିଆ ମଧ୍ୟରେ ସଂଘଟିତ ହୋଇଥାଏ। ଯିଏକି କ୍ରମଶଃ ହାଡ଼କୁ କ୍ଷୟ କରି ଜଟିଳତା ସୃଷ୍ଟି କରେ। ଯାହାଫଳରେ କାନମୂଳ ଅସ୍ଥି ସଂକ୍ରମଣ, ମୁଖମଣ୍ଡଳ ପାରାଲିସିସ, କ୍ଳାନ୍ତି, ମସ୍ତିଷ୍କ ଆବରଣ ଝିଲ୍ଲି ପ୍ରଦାହ, ମୁଣ୍ଡରେ ବିସେଟକ ଦେଖାଦିଏ।
ମେଡ଼ିକାଲ: ଆଣ୍ଟିବାୟୋଟିକ୍ ବା ଆଣ୍ଟିସେପ୍ଟିକ୍ ଇୟରଡ୍ରମ ସହିତ କାନ ଭିତରକୁ ଯେପରି ପାଣି ପ୍ରବେଶ ନ କରେ ସେ ଦିଗରେ ସାବଧାନତା ଅବଲମ୍ୱନ କଲେ ସଂକ୍ରମଣକୁ ଏଡ଼ାଇ ହେବ। ଫଙ୍ଗାଲ ସଂକ୍ରମଣର ଚିକିତ୍ସାକୁ ଆଣ୍ଟି-ଫଙ୍ଗାଲ ଇୟରଡ୍ରପ ଏବଂ ଆଣ୍ଟିବାୟୋଟିକ୍ସ ମାଧ୍ୟମରେ ଏଡାଯାଇପାରିବ।
କାନ ଯନ୍ତ୍ରଣାର କେତେକ ସାଧାରଣ କାରଣଗଡ଼ିକ ହେଉଛି-
ବାହ୍ୟକାନରେ କାନଗଇ ହେବା, ଆଘାତ, ଫଙ୍ଗସ୍ ଓ ସଂକ୍ରମଣ ଆଦି ହେବା।
ମଧ୍ୟକାନରେ ସଂକ୍ରମଣ ଓ ଆଘାତ ହେବା
ଗୋଟିଏ ଅଙ୍ଗର ଯନ୍ତ୍ରଣା ଶରୀରର ଅନ୍ୟଭାଗରେ ହେବା- କାନଠାରୁ ବହୁ ପରିମାଣର ସ୍ନାୟୁ ବିଭିନ୍ନ ସ୍ଥାନକୁ ଯୋଗାଣ ହୋଇଥାଏ। ଏହି ସ୍ନାୟୁଗୁଡ଼ିକରୁ ମଧ୍ୟ କେତେକ ଆମର ଦାନ୍ତ, ଜିଭ, ଗାଲ, ଗଳା, ଥୋଡ଼ି ଜଏଣ୍ଟ ତଥା ବେକରେ ପରିବେଷ୍ଟନ ହୋଇଥାନ୍ତି। ଶରୀରର ପ୍ରତି ଅଙ୍ଗର ମୁଖ୍ୟସ୍ଥଳ ହେଉଛି ମସ୍ତିଷ୍କ। କେଉଁ ଅଙ୍ଗରେ କଣ ଘଟେ ତାହା ମସ୍ତିଷ୍କର ନିୟନ୍ତ୍ରଣ ଦ୍ୱାରା ହୋଇଥାଏ। ଏସବୁ ସ୍ନାୟୁବିଭାଗ ଦ୍ୱାରା ପରିଚାଳିତ ହୁଏ। ତେଣୁ କାନର ପ୍ରଭାବ ମସ୍ତିଷ୍କରେ ପଡ଼ିବା ଦ୍ୱାରା ଏହାର ତ୍ରୁଟିପୂର୍ଣ୍ଣ ପ୍ରଭାବ ଶରୀରର ଅନ୍ୟ ଅଙ୍ଗରେ ପ୍ରତିଫଳିତ ହୁଏ। ସ୍ନାୟୁର ଅଧିକ ସଁର୍ଶକାତରତା ଯୋଗଁୁ ଯନ୍ତ୍ରଣା ଅନୁଭୂତ ହୋଇଥାଏ। କାନ ଯନ୍ତ୍ରଣାର ସୂଚନା ମିଳିଲେ ପେନ୍କିଲର ଏବଂ ହଟ୍ ୱାଟର ବଟଲ ସେକ ବା ହିଟିଙ୍ଗ୍ ପ୍ୟାଡ୍ ସେକରେ ଯନ୍ତ୍ରଣାର ଉପଶମ କରାଯାଇପାରିବ। କିନ୍ତୁ ମନେ ରଖନ୍ତୁ କର୍ଣ୍ଣ ରୋଗର ନିରୂପଣ ତଥା ଚିକିତ୍ସା ନିମିତ୍ତ ସର୍ଜନଙ୍କ ନିକଟରେ ପରୀକ୍ଷା ନିହାତି ଆବଶ୍ୟକ।
କାନରୁ ଶବ୍ଦ (ଭାଁ ଭାଁ) ହଟାଇବା ପାଇଁ କ’ଣ କରାଯିବା ଉଚିତ?
କାନରୁ ବେଳେ ବେଳେ ବିକୃତ ଶବ୍ଦ ବାହାରେ ଏହାକୁ ଇଂରାଜୀରେ ଟିନିଟସ ବୋଲି କୁହାଯାଏ। ଏହା ମୁଣ୍ଡରେ ମଧ୍ୟ ଅନୁଭୂତ ହୁଏ। କାନ ଓ ମୁଣ୍ଡରେ ଅନୁଭୂତ ଏହି ଲକ୍ଷଣଟି ଭାରି ବିରକ୍ତି ବୋଧକ। ଏହା ଏକାଧାରରେ କାନ ଭିତର ଓ ବାହାର ପଟ ରୋଗର କାରଣ। ଏହି କ୍ଷେତ୍ରରେ କାନ ସର୍ଜନଙ୍କ ନିକଟରେ ପରୀକ୍ଷା କରାଇନେବା ଉଚିତ। କାରଣ ଏଭଳି ଲକ୍ଷଣ ରୋଗୀକୁ ବହୁତ ଅସୁବିଧାରେ ପକାଇଥାଏ।
କାନ ସଫେଇ: କର୍ଣ୍ଣ ରୋଗୀମାନେ ନିଜ କାନକୁ ନିଜେ ପରିଷ୍କାର କରିବାଟା ଅନେକ ସମୟରେ ସମସ୍ୟା ଆଣିଦେଇଥାଏ। କାନରେ ଆପେ ଆପେ କାନଗଇ ପରିଷ୍କାର ହେବାର ଉପଯନ୍ତ୍ର ରହିଛି, ତେଣୁ ଏହି କ୍ଷେତ୍ରରେ କାନଗଇକୁ ସଫା କରିବାର କୌଣସି ଆବଶ୍ୟକ ନାହିଁ। ବହୁବାର ନିଜେ କାନ ସଫା କରିବା ଦ୍ୱାରା କାନର ଗଇ ଭିତରକୁ ଠେଲି ହୋଇ ପଶିଯାଏ। ଏଣୁ ଏହା ନ କରିବା ଉଚିତ। ଏଭଳି କଲେ ମଇଳା ଜମି ବଧିରତା ସୃଷ୍ଟି କରାଏ।
ପହଁରିବା: କାନରେ ଯେକୌଣସି ରୋଗ ସଂକ୍ରମିତ ହୋଇଥିଲେ ପହଁରିବାକୁ ଏଡାଇଯିବା ଉଚିତ୍। କାରଣ ପାଣି କାନରେ ପଶିଲେ ଏହା କ୍ଷତି କରିଥାଏ। ଗାଧୋଇବା ସମୟରେ ମୁଣ୍ଡ ଧୋଇ ଗାଧୋଇଲେ ଅନେକ ସମୟରେ ପାଣି କାନ ମଧ୍ୟକୁ ପ୍ରବେଶ କରିଯାଏ। ଏଣୁ ଯେଉଁ କାନରେ ପାଣି ପଶିଥାଏ ସେହି କାନରେ ତୁଳା ଦେଇ ମୁଣ୍ଡକୁ ଏକପାଖିଆ କରି କିଛି ସମୟ ନୁଆଁଇ ରଖିଲେ ସବୁ ପାଣି କାନରୁ ବାହାରି ଆସି ତୁଳାରେ ଲାଗିଥାଏ।
ଉଚ୍ଚ ଶବ୍ଦ: ଉଚ୍ଚ ଶବ୍ଦରେ ବାଣ ଫୁଟା ବା ଉଚ୍ଚସ୍ୱରରେ ଗୀତ ଆଦି ଏଡାଇଯିବା ଉଚିତ୍। କାରଣ ଉଚ୍ଚଶବ୍ଦ କାନ ପାଇଁ ସ୍ଥାୟୀ ବା ଅସ୍ଥାୟୀ ବଧିରତାର କାରଣ। ତା’ଛଡ଼ା ଶବ୍ଦ ପ୍ରଦୂଷଣ ମଧ୍ୟ କାନକୁ ପ୍ରଭାବିତ କରିଥାଏ।
ଫରେନ ବଡିଜ୍: ପିଲାମାନେ ଅନେକ ସମୟରେ କାନରେ ଖଡି,ପଥର, ବୁଟ ଆଦି ଭର୍ତ୍ତି କରିଦିଅନ୍ତି। ଏହି କ୍ଷେତ୍ରରେ ବଡ଼ମାନେ ଏହାକୁ ପରିଷ୍କାର କରିବା ପାଇଁ ତା’ଭିତରେ କାଠି ପୂରାଇଥାନ୍ତି। ଏହା କରିବା ଆଦୌ ଉଚିତ ନୁହେଁ।
ଉଚ୍ଚ ରକ୍ତଚାପ ଓ ଡାଏବେଟିସ: ଉଚ୍ଚ ରକ୍ତଚାପ ଓ ଡାଏବେଟିସ୍ ହେଲେ ଏହା ଆମ କାନର ସ୍ନାୟୁ ଉପରେ ପ୍ରଭାବ ପକାଇ ନଷ୍ଟ କରିଦେଇଥାଏ। ଚାହିଁଲେ ଏହି ରୋଗକୁ ଆୟତ୍ତାଧିନ କରାଯାଇପାରିବ।
ଚର୍ବିଯୁକ୍ତ ଆହାର: ଚର୍ବିଯୁକ୍ତ ଆହାର ଦ୍ୱାରା ଆମର ରକ୍ତବାହୀ ଧମନୀ ବାଟେ କାନର ସ୍ନାୟୁକୁ ରକ୍ତପ୍ରବାହିତ ହେବାବେଳେ ଏହା ବଦ୍ଧ ବସିଯାଏ। ଯାହାଫଳରେ ବଧିରତା ସୃଷ୍ଟି ହୁଏ।
ଥଣ୍ଡା ଏଡାନ୍ତୁ: କାନର ୟୁଷ୍ଟାଚିୟାନ ଟ୍ୟୁବ୍ ଦ୍ୱାରା ଥଣ୍ଡାର ପ୍ରଭାବ ମଧ୍ୟ କାନକୁ ସଂକ୍ରମିତ ହୋଇଥାଏ। ଏହା ସହିତ ନାକ ତଥା ଗଳାକୁ ମଧ୍ୟ ଏକାଧାରରେ ସଂକ୍ରମିତ କରିଥାଏ।
ଗର୍ଭ ସମୟର ରୋଗ: ଏହି ସମୟରେ ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଜର୍ମାନ ମିଜେଲସ, ଗର୍ଭଜନିତ ପୀଡା ଓ କଠିନ ଶ୍ରମ ଆକସ୍ମିକ ଭାବେ ବଧିରତା ସୃଷ୍ଟି କରିଥାଏ।
ବଂଶାନୁଗତିକ ଘଟଣା: ନିବିଡ଼ ସମ୍ପର୍କୀୟ ମଧ୍ୟରେ ସଗୋତ୍ର ବିବାହ ଏବଂ ପିତାମାତା ମଧ୍ୟରେ ଆରଏଚ୍ ଅମେଳ ମଧ୍ୟ ବଧିରତାର କାରଣ ଅଟେ।
ଆଧାର, ଡା. ସୁଗତ କର
Last Modified : 12/11/2019