ହୋମ / ସ୍ଵାସ୍ଥ୍ୟ / ରୋଗ / ଶ୍ଵାସ ରୋଗରୁ ମୁକ୍ତ
ସେଆର କରନ୍ତୁ

ଶ୍ଵାସ ରୋଗରୁ ମୁକ୍ତ

ଶ୍ଵାସରୋଗ, ଫୁସଫୁସ୍ ଏବଂ ଶ୍ଵାସନଳୀର ଏକ ଦୀର୍ଘକ୍ଷଣସ୍ଥାୟୀ ତଥା ଅଭ୍ୟାସଗତ ରୋଗ ।

ଶ୍ଵାସରୋଗ

ଏକବିଂଶ ଶତାବ୍ଦୀର ମହାବ୍ୟାଧ । ଏ ସୁନ୍ଦର ଧରାର ତିନୋଟି ଜୀବନ ପ୍ରଦାୟୀ ଉପାଦାନ ଯଥା: ମାଟି,ପାଣି, ପବନ ଏହି ମାନବଜାତିକୁ ବିନାମୂଲ୍ୟରେ ମିଳିଆସୁଛି । ଶ୍ଵାସରୋଗ, ଫୁସଫୁସ୍ ଏବଂ ଶ୍ଵାସନଳୀର ଏକ ଦୀର୍ଘକ୍ଷଣସ୍ଥାୟୀ ତଥା ଅଭ୍ୟାସଗତ ରୋଗ । ଅତ୍ୟାବଶ୍ୟକ ତଥା ଅନନ୍ୟ ଉପାଦାନ। ‘‘ପବନ’ ସହ ଏହି ରୋଗ ସିଧାସଳଖ ସମ୍ପର୍କିତ । ପୃଥୁବୀର ଜନସଂଖ୍ୟାର ପ୍ରାୟ ୧୦-୧୫ ପ୍ରତିଶତ ଲୋକ ଏହି ରୋଗ ଦ୍ଵାରା ପୀଡ଼ିତ । ଏହାଛଡ଼ା ଏକ ଅବିଶ୍ଵସନୀୟ ସଂଖ୍ୟାରେ ପ୍ରତିଦିନ ବୃଦ୍ଧି ହେଉଛି ହଜାର ହଜାର ଜୀବନ । ହେଲେ ପୃଥିବୀର ସବୁଠାରୁ ସାଧାରଣ ଓ ଅଭ୍ୟାସଗତ ରୋଗ ଭାବରେ ଏହାର ଚର୍ଚ୍ଚା ରହିଛି ।

ଅମ୍ଳଜାନ

ଆମ ଶରୀରର ଏକ ଅତ୍ୟାବଶ୍ୟକ ଉପାଦାନ ହେଉଛି ଅମ୍ଳଜାନ । ଏହା ବିନା ଜୀବନଧାରଣ ଅସମ୍ଭବ । ଫୁସଫୁସ ଏବଂ ଶ୍ଵାସନଳୀଗୁଡ଼ିକ ବାୟୁମଣ୍ଡଳରୁ ନିଃଶ୍ଵାସପ୍ରଶ୍ଵାସ କରିବା ଦ୍ଵାରା ଅମ୍ଳଜାନ ଏବଂ ଅନ୍ୟାନ୍ୟ ଗ୍ୟାସ ଆହରଣ କରନ୍ତି । ବାୟୁମଣ୍ଡଳକୁ ଅନୁପାଦେୟ ଅଙ୍ଗାରକାମ୍ଳ ନିଷ୍କାସନ କରନ୍ତି । ଏହା ଅତି ସାଧାରଣ ସୁସ୍ଥ ଜୀବନ ପ୍ରକ୍ରିୟା ଯାହାକି ମାନବ ଜାତି ନିମନ୍ତେ ପ୍ରାଥମିକ ଶିକ୍ଷା । କିନ୍ତୁ ଆମ୍ଭେମାନେ ଅଚେତ ଓ ହେତୁହୀନ । ବାୟୁମଣ୍ଡଳ, ଫୁସଫୁସ ଏବଂ ଶ୍ଵାସନଳୀକୁ ପ୍ରଦୂଷିତ କରିବାରେ ଆମର ଦୁଷ୍କୃତ ପରାକାଷ୍ଠା । ଅନ୍ତହୀନ ପ୍ରତିଯୋଗିତା । ମଙ୍ଗଳଗ୍ରହ ବିଜୟୀ, ଏହି ଅସୀମିତ ପ୍ରତିଭାବାନ ମାନବଜାତି କେବେ ଏହି ମୃଢ଼ତ୍ଵର ଶାମୁକା ଆବରଣରୁ ବାହାରିବ ? କେବେ ଆମେ ମାଟି, ପାଣି, ପବନ ଏବଂ ବୃକ୍ଷର ଏକ ସହଜ, ସାଧାରଣ, ପ୍ରାକୃତିକ ଏବଂ ସୁସ୍ଥ ସମ୍ପର୍କର ହେତୁକୁ ବୁଝିବା ? ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏବଂ ଗ୍ଲୋବାଲ୍ ଇନିସିଏଟିଭ ଫର ଆଜମା - ଏହି ଦୁଇଟି ସଂଗଠନର ପ୍ରଚେଷ୍ଟାରେ ସ୍ପେନର ବାର୍ସିଲୋନା ସହରରେ, ୧୯୯୮ରେ ମିଳିତ ହେଲେ ୩୫ଟି ଦେଶର ପ୍ରତିନିଧି । ଜନ୍ମନେଲା ବିଶ୍ଵ ଶ୍ଵାସରୋଗ ଦିବସ । ଲକ୍ଷ୍ୟ ହେଲା, ବିଶ୍ଵକୁ ଶ୍ଵାସ ରୋଗ ବିଷୟରେ ଶିକ୍ଷାଦେବା ଏବଂ ସଚେତନ କରାଇବା । ଏହାର କାରଣ, ପ୍ରତିକାର ଏବଂ ନିରାକରଣ ବିଷୟରେ ସମାଜର ପ୍ରତିଟି ବର୍ଗକୁ ଅବଗତ କରାଇବା । ସରକାର, ସ୍ଵେଚ୍ଛାସେବୀ ସଂସ୍ଥା, ଗବେଷକ, ପରିବେଶ ବିଜ୍ଞାନୀ, ଡାକ୍ତର, ନର୍ସ ଆଦି ସମସ୍ତଙ୍କର ଏହି ରୋଗ ପ୍ରତି କିପରି ଏବଂ କ’ଣ ଅବଦାନ ରହିବ, ତାହା ବହୁଳ ଭାବେ ପ୍ରଚାର ଏବଂ ପ୍ରସାର କରିବା ।

୧୯ ବର୍ଷ ହେଲା ବିଶ୍ଵ ଶ୍ଵାସରୋଗ ଦିବସ ପାଳିତ ହେଉଛି । ଏହି ଦୁଇ ସଂସ୍ଥା ପ୍ରତିବର୍ଷ ବିଭିନ୍ନ ଗ୍ଲୋଗାନ୍ ଏହି ଦିବସ ଉପଲକ୍ଷେ ଦେଇ ଆସିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ଲୋଗାନର ମୂଳ ଲକ୍ଷ୍ୟ ରହୁଥୁଲା- ଡାକ୍ତର, ପାରାମେଡିକ୍ସ, ରୋଗୀ ଏବଂ ପରିବାରବର୍ଗ । କିନ୍ତୁ ୨୦୧୭ ବିଶ୍ଵ ଶ୍ଵାସରୋଗ ଦିବସର ଗ୍ଲୋଗାନ ସମ୍ପୁର୍ଣ୍ଣ ଭିନ୍ନ । ସମାଜର ଯେ କୌଣସି ବର୍ଗ ଏହି ଗ୍ଲୋଗାନର ଭାବାବେଗ ହୃଦୟଙ୍ଗମ କରିବା । ଗ୍ଲୋଗାନର ମର୍ମ, ଶ୍ୱାସରୋଗର ବିଭିଷିକା ସହ ବାୟୁମଣ୍ଡଳ/ପବନର ସିଧାସଳଖ ସମ୍ପର୍କ ରହିବା ଏହି ଗ୍ଲୋଗାନର ସନ୍ଦେଶ । ସରକାର, ଗଣମାଧ୍ୟମ, ପରିବେଶ ବିଜ୍ଞାନୀ ଏବଂ ନୀତିନିର୍ଦ୍ଧାରକ । ସର୍ବୋପରି ସାଧାରଣ ଜନତା ଚେତିବେ କି ? ମାଟି, ପାଣି, ପବନ - ବିନାମୂଲ୍ୟରେ ମଳୁଥିବା ଏହି ତିନୋଟି ଅମୂଲ୍ୟ ଉପାଦାନ, ମାନବଜାତି ତିଆରି କରିପାରିବ ନାହିଁ । ମାନବସଭ୍ୟତା ଏହା ସହ କେବଳ ଖେଳି ପାରିବ । ଏହାକୁ ନିର୍ମଳ ବା ବିଷାକ୍ତ କରିପାରିବ । ଏଥିରେ ସମସ୍ତଙ୍କର ଭାଗିଦାରୀ ରହିଛି । ବାୟୁମଣ୍ଡଳର ପ୍ରଦୂଷଣ କମାଇବାରେ ତଥା ଶ୍ଵାସରୋଗର ସଂଖ୍ୟା, ଦୀର୍ଘତା ଏବଂ ବିଭୀଷିକା କମ୍ କରିବାରେ ସମସ୍ତଙ୍କ ଅବଦାନ ରହିବା ଆବଶ୍ୟକ । ଗଛଟିଏ କାଟିବାରୁ କ୍ଷାନ୍ତ ହୋଇପାରିବା ? ଗଛଟିଏ ଲଗାଇ ପାରିବା ? ଏହାଦ୍ଵାରା ସ୍ଵତଃପ୍ରବୃତ ଭାବରେ ଆମେ ମାଟି, ପାଣି, ପବନର ଯତ୍ନ ନେଇ ପାରିବା । ଯାହାକି ଏହି ଦିବସର ଉଦ୍ଦେଶ୍ୟ ବା ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ । ଶ୍ରାସରୋଗ ଏପରି ଏକ ବ୍ୟାଧି, ଯାହାର ନିରାକରଣ ସମ୍ଭବ । ଆମେମାନେ ନିଜ ନିଜର ବ୍ୟକ୍ତିଗତ ଅଭ୍ୟାସ ମାର୍ଜିତ କରିବା ସଙ୍ଗେ ସଙ୍ଗେ ଅଛିକିଛି ସାମାଜିକ ଦାୟିତ୍ଵ ନିର୍ବାହ କଲେ ଶ୍ଵାସରୋଗକୁ ନିରୋଧ କରିପାରିବା ।

ଆଧାର: ଓଡିଶା  ରିପୋଟର

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top