ହୋମ / ସ୍ଵାସ୍ଥ୍ୟ / ରୋଗ / ସିଫିଲିସ୍ ରୋଗ
ସେଆର କରନ୍ତୁ

ସିଫିଲିସ୍ ରୋଗ

ସିଫିଲିସ୍ ରୋଗର ଚିକିତ୍ସା ସମ୍ବନ୍ଧରେ ସୂଚନା

ଉପକ୍ରମ

ସିଫିଲିସ୍ ଏହ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁଦ୍ୱାରା ହୁଏ । ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ । ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ ।

ସିଫିଲିସ୍ ରୋଗର ଚିକିତ୍ସା

ଉପଦଂଶନ ବା ସିଫିଲିସ୍ ରୋଗ ବା ଇଂରେଜଙ୍କ ଦ୍ଵାରା ଆମ ଦେଶରେ ବ୍ୟାପୀଥିବାରୁ ଏହାକୁ କେତେକ ଫିରିଙ୍ଗି ରୋଗ କହନ୍ତି । କାରଣ ଏହି ରୋଗ ସ୍ତ୍ରୀ ଓ ପୁରୁଷର ଗୁପ୍ତାଙ୍ଗରେ ଦେଖାଦେଇଥାଏ ।

ବାରମ୍ବାର ସିଫିଲିସ୍ ରୋଗର ଚିକିତ୍ସାମୁଖମୈଥୁନ, ହସ୍ତମୈଥୁନ ଯୋଗୁ ଲିଙ୍ଗରେ କ୍ଷତି ସୃଷ୍ଟି ହୋଇ କିମ୍ବା ଆଘାତପ୍ରାପ୍ତ ହେଲେ, ମୈଥୁନ ପରେ ଗୁପ୍ତାଙ୍ଗ ଧୌତ ନକଲେ ଅଥବା କ୍ଷୀମିଶ୍ରିତ ଜଳରେ ଧୌତ କଲେ ଏହି ରୋଗ ହୋଇଥାଏ । ଏହା ବ୍ୟବତୀତ, ବେଶ୍ୟାଶକ୍ତ ହେଲେ କିମ୍ବା ଉପଦଂଶ ରୋଗୀ ସହିତ ସହବାସ କାଲେ ଏପରିକି ଉପଦଂଶ ରୋଗୀର ପରିସ୍ରା ଉପରେ ପରିସ୍ରା କାଲେ ସୁସ୍ଥ ଲୋକକୁ ଏହି ରୋଗ ବ୍ୟାପିଥାଏ । ଫଳରେ ଲିଙ୍ଗ ଚର୍ମ ବିଦୀର୍ଣ୍ଣ ହୋଇ ଏହି ରୋଗ ଉତ୍ପନ ହୋଇଥାଏ ।

କେତେକ ଲୋକଙ୍କଠାରୁ ଏହା ବଂଶଗତ ବୋଲି ସୂଚନା ମିଳେ । ପିତାମାତା ଯଦି ଏହି ରୋଗର ଆକ୍ରାନ୍ତ ହୋଇ ସନ୍ତାନ ଜନ୍ମ ହୋଇଥାନ୍ତି ତେବେ ସେହି ସନ୍ତାନ ଏହି ରୋଗର ପୀଡିତ ଓଇ ଅକାଳରେ ମୃତ୍ୟୁମୁଖରେ ପଡିଥାଏ । ଏହି ରୋଗରେ ଆକ୍ରାନ୍ତ ରୋଗୀଠାରେ ଅନେକ ଲକ୍ଷଣ ଦେଖିବାକୁ ମିଳେ । ମୁଖ୍ୟତଃ ଫୋଟକା ଓ ପୀଡକା ସୃଷ୍ଟି ହୁଏ । ଆହୁରିମଧ୍ୟ ହସ୍ତପାଦର ନିମ୍ନଭାଗ, ବକ୍ଷଦେଶ ଓ ଜାନୁରେ ବିସ୍ଫୋଟକ ହେଖାଦିଏ । ଏହାର ରଙ୍ଗ ତାମ୍ରବର୍ଣ୍ଣ ଦିଶେ । ବେଳେବେଳେ ଏହି ଫୋଟକା କୃଷ୍ଣବର୍ଣ୍ଣ ହୋଇଥାଏ । ଛୁଞ୍ଚି ଫୋଡି ହେବା ଭଳି ଯନ୍ତ୍ରଣା ହୁଏ । କେତେକଙ୍କଠାରେ ଫୋଟକା ହଳଦିଆ ଦିଶେ ଓ ଭୀଷଣ ପୋଡାଜ୍ଵଳା କରେ । ବେଳେବେଳେ ସେଥିରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଅନେକ ରୋଗୀଙ୍କର ଫୋଟକାଗୁଡିକ ବୃହତାକାୟ ଓ କଣ୍ଡୁଯୁକ୍ତ ହୁଏ । ସେହିପରି ଲିଙ୍ଗର ଅଗ୍ରଭାଗରେ ଛୋଟଛୋଟ ଘିମିରି ଭଳି ପୀଡ଼ିତା ସୃଷ୍ଟି ହୁଏ । ଏହା ପାଚିଯାଇ ପୂଜ ବାହାରେ ।

ଏହି ରୋଗର ମହିଳାଗଣ ଆକ୍ରାନ୍ତ ହେଲେ ସାଧାରଣତଃ ଲଜ୍ଜାରେ ପ୍ରକାଶ କରନ୍ତି ନାହିଁ । ଫଳରେ ଗୁପ୍ତାଙ୍ଗ ଓଷ୍ଠ ଭୀଷଣ ଭାବେ ଫୁଲି ବିକୃତ ହୁଏ ଏବଂ ଭିତରୁ ଦୁର୍ଗନ୍ଧଯୁକ୍ତ ରସ ନୋରଗତ ହୁଏ । ଏହି ରୋଗରେ ମସ୍ତିଷ୍କ ମଧ୍ୟ ଆକ୍ରାନ୍ତ ହୋଇପାରେ । ଏପରି ହୋଇଥିଲେ ରୋଗୀ ବାରମ୍ବାର ପ୍ରଳାପ କରିଥାଏ । ଶରୀର ପୀଡା, ସ୍ମୁତିଶକ୍ତିର ହ୍ରାସ, ଫେଟକାଜାତ ହେବା, ବେଳେବେଳେ ଜ୍ଵର ଦେଖାଦେବା ସହିତ ଅରୁଚି, ବାନ୍ତି ଅଗ୍ନିମାନ୍ଦ୍ୟ ଜଙ୍ଘମୂଳରେ ଯନ୍ତ୍ରଣା ଓ ପୀଡା ସହିତ ବାଗୀ ଦେଖାଦେଇଥାଏ । ଏହି ରୋଗ ପୁରାତନ ହେଲେ ଗୁପ୍ତାଙ୍ଗରେ ପ୍ରାବେଶ କରି ସନ୍ଧିବାତ ବା ଆଣ୍ଠୁଗଣ୍ଠି ବାଟ ସୃଷ୍ଟି କରିବା ସହିତ ଜ୍ଞାନେନ୍ଦ୍ରାୟରେ ପ୍ରବେଶ କାଲେ ରୋଗୀ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୁଏ । ସନ୍ଧି ସ୍ଥାନରେ ଫୁଲା ଦେଖାଦିଏ । ଫଳରେ ଏହି ରୋଗୀକ୍ରାନ୍ତ ବ୍ୟକ୍ତି ପରବାର୍ତ୍ତା ସମୟରେ କୃଷ୍ଠ, ମୂର୍ଚ୍ଛା, ଆକ୍ଷେପ, ବାତ୍ ହୃଦ୍ ରୋଗ ଓ ପକ୍ଷ୍ମା ଇତ୍ୟାଦି ରୋଗରେ ଆକ୍ରାନ୍ତ ହୁଏ ଏବଂ ସଂପୂର୍ଣ୍ଣ ଦୁର୍ବଳ ହୋଇଯାଏ । ଏପରିକି ରୋଗୀ ସର୍ବାଙ୍ଗଘାତ ବା ଘଙ୍ଗୁ ରୋଗରେ ପୀଡିତ ହେବାର ସମ୍ଭାବନା ଥାଏ ।

ଏହି ରୋଗ ବେଳେବେଳେ ବୃହଟକାୟ ଓ କଣ୍ଡୁଯୁକ୍ତ ହୋଇଥିଲେ ମୈଥୁନାସକ୍ତ ବ୍ୟକ୍ତି ଚିକିତ୍ସା ନକରି ବରମ୍ଭାର  ମୈଥୁନ କାଲେ ଶରୀରର ଅନେକ କ୍ଷତି ସାଧନ ହୋଇଥାଏ । ଏହି ରୋଗଗ୍ରସ୍ତ ସ୍ତ୍ରୀର ଗର୍ଭ ସଂଚାର ହେଲେ ୫/୬ ମାସ ପରେ ତାହା ନଷ୍ଟ ହୋଇଯାଏ କିମଭା ଶେଷରେ ମୃତ ସନ୍ତାନ ଜାତ ହୁଏ । ଯଦି ସେହି ସନ୍ତାନ ଜୀବିତ ରହେ ତାହା ଅଳ୍ପଦିନ ମଧ୍ୟରେ ନାଡି ପୀଡାରେ ମୃତ୍ୟୁବରଣ କରେ । ଏହି ରୋଗୀ ଚିକିତ୍ସା ଅବହେଳା କାଲେ ରକ୍ତାଦିଧାତୁରେ ଏହି ରୋଗଜୀବାଣୁ ପ୍ରବେଶ କରି ବଂଶଗତ ରୋଗରେ ପରିଣତ  ହୁଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହି ମାରାତ୍ଜକ ରୋଗ ପ୍ରତି ସତର୍କ ହୋଇ ସର୍ବଦା ସଂଯମ ଆଚରଣ କରିବା ଇଚିତ୍ । ଆୟର୍ବେଦ ଚିକିତ୍ସା ବିଜ୍ଞାନାର ବର୍ତ୍ତମାନ ଆଶାତୀତ ଉନ୍ନତି ଫଳରେ ଏହି ରୋଗ ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଆରୋଗ୍ୟସାଧ୍ୟ । ଏହି ରୋଗୀରେ ଆକ୍ରାନ୍ତ ବ୍ୟକ୍ତି କାଳବିଲମ୍ବ ନକରି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସା ପରାମର୍ଶ ନିଅନ୍ତୁ ।

ଆଧାର : ପ୍ରମେୟ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top