ହୋମ / ସ୍ଵାସ୍ଥ୍ୟ / ରୋଗ / ସ୍ଲିପଡିସ୍କ ଓ ସିଆଟିକା (ଅଣ୍ଟା ବଥାର) ଅଭିନବ ଚିକିତ୍ସା
ସେଆର କରନ୍ତୁ

ସ୍ଲିପଡିସ୍କ ଓ ସିଆଟିକା (ଅଣ୍ଟା ବଥାର) ଅଭିନବ ଚିକିତ୍ସା

ବର୍ତ୍ତମାନ ସମୟରେ ଅଣ୍ଟା ବ୍ୟଥା ଏକ ସାଧାରଣ ରୋଗ ହୋଇଥିବା ବେଳେ ଓ ଏହା ଅଧିକ ଯନ୍ତ୍ରଣାଦାୟକ ଓ ଦୈନନ୍ଦିନ ଜୀବନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ।

ଅଣ୍ଟା ବ୍ୟଥା

ବର୍ତ୍ତମାନ ସମୟରେ ଅଣ୍ଟା ବ୍ୟଥା ଏକ ସାଧାରଣ ରୋଗ ହୋଇଥିବା ବେଳେ ଓ ଏହା ଅଧିକ ଯନ୍ତ୍ରଣାଦାୟକ ଓ ଦୈନନ୍ଦିନ ଜୀବନକୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ଆମ ଶରୀରର ମେରୁଦଣ୍ଡଟି ୩୩ ଖଣ୍ଡ ହାତ ମିଶି ତିଆରି ହୋଇଛି । ବେକରେ ସାତଖଣ୍ଡ, ପିଠିରେ ବାରଖଣ୍ଡ ଓ ଅଣ୍ଟାରେ ପାଞ୍ଚଖଣ୍ଡ । ମସ୍ତିଷ୍କରୁ ଏକ ଅଂଶ ବାହାରି ଏହିସବୁ ହାଡ଼ ମଝିଦେଇ ଏକ ଲମ୍ବା ମୋଟା। ଦଉଡ଼ି ଆକାରରେ ମଳଦ୍ଵାର ପର୍ଯ୍ୟନ୍ତ ଯାଇଥାଏ । ଏହାକୁ ସୁଷୁସ୍ନାକାଣ୍ଡରୁ କୁହାଯାଏ । ପ୍ରାୟ ୨୫ଟି ସ୍ନାୟୁ ଦୁଇହାଡ଼ ମଝିଦେଇ ଯାଇଥିବା ସୁଷୁମ୍ନାକାଣ୍ଡରୁ ବାହାରି ବାମ ଓ ଡାହାଣକୁ ଯାଇଥାଏ । ବେକରୁ ବାହାରିଥିବା  ସ୍ନାୟୁଗୁଡ଼କ ହାତକୁ ଓ ଅଣ୍ଟାରୁ ବାହାରିଥିବା ସ୍ନାୟୁଗୁଡ଼ିକ ଗୋଡ଼କୁ ଲମ୍ବା ଲମ୍ବା ସରୁ ସୁତା ଭଳି ଓ ତା ପରେ ଜାଲ ପରି ହୋଇ ଆଙ୍ଗୁଳି ପର୍ଯ୍ୟନ୍ତ ମାଡ଼ିଯାଇଥାଏ । ଯେଉଁଠିକି ମଶା କାମୁଡ଼ିଲେ, ପାଣି ପଡ଼ଇଲେ ବା ଆଘାତ ଲାଗିଲେ ସବୁର ଖବର ଏହି ସ୍ନାୟୁମାନଙ୍କ ଦ୍ଵାରା ସୁଷୁସ୍ନାକାଣ୍ଡ ହୋଇ ମସ୍ତିଷ୍କକୁ ଯାଇଥାଏ ।

ଅଣ୍ଟାବଥା ସାଧାରଣତଃ ଦୁଇପ୍ରକାର

ଅଣ୍ଟାବଥା ସାଧାରଣତଃ ଦୁଇପ୍ରକାର କାରଣରୁ ହୋଇଥାଏ । ମେରୁଦଣ୍ଡ ଦୁଇ ହାଡ଼ ମଝିରେ ରହି ସ୍ପ୍ରିଙ୍ଗ ଭଳି କାମକରୁଥିବା ୱାସର ଭଳି ଜିନିଷଟିକୁ ଡିସ୍କ କୁହାଯାଏ । ଡିସ୍କର ଚାରିପାଖରେ ଫ୍ରାଇଭିର ଭଳି ଏକ ଶକ୍ତ। ଟିସ୍ୟୁ ମଝିରେ ଜେଲି ଭଳି ଜିନିଷଟିକୁ ଧରି ରଖିଥାଏ । ସାଧାରଣତଃ କମ୍ ବୟସର (୨୦ରୁ ୪୦ ବର୍ଷ ବୟସର  ଲୋକଟି ନଇଁକର ଭାରି ଜିନିଷଟିଏ ଟେକିଲା ବେଳେ ବା ଦୁର୍ଘଟଣାରେ ଜରକିଙ୍ଗଦ୍ଵାରା ଦ୍ଵାରା ଏହି ଭିତରର ଜେଲି ବାହାରର ଫାଇବରଟିକୁ ଫଟାଇ ବାହାରିଆସେ । ଏହାକୁ ସ୍ଳିପିଡିସ୍କ କୁହାଯାଏ । ଏଣୁ ଯେତେବେଳେ ଡିସ୍କର ଜେଲିଟି ବାହାରିଆସେ । ଏହା ସ୍ନାୟୁକୁ ହାତର ରନ୍ଧ୍ରରେ ଚିପିଦିଏ । ସେଥିପାଇଁ ବିନ୍ଧା ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଏ । କାଶିଲେ ବା ଛୁଙ୍କିଲେ ମଧ୍ୟ ଅଣ୍ଟାରେ ବିନ୍ଧା ହୁଏ ଓ ସେହି ବିନ୍ଧାଟି ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଏ ।

କାରଣ

ବୟସ ବଢ଼ିଲେ ମେରୁଦଣ୍ଡ ଦୁଇହାଡ଼ ଭିତରର ରନ୍ଧ୍ରର ବ୍ୟାସାର୍ଦ୍ଧ ଧୀରେ ଧୀରେ କମିଯାଏ ଓ ସୁଷୁସ୍ନାକାଣ୍ଡକୁ ଚାପିଦିଏ । ଏହାଦ୍ଵାରା ଅଣ୍ଟାରୁ ବାହାରୁଥିବା ସ୍ନାୟୁଗୁଡିକ ଚୁପ ହୋଇଯାଏ । ସେହି ସ୍ନାୟୁଗୁଡ଼ିକୁ ସିଆଟିକା ନର୍ଭ କୁହାଯାଏ। ସ୍ନାୟୁଗୁଡ଼ିକ ଚିପିଯିବାଦ୍ଵାରା। ବିନ୍ଧା ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟାପିଯାଏ ।

ଗୋଡ଼ ଝିମ୍ ଝିମ୍ ହୁଏ ଓ କାଲୁଆ ପଡ଼ିଯାଏ । ଚାଲିବାର ଦୂରତା ଆସ୍ତେ ଆସ୍ତେ କମିଯାଏ । ଏହାକୁ ସିଆଟିକା କହନ୍ତି।

ମେରୁଦଣ୍ଡ ହାଡ଼ ମଝିଦେଇ ଯାଇଥିବା ସୁଷୁମ୍ନାକାଣ୍ଡର ରାସ୍ତା ଚାରିପଟୁ ହାଡ଼ର ଓଭର ଗ୍ରୋଥ ଓ ଲିଗାମେଣ୍ଟ ହାଇପରଟ୍ରଫି ଯୋଗୁଁ ଛୋଟ ହୋଇଯାଏ ଓ ସୁଷୁସ୍ନାକାଣ୍ଡକୁ ଚିପିଦିଏ । ଏହାକୁ ମେଡିକାଲ ବିଜ୍ଞାନରେ କେନାଲ ଷ୍ଟୋନୋସିସ୍ କୁହାଯାଏ । ଏହା ଅଧକା°ଶ ସମୟରେ ଦୁଇରୁ ତନ ଲେବଲ ପର୍ଯ୍ୟନ୍ତ ବ୍ୟାପିଯାଇଥାଏ । ରୋଗୀ ଯଦି ବେଶିଦିନ ପର୍ଯ୍ୟନ୍ତ ଅପରେସନ କରି ଏହାର ସମାଧାନ ନ କରେ । ତେବେ ବିନ୍ଧା ଗୋଡ଼ରୁ ପାଦର ଆଙ୍ଗୁଳି ପର୍ଯ୍ୟନ୍ତ ବ୍ୟାପିଯାଏ । ବେଳେ ବେଳେ ଝାଡ଼ା ଓ ପରିସ୍ରାର ଦ୍ଵାର ମଧ୍ୟ କାଲୁଆପଡ଼ିଯାଏ । ଏହାକୁ  Cauda Eguina Syndrom କୁହାଯାଏ ।

ପେଟରେ ଦେଉଥିବା ଲାପ୍ରୋସ୍କିମି ଓ ଆଣ୍ଡୁରେ ବା କାନ୍ଧରେ ଦେଉଥିବା ଆର୍ଥୋସ୍କୋପିକ ଭଳି ଏକ ଛୋଟ ଚାରି ମିଲିଲିଟର ବ୍ୟାସାର୍ଦ୍ଧର ଟେଲିସ୍କୋପିକ୍ ଯନ୍ତ୍ର ଦ୍ଵାରା ଅଣ୍ଟା ଭିତରର ଚିକିତ୍ସା ପଦ୍ଧତିକୁ ଏଣ୍ଡୋସ୍ପାଇନ ସର୍ଜରୀ କୁହାଯାଏ ।

ଏହି ଏଣ୍ଡୋସ୍ପାଇନ ଯନ୍ତ୍ରଟି ଏକ୍ ସରୁନଳୀ ଭଳି । ଏଥିରେ ଚାରୋଟି ଛୋଟ ଛୋଟ ରନ୍ଧ୍ର ଥାଏ । ପ୍ରଥମ ରନ୍ଧ୍ରରେ ଚାରି ମିଲିମିଟର ବ୍ୟାସାର୍ଦ୍ଧର ଏକ ଟେଲିସ୍କୋପ ଖଞ୍ଜାଯାଏ । ଏହି ଟେଲିସ୍କୋପ ମେରୁଦଣ୍ଡ ଦୁଇହାଡ଼ ମଧ୍ୟରେ ପ୍ରବେଶ କରାଯାଏ ଏବଂ ଡିଷ୍କ, ସୁଷୁସ୍ନାକାଣ୍ଡ ଓ ସୁଷୁସ୍ନାକାଣ୍ଡରୁ ବାହାରୁଥିବା ସ୍ନାୟୁ ଓ ଚାରପାଖରେ ଥିବା ଲଗାମେଣ୍ଟ ଅତ ବଡ଼ ଆକାରରେ ମନିଟରକୁ  ସିଧା  ପ୍ରସାରଣ କରେ । ସେଥିପାଇଁ ମାଂସପେଶୀ ବା ହାଡ଼ ମଧ୍ୟରେ ଲୁଚିରହି ବାହାରିଆସିଥିବା ଡିସ୍କ ବା ଯେକୌଣସି ରୋଗକୁ ନିରୂପଣ କରାଯାଇ ଏହାର ସମାଧାନ କରାଯାଇପାରେ। ଦ୍ଵିତୀୟ ରନ୍ଧ୍ରରେ ଏକ ଚାରିମିଲିମିଟର ବ୍ୟାସାର୍ଦ୍ଧର ଏକ ସକିଙ୍ଗନଳୀ ପ୍ରବେଶ କରାଯାଏ ଓ ଏହା ସକିଙ୍ଗ ମେସିନକୁ ଖଞ୍ଜା ଯାଇଥାଏ । ଅପରେସନ ବେଳେ ଯାହାବି ଟିକେ ରକ୍ତ ବାହାରେ ତାହା ଏହି ସକିଙ୍ଗ ମେସିନ୍ ସାହାଯ୍ୟରେ ପରିଷ୍କାର କରିହୁଏ ଓ ଭିତରର ଚିତ୍ର ପୂରାପୂରି ପରିଷ୍କାର ଭାବରେ ଦେଖିହୁଏ । ତୃତୀୟ ରନ୍ଧ୍ରରେ ସ୍ନାୟୁକୁ ଅପରେସନ, ବେଳେ ଅଲଗା ଧରି ରଖିବା ପାଇଁ ଏକ ଯନ୍ତ୍ର ଖଞ୍ଜା ଯାଇଥାଏ । ଏହାକୁ ନର୍ଭ ରୁଟ୍ ରିଟ୍ରାକଟର ବୋଲ କୁହାଯାଏ । ଯାହାଦ୍ଵାରା ସ୍ନାୟୁକୁ ଅପରେସନ

ସରିବା ପର୍ଯ୍ୟନ୍ତ ଅଲଗା ଧରି ରଖେ । ଚତୁର୍ଥ ରନ୍ଧ୍ରଟି ଆଠ ମିଲିମିଟର ବ୍ୟାସାର୍ଦ୍ଧର । ଏହି ରନ୍ଧ୍ରରେ ଡିସ୍କ କାଢ଼ିବା ପାଇଁ ୩ ମିଲିମିଟର ବ୍ୟାସାର୍ଦ୍ଧର ଏକ ଯନ୍ତ୍ର ଅତି ସହଜରେ ପ୍ରବେଶ କରାଯାଇପାରେ। ଏହିସବୁ  ଯନ୍ତ୍ର ସାହାଯ୍ୟରେ ମେରୁଦଣ୍ଡ ଭିତରର ଯେକୌଣସି ରୋଗକୁ ଅତି ସହଜରେ ସମାଧାନ କରିହୁଏ । ଏହି ପଦ୍ଧତିରେ ସ୍ଟିଚର ଆବଶ୍ୟକତା ପଡ଼େନାହିଁ, ମାତ୍ର ୨୫ ମିନିଟ୍‌ରେ ଅପରେସନ ସରିଯାଏ । ୨ ଘଣ୍ଟା ପରେ ରୋଗୀ ନିଜେ ଉଠି ଚାଲିପାରେ ଓ ପାଇଖାନା ଇତ୍ୟାଦି ଯାଇପାରେ ଓ ତା ପରଦିନ ରୋଗୀ ଘରକୁ ଯାଇପାରେ। ରୋଗୀକୁ ବେଶୀଦିନ ଆରାମ କରିବାକୁ ପଡ଼ିନଥାଏ । ଏଥିରେ ୧ ସେଣ୍ଟିମିଟିର ବ୍ୟାସାର୍ଦ୍ଧର ଏକ ଛୋଟ କଣା କରିବାକୁ ପଡ଼େ। ୧୦ ମିଲିମିଟର ରକ୍ତ କ୍ଷୟ ହୋଇଥାଏ । ରୋଗୀକୁ ଗୋଟିଏ ଦିନ ମାତ୍ର ହସ୍ପିଟାଲରେ ରହିବାକୁ ପଡ଼େ। ତିନି ଦିନ ମଧ୍ୟରେ ଅଫିସକୁ ଯାଇପାରେ ଓ ସାତଦିନ ମଧ୍ୟରେ ଖେଳାଳିମାନେ ଖେଳିପାରନ୍ତି ଓ ଏହି ଅପରେସନ ସାଧାରଣ ଅପରେସନଠାରୁ କମ୍ ସମୟ ଓ କମ୍ ଖର୍ଚ୍ଚ ହୋଇଥାଏ । ଏଥିରେ କୌଣସି କ୍ଷତି ହୋଇନଥାଏ । କାରଣ କାଟିକରି ଅପରେସନରେ  ବେଳେବେଳେ ରକ୍ତ ଓ ମାଂସ ମଧ୍ୟରେ ଥିବା ସରୁ ସ୍ନାୟୁଟି କଟିଯାଏ । ଫଳରେ ରୋଗୀରି ପାଦ, ଝୁଲିପଡ଼େ। ଏହାକୁ ଫୁଟଡ୍ରପ କୁହାଯାଏ । ମାତ୍ର ଅତ୍ୟାଧୁନିକ ଏଣ୍ଡୋସ୍ପାଇନ ଯନ୍ତ୍ରରେ ଲଗାଯାଇଥିବା ନର୍ଭ ରୁଟ୍ ରିଟ୍ରାକଟର, ଯନ୍ତ୍ରଟି ସ୍ନାୟୁକୁ ପୂରା ଅପରେସନ ସରିବା ପର୍ଯ୍ୟନ୍ତ  ଅଲଗା କରି ଧରି ରଖୁଥିବା ଯୋଗୁଁ ପାରାଲିସିସି ଭଳ। ଦୁଶ୍ଚିନାକୁ ପୂରାପୂର ଏଡ଼ାଇ ଦିଆଯାଇପାରିଛି। ତାହାଛଡ଼ା ଏହି ଯନ୍ତ୍ରଟି ଆଗପଛ ଓ ସବୁ ଦିଗକୁ ବୁଲାଯାଇ ପାରୁଥିବା ଯୋଗୁଁ ସବୁ । ପ୍ରକାର ଡିପ୍ଟ ରୋଗ-ସ୍ପେଶାଲ ଡିସ୍କ, ପାରାସେଣ୍ଟାଲ ଡିସ୍କ, ଲାଟେରାଲ ଡିସ୍କ, ଫାରଲାଟେରାଲ ଡିସ୍କ ଇତ୍ୟାଦି ରୋଗକୁ ଅତି ସହଜରେ ସମାଧାନା କରିହୁଏ ଓ ଆହୁରି ମଧ୍ୟ ଗୋଟିଏ କଣା ସାହାଯ୍ୟରେ ପଶି ଦୁଇଟି ଲେବଲର ବାମ ଓ ଡାହାଣ ପାଖର ସମସ୍ତପ୍ରକାର ଅସୁବିଧାକୁ ସମାଧାନ କରିହୁଏ । ଓଡ଼ିଶାର ସୁନାମଧନ୍ୟ ଅସ୍ଥିଶଲ୍ୟ ଓ ଆର୍ଥୋସ୍କୋପିକ ସର୍ଜନ ଡା, ପି. ସି. ଦେ ଇତିମଧ୍ୟରେ ଆମନ୍ତ୍ରଣ ପାଇ ସିଙ୍ଗାପୁର, ମାଲେସିଆ, ଫ୍ରାନ୍ସ୍, ଇଣ୍ଡୋନେସିଆ ଓ ଭାରତର ବିଭିନ୍ନ ସହରରୁ ବମ୍ବେ, ଦିଲ୍ଲୀ, ଚଣ୍ଡୀଗଡ଼, ବାଙ୍ଗାଲୋର, ଅହମ୍ମଦାବାଦ, କଲିକତା, କନ୍ୟାକୁମାରୀ ଇତ୍ୟାଦି ସ୍ଥାନରେ ଏହା ପଦ୍ଧତ ଶକ୍ଷାଦେବାରେ ସାହାଯ୍ୟ କରିଥିଲେ ଓ ଦେଶ ବିଦେଶର ବହୁ କର୍ମଶାଳାରେ ସର୍ଦଭ ପାଠ କରିଆସୁଛନ୍ତି । ଏହି ପଦ୍ଧତି ଆଜିକୁ ୧୦ବର୍ଷ ତଳେ ଡା. ପିସି ଦେ ଫ୍ରାନ୍ଵର ସୁନାମଧନ୍ୟ ଡାକ୍ତରୁ ଜିନ୍ ଡେଟଟାଣ୍ଡୁଙ୍କଠାରୁ ଶିକ୍ଷାଲାଭ କରି ପ୍ରାୟ ୧୨୦୦ ଜଣ ରୋଗୀଙ୍କୁ ଚିକିତ୍ସା କରି ଆରୋଗ୍ୟ ଲାଭ କରିପାରିଛନ୍ତି। ଯାହା ପୃଥିବୀରେ ଚତୁର୍ଥ ସ୍ଥାନ ଅର୍ଜନ କରିଛନ୍ତି। ଗତ ଅଗଷ୍ଟ ୨୬, ୨୭ ଓ ୨୮ ତାରିଖରେ ଡା, ପି.ସି.ଦେ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରିଥିଲେ । ଏଥିରେ ଏହି ଏଣ୍ଡୋସ୍ପାଇନ୍ ପଦ୍ଧତିରେ ଉଦ୍ଭାବକ ଡାଃଜିନ୍ ଡେସଟାଣ୍ଡୁ ଓ ଡାଃ ପି.ସି ଦେ, ୧୧ ଜଣ ରୋଗୀଙ୍କୁ ଅପରେସନ କରି ୭ଟି ଦେଶରୁ ଆସିଥିବା ପ୍ରାୟ ୧୬୦ ଜଣ ଅସ୍ଥିଶଲ୍ୟ ଓ ସ୍ନାୟୁ ଶଲ୍ୟ ବିଶେଷଜ୍ଞମାନଙ୍କୁ ଶିକ୍ଷା ଦେଇଥିଲେ । ଓଡ଼ିଶାର ମହାମହିମ ରାଜ୍ୟପାଳ S.C Jamir ଏହି କର୍ମଶାଳାକୁ Amri Hospitalରେ  ଉନ୍ମୋଚନ କରିଥିଲେ । ଡା, ପି.ସି ଦେ ଏହିପରି ଆନ୍ତର୍ଜାତିକ କର୍ମଶାଳା ଆୟୋଜନ କରି ଓଡ଼ିଶା, ଭାରତ ଓ ଭାରତ ବାହାରର ଡାକ୍ତରମାନଙ୍କୁ ଶିକ୍ଷା ଦେବାରେ ଅଗ୍ରଗଣୀ ଅଟନ୍ତି। ତାହାଛଡ଼ା ଆମ ଓଡ଼ିଶାର ରୋଗୀମାନଙ୍କୁ କମ୍ ଖର୍ଚ୍ଚରେ ଏହି ଏଣ୍ଡୋସ୍ପାଇନ୍ ପଦ୍ଧତି ଯୋଗାଇଦେବାରେ ବଦ୍ଧପରିକର ଅଟନ୍ତି।

ସଂଗୃହିତ: ଡାକ୍ତର ପି.ସି. ଦେ ମଡର୍ଣ୍ଣ ଅର୍ଥୋ କ୍ଲିନିକ୍ ନୟାପଲ୍ଲୀ, ଭୂବନେଶ୍ଵର-୧୨

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top