ହୋମ / ସ୍ଵାସ୍ଥ୍ୟ / ରୋଗ / ସ୍ଲିପ୍ ଡ ଡିସ୍ କ ଓ କଳା ମୋତିଆବିନ୍ଦୁ
ସେଆର କରନ୍ତୁ

ସ୍ଲିପ୍ ଡ ଡିସ୍ କ ଓ କଳା ମୋତିଆବିନ୍ଦୁ

ସ୍ଲିପ୍ ଡ ଡିସ୍ କ ଓ କଳା ମୋତିଆବିନ୍ଦୁ ର ସୂଚନା

ସ୍ଲିପ୍ ଡ  ଡିସ୍ କ

ଛୋଟ – ବଡ  ତେତିଶ  ଖଣ୍ଡ  ହାଡକୁ  ନେଇ ମେରୁଦଣ୍ଡ  ଗଠିତ  । ଦୁଇଟି  ହାଡ  ମଝିରେ ଥିବା  ନରମ  ପଦାର୍ଥ  ହେଉଛି  ଡିସ୍ କି   । ଏହାର  ବାହାର  ଅଂଶ   ସାମାନ୍ୟ  କଠିନ , ଭିତର  ଅଂଶ  ଜେଲି  ଭଳି   । କୌଣସି  କାରଣରୁ  ଭିତରର  ନରମ  ପଦାର୍ଥ  ବାହାରିଆସି  ସୁଷୁମ୍ନା  କାଣ୍ଡ  ଓ  ମେରୁଦଣ୍ଡ   ଭିତରେ  ଥିବା  ଖାଲୁଆ  ସ୍ଥାନ  ବା  କର୍ଡ  ଭିତରେ   ପଶିଯିବା  ହେଉଛି  ସ୍ଲିପ୍ ଡ ଡିସ୍ କ  । ବେଳେ  ବେଳେ  ଅତି  ଓଜନିଆ  ଜିନିଷ  ଉଠାଇବା  ବେଳେ  ପିଠିର   ଲିମୋ  (ସରୁ  ଗ୍ରନ୍ଥି) ଛିଣ୍ଡିଯାଏ   । ଫଳରେ   ପିଠି  ବିନ୍ଧା  ଆରମ୍ଭ  ହୁଏ   । ପୂର୍ବରୁ  ଆଘାତ   ଲାଗିଥିଲେ , ସ୍ଲିପ୍ ଡ ଡିସ୍ କ    ଆଶଙ୍କା   ଅଧିକ   । ଆଘାତ  ସ୍ଥାନରୁ  ଯନ୍ତ୍ରଣା   ପାଦ  ପର୍ଯ୍ୟନ୍ତ   ଚାଲିଗଲେ , ତାହା  ସ୍ଲିପ୍ ଡ ଡିସ୍ କ   ବୋଲି  ବୁଝିବାକୁ  ହେବ   । ଏହି  କଷ୍ଟକୁ  ସିଆଟିକା   କୁହାଯାଏ   । ଆଘାତ   ଲାଗିବାର  କିଛିମାସ  କିମ୍ବା  କିଛି  ବର୍ଷ   ମଧ୍ୟରେ  ଏହି  ସମସ୍ୟା  ଉପୁଜିପାରେ   । ପିଠିର  ମାଂସପେଶୀ  ଯଥେଷ୍ଟ   ଯଥେଷ୍ଟ   ପରିମାଣରେ  ସବଳ   ନହେବା  ପର୍ଯ୍ୟନ୍ତ  କେତୋଟି  ନିୟମ  ମାନନ୍ତୁ   । ସାମ୍ନାକୁ  ନଇଁ  କାମ  କରନ୍ତୁ  ନାହିଁ    । ଆଣ୍ଠୁ   ମାଡି ପିଠି  ସିଧା  ରଖି  ତଳୁ   ଜିନିଷ  ଉଠାନ୍ତୁ   । ବସିବା  ବେଳେ  ମେରୁଦଣ୍ଡ   ସିଧା  ରଖନ୍ତୁ   । ଫୋମ୍  ଗଦିରେ  ଶୁଅନ୍ତୁ ନାହିଁ    । କାଠ  ଖଟ  ଓ  ସାଧାରଣ   ଗଦି  ଭଲ   । ଉଚ୍ଚ  ସ୍ଥାନରେ  ଚୁଲି  ରଖି, ଚୌକିରେ   ବସି  କିମ୍ବା  ଛିଡାହୋଇ  ରୋଷେଇ  କରନ୍ତୁ  । ଶୋଇରହି  ବିଶ୍ରାମ  ନିଅନ୍ତୁ   । ଆରୋଗ୍ୟ  ପାଇଁ  ଅସ୍ଥିଶଲ୍ୟ  ବିଶେଷଜ୍ଞଙ୍କ  ପରାମର୍ଶ  କରନ୍ତୁ    । ଟ୍ରାକ୍ ସନ୍  ନେଲେ  ଯନ୍ତ୍ରଣାରୁ   ଉପଶମ  ମିଳେ  । କଷ୍ଟ   କମିବା  ପରେ , ବିଶ୍ରାମ  ସହ  ନିୟମିତ  ଯୋଗାଭ୍ୟାସ   ଦ୍ଵାରା  ଅଧିକ  ଉପକାର   ମିଳେ   । ଯନ୍ତ୍ରଣା  ସ୍ଥାନରେ  ଗରମ ସେକ , ବରଫ ବା  କୌଣସି  ମଲମ  ବ୍ୟବହାର   ପୂର୍ବରୁ   ଡାକ୍ତରଙ୍କ   ପରାମର୍ଶ  ନେବା  ଜରୁରୀ   । ତୁଟୁକା   ଚିକିତ୍ସା  କରିବା  ଅନୁଚିତ   । କର୍ମ  ଓ  ବୃତ୍ତି  ଅନୁସାରେ  ଦିନଚର୍ଯ୍ୟାର  ସମୟ   ନିର୍ଦ୍ଧାରଣ  କରନ୍ତୁ   । ଏହି  ରୋଗ  ପାଇଁ  ଚାଲିବା  ଓ  ସନ୍ତରଣ   ଏକ  ଭଲ  ଅଭ୍ୟାସ   । ଦୀର୍ଘ   ସମୟ  ଧରି  ଚୌକିରେ   ବସନ୍ତୁନାହିଁ , ମଝିରେ  ମଝିରେ  ବୁଲାବୁଲି  କରନ୍ତୁ   । ଶରୀରର   ସାମର୍ଥ୍ୟ  ଅନୁସାରେ  ଭାରୀ  ଜିନିଷ  ଟେକନ୍ତୁ   । ଖରାପ   ରାସ୍ତାରେ  ବେଶି  ସମୟ  ବାଇକ  ଚଳାନ୍ତୁନାହିଁ   । ଏହା  ଦ୍ଵାରା  ମେରୁଦଣ୍ଡ  ଓ  ମାଂସପେଶୀ  ଉପରେ  ପ୍ରଭାବ   ପଡେ  । ଯନ୍ତ୍ରଣା  ବଢେ  । ପ୍ରାଥମିକ  ଅବସ୍ଥାରେ  ରୋଗ  ଚିହ୍ନଟ  ଓ  ଉପଯୁକ୍ତ   ଚିକିତ୍ସା  ଦ୍ଵାରା  ଆରୋଗ୍ୟଲାଭ   ସମ୍ଭବ   ।

କଳା  ମୋତିଆବିନ୍ଦୁ

କଳା  ମୋତିଆବିନ୍ଦୁ  ବା  ଗ୍ଲୁକୋମା  ଏକ  ସ୍ନାୟୁଜନିତ  ଚକ୍ଷୁରୋଗ    । ଚକ୍ଷୁର   ଆଭ୍ୟନ୍ତରୀଣ  ଚାପ  ଓ  ସ୍ନାୟୁ  ଦୁର୍ବଳତାରୁ  ଏ ପରି  ହୁଏ  । ବର୍ଦ୍ଧିତ  ‘ ଆଇଓପି ’ ଏହି  ରୋଗର  ମୂଳ  କାରଣ   । ଉପଯୁକ୍ତ  ଚିକିତ୍ସା  ଦ୍ଵାରା  କଳା  ମୋତିଆବିନ୍ଦୁଜନିତ  ଦୃଷ୍ଟିଦୋଷକୁ  ରୋକିବା  ସମ୍ଭବ  । କଳା  ମୋତିଆବିନ୍ଦୁ  ଏକ  ବିପଜ୍ଜନକ  ରୋଗ    । ଉପଯୁକ୍ତ  ଚିକିତ୍ସା  ଅଭାବରେ  ଦୃଷ୍ଟିଶକ୍ତି  ସଂପୂର୍ଣ୍ଣ  ହରାଇବାର  ଆଶଙ୍କା   ରହିଛି   । ୨୦୧୦  ସର୍ବେକ୍ଷଣ   ଅନୁସାରେ , ଭାରତରେ  ଏକ  କୋଟି  କୋଡିଏ  ଲକ୍ଷ  ଲୋକ  ଗ୍ଲୁକୋମାରେ   ପୀଡିତ   । ଏମାନଙ୍କ  ବୟସ   ଚାଳିଶରୁ  ଅଧିକ   । ଗ୍ଲୁକୋମାର  ପ୍ରାଥମିକ  ଲକ୍ଷଣ  ଜଣାପଡେନାହିଁ   । ରୋଗ  ଜଣା ପଡିବା  ବେଳକୁ  ଷାଠିଏରୁ  ଅଶୀ  ପ୍ରତିଶତ  ସ୍ନାୟୁକୋଷ  ନଷ୍ଟ  ହୋଇଯାଇଥାଏ   । ଏଣୁ , କଳା  ମୋତିଆବିନ୍ଦୁ  ଦୃଷ୍ଟିଶକ୍ତିର   ନିରବ  ଘାତକ   । କଳା  ମୋତିଆବିନ୍ଦୁ  ସାଧାରଣତଃ   ଦୁଇ ପ୍ରକାର ;  ଦୁଇ  ପ୍ରକାର ; ଉନ୍ମୁକ୍ତ  କୋଣ  ଓ  ରୁଦ୍ଧ  କୋଣ   । ବୟସ  ବଢିଲେ  କଳା  ମୋତିଆବିନ୍ଦୁ  ଆଶଙ୍କା  ବଢେ   । ଉକ୍ତ  ରକ୍ତ ଚାପ  , ମଧୁମେହ  ରୋଗୀ  ହୋଇଥିଲେ   ଅଧିକ  ସାବଧାନତା  ଜରୁରୀ   । ଆଖିରେ  ଆଘାତ  ଲାଗିଥିଲେ   ମଧ୍ୟ  ମୋତିଆବିନ୍ଦୁ  ଆଶଙ୍କା  ଥାଏ   । ଉପଯୁକ୍ତ  ଚିକିତ୍ସା  ନକଲେ  ଧୀରେ  ଧୀରେ  ଦୃଷ୍ଟିବଳୟ  ସଙ୍କୁଚିତ  ହୁଏ  ଓ  ରୋଗୀର  ଦୃଷ୍ଟିଶକ୍ତି  ଚାଲିଯାଏ   । ରୁଦ୍ଧ  କୋଣବିଶିଷ୍ଟ  କଳା  ମୋତିଆବିନ୍ଦୁ   ରୋଗୀଙ୍କର  ଆଖି  ଯନ୍ତ୍ରଣା  ଅଧିକ   । ଆଲୋକ  ଚାରିପଟେ  ଇନ୍ଦ୍ରଧନୁର  ବଳୟ  ଥିବା  ଭଳି  ଲାଗେ   । ଏ ପରି  ହେଲେ  ଦୃଷ୍ଟିଶକ୍ତି   ଶୀଘ୍ର  ନଷ୍ଟ  ହୁଏ   । ତେଣୁ  ଚାଳିଶା  ଟପିବା   ପରେ  ଦୃଷ୍ଟିଶକ୍ତି , ଦୃଷ୍ଟିବଳୟ , ଅପ୍ ଟିକ୍  ପରୀକ୍ଷା  ଓ ଚକ୍ଷୁର  ଚାପ  ପରୀକ୍ଷା  କରାନ୍ତୁ   । ଔଷଧ  ସେବନ , ଆଖି ଡ୍ରପ , ଲେଜର  କିମ୍ବା  ଅସ୍ତ୍ରୋପଚାର  ଦ୍ଵାରା ଏହାର  ଚିକିତ୍ସା  କରାଯାଏ   । ଠିକ୍  ସମୟରେ   ରୋଗ  ନିରୂପଣ , ଡାକ୍ତରଙ୍କ  ପରାମର୍ଶ  ଓ ପ୍ରଭାବଶାଳୀ  ଚିକିତ୍ସା  ପଦ୍ଧତି   ଦ୍ଵାରା   ମୋତିଆବିନ୍ଦୁଜନିତ  ଅନ୍ଧତ୍ଵ  ଦୂରୀକରଣ   ସମ୍ଭବ   ।

ଆଧାର : ସ୍ୱାସ୍ଥ୍ୟ ବିଭାଗ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top