ହୋମ / ସ୍ଵାସ୍ଥ୍ୟ / ରୋଗ / ସ୍ଳିପ୍ ଡିସ୍କ ଓ ସାଇଟିକା ରୋଗର ଅତ୍ୟାଧୁନିକ ଚିକିତ୍ସା
ସେଆର କରନ୍ତୁ

ସ୍ଳିପ୍ ଡିସ୍କ ଓ ସାଇଟିକା ରୋଗର ଅତ୍ୟାଧୁନିକ ଚିକିତ୍ସା

ସ୍ଳିପ୍ ଡିସ୍କ ଓ ସାଇଟିକା ରୋଗର ଅତ୍ୟାଧୁନିକ ଚିକିତ୍ସା ସମ୍ବନ୍ଧରେ ତଥ୍ୟ

ଏଣ୍ଡୋସ୍ପାଇନ୍

ଅଣ୍ଟାବଥା ଓ ଅଣ୍ଟାବିନ୍ଧା ସାଧାରଣ ରୋଗ । ଏଥିରେ ଆକ୍ରାନ୍ତ ରୋଗୀଙ୍କୁ ସଂଖ୍ୟା ସମୁଦାୟ ଜନସଂଖ୍ୟାର ୭୦ ଭାଗ କହିଲେ ଚଲେ । ଅଣ୍ଟାବ୍ୟଥାର ଶିକାର ହୋଇଥିବା ରୋଗୀମାନେ ଦୈନନ୍ଦିନ କାର୍ଯ୍ୟ କରିବାରେ ଅସୁବିଧା ଭୋଗିଥାନ୍ତି । ବର୍ତ୍ତମାନ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ‘ ଏଣ୍ଡାସ୍ପାଇନ’ ଅପରେସନ ଦ୍ଵାରା ଏହି ରୋଗରୁ ସହଜରେ ମୁକ୍ତି ମିଳିପାରୁଛି ।

ଅଣ୍ଟାବ୍ୟଥା କାରଣ

ଅଣ୍ଟାବ୍ୟଥା ସାଧାରଣତଃ ଦୁଇଟି କାରଣରୁ ହୋଇଥାଏ । ପ୍ରଥମତଃ ମେରୁଦଣ୍ଡ ଦୁଇହାଡି ମଝିରେ ସକ୍ ଅବଜରଭର ଭଳି କାମ କରୁଥିବା ଡିସ୍କ କୌଣସି କାରଣରୁ ଖସି ଯାଇଥାଏ । ଏହାକୁ ସ୍ଳିପ୍ ଡିସ୍କ ବୋଲି କୁହାଯାଏ । ସାଧାରଣତଃ କମ୍ ବୟସର ଲୋକମାନେ ଆଗକୁ ନଇଁ ଭରିଜିନିଷ ଟେକିବା ବେଳେ ଏଭଳି ହୋଇଥାଏ । ଦ୍ଵିତୀଯତଃ ବୟସ ବଢିଲେ ମେରୁଦଣ୍ଡ କେନାଲର ବ୍ୟାସାର୍ଦ୍ଧ ଧୀରେ ଧୀରେ କମିଯାଏ ଓ ସୁଷମ୍ନାକାଣ୍ଡକୁ ଛାପିଦିଏ । ଏହା ଦ୍ଵାରା ସିଆଟିକ୍ ସ୍ନାୟୁ ଉପରେ ଚାପ ସୃଷ୍ଟି ହୋଇ ଏଭଳି ହୋଇଥାଏ ବେଳେ ବେଳେ ପରିସ୍ଥିତି ଏଭଳି ହୋଇଥାଏ, ବିନ୍ଧା ପ୍ରାୟ ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ବ୍ୟାପିଯିବା ସହ ଗୋଡ ଝିମ୍ ଝିମ୍ ହୋଇ କାଲୁଆ ପଡିଯାଏ । ଏଥିଯୋଗୁଁ ଝାଡା ଓ ପରିସ୍ରାରେ ନିୟନ୍ତ୍ରଣ ରହି ନଥାଏ । ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଏହି ଅତ୍ୟାଧୁନିକ ଚିକିତ୍ସା ପନ୍ଧତିକୁ ଆପଣାଇବାକୁ ପଡିଥାଏ ।

ଉପଚାର

ଅତ୍ୟାଧୁନିକ  ଯନ୍ତ୍ରପାତି ଦ୍ଵାରା ଏହି ରୋଗର ନିଦାନ କରାଯାଇଥାଏ । ଏମ୍ଆରାଆଇ ଦ୍ଵାରା ରୋଗନିରୂପଣ ସୂଚାରୁ ରୂପେ ହୋଇପାରୁଛି । ଏହା ପେଟରେ ହାଉଥିବା ଲାପ୍ରୋସ୍କୋପିକ ସର୍ଜରୀ ବା ଆଣ୍ଠୁ ଏବଂ କାନ୍ଧରେ ହେଉଥିବା ଅର୍ଥାସ୍କୋପିକ ସର୍ଜରୀ ଭଳି ଗୋଟିଏ କଣା ସାହାଯ୍ୟରେ କରାଯାଇଥାଏ । ଯେଉଁଥିରେ ଷ୍ଟିଚ୍ ର ଆବଶ୍ୟକତା ପଡି ନଥାଏ । ଫ୍ରାନ୍ସର ସ୍ଵନାମାଧନ୍ୟ ଡାକ୍ତର ଡେସଟାଣ୍ଡୁ ଟେଲିସ୍କୋପ୍ ଯନ୍ତ୍ର ଉଭାବନ କରି ୨୦ ବର୍ଷ ହେଲା ଏହି ଚିକିତ୍ସା କରିଆସୁଛନ୍ତି । ଏହି ଟେଲିସ୍କୋପ୍ ଯନ୍ତ୍ରଟି ଏକ ଛୋଟ ନଳୀ ଭଳି ଏଥିରେ ଚାରିଟି ଛୋଟ ରନ୍ଧ୍ର ଥାଏ । ପ୍ରଥମ ରନ୍ଧ୍ରରେ ଚାରି ମିମି ବ୍ୟାସାର୍ଦ୍ଧର ଏକ ଟେଲିସ୍କୋପ୍ ଖଞ୍ଜାଯାଏ ଓ କେବୁଲ ସାହାଯ୍ୟରେ ମନିଟରକୁ ଖଞ୍ଜାଦିଆଯାଏ । ପରେ ଏହି ଟେଲିସ୍କୋପ୍ ମେରୁଦଣ୍ଡ ଦୁଇ ହାଡ ମଧ୍ୟାରେ ପ୍ରବେଶ କରାଯାଏ । ଦ୍ଵିତୀୟ ରନ୍ଧ୍ରରେ ଚାରି ମିମି ବ୍ୟାସାର୍ଦ୍ଧର ସକିଂ ନଳୀ ପ୍ରବେଶ କରାଯାଏ । ଯାହାଦ୍ୱାରା ଅପରେସନ ବେଳେ ଯାହା ଟିକେ ବି ରକ୍ତ ବାହାରେ; ତାହା ସକିଂ ନଳୀ ସାହାଯ୍ୟରେ ପରିଷ୍କାର କରିହୁଏ । ତୃତୀୟ ରନ୍ଧ୍ରରେ ଏକ ଯନ୍ତ୍ର ଲଗାଯାଇଥାଏ, ଯାହାଦ୍ୱାରା ସ୍ନାୟୁକ ପୁରା ଅପରେସନ ସାରିବା ପର୍ଯ୍ୟନ୍ତ ଅଲଗା କରି ରଖିଥାଏ । ଚତୁର୍ଥ ରନ୍ଧ୍ରଟି ଆଠ ମିମି ବ୍ୟାସାର୍ଦ୍ଧର ଯନ୍ତ୍ର ଅତି ସହଜରେ ପ୍ରବେଶ କରାଯାଇ ସମସ୍ତ ପ୍ରକାର ଡିସ୍କ ରୋଗକୁ ଅତି ସହଜରେ ସମାଧାନ କରିହୁଏ ।

ଏହି ପଦ୍ଧତିରେ ଚିକିତ୍ସା ହେବ ଦ୍ଵାରା ରୋଗୀକୁ ଶତପ୍ରତିଶତ ସଫଳତା ମିଳିଥାଏ । ସମ୍ପ୍ରତ୍ତି ଏହି ଅପରେସନ ଦ୍ଵାରା ୫ ଶହରୁ ଉର୍ଦ୍ଧ୍ଵ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହି ଅପରେସନ ସାଧାରଣ ଅପରେସନ ଠାରୁ କମ୍ ସମୟ ମଧ୍ୟରେ ତଥା କମ୍ ଖର୍ଚ୍ଚରେ ହୋଇଥାଏ । ଏହାଛଡା ଏହି ଅପରେସନ ହୋଇଥିବା ରୋଗୀର ଅନ୍ୟ କୌଣସି କ୍ଷତ୍ର ହୋଇ ନଥାଏ । ଅନ୍ୟପକ୍ଷରେ ଅଣ୍ଟା ଅପରେସନ ଦ୍ଵାରା ପାରାଲିସିସ୍ ହୋଇଯିବାର ଯେଉଁ ଭୟ ଆଗରୁ ରହିଥିଲା, ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ଏହି ଭୟ ରହୁ ନାହିଁ । ଏଣୁ ଅଣ୍ଟାବ୍ୟଥା ରୋଗୀମାନେ ଅବିଳମ୍ଭେ ଏହି ପଦ୍ଧତିରେଚିକିତ୍ସା କରାଇ ଆରୋଗ୍ୟ ଲାଭ କରିବା ଉଚିତା ।

ଆଧାର

ଦୈନିକ ସମାଜ ; ୧୦ ଫେବୃଆରୀ ୨୦୧୬

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top