ହୋମ / ସ୍ଵାସ୍ଥ୍ୟ / ରୋଗ / ହୃତପିଣ୍ଡର ରକ୍ତ ସଞ୍ଚାଳନ
ସେଆର କରନ୍ତୁ

ହୃତପିଣ୍ଡର ରକ୍ତ ସଞ୍ଚାଳନ

ହୃତପିଣ୍ଡ ନିଜର ପ୍ରସାରଣ ସମୟରେ ସାରା ଶରୀରର ବିଭିନ୍ନ ଅଂଶକୁ ସଂଗୃହିତ ରକ୍ତ ପଠାଇଥାଏ । ଏହି ସମୟକୁ ସିଷ୍ଟୋଲ କୁହାଯାଏ ।

ଉପକ୍ରମ

ହୃତପିଣ୍ଡ  ନିଜର ସଂକୋଚନ ଓ ପ୍ରସାରଣ ମାଧ୍ୟମରେ ସାରା ଶରୀରରେ ରକ୍ତ ସଂଚାର କରିଥାଏ । ହୃତପିଣ୍ଡ  ନିଜର ପ୍ରସାରଣ ସମୟରେ ସାରା ଶରୀରର ବିଭିନ୍ନ ଅଂଶକୁ ସଂଗୃହିତ ରକ୍ତ ପଠାଇଥାଏ । ଏହି ସମୟକୁ ସିଷ୍ଟୋଲ କୁହାଯାଏ । ସିଷ୍ଟୋଲ ବା ସଂକୋଚନ ସମୟରେ ହୃତପିଣ୍ଡର ମାଂସପେଶୀଗୁଡିକ ତାନ ହୋଇଯାଏ । ଫଳରେ  ହୃତପିଣ୍ଡର ନିଜସ୍ଵ ରକ୍ତ ସଞ୍ଚାଳନ ସେହି ସମୟରେ ହୋଇପାରେ ନାହିଁ ।

ଘରେ ସମସ୍ତେ ଖାଇସାରିବା ପରେ ମା’ ଖାଇବା ଭଳି ହୃତପିଣ୍ଡ ସାରା ଶରୀରରେ ରକ୍ତ ସଂଚାର କରିସାରି ନିଜର ରକ୍ତ ସଞ୍ଚାଳନ କରିଥାଏ । ସାରା ଶରୀରରେ ଭେଣ୍ଟ୍ରିକୁଳାର ସିଷ୍ଟୋଲ ସମୟରେ ରକ୍ତ ସଞ୍ଚାଳନ ହୋଇଥାଏ । ଡାଏଷ୍ଟୋଲ ବା ହୃତପିଣ୍ଡର ସଂପ୍ରସାରଣ ସମୟରେ ହୃତପିଣ୍ଡର ମାଂନପେଶୀ ନରମ ହୋଇଥାଏ । ଫଳରେ ହୃତପିଣ୍ଡର ରକ୍ତ ସଞ୍ଚାଳନ ହୋଇଥାଏ ।

ହୃତପିଣ୍ଡର ଶୋଧିତ ରକ୍ତ ସଞ୍ଚାଳନ ପାଇଁ ୨ ଟି ଧମନୀ ଅଛି । ଏମାନେ ମହାଧମନୀର ମୂଳ ଅଂଶରୁ ବାହାରିଥାନ୍ତି । ସେମାନେ ହେଲେ :

୧ . ବାମ ହୃଦ୍ ଧମନୀ

୨ . ଦକ୍ଷିଣ ହୃଦ୍ ଧମନୀ

ବାମ ହୃଦ୍ ଧମନୀ ମହାଧମନୀରୁ ବାହାରିବାର ଅଳ୍ପ ଦୂରରେ ଦୁଇଭାଗ ହୋଇଥାଏ । ଯଥା :

୧ . ବାମ ହୃଦ୍ ଧମନୀର ନିମ୍ଣଗାମୀ ଶାଖା

୨ . ବାମ ହୃଦ୍ ଧମନୀର ପରିବୃତ୍ତକ ଶାଖା

ଏହି ଧମନୀଗୁଡ଼ିକ ହୃତପିଣ୍ଡର ବାହ୍ୟ ଆବରଣ ତଳେ ଥାଏ । ଏହି ଧମନୀଗୁଡ଼ିକର ବ୍ୟତିକ୍ରମକୁ ଅଞ୍ଜିଓଗ୍ରାଫି ଦ୍ଵାରା ଦେଖି ହୁଏ । କୌଣସି ସ୍ଥାନରେ ବାଧା ଥିଲେ, ଅଞ୍ଜିଓପ୍ଲାଷ୍ଟି ବା ଷ୍ଟେଣ୍ଟିଙ୍ଗ ଦ୍ଵାରା ମଧ୍ୟ ମରାମତି କରାଯାଏ । ହାର୍ଟ ସର୍ଜନ ମାନେ ମଧ୍ୟ ଏହି ଧମନୀଗୁଡିକର ମରାମତି କରିଥାନ୍ତି ।

ହୃତପିଣ୍ଡର ଏହି ମୁଖ୍ୟ ତଥା ବାହ୍ୟ ଧମନୀଗୁଡ଼ିକର ଅନେକ ଶାଖା ପ୍ରଶାଖାରେ ବିଭକ୍ତ ହୋଇ ଶେଷରେ କାରକରେ ପରିଣତ ହୋଇଥାନ୍ତି । ଏହି କାରକ ମାଧ୍ୟମରେ ହୃତପିଣ୍ଡର ମାଂସପେଶୀର ଶୁଦ୍ଧ ରକ୍ତ ଯୋଗାଣ ହୋଇଥାଏ ।            ହୃତପିଣ୍ଡର ଦୂଷିତ ରକ୍ତକୁ ହୃତପିଣ୍ଡ ନିଜର ଶିରା ସମୂହ ଦ୍ଵାରା ସଂଗୃହିତ କରିଥାଏ । ହୃତପିଣ୍ଡର ଉପରିଭାଗରେ ଗ୍ରେଟ କାର୍ଡିଆକ ଭେନ ଏବଂ ପଛ ଭାଗରେ ମିଡିଲ କାର୍ଡିଆକ ଭେନ ଓ ପୋଷ୍ଟେରିୟର କାର୍ଡିଆକ ଭେନ ଅବସ୍ଥିତ । ଏହି ସମସ୍ତ ଶିରାମା ନେ କୋରନରି ସାଇନସ୍କକୁ ଦୂଷିତ ରକ୍ତ ଫେରାଇ ଆଣିଥାନ୍ତି । ଏହି କୋରନରି ସାଇନସ୍କ,ଦକ୍ଷିଣ ଆକିନ୍ଦକୁ ଖେଳିଯାଏ । ଏହି ଦକ୍ଷିଣ ଅଳିନ୍ଦରେ ସାରା ଶରୀରର ଦୂଷିତ ରକ୍ତ ଏକାଠି ହୋଇଥାଆନ୍ତି ଏବଂ ଏହାକୁ ଦକ୍ଷିଣ ନିଳୟ ସଂଗ୍ରହ କରି ଫୁସଫୁସ ଶୁଦ୍ଧ ହେବା ପାଇଁ ପଠାଇଥାଏ ।

ହୃତପିଣ୍ଡର ରକ୍ତ ସଞ୍ଚାଳନରେ ବାଧା

ହୃତପିଣ୍ଡର ମୁଖ୍ୟ ଧମନୀ ଏବଂ ସେମାନଙ୍କର ମୁଖ୍ୟ ଶାଖାରେ ବାଧା ସୃଷ୍ଟି ହୋଇ ହୃତପିଣ୍ଡର ମାଂସପେଶୀର ରକ୍ତ ସଞ୍ଚାଳନ କମିଯାଏ । ରକ୍ତ ସଞ୍ଚାଳନ କମିଗଲେ, ହୃତପିଣ୍ଡର ମାଂସପେଶୀ ଯଥେଷ୍ଟ ରକ୍ତ, ଅମ୍ଳଜାନ, ଖାଦ୍ୟ  ଆଦି ପାଇପାରେ ନାହିଁ । ଫଳରେ ମାଂସପେଶୀ ରକ୍ତହିଁ ହୋଇଯାଏ । ଏହି ସମୟରେ ସାମୟିକ ଭାବେ ଛାତିରେ ଯନ୍ତ୍ରଣା ହୋଇଥାଏ, ଯାହାକୁ ବକ୍ଷସୁଳ ବୋଲି କୁହାଯାଏ । ଯଦି କୌଣସି ଧମନୀ ସଂପୂର୍ଣ୍ଣ ରୂପେ ବନ୍ଦ ହୁଏ, ହୃତପିଣ୍ଡର ମାଂସପେଶୀର ରକ୍ତ ସଞ୍ଚାଳନ ସଂପୂର୍ଣ୍ଣ ବନ୍ଦ ହୋଇଯାଏ । ତେବେ ମାଂସପେଶୀର ରକ୍ତ ସଞ୍ଚାଳନ ସଂପୂର୍ଣ୍ଣ ବନ୍ଦ ହୋଇଯାଏ । ତେବେ ମାଂସପେଶୀଗୁଡିକ ରକ୍ତଶୂନ୍ୟ ଅବସ୍ଥାରେ ପହଞ୍ଚିଥାନ୍ତି । ଏହି ସମୟରେ ଛାତିରେ ଯନ୍ତ୍ରଣା ହେବା ସହ  ହୃତପିଣ୍ଡର କାର୍ଯ୍ୟଦକ୍ଷତା କମିଯାଏ । ଏହାକୁ ହୃଦରୋଗ ଆକ୍ରମଣ ବା ହାର୍ଟ ଆଟାକ୍ କୁହାଯାଏ ।

କାରଣ

୧ . ମଧୁମେହ,

୨. ଉଚ୍ଚ ରକ୍ତଚାପ,

୩ . ପୃଥିଳତା

୪ . ଧୂମପାନ,

୫ ଅଧିକ ମାନସିକ ଚାପ,

୬ . କ୍ରୋଧଭାବ ଓ ଆଶାନ୍ତି,

୭ . ଶାରୀରିକ ନିଷ୍କ୍ରିୟତା ।

ଏହି ଉପରୋକ୍ତ କାରଣଗୁଡିକ ଯୋଗୁଁ ଧମନୀରେ କଠିନତା ସୃଷ୍ଟି ହୋଇ ଧାମନୀଗୁଡିକ ସାରୁ ହୋଇଯାଏ । ପରିଶେଷରେ ସଂପୂର୍ଣ୍ଣ ବନ୍ଦ ହୋଇଯାଏ । ଏହା ଜାଣିବା ପାଇଁ ଇସିଜି, ଟିଏମଟି, ଇକୋ, ଷ୍ଟ୍ରେସ୍ ଇକୋ, ଥାଲିୟମ ଷ୍ଟାଡି, ଆଞ୍ଜିୟଗ୍ରାଫି, ଅଲଟ୍ରା ଫାଷ୍ଟ ସିଟି ସ୍କାନ ଆଦି କରାଯାଏ ।

ଆଧାର

"www.sambadepaper.com"

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top