ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ସ୍ତନ୍ୟପାନ ଦୂର କରେ ରୋଗର ଭୟ
ସେଆର କରନ୍ତୁ

ସ୍ତନ୍ୟପାନ ଦୂର କରେ ରୋଗର ଭୟ

ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ।

ସ୍ତନ୍ୟପାନ ଦୂର କରେ ରୋଗର ଭୟ

ସମୟ ବଦଳୁଛି। ତା’ସହ ବଦଳୁଛି ମଣିଷର ଚିନ୍ତାଧାରା। ଯେମିତିକି ବର୍ତ୍ତମାନ ସମୟରେ ମହିଳାମାନେ ନିଜଫିଗରକୁ ନେଇ ବେଶ ସତର୍କ। ସେଥିପାଇଁ ତ ମହିଳାମାନେ ଗର୍ଭଧାରଣ କରିବା କିମ୍ବା ଶିଶୁକୁ ସ୍ତନ୍ୟପାନ କରାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ କ’ଣ ଜାଣନ୍ତି ମା’ କ୍ଷୀର ଶିଶୁର ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ସ୍ତନ୍ୟପାନ କରାଇବା ମା’ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ। ସ୍ତନ୍ୟପାନ କରାଇଲେ ମା’ମାନେ ଅନେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବେ। ସ୍ତନ୍ୟପାନ କରାଇଲେ ମାନେ କେଉଁ ପ୍ରକାର ରୋଗ ଠାରୁ ନିଜକୁ ଦୂରେଇ ରଖିପାରିବେ ।

କେଉଁ ପ୍ରକାର ରୋଗ ଠାରୁ ନିଜକୁ ଦୂରେଇ ରଖିପାରିବେ

ମାଟର୍ଣ୍ଣାଲ ଆଣ୍ଡ ଚାଇଲ୍ଡ ନ୍ୟୁଟ୍ରିସନର ଗବେଷଣା ଅନୁଯାୟୀ ସ୍ତନ୍ୟପାନ କରାଇବା ଦ୍ୱାରା ମହିଳାମାନେ ସ୍ତନକର୍କଟ, ପ୍ରୀ-ମେନୋପାଜାଲ ଓଭାରିଆନ କ୍ୟାନସର, ମଧୁମେହ, ହାଇପରଟେନସନ ଏବଂ ହୃଦରୋଗ ପରି ରୋଗରେ ପଡ଼ିବାର ଆଶଙ୍କା କମ୍ ହୋଇଯାଏ।

ଅଧିକ ଥର ସ୍ତନ୍ୟପାନ କରାଉଥିବା ମହିଳାଙ୍କ ହୃଦୟ ଦିନକୁ ଥରେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ହୃଦୟ ଅପେକ୍ଷା ସୁସ୍ଥ ରହିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ୱେଷ୍ଟର୍ଣ୍ଣ ସିଡ୍‌ନୀ ସ୍କୁଲ ଅଫ୍ ମେଡିସିନ୍‌ର ରିପୋର୍ଟ ଅନୁଯାୟୀ ଅଧିକ ଦିନ ଧରି ସ୍ତନ୍ୟପାନ କରାଉଥିବା ମହିଳାଙ୍କଠାରେ ୬୪ବର୍ଷ ବୟସ ପୂର୍ବରୁ ଉଚ୍ଚ ରକ୍ତଚାପର ଭୟ ନଥାଏ।

ମୁଖ୍ୟ ସୂଚନା

  • ପ୍ରଥମ ୬ ମାସ ପର୍ଯ୍ୟନ୍ତ ଶିଶୁମାନଙ୍କ କେବଳ ମା’ କ୍ଷୀର ପିଆଇବା ଉଚିତ୍ । ଏହାଦ୍ଵାରା ତାର ଖାଦ୍ୟ ଓ ପାନୀୟର ସମସ୍ତ ଆବଶ୍ୟକତା ପୂରଣ ହୋଇଥାଏ । ସାଧାରଣତଃ ଏହି ସମୟରେ ତାକୁ ଅନ୍ୟ କିଛି ଖୁଆଇ ପିଆଇବାର ଦରକାର ପଡିନଥାଏ ।
  • ଏଚ. ଆଇ. ଭି ସଂକ୍ରମିତ ମା’ର କ୍ଷୀର ମାଧ୍ୟମରେ ଶିଶୁକୁ ଏହି ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ଯେଉଁ ମହିଳାମାନେ ଏଚ.ଆଇ. ଭି ଦ୍ଵାରା ସଂକ୍ରମିତ ଅଥବା ଯେଉଁମାନେ ଏହି ରୋଗର ଶିକାର ହୋଇପାରନ୍ତି ବୋଲି ସନ୍ଦେହ ଥାଏ, ସେମାନେ ପରୀକ୍ଷା କରାଇବା ଏବଂ ପରାମର୍ଶ ନେବା ପାଇଁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଦେଖା କରିବା ଦରକାର ଏବଂ ଶିଶୁକୁ ସଂକ୍ରମଣ ହେବାର ଆଶଙ୍କାକୁ କିପରି ହ୍ରାସ କରାଯାଇପାରିବ ସେ ସଂପର୍କରେ ଜାଣିବା ଦରକାର ।
  • ନବଜାତ ଶିଶୁକୁ ଏହାର ମା’ଙ୍କ ନିକଟରେ ରଖାଯିବା ଦରକାର , ଜନ୍ମ ହେବାର ଅଧ ଘଣ୍ଟା ଭିତରେ ଶିଶୁକୁ ସ୍ତନ୍ୟପାନ କରାଇବା ଦରକାର ।
  • ଶିଶୁକୁ ବାରମ୍ବାର କ୍ଷୀର ପିଆଇଲେ ମା’ର କ୍ଷୀର ବୃଦ୍ଧି ପାଇଥାଏ । ପ୍ରାୟତଃ ସବୁ ମା’ ନିଜ ଶିଶୁକୁ ନିଜ କ୍ଷୀର ପିଆଇ ପାରିବେ ।
  • ମା’ର କ୍ଷୀର ପିଇବା ଦ୍ଵାରା ଛୋଟ ଶିଶୁକୁ ମାରାତ୍ମକ ରୋଗରୁ ବଞ୍ଚାଇବାରେ ସାହାଯ୍ୟ ମିଳିଥାଏ । ଏହାଦ୍ଵାରା ମା’ ଏବଂ ଶିଶୁ ମଧ୍ୟରେ ଏକ ବିଶେଷ ସମ୍ପର୍କ ମଧ୍ୟ ବଢିଥାଏ ।
  • ବୋତଲରେ କ୍ଷୀର ପିଆଇଲେ ରୋଗ ଏବଂ ମୃତ୍ୟୁର ବିପଦ ରହିଥାଏ । ଯଦି କୌଣସି ମାତା ନିଜ ଶିଶୁକୁ ସ୍ତନ୍ୟପାନ କରାଇ ନପାରନ୍ତି ତେବେ ମା’ର କ୍ଷୀରକୁ ଏକ ପରିଷ୍କାର ପାତ୍ରକୁ ନିଷ୍କାସନ କରି ଶିଶୁକୁ ପିଆଇବା ଦରକାର ବା ଅନ୍ୟ କ୍ଷୀର ପରିଷ୍କାର କପ୍ ରେ (ପାତ୍ରରେ) ପିଆଇବା ଦରକାର ।
  • ଛଅ ମାସ ବୟସର ହୋଇଗଲେ ଶିଶୁକୁ ମା’ର କ୍ଷୀର ସହ ବିଭିନ୍ନ ପ୍ରକାରର ଅନ୍ୟ ଖାଦ୍ୟ ମଧ୍ୟ ଦେବା ଦରକାର । କିନ୍ତୁ ଦୁଇ ବର୍ଷ ପର୍ଯ୍ୟନ୍ତ ଏବଂ ଏହାର ପରବର୍ତ୍ତୀ ସମୟରେ ମଧ୍ୟ ସ୍ତନ୍ୟପାନ କରାଯିବା ଦରକାର ।
  • ଘର ଠାରୁ ବାହାରେ କାମ କରୁଥିବା ମହିଳାମାନେ ମଧ୍ୟ ଶିଶୁମାନଙ୍କୁ ସ୍ତନ୍ୟପାନକରାଇବା ଜାରି ରଖିପାରନ୍ତି । ସେମାନେ ଯେତେବେଳେ ଶିଶୁଙ୍କ ସହ ଥାଆନ୍ତି ସେତେବେଳେ ଯେତେଥର ପାରିବେ ଶିଶୁକୁ ନିଜ କ୍ଷୀର ପିଆଇବା ଦରକାର । ଏହି ପ୍ରକାରରେ ଶିଶୁକୁ ସ୍ତନ୍ୟପାନର ଲାଭ ମିଳି ପାରିଥାଏ ।
  • କେବଳ ସ୍ତନ୍ୟପାନ କରାଇବା ଦ୍ଵାରା ମହିଲାନଙ୍କୁ ପ୍ରସବର ପରବର୍ତ୍ତୀ ଛଅମାସ ପର୍ଯ୍ୟନ୍ତ ପୁନଃ ଗର୍ଭବତୀ ହେବାରୁ ସୁରକ୍ଷା ମିଳି ପାରିଥାଏ । କିନ୍ତୁ ଏହା ସେତେବେଳେ ହୋଇପାରିବ, ଯଦି ମହିଳାଙ୍କର ମାସିକ ଋତୁଚକ୍ର ପୁଣି ହୋଇ ନଥିବା । ଶିଶୁ ଦିନ ଏବଂ ରାତିରେ ବାରମ୍ବାର ସ୍ତନ୍ୟପାନ କରୁଥିବା ଏବଂ ତାକୁ ଅନ୍ୟାନ୍ୟ ଖାଦ୍ୟା ପାନୀୟ ଅଥବା ଚୋଷକ ଇତ୍ୟାଦି ଦିଆଯାଉନଥିବ ।

ସମସ୍ତେ ଜାଣିବା ଦରକାର, ସମ୍ପୂର୍ଣ୍ଣ ଆହାର କେବେ ଏବଂ କେତେଥର ଦିଆଯିବା ଦରକାର -

  1. ୬-୧୨ ମାସ ପର୍ଯ୍ୟନ୍ତ : ବାରମ୍ବାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ତିନିରୁ ପାଞ୍ଚଥର ଅନ୍ୟ ଜିନିଷ ଖୁଆନ୍ତୁ ।
  2. ୧୨-୧୪ ମାସ ପର୍ଯ୍ୟନ୍ତ : ବାରମ୍ଭାର ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚଥର ଘର ତିଆରି ଖାଦ୍ୟ ଖୁଆନ୍ତୁ ।
  3. ୨୪ ମାସ ପରେ : ଯଦି ମା’ ଏବଂ ଶିଶୁ ଚାହାନ୍ତି ତେବେ ସ୍ତନ୍ୟପାନ କରାନ୍ତୁ ଏବଂ ଦିନରେ ପାଞ୍ଚ ଥର ପ୍ରସ୍ତୁତ ହୋଇଥିବା ସାମାନ୍ୟ ( ହାଲୁକା) ଖାଦ୍ୟ ଖୁଆନ୍ତୁ ।

ଆଧାର - ନ୍ୟାସନାଲ ହେଲଥ ରୁରାଲ ମିଶନ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top