ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ମା' ଠାରୁ ସଂକ୍ରମଣ ର ଆଶଙ୍କା
ସେଆର କରନ୍ତୁ

ମା' ଠାରୁ ସଂକ୍ରମଣ ର ଆଶଙ୍କା

ମା’ ଓ ଝିଅର ଅଜାଣତରେ କେତେଗୁଡିଏ ବଂଶାନୁକ୍ରମିକ ରୋଗର ସଂକ୍ରମଣ ।

ମା' ଠାରୁ ଝିଅକୁ ସଂକ୍ରମଣ

ଉତ୍ତରାଧିକାରିଣୀ ଭାବେ ମା'ଠାରୁ ଅନେକ କିଛି ଗ୍ରହଣ କରିଥାଏ ଝିଅଟିଏ । ହେଲେ କେତେକଙ୍କକ୍ଷେତ୍ରରେ ମା' ଠାରୁ କିଛି ରୋଗ ମଧ୍ୟ ଝିଅ ଶରୀରକୁ ଆସିଥାଏ । ଯାହାକୁ ପ୍ରାଥମିକ ସ୍ତରରୁ ଚିକିତ୍ସା କରାଇନେଲେ ସେ ନିଜେ ସୁସ୍ଥ ରହିବା ସହ ପରବର୍ତ୍ତୀ ପିଢ଼ିକୁ ସୁରକ୍ଷିତ ରଖିପାରିବ ।

ଉତ୍ତରାଧିକାରୀ ସୂତ୍ରରେ ମା' ଠାରୁ ତା’ର ଚେହେରା, ଗୁଣ, ପରିପାଟୀ ଠାରୁ ଆରମ୍ଭ କରି ସଞ୍ଚିତ  ଧନ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଥାଏ ଝିଅଟିଏ । କିନ୍ତୁ ବେଳେ ବେଳେ ମା’ ଓ ଝିଅର ଅଜାଣତରେ କେତେଗୁଡିଏ ବଂଶାନୁକ୍ରମିକ ରୋଗ ମଧ୍ୟ ଇତି ମଧ୍ୟରେ ଝିଅଟିକୁ ହସ୍ତାନ୍ତର ହୋଇ ସାରିଥାଏ, ଯାହା ଭବିଷ୍ୟତରେ ଝିଅ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏଥିଯାଇଁ ମୂଳରୁ ସତର୍କତାମୂଳକ ପଦକ୍ଷେପ ନେଲେ ଝିଅଟି ଭବିଷ୍ୟତରେ ସେ ସବୁ ରୋଗରୁ ରକ୍ଷା ପାଇପାରିବ ।

ସ୍ତନ କର୍କଟ

ଏହା ବଂଶାନୁକ୍ରମିକ ଭାବରେ ମଧ୍ୟ ହୋଇଥାଏ । ଯେଉଁ ମହିଳାମାନଙ୍କର ସ୍ତନକର୍କଟ ରୋଗ ହୋଇଥାଏ, ତା' ବଂଶାନୁକ୍ରମିକ ଇତିହାସରୁ ତାଙ୍କ ମା’ଙ୍କର ସ୍ତନକର୍କଟ ରୋଗ ହୋଇଛି କି ନାହିଁ ବୁଝିବାକୁ ହୋଇଥାଏ । ସ୍ତନକର୍କଟ ଭୋଗୁଥିବା ମା’ଙ୍କ ଝିଅମାନେ ୨୦-୨୫ବର୍ଷ ବୟସ ହେବା ପରଠାରୁ ପ୍ରତିମାସରେ ଅନ୍ତତଃ ଥରେ ନିଜେ ନିଜର ସ୍ତନ ପରୀକ୍ଷା କରିବେ । ଏଥିପାଇଁ ବାଁ ହାତରେ ଡାହାଣ ସ୍ତନ ଓ ଡାହାଣ ହାତରେ ବାମ ସ୍ତନ ନେଇ ପରୀକ୍ଷା କରିବେ (ବ୍ରେଷ୍ଟସେଲ୍ ପାଲପେସନ୍) କିମ୍ବା ଗାଧୋଇଲା ବେଳେ ବା ଦର୍ପଣ ଆଗରେ ମଧ୍ୟ ପରୀକ୍ଷା କରିବେ । ଯଦି ସ୍ତନ ଟାଣ, ଆବୁ ବା ଅର୍ବୁଦ ଦେଖାଗଲା କିମ୍ବା ନିପଲ୍ ଭିତରକୁ ପଶିଗଲା (ରିଟ୍ରା କ୍ଟ୍ରେଡ୍ ନିପଲ୍), କିମ୍ବା ସ୍ତନରେ ପିଉଡି ଅରେଞ୍ଜ ଭଳି ଅସ୍ଵାଭାବିକତା ଦେଖାଗଲା। ବା କାଖଗୁଲି ବଢିଗଲା, ସେ କ୍ଷେତ୍ରରେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।

ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ମିମୋଗ୍ରାମ୍ ଏବଂ ଫାଇନ୍ ନିଡିଲ୍ ଆସପିରେଶନ୍ ସାଇଟୋଲୋଜି କରି ଉପଯୁକ୍ତ ଚିକିତ୍ସା କରିବା ଉଚିତ । ତେଣୁ ଯେଉଁ ଝିଅମାନଙ୍କର ସ୍ତନକର୍କଟ ରୋଗ ହୋଇଥାଏ, ସେମାନେ ମୂଳରୁ ଉପଯୁକ୍ତ ପଦକ୍ଷେପ ନେଲେ ଏହି ଦୁରାରୋଗ୍ୟରୁ ରକ୍ଷା ପାଇପାରିବେ ।

ଜରାୟୁଗ୍ରୀବା କର୍କଟ

ଜରାୟୁଗ୍ରୀବା କର୍କଟ ରୋଗ ଭୋଗୁଥିବା ମା' କିମ୍ବା ଏହି ରୋଗରେ ମୃତ୍ୟୁବରଣ କରିଥବା ମା’ଙ୍କର ଝିଅମାନେ ବିଶେଷ ଭାବରେ ସତର୍କତା ଅବଲମ୍ବନ କରିବା ଜରୁରୀ । ସେମାନେ ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ୧୨ରୁ ୧୮ ବର୍ଷ ଭିତରେ ଏଚ୍.ପି.ଭି. ଭେକ୍ସିନ୍ ବା ତିନୋଟି ଟିକା ନେବେ। ଏହାଛଡ଼ା ୩୦ ବର୍ଷରୁ ଉର୍ଦ୍ଧ ବୟସ ହୋଇଗଲେ ଜରାୟୁ ଗ୍ରୀବାରସ ପରୀକ୍ଷା ବା ପାପସ୍ମିଅର ଚେଷ୍ଟ କରାଇନେବା ଦରକାର । ଯଦି କିଛି ଲକ୍ଷଣ ଯଥା, ସାଦା ସ୍ରାବ ବା ଦୁର୍ଗନ୍ଧଯୁକ୍ତ ସ୍ରାବ ଦେଖାଗଲା, ତେବେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପାଖରେ ପରାମର୍ଶ ନେଇ ପାପସ୍ମିଅର ଟେଷ୍ଟ କରାଇ ନେବା ନିହାତି ଆବଶ୍ୟକ । ଏତଦ୍‌ବ୍ୟତୀତ ଡିମ୍ବକୋଷର କର୍କଟ ରୋଗ ମଧ୍ୟ ଅନେକ କ୍ଷେତ୍ରରେ ବଂଶାନୁକ୍ରମିକ ଭାବରେ ଦେଖାଦେଇଥାଏ । ତେଣୁ କୌଣସି ସନ୍ଦେହ ହେଲେ ଯଥା ଅନିୟମିତ ରକ୍ତସ୍ରାବ, ପେଟରେ ଅର୍ବୁଦ ଆଦି ଦେଖାଦେଲେ ସଙ୍ଗେ ସଙ୍ଗେ ପେଟର ଅଲଟ୍ରାସାଉଣ୍ଟ ଓ କିଛି ଟ୍ୟୁମର ମାର୍କର ଟେଷ୍ଟ କରାଇବା ଜରୁରୀ । ଏହାଛଡ଼ା ଅନ୍ୟ ସ୍ଥାନର କିଛି କର୍କଟ ରୋଗ ମଧ୍ୟ ବଂଶାନୁକ୍ରମିକ ଭାବେ ଦେଖାଦିଏ ।

ମଧୁମେହ

ଏହା ପ୍ରାୟ ବଂଶାନୁକ୍ରମିକ ଭାବେ ଦେଖାଦିଏ । ମା' ଠାରେ ଏହି ରୋଗ ଥଲେ ଝିଅ ପାଖେ ଅଳ୍ପ ବୟସରୁ ଟାଇପ୍ ୧ ଡାଇବେଟିସ୍ ଓ ବେଶି ବୟସରେ ଟାଇପ୍ ୨ ଡାଇବେଟିସ୍ ଦେଖାଦେବାର ଆଶଙ୍କା ଥାଏ । ମଧୁମେହ ରୋଗର ବଂଶଗତ ଇତିହାସ ଥିବା ଝିଅମାନେ ଗର୍ଭଧାରଣ କଲେ ଗୋଟିଏ ଗ୍ଳୁକୋଜ୍ ଚାଲେଞ୍ଜ ଟେଷ୍ଟ କରାଇନେବା ଆବଶ୍ୟକ । ଯଦି ଏହା ୧୪୦ ମିଗ୍ରାରୁ ଅଧିକଥାଏ, ତେବେ ଫାଷ୍ଟି ଓ ପୋଷ୍ଟ ପ୍ରାଣ୍ଡିଆଲ୍ ଟେଷ୍ଟ କରି ମଧୁମେହ ରୋଗ ହୋଇଛି କି ନାହିଁ ଜଣାପଡିଥାଏ । ଗର୍ଭବସ୍ଥାରେ ମଧୁମେହ ରୋଗ ହୋଇଥିଲେ ତାଙ୍କୁ ଜେଷ୍ଟେଶନାଲ ଡାଇବେଟିସ୍ ବୋଲି କୁହାଯାଇଥାଏ । ସେଥିଯାଇଁ ପ୍ରସୂତି ଓ ମଧୁମେହ ରୋଗ ବିଶେଷଜ୍ଞଙ୍କର ମିଳିତ ସହଯୋଗରେ ଚିକିତ୍ସା କରାଯାଏ । କିନ୍ତୁ ପ୍ରତିଷେଧକ ଭାବେ ଗର୍ଭସ୍ଥ ଶିଶୁର ବିକଳାଙ୍ଗୀତର ସ୍ଥାନି (ଚିଫା) ସହ ଅନ୍ୟ କିଛି ଅସୁବିଧା ହୋଇଛି କି ନାହିଁ ଦେଖାଯାଏ । ମା’ କୁ ଇନସୁଲିନ୍ ଇଞ୍ଜକଶନ୍ ଦିଆଯାଏ । ଏଥିରେ ଗର୍ଭରେ ଶିଶୁ ମୃତ୍ୟୁ ଭଳି ଜଟିଳତା ଦେଖାଦିଏ । ତେଣୁ ଗର୍ଭବସ୍ଥାରେ ମଧୁମେହ ରୋଗ ହେଲେ ଇନସୁଲିନ୍ ଇଗ୍ୟୁଞ୍ଜକ୍‌ଶନ୍ ନେବା ସହ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କଲେ ମା’ ଓ ଶିଶୁପାଇଁ ଜଟିଳତା କମିଯାଏ ଏବଂ ବ୍ଲଡ଼ସୁଗାର ନିୟନ୍ତ୍ରଣରେ ରହିଲେ ଶିଶୁ ବିକଳାଙ୍ଗତା ମଧ୍ୟ କମିଯାଏ । ତେଣୁ ମା’ଙ୍କୁ ମଧୁମେହ ରୋଗ ହେଲେ ଝିଅମାନେ ନିୟନ୍ତ୍ରଣରେ ରହି ନିଜର ଚେକ୍‌ଅପ୍ କରାଇନେବା ଦରକାର ।

ଡିସଲିପିଡିମିଆ ବା ରକ୍ତରେ କୋଲେଷ୍ଟରଲର ଆଧିଜ୍ୟ ଏବଂ ଉଚ୍ଚ ରକ୍ତଚାପ: ଏହା ଏମିତି ଏକ ରୋଗ ଯାହା ବଂଶଗତ ହୋଇଥାଏ ଏବଂ ମା'ଙ୍କଠାରୁ ଯାଇ ଝିଅମାନଙ୍କ ଠାରେ ଦେଖା ଦେଇଥାଏ । ରକ୍ତରେ ଚର୍ବି ଅଂଶ ବା କୋଲେଷ୍ଟରଲ୍ ଅଧିକା ହେଲେ ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ଜଟିଳତା ଓ ହୃଦ୍‌ରୋଗ ମଧ୍ୟ ହୋଇଥାଏ । ସେଥପାଇଁ ଅତି ଅଳ୍ପ ବୟସରୁ ରକ୍ତରେ କୋଲେଷ୍ଟରଲ୍ ମାପି, ସେଥଯାଇଁ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରିବା ଜରୁରୀ।

କମ୍ ତେଲ ଓ ଘିଅଯୁକ୍ତ ଖାଦ୍ୟ ଖାଇବା ସହ ଫାଷ୍ଟ ଫୁଡ଼୍ ଓ ଛଣାଛଣି ଖାଦ୍ୟ, ରେଡ ମିଟ୍, ଅଣ୍ଡା ଆଦି ଖାଦ୍ୟ ନ ଖାଇବା ଭଲ । ଉପରୋକ୍ତା ରୋଗ ସହ ଥାଇରଏଡଜନିତ ବା ଗଳଗଣ୍ଡ ରୋଗ ଏବଂ ଆହୁରି ଅନେକ ଅଟେ। କମ୍ୟୁନ୍ ରୋଗ ହାସି ମୋଟୋଉ ଡିଜିଜ୍, ଏଣ୍ଡୋମେଟ୍ରି ଓ ସିସ୍ (ଅସ୍ଥାନିକ ଗର୍ଭଝିଲ୍ଲୀ) ଯାହା ବନ୍ଧ୍ୟାଦୋଷ କରିଥାଏ ଏବଂ ମେଦବହୁଳତା (ଯାହା ଓବେସିଟି ଜିନ୍‌ରୁ ଆସିଥାଏ) ମଧ୍ୟ ବଂଶଗତ ହୋଇଥାଏ । ବେଳେବେଳେ ଚକ୍ଷୁ ଦୋଷ (ମାୟୋପିଆ) ମଧ୍ୟ ବଂଶଗତ ହୋଇଥାଏ । ମୋଟ ଉପରେ ସବୁ ମହିଳା ବଂଶଗତ ରୋଗ ଉପରେ ସଚେତନ ହୋଇ ଜୀବନ ଶୈଳୀରେ ପରିବର୍ତ୍ତନ, ସୁଷମ ଖାଦ୍ୟ, ବ୍ୟାୟାମ କରିବା ସହ ନିୟମିତ ଭାବରେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ତଥା ଅନ୍ୟ ଡାକ୍ତରଙ୍କ ପରାମର୍ଶରେ ପ୍ରତିଷେଧକ ବ୍ୟବସ୍ଥା ମାନ ଗ୍ରହଣ କରିବା ଦରକାର । ଯାହାଦ୍ଵାରା ମା'ମାନେ ନିଜେ ସୁସ୍ଥ ରହିବା ସହ ପରବର୍ତ୍ତୀ ପିଢିକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।

ସଂଗୃହିତ - ଡ. ସରୋଜିନୀ ଷଡଙ୍ଗୀ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top