অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରକ୍ତହୀନତା ଓ ମହିଳା

ରକ୍ତହୀନତା

ସାଧାରଣତଃ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ମହିଳାମାନେ ଅଧିକ ସଂଖ୍ୟାରେ ରକ୍ତହୀନତାର ଶିକାରହୋଇଥାନ୍ତି । ରକ୍ତହୀନତା କ’ଣ ଏବଂ ଏହି ରୋଗର ଉପଚାର ସମ୍ପର୍କରେ ସୂଚନା । ଇଂରାଜୀରେ ଗୋଟେ ପ୍ରବାଦ ଅଛି ପ୍ରିଭେନଶନ୍ ଇଜ୍ ବେତାର ଦ୍ୟାନ କିଓର । ତା’ର ଭାବାର୍ଥ  ହେଲା ଚିକିତ୍ସା ଦ୍ଵାରକ ରୋଗ ମୁକ୍ତ ହେବା ଅପେକ୍ଷା ରୋଗ ନିବାରଣ କରିବା ଭଲ । ‘ ଶିକ୍ଷିତା ନାରୀ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ବିଭିନ୍ନ ସ୍ୱାସ୍ଥ୍ୟଧର୍ମୀ ପତ୍ରିକା ଗଢି ତଦନୁସାରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ବେସ୍ ଜାଣିପାରୁଛି । ଗ୍ରାମାଞ୍ଚଳରେ ଅଶିକ୍ଷିତ ନିରକ୍ଷର ମହିଳାମାନେ ଅଜ୍ଞାନତାର ବଶବର୍ତ୍ତୀ ହୋଇ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉନାହାନ୍ତି । ପୁଷ୍ଟିକର ଖାଦ୍ୟର ଅଭାବରେ ଅନେକ ଗ୍ରାମ୍ୟ ମହିଳା ରକ୍ତହୀନତାର ଶିକାର ହୋଇ ଅକାଳରେ ଟଳି ପଡିଛନ୍ତି । ଓଡିଶାରେ ରକ୍ତହୀନତାର ମୃତ୍ୟୁହାର ସବାଧିକ । ଏହା ଏକ ଉଦ୍ ବେଗର ବିଷୟ ଭାବେ ଦେଖାଦେଇଛି ।

ଲକ୍ଷଣ

ଶରୀରରେ ରକ୍ତର ପରିମାଣ କମ୍ ହେଲେ ନିମ୍ନଲିଖିତ ଲକ୍ଷଣମାନ ପ୍ରକାଶ ପାଏ -

  • ରକ୍ତହୀନତାରେ ବ୍ୟକ୍ତି ଅଧିକ ଦୁର୍ବଳ ଅନୁଭବ କରେ । ଟିକିଏ ପରିସ୍ରା କଲେ ତାକୁ ଥକ୍କା  ଲାଗେ ।
  • ଆଳସ୍ୟ ଏବଂ ନିରୁତ୍ସାହ ସର୍ବଦା ଲାଗିରହେ । କୌଣସି କାମକୁ ମନ ଲଗେନି ।
  • ରୋଗୀ ସବୁବେଳେ ବିଛଣାରେ ପଡିରହିବାକୁ ପସନ୍ଦ କରେ । ଭୋକ ଲାଗେନାହିଁ କିମ୍ବା କମ୍ ଭୋକ ହୁଏ । ଖାଦ୍ୟ ଲଳଭାବେ ଜୀର୍ଣ୍ଣ ହୁଏନାହିଁ ।
  • ପେଟ ସବୁବେଳେ ଭାରି ଭାରି ଲାଗେ । କୋଷ୍ଠକାଠିନ୍ୟ ଲାଗି ରହେ ।
  • ରକ୍ତହୀନତା ହେତୁ ବ୍ୟକ୍ତିକୁ ଚିଡିଚିଡା ଲାଗେ । ତା’ର ସ୍ମରଣ ଶକ୍ତି ମଧ୍ୟା କମିଯାଏ ।
  • ଶରୀର ହଳଦିଆ ଦେଖାଯାଏ, ମୁଣ୍ଡ ବୁଲାଏ, ଆଖି ଆଗରେ ଝାପସା ଝାପସା ଦେଖାଯାଏ ।
  • ରକ୍ତଚାପକମ୍ ହୋଇଯିବାର ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ ।
  • ରୋଗ ବୃଦ୍ଧି ପାଇବା ଅବସ୍ଥାରେ ଓଠ, ଜିଭ, ନଖ ଆଦି ଧଳାଦେଖାଯାଏ ।
  • ଶରୀରରେ ତଥା ଗୋଡ ହାତରେ ଯନ୍ତ୍ରଣା ଲାଗିରହେ ।
  • ଏହାଦ୍ଵାରା ମାସିକ ସ୍ରାବ ମଧ୍ୟ କମିଯାଏ । ଏମିତି ପରିସ୍ଥିତିରେ ଗର୍ଭଧାରଣ କଲେ ଶିଶୁ ଦୁର୍ବଳ ହୋଇପଡେ।

ଶରୀରରେ ରକ୍ତ କମିଯିବାର  କାରଣ

ରକ୍ତସ୍ରାବ

ଖଣ୍ଡିଆ ହେଲେ, କଟିଗଲେ ଅପରେସନ୍ କିମ୍ବା ଅନ୍ୟ କୌଣସି କାରଣରୁ ଶରୀରରୁ ଅଧିକ ରକ୍ତ ନିର୍ଗତ ହେଲେ  ଶରୀରର ରକ୍ତହୀନତା  ଦେଖାଦିଏ ।

ଅନ୍ଥକୃମିର କାରଣ

ଗ୍ରାମ୍ୟ ମହିଳାମାନେ ଖାଲି ପାଦରେ ସବୁବେଳେ ଆତଯାତ ହୁଅନ୍ତି । ପାଦରେ କୃମି ପେଟକୁ ଯାଇ ରକ୍ତ ଶୋଷଣ କଲେ ରକ୍ତହୀନାତା ଦେଖାଦିଏ ।

କେତୋଟି ରୋଗ

ଏମିତି କେତୋଟି ରୋଗ ଅଛି ଯାହା ଦ୍ଵାରା ରକ୍ତବାହାରି ଯାଏ ମଳକଣ୍ଟକ, ଆମାଶୟ, ବ୍ରଣ ଇତ୍ୟାଦି ।

କୁପୋଷଣ

ପୂର୍ଣ୍ଣ ଭାବେ ପୌଷ୍ଟିକ ଖାଦ୍ୟ ଣ ମିଳିବା, ଖାଦ୍ୟରେ ସବୁଜ ପାଣିପାରିବାର ଅଭାବ, ଫଳ ଓ କ୍ଷୀରର ଆବଶ୍ୟକତାକୁ ପୂରଣ କରି ନପାରିଲେ ରକ୍ତହୀନତା ହୁଏ । ଏହା ବ୍ୟତୀତ ଆଣ୍ଟିବାୟୋଟିକ୍ ଔଷଧ ସେବନର ଆଧିକ୍ୟ ହେତୁ ଲାଲ ରକ୍ତକଣିକା ତିଆରି ପାଇଁ ଅସୁବିଧା ଉପୁଜେ । ଭୋଜ୍ୟ  ପଦାର୍ଥ ଭିତରୁ ଆଇରନ ଭିଟାମିନ୍ସ ଆଦିର ଅଭାବରେ ମଧ୍ୟ ରକ୍ତହୀନତା ଦେଖାଦିଏ । ପୂର୍ଣ୍ଣ ଭାବେ ବିକଶିତ ହୋଇ ନଥିବା ଶରୀରକୁ ଗର୍ଭଧାରଣର ବୋଝ, ମାସିକ ଋତୁସ୍ରାବରେ ଅତ୍ୟଧିକ ରକ୍ତକ୍ଷରଣ ବାରମ୍ବାର ଗର୍ଭାଧାରଣ ମଧ୍ୟ ଅନ୍ୟ ସବୁ କାରଣ ଅଟେ ।

ରକ୍ତହୀନତା ଜନିତ ରୋଗ

ଯଦି ସମୟ ଆଗରୁ ରକ୍ତହୀନତା ପ୍ରତି ଧ୍ୟାନ ଦିଆ ନଯାଏ ଅଥବା ଠିକ୍ ସମୟରେ ଚିକିତ୍ସା ନ କଲେ ଅନେକ ପ୍ରକାର ରୋଗ ବଢି ବଢି ଚାଲେ । ଶରୀର ହଳଦିଆ ହୋଇପଡେ ଏବଂ ରୋଗୀ ଶକ୍ତିହୀନ ହୋଇ ବିଛଣାରେ ପଡିରହେ । କାମଳ ଓ ଜଳୋଦର ରୋଗ ମଧ୍ୟ ଗ୍ରାସ କରେ । ଏହା ବେଳେ ବେଳେ ଏମିତି ବିକଟାଳ ରୂପ ଧାରଣ କରେ ଯେ ରୋଗୀ ମୃତ୍ୟୁମୁଖରେ ପଡେ । ଗର୍ଭାବସ୍ଥାରେ ରକ୍ତହୀନତା ମା’ ଓ ଶିଶୁ ଦୁହିଁକୁ ସ୍ୱାସ୍ଥ୍ୟ ଉଦବେଗ ଜନକ ହୋଇପଡେ । ଏଣୁ ରକ୍ତହୀନତାକୁ ସାମାନ୍ୟ ରୋଗ ଣ ଭାବି ତୁରନ୍ତ ଏହାର ଚିକିତ୍ସା କରାଇନେବା ଉଚିତ୍।

ଚିକିତ୍ସା

ଏହା ଦୂର କରିବା ପାଇଁ ଡାକ୍ତରଏନକେ ପରାମର୍ଶରେ ଲୌହ ଏବଂ ଭିଟାମିନ୍ ଯୁକ୍ତ ଖାଦ୍ୟ ପରିପୂର୍ଣ୍ଣ ଭାବରେ ଗ୍ରହଣ କିବା ଉଚିତ୍ ।  ଖାଦ୍ୟରେ ସବୁଜ ପନିପରିବା, ବିଭିନ୍ନ ପ୍ରକାର ଶାଗ, ଯଥା – ପାଳଙ୍ଗ, ଖଦାଶାଗ, ଧନିଆପତ୍ର ଫଳ ଭିତରେ କଦଳୀ, ସେଓ, ଅଙ୍ଗୁର, ଅଁଳା, ଗାଜର, ଟମାଟୋ, ଅମୃତଭଣ୍ଡା ଓ କ୍ଷୀର ମଧ୍ୟ ପ୍ରଚୁର ମାତ୍ରାରେ ଗ୍ରହଣ କରିବା ଜରିରୀ । ଚୋକଡ ସହ ରୁଟି ବଗଡା ଭାତ ଖାଇବା ବିଧେୟ । ସକାଳେ ସନ୍ଧ୍ୟାରେ ଖୋଲାପବାନ ସେବନ କରିବା ଭଲ । ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କଲେ ଆଗକୁ ଭୟ ରହିବ ନାହିଁ । କୁମାରିଆସବ୍ ୧ ଚାମଚ ସହ ଲୌହସାବ୍ ୨ ଚାମଚ ଓ ଦ୍ରାକ୍ଷାସବ ୨ ଚାମଚ ମିଶାଇ ସମପରିମାଣରେ ଜଳ ସହିତ ପିଇଲେ ରକ୍ତହୀନତା ଦୂରହୁଏ ।

ସଂଗୃହିତ : ଡାକ୍ତର କାନ୍ତି ନାୟକ, ସିଟି ହସପିଟାଲ, କଟକ

Last Modified : 1/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate