অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ଏବଂ ପୋଷଣ

ଉପକ୍ରମ

ସୁସ୍ଥ ସବଳ ବାଳିକା ଏବଂ ମହିଳା ରାଜ୍ୟର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଲିଙ୍ଗ, ସ୍ୱାସ୍ଥ୍ୟ, ପୋଷଣ କ୍ଷେତ୍ରରେ ବୈଷମତା ଦୃଷ୍ଟିରୁ ଆଜି ମହିଳାଙ୍କ ସ୍ଥାନ ଅନେକ କ୍ଷେତ୍ରରେ ପଛରେ ରହିଯାଇଛି । ଅଶିକ୍ଷା , ଅନ୍ଧବିଶ୍ଵାସ, ପାଇଁ କନ୍ୟା ସନ୍ତାନଟି ସବୁବେଳେ ଅବହେଳିତ ଅବସ୍ଥାରେ ରହିଥାଏ। କନ୍ୟା ଶିଶୁର ଭ୍ରୁଣକୁ ହତ୍ୟା ନକରି ତାକୁ ଜନ୍ମ ଦେବା ପାଇଁ ଆଇନ ଠାରୁ ଆରମ୍ଭ କରି ସଚେତନା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯାଉଛି । କନ୍ୟା ଶିଶୁର ଜନ୍ମ ପରେ ତାର ବୃଦ୍ଧିକୁ ଗୁରୁତ୍ଵ ଦିଆଯାଏ ନାହିଁ । ଶିଶୁ କନ୍ୟାଟିକୁ ସମସ୍ତ ପ୍ରକାର ଅବହେଳା, ଅଣହେଳାର ସାମନା କରିବାକୁ ପଡେ । ଲିଙ୍ଗଭେଦ ଜନିତ ପ୍ରଭାବ ହେତୁ ତାକୁ ଭଲ ଖାଦ୍ୟ ଓ ପୃଷ୍ଟି ମିଳେ ନାହିଁ ।

ତେଣୁ ତା ଶରୀର ବୃଦ୍ଧି ପାଇଁ ଯେତିକି ଖାଦ୍ୟ ଓ ପୃଷ୍ଟି ଆବଶ୍ୟକ ତାହା ତାକୁ ମିଳେ ନାହିଁ । ଯାହା ଫଳରେ ସେ ପୃଷ୍ଟିହୀନତା ର ଶିକାର ହୁଏ । କନ୍ୟା ସନ୍ତାନଟିକୁ ବୋଝ ଭାବି ବୟସ ପୂର୍ବରୁ ବିବାହ କରିଦିଆଯାଏ । ୧୮ ବର୍ଷ ପୂର୍ବରୁ ବିବାହ ହେବା ଦ୍ଵାରା ତାର ମାତୃତ୍ଵ ପ୍ରତି ବିପଦ ଦେଖାଯାଏ । ୧୮ ବର୍ଷ ପୂର୍ବରୁ ଗର୍ଭଧାରଣ କଲେ ଉଭୟ ମା ଓ ଶିଶୁଙ୍କ ପ୍ରତି ବିପଦ ସୃଷ୍ଟି ହୁଏ । ପୁତ୍ରଙ୍କ ତୁଳନାରେ କନ୍ୟା ସନ୍ତାନ କମିଯିବା କେବଳ ସାମାଜିକ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ଦେଶର ବିକାଶରେ ବି ବାଧା ସୃଷ୍ଟି କରେ ।

ବୃଦ୍ଧି ପାଉଥିବା ମାତୃ ମୃତ୍ୟହାର ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯୋଗାଯୋଗ, ଖାଦ୍ୟ, ଡାକ୍ତରଖାନାରେ ପ୍ରସବ, ଆଶା, ଅଙ୍ଗନୱାଡିକର୍ମୀଙ୍କ ଦ୍ଵାରା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଇତ୍ୟାଦି । ସ୍ୱାସ୍ଥ୍ୟ ଉପରେ ଖର୍ଚ୍ଚକରିବାକୁ ‘ମମତା’ ଯୋଜନା ଦ୍ଵାରା ଗର୍ଭବତୀ ମା'କୁ ଖର୍ଚ୍ଚ ପ୍ରଦାନ କରାଯାଉଛି ।

ବିଭିନ୍ନ ପ୍ରକାର ସାମାଜିକ ବାସନ୍ଦ, ଲଜ୍ୟାର ଶିକରାହୋଇ ବଢୁଥିବା ମହିଳା ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି ।

ସ୍ୱାସ୍ଥ୍ୟ ପାଇଁ ଯୋଜନା

  1. ଭ୍ରୂଣର ଲିଙ୍ଗ ନିରୂପଣ ନ କରିବା ପାଇଁ  ଆଇନକୁ  କଡାକଡି ପାଳନ କରାଯିବ ।
  2. ଲିଙ୍ଗଗତ ଅସମାନତା, ନବଜାତ, ୫ ବର୍ଷ ତଳକୁ ଶିଶୁ ମୃତ୍ୟୁକୁ ରୋକିବା ସହ ପାଞ୍ଚବର୍ଷ ତଳକୁ ଝିଅର ମୃତ୍ୟୁ ହେଲେ ବାଧ୍ୟତାମୂଳକ ଭାବେ ଅନୁସନ୍ଧାନ କରାଯିବ ।
  3. ମହିଳାକୁ ଉତ୍ତମ ଗୁଣବତ୍ତା , ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇଦିଆଯିବା, ଯେପରି ସେମାନେ କୁପୋଷଣର ଶିକାର ନ ହେବେ । ରକ୍ତହୀନତା ଦୂରକରିବା ଯୋଜନାକୁ ବ୍ୟାପକ କରାଯିବ । ମହିଳାମାନେ କିପରି ଉପଯୁକ୍ତ ପୋଷଣ ପାଇପାରିବେ ସେ ସମ୍ବନ୍ଧରେ ସଚେତନା କାର୍ଯ୍ୟକ୍ରମ କରିବା ।
  4. କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ଵ । ଶୀଘ୍ର ବିବାହା ନ କରି ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ।
  5. ମମତା ଯୋଜନା ଦ୍ଵାରା ଗର୍ଭବତୀ ମା ମାନଙ୍କୁ ୨ଟି ଶିଶୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା । ଆଦିବାସୀ ମହିଳାଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ।
  6. ସୁରକ୍ଷିତ ପ୍ରସବ ଦ୍ଵାରା ମାତୃ ମୃତ୍ୟୁହାରକୁ ରୋକିବା, ଦୁର୍ଗମ ଅଞ୍ଚଳରେ ମାତୃ ମୃତ୍ୟୁର ବାଧ୍ୟତାମୂଳକ ଅନୁସନ୍ଧାନ ।
  7. ସୁରକ୍ଷିତ ଗର୍ଭପାତ ଏବଂ ପରିବାର ନିୟୋଜନ ବ୍ୟବସ୍ଥା ।
  8. ଏଡ଼ସ ଦ୍ଵାରା ଆକ୍ରାନ୍ତ ମହିଳାଙ୍କୁ ସାମାଜିକ ଅପବାଦରୁ ରକ୍ଷା କରିବା ସହ ଚିକିତ୍ସା ସୁବିଧା ଯୋଗାଇଦେବା।
  9. ଭ୍ରୂଣର ଲିଙ୍ଗ ନିରୂପଣ ପାଇଁ ମହିଳାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେବା, ଅନଭିଜ୍ଞ ଚିକିତ୍ସକଙ୍କ ଦ୍ଵାରା ଗର୍ଭପାତ କରାଇବାକୁ ରୋକିବା ।
  10. ପଞ୍ଚାୟତ ସ୍ତରରେ ଗର୍ଭାଶୟ ଓ ସ୍ତନ କର୍କଟ ରୋଗ ସମ୍ପର୍କରେ ସଚେତନା ସହ ପ୍ରଚାର ପ୍ରସାର କରାଇବା ।
  11. ବୟସ୍କ ମହିଳାଙ୍କ ସ୍ଵାସ୍ଥ୍ୟର ଯତ୍ନ ।
  12. ମହିଳାଙ୍କୁ ବିଶୁଦ୍ଧ ପାନୀୟଜଳ, ଅଲଗା ଶୌଚାଳୟ ଯୋଗାଇବା ସହ ନିରାପଦ, ସୁରକ୍ଷିତ ବାତାବରଣ ଯୋଗାଇବା ।
  13. ଗ୍ରାମାଞ୍ଚଳରେ ହେଉକି ସହରାଞ୍ଚଳରେ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ପାଣି ଓ ସ୍ଵଚ୍ଛତା ଯୋଗାଇଦେବା ।

ଶିକ୍ଷା

ମହିଳା ଓ ବାଳିକାକୁ ଉତ୍ତମ ଶିକ୍ଷା ମିଳିଲେ ରାଜ୍ୟର ଉନ୍ନତି ହୋଇପାରିବ । ପ୍ରାଥମିକ ଶିକ୍ଷା ସ୍ତରରେ ବାଳିକାଙ୍କ ଉପସ୍ଥାନ ଆଶାଜନକ ଥିଲେ ମଧ୍ୟ ହାଇସ୍କୁଲରେ ଏହା କମିଯାଉଛି । ପସନ୍ଦ ମୁତାବକ ଶିକ୍ଷା ମିଳୁନଥିବାରୁ ହାଇସ୍କୁଲ ଏବଂ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବାଳିକାଙ୍କ ଉପସ୍ଥାନ ବହୁତ କମ । ଉଚ୍ଚଶ୍ରେଣୀରେ ବାଳିକା ଉପସ୍ଥାନ କମିବାର ଅନ୍ୟାନ୍ୟ କାରଣ ମଧ୍ୟରେ ସାମାଜିକ, ସାଂସ୍କୃତିକ ବିଭେଦତା ଆଦିର ଅସୁବିଧା ସୁରକ୍ଷା ଇତ୍ୟାଦି । ଝିଅ ମାନଙ୍କର ସୁରକ୍ଷାକୁ ନେଇ ଅଭିଭାବକ ମାନଙ୍କ ଚିନ୍ତା ବି ଝିଅଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବାର ଅନ୍ୟ ଏକ କାରଣ ।

ଓଡିଶାରେ ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୩-୬ ବର୍ଷ ଶିଶୁଙ୍କ ପାଇଁ ଅଙ୍ଗନବାଡି ମାନଙ୍କରେ ନୂଆ ଅରୁଣିମା ଆରମ୍ଭ କରାଯାଇଛି । ଝିଅ ମାନଙ୍କ ପାଇଁ ଅଲଗା ସ୍କୁଲ କରାଯିବା ସହ ଯିବା ଆସିବା ପାଇଁ ସାଇକେଲ, ମାଟ୍ରିକ ପୂର୍ବରୁ ଓ ପରେ ସ୍କଲାର୍ଶିପ ଦିଆଯାଉଛି । ଆଦିବାସୀ ଝିଅ ମାନଙ୍କ ପାଇଁ ଆବାସିକ ବିଦ୍ୟାଳୟର ବ୍ୟବସ୍ଥା କରାଯାଇଛି ।

ନୀତି ନିର୍ଦ୍ଦେଶ

  1. ପ୍ରତ୍ୟେକ ବାଳିକା ଓ ମହିଳାଙ୍କ ପାଇଁ ସମାନ ଶିକ୍ଷା ବ୍ୟବସ୍ଥା ।
  2. ବାଳିକାମାନେ ହାଇସ୍କୁଲ ସ୍ତରରେ କିପରି ଶିକ୍ଷା ପାଇପାରିବେ ସେଥିପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।

ନୀତି କୌଶଳ

  1. ଆଦୀ ଶୈଶବ ଶିକ୍ଷାକୁ ଶିଶୁ ବିକାଶ ଯୋଜନା ଓ ପ୍ରାଥମିକ ଶିକ୍ଷା ସହ ସମନ୍ଵିତ କରିବା ।
  2. ଅଧିକ କସ୍ତୁରବା ବାଳିକା ବିଦ୍ୟାଳୟ ଖୋଲିବା ଏବଂ ପୂର୍ବରୁ ରହିଥିବା ବିଦ୍ୟାଳୟରେ ହାଇସ୍କୁଲ ପାଠ୍ୟକ୍ରମ ଖୋଲିବା
  3. ମାଗଣା ପୋଷାକ, ବହି, ନିରାପଦ ଯିବା ଆସିବା ବ୍ୟବସ୍ଥା ସହ ସ୍କୁଲ ଦରମା ଛାଡ଼ ।
  4. ହାଇସ୍କୁଲ ସ୍ତରରେ ଶିକ୍ଷା ଗ୍ରହଣ ପାଇଁ ଭଲ ପଢୁଥିବା ବାଳିକାଙ୍କୁ ସ୍କଲାର୍ଶିପ ପ୍ରଦାନ ।
  5. ଅଧାରୁ ପାଠ ଛାଡିଦେଇଥିବା ବାଳିକାଙ୍କୁ ଡ୍ରପ ଇନ ସେଣ୍ଟର , ରିମେଡିଆଲ କୋଚିଙ୍ଗ ସେଣ୍ଟରରେ ପାଠ ପଢାଇବା ବ୍ୟବସ୍ଥା ।
  6. ବାଳିକା, ମହିଳାଙ୍କୁ ଶିକ୍ଷା ଦେବା ପାଇଁ ମୁକ୍ତ ସ୍କୁଲ ର ବ୍ୟବସ୍ଥା ।
  7. କର୍ମନିଯୁକ୍ତ ପାଇଁ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା।
  8. କିପରି ଶିକ୍ଷା ଗ୍ରହଣ କାଲେ ଭବିଷ୍ୟତରେ ସେମାନଙ୍କର କାର୍ଯ୍ୟରେ ଆସିବ ସେଥିପାଇଁ ପରାମର୍ଶ ।
  9. ଜୁନିୟର କଲେଜ, ଡିଗ୍ରୀ କଲେଜ ଏବଂ ବିଶ୍ଵୟାଳୟରେ ବାଳିକାଙ୍କ ପାଇଁ ହଷ୍ଟେଲ ସୁବିଧା ।
  10. ମହିଳାଙ୍କ ପାଇଁଥିବା ଆଇନ ସମ୍ଵନ୍ଧରେ ବାଳିକାଙ୍କୁ ଶିକ୍ଷା ।
  11. ବୃତ୍ତିଗତ ଶିକ୍ଷକ ପେଶା ଗ୍ରହଣ କରିବା ପାଇଁ ଟ୍ରେନିଂ ବ୍ୟବସ୍ଥା ।
  12. ଅଧିକା ବାଳିକା ପଢୁଥିବା ବିଦ୍ୟାଳୟ କିମ୍ବା ବାଳିକା ବିଦ୍ୟାଳୟ ଗୁଡିକରେ ବାଳିକାଙ୍କ ସୁରକ୍ଷା ପାଇଁ ମହିଳା ଶିକ୍ଷୟତ୍ରୀ ଓ ମହିଳା କର୍ମଚାରୀ ମୃତୟନ । ଯାହାଦ୍ୱାରା ସେମାନେ ସୁରକ୍ଷିତ ରହିବା ସହ ଶୋଷଣରୁ ରକ୍ଷା ପାଇବେ ।
  13. ଯେଉଁ ଜିଲ୍ଲାରେ ମହିଳା ଶିକ୍ଷା ହାର କମ ସେଠାରେ ବାଳିକା ଶିକ୍ଷାକୁ ଗୁରୁତ୍ଵ ।

ଜୀବିକା

ମହିଳାଙ୍କୁ ସଶକ୍ତ କରିବା ପାଇଁ ଜୀବିକା ମୁଖ୍ୟ ଭୂମିକା ଗ୍ରହଣ କରେ । ଜମି, ଜଳ ଓ ଖଣିଜପଦାର୍ଥ ଉପରେ ଜୀବିକା ନିର୍ବାହ କରି ମହିଳା ମାନେ ନିଜ ପାଇଁ ଖାଦ୍ୟ ସୁରକ୍ଷା କରିଥାନ୍ତି । ଏଥିପାଇଁ ସେମାନଙ୍କୁ ଦରକାର ପଡ଼େ ଶିକ୍ଷା, ତାଲିମ ଓ ଋଣ ।

ଜୀବୀକା ନିର୍ବାହ କ୍ଷେତ୍ରରେ ମୁଖ୍ୟତଃ ମହିଳାକୁ ମଜୁରୀ ଅସମାନତା, କାର୍ଯ୍ୟକୁ ଅଣଦେଖା, ସୁରକ୍ଷା ଇତ୍ୟାଦି ଅସୁବିଧାକୁ ସାମ୍ନା କରିବାକୁ ପଡେ । ଏହାଛଡା ଶିକ୍ଷା, ତାଲିମ, ଋଣ, ବିବାହ ଏବଂ ମାଲିକାନା ଇତ୍ୟାଦି ବାଧା ଦେଖାଦିଏ ।

ମହିଳାଙ୍କ ମଧ୍ୟରେ ଯେଉଁ ମାନେ ଭିନ୍ନକ୍ଷମ, ଧର୍ଷିତା, ଚାଲାଣରୁ ଉଦ୍ଧାର ପାଇଥିବା, ଯୌନ କର୍ମୀ , ଏଡସ ରେ ଆକ୍ରାନ୍ତ ମହିଳା ମାନେ କାର୍ଯ୍ୟକ୍ଷେତ୍ରରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଅନ୍ତି ।

ଓଡିଶାରେ ଅନୁଷ୍ଠାନିକ କ୍ଷେତ୍ରରେ ୧୬.୮ % ମହିଳା କାର୍ଯ୍ୟ କରନ୍ତି । ଅନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମହିଳାଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବ ଦରକାର । ବର୍ତ୍ତମାନ ଓଡିଶା ରାଜ୍ୟ ନିଯୁକ୍ତି ମିଶନ ଦ୍ଵାରା ଉଭୟ ପୁରୁଷ ଓ ମହିଳାଙ୍କୁ ଧନ୍ଦାମୂଳକ ଶିକ୍ଷାରେ ଦକ୍ଷତା ବୃଦ୍ଧି କରାଇ ଜୀବିକା ନିର୍ବାହ ପାଇଁ ସୁଯୋଗ ଦିଆଯାଉଛି । ଏହି ମିଶନରେ ରାଜ୍ୟର ଅନ୍ୟାନ୍ୟ ବିଭାଗ ଯେପରି ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନିଯୁକ୍ତି, ଅନୁସୂଚିତ ଜାତି / ଜନଜାତି ବିଭାଗ , ସହରବିକାଶ, ହସ୍ତତନ୍ତ, ବିଭାଗ କାର୍ଯ୍ୟ କରୁଛନ୍ତି ।

ଯୋଜନା

ନିର୍ଦ୍ଦେଶାବଳୀ
  • ମହିଳା, ବାଳିକା ନିଜର ଯୋଗ୍ୟତା ଅନୁଯାୟୀ ଦକ୍ଷତା ବୃଦ୍ଧି କରାଇ ଅନୁଷ୍ଠାନିକ କ୍ଷେତ୍ରରେ ଜୀବିକା ନିର୍ବାହ ପନ୍ଥା ଗ୍ରହଣ କରିପାରିବେ ।
  • ନିଯୁକ୍ତ ପାଇଁ ବାତାବରଣ ସୃଷ୍ଟି ।

ନୀତି କୌଶଳ

  • ଓଡିଶା ରାଜ୍ୟ ନିଯୁକ୍ତି ମିଶନରେ ମହିଳାଙ୍କୁ କିପରି ଅଧିକ ତାଲିମ ଦିଆଯିବ ସହ କାର୍ଯ୍ୟରେ ନିଯୁକ୍ତି କରାଯାଇପାରିବ ସେଥିପାଇଁ ଉଦ୍ୟମ ।
  • ଦୁର୍ଗମ,ଗ୍ରାମାଞ୍ଚଳରେ ସ୍ଵୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତରାଜ ବିଭାଗ, କ୍ଲବ ଇତ୍ୟାଦି ଦ୍ଵାରା ଅଧିକ ରୁ ଅଧିକ ମହିଳା, ବାଳିକାଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା ।
  • ରାଜ୍ୟ ନିଯୁକ୍ତ ମିଶନ ଦ୍ଵାରା ସ୍କୁଲ ଛାଡି ଦେଇଥିବା ବାଳିକାଙ୍କୁ ତାଲିମ ।
  • ବର୍ତ୍ତମାନର ବଜାର ଚାହିଦା ଅନୁଯାୟୀ ଇନଫର୍ମେଶନ ଓ କମୁନିକେସୋନ ଜ୍ଞାନକୌଶଳକୁ ବ୍ୟବହାର କରି ବ୍ୟାଙ୍କ, ଟୁରିଜିମ, ସ୍ୱାସ୍ଥ୍ୟସେବା, ଗ୍ରାହକସେବା ଇତ୍ୟାଦିରେ ନିଯୁକ୍ତି ସୃଷ୍ଟି ।
  • କର୍ମଜୀବୀ ମହିଳା ହଷ୍ଟେଲର ସୁବିଧା କରାଗଲେ ମହିଳା ମାନେ ଅନୁଷ୍ଠାନିକ କ୍ଷେତ୍ରରେ ଘର ଠାରୁ ଦୂରକୁ ଯାଇ କାର୍ଯ୍ୟ କରିବା ପାଇଁ ନିରାପଦ ମଣିବେ ।
  • ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନରୁ ଋଣ ଯୋଗାଇ ଲଘୁ ଉଦ୍ୟୋଗ କରିବା ପାଇଁ ମହିଳାଙ୍କୁ ଉତ୍ସାହିତ କରିବା ।
  • ସୁବିଧା ସହ କାର୍ଯ୍ୟ କରିବା ପାଇଁ ଶିଶୁ ଯତ୍ନ ପାଇଁ ସହାୟତା, ଅଲଗା ଶୌଚଳୟ, ଇତ୍ୟାଦିର ବ୍ୟବସ୍ଥା ।

ଅନାନୁଷ୍ଠାନିକ କ୍ଷେତ୍ର

ଜୀବିକା ପାଇଁ ଅନାନୁଷ୍ଠାନିକ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରିତା ଅଧିକ ଥାଏ । ଏହା ତାଙ୍କର ଆର୍ଥିକ ଅବସ୍ଥାକୁ ସୁଧରୁଥିଲେବି ଏହି କାର୍ଯ୍ୟର କୌଣସି ପରିଚୟ ନଥାଏ । ଅଣଆନୁଷ୍ଠାନିକ ଭାବେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଦ୍ଵାରା ଏସ.ଏଚ.ଜି ଗଠନ କରି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଚେଷ୍ଟା କରାଯାଇଛି ।

ନୀତି ନିର୍ଦ୍ଦେଶ

  • ଅଣଆନୁଷ୍ଠାନିକ କ୍ଷେତ୍ରରେ ମହିଳାଙ୍କ ଜୀବିକକୁ ଉତ୍ସାହିତ କରିବା ।
  • ମହିଳା ଗ୍ରୁପ କୁ ଉଦ୍ୟୋଗ ଆରମ୍ଭ କରିବାକୁ ଉତ୍ସାହ ଦେବ ।
  • ମହିଳାଙ୍କୁ ସମ୍ମାନର ସହ କାର୍ଯ୍ୟ କରିବା ପାଇଁ ସୁବିଧା ସୃଷ୍ଟି କରିବା ।

ନୀତି କୌଶଳ

ଜୀବିକା ପାଇଁ ବୈଷୟିକ ଜ୍ଞାନ, ଅର୍ଥ, ଦକ୍ଷତା ବୃଦ୍ଧି ସୃଷ୍ଟି କରାଯିବା ।

  • ମହିଳାମାନେ କିପରି ଆର୍ଥିକ ଲେଣ ଦେଣ ସୁବିଧାରେ ବୁଝିପାରିବେ ସେଥିପାଇଁ ବ୍ୟବସ୍ଥା କରିବା ।
  • ମହିଳା ଏସ.ଏଚ.ଜି ଫେଡରେଶନ କୁ ସଶକ୍ତ କରି ବ୍ୟବସାୟ କରିବା ତଥା ସମବାୟ ସମିତି ସୃଷ୍ଟି କରିବା ।
  • ଏସ.ଏଚ.ଜି ମାନଙ୍କୁ ନୂତନ ଜ୍ଞାନ କୌଶଳ ଶିକ୍ଷା ଦେଇ ଦକ୍ଷତା ବୃଦ୍ଧି କରିବା ।
  • ମହିଳା କୃଷକଙ୍କୁ ଉତ୍ସାହିତ କରିବା ।
  • ମହିଳାଙ୍କୁ କୃଷି ପାଇଁ କିପରି ସୁବିଧାରେ ବିହନ, ସାର ଓ ଅନ୍ୟାନ୍ୟ କୃଷି ସରଞ୍ଜାମ ମିଳିପାରିବ ସେଥି ପାଇଁ ଗୋଟିଏ ଜାଗାରେ ସମସ୍ତ ବ୍ୟବସ୍ଥା କରିବା ।
  • ମହିଳାଙ୍କ ସ୍ଥାନାନ୍ତରକୁ ରୋକିବା ।

ଆଧାର -ସ୍ୱାସ୍ଥ୍ୟ ବିଭାଗ,ଓଡିଶା ସରକାର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate