ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / କିଶୋରୀ ମାନଙ୍କ ଠାରେ ଦେଖାଯାଉଥିବା ପରିବର୍ତ୍ତନ
ସେଆର କରନ୍ତୁ

କିଶୋରୀ ମାନଙ୍କ ଠାରେ ଦେଖାଯାଉଥିବା ପରିବର୍ତ୍ତନ

କିଶୋରୀ ମାନଙ୍କ ଠାରେ ଦେଖାଯାଉଥିବା ପରିବର୍ତ୍ତନ ସମ୍ବନ୍ଧିତ ତଥ୍ୟ ।

ଲକ୍ଷଣ

  • ଓଜନ ବଢିବା
  • ମୋଟାହେବା ବା ପପୀଫ୍ୟାଟ୍
  • ସ୍ତନର ଆକାର ବୃଦ୍ଧି
  • ଋତୁସ୍ରାବ ଆରମ୍ଭ
  • ଯୌନାଙ୍ଗର ଆକାର ପରିବର୍ତ୍ତନ
  • କାଖ ଓ ଯୌନାଙ୍ଗରେ କେଶ ଉଠିବ
  • ଅଣ୍ଟାତଳୁ  ଆଣ୍ଠୁଯାଏ ମୋଟା ଦେଖା ଯିବା ଏବଂ ମୁହଁରେ ବ୍ରଣ ହେବା
  • ସମ ବୟସର ପୁଅ ପିଲାଙ୍କ ସହ ବନ୍ଧୁତ୍ଵ ରଖିବା
  • ଅଧିକ ସମୟ ଶୋଇବାକୁ ଇଚ୍ଛା କରିବା ଏବଂ ସମୟେ  ସମୟେ ମନ ମାରି ବସି ରହିବା
  • ଶୀଘ୍ର ଶୀଘ୍ର ଭୋକ ଲାଗିବା
  • ଭିନ୍ନ ଭିନ୍ନ ଖାଦ୍ୟ ପ୍ରତି ଆଗ୍ରହ
  • ମଝିରେ ମଝିରେ ମୁଣ୍ଡ ବିନ୍ଧିବା ବା ପେଟ କାଟିବା
  • ସାଙ୍ଗସାଥିଙ୍କ ମେଳରେ ରହିବାକୁ ପସନ୍ଦ କରିବା ଏବଂ ଲଜ୍ୟାବୋଧ

ଏସବୁ ଲକ୍ଷଣ ଗୁଡିକ ପ୍ରାୟ କିଶୋର ବୟସରେ ବିଶେଷ ଭାବେ ଦେଖାଦେଇଥାଏ ।

ଶାରୀରିକ ପରିବର୍ତ୍ତନ

ଏହାପରେ ଝିଅମାନଙ୍କ ଶରୀରରେ ଥିବା କେତେକ ହରମୋନ୍ ବା ଜୀବରସର ପ୍ରଭାବରେ ଅନେକ ଶାରୀରିକ ପରିବର୍ତ୍ତନ ହୋଇଥାଏ । ଏହା ମୁଖ୍ୟତଃ ସ୍ତନ ଏବଂ ଯୌନାଙ୍ଗରେ ଦେଖାଯାଇଥାଏ ।

ଜଣେ ବାଳିକାର ଯୌନାଙ୍ଗ କଥା ବିଚାର କରିବାକୁ ଗଲେ ଆମେ ତା’ର ବାହ୍ୟ ଏବଂ ଆଭ୍ୟନ୍ତରୀଣ ପ୍ରଜନନ ଅଙ୍ଗଗୁଡିକୁ ବୁଝିବା ଦରକାର । ଅତଏବ ଯୌନତାପ୍ରାପ୍ତିରେ ଏହି ଅଙ୍ଗଗୁଡିକର କେଉଁସବୁ ପରିବର୍ତ୍ତନ ହୁଏ ତାହା ଜାଣିବା ନିତ୍ୟାନ୍ତ ଦରକାର ।

ମହିଳାମାନଙ୍କର ପ୍ରଜନନ ଅଙ୍ଗ ଏବଂ ଋତୁସ୍ରାବ ଆଦ୍ୟ ଋତୁସ୍ରାବ ଯୌନତାପ୍ରାପ୍ତିର ଏକ ପ୍ରଧାନ ସଂକେତ ମା' ପେଟରେ ଥିବାବେଳେ ଗର୍ଭାଶୟ,ଡିମ୍ବାଶୟ ଓ ଅନ୍ୟାନ୍ୟ  ପ୍ରଜନନ ଅଙ୍ଗଗୁଡିକର ଗଠନ ସେଷ  ହୋଇଥିଲେ ମଧ୍ୟ ବାଳିକା 9-10 ବର୍ଷ ବୟସ ପୂର୍ବରୁ ତା' ଠାରେ ବାହ୍ୟ ଯୌନାଙ୍ଗ ବ୍ୟତୀତ ନାରୀତ୍ଵର ଅନ୍ୟ କୌଣସି ଲକ୍ଷଣ ଦେଖିବାକୁ ମିଳେ ନାହିଁ ।

  • ଯୋନି : ମହିଳାମାନଙ୍କର ବାହ୍ୟ ଯୌନାଙ୍ଗକୁ ଯୋନି କୁହାଯାଏ । ପରିସ୍ରା ଦ୍ଵାର ଏବଂ ଗୃହ୍ୟ ଦ୍ଵାର ମଝିରେ ଥିବା ଦ୍ଵାରା କୁ ଯୋନିଦ୍ଵାର କୁହାଯାଏ । ଏହା ଗର୍ଭାଶୟର ମୁଖ ପର୍ଯ୍ୟନ୍ତ ରହିଥାଏ । ମାସିକ ଋତୁସ୍ରାବ,ସହବାସ, ପ୍ରସବ ଇତ୍ୟାଦି ଏହି ବାଟ ଦେଇ ହୋଇଥାଏ ।
  • ମାଂସ : ଆହା ଯୋନିମୁଖର ମାଂସକ ଲୋମାଯୁକ୍ତ ଅଂଶ ।
  • ବାହାର ଭାଙ୍ଗ : ଯୋନିର ବାହାର ପାର୍ଶ୍ଵ ଦୁଇଟି ମାଂସକ ମୋଟାଳିଆ ତଥା ସମ୍ବେଦନଶଶୀଳ ଚର୍ମ ଭାଙ୍ଗଦ୍ଵାରା ଆବୃତ । ଏହା ଯୋନି ଦ୍ଵାରକୁ ଘୋଡାଇ ରଖିଥାଏ ।
  • ଭିତର ଭାଙ୍ଗ : ବାହାର ଭାଙ୍ଗ ଭିତରକୁ ଏହି ଭାଙ୍ଗ ଥାଏ । ଏହା ଖୁବ୍ ସମ୍ବେଦନଶଶୀଳ ଏବଂ ନରମ । ଏଥିରେ ଲୋମ ନଥାଏ ଏବଂ ସ୍ପର୍ଶ କରିବା ମାତ୍ରେ ଉଦ୍ଦୀପନା ଜାତ ହୁଏ । ଯୌନକ୍ରିୟାବେଳେ ଏହା ଫୁଲିଯାଏ ଏବଂ ଏହାର ରଙ୍ଗ ଗାଡ ହୋଇଯାଏ ।
  • ଯୋନିଦ୍ଵାର : ଯୋନିର ପ୍ରବେଶ ଦ୍ଵାରକୁ ଯୋନିଦ୍ଵାର କୁହାଯାଏ । ଏହା ଗର୍ଭାଶୟ ମୁଖଯାଏ ସଂଯୁକ୍ତ ।
  • ସତୀଚ୍ଛଦ (ହାଇମେନ): ଏହା ଚର୍ମର ପତଳା ଅଂଶ ଯାହାକି ଯୋନିଦ୍ୱାରର ଠିକ ତଳକୁ ରହିଥାଏ । ସତିଚ୍ଛଦ ପ୍ରସାରିତ ହୋଇପାରେ । କଠିନ ପରିଶ୍ରମ, ଖେଳ ଓ ଅନ୍ୟାନ୍ୟ କାମର ଚାପ ପଡିଲେ ସେଥିରୁ ପାଣି ବା ସାମାନ୍ୟ ରକ୍ତ ବାହାରିପାରେ । ପ୍ରଥମ ଥର ଯୋନିକ୍ରିୟାବେଳେ ମଧ୍ୟ ଜଣେ ନାରୀର ଏପରି ହୋଇପାରେ, ସମସ୍ତଙ୍କର ସତିଚ୍ଛଦ ଭିନ୍ନ ଭିନ୍ନ । କେତେକ ସ୍ତ୍ରୀଲୋକଙ୍କର ସତିଚ୍ଛଦ ଆଦୌନଥାଏ ।
  • ଭାଗଙ୍କୁର : ଏହା ଏକ ଛୋଟ ଫୁଲକଡ ଭଳି । ଏହା ଯୋନିମୁଖର ଏକ ଅଂଶ, ଏହାର ସ୍ପର୍ଶ ବା ଅନୁଭବଶକ୍ତି ଖୁବ ତୀବ୍ର । ଏହାକୁ ଆଉଁସିଲେ ବା ସାଉଁଳିଲେ ଜଣେ ନାରୀର ଯୌନକ୍ରିୟା ପାଇଁ ଉଦ୍ଦୀପନା ସୃଷ୍ଟି ହୁଏ ଏବଂ ଏହା ଉତ୍ତେଜନାର ଚରମ ସୀମାରେ ପହଞ୍ଚେ । ଏହା ପୁରୁଷର ଲିଙ୍ଗ ସହିତ ତୁଳନା କରାଯାଇପାରେ ।
  • ପରିସ୍ରାଦ୍ଵାର : ଏହା ହେଉଛି ପରିସ୍ରା ନଳିର ବାହ୍ୟଦ୍ଵାର । ପରିସ୍ରା ନଳିର ମୁଣାରେ ସଞ୍ଚିତ ହୋଇ ରହିଥିବା ପରିସ୍ରା ଶେଷରେ ଏଇବାଟ ଦେଇ ବାହାରକୁ ଆସେ ।

ଅନ୍ତଃ ପରିବର୍ତ୍ତନ

  • ଗର୍ଭାଶୟ : ପେଟ ଭିତରେ ଯୋନିଦ୍ଵାର ଉପରକୁ ଏହା ରହିଥାଏ । କେତେକ ସୂକ୍ଷ୍ମତନୁଯୁକ୍ତ ମାଂସପେଶୀ ଏବଂ ଝିଲ୍ଲୀକୁ ନେଇ ଏହା ଗଠିତ । ଏହା ଦେଖିବାକୁ ତ୍ରିଭୂଜ ଆକୃତିର । ଏହାର ତଳଭାଗକୁ ଗର୍ଭାଶୟ ମୁଖ କୁହାଯାଏ ।
  • ଡିମ୍ବାଶୟ : ପ୍ରତ୍ୟେକ ମହିଳାଙ୍କର ଗର୍ଭାଶୟ ଦୁଇପାଖରେ ଗୋଟିଏ ଲେଖାଏଁ (ସମୁଦାୟ ଦୁଇଟି) ଡିମ୍ବାଶୟ ରହିଛି । ପ୍ରାୟ ପ୍ରତି ମାସରେ ଥରେ ଲେଖାଁଏ ଡିମ୍ବାଶୟ ମଧ୍ୟରୁ ଗୋଟିଏ ଡିମ୍ବକୋଷ ବାହାରି ଡିମ୍ବବାହୀ ନଳୀ ଭିତରକୁ ପ୍ରବେଶ କରେ । ଏହି ପ୍ରକ୍ରିୟାକୁ ଡିମ୍ବାଣୁ କ୍ଷରଣ ପ୍ରକ୍ରିୟା କହନ୍ତି । ଏହି ଡିମ୍ବାଣୁ ସହିତ ଯଦି ପୁରୁଷର ଶୂକ୍ରାଣୁର ମିଲନ ଘଟେ ତେବେ ଏକ ଭ୍ରୁଣ (ଜାଇଗଟ) ହୋଇ ଗର୍ଭାଶୟକୁ ଆସେ । ଭ୍ରୁଣ ବଢିବା ପାଇଁ  ଗର୍ଭାଶୟ ଝିଲ୍ଲୀ  ଏବଂ ଏଥିରେ  ସଂଲଗ୍ନ ଉପାଦାନକୁ ନେଇ ଏକ କୋମଳ ଶଯ୍ୟା ପ୍ରସ୍ତୁତ ହୋଇଥାଏ । ପରେ ଏହି ଭ୍ରୁଣ ବଢି ବଢି ଶିଶୁର ରୂପ ନିଏ । ଯଦି ଡିମ୍ବାଣୁ ଓ ଶୂକ୍ରାଣୁର ମିଲନ ନ ଘଟେ ତେବେ ଗର୍ଭୋଦୟ ହୁଏ ନାହିଁ ।  ଗର୍ଭୋଦୟ ନ ହେଲେ  ଗର୍ଭାଶୟ ଝିଲ୍ଲୀର ଅବକ୍ଷୟ ଘଟେ । ସେଥିରେ ଥିବା ଛୋଟ ଛୋଟ ରକ୍ତନାଳୀ ଗୁଡିକ ଫାଟିଯିବାରୁ ରକ୍ତସ୍ରାବ ଆରମ୍ଭ ହୁଏ । ଏହାକୁ ମାସିକ ଋତୁସ୍ରାବ କୁହାଯାଏ ।

ମାସିକ ଋତୁସ୍ରାବ ବା ମାସିକ ଧର୍ମ : ପ୍ରାୟତଃ ପ୍ରତି ୨୮ ଦିନ ବା ପ୍ରତି ମାସରେ ଥରେ ଋତୁସ୍ରାବ ହୋଇଥାଏ । ଏହା ୩-୪ ଦିନ ପର୍ଯ୍ୟନ୍ତ ଲାଗିରହେ । ରୃତ୍ତୁଚକ୍ରର ମଧ୍ୟ ଭାଗରେ ବା ହାରାହାରି ୧୪ ଦିନ ପରେ ଡିମ୍ବାଣୁ କ୍ଷରଣ ହୁଏ । ଡିମ୍ବାଣୁ କ୍ଷରଣ ପରେ ଯଦି ଗର୍ଭସଞ୍ଚାର ନ ହୁଏ ତେବେ କ୍ଷରଣ ଠାରୁ ୧୪ ଦିନ ପରେ ପୁଣି ଋତୁସ୍ରାବ ହୁଏ ।

ଆମ ଦେଶରେ ପ୍ରାୟ ୧୦-୧୨ ବର୍ଷ ମଧ୍ୟରେ ଅଧିକାଂଶ ଝିଅଙ୍କର ଋତୁସ୍ରାବ ଆରମ୍ଭ ହୋଇଥାଏ । ପ୍ରତି ମାସରେ ହେଉଥିବା ଏହି ପ୍ରକ୍ରିୟା ପ୍ରାୟ ୪୫ ବର୍ଷ ପର୍ଯ୍ୟନ୍ତ ଲାଗିରହେ । ଏହା ପରେ ଡିମ୍ବାଣୁ କ୍ଷରଣ ବନ୍ଦ ହୋଇଯିବାରୁ ଋତୁସ୍ରାବ ହୋଇନଥାଏ ।

କିଶୋରୀମାନେ ଜାଣି ରଖିବା ଦରକାର –

  • ମାସିକ ଧର୍ମ ସ୍ରାବକୁ ଟାଣିନେବା ପାଇଁ ବ୍ୟବହାର କରୁଥିବା କପଡା ସମ୍ପୂର୍ଣ୍ଣ ଭାବେ ପରିଷ୍କାର ହେବା ଦରକାର ।
  • ଯୋନିଦ୍ଵାର ଭଲ ଭାବରେ ପରିଷ୍କାର ରଖିବା ଦରକାର ।
  • ଋତୁସ୍ରାବ ଆରମ୍ଭ ହେବାର କିଛି ମାସ ପର୍ଯ୍ୟନ୍ତ ଏହା ଅନିୟମିତ ହୋଇଥାଏ । ଏଥିପାଇଁ ବ୍ୟସ୍ତ ନହୋଇ ଉପଯୁକ୍ତ ପରାମର୍ଶ ନେବା ଦରକାର ।

ମାସିକ ଋତୁସ୍ରାବରେ ଅନିୟମିତତା ବା ଅସ୍ଵାଭାବିକ ଋତୁସ୍ରାବ :

ଅନେକ କ୍ଷେତ୍ରରେ ଋତୁସ୍ରାବ ଅସ୍ଵାଭାବିକ ହୋଇଥାଏ । ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ କରୁଥିବା ଏହି ଅସ୍ଵାଭାବିକ ରୃତ୍ତୁଚକ୍ରକୁ ସାଧାରଣତଃ ତିନିଭାଗରେ ବିଭକ୍ତ କରାଯାଏ ଯଥା :

  1. ପୀଡାଦାୟକ ଋତୁସ୍ରାବ ।
  2. ନିୟମିତ ବଦଳରେ ଅନିୟମିତ ଭାବେ ଅଳ୍ପ ବା ବହୁତ ପରିମାଣ ରକ୍ତସ୍ରାବ ।
  3. ଅତ୍ୟଧିକ ରକ୍ତସ୍ରାବ ଯୁକ୍ତ ଋତୁସ୍ରାବ ।

ପୀଡାଦାୟକ ଋତୁସ୍ରାବ

ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ ଡିସମେନୋରିୟା  ବୋଲି କୁହାଯାଏ । ଦୁର୍ବଳତା ଏବଂ ଶରୀର ମଧ୍ୟରେ କେତେକ ବିଷକ୍ରିୟା, ଖାଦ୍ୟ ତଥା ଚଳନୀରେ ଅନିୟମିତତା ଏବଂ ସ୍ନାୟବିକ ଦୁର୍ବଳତା ହେତୁ ଏହା ହୋଇଥାଏ ।

ଏହି ଯନ୍ତ୍ରଣା ଋତୁସ୍ରାବର ଦୁଇ ତିନି ଦିନ ପୂର୍ବରୁ କିମ୍ବା ଋତୁସ୍ରାବ ହେବାର ଖୁବ୍ ଅଳ୍ପସମୟରେ ଆଗରୁ ତଳିପେଟରେ ଅନୁଭୂତ ହୋଇଥାଏ । ଏ ପ୍ରକାର ଅସୁବିଧା ବନ୍ଦ କରିବା ପାଇଁ କ ‘ଣ କରିବା ଦରକାର :

  • ନିୟମିତ ଭାବେ ପରିମିତ ଖାଦ୍ୟ ଖାଇବା,
  • ଗୋଟିଏ ରାତି ଛଡା ଅନ୍ୟ ରାତିରେ ଉଷୁମ ପାଣିରେ ଗାଧୋଇବା ଦରକାର ।
  • ଏହି ଅଭ୍ୟାସ ଋତୁସ୍ରାବ  ହେବାର ସାତଦିନ ଆଗରୁ କରିବା ଉଚିତ । ଋତୁସ୍ରାବ ସମୟରେ  ଥଣ୍ଡା ପାଣିରେ ଅଣ୍ଟାତଳକୁ ଗାଧୋଇବା ଉଚିତ । ଏହା ଡିମ୍ବାଶୟର କାର୍ଯ୍ୟ ଠିକ୍ ଭାବେ ହେବାର ସାହାଜ୍ୟ କରେ ।
  • ଋତୁସ୍ରାବର ଠିକ ପୁର୍ବରୁ ଯଦି ଯନ୍ତ୍ରଣା ହେଉଥାଏ ତେବେ ଗର୍ଭାଶୟଟି ଅସ୍ଵାଭାବିକ ଭାବେ ରହିଛି ବୋଲି ଜାଣିବାକୁ ହେବ । ଅତି ଦୁର୍ବଳ ମହିଳାମାନଙ୍କର କ୍ଷେତ୍ରରେ ଏହା ବିଶେଷ ଭାବେ ଦେଖାଯାଇଥାଏ ।
  • ଯଦି ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ ତେବେ ଏହା ଜରାୟୁର ପ୍ରଦାହରୁ ହେଉଛି ବୋଲି ଜାଣିରଖନ୍ତୁ ।

ଉପସମ ପାଇବା ପାଇଁ :

  • ନିୟମିତ ଭାବେ ପରିମିତ ଖାଦ୍ୟ ଖାଆନ୍ତୁ ।
  • ଋତୁସ୍ରାବ ପୂର୍ବରୁ ଅଣ୍ଟାଯାଏ ନଖଉଷୁମ ପାଣିରେ ସ୍ନାନ କରନ୍ତୁ । (କେବେ ୧୦ ମିନିଟ ପର୍ଯ୍ୟନ୍ତ ଏହିପାରି ପାଣିରେ ଗାଧାନ୍ତୁ ।) ସାବଧାନ ଅତ୍ୟଧିକ ଗରମ ପାଣିରେ ଗାଧାନ୍ତୁ ନାହିଁ ।
  • ଋତୁସ୍ରାବ ଦିନମାନଙ୍କରେ ଥଣ୍ଡାପାଣିରେ ଅଣ୍ଟାରୁ ତଳକୁ ସ୍ନାନ କରନ୍ତୁ ।

ନିୟମିତ ବଦଳରେ ଅନିୟମିତ ଭାବେ ଅଳ୍ପ ବା ବହୁତ ପରିମାଣର ରକ୍ତସ୍ରାବ:

  • ବାରମ୍ବାର ଋତୁସ୍ରାବ ହେବା
  • କ୍ରମାଗତ ଭାବେ ହେଉଥିବା ଋତୁତ୍ସ୍ରାବ ହଠାତ ବନ୍ଦ ହୋଇଯିବା
  • ଅଳ୍ପଦିନ ବ୍ୟବଧାନରେ ଋତୁସ୍ରାବ ହେବା (ନିୟମିତ ଭାବେ ଋତୁସ୍ରାବ ନ ହୋଇ)

ଏସବୁ ଯୌନେନ୍ଦ୍ରିୟର କୌଣସି ଦୁର୍ବଳତା ବା ଅସ୍ଵାଭାବିକତା ହେତୁ ହୋଇନଥାଏ । ରକ୍ତହୀନତା,ଦୁଃଖଚିନ୍ତା, ବ୍ୟସ୍ତଭାବ ଭୟ, ଜରାୟୁର ଜଟିଳତା ଓ ଯକ୍ଷ୍ମା ଇତ୍ୟାଦି ରୋଗ ହେତୁ ଏ ପ୍ରକାର ଋତୁତ୍ସ୍ରାବ ଜନିତ ଅସୁବିଧା ହୋଇପାରେ । ଏ କ୍ଷେତ୍ରରେ ଅସୁବିଧାର କାରଣ ଓ ନିରାକରଣ ବିଶେଷଙ୍କ ପରାମର୍ଶ ଅନୁଯାୟୀ କରିବା ଉଚିତ ।

ଅତ୍ୟଧିକ ରକ୍ତସ୍ରାବ ଯୁକ୍ତ ଋତୁସ୍ରାବ

ଋତୁସ୍ରାବ ସମୟରେ ଅଧିକ ରକ୍ତ ଯିବା ଅନେକ ମହିଳାଙ୍କଠାରେ ଦେଖାଯାଇଥାଏ । ଶରୀରରେ ରକ୍ତର ମାତ୍ରା କମ୍ ଥିଲେ ବିଶେଷ କରି ଆବଶ୍ୟକୀୟ କ୍ୟାଲ୍ସିୟମ ଶରୀରରେ ନ ଥିଲେ ଏ ପ୍ରକାର ଅସୁବିଧା ହୋଇଥାଏ । ଅସୁବିଧା ପାଇଁ ଅନେକଗୁଡାଏ କାରଣ ରହିଥିଲେ ମଧ୍ୟ ଏଥିରେ ବିଷକ୍ରିୟା ହେଉଛି ଅସୁବିଧାର ମୂଳ କାରଣ । ଏହି ବିଷକ୍ରିୟା ଶରୀରରୁ ନିର୍ଗତ କେତେକ ବିଷରସ ହେତୁ ହୋଇଥାଏ ।

ଏ କ୍ଷେତ୍ରରେ ମହିଳାଙ୍କୁ ସମ୍ପୂର୍ଣ୍ଣ ଶୋଇ ରହିବାକୁ ଦରକାର । ଗୋଡପାଖ ୧୦ – ୧୩ ସେ. ମି. ଉଚ୍ଚ ରହିବା ଦରକାର । ବିଶେଷ ରକ୍ତ ଗଲେ ସ୍ୱାସ୍ଥ୍ୟକର୍ମୀ ବା ଡାକ୍ତରଙ୍କ ପରାମର୍ଶ କ୍ରମେ କିଛି ସଫା ଗଜ୍ ବା କନା ଯୋନି ମଧ୍ୟରେ ରହିବାକୁ ପଡିଥାଏ । କିଛି ଦିନ ଯାଏ ରନ୍ଧା ହେଉନଥିବା ଖାଦ୍ୟ ଯଥା କ୍ଷୀର ଏବଂ ଫଳମୂଳ ଖାଇବା ଦରକାର । ପରେ ପରେ ଅଧିକ ପରିଶ୍ରମ କରିବା, ତାମସିକ ଖାଦ୍ୟ ଖାଇବା ପ୍ରଭୃତି ବାରଣ କରାଯାଇଥାଏ । ଏଥିପାଇଁ ଅନେକ ଦିନ ଚିକିତ୍ସା ଦ୍ଵାରା ଶରୀରରେ ସୃଷ୍ଟି ହେଉଥିବା ବିଷ କ୍ରିୟାକୁ ଦୂର କରାଯାଇଥାଏ ।

ମନେରଖନ୍ତୁ - ଋତୁସ୍ରାବ ଜନିତ ଅନେକ ପ୍ରକାରର ବ୍ୟକ୍ତିଗତ ଅସୁବିଧା ଦେଖାଦେଇପାରେ । ଏଥିପାଇଁ ସଂକୋଚନ କରି ବିଶେଷଜ୍ଞଙ୍କୁ ପଚାରି ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।

ମାସିକ  ଋତୁସ୍ରାବ ବିଷୟରେ କେତେ ଭୁଲ ଧାରଣା:

  • ଏହି ସମୟରେ ମହିଳାମାନେ ସଂକ୍ରାମକ ହୋଇଥାନ୍ତି ।
  • ନା, ଋତୁସ୍ରାବ ରକ୍ତ ଅନ୍ୟ ସବୁ ରକ୍ତ ସହିତ ସମାନ । ଏଥିରେ କୌଣସି ଜୀବାଣୁ ସଂକ୍ରମଣ ନ ଥାଏ ।
  • ଋତୁସ୍ରାବ ସମୟରେ ମହିଳାମାନେ ଖାଦ୍ୟପଦାର୍ଥ ସଂକ୍ରମିତ କରିଥାନ୍ତି ।
  • ନା, ଏହା ଏକ ଭ୍ରାନ୍ତ ଧାରଣା ।
  • ଗାଧୋଇବା ଏବଂ ମୁଣ୍ଡ ଧୋଇବା ଋତୁ ହୋଇଥିବା ମହିଳା ଓ ଝିଅମାନଙ୍କ ପକ୍ଷରେ କ୍ଷତିକାରକ ।
  • ନା, ବଋଂ ଏହି ସମୟରେ ପରିଷ୍କାର ପରିଚ୍ଛନ୍ନ ରହିବା ଅଧିକ ଆବଶ୍ୟକ ।
  • ଋତୁସ୍ରାବ ସମୟରେ ମହିଳାମାନେ ଅଶୁଦ୍ଧ । ତେଣୁ ସେମାନେ ଧର୍ମ ଅନୁଷ୍ଠାନରେ ଯୋଗଦେବା ଉଚିତ ନୁହେଁ ।
  • ଏହା ସପକ୍ଷରେ କୌଣସି ଯୁକ୍ତିଯୁକ୍ତତା ନାହିଁ । ଏହା ଏକ ଅନ୍ଧବିଶ୍ଵାସ ମାତ୍ର ।
  • ଡେରିରେ ଋତୁବତୀ ହୋଇଥିବା ଝିଅମାନେ ସାଧାରଣତଃ ବନ୍ଧ୍ୟା ହୋଇଯାଆନ୍ତି ।
  • ଏହା ଭୁଲ୍ । ଋତୁ ହେବା ଅର୍ଥ ନୁହେଁ ଜଣେ ଗର୍ଭଧାରଣ କରିବ ।

ବିଭିନ୍ନ ପ୍ରକାରର ଦେଖାଯାଉଥିବା ପରିବର୍ତ୍ତନ

ସ୍ତନ: ନାରୀର ଶରୀରରେ ସ୍ତନ ହେଉଛି ଏକ ପ୍ରାକୃତିକ ସମ୍ଭାର । ନାରୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହେବା ସହିତ ଅନେକ ଦୁଗ୍ଧ ନଳୀ ଏବଂ ମାଂସପେଶୀକୁ ନେଇ ସ୍ତନ ଗଠିତ ହୋଇଥାଏ । ଏହା ଉପରେ ଥିବା ଚୁଚୁକ ବା ନିପଲ୍ କୁ ସବୁତକ ଦୁଗ୍ଧ ନଳି ସଂଯୁକ୍ତ ହୋଇଥାଏ ସ୍ତନ ବଡ ହେଉ ବା ଛୋଟ ହେଉ ଛୁଆ ପାଇଁ ଆବଶ୍ୟକୀୟ ଦୁଗ୍ଧ ଉଭୟ ପ୍ରକାର ସ୍ତନରୁ ମିଳିଥାଏ ।

କିଶୋରୀମାନଙ୍କ ମନରେ ସ୍ତନକୁ ନେଇ ଅନେକ ଅହେତୁକ ଚିନ୍ତା ଆସିଥାଏ । ସ୍ତନର ଚୁଚୁକ ବଡ ହେବା, ଚୁଚୁକ ଚାରିପାଖେ ଥିବା ସ୍ଥାନଟି କଳା /ବାଦାମି ପଡିବା, ଗୋଟିଏ ସ୍ତନ ଠାରୁ ଅନ୍ୟ ସ୍ତନଟି ଶୀଘ୍ର ବଡ ହେବା ଓ ବେଳେ ବେଳେ ସ୍ତନ ବଡ ଦେଖାଯିବା ଆଦି ପରିସ୍ଥିତି ସେମାନଙ୍କର ଚିନ୍ତାର କାରଣ ହୋଇଥାଏ । କିନ୍ତୁ ଏସବୁ ପରିବର୍ତ୍ତନ ସ୍ଵାଭାବିକ । ଏଥିରେ  ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

ଯଦି ଗୋଟିଏ ସ୍ତନଠାରୁ ଅନ୍ୟ ସ୍ତନଟି ଅସ୍ଵାଭାବିକ ଭାବେ ବଡ ହୋଇଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ କେତେକ କ୍ଷେତ୍ରରେ ସ୍ତନ ଖୁବ ବଡ ହୋଇଗଲେ ବା ଛୋଟ ହୋଇଗଲେ ମହିଳାମାନେ ବିଶେଷ ଚିନ୍ତାକରିଥାନ୍ତି । ସ୍ତନ ଛୋଟ ହୋଇଗଲେ କୌଣସି ବ୍ୟାୟାମ କରି ଏହାକୁ ବଡ କରିବା ସମ୍ଭବ ନୁହେଁ । ଶରୀରର ଓଜନ ବଢିଲେ  ସ୍ତନ ଆକାର ବଢିଥାଏ । କାରଣ ସ୍ତନରେ ଅଧିକାଂଶ ଚର୍ବି ଥାଏ । ଏଥିଲାଗି କେତେକ ହରମୋନ ବା ଜୀବରସ ସମ୍ବଦ୍ଧୀୟ ଚିକିତ୍ସା ରହିଛି । ଏହା ବିଶେଷଜ୍ଞମାନଙ୍କର ପରାମର୍ଶ ନେଇ କାରାଯାଇପାରେ ।

କୌଣସି ଅସ୍ତ୍ରୋପଚାର ଦ୍ଵାରା ସ୍ତନ ବଡ ବା ଛୋଟ କରିବାକୁ ଚେଷ୍ଟା କାଲେ ପରେ ଏହା ଅସୁବିଧାର କାରଣ ହୋଇପାରେ । ବେଳେ ବେଳେ ସୁନ୍ଦର ଦେଖାଯିବାକୁ ବା ଝୁଲି ପଡିଥିବା ସ୍ତନ ପାଇଁ ବିଭନ୍ନ ପ୍ରକାରର ‘ବ୍ରା’ ବ୍ୟବହାର କରାଯାଇଥାଏ । କିନ୍ତୁ ଅତିମାତ୍ରାରେ ଚିପି ଧରୁଥିବା ବା ଟାଇଟ୍ ବ୍ରା ବ୍ୟବହାର କରିବା ଉଚିତ ନୁହେଁ ।

ମନେରଖନ୍ତୁ - କେତେକଙ୍କର ଚୁଚୁକ ବା ସ୍ତନ ଭୁଣ୍ଡି ଭିତରକୁ ପଶି ରହିଥାଏ । ଏଥିପାଇଁ ବିଶେଷ ଚିନ୍ତା କରିବା ଦରକାର ନାହିଁ । ଗର୍ଭ ସମୟରେ ଏହି ସ୍ତନ ଭୁଣ୍ଡି ବଢିବା ସହିତ ବାହାରକୁ ଚାଲିଆସେ । ନଚେତ୍ ଧାଈ, ନର୍ସ ବା ଡାକ୍ତରଙ୍କ ସହାୟତାରେ ଏହା କରାଯାଇପାରେ ।

ବଜାରରେ କିଛି ଚିତ୍ର ଦେଖି ନିଜର ସ୍ତନକୁ ଗୋଳିଆ କରିବାର ଅନେକ ଝିଅ ମନ ବଳାଇଥାନ୍ତି । ଏହା ଏକ ଭୁଲଧାରଣା କାରଣ ଫଟୋ ଉଠାଇବା ଆଗରୁ ଉକ୍ତ ଚିତ୍ରଗୁଡ଼ିକର ମଡେଲ୍ ମାନେ ସ୍ତନରେ ବରଫ ଲଗାଇ କିଛି ମୂହୁର୍ତ୍ତ ପାଇଁ ଏହାକୁ ଗୋଳିଆ କରିଥାଆନ୍ତୁ । ଆହୁରି ମଧ୍ୟ ଫଟୋ ଏବଂ ଛପାର କୌଶଳ ଚିତ୍ରକୁ ଆକର୍ଷଣୀୟ କରିଦିଏ । ତେଣୁ ଏଥିରେ ପ୍ରଭାବିତ ହୋଇ କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ କିମ୍ବା ସ୍ତନକୁ ନେଇ ଅହେତୁକ ଚିନ୍ତା କରନ୍ତୁ ନାହିଁ ।

ବ୍ରଣ : ଝିଅ ଏବଂ କେତେକ ମହିଳାଙ୍କର ବ୍ରଣ ହେବା ଏକ ସାଧାରଣ କଥା । ଅଣ୍ଟ୍ରୋଜେନ୍ ନାମକ ଜୀବରସ ବା ହରମୋନ୍ ଏହାର  କାରଣ । ତରଳ ଓ ଚର୍ବିଯୁକ୍ତ ଖାଦ୍ୟ, ଅତ୍ୟଧିକ ଚକୋଲେଟ୍ ଇତ୍ୟାଦି ଖାଇବା ଯୋଗେ ମଧ୍ୟ ବ୍ରଣ ହୁଏ । ଶରୀରରେ ଥିବା ସୋବାସିୟସ ଗ୍ରନ୍ଥିରୁ ବାହାରୁଥିବା ରସ ଚମକୁ ମସୃଣ ରଖେ । ଯଦି ଏହି ରସ ଚର୍ମରେ ଠିକ୍ ଭାବେରେ ଖେଳେଇ ନହୋଇ ଅଧିକ ପରିମାଣରେ ବାହାରି ଠାଏଁ ଠାଏଁ ଜମାଟ ବାନ୍ଧି ଥାଏ ଏହା ବ୍ରଣର ଆକାର ଧାରଣ କରେ ।

ବ୍ରଣରେ କୌଣସି କ୍ରିମ୍ ଲଗାଇଲେ ଏହା ଭଲ ହୋଇଯାଏ, ତାହା ନିଶ୍ଚିତ ଭାବେ କହିହେବ ନାହିଁ । ଏଥିପାଇଁ ହେଉଥିବା ଜୀବରସ ବା ହରମୋନ ଚିକିତ୍ସା ବ୍ୟୟସାପେକ୍ଷ  ଏବଂ ସମୟସାପେକ୍ଷ ମଧ୍ୟ । ଏ ଚିକିତ୍ସା ବ୍ୟୟସାପେକ୍ଷ  ଏବଂ ସମୟସାପେକ୍ଷ ମଧ୍ୟ । ଏ ଚିକିତ୍ସା କରିବା ଆଗରୁ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଦରକାର ।

ଦେହର ଗନ୍ଧ : ପ୍ରତ୍ୟେକ ପ୍ରାଣୀର ଦେହରୁ ସ୍ଵତନ୍ତ୍ର ଗନ୍ଧ ବାହାରିଥାଏ । ମଣିଷ ଦେହରୁ ମଧ୍ୟ ଗନ୍ଧ ବାହାରେ । ମହିଳା ଓ କିଶୋରୀମାନଙ୍କ ଠାରେ ଏହା ସ୍ଵତନ୍ତ୍ର । କାଖତଳୁ ଏବଂ ଯୌନାଙ୍ଗରୁ ଏହା ବିଶେଷଭାବେ ଜଣାପଡେ । ଏଥିପାଇଁ ବ୍ୟସ୍ତ ନ ହୋଇ ଗନ୍ଧ ବାହାରୁଥିବା ସ୍ଥାନକୁ ଭଲଭାବେ ପରିଷ୍କାର ରଖିବା ଆବଶ୍ୟକ । ସହର ବଜାରମାନଙ୍କରେ କେତେକ ସୁଗନ୍ଧିତ ତୈଳ ପଦାର୍ଥ ବା ଡିଓଡେରାନ୍ଟ  ମିଳେ । ଗନ୍ଧ ବାହାରୁଥିବା ସ୍ଥାନରେ ଏହାକୁ ସିଞ୍ଛନ (ସ୍ପ୍ରେ) କାଲେ ଗନ୍ଧ ଜଣାପଡି ନ ଥାଏ । ଏହା ବ୍ୟବହାର ନକରି କେବଳ ପରିଷ୍କାର ରଖିବା ଅଭ୍ୟାସ କଲେ ଭଲ । ଅନେକ ମଧ୍ୟ ପାଉଡର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହାର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଝାଳ ବାହାରୁ ଥିବା ଗ୍ରନ୍ଥଗୁଡିକ ଏହା ଦ୍ଵାରା ବନ୍ଦ ହୋଇଯାଏ ।

ଆଧାର - ଓଡିଶା ଭଲ୍ୟୁନଟାରୀ ହେଲଥ ଆସୋସିଏସନ, ଭୁବନେଶ୍ଵର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top