অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ

ଚାପରେ କାମ କରୁଥିବା ମହିଳାଙ୍କୁ ହୃଦଘାତ ଆଶଙ୍କା ଅଧିକ

ରୋଗର ଆଶଙ୍କା

ଯେଉଁ ମହିଳାମାନେ କର୍ମଜୀବି ଓ ଅତ୍ୟଧିକ ଚାପରେ କାମ କରୁଛନ୍ତି ସେମାନଙ୍କ ଠାରେ ଗୃହିଣୀମାନଙ୍କ ତୁଳନାରେ ହୃଦଘାତ, ବାଇପାସ୍‌ ସର୍ଜରୀ ଭଳି ସମସ୍ୟା ବେଶି ଦେଖା ଦେଇଥାଏ । ଯଦି ମହିଳାମାନେ କାମ କରୁଥିବା ଜାଗାରେ ଚାପ ଓ ଚିନ୍ତାମୁକ୍ତ ଥାଆନ୍ତି ତେବେ ଏହି ସବୁ ରୋଗର ଆଶଙ୍କା ସେମାନଙ୍କ କ୍ଷେତ୍ରରେ ଦେଖା ଯାଇନଥାଏ । ଏକ ଆନ୍ତର୍ଜାତୀୟ ଗବେଷଣାରୁ ଏହି ତଥ୍ୟ ମିଳିଛି ।

ଗବେଷଣାର ତଥ୍ୟ

୧୦ ବର୍ଷ ହେଲା ୧୭,୦୦୦ ମହିଳାଙ୍କ ଉପରେ କରାଯାଇଥିବା ଏହି ଗବେଷଣାରେ ଏହି କଥାଲୋକଲୋଚନକୁ ଆସିଛି କି ଚାପ ଓ ଅଶାନ୍ତିରେ କାମ କରୁଥିବା ମହିଳାମାନଙ୍କ ଠାରେ ହୃଦଘାତର ଆଶଙ୍କା ୪୦ ପ୍ରତିଶତ ଅଧିକ ଥାଏ ।

ଏହି ବିଷୟରେ ଆଇଏମ୍‌ଏର ହୃଦରୋଗ ବିଶେଷଜ୍ଞ କହିଛନ୍ତି ଫାଇଟ୍‌ ହର୍ମୋନ୍‌ ଦ୍ୱାରା ମିଳୁଥିବା ଚାପ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହାପାଇଁ ଶରୀରରେ ରକ୍ତଚାପ ବଢ଼ିଥାଏ । ମହିଳାମାନେ କର୍ମକ୍ଷେତ୍ରରେ ଚିନ୍ତାରେ ଡରି ଡରି କାମ କରୁଥିବାରୁ ହୃଦଘାତର ଲକ୍ଷଣ ଦେଖାଦେଇଥାଏ । ସେଥିରେ ଓଜନ ବଢ଼ିବା ସହ ଓଜନ କମି ମଧ୍ୟ ଯାଇଥାଏ, କୋଲେଷ୍ଟ୍ରୋଲ୍‌ ଶରୀରରେ ବୃଦ୍ଧି ପାଇଥାଏ । ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ନହୋଇ ରକ୍ତ ଜମାଟ ବାନ୍ଧି ଥାଏ ।

ବିଶେଷଜ୍ଞ କହିଛନ୍ତି ଅଧିକ ଚିନ୍ତିତ ହୋଇ କାମ କରୁଥିବା ମହିଳାମାନଙ୍କୁ ନିଜ ଜୀବନଶୈଳୀ ଉପରେ ଧ୍ୟାନ ଦେବା କଥା । ଚିନ୍ତା ଦେଉଥିବା କାରଣକୁ ଦୂରେଇବାକୁ ଚେଷ୍ଟା କରିବା ଦରକାର । ଅଫିସ୍‌ରୁ କାମ ସାରି ଥରେ ଯିବା ପରେ ଆଉ କାମ ବିଷୟରେ ଭାବନ୍ତୁ ନାହିଁ  କି ସେ ସମ୍ପର୍କରେ ମଧ୍ୟ ଆସନ୍ତୁ ନାହିଁ । ସମୟ ନିର୍ଦ୍ଧାରଣ କରନ୍ତୁ । ଧ୍ୟାନ କିମ୍ବା ଯୋଗ କରନ୍ତୁ  । ଅଫିସ କାମ ଘରେ କରନ୍ତୁ ନାହିଁ । ଟିଭି ଦେଖନ୍ତୁ । ଅଫିସ୍‌ ବାହାରର ସାଙ୍ଗସାଥୀଙ୍କ ସହ ସମୟ ବାହାର କରି କଥାହୁଅନ୍ତୁ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate