অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥା

ଉପକ୍ରମ

ଗର୍ଭାବସ୍ଥା, (ଇଂରାଜୀରେ ପ୍ରେଗନାନ୍‌ସି, ଗ୍ରାଭିଡିଟି ବା ଜେସ୍ଟାସନ ଯଥାକ୍ରମେ Pregnancy, alsoknown as gravidity or gestation), ଏକ ସମୟ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରେ ଏକ ନୂତନ ଶିଶୁ ସୃଷ୍ଟି ହୁଏ ।  ଯାଆଁଳା ନାମ ଦିଆଯାଏ ଯେତେବେଳେ ଏକାଧିକ ଶିଶୁ ଗର୍ଭରେ ସୃଷ୍ଟି ହୁଅନ୍ତି । ଯୌନ ସମ୍ଭୋଗ କିମ୍ବା ସାହାଯ୍ୟକାରୀ ପ୍ରଜନନ ପ୍ରକ୍ରିୟାଦ୍ୱାରା ଗର୍ଭାଧାନ ହୋଇପାରେ । ସାଧାଣତଃ ଏଲ.ଏମ‌.ପି. ବା ଶେଷ ଋତୁସ୍ରାବଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ୪୦ ସପ୍ତାହ ଧରି ଗର୍ଭାବସ୍ଥା ସମୟ  । ଚାନ୍ଦ୍ର ମାସ ଅନୁସାରେ ଏହି ସମୟ ୯ ମାସରୁ ଅଧିକ ହୁଏ ଯେ ହେତୁ ଏହି ମାସର ଅବଧି ୨୯ ୧/୨ ଦିନ ଥାଏ ।  ଗର୍ଭାଧାରଣ (fertilisation) ସମୟରୁ ହିସାବ କଲେ ଏହା ୩୮ ସପ୍ତାହ ହୁଏ । ଗର୍ଭାଧାନରୁ ପ୍ରଥମ ୮ ସପ୍ତାହ ପର୍ଯ୍ୟନ୍ତ ଗର୍ଭସ୍ଥ ଶିଶୁକୁ ଭୃଣ କୁହାଯାଏ ଓ ତା ପରେ ଜନ୍ମ ପର୍ଯ୍ୟନ୍ତ ଫିଟସ କୁହାଯାଏ । ଗର୍ଭାବସ୍ଥାର ପ୍ରଥମ ସମୟରେ ଋତୁସ୍ରାବ ବନ୍ଦ ହୋଇଯାଏ, ସ୍ତନ ଦରଜ ହୁଏ, ପ୍ରାତଃ ବେମାରୀ ବା ମର୍ନିଙ୍ଗ ସିକନେସ ହୁଏ, ଭୋକ ବେଶି ହୁଏ ଓ ବାରମ୍ବାର ପରିସ୍ରା ହୁଏ । ପ୍ରେଗନାନସି ଟେସ୍ଟ ବା ପରୀକ୍ଷା କରି ଗର୍ଭାଧାନ ହୋଇଛି କି ନାହିଁ ଜଣାଯାଏ ।

ଗର୍ଭାବସ୍ଥାର ଶ୍ରେଣୀ ବିଭାଗ

ଗର୍ଭାବସ୍ଥାକୁ ୩ ଟି ତ୍ରୈମାସିକରେ ବିଭକ୍ତ କରାଯାଏ । ଡିମ୍ବାଣୁ ଓ ଶୁକ୍ରାଣୁ ମିଳନ ପରେ ନିଷିକ୍ତ ଡିମ୍ବାଣୁ ଫାଲୋପିଆନ ଟ୍ୟୁବରୁ ତଳକୁ ଖସି ଆସି ଜରାୟୁରେ ସଂଯୁକ୍ତ ହୋଇଯାଏ ଓ ସେଠାରେ ଫିଟସ ଓ ପ୍ଲାସେଣ୍ଟା ତିଆରି ହୁଏ ।  ଏହି ପ୍ରଥମ ତ୍ରୈମାସିକ ସମୟରେ ସ୍ଵତଃ ଗର୍ଭପାତ (miscarriage) ବା ଭ୍ରୁଣ/ଫିଟସର ସ୍ଵାଭାବିକ ମୃତ୍ୟୁ ଅଧିକ ହୁଏ ।  ତେର ସପ୍ତାହରୁ ୨୮ ସପ୍ତାହ ପର୍ଯ୍ୟନ୍ତ ସମୟକୁ ଦ୍ଵିତୀୟ ତ୍ରୈମାସିକ କୁହାଯାଏ । ତୃତୀୟ ତ୍ରୈମାସିକ ୨୯ ସପ୍ତାହରୁ ୪୦ ସପ୍ତାହକୁ କୁହାଯାଏ ।

ଉପଚାର

ଗର୍ଭବତୀ ମା ର ପ୍ରସବପୂର୍ବ ଯତ୍ନ ଉପରେ ଗର୍ଭାବସ୍ଥାର ଫଳାଫଳ ନିର୍ଭର କରେ ।  ଏହି ଯତ୍ନ ମଧ୍ୟରେ ଅଧିକ ଫଲିକ ଏସିଡ ଖାଇବା, ନିଶା ଦ୍ରବ୍ୟ ନିଷିଦ୍ଧ କରିବା, ନିୟମିତ ବ୍ୟାୟାମ କରିବା, ରକ୍ତ ପରୀକ୍ଷା ଓ ନିୟମିତ ଶାରୀରିକ ପରୀକ୍ଷା ଇତ୍ୟାଦି କରିବା ଆବଶ୍ୟକ । ଗର୍ଭାବସ୍ଥା ଜଟିଳତା ମଧ୍ୟରେ ଗର୍ଭାବସ୍ଥା ଉଚ୍ଚ ରକ୍ତଚାପ, ଗର୍ଭାବସ୍ଥା ଡାଏବେଟିସ, ଲୌହ ଅଭାବ ଆନିମିଆ, ଓ ଅତ୍ୟଧିକ ଓକାଳ ଓ ବାନ୍ତି ହୁଏ ।  ଟର୍ମ ଗର୍ଭାବସ୍ଥା ୩୭ ରୁ ୪୧ ସପ୍ତାହକୁ କୁହାଯାଏ, ସହଳ ଟର୍ମ ୩୭ ଓ ୩୮ ସପ୍ତାହ, ସମ୍ପୂର୍ଣ ଟର୍ମ ୩୯ ଓ ୪୦ ସପ୍ତାହ ଓ ଲେଟ ଟର୍ମ ୪୧ ସପ୍ତାହ । ୪୧ ସପ୍ତାହ ପରେ ଗର୍ଭ ରହିଲେ ତାହାକୁ ପୋଷ୍ଟ ଟର୍ମ କୁହାଯାଏ । ୩୭ ସପ୍ତାହ ପୂର୍ବରୁ ଜନ୍ମିତ ଶିଶୁର ସେରେବ୍ରାଲ ପାଲ୍ସି ହେବା ସଙ୍କଟ ବଢ଼ିଯାଏ । ୩୯ ସପ୍ତାହ ପୂର୍ବରୁ କୌଣସି ଡାକ୍ତରୀ କାରଣ ନ ଥାଇ ସିଜରିଆନ ସେକସନ ବା ପ୍ରସବ ପ୍ରେରଣ କରିବାକୁ ସୁପାରିସ କରାଯାଏ ନାହିଁ ।

ପରିସଂଖ୍ୟାନ

ସନ୨୦୧୨ ରେ ପୃଥିବୀରେ ପ୍ରାୟ ୨୧୩ ନିୟୁତ ଗର୍ଭଧାରଣ ହୋଇଥିଲା, ୧୯୦ ନିୟୁତ ବିକାଶଶୀଳ ଦେଶ ଓ ୨୩ ନିୟୁତ ବିକଶିତ ଦେଶମାନଙ୍କରେ ହୋଇଥିଲା । ପନ୍ଦର ରୁ ୪୪ ବର୍ଷ ବଯସର ମହିଳାଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧୩୩ ମହିଳା ଗର୍ଭଧାରଣ କରିଥିଲେ ।  ସେମାନଙ୍କ ମଧ୍ୟରୁ ୧୦ ରୁ ୧୫ % ମହିଳାଙ୍କର ସ୍ଵତଃ ଗର୍ଭପାତ ହୋଇଥିଲା ।  ସନ ୨୦୧୩ ରେ ଗର୍ଭ ଜଟିଳତାରେ ୨୯୩,୦୦୦ ମୃତ୍ୟୁ ହୋଇଥିଲା ଓ ଏହା ସନ ୧୯୯୦ ରେ ହୋଇଥିବା ୩୭୭,୦୦୦ ମୃତ୍ୟୁ ଅପେକ୍ଷା କମ ଥିଲା । ଏଥିରୁ ଅର୍ଦ୍ଧେକ ସଂଖ୍ୟା ଗର୍ଭପାତରେ ଶେଷ ହୁଏ । ଆମେରିକାରେ ଗର୍ଭ ଧାରଣ କରୁଥିବା ମହିଳାଙ୍କ ମଧ୍ୟରୁ ୬୦ % ମହିଳା ଜନ୍ମ ନିରୋଧ ବଟିକା ବ୍ୟବହାର କରୁଥିଲେ ।

ସରକାରୀ ଯୋଜନା

  • ମମତା ଯୋଜନା -
  • ମମତା ଏକ ମାନବିକ ଗୁଣ ଯାହାକୁ ମଣିଷପଣିଆର ସବୁଠୁ ଉର୍ଧ୍ଧରେ ଥିବା ଗୁଣ ଭାବରେ ବିବେଚନା କରାୟାଇଥାଏ, ଏହାକୁ ସମାଜ ଗଠନ, ଦର୍ଶନ ଓ ମଣିଷପଣିଆର ମୂଳସ୍ତମ୍ଭ କୁହାଯାଇଥାଏ । "ମମତା ଯୋଜନା" : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଏକ ସର୍ତ୍ତମୂଳକ ମାତୃ ମଙ୍ଗଳ ଯୋଜନା ବା (conditional maternity benefit scheme)। ଏହି ଯୋଜନାଟି ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଗର୍ଭାବସ୍ଥା ଓ ଗର୍ଭାବସ୍ଥାପରର ସ୍ୱାସ୍ଥ୍ୟ ନିମନ୍ତେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଉଭୟ ମା ଓ ନବଜାତ ଶିଶୁର ଯତ୍ନ ନିମନ୍ତେ ମୋଟ ଟ.୫୦୦୦.୦୦ଙ୍କାର ଏକ ନିର୍ଦ୍ଧିଷ୍ଟ ରାଶି ଚାରିଗୋଟି କିସ୍ଥିରେ ଗର୍ଭାବସ୍ଥାରୁ ଆରମ୍ଭ କରି ନବଜାତ ଶିଶୁକୁ ନଅ ମାସ ହେବା ମଧ୍ୟରେ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଜିମା ଦିଆଯାଇଥାଏ। ଯେହେତୁ ମମତା ଯୋଜନାଟି ଏକ ସର୍ତ୍ତମୂଳକ ମାତୃମଙ୍ଗଳ ଯୋଜନା ସେଥିଲାଗି ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭାବସ୍ଥାର ପଞ୍ଜିକରଣ କରାଇ ଆବଶ୍ୟକ ସର୍ତ୍ତଗୁଡିକୁ ପାଳନ କରିବାକୁ ପଡିଥାଏ ।

ଆଧାର - "ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଚାଇଲ୍ଡ ହେଲଥ ଆଣ୍ଡ ହ୍ୟୁମ୍ୟାନ ଡେଭଲପମେଣ୍ଟ"

Last Modified : 3/17/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate