অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷାଦିନେ ଗର୍ଭବତୀ ସୁସ୍ଥ ରହିବାର ଉପାୟ

ବର୍ଷାଦିନେ ଗର୍ଭବତୀ ସୁସ୍ଥ ରହିବାର ଉପାୟ

ଉପକ୍ରମ

ଗ୍ରୀଷ୍ମ ଓ ଶୀତ ଦିନ ଅପେକ୍ଷା ବର୍ଷା ଦିନର ଜଳବାୟୁବହୁତ ଲଭ ଲାଗେ । ହେଲେ ଏହି ଦିନ ଗର୍ଭାବତୀଙ୍କ ପାଇଁ କିଛି ସମସ୍ୟାର କାରଣ ହୋଇଥାଏ । ଏହି ସମୟରେ କେତେକ ସଂକ୍ରମଣ ଜନିତ ରୋଗ ଗର୍ଭବତୀ ମା’ ଓ ପିଲା ଉପରେ ବିଶେଷ ପ୍ରାଭାବ ପକାଇଥାଏ । ବର୍ଷାଦିନର ମୌସୁମୀ ଥଣ୍ଡା ରହିବା ହେତୁ କୀଟାଣୁ ଓ ଜୀବାଣୁ ଗତିଶୀଳ ହୋଇଥାନ୍ତି । ଏହାଦ୍ଵାରା ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଫ୍ଲୁ, ଜ୍ଵର, ତ୍ଵଚା ସଂକ୍ରମଣ, ଫଙ୍ଗସ ସଂକ୍ରମଣ, ଖାଦ୍ୟ ସଂକ୍ରମଣ ଓ ପାଣି ସଂକ୍ରମଣର ବିପଦ କେତେଗୁଣା ବଢିଯାଏ । ଏଣୁ ଏହି ସମୟରେ ଗର୍ଭାବତୀ ସତର୍କ ରହିବା ଦରକାର ।

ଏହି ମୌସୁମୀ ରେ ଲେପ୍ଟୋସିରୋସିସ ଆଦି ଗମ୍ଭୀର ରୋଗ ହେବାର ଆଶଙ୍କା ବଢିଯାଏ । ସାଧାରଣତଃ ଏହିଦିନେ ମଣିଷ ଦ୍ଵାରା ହେଉ ଅବା ପଶୁ ଦ୍ଵାରା ଜୀବାଣୁ ଯାଇ ଗର୍ଭବତୀ ମହିଳାଙ୍କଠାରେ ପହଞ୍ଚେ । ଏହାର ବିଶେଷ ପ୍ରଭାବ ଗର୍ଭରେ ବଢୁଥିବା ପିଲା ଉପରେ ପଡେ । ଏପରି ବି ହୁଏ ପିଲାର ଜୀବନ ନେଇଯାଏ  ଏହି ଜୀବାଣୁ । ଏହାବ୍ୟତୀତ ପେଟ ସଂକ୍ରମଣ ଡ଼ିହାଇଡ୍ରେସନ ଆଦି ଜଳ ଜନିତ ରୋଗ ହୋଇଥାଏ । ଏଥିପାଇଁ ଗର୍ଭାବତୀ ମହିଳା ଏହି ମୌସୁମୀରେ ବିଶେଷ ଧ୍ୟାନ ରଖିବା ଦରକାର ।

ଗର୍ଭାବତୀ ମହିଳା ମୌସୁମୀରେ ବିଶେଷ ଧ୍ୟାନ

ଖାଦ୍ୟପେୟ

  • ବର୍ଷାଦିନେ ଦିହାଇଡ୍ରେସନ ଏକ ବଡ ସମସ୍ୟା । ଏଥିପାଇଁ ଏହିଦିନେ ପ୍ରଚୁରପାଣି ପିଅନ୍ତୁ ।ତରଳ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ । ଏହା ଶରୀରରେ ଜଳୀୟଅଂଶ ଧରି ରଖିବା ସହ ଚିନ୍ତା  ଦୂର କରେ ।
  • ଯଦି ଚେତାଶୂନ୍ୟ, ମୁଣ୍ଡବୁଲାଇବା, ମୁଣ୍ଡବ୍ୟଥା ଅବା ଗରମ ଭଳି କିଛି ସମସ୍ୟା ଦେଖାଦେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାସହିତ ତରଳ ଖାଦ୍ୟ ଖାଆନ୍ତୁ ।
  • ରାସ୍ତା କଡରେ ତିଆରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଯଦି ସେହିଭଳି ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥାଏ, ତେବେ ନିଜେ ବାହାର ଖୋଲା ପାଣି ପିଇବା ଅପେକ୍ଷା ମିନେରାଲ ପାଣି ପିଅନ୍ତୁ ।
  • ଖାଦ୍ୟପ୍ରସ୍ତୁତ ସମୟରେ ପନିପରିବାକୁ ଭଲ ଭାବରେ ଧୁଅନ୍ତୁ । ବିଶେଷକରି ସବୁଜ ପନିପରିବା ରୋଷେଇରେ ସାମିଲ କରନ୍ତୁ । ଏହା ଉଭୟ ମା' ଓ ପିଲା ପାଇଁ ବହୁତ ଭଲ ।

ଘର ସଫା

  • ଗର୍ଭାବସ୍ଥାରେ ଘରର ସଫାସୁତୁରା ଉପରେ ସର୍ବଦା ଧ୍ୟାନ ଦେବା ଦରକାର । ଘରେ କୌଣସି କୀଟାଣୁ ଜୀବାଣୁ ନ ରହିବା ଦରକାର । ଯଦି ଘରେ ମଇଳା ରହେ, ତେବେ କୀଟାଣୁ ତ୍ଵଚା ପେଟକୁ ସଂକ୍ରମଣ କରିବା । ଘରର ଦ୍ଵାରମୁହଁ ଖୋଲା କରି ରଖ । ଏହାଦ୍ଵାରା ତାଜା ପବନ ଘର ଭିରାରକୁ ଆସିବ ।
  • ଡେଙ୍ଗୁ ଓ ମ୍ୟାଲେରିଆଠାରୁ ରକ୍ଷା ପାଇବା ପାଇଁ ସର୍ବଦା କୁଳର ସଫା ରଖନ୍ତୁ ।
  • ଜୋଟା ଚପଲ ଘର ଭିତରକୁ ନ ଆଣି ଘର ବାହାରେ ରଖନ୍ତୁ । ଏହାଦ୍ଵାରା ବାହାରର ଜୀବାଣୁ ଓ କୀଟାଣୁ ଘରକୁ ଆସିବ ନାହିଁ ।
  • ଏହି ସମୟରେ ଯେତେସମ୍ଭବ ଘର ଲୋକ ଓ ଡାକ୍ତରଙ୍କ ସହିତ ପରାମର୍ଶ ନିଅନ୍ତୁ । ଏହାଦ୍ଵାରା ଜୀବାଣୁ ଓ କୀଟାଣୁଠାରୁ  ଦୂରେଇ  ରହିପାରିବେ ଏବଂ ସୁସ୍ଥ ରହିପାରିବେ ।

କପଡା

  • ବର୍ଷାଦିନେ ବି ଦେହରୁ ଝାଳ ବାହାରେ । ଏଣୁ ଆରାମ ଲାଗୁଥିବା କପଡା ପିନ୍ଧନ୍ତୁ । ଯାହା ଆରାମଦାୟକ ଅନୁଭବ ହେବ । ଏହାସହିତ ପେଟକୁ ମଧ୍ୟ ଆରମ ଲାଗିବ ।
  • ବର୍ଷାଦିନେ ସର୍ବଦା ଢିଲା ପୋଷାକ ପିନ୍ଧନ୍ତୁ । କାରଣ ଟାଇଟ୍ ପୋଷାକ ପିନ୍ଧିବା ଦ୍ଵାରା କୁଣ୍ଡାଇ ହେବା ପରି ସମସ୍ୟା ଦେଖାଦେଇଥାଏ । ଏମିତିରେ ବି ଟାଇଟ୍ ପୋଷାକ ପିନ୍ଧିଥିଲେ ଶିଶୁ ପାଇଁ କ୍ଷତିକାରକ ଶିଶୁ ଠିକ୍ ଭାବରେ ବିକାଶ କରିପାରେ ନାହିଁ । ଏଣୁ ଆରାମଦାୟକ ପୋଷାକ ପିନ୍ଧନ୍ତୁ ।
  • ସିନ୍ଥେଟିକ୍ ପୋଷାକ ନପିନ୍ଧି ସୂତା ପୋଷାକ ପିନ୍ଧନ୍ତୁ । ସେନ୍ଥେଟିକ୍ ତ୍ଵଚା ଉପରେ ପ୍ରଭାବ ପକାଇପାରେ । ପାଦକୁ ଘୋଡାଇ ରଖିବା ଦରକାର । ଏଣୁ ସର୍ବଦା ମୋଜା ପିନ୍ଧନ୍ତୁ । ଏହା ଦ୍ଵାରା ଅଧିକ ଥଣ୍ଡା ହୋଇନଥାଏ ।

ସଫା ସୁତୁରା

  • ଗର୍ଭବତୀ ଅତିକମ୍ ରେ ଦୁଇଥର ଗାଧୋଇବା ଦରକାର । ପ୍ରତି ଏକ ଘଣ୍ଟା ଅନ୍ତରରେ ଓଦା ଟାୱେଲରେ ଚେହେରା ପୋଛି ଦେବା ଦରକାର । ଯଦି ସମ୍ଭବ ହୁଏ ଗୋଲାପ ଜଳରେ ଚେହେରା ପୋଛି ପାରିବେ ।
  • ବଗିଚାରେ ବି ଖାଲି ପାଦରେ ଚାଳନ୍ତୁ ନାହିଁ । କାରଣ ବର୍ଷାଦିନିଆ କାଦୁଅରେ ପାଦର ତ୍ଵଚା ସଂକ୍ରମଣ ହୋଇପାରେ । ସଡକ ଉପରେ ଚାଲୁଥିବା ପାବୀ ମଧ୍ୟ ଗର୍ଭାବତୀଙ୍କ ପାଇଁ କ୍ଷତିକାରକ । ଏଣୁ ଏଥିପ୍ରତି ସାବଧାନ ରହିବା ଦରକାର । ଯେତେଥର ବାହାରକୁ ଯିବେ, ସେତେଥର ହାତ ଓ ଗୋଡ ଉଷୁମ ପାଣି କିମ୍ବା ମେଡିକେଟେଡ୍ ସାବୁନ୍ ରେ ଧୁଅନ୍ତୁ । ଏହାଦ୍ଵାରା ଜୀବାଣୁ ଆପଣଙ୍କ ପିଲା ପାଖରେ ପହଞ୍ଚିପାରିବ ନାହିଁ ।
  • ଏହି ଦିନରେ ଜଳ ଜନିତ ରୋଗ ଯୋଗୁଁ ପେଟରେ ସଂକ୍ରମଣ ହେବା ଏକ ସାଧାରଣ କଥା । ଏଥିପାଇଁ ଆପଣ ଯେଉଁ ପିଉଛନ୍ତି ତାହା ସଫା ହୋଇଥିବା ସହିତ ଜୀବାଣୁ ମୁକ୍ତ ହେବା ଦରକାର । ଏହା ମଧ୍ୟ ମନେରଖିବେ ଗର୍ଭାବାସ୍ଥାରେ ହାଇଜେନିକ୍ ଖାଦ୍ୟ ଖାଇବା ସହିତ ଫାଷ୍ଟଫୁଡ୍ ଓ ପକେଟ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
  • ଗର୍ଭବତୀଙ୍କ ସହିତ ଘରର ସମସ୍ତ ସଦସ୍ୟ ସଫା ସୁତୁରା ଏଆହିବା ଦରକାର । ଏହା ଦ୍ଵାରା ପିଲାଟି ସୁସ୍ଥ ଭାବରେ ଜନ୍ମ ହୋଇପାରିବ ।

ଆଧାର - ସ୍ୱାସ୍ଥ୍ୟ ଡାଏରୀ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate