অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ଓ ହୃଦ ରୋଗ

ହୃଦ ରୋଗ

ଅନେକ ଭାବନ୍ତି ହୃଦରୋଗରେ କେବଳ ପୁରୁଷମାନେ ଆକ୍ରାନ୍ତ ହୁଅନ୍ତି ଏବଂ ମହିଳାମାନେ ଏହାର ଶିକାରହୋଇ ଥାନ୍ତି ।   ସେମାନେ ବି ହୃଦରୋଗରେ ମୃତ୍ୟୁବରଣ କରିଥାନ୍ତି । ତେବେ ପୁରୁଷ ଓ ମହିଳାଙ୍କ ହୃଦଘାତ ଭିତରେ କାରଣ, ଚିହ୍ନଟ ଓ ଲକ୍ଷଣକୁ ନେଇ ପାର୍ଥକ୍ୟ ରହିଛି । ଏ ବିଷୟରେ ଏଠାରେ ଏକ ବିଶେଷ ଆଲେଖ୍ୟ ।

ଅନେକେ  ହୃଦଘଟକୁ ପୁରୁଷମାନଙ୍କର ରୋଗ ବୋଲି ଭବିଠନ୍ତି ଏବଂ ଅନେକଙ୍କର ଧାରଣା ଅତ୍ୟଧିକ ମାନସିକ ଓ ଶାରୀରିକ ଚାପ ଯୋଗୁଁ ପୁରୁଷମାନେ ଏହା ଭୋଗିଥାନ୍ତି । ତେବେ ଆଜିକାଲି ମହିଳାମାନେ ମଧ୍ୟ ହୃଦ୍ ଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ପ୍ରାୟ ଅଢେଇ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା କାରୋନାରୀ ଧମନୀ ଜନିତ ହୃଦରୋଗ ବା ହୃଦଘାତରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ମଧ୍ୟ ଅନେକ ମହିଳା ହୃଦରୋଗରେ ମୃତ୍ୟୁବରଣ କରୁଛନ୍ତି । ଏହି ମୃତ୍ୟୁହାର କର୍କଟ ରୋଗଠାରୁ ମଧ୍ୟ ଅଧିକ ।

ଯଦିଓ କେତେକାଂଶରେ ପୁରୁଷ ଓ ମହିଳାଙ୍କର ହୃଦଘାତ ସମାନ ହୋଇଥାଏ । ତେବେ ଅହିକାଂଶ କ୍ଷେତ୍ରରେ ମହିଳା ଓ ପୁରୁଷ ଉଭୟଙ୍କର ହୃଦଘାତର କାରଣ, ଲକ୍ଷଣ ଓ ଚିହ୍ନଟରେ ଅନେକଗୁଡିଏ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଆସନ୍ତୁ ଜାଣିବା, ଏହି ପାର୍ଥକ୍ୟଗୁଡିକ କ’ଣ ଏବଂ କିପରି ତାକୁ ଚିହ୍ନଟ ଓ ଚିକିତ୍ସା କରିବା ।

ପାର୍ଥକ୍ୟ

  • ରୋଗର ଲକ୍ଷଣରେ ପାର୍ଥକ୍ୟ ।
  • ହୃଦଘାତ  ପାଇଁ ହେଉଥିବା ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ । ରିସ୍କଫେକ୍ଟରରେ ପାର୍ଥକ୍ୟ ।
  • ଅନ୍ତଃସ୍ରାବୀ ରସ ବା ହରମୋନର ପ୍ରଭାବରେ ପାର୍ଥକ୍ୟ ।
  • ହୃଦରୋଗର ଯତ୍ନରେ ଲିଙ୍ଗଗତ ପାର୍ଥକ୍ୟ ।
  • ମହିଳାମାନଙ୍କ ହୃଦରୋଗ କଟିଳତାକୁ ବିଶେଷ ଗୁରୁତ୍ଵ ନଦେବା ଇତ୍ୟାଦି ।

ଲକ୍ଷଣଗତ ପାର୍ଥକ୍ୟ

୪୫ ବର୍ଷ ପୂର୍ବରୁପୁରୁଷମାନେ ବେଶୀ ପରିମାଣରେ ହୃଦଘାତର ଶିକାର ହେଉଥିବା ବେଳେ ମାସିକ ଋତୁସ୍ରାବର ବିରତି ପରେ ମହିଳା ମାନେ ସମାନ ପରିମାଣରେ ହୃଦରୋଗର ଶିକାର ହୋଇଥାନ୍ତି । ମହିଳାମାନଙ୍କୁ ଥରେ ହୃଦଘାତ ହେଲେ ସେମାନେ ପ୍ରାୟ ମୃତ୍ୟୁମୁଖରେ ପଡିଥାନ୍ତି ୧୫ ରୁ ୪୫ ବର୍ଷ ଭିତରେ ଏହି ସ୍ତ୍ରୀ ହରମୋନ ଇଷ୍ଟ୍ରାଜେନ୍ ମହିଳାମାନଙ୍କ ଶରୀରରେ ହାଇ ଡେନସିଟି ଲାଇପୋ ପ୍ରୋଟିନ ( ଏଚ. ଡି.ଏଲ) ବା ଭଲ କୋଲେଷ୍ଟେରୋଲର ପରିମାଣ ବଢାଇଦିଏ । ଇଷ୍ଟ୍ରୋଜେନ୍ ଧମନୀ ଭିତରେ ଥିବା ପ୍ଳେଟଲେଟ ଓ ଫୋମସେଲ ( ମାକ୍ରୋଫେଜେସ୍ ) କୁ ଏକତ୍ରିମ ହେବାକୁ ଦିଏ ନାହିଁ । ଏହା ଧମନୀ ବିତରେ ଥିବା ଶୈଷ୍ମିକ ଝିଲ୍ଲୀରୁ ନାଇଟ୍ରିକ୍ ଅକସାଇଡ୍ ଓ ପ୍ରୋଷ୍ଟାସାଇକ୍ଲିନ୍ ଝରାଇବାରେ ସାହାଯ୍ୟ କରିଥାଏ ଏବଂ ତଦ୍ଵାରା ଅଣଓସାରିଆ ଧମନୀ ପ୍ରସାରିତ ହୋଇଥାଏ ।ଏହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରି ଧମନୀ ଭିତରେ ଚର୍ବି ଜମିବାକୁ ଦିଏ ନାହିଁ ।

ମହିଳାମାନଙ୍କର ଶରୀରରେ ଝୁରିଥିବା ହରମୋନ ଇଷ୍ଟ୍ରୋଜେନ୍ ‘ ରକ୍ଷା କବଚ ହିସାବରେ କାମ କରିଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ହୃଦଘାତରେ ଟିପିକାଳ ଛାତିବ୍ୟଥା ହୃତପିଣ୍ଡ ସ୍ଥାନରେ ହୋଇଥାଏ । ପରିଶ୍ରମ କରେ । ଏହା ବେଶୀ ହୋଇଥାଏ ଓ ବିଶ୍ରାମ ନେଲେ କମିଯାଇଥାଏ, କିନ୍ତୁ ମହିଳାମାନଙ୍କର ଛାତିବ୍ୟଥା ବିଶ୍ରାମ ସମୟରେ, ଶୋଇବା ସମୟରେ କିମନା ମାନସିକ ଚିନ୍ତା ସମୟରେ ବେଶୀ ମାନରେ ହୋଇଥାଏ । କେତେକ ମହିଳା ମାନଙ୍କର ହୃଦଘାତ ସମୟରେ ଉପର ପେଟବ୍ୟଥା, କାନ୍ଧବ୍ୟଥା, ବାନ୍ତି କ୍ଳାନ୍ତ ଲାଗିବା ତଥା ଅଣନିଃଶ୍ଵାସୀ ଲାଗିବା ଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ । ଅନେକଙ୍କର ଏସିଡିଟି ହେବା ଭଳି ଲକ୍ଷଣ ଦେଖାଯାଏ ।

ହୃଦଘାତ ପାଇଁ ପରୀକ୍ଷାର ଫଳାଫଳରେ ପାର୍ଥକ୍ୟ :

ମହିଳାମାନଙ୍କର ହୃଦଘାତ ରୋକିବା ପାଇଁ ପ୍ରଥମ ପଦେକ୍ଷପ ହେଉଛି ରୋଗର ଅବ୍ୟର୍ଥ ଚିହ୍ନଟ । ତେଣୁ ମହିଳାମାନଙ୍କର ଇଲେକ୍ଟୋ କାର୍ଡଓଗ୍ରାଫ ( ଇସିଜି), ଏକ୍ସରସାଇଜ୍ ( ଇ.ସି.ଜି) ରେ ଯେତିକି ରୋଗ ଦେଖା ଦେଇଥାଏ ତା’ ଠାରୁ ଲକ୍ଷଣଗୁଡିକ କମ୍ ସେନ୍ସିଟିଭ ଓ ସ୍ପେସିଫିକ ଯାନାପଡିଥାଏ । ତେବେ ଇ.ସି.ଜି ସହ କାଳର ଉପଲର ଇକୋକାର୍ଡିଓଗ୍ରାଫି ଓ ଷ୍ଟ୍ରେସ୍ ଇକୋକାର୍ଡିଓଗ୍ରାଫି ଦ୍ଵାରା ମହିଳାମାନଙ୍କର ହୃଦଘାତକୁ ଚିହ୍ନଟ କରିହୁଏ । ମହିଳାମାନଙ୍କର ଲକ୍ଷଣ ଅପେକ୍ଷା ରୋଗ ଅଧିକ ପରିମାଣରେ ହୋଇଥାଏ ।

ମହିଳାମାନଙ୍କ ପାଇଁ ବିପଦ ( ରିସ୍କ ଫେକ୍ଟର)

ଧୂମପାନ ହୃଦଘାତର ଏକ ମୁଖ୍ୟ କାରଣ । ଅବଶ୍ୟ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ବେଶୀ ଧୂମପାନ କରନ୍ତୁ । କିନ୍ତୁ ଆଜିକାଲି ଅଳ୍ପ ବୟସର ମହିଳାମାନେ ବେଶୀ ଧୂମପାନ କରୁଛନ୍ତି । ମାସିକ ରୁତୁସ୍ରାବ ବିରତି ପୂର୍ବରୁ ଯଥା ୪୪ ବର୍ଷ ମଧ୍ୟରେ ଧୂମପାନ କରୁଥିବା ମହିଳାମାନେ ବେଶୀ ହୃଦଘାତର ଶିକାର ହୋଇଥାନ୍ତି । ୧-୪ ଟି ସିଗାରେଟ ପାନ କରୁଥିବା ମହିମାନେ ପ୍ରାୟ ୨ ଗୁଣ ବେଶୀ ହୃଦଘାତର ଶିକାର ହୋଇଥାନ୍ତି । ଧୂମପାନ ବନ୍ଦକରିବାର ୨ ବର୍ଷ  ହୃଦଘାତର ବିପଦ ମଧ୍ୟ କାମିଯାଇଥାଏ ।

କୋଲେଷ୍ଟେରୋଲ୍ ବା ରକ୍ତରେ ଚର୍ବି ଅଂଶ

ବୟସ ଅନୁପାତରେ ପୁରୁଷ ଓ ମହିଳାଙ୍କର ରକ୍ତରେ ଚର୍ବିଅଂଶ ବିଭିନ୍ନ ଅନୁପାତରେ ଥାଏ । ୨୦ ବର୍ଷ ଭିତରେ ମହିଳା ଓ ପୁରୁଷଙ୍କ ରକ୍ତରେ ଚର୍ବି ଅଂଶ ସମାନ ଥାଏ କିନ୍ତୁ ୨୦ ରୁ ୫୫ ବର୍ଷ ବୟସ ମଧ୍ୟରେ ଥିବା ମହିଳାମାନଙ୍କ ଠାରୁ ପୁରୁଷମାନଙ୍କ ରକ୍ତରେ୪ କୋଲେଷ୍ଟେରୋଲ ଅଂଶ ବେଶୀ ଥାଏ । ୫୫ ବର୍ଷ ପୂର୍ବରୁ ମହିଳାମାନଙ୍କ ରକ୍ତରେ ଭଲ ଚର୍ବି ବା ହାଇଡେନସିଟି ଲାଇପୋପ୍ରୋଟିନ୍ ବେଶୀ ଥାଏ ଏବଂ ପରେ ପୁରୁଷ ଓ ମହିଳାଙ୍କର ହାଇଡେନସିଟି ଲାଇପୋପ୍ରୋଟିନ୍ ଲେଭେଲ୍ ସମାନ ଥାଏ । ରକ୍ତରେ କୋଲେଷ୍ଟରୋଲ୍ ପରିମାଣ ମହିଳାମାନଙ୍କର ଅନ୍ତଃସ୍ରାବୀରସ ଇଷ୍ଟ୍ରୋଜେନ୍ ଉପରେ ନିର୍ଭରକରିଥାଏ ଏବଂ ଏହି ହରମୋନ ମହିଳାମାନଙ୍କ ରକ୍ତରେ ଚର୍ବି ଅଂଶ କମାଇବାରେ ସାହାଯ୍ୟ କରିଥାଏ ।

ଉଚ୍ଚ ରକ୍ତଚାପ : ୨୦ ରୁ ୪୫ ବର୍ଷମଧ୍ୟରେ ପୁରୁଷମାନେ ବେଶୀ ଉଚ୍ଚ ରକ୍ତଚାପ ଶିକାର ହେବାବଏଲେ ମାସିକ ଋତୁସ୍ରାବର ବିରତି ପରେ ମହିଳାମାନେ ବେଶୀ ପରିମାନରେ ଉଚ୍ଚ ରକ୍ତଚାପ ଭୋଗିଥାନ୍ତି । ୨୫ବର୍ଷରୁ ଉର୍ଦ୍ଧ୍ଵ ବୟସର ଶତକଡା ୮୦ ଭାଗ ମହିଳା ଉଚ୍ଚ ରକ୍ତଚାପ ଭୋଗିଥାନ୍ତି । ସମସ୍ତେ ଜାଣନ୍ତି ଯେ ଉଚ୍ଚ ରକ୍ତଚାପ ମସ୍ତିଷ୍କ ଘାତ ବା ବ୍ରେନ୍ ଷ୍ଟ୍ରୋକର ମୁଖ୍ୟ କାରଣ କିନ୍ତୁ ଏହା ମଧ୍ୟ ହୃଦଘାତ ଓ ହାର୍ଟ ଫେଲିଓରର୍ ଅନ୍ୟତମ ମୁଖ୍ୟ କାରଣ । ଫ୍ରେମିଙ୍ଗ ହାର୍ଟ ଷ୍ଟଡି'  ଅନୁଯାୟୀ ମହିଳାମାନଙ୍କ ପାଇଁ ଉଚ୍ଚ ରକ୍ତଚାପ, ଭବିଷ୍ୟତରେ ହାର୍ଟ ଫେଲିଓର ପାଇଁ ମୁଖ୍ୟତଃ ଦାୟୀ ହୋଇଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ହୃଦଘାତ କରିଥାଏ । ମହିଳାମାନଙ୍କର ଉଚ୍ଚ ରକ୍ତଚାପ ଏତେ ଶୀଘ୍ର ନିୟନ୍ତ୍ରିତ ହୋଇପାରେ ନାହିଁ । ଯେଉଁ ମହିଳାମାନେ ଗର୍ଭନିରୋଧକ ବଟିକା ଖାଉଥାନ୍ତି, ସେମାନଙ୍କର ଉଚ୍ଚ ରକ୍ତଚାପ ବେଶୀ ପରିମାଣରେ ହୋଇଥାଏ।

ମଧୁମେହ ରୋଗ

ମହିଳା ମଧୁମେହ ରୋଗୀମାନେ ପୁରୁଷ ମଧୁମେହ ରୋଗୀଙ୍କଠାରୁ ବେଶୀ ପରିମାଣରେ ହୃଦଘାତରର ଆକ୍ରାନ୍ତ ହୁଅନ୍ତି । ପୁରୁଷ ମଧୁମେହ ରୋଗୀମାନଙ୍କର ହୃଦଘାତ ଭୋବିବାର ବିପଦ ଅଢେଇ ଗୁଣ ବେଶୀ ଥିବାବେଳେ ମହିଳା ମହୁମେହ ରୋଗୀମାନଙ୍କର ସାଢେ ପାଞ୍ଚଗୁଣ ଅଧିକ ହୃଦଘାତ ଭୋଗିବାର ବିପଦ ଥାଏ । ଅନ୍ୟ ଗୋଟିଏ ଅନୁସନ୍ଧାନରୁ ଜଣାଯାଇଛି ଯେ ମଧୁମେହ ମହିଳା ରୋଗୀମାନଙ୍କର ହୃଦଘାତର ବିପଦ ସାଢେ ଛଅ ଗୁଣ ବଢିଯାଏ ବର୍ତ୍ତମାନ ଭାରତରେ ସବୁଠାରୁ ବେଶୀ ମଧୁମେହ ରୋଗୀ ଅଛନ୍ତି । ସାରା ପୃଥିବୀରେ ଏବେ ମଧ୍ୟ କର୍କଟ ଓ ଏଡସ ରୋଗ ଭଳି ହୃଦଘାତ ସବୁଠୁ ବଡ ସଂହାରକାରୀ ରୋଗୀ ରୂପରେ ପରିଗଣିତ ହେଉଛି ଏବଂ  ହୃଦରୋଗର ସବୁଠାରୁ ବଡ ରିସ୍କ ଫେକ୍ଟର ହେଉଛି ମଧୁମେହ ରୋଗ ।

  • ମଧୁମେହ ରୋଗୀମାଙ୍କର ମୃତ୍ୟୁର ମୁଖ୍ୟକାରଣ ହେଉଛି ହୃଦଘାତ । ଅଧିକାଂଶ ମଧୁମେହ ରୋଗୀଙ୍କର ଉଚ୍ଚରେ ଚର୍ବି ଅଧିକ ଯୋଗୁଁ ସେମାନେ ଖୁବ୍ ଶୀଘ୍ର ହୃଦରୋଗର ଶିକାର ହୋଇଥାନ୍ତି ।
  • ଓଜନ ନିୟନ୍ତ୍ରଣ ସୁକ୍ଷମ ଖାଦ୍ୟ ତଥ୍ୟ ବ୍ୟାୟାମ ଓ ଜୀବନଶୈଳୀରେ ପରିବର୍ତ୍ତନ ମଧୁମେହ ରୋଗୀଙ୍କର ହୃଦଘାତ କମାଇବାରେ ସାହାଯ୍ୟ କରିବ, ଏହାଛଡା ରକ୍ତରେ ଶର୍କରା (ବ୍ଲଡ଼ ଗ୍ଲୁକୋଜ) ଏବଂ ଗ୍ଲାଇକୋସିଲେଟେଡ୍ ହିମୋଗ୍ଲୋବିନର ନିୟନ୍ତ୍ରଣ ମଧ୍ୟ ହୃଦରୋଗର ନିରାକରଣ ପାଇଁ ଅତ୍ୟନ୍ତ ଜରୁରୀ ।
  • ମଧୁମେହ ରୋଗ ହୃଦପିଣ୍ଡରେ ଥିବା ବହୁତଧମନୀ ( କାରୋନାରୀ ଧମନୀ, ଯାହାକି ହୃଦପିଣ୍ଡରେ ମାଂସପେଶୀକୁ ରକ୍ତ ଯୋଗାଇଥାଏ ) ତଥା କ୍ଷୁଦ୍ର ଧମନୀରେ ଜଟିଳତା ସୃଷ୍ଟି କରିଥାଏ । ବୃହତ, ଧମନୀ ଜଟିଳତାରେ କାରୋନାରୀ ଧମନୀ ଅଣଓସାରିଆ ହୋଇଯାଏ । ତେଣୁ ହୃଦଘାତ ଓ ମସ୍ତିଷ୍କରେ ମସ୍ତିଷ୍କଘାତ ( ଅଭିଘାତ ବା ଷ୍ଟ୍ରୋକ୍) ହୋଇଥାଏ । କିନ୍ତୁ କ୍ଷୁଦ୍ର ଧମନୀରେ ଜଟିଳତା ଯୋଗୁଁ ଡାଏବେଟିକ୍ ନେଫ୍ରୋପାଥି ( ବୃକକ୍ ବା କିଡନିର ଜଟିଳତା ) ଡାଏବେଟିକ୍ ରେଟନୋପାଥି ( ଆଖିରେ ଜଟିଳତା) ତଥା କାର୍ଡଓମାୟୋପାଥି( ହୃତପିଣ୍ଡର ଜଟିଳତା) ହୋଇଥାଏ ।
  • ହୃଦଘାତ, ଛାତିବ୍ୟଥା ( ଆଂଜାଇନ୍ ) ଓ ହଠାତ୍ ମୃତ୍ୟୁ ଲକ୍ଷଣ ( ସଡନ୍ ଡେଥସିଣ୍ଡ୍ରୋମ୍ ) ସାଧାରଣ ବ୍ୟକ୍ତିଙ୍କଠାରୁ ମଧୁମେହ ରୋଗୀଠାରୁ ଦୁଇଗୁଣ ବେଶୀ ଦେଖାଯାଏ । ବୟସ ପୁରୁଷ ମଧୁମେହ ରୋଗୀଙ୍କ ଅପେକ୍ଷା ବୟସ୍କା ମହିଳା ମଧୁମେହ ରୋଗୀଙ୍କଠାରୁ ଏହି ଅସୁବିଧା ଅଧିକ ଦେଖାଯାଏ । ଏହାଛଡା ଏହି ରୋଗୀମାନଙ୍କର ହାର୍ଟ ଫେଲିଓର ହୋଇଥାଏ ।
  • ମଧୁମେହ ରୋଗୀଙ୍କର ପରିଶ୍ରାରେ ମାଇକ୍ରୋଆଲବୁମିନ୍ ଗଲେ ହୃଦରୋଗ ବଢିଥାଏ । ଏହାଛଡା ଓଜନ ବୃଦ୍ଧି ରକ୍ତରେ ଚର୍ବିଅଂଶ ବୃଦ୍ଧି କୋଆଗୁଲେସନ୍ ଫେଲିଓର ଫ୍ଲେଟଲେଟ ଜମାଟ ବାଢିବା ଆଦି ହୃଦଘାତ ଆଶଂକା ବଢାଇଦିଏ ।

ମେଟାବୋଲିକ୍ ସିଣ୍ଡ୍ରୋମ୍ : ନେସନାଲ କୋଲେଷ୍ଟେରୋଲ ଏଜୁକେସନ ପ୍ରୋଗ୍ରାମ ଅନୁଯାୟୀ ଯେଉଁ ମହିଳାମାନଙ୍କର ନିମ୍ନଲିଖିତ ୫ଟି ଜିନିଷ ମଧ୍ୟରୁ ଅନ୍ତତଃ ୩ ଟି ଅସୁବିଧା ଥାଏ । ତା'ର ହୃଦଘାତ ହୁଏ ।

  1. ଯେଉଁ ମହିଳାମାନଙ୍କର ଅଣ୍ଟାର ମାପ ୮୮ ସେ.ମି ରୁ ଅଧିକ ଥାଏ ।
  2. ଯେଉଁ ମହିଳାମାନଙ୍କର ରକ୍ତରେ ଚର୍ବି ବା' କୋଲେଷ୍ଟେରୋଲ୍ ଅଂଶ ୧୫୦ ମି. ଗ୍ରାମ ରୁ ବେଶୀ ଥାଏ ।
  3. ଯାହାର ରକ୍ତଚାପ ସିଷ୍ଟୋଲିକ୍ ୧୩୦ ଓ ଡାୟାଷ୍ଟୋଲିକ୍ ୯୦ ରୁ ବେଶୀ ଥାଏ ।
  4. ରକ୍ତରେ ଗ୍ଲୋକୋଜ୍ ପରିମାଣ ବେଶୀ ଥାଏ ।

ଆଳସ୍ୟ ଓ ଅତିରିକ୍ତ ଓଜନ ବୃଦ୍ଧି ମେଟାବଳିକ୍ ସିଣ୍ଟ୍ରୋମର ମୂଳ କାରଣ । ତେଣୁ ଉପଯୁକ୍ତ ବ୍ୟାୟାମ କରି ଓଜନ କମାଇଦେଲେ, ହୃଦଘାତର ବିପଦ କମିଯାଏ ।

ବଂଶଗତ ଇତିହାସ ଯେଉଁ ବଂଶରେ ଅଳ୍ପ ବୟସରେ ହୃଦଘାତ ଓ କାରୋନାରୀ ଧମନୀଜନିତ ରୋଗ ଓ ମୃତ୍ୟୁର ଇତିହାସ ଥାଏ । ସେଠାରେ ମହିଳାମାନଙ୍କର ଅଳ୍ପ ବୟସରେ ହୃଦଘାତ ବିପଦ ଶତକଡା ୯୭ ଭାଗ ବଢିଯାଏ ।

ମେଦବୃଦ୍ଧି : ଫ୍ରିମିଙ୍ଗହାମ୍ ହାର୍ଟ ଷ୍ଟଡି ଅନୁଯାୟୀ ମୋଟା ମହିଳାମାନଙ୍କର ହୃଦଘାତର ବିପଦ ଦୁଇଗୁଣ ହୋଇଥାଏ । ବିଶେଷ କରି ଯେଉଁ ମହିଳାମଙ୍କର ଅଣ୍ଟା ଚାରିପଟେ ବେଶୀ ମେଦ ବହୁଳତା ଓ ଚର୍ବି ଥାଏ, ସେମାନେ ବେଶୀ ହୃଦଘାତରେ ଆକ୍ରାନ୍ତ  ହୋଇଥାନ୍ତି ।

ଅନ୍ତଃସ୍ରାବ ରସର ପ୍ରଭାବ ବା ହରମୋନ ରିପ୍ଲେସ୍ ମେଣ୍ଟ ଥେରପି

୧୫ ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କର ହରମୋନ୍ ଇଷ୍ଟ୍ରୋଜେନ୍ ହୃତପିଣ୍ଡକୁ ରକୟା କରିଥାଏ । କିନ୍ତୁ ମାସିକ ଋତୁସ୍ରାବ ବିରତି ପରେ ଇଷ୍ଟ୍ରୋଜେନ୍ ଆଉ ଝରେନାହିଁ । ଫଳରେ ଏହା ଆଉ ରକ୍ଷା କବଚ ଭଳି କାମ କରେନାହିଁ । ସେଥିପାଇଁ ପାଶ୍ଚାତ୍ୟ ଦେଶରେ ବହୁଦିନ ଧରି ନିଜର ଯୌବନ ଅତୁଟ ରଖିବାକୁ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟରୋନ୍ ଥିବା ବଟିକା ଖାଆନ୍ତି ଓ ମଲମ ଲଗାଇଥାନ୍ତି । ଏହାକୁ ହରମୋନ ରିପ୍ଲେସ୍ ମେଣ୍ଟ ଥେରାପି କୁହାଯାଏ । ଏହା ହୃଦଘାତରୁ ରକ୍ଷା କରିଥାଏ । କିନ୍ତୁ ବେଳେବେଳେ ଏହି ହରମୋନ୍ ରିପ୍ଲେସମେଣ୍ଟ ଥେରାପି ଜରାୟକର୍କଟ ରୋଗ କରିଥାଏ । ତେଣୁ ଆଜିକାଲି ସୋୟାବିନ୍ ଥିବା ଖାଦ୍ୟ ବା ଫାଇଟୋ ଇଷ୍ଟ୍ରୋଜେନ୍ ଉପରେ ଗୁରୁତ୍ଵ ଦିଆଯାଇଛି ।

ହୃଦଘାତର ଚିକିତ୍ସାରେ ଲିଙ୍ଗଗତ ପାର୍ଥକ୍ୟ

ମହିଳାମାନଙ୍କ ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ । କାରଣ ପରିବାରରେ ମହିଳାମାନେ ରୋଜଗାରକ୍ଷମ ହୋଇଥିବାରୁ ସମସ୍ତେ ତାଙ୍କୁହେଲା କରିଥାନ୍ତି । ଏହାଛଡା ମହିଳାମାନେ ନିଜର ଛାତିବ୍ୟଥା ହେଲେ କାହାକୁ କହି ନ ଥାନ୍ତି । ଫଳରେ ଚିକିତ୍ସା ପାଇଁ ବିଳମ୍ବ ହୋଇଥାଏ । ଏହାଛଡାଅଧିକାଂଶ ମହିଳା ହୃଦରୋଗର ବିପଦ ଉପରେ ଗୁରୁତ୍ଵ ଦେଇ ନ ଥାନ୍ତି । ତେଣୁ ରୋଗ ଚିହ୍ନଟ ହେବାରେ ବିଳମ୍ବ ହୋଇଯାଏ ।

ହୃଦରୋଗର ନିରାକରଣ ଆମେରିକାନହାର୍ଟ ଆସୋସିଏସନ ପ୍ରାଥମିକ ପ୍ରତିଷେଧକ ପାଇଁ କେତେଗୁଡିକ ନିୟମ ପ୍ରଣୟନ କରିଛନ୍ତି ।

ହାଇରିସ୍କ ମହିଳା

ଯେଉଁମାନଙ୍କର ହୃଦଘାତ ହେବାର ବିପଦ ଶତକଡା ୨୦ ଭାଗଠାରୁ ବେଶୀ ଥାଏ ।

  • ସେମାନେ ଧୂମପାନ ପରିପାନ ପରିହାର କରିବା ଉଚିତ୍ ।
  • ନିୟମିତ ଶାରୀରିକ ଶ୍ରମ ବା ବ୍ୟାୟାମ କରିବା ଉଚିତ୍ ।
  • ତେଲ, ଘିଅ ଓ ଛଣାପାଣି ଖାଦ୍ୟ ନ ଖାଇ ସଜ ତଟକା ପନିପରିବା ଓ ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ।
  • ନିଜର ଓଜନ ନିୟନ୍ତ୍ରଣ କରିବା ଉଚିତ୍ ।
  • ରକ୍ତଚାପ ନିୟନ୍ତ୍ରଣ ।
  • ଆସପିରିନ୍ ବଟିକା ସେବନ
  • ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରା ଓ କୋଲେଷ୍ଟେରୋଲ୍ ବା ଚର୍ବି ଅଂଶର ନିୟନ୍ତ୍ରଣ ।

ଇରମିଡିଏଟି ରିସ୍କ ମହିଳା

  • ଧୂମପାନ ପରିହାର
  • ଓଜନ ନିୟନ୍ତ୍ରଣ
  • ହୃତପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ
  • ବ୍ୟାୟାମ

ହୃଦରୋଗ କର୍କଟ ରୋଗଠାରୁ ମଧ୍ୟ ଭୟଙ୍କର ଏବଂ ଆମେରିକା ଯୁକ୍ତରାଷ୍ଟ୍ର ଭଳି ବିକଶିତ ଓ ଭାରତ ଭଳି ଏକ ବିକାଶୋନ୍ମୁ ଦେଶରେ ଏହା ଏକ ମୁଖ୍ୟ ସଂହାରକାରୀ ରୋଗପୂପେ ପରିଗଣିତ ହେଉଛି । ହୃଦବକ୍ଷ ଶଲ୍ୟ ଚିକିତ୍ସା ଏବଂ ହୃଦରୋଗର ଭେଷଜ ଚିକିତ୍ସା କ୍ଷେତ୍ରରେ ବହୁ ଉନ୍ନତି ହେଲାଣି । ତେଣୁଏହି ରୋଗର ପ୍ରାଥମିକପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କଲେ ହୃଦଘାତକୁ ନିଶ୍ଚିତ ଭାବରେ ଏଡାଇଦିଆଯାଇପାରିବ । ଏହାଛଡା ହୃଦଘାତର ଲକ୍ଷଣ ଚିହ୍ନଟଓ ଚିକିତ୍ସା ଶୀଘ୍ର ହୋଇପାରିଲେ, ହୃଦରୋଗ ଭଳି ମାରାତ୍ମକ ରୋଗରୁ ଯେ ଜଣେ ରକ୍ଷା ପାଇ ଯାଇପାରିବ ଏଥିରେ ସନ୍ଦେହ ନାହିଁ ।

ଆଧାର - ପ୍ରଫେସର ଡା. ରମାରମଣ ଷଡଙ୍ଗୀ, ପ୍ରେଫେସର ଡା. ସରୋଜିନୀ ଷଡଙ୍ଗୀ

Last Modified : 6/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate