অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁରକ୍ଷିତ ମାତୃତ୍ଵ

କ’ଣ ଆପଣ ଜାଣନ୍ତି କି ?

ଗର୍ଭାବସ୍ଥା ସନୟରେ ହଜାର ହଜାର ମହିଳା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଏହି ଅସୁବିଧା ମହିଳା ଏବଂ ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରେ କିମ୍ବା ଏମାନଙ୍କୁ ଅତି ଦୁର୍ବଳ କରିପାକାଏ । ଯଦି ମହିଳା ଗର୍ଭବତୀ ପୂର୍ବରୁ ସୁସ୍ଥ ସବଳ ଥିବେ ଏବଂ ସେ ଗର୍ଭାବସ୍ଥା ସମୟରେ ଅତି କମ୍ ରେ ଚାରି ଥର ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବେ ଓ ଯଦି ସେ ଡାକ୍ତର, ନର୍ସ ଧାଈ କିମ୍ବା ପ୍ରଶିକ୍ଷତ ପ୍ରସବ ସହାୟକ ବା ସହାୟିକାଙ୍କ ଉପସ୍ଥିତିରେ ପ୍ରସବ କରାଇବେ ତେବେ ଗର୍ଭାବସ୍ଥା ସମୟରେ ଦେଖାଯାଉଥିବା ଅସୁବିଧା ବା ବିପଦକୁ କମ୍ କରାଯାଇପାରିବ । ଶିଶୁ ଜନ୍ମ ହେବାର ୧୨ ଘଣ୍ଟା ମଧ୍ୟରେ ଏବଂ ପୁଣି ୬ ସପ୍ତାହ ପରେ ବି ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ।

ମୁଖ୍ୟ ସୂଚନା

  • ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମହିଳାମାନଙ୍କର ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଏ । ଏଥିପାଇଁ ପ୍ରତ୍ୟେକ ପରିବାର ଏହି ସମସ୍ୟା ଲକ୍ଷଣ ଗୁଡିକ ସଂପର୍କରେ ଜାଣିବା ଦରକାର । ସେମାନେ ଟଙ୍କା ଏବଂ ଅନ୍ୟାନ୍ୟ ସାଧନ ଗୁଡିକୁ ଆଗରୁ ଯୋଗାଡ କରି ରଖିବା ଉଚିତ୍, କାରଣ ଗର୍ଭବତୀ ମହିଳାଙ୍କୁ କଷ୍ଟ ହେବାବେଳେ ତୁରନ୍ତ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କର ସାହାଯ୍ୟ ନିଆଯାଇପାରିବ ।
  • ଗର୍ଭାବସ୍ଥା ସମସ୍ୟା ସମସ୍ତ ଗର୍ଭବତୀ ମହିଳାଙ୍କୁ ବିଶେଷ ପୁଷ୍ଟିକର ଆହାର ସହ ସାମାନ୍ୟରୁ ଅଧିକ ବିଶ୍ରାମ ଦରକାର ପଡିଥାଏ ।
  • ଡାକ୍ତର, ନର୍ସ କିମ୍ବା ପ୍ରଶିକ୍ଷିତ ଧାଈଙ୍କ ଭଳି ପ୍ରଶିକ୍ଷିତ ପ୍ରସବ ସହାୟକମାନେ ଗର୍ଭାବସ୍ଥା ସମୟରେ ଅତି କମ୍ ରେ ଚାରି ଥର ମହିଳାଙ୍କର ପରୀକ୍ଷା କରିବା ଦରକାର ଏବଂ ପ୍ରତ୍ୟେକ ପ୍ରସବରେ ସହାୟତା କରିବା ଦରକାର ।
  • ଧୂମପାନ, ମଦ ମାଦକ ଦ୍ରବ୍ୟ ସେବନ, ବିଷ କିମ୍ବା ଦୂଷିତ ପଦାର୍ଥ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ବିଶେଷ ଭାବେ ହାନି ପହଞ୍ଚାଇଥାଏ ।
  • ଅନେକ ପରିବାରରେ ମହିଳା ଓ ଶିଶୁଙ୍କ ସହିତ ଶାରୀରିକ ଅତ୍ୟାଚାର ବା ମାରପିଟ୍ ସେମାନଙ୍କର ସ୍ୱାସ୍ଥ୍ୟ ପକ୍ଷେ ଗମ୍ଭୀର ସମସ୍ୟା ସୃଷ୍ଟି କରେ । ଗର୍ଭାବସ୍ଥା ସମୟରେ କୌଣସି ପ୍ରକାରର ମାରପିଟି ଉଭୟ ମହିଳା ଏବଂ ତାଙ୍କର ଗର୍ଭରେ ବଢୁଥିବା ଶିଶୁ ପାଇଁ ବିପଦ ଅଟେ ।
  • ବାଲ୍ୟ ଏବଂ କିଶୋର ଅବସ୍ଥାରେ ଉତ୍ତମ ଖାଦ୍ଯ ଖାଉଥିବା ସୁସ୍ଥ ଏବଂ ଶିକ୍ଷିତା ଝିଆମାଙ୍କ ଗର୍ଭାବସ୍ଥା ଏବଂ ପ୍ରସବକାଳୀନ ଅସୁବିଧା କମ୍ ହୋଇଥାଏ ।
  • ପ୍ରତ୍ୟେକ ମହିଳାଙ୍କ ବିଶେଷ କରି ଗର୍ଭାବସ୍ଥା ଏବଂ ପ୍ରସବ କାଳୀନ ଅବସ୍ଥାରେ ନିଜ ସ୍ୱାସ୍ଥ୍ୟର ରକ୍ଷଣାବେକ୍ଷଣ ପାଇଁ ସବୁ ପ୍ରକାର ସୁବିଧା ପାଇବାର ଅଧିକାର ଅଛି । ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେଉଥିବା ବ୍ୟକ୍ତିଙ୍କୁ ସମ୍ପୁର୍ଣ୍ଣ ଜାଣିବା ଦରକାର ଏବଂ ସେମାନଙ୍କ ମହିଳାଙ୍କର ସମ୍ମାନ କରିବା ଦରକାର ।

ସମସ୍ତେ ଜାଣିବା ଦରକାର

  • ଓଜନ ନ ବଢାଇବା, ରକ୍ତ କମିଯିବା, ବହୁତ ହାଲିଆ କିମ୍ବା ଶୀଘ୍ର ଶୀଘ୍ର ଶ୍ଵାସ ପ୍ରଶ୍ଵାସ ନେବା କିମ୍ବା ହାତ, ଗୋଡ ମୁହଁରୁ ଅଧିକ ଝାଳ ବାହାରିବା ସମସ୍ୟାର ଲକ୍ଷଣ ଅଟେ ।
  • ଯଦି ଗର୍ଭାବସ୍ଥା ଯୋଗୁଁ ରକ୍ତ କ୍ଷରଣ ହୁଏ ବା ପେଟରେ ଦରଜ ହୁଏ ବା ଉପଲିଖିତ ସମସ୍ୟା ଲକ୍ଷଣ ଦେଖାଯାଏ, ତେବେ ଶୀଘ୍ର ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷିତ ସହାୟକଙ୍କ ପରାମର୍ଶ ନେବା ଜରୁରୀ ।

ଗର୍ଭବତୀ ସାଙ୍ଗରେ ହସ୍ପିଟାଳକୁ କ’ଣ ନେବେ

 

ପ୍ରସବ ଯନ୍ତ୍ରଣା ସମୟରେ ଗର୍ଭବତୀଙ୍କୁ ଡାକ୍ତରଖନା ନେଇଯାଆନ୍ତି । ହେଲେ ସାଙ୍ଗରେ ଅତ୍ୟାବଶ୍ୟକୀୟ ଜିନିଷ ନେଇ ଯିବାକୁ ଭୁଲି ଯାଆନ୍ତି ନାହିଁ ।
ସ୍ଳିପର- ସାଙ୍ଗରେ ସ୍ଳିପର ନେଇ ଯାଆନ୍ତୁ । ହସପିଟାଲରେ ବହୁତ ରୋଗ ଜୀବାଣୁ ଥାନ୍ତି । ଯେପରି ପାଦରେ ଲାଗି ଶରୀରକୁ ପ୍ରବେଶ ନକରେ । ଏଣୁ ଏକ ସ୍ଳିପର ଚପଲ ନେଇଥିଲେ ବେଡ୍ ଉପରୁ ତଳକୁ ଓହ୍ଲାଇଲା ମାତ୍ରେ ଚପଲ ପିନ୍ଧନ୍ତୁ ।
ତକିଆ- ବେଡ୍ ରେ ରହିବା ସମୟରେ ତକିଆ ଏକାନ୍ତ ଆବଶ୍ୟକ । ମୁଣ୍ଡ ତଳେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ ।
ତାୱେଲ- ଦୁଇଟି ନୂଆ ତାୱେଲ ସାଙ୍ଗରେ ଧରି ଯାଆନ୍ତୁ । ପ୍ରସବ ପରେ ଏହା ପିଲା ପାଇଁ ଆବଶ୍ୟକ ଗୋଟିଏ ତାୱେଲରେ ବିଛାଇ ପିଲାକୁ ଶୁଆଇବେ ଓ ଅନ୍ୟଟି ପିଲା ଦେହରେ ଘୋଡାଇବେ ।
ଲିପ୍ ବାମ୍- ପ୍ରସବ ପରେ ଓଠ ଫାଟି ଯନ୍ତ୍ରଣା ହୁଏ । କାରଣ ପ୍ରସବ ସମୟରେ ଶରୀରରୁ ଅଧିକ ଜଳୀୟ ଅଂସ ବାହାରି ଯାଏ । ଏହାଦ୍ଵାରା ପାଟି ଓ ଓଠ ଶୁଖିଯାଏ । ଏଣୁ ସାଙ୍ଗରେ ଲିପ୍ ବାମ୍ ନେଇଥିଲେ, ଓଠରେ ଲିପ୍ ବାମ୍ ଲଗାଇ ଓଠକୁ  ସୁରକ୍ଷିତ ରଖିପାରିବେ ।
ମୋଜା- ପ୍ରସବ ପରେ ଶରୀରର ତାପମାତ୍ର ବହୁ ତଳକୁ ଖସିଆସେ । ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ମୋଜା ପିନ୍ଧିବା ଦ୍ଵାରା ଥଣ୍ଡା ହୁଏ ନାହିଁ ।
ଢିଲା ପୋଷାକ- ଏହି ସମୟରେ  ଢିଲା ପୋଷାକ ପିନ୍ଧିବା ଦରକାର । ବିଶେଷ କରି ନାଇଟ୍ କିମ୍ବା ଅନ୍ୟ କିଛି ଢିଲା ପୋଷାକ ଦରକାର । ଶାଢି କିମ୍ବା ଫିଟ୍ ଡ୍ରେସ ପିନ୍ଧିବା ଆରାମଦାୟକ ଲାଗିନଥାଏ ।
ବ୍ରସ – ପେଷ୍ଟ- ସାଙ୍ଗରେ ବ୍ରସ ଓ ପେଷ୍ଟ ନିଅନ୍ତୁ । ହସପିଟାଲରେ କିଛିଦିନ ରହିବାକୁ ପଡେ । ଏଣୁ ବ୍ରସ ଓ ପେଷ୍ଟ ନେଇଥିଲେ ଦାନ୍ତ ସଫା କରିପାରିବେ ।
ଖାଦ୍ୟ – ହସ୍ପିଟାଲକୁ କିଛି ଖାଦ୍ୟ ମଧ୍ୟ ସାଙ୍ଗରେ ନେବା ଦରକାର । ପ୍ରସବ ପରେ ମା’ ସହିତ ଘର ଲୋକ ରହିଥାନ୍ତି । ଖାଇବା ପାଇଁ କିଛି ଜଳଖିଆ ନେଇଥିଲେ ଲୋକ ସମୟରେ ଖାଇପାରିବେ ।

ଆଧାର: ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate