ସେଆର କରନ୍ତୁ

ଜନ୍ମ ନିରୋଧ

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ଵାରା ଗର୍ଭ ନିରୋଧ କରାଯାଏ । ସେ ସମ୍ବନ୍ଧିତ ସୂଚନା ।

ଜନ୍ମ ନିୟନ୍ତ୍ରଣ

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ଵାରା ଗର୍ଭ ନିରୋଧ କରାଯାଏ । ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ ।ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି । ପୁରାତନକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେ ହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍‌ଧ ହେଲା । ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ ।

ଫଳପ୍ରଦ ବନ୍ଧ୍ୟାକରଣ

ସବୁଠାରୁ ଫଳପ୍ରଦ ବନ୍ଧ୍ୟାକରଣ ମଧ୍ୟରେ ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍, ଆଇ.ୟୁ.ଡି. ଓ ଇମ୍ପ୍ଲାଣ୍ଟେବ୍ଲ ଡିଭାଇସ୍ ନାମ ଉଲ୍ଲେଖଯୋଗ୍ୟ । ତା ପରେ ହରମୋନ କଣ୍ଟ୍ରାସେପ୍ଟିଭ, ଓରାଲ ପିଲ୍, ପ୍ୟାଚେସ୍, ଯୋନିପଥ ରିଙ୍ଗ ଓ ଇଞ୍ଜେକସନ ମାଧ୍ୟମରେ ଜନ୍ମ ନିରୋଧ କରା ଯାଇପାରେ । କଣ୍ଡୋମ, ଡାୟାଫ୍ରାମ, କଣ୍ଟ୍ରାସେପ୍ଟିଭ ସ୍ପଞ୍ଜ ପଦ୍ଧତି ଓ ଗର୍ଭାଧାନ ଶିକ୍ଷା ଦ୍ଵାରା ସ୍ଵଳ୍ପ ଫଳପ୍ରଦ ନିରୋଧ ହୋଇ ପାରେ । ଶୁକ୍ରାଣୁ ଘାତକ ଓ ବୀର୍ଯ୍ୟ ବିକ୍ଷେପ ପୂର୍ବରୁ ବିରତ ସବୁଠାରୁ ସ୍ଵଳ୍ପ ଫଳପ୍ରଦ ପ୍ରଣାଳୀ ଅଟେ । ଭାସେକ୍ଟୋମି(ପୁରୁଷମାନଙ୍କର ବନ୍ଧ୍ୟାକରଣ), ମହିଳାମାନଙ୍କର ଟ୍ୟୁବାଲ ଲାଇଗେସନ୍ ପଦ୍ଧତିରେ ସ୍ଥାୟୀ ଦନ୍ଧ୍ୟାକରଣ କରାଯାଏ, ଅନ୍ୟ ସମସ୍ତ ପ୍ରଣାଳୀ ପ୍ରତ୍ୟାବର୍ତ୍ତନଶୀଳ ଓ ସ୍ଵଳ୍ପକାଳୀନ ଫଳପ୍ରଦ ।ଅସୁରକ୍ଷିତ ଯୌନ ସମ୍ପର୍କ ପରେ ପରେ ଏମର୍ଜେନ୍ସି ଔଷଧ ଦ୍ଵାରା କିଛି ଦିନ ଗର୍ଭ ନିରୋଧ ହୋଇ ପାରେ । କୈଶୋର ଅବସ୍ଥାରେ ଯୌନ ଶିକ୍ଷା ନ ଥାଇ ଯୌନ ସମ୍ପର୍କ ନିରାପଦ ନୁହେଁ ନିରାପଦ ଯୌନ ସମ୍ପର୍କ (ପୁରୁଷ ବା ମହିଳା କଣ୍ଡୋମ) ଦ୍ଵାରା ଯୌନ ସମ୍ପର୍କ ଜନିତ ରୋଗଗୁଡିକର ସଂକ୍ରମଣ ହୁଏ ନାହିଁ । ଅସୁରକ୍ଷିତ ଯୌନ ସମ୍ପର୍କର ୭୨ରୁ ୧୨୦ ଘଣ୍ଟା ମଧ୍ୟରେ ଜରୁରୀ ଜନ୍ମ ନିରୋଧ ଉପାୟ ଅବଲମ୍ବନ କଲେ ଗର୍ଭ ପ୍ରତିରୋଧ କରାଯାଇ ପାରେ ।କେତେକ ଲୋକଙ୍କ ଯୁକ୍ତି ଅନୁସାରେ ଯୌନ ବିରତି ଏକ ଜନ୍ମ ନିରୋଧ ପଦ୍ଧତି କିନ୍ତୁ ଏହାଦ୍ୱାରା ଉପ‌ଯୁକ୍ତ ଯୌନ ନିରୋଧ ଶିକ୍ଷା ଅଭାବରୁକିଶୋର ଗର୍ଭ ସମ୍ଭାବନା ଅଧିକ ରହେ ।

କିଶୋର ଗର୍ଭାଧାନ ସର୍ବାଧିକ ସଙ୍କଟ ସୃଷ୍ଟି କରେ । ଉପ‌ଯୁକ୍ତ ଯୌନ ଶିକ୍ଷା ଓ ଜନ୍ମ ନିରୋଧକାରୀ ଉପାୟ ମିଳିଲେ ଏହି ବୟସରେ ଅନିଚ୍ଛାକୃତ ଗର୍ଭ କମେଇବ ସମ୍ଭବ ହୁଏ ।  ସମସ୍ତ ପ୍ରକାର ଜନ୍ମ ନିରୋଧ ପ୍ରଣାଳୀ ଗୁଡ଼ିକ ବ୍ୟବ‌ହାର ଉପ‌ଯୋଗୀ ହେଲେ ମଧ୍ୟ ଦୀର୍ଘକାଳୀନ-ପ୍ରତ୍ୟାଗମନଶୀଳ ଜନ୍ମ ନିରୋଧ ଉପାୟ ଯେପରିକି ଇମ୍ପ୍ଲାଣ୍ଟ, ଆଇୟୁଡି ଓ ଯୌନ ରିଙ୍ଗ‌ଦ୍ୱାରା ସର୍ବାଧିକ କିଶୋର ଗର୍ଭ କମ୍ କରିହୁଏ ।ପ୍ରସବ ପରେ ସ୍ତନ୍ୟପାନ ନ କଲେ ୪ରୁ ୬ ସପ୍ତାହ ପରେ ପୁନଶ୍ଚ ଗର୍ଭାଧାନ ହୋଇପାରେ । ପ୍ରସବ ପରେ ପରେ ତୁରନ୍ତ କେତେକ ଜନ୍ମ ନିରୋଧ ଉପାୟ ଗ୍ରହଣ କରାଯାଇପାରେ ଓ ଅନ୍ୟ କେତେକ ୬ ମାସ ପର୍ଯ୍ୟନ୍ତ ବିଳମ୍ବ କରାଯାଇପାରେ । ସ୍ତନ୍ୟପାନ କରାଉଥିବା ମହିଳା ମିଶ୍ରିତ ଓରାଲ ଜନ୍ମ ନିରୋଧ ପିଲ ବଦଳରେ ପ୍ରୋଜେସ୍ଟିନ ୱନଲି ଉପାୟ ବ୍ୟବ‌ହାର ଅଧିକ ପସନ୍ଦ ଯୋଗ୍ୟ । ଋତୁବନ୍ଦ (ଶେଷ ଋତୁସ୍ରାବ) ହେବାର ଏକ ବର୍ଷ ପର ପର୍ଯ୍ୟନ୍ତ ଜନ୍ମ ନିରୋଧ ଉପାୟ ଗ୍ରହଣ କରିବା ଉଚିତ ।

ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି । ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବ‌ହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା । ଦୁଇ ଗର୍ଭାଧାରଣ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ । ଜନ୍ମ ନିରୋଧକ ବ୍ୟବହାର ଦ୍ଵାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ । ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବା ଦ୍ଵାରା ଅର୍ଥନୈତିକ ବିକାଶ ସାଧନ ହୁଏ ।

ଆଧାର - "ଜନ୍ମ ନିରୋଧକ ସୂଚନା"

3.66666666667
ସ୍ମୃତି ରଞ୍ଜନ ଦାଶ Aug 30, 2016 10:30 AM

ଏହି ତଥ୍ୟ ଭାରତ ସରକାରଙ୍କ ଏକ ଉଚ୍ଚିତ ପଦକ୍ଷେପ ଯାଦ୍ଵାରା କି ଲୋକମାନେ ସଚେତନ ହୋଇ ପାରିବେ ଏବଂ ଜନସଂଖ୍ୟା ବୃଦ୍ଧିକୁ ଆୟତ କରାଯାଇ ପାରିବ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top