ସେଆର କରନ୍ତୁ

ମହିଳା ଓ ମଧୁମେହ

ମହିଳା ଓ ମଧୁମେହ ରୋଗ ଉପରେ ସୂଚନା

ମହିଳା ଓ ମଧୁମେହ

ସାରା ବିଶ୍ଵରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ଆମ ଦେଶ ଏ କ୍ଷେତ୍ରରେଶୀର୍ଷସ୍ଥାନ ଅଧିକାର କରିଛି। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ମଧୁମେହ ରୋଗରେ ବିଶେଷ ଭାବରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ୨୦୧୭ ମସିହା ବିଶ୍ଵ ମଧୁମେହ ଦିବସର ବାର୍ଭା ହେଉଛି, ‘ମହିଳା ଓ ଧୁମେହ ରୋଗ, ଏକ ସୁସ୍ଥ ଭବିଷ୍ୟତ ପାଇଁ ଆମର ଅଧିକାର” । ପ୍ରତ୍ୟେକ ମହିଳା ମଧୁମେହ ରୋଗୀ ନିଜ ନିଜର ଚିକିତ୍ସା ଏବଂ ଯନ୍ତ୍ର ପାଇଁ ସଚେତନ ହେବା ଏହି ଦିବସର ଲକ୍ଷ୍ୟ ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ଵରେ ' ୧୯.୯ କୋଟି ମହିଳା ମଧୁମେହ ରୋଗ ଭାଗୁଛନ୍ତି । ୨୦୪୦ ମସିହା ସୁଦ୍ଧା ଏହା ୩୧.୩ କୋଟି ଛୁଇଁବା ପ୍ରତ୍ୟେକ ୫ ଜଣ ମହିଳା ମଧୁମେହ ରୋଗୀଙ୍କ ମଧ୍ୟରୁ ଅନ୍ତତଃ ଦୁଇ ମହିଳା ମଧୁମେହ ରୋଗୀ ପ୍ରଜନନ ବୟସ ସୀମା ମଧ୍ୟରେ ଥାଆନ୍ତି ଏବଂ ସେମାନଙ୍କର ସଂଖ୍ୟା ପ୍ରାୟ ୫କୋଟି । ବିଶ୍ଵରେ ମହିଳାଙ୍କ ମୃତ୍ୟୁର । ପ୍ରମୁଖ କାରଣ ମଧ୍ୟରୁ ମଧୁମେହ ରୋଗ ଅନ୍ୟତମ, ଯେଉଁଥିରେ ବର୍ଷକୁ ୨୦ ଲକ୍ଷ ମହିଳା ମୃତ୍ୟୁବରଣ କରିଥାନ୍ତି । ଟାଇପ୍ ୨ ମହିଳା ମଧୁମେହ ରୋଗୀ ତାଙ୍କ ସମବୟସ୍କ ମହିଳାଙ୍କଠାରୁ ୧୦ ଗୁଣ ଅଧିକ । ଏମାନେ ଅଧିକ କରୋନାରୀ ହାର୍ଟ ଡିଜିଜ୍ ବା’ ହୃତ୍‌ପିଣ୍ଡା ଧମନୀଜନିତ୍ ରୋଗରେ ପୀଡିତ ହୁଅନ୍ତି । ଟାଇପ୍ ୧ ମହିଳା ମଧୁମେହ ରୋଗୀଙ୍କର ଗର୍ଭନଷ୍ଟ ଓ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଅଧିକ ଥାଏ ।

ମଧୁମେହ ରୋଗ

ମଧୁମେହ ରୋଗ ଏକ କ୍ରନିକ  ରୋଗ ବିଶେଷ କରି ଗର୍ଭାବସ୍ଥାରେ ମଧୁମେହ ରୋଗ ହେଲେ ଏହା ଉଭୟ ମା’ ଓ ଶିଶୁଙ୍କୁ ବିଶେଷ କ୍ଷତି ପହଞ୍ଚାଇଥାଏ । ଏହା ସାଧାରଣତଃ ଦୁଇ ପ୍ରକାରର ଥାଏ

  1. ଆଗରୁ ମଧୁମେହ ରୋଗ ଭୋଗୁଥିବା ରୋଗୀଙ୍କର ଗର୍ଭଧାରଣ ।
  2. ଗର୍ଭଧାରଣ ସମୟରେ ଗର୍ଭାବସ୍ଥା ଯୋଗୁ ମଧୁମେହ ରୋଗର ଉତ୍ପତ୍ତି । ଏହାକୁ 'ଜେଷ୍ଟେସ୍‌ନାଲ୍ ଡାଇବେଟିସ' କୁହାଯାଏ ।

ପ୍ରତ୍ୟେକ ୭ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ ଗର୍ଭାବସ୍ଥାରେ ମଧୁମେହ ରୋଗ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଭାରତରେ ମଧୁମେହ ରୋଗର ଆକଳନ ଅନୁଯାୟୀ ପ୍ରାୟ ୨୧୦ ଲକ୍ଷ ଶିଶୁଙ୍କର ମା'ମାନେ  ଗର୍ଭାବସ୍ଥାରେ ମଧୁମେହ ରୋଗ ଭୋଗିଥାନ୍ତି । ତେବେ ଗର୍ଭାବସ୍ଥାରେ ମଧୁମେହ ରୋଗୀଙ୍କ ମଧ୍ୟରୁ ଅଧୁକା°ଶ ମହିଳା ନିମ୍ନ ବା' ନିମ୍ନ ମଧ୍ୟବିତ୍ତ ପରିବାରର, ଯେଉଁଠାରେ ମା'ର ଯନ୍ ଠିକ୍ ଭାବେ ନିଆ ଯାଇପାରେ ନାହିଁ। ଯଦି ମା'ର ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ନ ଥାଏ ଏବଂ ଗର୍ଭାବସ୍ଥାର ପ୍ରଥମ ୩ ମାସରେ ରକ୍ତରେ ଶର୍କରାର ପରିମାଣ ବେଶି ଥାଏ, ତେବେ ଶିଶୁ ବିକଳାଙ୍ଗ ହୁଏ । ଏଥିରେ ମୁଣ୍ଡ ନ ଥିବା ଭୂତ ଶିଶୁ, ଛୋଟମୁଣ୍ଡ, ହୃତପିଣ୍ଡରେ ଛିଦ୍ର ଏବଂ ବୃକକ୍ତ  ତଥା ଖାଦ୍ୟନଳୀରେ ଅସୁବିଧା ଥିବା ଶିଶୁ ଜନ୍ମ ହୋଇଥାଏ । ତେଣୁ ଗର୍ଭଧାରଣ ସମୟରେ ରକ୍ତରେ ଗ୍ଲାଇକୋସିଲେଟେଡ୍ ହିମୋଗ୍ଲୋବିନ୍ ଏବଂ ୧୪ରୁ ୧୮ ସପ୍ତାହ ମଧ୍ୟରେ ଆଲ୍‌ଫାଫିଟୋ ପ୍ରୋଟିନ୍ ଏଷ୍ଟିମେଶନ୍ କରାଯାଏ । ୧୧ରୁ ୧୪ ସପ୍ତାହ ମଧ୍ୟରେ ଏନ୍‌.ଟି. ସ୍କାନ କରାଯାଏ । ଏହାଛଡ଼ା ଗର୍ଭଧାରଣର ୨୦ ସପ୍ତାହ ବେଳକୁ ଅଲଟ୍ରାସାଉଣ୍ଡ କରି ବିକଳାଙ୍ଗତା ଦେଖାଯାଏ । ସାଧାରଣ ପ୍ରସବ ହେଲେ ଶିଶୁର ସ୍ନାୟୁ, ହାଡ ଓ ମାଂସପେଶୀରେ କ୍ଷତ ହୋଇଥାଏ । ଜନ୍ମପରେ ଶିଶୁରକ୍ତରେ ଶର୍କରା କମିଯାଏ ଏବଂ ନିଃଶ୍ବାସ ନେବାରେ କଷ୍ଟ ହୁଏ । ଏମିତିକି ପ୍ରସବର ୭ ଦିନ ମଧ୍ୟରେ କିଛି କାରଣ ନ ଥାଇ ଶିଶୁର ମୃତ୍ୟୁ ବି ହୋଇଯାଏ । ତେଣୁ ମଧୁମେହ ପୀତିତାଙ୍କର ସାଧାରଣ ପ୍ରସବ ନ ହୋଇ ସିଜରିଆନ୍ ସେକ୍‌ସନ୍ ହୁଏ ।

ଗର୍ଭଧାରଣ ପୂର୍ବରୁ ପରାମର୍ଶ:

ପ୍ରତ୍ୟେକ ନାରୀ ଗର୍ଭଧାରଣ ପୂର୍ବରୁ ମଧୁମେହ ରୋଗ ଭୋଗୁଥିଲେ ନିଜର ରକ୍ତର ଶର୍କରାକୁ ନିୟନ୍ତ୍ରଣ କରିବା ସହ ଫଲିକ୍ ଏସିଡ୍ ଖାଇ ଗର୍ଭଧାରଣ କରିବା ଦରକାର । ଗର୍ଭାବସ୍ଥାରେ ମଧୁମେହ ରୋଗୀ ପ୍ରଥମ ୫ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଏବଂ ତା'ପରେ ପ୍ରତି ୧୫ ଦିନରେ ଚେକ୍‌ଅପ୍ କରିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଇନ୍‌ସୁଲିନ୍ ଇଞ୍ଚେଞ୍ଜକଶନ୍ ନେବା ଜରୁରୀ । ବଟିକା ଖାଇବା ଉଚିତ୍ ନୁହେଁ । ନିୟମିତ ରକ୍ତରେ ଗ୍ଲୁକୋଜ୍ ଓ ଗ୍ଲାଇକୋସିଲେଟେଡ୍ ହମୋଟେଷ୍ମା ବନ୍, ଏଷ୍ଟମେଶନ କରବା ସହିତ ସ୍ଥଳ ବିଶେଷରେ ଶିଶୁର ଜନ୍ମଗତ ହୃଦ୍‌ରୋଗର ବିକଳାଙ୍ଗତା ଜାଣିବା ପାଇଁ ଗର୍ଭସ୍ଥ ଶିଶୁର 'ଇକୋକାଡିଓଗ୍ରାମ୍ କରିବା ଦରକାର । ୩୭ ସପ୍ତାହ ଶେଷ ହେବା ମାତ୍ରେ ପ୍ରସବ କରାଇ ଦେବା ଆବଶ୍ୟକ । କୌଣସି ପରିସ୍ଥିତିରେ ମଧୁମେହ ରୋଗୀକୁ ଏକ୍ସପେକ୍ଟୋଡ୍ ଡେଟ୍ ଅଫ୍ ଡେଲିଭରି ଗଢିଯିବାକୁ ଦେବା ଅନୁଚିତ । ତେଣୁ ଗର୍ଭଧାରଣ ପୂର୍ବରୁ, ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ, ମଧୁମେହ ରୋଗ ବିଶେଷଜ୍ଞ ତଥା ଶିଶୁରୋଗ ବିଶେଷଜ୍ଞଙ୍କର ମିଳିତ ଚିକିତ୍ସାରେ ମା’ ଓ ଶିଶୁ ଉଭୟ ରହିବା ଆବଶ୍ୟକ ।

ସଂଗୃହିତ : ସରୋଜିନୀ ଷଡଙ୍ଗୀ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top