ହୋମ / ସ୍ଵାସ୍ଥ୍ୟ / ମହିଳା ସ୍ଵାସ୍ଥ୍ୟ / ଋତୁସ୍ରାବ ଜନିତ ସମସ୍ୟାର ସମାଧାନ କରୁଛି ‘ଶୁଣଲୋ ସଖୀ'
ସେଆର କରନ୍ତୁ

ଋତୁସ୍ରାବ ଜନିତ ସମସ୍ୟାର ସମାଧାନ କରୁଛି ‘ଶୁଣଲୋ ସଖୀ'

ମହିଳାଙ୍କ ମାସିକ ରୁତୁସ୍ରାବ ସମୟରେ ହେଉଥିବାବିଭିନ୍ନ ସମସ୍ୟାକୁ ରେଡିଓ ମାଧ୍ୟମରେ ସେମାନଙ୍କ ପାଖରେ ପହଚାଂଇବାର ଅଭିନବ ପ୍ରୟାସ ହେଉଛି ।

'ଶୁଣଲୋ ସଖୀ' କାର୍ଯ୍ୟକ୍ରମ

ଆମେ ପିରିୟଡ ବିଷୟରେ କେବେ କାହାସହ ଖୋଲା ଖୋଲି ଭାବେ କଥା ହୋଇନଥିଲୁ । ପ୍ରଥମକରି 'ଶୁଣଲୋ ସଖୀ' କ୍ଲବ ହେବା ପରେ ଆମେ ଏବେ ଅନେକ କିଛି ନୂଆ ଜାଣିବାକୁ ପାଉଛୁ। ଏହା କହିଛନ୍ତି, ଶିଖରଚଣ୍ଡିର ମାଧୁରୀ । ସେହିପରି ଅଶୋକ ନଗରର ୧୫ ବର୍ଷୀୟା ରୁବିନା ମଧ୍ୟ ଶୁଣଲୋ ସଖୀ କ୍ଲବର ଜଣେ ସଦସ୍ୟା ଏବଂ ସେ ଏବେ ନିଜ ବସ୍ତିରେ ଅନ୍ୟ ଝିଅ ମାନଙ୍କୁ ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି ।

ରେଡିଓ ମାଧ୍ୟମରେ ଲୋକଙ୍କୁ ସଚେତନତା

ମାଧୁରୀ ଓ ରୁବିନା ପରି ଅନେକ ଝିଅ ତଥା କିଶୋରୀ ଏହି ଶୁଣଲୋ ସଖୀ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇପାରିଥିବା ବେଳେ, ଅନେକଙ୍କୁ ସଚେତନତା କରିପାରିଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏହି ମହିଳା ତଥା ଝିଅ ମାନଙ୍କୁ ଶୁଣିବା ବେଳେ ୟୁନିସେଫର ବରିଷ୍ଠ ଅଧିକାରୀ ଲୋପାମୁଦ୍ରା ତ୍ରିପାଠୀ କହିଥିଲେ, ବୈଷୟିକ ଜ୍ଞାନକୈାଶଳ ମାଧ୍ୟମରେ ଲୋକଙ୍କ ପାଖରେ ପହଂଚିବାର ଏହି ପ୍ରୟାସ ନିଶ୍ଚିତ ସ୍ୱାଗତଯୋଗ୍ୟ ।  ଏପରି ଏକ ସ୍ପର୍ଶକାତର ବିଷୟ ଉପରେ ରେଡିଓ ମାଧ୍ୟମରେ ଲୋକଙ୍କ ପାଖରେ କଥାକୁ ପହଞ୍ଚାଇବାର କୈାଶଳକୁ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଅଭିନବ ବୋଲି ଦର୍ଶାଇଥିଲେ । ପ୍ରାକ୍ଟିକାଲ ଆକ୍ସନର ଭାରତ ମୁଖ୍ୟ ବିରୁପାକ୍ଷ ଦୀକ୍ଷିତ ଏ ଅବସରରେ କହିଥିଲେ ଯେ ସେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବଡ଼ ସ୍ତରରେ କରିବାକୁ ଯୋଜନା ରଖିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବସ୍ତିର ଯୁବତୀ ଓ ମହିଳାଙ୍କ ମାସିକ ରୁତୁସ୍ରାବ ସମୟରେ ହେଉଥିବା ବିଭିନ୍ନ ସମସ୍ୟାକୁ ରେଡିଓ ମାଧ୍ୟମରେ ସେମାନଙ୍କ ପାଖରେ ପହଞ୍ଚାଇବାର ଅଭିନବ ପ୍ରୟାସ ହେଉଛି “ଶୁଣଲୋ ସଖୀ” । ଏହି କାର୍ଯ୍ୟକ୍ରମକୁ ମହିଳାମାନଙ୍କୁ ପାଖକୁ ନେଇ ଆସିଛି ପ୍ରାକ୍ଟିକାଲ ଆକ୍ସନ ଓ ଶିଶୁ-ମହିଳା ବିକାଶ କେନ୍ଦ୍ର । SOA ରେଡ଼ିଓ ୯୦.୪ ରେ ପ୍ରତି ସପ୍ତାହରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଶୁଣଲୋ ସଖି ଏବେ ରାଜଧାନୀର ବିଭିନ୍ନ ବସ୍ତିରେ ଆଦୃତି ଲାଭ କରିଛି ।

ରେଡ଼ିଓ କାର୍ଯ୍ୟକ୍ରମ ବାଦ ରାଜଧାନୀର ୧୫ଟି ବସ୍ତିରେ ନିୟମିତ ଚଳଚ୍ଚିତ୍ର ପ୍ରଦର୍ଶନ, ଅଡ଼ିଓ ପଡ଼କାଷ୍ଟିଙ୍ଗ, ସଖୀ କ୍ଲବ ମାଧ୍ୟମରେ ଝିଅ ମାନଙ୍କୁ ମାସିକ ଋତୁସ୍ରାବ ଓ କିଶୋରୀ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ଜ୍ଞାନ ଓ ସୁଚନା ପ୍ରଦାନ କରାଯାଉଛି ।

ଆଧାର - ଟିମ ଓଡ଼ିଆ

2.77777777778
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top