ହୋମ / ସମ୍ବାଦ / ଆଜିଠାରୁ ପୁଣି ଖୋଲାଯିବ ଭିତରକନିକା ଅଭୟାରଣ୍ୟ
ସେଆର କରନ୍ତୁ

ଆଜିଠାରୁ ପୁଣି ଖୋଲାଯିବ ଭିତରକନିକା ଅଭୟାରଣ୍ୟ

ଆଜିଠାରୁ ପୁଣି ଖୋଲାଯିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଭିତରକନିକା ଅଭୟାରଣ୍ୟ ଖୋଲାଯିବ। ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଚଳିତ ମାସ ୮ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇ ନଥିଲା। ଆଜିଠାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ରାଜନଗର ବନଖଣ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଏବର୍ଷ ଭିତରକନିକାରେ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହୋଇଥିଲେ। ରାଜନଗର, ଡାଙ୍ଗମାଳ, ଗହିରମଥା, ମହାକାଳପଡ଼ା ରେଞ୍ଜ ଅଧିନରେ କୁମ୍ଭୀର ଗଣନା ହୋଇଥିଲା। ସେହିପରି ମଠବାଡ଼ିଆ, କାଳିଭଞ୍ଜଡିଆ, ବଗଗହନ, ସାତଭାୟା ଓ ଗହିରମଥା ଆଦି ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଥିଲା।

Back to top