অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ଏଣିକି ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରବେଶିକା ପରୀକ୍ଷା ପରିଚାଳନା ସକାଶେ ଏକ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ କରାଯାଇଛି । କ୍ୟାବିନେଟ ନିଷ୍ପତି ଅନୁଯାୟୀ ପ୍ରସ୍ତାବିତ ଏଜେନ୍ସୀ ଭାରତୀୟ ସୋସାଇଟି ପଞ୍ଜିକରଣ ଆଇନ 1860 ଅଧିନରେ ଏକ ସୋସାଇଟି ଭାବେ ପଞ୍ଜିକୃତ ହେବ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଏକ ସ୍ୱୟଂଶାସିତ ପ୍ରବେଶିକା ପରୀକ୍ଷା ପରିଚାଳନା ସଂସ୍ଥା ଭାବେ ଜାତୀୟସ୍ତରରେ କାର୍ଯ୍ୟ କରିବ ।

ବୈଶିଷ୍ଟ୍ୟ

  • ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ସିବିଏସଇ ଦ୍ୱାରା କରାଯାଉଥିବା ପ୍ରବେଶିକା ପରୀକ୍ଷାଗୁଡିକ ପରିଚାଳନା କରିବେ ।
  • ପର୍ଯ୍ୟାୟକ୍ରମେ ଏହି ଏଜେନ୍ସୀ ଅନ୍ୟାନ୍ୟ ପରୀକ୍ଷା ପରିଚାଳନାକୁ ଧିରେ ଧିରେ ନିଜ ହାତକୁ ନେବେ । ଏଥିଲାଗି ଏହି ଏଜେନ୍ସୀକୁ ଶୀଘ୍ର ସ୍ୱୟଂ ସମ୍ପୂର୍ଣ୍ଣ ସଂସ୍ଥା ଭାବେ ଗଠନ କରାଯିବ ।
  • ପ୍ରବେଶିକା ପରୀକ୍ଷାଗୁଡିକ ବର୍ଷକୁ ଦୁଇଥର ଅନଲାଇନ ଜରିଆରେ କରାଯିବ । ଏହାଦ୍ୱାରା ଅନେକ ପ୍ରାର୍ଥି ପରୀକ୍ଷା ପ୍ରଦାନର ଉତ୍ତମ ସୁବିଧା ପାଇବେ ।
  • ଗ୍ରାମାଂଚଳ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଜିଲ୍ଲା ଏବଂ ସବଡିଭିଜନ ସ୍ତରରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଲାଗି ପ୍ରୟାସ କରିବ । ଏହାଛଡା ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି ଲାଗି ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଗଠନ ପ୍ରଣାଳୀ

  • ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ଅଧ୍ୟକ୍ଷ ରୂପେ ଜଣେ ବିଶିଷ୍ଟ ଶିକ୍ଷାବିତ୍ତ ନିଯୁକ୍ତ ହେବେ ଯାହାଙ୍କୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଯୁକ୍ତି ପ୍ରଦାନ କରିବେ ।
  • ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଭାବେ ଜଣେ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିବେ ।
  • ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀର ପରିଚାଳନା ପାଇଁ ଏକ ବୋର୍ଡ ଅଫ ଗଭର୍ଣ୍ଣସ ରହିବେ । ଏଥିରେ ସମ୍ପୃକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ପ୍ରତିନିଧି ରହିବେ ।
  • ମହାନିର୍ଦ୍ଦେଶକଙ୍କୁ ସହଯୋଗ କରିବା ନିମନ୍ତେ 9ଟି ପୃଥକ ପୃଥକ ଶିକ୍ଷା କମିଟି ରହିବ । ଏହି କମିଟିର ମୁଖ୍ୟ ଭାବେ ଜଣେ ଲେଖାଏଁ ବିଶେଷଜ୍ଞ ଅଥବା ଶିକ୍ଷାବିତ୍ତ ରହିବେ ।

ଆର୍ଥିକ ବ୍ୟବସ୍ଥା

  • ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ପାଇଁ ଭାରତ ସରକାର ଏକକାଳୀନ ଅନୁଦାନ ଭାବେ 25 କୋଟି ଟଙ୍କା ପ୍ରଦାନ କରିବେ । ପ୍ରଥମ ବର୍ଷରୁ ଏହି ଅନୁଦାନ ଦିଆଯିବ । ତା’ପରବର୍ତ୍ତୀ ସମୟଗୁଡିକରେ ଏହି ସଂସ୍ଥା ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭର ହୋଇ କାର୍ଯ୍ୟ କରିବେ ।

ପ୍ରଭାବ

  • ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ଗଠନ ଫଳରେ ପ୍ରତିବର୍ଷ ପ୍ରାୟ 40 ଲକ୍ଷ ଛାତ୍ର ଉପକୃତ ହେବେ । ଜାତୀୟସ୍ତରରେ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ସିବିଏସଇ, ଏଆଇସିଟିଇ ଏବଂ ଅନ୍ୟାନ୍ୟ ସଂସ୍ଥା ଉପରେ ଆଉ ଚାପ ପଡିବ ନାହିଁ । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ ପେଷାଦାର ଢ଼ଙ୍ଗରେ ସୁବ୍ୟବସ୍ଥିତ ଭାବେ ଜାତୀୟସ୍ତରରେ ପରୀକ୍ଷା ପରିଚାଳନା କରିବେ । ଅର୍ଥମନ୍ତ୍ରୀ ତାଙ୍କର 2017-18 ଆର୍ଥିକ ବର୍ଷର ବଜେଟ ଅଭିଭାଷଣ ବେଳେ ଏହି ପ୍ରସ୍ତାବ ବିଷୟ ଘୋଷଣା କରିଥିଲେ ।

ଆଧାର : PIB

Last Modified : 11/11/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate