অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡିସେମ୍ବର ୩୧ ପରେ ଅଚଳ ହୋଇଯିବ ୭ଟି ବ୍ୟାଙ୍କର ଚ୍ୟାକ ବୁକ

ଡିସେମ୍ବର ୩୧ ପରେ ଅଚଳ ହୋଇଯିବ ୭ଟି ବ୍ୟାଙ୍କର ଚ୍ୟାକ ବୁକ

 

ଭାରତ ସରକାର ଡିଜିଟାଲ ଇଣ୍ଡିଆ ଓ ଡିଜିଟାଲ ପେମେଣ୍ଟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ ଆଉ ଏକ ନୂଆ ପଦକ୍ଷେପ ନେଇଛି। ଡିଜିଟାଲ ଟ୍ରାଜେକ୍ସନକୁ ବଢ଼ାଇବା ଲକ୍ଷ୍ୟ ନେଇ ସରକାର ୭ଟି ବ୍ୟାଙ୍କର ଚ୍ୟାକ ବୁକ ବନ୍ଦ କରିବାକୁ ଯାଉଛନ୍ତି। ୨୦୧୭ ଡିସେମ୍ବର ୩୧ ପରେ ଏହି ବ୍ୟାଙ୍କ ଗୁଡ଼ିକର ଚ୍ୟାକ ଗୁଡ଼ିକ ଅଚଳ କରିପାରନ୍ତି। ଏହି ମାମଲାରେ ଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି, ଆଶା କରାଯାଉଛି ଯେ, କେନ୍ଦ୍ର ସରକାର ଡିଜିଟାଲ ନେଣ-ଦେଣକୁ ବଢ଼ାଇବା ଲକ୍ଷ୍ୟ ନେଇ ଭବିଷ୍ୟତରେ ଚ୍ୟାକ ବୁକ ସୁବିଧା ଶେଷ କରିବାକୁ ଯାଉଛନ୍ତି।

ଯେଉଁ ବ୍ୟାଙ୍କ ଗୁଡ଼ିକର ଚ୍ୟାକ ବୁକ ଗୁଡ଼ିକ ସର୍ବ ପ୍ରଥମେ ବନ୍ଦ କରାଯିବା ପାଇଁ ଯୋଜନା ଚାଲିଛି, ସେଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଓ ଏହାର ସହାୟକ ବ୍ୟାଙ୍କ ଗୁଡ଼ିକ ସାମିଲ ରହିଛି। ଭାରତୀୟ ମହିଳା ବ୍ୟାଙ୍କ(ବିଏମ୍‌ବି) ମଧ୍ୟ ତାଲିକାରେ ଅଛି। ଏଣିକି ବ୍ୟାଙ୍କ ଖାତାଧାରୀମାନଙ୍କୁ ଚ୍ୟାକ ବୁକ ଜାରି କରାଯିବ ନାହିଁ। ସେହିଭଳି ପୁରୁଣା ଚ୍ୟାକ ବୁକର ଚ୍ୟାକ ମଧ୍ୟ ଡିସେମ୍ବର ୩୧ପର୍ୟ୍ୟନ୍ତ ଗ୍ରହଣ କରାଯିବ। ଅର୍ଥାତ ଗ୍ରାହକଙ୍କୁ ଏଣିକି ଟ୍ରାଜେକ୍ସନ ପାଇଁ ବ୍ୟାଙ୍କର ଆପ୍ସ ଅଥବା ଅନଲାଇନ ମାଧ୍ୟମର ବ୍ୟବହାର କରିବାକୁ ପଡ଼ିବ।

ପ୍ରବୀଣ ଖଣ୍ଡେଲଓ୍ଵାଲ କହିଛନ୍ତି ବିମୁଦ୍ରାକରଣ ପୂର୍ବରୁ ସରକାର ନୂଆଁ ନୋଟ ପାଇଁ ପାଖାପାଖି ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ସୁରକ୍ଷା ପାଇଁ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଥିଲା। ଏହା ବ୍ୟତୀତ ବ୍ୟାଙ୍କ ଡେବିଟ କାର୍ଡ ଦ୍ୱାରା ପେମେଣ୍ଟରେ ୧ପ୍ରତିଶତ ଓ କ୍ରେଡିଟ କାର୍ଡରୁ ପେମେଣ୍ଟରେ ୨ ପ୍ରତିଶତ ଚାର୍ଜ ଲାଗୁଥିଲା।

 

ଆଧାର :ଖବର ଓଡ଼ିଶା

Last Modified : 11/24/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate