অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଦଳିପାରେ ସିବିଏସ୍‌ଇ ପରୀକ୍ଷା ତାରିଖ

ବଦଳିପାରେ ସିବିଏସ୍‌ଇ ପରୀକ୍ଷା ତାରିଖ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି  । ବୋର୍ଡ ଅନୁଯାୟୀ ଦଶମ ଓ ଦ୍ୱାଦଶ ପରୀକ୍ଷାର ଆୟୋଜନ ଫେବୃଆରୀ କରାଯିବ ନାହିଁ  ବରଂ ମାର୍ଚ୍ଚରେ କରାଯିବ ଓ ପରୀକ୍ଷା ମାର୍ଚ୍ଚର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟ ଯେ, ପ୍ରଥମେ ବୋର୍ଡ ଫେବୃଆରୀର ଶେଷ ସପ୍ତାହରେ ପରୀକ୍ଷାର ଆୟୋଜନ କରୁଥିଲେ  । କାରଣ ଉତ୍ତର ଖାତାର ଯାଞ୍ଚରେ କୌଣସି ଅସୁବିଧା ବା ଗଡବଡ ନ ହେଉ   ଓ ପରୀକ୍ଷାର ଫଳାଫଳ ଶୀଘ୍ର ଘୋଷଣା ହେଉ  ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ପରୀକ୍ଷାର ଆୟୋଜନ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ  । ପରୀକ୍ଷାର ଆୟୋଜନରେ ବିଳମ୍ବ ହେବା କାରଣରୁ ପରୀକ୍ଷାର ସମୟସୀମା କମଦିନ ମଧ୍ୟରେ ସୀମିତ ରହିପାରେ  । ତା ମାନେ ପରୀକ୍ଷାକୁ କମ ଦିନରେ ସାରିବାକୁ ଚେଷ୍ଟା କରାଯିବ  । ପରୀକ୍ଷାର ଆୟୋଜନ କମ ସମୟ ମଧ୍ୟରେ ହେବାରୁ ପରୀକ୍ଷାର୍ଥୀ ମାନଙ୍କୁ ପ୍ରସ୍ତୁତ ହେବା ପାଇଁ କମ୍‌ ସମୟ ମିଳିବ  ।

ଉଲ୍ଲେଖନୀୟ, ଏହି ବର୍ଷ ପାଖାପାଖି ୨୭ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ଦେଉଛନ୍ତି  । ଗଣମାଧ୍ୟମ ସୂଚନା ଅନୁଯାୟୀ ବୋର୍ଡର କିଛି ଅଧିକାରୀଙ୍କ ଧାରଣା ରହିଛି ଯେ ଫେବୃଆରୀର ଅନ୍ତିମ ପରୀକ୍ଷା ହିସାବରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇନାହିଁ  । ପାଠ୍ୟକ୍ରମକୁ ସାରିବାକୁ ପଡିବ ଓ ତାପରେ ପ୍ରାକ୍ଟିକାଲ ମଧ୍ୟ ହେବ  । ଏହିପରି ବୋର୍ଡ ଅଧିକାରୀ ଏକମତ ହୋଇ ମାର୍ଚ୍ଚରେ ପରୀକ୍ଷା କରିବାର ନିଷ୍ପତ୍ତି ନେଇଥିଲେ  ।

ଏହାପୂର୍ବରୁ ସିବିଏସ୍‌ଇର ଚେୟାରମ୍ୟାନ୍ ଆର୍ କେ ଚତୁର୍ବେଦୀ କହିଥିଲେ କି ଫେବୃଆରୀରେ ପରୀକ୍ଷା କରିବା ଦ୍ୱାରା ଫଳାଫଳ ମଧ୍ୟ ଶୀଘ୍ର ଘୋଷଣା କରାଯାଇପାରିବ  । ବର୍ତ୍ତମାନ ଫଳାଫଳ ଘୋଷଣା ତାରିଖ ମେ’ର ଚତୁର୍ଥ ସପ୍ତାହ ପର୍ୟ୍ୟନ୍ତ ଟଣାଯାଇପାରେ  ।

ଆଧାର :ଖବର ଓଡ଼ିଶା

Last Modified : 11/22/2017



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate