ହୋମ / ସମ୍ବାଦ / ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ଡାକରାକୁ ପ୍ରତ୍ୟାଖ୍ୟାନ ପରେ କଥାବାର୍ତା ପାଇଁ ରାଜି
ସେଆର କରନ୍ତୁ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ଡାକରାକୁ ପ୍ରତ୍ୟାଖ୍ୟାନ ପରେ କଥାବାର୍ତା ପାଇଁ ରାଜି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୁବନେଶ୍ୱର ଡାକରାକୁ ପ୍ରତ୍ୟାଖ୍ୟାନ ପରେ କଥାବାର୍ତା ପାଇଁ ରାଜି -ଭିମ୍ ସାର ଆନ୍ଦୋଳନ ଜାରି

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଡାକରାକୁ ପ୍ରଥମେ ପ୍ରତ୍ୟାଖ୍ୟାନ କରିବା ପରେ ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଆନ୍ଦୋଳନରତ ଜୁନିୟର ଡାକ୍ତର ମାନଙ୍କ ସହ ଆଲୋଚନା ପରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଭୁବନେଶ୍ୱର ଯାଇ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଭିମ୍ ସାର ଜୁନିୟର ଡାକ୍ତରଙ୍କ ଦାବି ପୂରଣ ହେଉନାହିଁ କିମ୍ବା ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ। ରୋଗୀଙ୍କ ହାଲ୍ ବେହାଲ୍। ପୂର୍ବରୁ ଆନ୍ଦୋଳନରେ ହାଉସ ସର୍ଜନମାନେ ଯୋଗ ଦେଇଥିବା ବେଳେ ଏବେ ରେସିଡେଣ୍ଟ ଡକ୍ଟର ଏବଂ ନର୍ସ ମଧ୍ୟ ଆନ୍ଦୋଳନରେ ସାମିଲ ହେଲେଣି। ଅର୍ଥାତ୍ ଭିମ୍ ସାରରେ ଯାହାକିଛି ଅଳ୍ପ କିଛି ଚିକିତ୍ସା ହେଉଥିଲା ତାହା ମଧ୍ୟ ଏବେ ସମ୍ପୂର୍ଣ୍ଣ ଭାବରେ ଠପ୍ ହେଲାଣି। ଆଲୋଚନା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ଆନ୍ଦୋଳନକାରୀ ଜୁନିୟର ଡାକ୍ତରଙ୍କ ପାଖକୁ ଡାକରା ଆସିଥିଲା। ତେବେ ଏ ଡାକରାକୁ ଜୁନିୟର ଡାକ୍ତରମାନେ ପ୍ରଥମେ ପ୍ରତ୍ୟାଖ୍ୟାନ କରଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଏଠାକୁ ଆସି ଆଲୋଚନା କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ସେମାନଙ୍କର ପୂର୍ବ ଦାବିରେ ଅଟଳ ରହିଥିବା ବବେଳେ ରାସେଶ୍ୱରୀ ପାଣିଗ୍ରାହୀ ଆସି ତାଙ୍କ ସହ ଆଲୋଚନା ପରେ ସେମାନେ ଭୁବନେଶ୍ୱର ଯାଇ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଆଜି ପ୍ରାୟ ୧୧ଶହ ଜୁନିୟର ଡାକ୍ତର, ହାଉସ୍ ସର୍ଜନ, ସିନିୟର ରେସିଡେଣ୍ଟ ଡାକ୍ତର ପ୍ରମୁଖ ଏକ ରେଲି କରି ସହର ପରିକ୍ରମା କରିବା ସହିତ ସେମାନଙ୍କର ଦାବି ପୂରଣ ପାଇଁ ଆହ୍ୱାନ ଜଣାଇଛନ୍ତି। ପରେ ଜୁନିୟର ଡାକ୍ତରମାନେ ପୁଣି ବୈଠକ କରି ଆଗାମୀ ରଣନୀତି ନିର୍ଣ୍ଣୟ କରିଛନ୍ତି। ଓଡ଼ିଆ ପୁଅ

Back to top