অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫

ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ୨୦୦୫

  1. ପରିଚୟ
  2. ଜାଣିବା କଥା (୪୩/୨୦୦୬)
  3. ଘରୋଇ ହିଂସାକାଣ୍ଡ କ’ଣ ?
  4. କିଏ ବ୍ୟଥିତ ବ୍ୟକ୍ତି ଅଟେ ?
  5. କିଏ ପ୍ରତିବାଦୀ ଅଟେ ?
  6. କିଏ ଅଭିଯୋଗ କରିପାରିବେ ?
  7. ଉତ୍ପିଡିତା ମହିଳାଙ୍କ ଅଧିକାର
  8. କେଉଁ ନିଦାନ ଗ୍ରହଣ କରାଯାଇପାରେ ?
  9. କର୍ତ୍ତୃତ୍ଵ
  10. କାର୍ଯ୍ୟାନୁଷ୍ଠାନ ଏବଂ ପଦ୍ଧତିର ପ୍ରକୃତି
  11. ଶୀଘ୍ର ଫଇସଲା
  12. ସୁରକ୍ଷା ଆଦେଶର ବଳବତ୍ତରକରଣ ଏବଂ ଆଦେଶର ଉଲଂଘନ
  13. ଅପିଲ୍ ଏବଂ ତମାଦି
  14. ଘରୋଇ ହିଂସାକାଣ୍ଡ ଆଇନ୍ ର ଗୁରୁତ୍ୱପୂର୍ଣ୍ଣ ନୀତି କିମ୍ବା ଗୁଣ
  15. ଏହି ଆଇନ୍ ଅନୁଯାୟୀ କର୍ମକର୍ତ୍ତା
  16. ମହିଳାଙ୍କ ସପକ୍ଷରେ କିଛି ଦୃଢ ଆଇନ୍
    1. ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-କ – ଯୌନ ନିର୍ଯ୍ୟାତନା
    2. ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-ଖ – ମହିଳାକୁ ନଗ୍ନ କରିବା ନିମନ୍ତେ ଆକ୍ରମଣ କିମ୍ବା ଫୌଜଦାରୀ ବଳ ପ୍ରୟୋଗ
    3. ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୫୪-ଗ
    4. ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-ଘ
  17. ଘରୋଇ ଅତ୍ୟାଚାର ଆଇନ୍, ୨୦୦୫ରୁ ମହିଳାଙ୍କ ସୁରକ୍ଷା

ପରିଚୟ

ଘରୋଇ ହିଂସାରୁ ମହିଳାଙ୍କର ସୁରକ୍ଷା ଆଇନ୍, ୨୦୦୫ ମହିଳାମାନଙ୍କ ସପକ୍ଷରେ ଏକ ସାମାଜିକ – ମଙ୍ଗଳ କେନ୍ଦ୍ରିୟ ଆଇନ୍ ଅଟେ, ଯେଉଁମାନେ ଘରୋଇ ହିଂସାରେ ଉତ୍ପିଦିତ ହୋଇଥାଆନ୍ତି  । ଏହି ଆଇନ୍, ୨୦୦୬ ମସିହା ଅକ୍ଟୋବର ୨୬ ତାରିଖରୁ ବଳବତ୍ତର ହୋଇଛି, ଯାହାକି ଏହାର ବିଜ୍ଞପ୍ତି ଦ୍ଵାରା, କେନ୍ଦ୍ର ସରକାରଙ୍କ ଦ୍ଵାରା ବଳବତ୍ତର କରାଯାଇଛି ଏବଂ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ, ଏହି ଆଇନ୍ କୁ ରାଜ୍ୟ ସରକାରଙ୍କୁ ନ୍ୟସ୍ତ କରାଯାଇଛି  ।

ଏହି ଆଇନ୍ ଉଦ୍ଦେଶ୍ୟ ଏବଂ କାରଣର ବିବରଣୀରୁ ଏହା ଉନ୍ମୋଚିତ ହୁଏ ଯେ, ଘରୋଇ ହିଂସାକାଣ୍ଡର ଲକ୍ଷଣ ବିସ୍ତୃତ ଭାବେ ବିଦ୍ୟାମାନ, ମାତ୍ର ସର୍ବସାଧାରଣା କ୍ଷେତ୍ରରେ ବହୁଳ ଭାବେ ଅଦୃଶ୍ୟ ରହିଥାଏ ଏବଂ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୫ ଏବଂ ୨୧ ଅନୁଯାୟୀ ଅଙ୍ଗୀକାରବଦ୍ଧ କରାଯାଇଥିବା ଅଧିକାରକୁ ଏବଂ ଆନ୍ତର୍ଜାତୀୟ ପ୍ରଥାକୁ ଦୃଷ୍ଟିରେ ରଖି, କେନ୍ଦ୍ରିୟ ପରିଷଦ, ଘରୋଇ ହିଂସାକାଣ୍ଡରୁ ମହିଳାଙ୍କ ସୁରକ୍ଷା ଆଇନ୍, ୨୦୦୫ ପ୍ରଣୟନ କରିଛନ୍ତି, ଯାହାକି ମହିଳାଙ୍କ ଅଧିକାର ସପକ୍ଷରେ ଅଧିକ ପ୍ରଭାବିତ ସୁରକ୍ଷା ଆଇନ୍, ୨୦୦୫ ପ୍ରଣୟନ କରିଛନ୍ତି, ଯାହାକି ମହିଳାଙ୍କ ଅଧିକାର ସପକ୍ଷରେ ଅଧିକ ପ୍ରଭାବିତ ସୁରକ୍ଷା ଯୋଗାଇ ଦେବ, ଯେଉଁମାନେ କି ପରିବାର ମଧ୍ୟରେ ଘଟୁଥିବା ଯେ କୌଣସି ପ୍ରକାର ଘରୋଇ ହିଂସାକାଣ୍ଡରେ ଉତ୍ପିଦିତ ହେଉଛନ୍ତି ଏବଂ ଆହୁରି ମଧ୍ୟ ସେହି ସମସ୍ତ ବିଷୟରେ, ଯାହାକି ସେଥି ସହ ସଂପୃକ୍ତ କିମ୍ବା ତାର ଆନୁସଙ୍ଗିକ ଅଟେ  ।

ଆମ ସମାଜରେ, ପୁରୁଷମାନଙ୍କ ଦ୍ଵାରା, ମହିଳାଙ୍କ ବିରୁଦ୍ଧରେ, ଘରୋଇ ହିଂସାକାଣ୍ଡ ବିସ୍ତୃତ ଭାବେ ପ୍ରଚଳିତ କି ନୁହେଁ,  ତାହା ବର୍ତ୍ତମାନର ଆଲୋଚନା ବିଷୟ ନୁହେଁ, ମାତ୍ର ଆମ୍ଭର ପରିଷଦ ତାହା ଅନୁମାନ କରିଥିଲେ, ଯଦିଓ ଏହା ସର୍ବସାଧାରଣ କ୍ଷେତ୍ରରେ ଅଦୃଶ୍ୟ ଥିଲା  । ଆଇନ୍ ର ସାରାଂଶ ହେଉଛି, ସେହି ମହିଳାମାନଙ୍କୁ ସୁରକ୍ଷା ଦେବ ଯେଉଁମାନେ ଘରୋଇ ହିଂସାରେ ଉତ୍ପିଡିତ ଅଟନ୍ତି, ଏବଂ ସମାଜରେ ଘରୋଇ ହିଂସା କାଣ୍ଡର ଘଟନାକୁ ପ୍ରତିବନ୍ଧିତ କରିବା  ।

ସେହି ସମସ୍ତ ଗୃହରେ ଦେବତାମାନେ ଖୁସିରେ ରୁହନ୍ତି, ଯେଉଁଠାରେ ମହିଳାମାନେ ଏକ ସମ୍ମାନୀୟ ସ୍ଥିତି ଉପଭୋଗ କରନ୍ତି  । ସମସ୍ତ ପବିତ୍ର କାର୍ଯ୍ୟ ବ୍ୟର୍ଥ ହୁଏ ଯେଉଁଠାରେ ସେମାନନୁ ପ୍ରଶଂସା କରାଯାଏ ନାହିଁ  ।

ଯେତେବେଳେ ବସ୍ତୁବାଦିତା କିମ୍ବା ବାସ୍ତବିକ ଦାଖଲ ନିମନ୍ତେ ଲାଳସା,ବ୍ୟକ୍ତିଗତ ସ୍ନେହ, ଶ୍ରଦ୍ଧାକୁ ଅତିକ୍ରମ କରେ, ସେତେବେଳେ ତାର ନିଶ୍ଚିତ ପରିଣାମ ହେଉଛି, ନ୍ୟାୟାଳୟ ପ୍ରାଙ୍ଗଣରେ ଦୀର୍ଘ ସମୟ ଅତିବାହିତ କରିବା  ।

ଜାଣିବା କଥା (୪୩/୨୦୦୬)

ପରିବାରର କୌଣସି ବୟସ୍କ ପୁରୁଷ ବ୍ୟକ୍ତିଙ୍କ କୌଣସି କାର୍ଯ୍ୟ ତ୍ରୁଟି କିମ୍ବା ମନମୁଖୀ କାର୍ଯ୍ୟ କିମ୍ବା କାର୍ଯ୍ୟକଳାପ, ଯାହାକି ମହିଳାଙ୍କର ମାନସିକ କିମ୍ବା ଶାରୀରିକ ସୁସ୍ଥତାରେ କିମ୍ବା ଅଙ୍ଗର ନିରାପତ୍ତା ପ୍ରତି କ୍ଷତି ଘଟାଏ କିମ୍ବା ବିପଦ ସଙ୍କୁଳ କରେ କିମ୍ବା ସେପରି ଘଟାଇବା ନିମନ୍ତେ ଉଦ୍ଦେଶିତ ଥାଏ  । ଯାହାକି ଶାରୀରିକ, କ୍ଷତି, ଯୌନ କ୍ଷତି,ମୌଖିକ ଏବଂ ସମବେଦନାଶୀଳ କ୍ଷତି, ଅର୍ଥନୈତିକ କ୍ଷତି ଏବଂ କୌଣସି ଯୌତୁକ ନିମନ୍ତେ ଅବୈଧ ଦାବୀ ପୂରଣ କରିବା ନିମନ୍ତେ ଉତ୍ପୀଡନ ଏବଂ ବାଧ୍ୟତା ଇତ୍ୟାଦି ଗୃହ-ହିଂସା ଗଠନ କରେ  ।

  • ବିବାହ କିମ୍ବା ଅନ୍ୟଥା ଦ୍ଵାରା, ଘରୋଇ ସମ୍ପର୍କ ଥିବା କିମ୍ବା ଏକ ପରିବାର ଥିବା କୌଣସି ମହିଳା, ଯଦି ତାଙ୍କୁ କୌଣସି ଘରୋଇ ହିଂସାର କୌଣସି କାର୍ଯ୍ୟରେ ନିୟନ୍ତ୍ରଣାଧିନ କରାଯାଏ, ତା ହେଲେ ସେ ସୁରକ୍ଷା ଚାହିଁବା ନିମନ୍ତେ ହକଦାର ହେବେ  ।
  • ବ୍ୟଥିତା ମହିଳା, କେବଳ ଯୌତୁକ ନିର୍ଯ୍ୟାତନା  କ୍ଷେତ୍ରରେ, ପରିବାରର ମହିଳା ସଦସ୍ୟାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ  ।
  • ରୂରକ୍ଷା ଅଧିକାର ଏବଂ ଉପଲବ୍ଧ ଏବଂ ମାଗଣା ଆଇନଗତ ସେବା ସଂବନ୍ଧରେ ସୂଚୀତ ହେବା ନିମନ୍ତେ, ବ୍ୟଥିତା ମହିଳାଙ୍କର ଅଧିକାର ଅଛି  ।
  • ସୁରକ୍ଷା ଆଦେଶ କିମ୍ବା ମାଜିଷ୍ଟ୍ରେଟଙ୍କ ଦ୍ଵାରା ଆଦେଶ ବ୍ୟଥିତା ମହିଳାଙ୍କ ସପକ୍ଷରେ ମଞ୍ଜୁର କରାଯାଇପାରେ  ।
  • ଅଂଶ-ଗ୍ରହଣକାରୀ ଗୃହରେ ବାସ କରିବା ଅଧିକାର ବ୍ୟଥିତା ମହିଳାଙ୍କର ଅଛି  ।
  • ମହିଳାଙ୍କର ସନ୍ତାନମାନଙ୍କ ନିମନ୍ତେ ବସବାସ ଆଦେଶ, ଆର୍ଥିକ ଆଦେଶ, ରକ୍ଷଣାବେକ୍ଷଣ ଆଦେଶ, କ୍ଷତିପୂରଣ ଆଦେଶ ଏବଂ ମଧ୍ୟବର୍ତ୍ତୀକାଳୀନ ଏବଂ ଏକତରଫା ଆଦେଶ ନିମନ୍ତେ, ବ୍ୟଥିତା ମହିଳା ହକଦାର ଅଟନ୍ତି  ।
  • ଡାକ୍ତରୀ ସୁବିଧା ସହିତ ଆଶ୍ରୟ ଗୃହ ଇତ୍ୟାଦି ସୁରକ୍ଷା ଅଧିକାରୀ ଏବଂ ସେବା ଯୋଗାଣକାରୀଙ୍କର ସମସ୍ତ ସାହାଯ୍ୟ, ବ୍ୟଥିତା ମହିଳାଙ୍କୁ ଯୋଗାଇ ଦିଆଯାଇପାରେ  ।
  • ଘରୋଇ ହିଂସାକାଣ୍ଡ କାର୍ଯ୍ୟାନୁଷ୍ଠାନ, ଆବଦ୍ଧ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇପାରେ  ।
  • ଆଦେଶ ପ୍ରଦାନ ତାରିଖରୁ ୩୦ ଦିନ ମଧ୍ୟରେ, ସେସନ୍ସ ନ୍ୟାୟାଳୟରେ ଏକ ଅପିଲ ଦାଏର କରାଯାଇପାରେ  ।
  • ଦ୍ଵିତୀୟ ଅପିଲ ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ  ।
  • ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ ଅନୁଯାୟୀ, ଅପିଲର ବ୍ୟବସ୍ଥା ଅନୁଯାୟୀ ଅପିଲ ଫଇସଲା କରାଯିବ  ।
  • ସୁରକ୍ଷା ଆଦେଶର ଉଲ୍ଲଂଘନ, ଧର୍ତ୍ତବ୍ୟ ଏବଂ ଜାମିନ ହୀନ ଅପରାଧ ଅଟେ, ଯାହାକି ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୨୦ ହଜାର ଟଙ୍କା ଜୋରୀମାନା , କିମ୍ବା ଉଭୟରେ ଦଣ୍ଡନୀୟ ଅଟେ ।
  • ସଂପୃକ୍ତ ରାଜ୍ୟ ସରକାରଙ୍କର ପୂର୍ବ ମଞ୍ଜୁରୀ ସହିତ, ତାଙ୍କ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ସୁରକ୍ଷା ଅଧିକାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୨୦,୦୦୦.୦୦ ଜୋରୀମାନା  ସହିତ କିମ୍ବା ଉଭୟରେ ଦଣ୍ଡିତ କରିବା ନିମନ୍ତେ ମୋକଦ୍ଦମା କରାଯାଇପାରେ  ।

ଘରୋଇ ହିଂସାକାଣ୍ଡ କ’ଣ ?

ବର୍ତ୍ତମାନର ଆଇନ୍ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ, ଘରୋଇ ହିଂସାକାଣ୍ଡ, ଆବଶ୍ୟକ ସର୍ତ୍ତାବଳୀ ଅଟେ  । ସାଧାରଣ ଅର୍ଥରେ, ଘରୋଇ ହିଂସାକାଣ୍ଡର ସାରାଂଶ ଅର୍ଥ, ଅନ୍ୟ ମହିଳା ସଦସ୍ୟଙ୍କ ସହିତ ସଲାସୁତୁରାକୁ ଅନ୍ତର୍ଭୁକ୍ତ କରି, ସେମାନଙ୍କ ପୁରୁଷ ସଦସ୍ୟଙ୍କ ଦ୍ଵାରା, ମହିଳା ପ୍ରତି, ଶାରୀରିକ କିମ୍ବା ମାନସିକ ଆକ୍ରମଣ  । ଘରୋଇ ହିଂସାକାଣ୍ଡର ପ୍ରଭାବ ଏହି ଆଇନ୍ ଅନୁଯାୟୀ, କୌଣସି ମହିଳାର ଶାରୀରିକ କ୍ଷତ, ମନସ୍ତାତ୍ଵିକ କ୍ଷତିକୁ ଅନ୍ତର୍ଭୁକ୍ତ କରେ । ଏହି ଆଇନ୍ ର ଦଫା ୩ରେ, ଘରୋଇ ହିଂସାକାଣ୍ଡକୁ ସଂଜ୍ଞାୟୀତ କରେ, ଯାହାକି ପ୍ରତିବାଦିର କୌଣସି କାର୍ଯ୍ୟ, ତ୍ରୁଟି କିମ୍ବା କାର୍ଯ୍ୟକଳାପକୁ ଅର୍ଥାୟୀତ କରେ, ଯାହାକି ଘରୋଇ ହିଂସାକାଣ୍ଡ ଗଠନ କରେ ଏବଂ ସେଗୁଡିକ ନିମ୍ନ ପ୍ରକାର ଅଟେ –

  • ବ୍ୟଥିତା ମହିଳାଙ୍କର ମାନସିକ କିମ୍ବା ଶାରୀରିକ ସୁସ୍ଥତା ସ୍ୱାସ୍ଥ୍ୟ, ନିରାପତ୍ତାକୁ କ୍ଷତିଗ୍ରସ୍ତ କରେ, କ୍ଷତ କରେ କିମ୍ବା ବିପଦଗ୍ରସ୍ତ କରେ, ଯାହାକି ଶାରୀରିକ କ୍ଷତି, ଯୌନ କ୍ଷତି, ମୌଖିକ କ୍ଷତି, ସମବେଦନାମୂଳକ କ୍ଷତି ଏବଂ ଅର୍ଥନୈତିକ କ୍ଷତିକୁ ଅନ୍ତର୍ଭୁକ୍ତ କରେ  ।
  • ଯୌତୁକ କିମ୍ବା ଅନ୍ୟ ସମ୍ପତ୍ତିର କୌଣସି ଅବୈଧ ଦାବୀ ପୂରଣ କରିବା ନିମନ୍ତେ, ତାଙ୍କୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଆଢ୍ୟ କରିବା ସହିତ, ବ୍ୟଥିତା ମହିଳାଙ୍କୁ ନିର୍ଯ୍ୟାତନା ଦେବା କ୍ଷତି କିମ୍ବା କ୍ଷତ ଘଟାଇବା
  • ଘରୋଇ ହିଂସାକାଣ୍ଡ ନିମନ୍ତେ, ବ୍ୟଥିତା ମହିଳା କିମ୍ବା ତାଙ୍କ ସହ ସମ୍ପର୍କିତ କୌଣସି ବ୍ୟକ୍ତିଙ୍କୁ କୌଣସି ଧମକ ଦେବା  ।
  • ଅନ୍ୟ କ୍ଷତି କିମ୍ବା କ୍ଷତ  ।

ଦଫା ୩ର ସ୍ପଷ୍ଟୀକରଣ – ୧ରେ, ‘ଶାରୀରିକ କ୍ଷତି, ‘ଯୌନକ୍ଷତି’, ‘ମୌଖିକ ଏବଂ ସମ୍ବେଦନମୂଳକ କ୍ଷତି’ ଏବଂ ଅର୍ଥ ନୈତିକ କ୍ଷତିର ଅର୍ଥ ବ୍ୟକ୍ତ କରାଯାଇଛି  । ଦଫା ୩ର ସ୍ପଷ୍ଟୀକରଣ ୨, ଉଲ୍ଲେଖ କରେ ‘ପ୍ରତିବାଦୀର କୌଣସି କାର୍ଯ୍ୟ, ତ୍ରୁଟି ସଂପାଦନ କିମ୍ବା କାର୍ଯ୍ୟକଳାପ, ଏହି ଦଫା ଅନୁଯାୟୀ ‘ଘରୋଇ ହିଂସାକାଣ୍ଡ, ଗଠନ କରେ କି ନାହିଁ, ତାହା ସ୍ଥିର କରିବା ନିମନ୍ତେ ମୋକଦ୍ଦମା କିମ୍ବା ଘଟନାର ସମସ୍ତ ବିଷୟ ଏବଂ ପରିସ୍ଥିତିକୁ, ବିଚାରକୁ ନିଆଯିବ  ।

ଏହା ଉଲ୍ଲେଖ କରିବା ଯୁକ୍ତିଯୁକ୍ତ ଯେ, ସାମଗ୍ରୀକ ବିଚାର, ସମାଜର ସାଂସ୍କୃତିକ ଏବଂ ଅନ୍ୟାନ୍ୟ ମୂଲ୍ୟକୁ ବିବେଚନାକୁ ନେବା ସହିତ, ଏହାର ନୀତି ଏବଂ ସାଂସ୍କୃତିକ ପ୍ରଥାକୁ ମଧ୍ୟ ଗ୍ରହଣ କରିବ  ।

କିଏ ବ୍ୟଥିତ ବ୍ୟକ୍ତି ଅଟେ ?

ଦଫା ୨ (କ) ‘ବ୍ୟଥିତ ବ୍ୟକ୍ତି’ କୁ ସଂଜ୍ଞାୟୀତ କରେ, ଯାହାର ଅର୍ଥ ହେଉଛି, କୌଣସି ମହିଳା, ଯେକି ପ୍ରତିବାଦୀଙ୍କ ସହିତ କୌଣସି ଘରୋଇ ସମ୍ପର୍କରେ ଅଛନ୍ତି ଏବଂ ଯେ କି ପ୍ରତିବାଦୀ ଦ୍ଵାରା ଘରୋଇ ହିଂସାକାଣ୍ଡର କୌଣସି କାର୍ଯ୍ୟର ନିୟନ୍ତ୍ରଣାଧିନ ବୋଲି ଅଭିଯୋଗ କରନ୍ତି  ।

ସଂଜ୍ଞାରେ, କୌଣସି ମହିଳା, ନିମ୍ନଲିଖିତଙ୍କୁ ଅନ୍ତର୍ଭୁକ୍ତ କରେ –

୧. ମାଆ, ୨. ସ୍ତ୍ରୀ କିମ୍ବା ବିଧବା, ୩. ଭଉଣୀ, ୪. ବିଧବା ଭଉଣୀ, ୫. କନ୍ୟା, ୬. ଗୃହୀତ କନ୍ୟା, ୭. ବିଧବା କନ୍ୟା   ।

ଉକ୍ତ ମହିଳାଙ୍କର ନିଶ୍ଚିତ ଭାବେ, ପ୍ରତିବାଦୀ ସହିତ ଘରୋଇ ସମ୍ପର୍କରେ ସଂଯୋଗ ଥିବ । ‘ଘରୋଇ ସମ୍ପର୍କ’ ର ସଂଜ୍ଞାକୁ, ଆଇନ୍ ର ଦଫା ୨ (ଚ) ଅନୁଯାୟୀ ସଂଜ୍ଞାୟୀତ କରାଯାଇଛି, ଯାହାକି ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଏକ ସମ୍ପର୍କ ଅଟେ, ଯେଉଁମାନେ କି ଏକ ଅଂଶଗ୍ରହଣକାରୀ ଗୃହରେ ବାସ କରନ୍ତି କିମ୍ବା କୌଣସି ସମୟରେ ବାସ କରୁଥିଲେ, ଯେତେବେଳେ ସେମାନେ ସମ-ରକ୍ତ, ବିବାହ ଦ୍ଵାରା ସମ୍ପର୍କିତ କିମ୍ବା ବିବାହ, ଗ୍ରହଣ ପ୍ରକୃତିର ସମ୍ପର୍କ ଜରିଆରେ ପରିବାରର ସଦସ୍ୟ ଅଟନ୍ତି, ଯେଉଁମାନେ କି ଏକ ଯୁଗ୍ମ ପରିବାର ଭାବେ ଏକତ୍ରିତ ବାସ କରନ୍ତି  ।

କିଏ ପ୍ରତିବାଦୀ ଅଟେ ?

ଦଫା ୨ (ଛ), ‘ପ୍ରତିବାଦୀ’ କୁ ସଂଜ୍ଞାୟୀତ କରେ, ଯାହାର ଅର୍ଥ ହେଉଛି, କୌଣସି ବୟସ୍କ ପୁରୁଷ ବ୍ୟକ୍ତି, ଯେକି, ବ୍ୟଥିତ ମହିଳାଙ୍କ ସହିତ କୌଣସି ଘରୋଇ ସମ୍ପର୍କରେ ଥାଆନ୍ତି ଏବଂ ଯାହାଙ୍କ ବିରୁଦ୍ଧରେ ବ୍ୟଥିତ ମହିଳା, ଏହି ଆଇନ୍ ଅନୁଯାୟୀ କୌଣସି ନିଦାନ ଭିକ୍ଷା କରିଛନ୍ତି  ।

ଉଲ୍ଲେଖଥାଉ ଯେ, କୌଣସି ବ୍ୟଥିତା ସ୍ତ୍ରୀ କିମ୍ବା ମହିଳା, ଯେ କି କୌଣସି ବିବାହ ପ୍ରକୃତିର ସମ୍ପର୍କରେ ବାସ କରୁଥାନ୍ତି ସେ, ସ୍ଵାମୀଙ୍କର କୌଣସି ସମ୍ପର୍କୀୟ କିମ୍ବା ପୁରୁଷ ଅଂଶୀଦାରଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଏର କରିପାରନ୍ତି  ।

ଏହି ଆଇନ୍ ଉଦ୍ଦେଶ୍ୟରେ, ‘ପ୍ରତିବାଦୀ’ ସଜ୍ଞାର ଗୁରୁତ୍ଵ ଏହା ଯେ, ପ୍ରତିବାଦୀ ସର୍ବଦା ଜଣେ ପୁରୁଷ ବ୍ୟକ୍ତି ହୋଇଥିବେ ଏବଂ କୌଣସି ମହିଳା, ପରିବାର ଅନ୍ୟ କୌଣସି ମହିଳାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆଣି ପାରିବ ନାହିଁ, ଏବଂ ତାହା ଗୋଟିଏ ବ୍ୟତିକ୍ରମର ନିୟନ୍ତ୍ରଣାଧିନରେ ଯେ, ସ୍ତ୍ରୀ କିମ୍ବା ବିଧବା ସ୍ତ୍ରୀ, ସ୍ଵାମୀଙ୍କ ସମ୍ପର୍କୀୟଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିପାରେ, ଯଦିଓ ସେମାନେ ମହିଳା ହୋଇଥାଆନ୍ତି ମାତ୍ର ଅନ୍ୟାନ୍ୟ କ୍ଷେତ୍ରରେ, ଯେଉଁସ୍ଥଳରେ କୌଣସି ମହିଳା ଘରୋଇ ହିଂସାକାଣ୍ଡର ଉତ୍ପଡିତା ଥାଆନ୍ତି, ଯେ କି ସ୍ତ୍ରୀ ହୋଇନଥାଆନ୍ତି, ସେ ପରିବାରର ଅନ୍ୟ ମହିଳାଙ୍କ ବିରୁଦ୍ଧରେ ସୁରକ୍ଷା ଦାବୀ କରିପାରନ୍ତି  ।

କିଏ ଅଭିଯୋଗ କରିପାରିବେ ?

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କିମ୍ବା ସ୍ଥାନୀୟ ସୀମାରେ କର୍ତ୍ତୃତ୍ଵଥିବା ମୋଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ, ପ୍ରତିବାଦୀ କିମ୍ବା ପ୍ରତିବାଦୀମାନଙ୍କ ବିରୁଦ୍ଧରେ ଆଇନ୍ ର ଦଫା ୧୨ ଅନୁଯାୟୀ ‘ଉତ୍ପଡିତା ମହିଳା’ ର ସଂଜ୍ଞା ଅଧିନରେ ପଡୁଥିବା କୌଣସି ମହିଳା ଏକ ଅଭିଯୋଗ ଦାଖଲ କରିପାରିବେ, ଯେଉଁଠାରେ କାର୍ଯ୍ୟାନୁଷ୍ଠାନ କାରଣ ଉଦ୍ରେକ ହୋଇଛି କିମ୍ବା ସେହି ସ୍ଥାନ ଯେଉଁଠାରେ ଉତ୍ପିଡିତା ମହିଳା କିମ୍ବା ପ୍ରତିବାଦୀ ବାସ କରନ୍ତି  । ଏପରି ଆବେଦନପତ୍ର, ବ୍ୟଥିତ କିମ୍ବା ଉତ୍ପିଡିତାଙ୍କ ତରଫରୁ, ସୁରକ୍ଷା ଅଧିକାରୀଙ୍କ ଦ୍ଵାରା ଦାଏର କରାଯାଇପାରେ  ।

ଏପରି ଅଭିଯୋଗ, ଉତ୍ପିଡିତା ମହିଳାଙ୍କ ଦ୍ଵାରା ଦାଏର କରାଯିବ, ଯେଉଁଠାରେ ସେ –

  • ସ୍ଥାୟୀଭାବେ ବା ଅସ୍ଥାୟୀଭାବେ ବାସ କରନ୍ତି ବା ବ୍ୟବସାୟସ୍ଥଳୀ କିମ୍ବା ନିଯୁକ୍ତସ୍ଥଳୀ  । କିମ୍ବା
  • ଯେଉଁଠାରେ, ପ୍ରତିବାଦୀ ବାସ କରନ୍ତି କିମ୍ବା ବ୍ୟବସାୟ ପରିଚାଳନା କରନ୍ତି କିମ୍ବା ନିଯୁକ୍ତିରେ ଥାନ୍ତି  । କିମ୍ବା
  • ଯେଉଁଠାରେ କାର୍ଯ୍ୟାନୁଷ୍ଠାନର କାରଣ ଉଦ୍ରେକ ହୋଇଥାଏ  ।

ଉତ୍ପିଡିତା ମହିଳାଙ୍କ ଅଧିକାର

ଉତ୍ପିଡିତା ମହିଳାଙ୍କର, ନିମ୍ନଲିଖିତ ଅଧିକାର ଅଛି, ଯଥା –

  • ସୁରକ୍ଷା ଆଦେଶ ଭାବେ, ଏକ ଉପଯୁକ୍ତ ନିଦାନ ଗ୍ରହଣ କରିବା ନିମନ୍ତେ, ଆବେଦନ କରିବା ଅଧିକାର ।
  • ସେବା ଯୋଗାଣକାରୀଙ୍କ ସେବା ଗ୍ରହଣ କରିବା ଅଧିକାର ।
  • ସୁରକ୍ଷା ଅଧିକାରୀଙ୍କ ସେବା ଗ୍ରହଣ କରିବା ଅଧିକାର ।
  • ମାଗଣା ଆଇନ୍ ଗତ ସାହାଜ୍ଯ ପ୍ରତି ଅଧିକାର  ।
  • ସ୍ଵାମୀ କିମ୍ବା ସ୍ଵାମୀଙ୍କ ସମ୍ପର୍କୀୟଙ୍କ ଦ୍ଵାରା ନିଷ୍ଠୁରତା ଯୋଗୁ, ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୧୯୮ ‘କ’ ଅନୁଯାୟୀ ଏକ ଅଭିଯୋଗ ଦାଏର କରିବା ଅଧିକାର, ଯେଉଁଠାରେ ଉପାଦେୟ ଅଟେ ।
  • ଏହି ଆଇନ୍ ଅନୁଯାୟୀ, ଉପଲବ୍ଧ ସୁରକ୍ଷା ସମ୍ବନ୍ଧରେ ସୂଚୀତ ହେବା ଅଧିକାର  ।

କେଉଁ ନିଦାନ ଗ୍ରହଣ କରାଯାଇପାରେ ?

ଘରୋଇ ହିଂସାକାଣ୍ଡର, ଉତ୍ପିଡିତା ମହିଳା, ନିମ୍ନଲିଖିତ ଗୋଟିଏ କିମ୍ବା ଅଧିକ ନିଦାନ ଗ୍ରହଣ କରିପାରିବେ –

  1. ସୁରକ୍ଷା ଆଦେଶ
  2. ଆର୍ଥିକ ନିଦାନ ନିମନ୍ତେ ଆଦେଶ
  3. ତତ୍ତ୍ଵାବଧାନ କିମ୍ବା ରଖିବା ଆଦେଶ,
  4. ବାସ ସ୍ଥାନ ଆଦେଶ
  5. କ୍ଷତିପୂରଣ ଆଦେଶ
  6. ମଧ୍ୟବର୍ତ୍ତୀକାଳୀନ ଆଦେଶ
  7. ଅନ୍ୟ କୌଣସି ଆଦେଶ, ଯାହାକି ଠିକ୍ ଏବଂ ଉପଯୁକ୍ତ ବୋଲି ବୋଧ ହୁଏ  ।

କର୍ତ୍ତୃତ୍ଵ

ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କିମ୍ବା ମୋଟ୍ରୋପଲିଟାନ ମାଜିଷ୍ଟ୍ରେଟ, ଯେଉଁସ୍ଥଳରେ ଯେପରି ପ୍ରୟୋଗନୀର କର୍ତ୍ତୃତ୍ଵ ଆଇନ୍ ର ଦଫା ୨୭ ଧାର୍ଯ୍ୟ କରେ ସେହି ସ୍ଥାନୀୟ ଅଞ୍ଚଳ ମଧ୍ୟରେ ଯେଉଁଠାରେ କାର୍ଯ୍ୟାନୁଷ୍ଠାନର କାରଣ ଉଦ୍ରେକ ହୋଇଥାଏ କିମ୍ବା ଯେଉଁଠାରେ ବ୍ୟଥିତା ମହିଳା କିମ୍ବା ପ୍ରତିବାଦୀ ବାସକରନ୍ତି, ତାହା ସ୍ଥାୟୀ ଭାବେ କିମ୍ବା ଅସ୍ଥାୟୀଭାବେ ହୋଇଥାଉ  ।

କାର୍ଯ୍ୟାନୁଷ୍ଠାନ ଏବଂ ପଦ୍ଧତିର ପ୍ରକୃତି

ଘରୋଇ ହିଂସାକାଣ୍ଡର ବିଚାର, ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ର ଦଫା ୧୨୫ ଅନୁଯାୟୀ, ଭରଣପୋଷଣ ମୋକଦ୍ଦମା ପରି ଏକ ଦେୱାନୀ ମୋକଦ୍ଦମା ଭାବେ ଚାଲିବ ଏବଂ ସଂକ୍ଷିପ୍ତ ଭାବେ ବିଚାର କରାଯିବ  । ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଆବଦ୍ଧ ପ୍ରକୋଷ୍ଠରେ ଅନୁଷ୍ଠିତ କରାଯାଇପାରେ  । ପରିଚାଳନାକାରୀ ମାଜିଷ୍ଟ୍ରେଟ, ପ୍ରଥମ ଶୁଣାଣୀ ତାରିଖରୁ ୬୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନକୁ ସମାପ୍ତ କରିବେ  । ଏହି ପଦ୍ଧତି, ଆଇନ୍ ର ଦଫା ୨୮ ଅନୁଯାୟୀ ଧାର୍ଯ୍ୟ କରାଯାଇଛି, ଯାହା ଉଲ୍ଲେଖ କରେ ଯେ, ଦଫା ୧୨, ୧୮, ୧୯, ୨୦, ୨୧ ଏବଂ ୨୩ ଅନୁଯାୟୀ ଏବଂ ସୁରକ୍ଷା ଆଦେଶର ଉଲ୍ଲଘଂନ ନିମନ୍ତେ ଦଫା ୩୧ ଅନୁଯାୟୀ ଅପରାଧ ସମସ୍ତ କାର୍ଯ୍ୟାନୁଷ୍ଠାନ ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ର ବ୍ୟବସ୍ଥାବଳୀ ଦ୍ଵାରା ପରିଚାଳିତ ହେବ  । ଘରୋଇ ହିଂସାକାଣ୍ଡର ବିଚାର ଏକ ସଂକ୍ଷିପ୍ତ ବିଚାର ଅଟେ ଏବଂ ଫୌଜଦାରୀ କାର୍ଯ୍ୟବିଧି ସଂହିତାର ଦଫା ୨୬୦, ୨୬୫ ଅନୁଯାୟୀ ଧାର୍ଯ୍ୟ ପଦ୍ଧତିକୁ ଅନୁସରଣ କରାଯିବ  । ସୁରକ୍ଷା ଆଦେଶର ଉଲଂଘନ ଧର୍ତ୍ତବ୍ୟ ଏବଂ ଜାମିନ-ହୀନ ଅପରାଧ ଅଟେ, ଏବଂ ବ୍ୟଥିତା ମହିଳାର ଏକମାତ୍ର ସାକ୍ଷ୍ୟ ଉପରେ ଦଣ୍ଡାଦେଶ ପ୍ରଦାନ କରାଯାଇପାରେ ।

ଶୀଘ୍ର ଫଇସଲା

ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହାର ପ୍ରଥମ ଶୁଣାଣୀ ତାରିଖରୁ ୬୦ ଦିନ ମଧ୍ୟରେ କୌଣସି ଘରୋଇ ହିଂସାକାଣ୍ଡ ମୋକଦ୍ଦମାକୁ ଫଇସଲା କରିବା ନିମନ୍ତେ ଚେଷ୍ଟା କରିବେ । ଘରୋଇ ହିଂସାକାଣ୍ଡ କାର୍ଯ୍ୟାନୁଷ୍ଠାନ ନିମନ୍ତେ, ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୧୯୭୩ର ବ୍ୟବସ୍ଥାବଳୀ, ପ୍ରୟୋଗନୀୟ ଅଟେ ।

ସୁରକ୍ଷା ଆଦେଶର ବଳବତ୍ତରକରଣ ଏବଂ ଆଦେଶର ଉଲଂଘନ

ଘରୋଇ ହିଂସାକାଣ୍ଡ ଆଇନ୍, ୨୦୦୫ରୁ ମହିଳାଙ୍କ ସୁରକ୍ଷା ନିମନ୍ତେ ପ୍ରଦାନ କରାଯାଇଥିବା କୌଣସି ଆଦେଶ, ସାରା ଭାରତରେ ବଳବତ୍ତରଣୀୟ ହେବ, ଯେତେବେଳେ କୌଣସି ଆଦେଶ ଏହି ଆଇନ୍ ର ଦଫା ୨୭ ଅନୁଯାୟୀ ସେଥିରେ ଉଲ୍ଲେଖିତ ସମୟ ମଧ୍ୟରେ ପରିପାଳନ କରାଯାଏ ନାହିଁ  । ଅଧିକନ୍ତୁ, ପ୍ରତିବାଦୀଙ୍କ ଦ୍ଵାରା ସୁରକ୍ଷା ଆଦେଶ କିମ୍ବା ମଧ୍ୟବର୍ତ୍ତୀକାଳୀନ ଆଦେଶର ଉଲଂଘନ ଏକ ଅପରାଧ ହେବ ଏବଂ ଯେକୌଣସି ବର୍ଣ୍ଣନୀୟ କାରାଦଣ୍ଡରେ ସେହି ସମୟ ପର୍ଯ୍ୟନ୍ତ ଦଣ୍ଡନୀୟ ଅଟେ। ଯାହାକି ଏକ ବର୍ଷ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହୋଇପାରେ କିମ୍ବା ଜୋରୀମାନା  ସହିତ, ଯାହାକି କୋଡିଏ ହଜାର (୨୦,୦୦୦) ଟଙ୍କାକୁ ପରିବର୍ଦ୍ଧନ କରାଯାଇପାରେ, କିମ୍ବା ଉଭୟରେ ଏବଂ ତାହା ଆଇନ୍ ର ଦଫା ୩୧ ଅନୁଯାୟୀ ହୋଇଥାଏ  ।

ଅପିଲ୍ ଏବଂ ତମାଦି

ଆଇନ୍ ର ଦଫା ୨୯ଅନୁଯାୟୀ ଅପିଲ୍ ର ବ୍ୟବସ୍ଥା ଧାର୍ଯ୍ୟ କରାଯାଇଛି । ଆଦେଶ ଗ୍ରହଣ ତାରିଖରୁ ୩୦ ଦିନ ମଧ୍ୟରେ କୌଣସି ପକ୍ଷ ସେ ବ୍ୟଥିତ ମହିଳା, କିମ୍ବା ପ୍ରତିବାଦୀ, ସେସନ୍ସ  ନ୍ୟାୟାଳୟରେ ଏକ ଅପିଲ୍ ଦାଏର କରିପାରନ୍ତି  । ସେସନ୍ସ ନ୍ୟାୟାଳୟ, ଫୌଜଦାରୀ ଅପିଲ୍ ପରି ଏପରି ଅପିଲକୁ ଫଇସଲା କରିବେ  । ସେସନ୍ସ ନ୍ୟାୟାଳୟର ଆଦେଶ ଚୂଡାନ୍ତ ଅଟେ ଏବଂ ଦ୍ଵିତୀୟ ଅପିଲ୍ ନିମନ୍ତେ କୌଣସି ପରିସର ନାହିଁ  । ‘ରିଭିଜନ’ କ୍ଷମତା ଅନୁଯାୟୀ ଉଚ୍ଚ ନ୍ୟାୟାଳୟରେ ସେସନ୍ସ ନ୍ୟାୟାଳୟର ଆଦେଶକୁ ଆହ୍ଵାନ କରାଯାଇପାରେ ।

ଘରୋଇ ହିଂସାକାଣ୍ଡ ଆଇନ୍ ର ଗୁରୁତ୍ୱପୂର୍ଣ୍ଣ ନୀତି କିମ୍ବା ଗୁଣ

  1. ପରିବାରର କୌଣସି ବୟସ୍କ ପୁରୁଷ ସଦସ୍ୟଙ୍କ ଦ୍ଵାରା କୌଣସି ମହିଳାଙ୍କ ପ୍ରତି କୌଣସି କାର୍ଯ୍ୟ, ତ୍ରୁଟି କିମ୍ବା ସଂପାଦନ କିମ୍ବା କାର୍ଯ୍ୟକଳାପ, ଯାହା ସ୍ୱାସ୍ଥ୍ୟ ଏବଂ ନିରାପତ୍ତା କିମ୍ବା ଶାରୀରିକ କ୍ଷତି ଘଟାଏ ଧମକ କିମ୍ବା ବାଧ୍ୟତା ତାହା ଶାରୀରିକ କିମ୍ବା ମାନସିକ ହୋଇଥାଉ, ତାହା ଘରୋଇ ହିଂସାକାଣ୍ଡ ଗଠନ କରିଥାଏ  ।
  2. ପରିବାର ସମ୍ପର୍କ ଥିବା କୌଣସି ମହିଳା, ଯଦି ଘରୋଇ ହିଂସାକାଣ୍ଡର କୌଣସି କାର୍ଯ୍ୟର ନିୟନ୍ତ୍ରଣାଧିନ ହୁଅନ୍ତି, ସେ ଜଣେ ଉତ୍ପିଡିତ କିମ୍ବା ବ୍ୟଥିତ ବ୍ୟକ୍ତି ଅଟନ୍ତି  ।
  3. ଘରୋଇ ହିଂସାକାଣ୍ଡର ମହିଳା ଉତ୍ପିଡିତା, ମାଜିଷ୍ଟ୍ରେଟଙ୍କୁ ଅଭିଯୋଗ କରିପାରିବେ ଏବଂ ସୁରକ୍ଷା ଅଧିକାରୀ, ପୋଲିସ୍ ଅଧିକାରୀ ଏବଂ ସେବା- ଯୋଗାଣକାରୀଙ୍କୁ ସୂଚୀତ କରିପାରିବେ  ।
  4. ମାଜିଷ୍ଟ୍ରେଟଙ୍କ ଠାରୁ ସୁରକ୍ଷା ଆଦେଶ ପାଇବା ପ୍ରତି, ଉତ୍ପିଡିତାଙ୍କ ମହିଳାର ଅଧିକାର  ।
  5. ସୁରକ୍ଷା ଅଧିକାରୀ ଏବଂ ସେବା ଯୋଗାଣକାରୀଙ୍କ ସେବା ଉପଲବ୍ଧ କରିବା ପ୍ରତି, ଉତ୍ପିଡିତା ମହିଳାର ଅଧିକାର  ।
  6. ମାଗଣା ଆଇନ୍ ସେବା ପ୍ରତି ଅଧିକାର ।
  7. ବ୍ୟଥିତା କିମ୍ବା ଉତ୍ପିଡିତା ମହିଳାଙ୍କ ଆଶ୍ରୟ ଗୃହ ଏବଂ ଡାକ୍ତରୀ ସୁବିଧା ଉପଲବ୍ଧ କରାଯାଇପାରେ  ।
  8. ଉତ୍ପିଡିତା ମହିଳାଙ୍କ ପ୍ରତି, ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ।
  9. ଘରୋଇ ହିଂସାକାଣ୍ଡ କାର୍ଯ୍ୟାନୁଷ୍ଠାନ, ଆବଦ୍ଧ ପ୍ରକୋଷ୍ଠରେ ଅନୁଷ୍ଠିତ କରାଯାଇପାରେ  ।
  10. ଶିକ୍ଷା କିମ୍ବା ଉପଦେଶ ପ୍ରଦାନ  ।
  11. ଅଂଶୀଦାର ଗୃହ ଇତ୍ୟାଦିରେ ବାସ କରିବା କ୍ଷତିପୂରଣ ଅଧିକାର, ସୁରକ୍ଷା ଆଦେଶ ଆର୍ଥିକ ସାହାଯ୍ୟ ଇତ୍ୟାଦି ।
  12. ତିରିଶ ଦିନ ମଧ୍ୟରେ, ସେସନ୍ସ ନ୍ୟାୟାଳୟକୁ ଅପିଲ୍  ।
  13. ଉଚ୍ଚ ନ୍ୟାୟାଳୟ ଦ୍ଵାରା ରିଭିଜନ, ଦ୍ଵିତୀୟ ଅପିଲ୍ ନୁହେଁ  ।
  14. ସୁରକ୍ଷା ଆଦେଶର ଉଲଂଘନ ଏକ ଧର୍ତ୍ତବ୍ୟ ଏବଂ ଜାମିନ-ହୀନ ଅପରାଧ ଅଟେ  ।
  15. ଏକ ବର୍ଷ ନିମନ୍ତେ କାରାଦଣ୍ଡ କିମ୍ବା କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରୀମାନା କିମ୍ବା ଉଭୟ।
  16. କର୍ତ୍ତବ୍ୟରେ ଅକୃତକାର୍ଯ୍ୟତା ନିମନ୍ତେ ସୁରକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ମୋକଦ୍ଦମା  ।
  17. ସୁରକ୍ଷା ଅଧିକାରୀ ଏବଂ ସେବା ଯୋଗାଣକାରୀଙ୍କ କ୍ଷମତା ଏବଂ କର୍ତ୍ତବ୍ୟ ।
  18. ନ୍ୟାୟାଳୟରେ କର୍ତ୍ତୃତ୍ଵ ଏବଂ ପଦ୍ଧତି ।
  19. କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ।
  20. ନିୟମାବଳୀ ପ୍ରଣୟନରେ, କେନ୍ଦ୍ର ସରକାରଙ୍କ କ୍ଷମତା ।

ଏହି ଆଇନ୍ ଅନୁଯାୟୀ କର୍ମକର୍ତ୍ତା

ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଆଇନ୍, ୨୦୦୫ର ବ୍ୟବସ୍ଥାବଳୀ, ଏହି ଆଇନ୍ ର ଉଦ୍ଦେଶ୍ୟମାନ ନିମନ୍ତେ, ନିମ୍ନଲିଖିତ କର୍ମକର୍ତ୍ତାଙ୍କ ବ୍ୟବସ୍ଥାୟୀତ କରେ –

  1. ମାଜିଷ୍ଟ୍ରେଟ
  2. ସୁରକ୍ଷା ଅଧିକାରୀ
  3. ପୋଲିସ୍ ଅଧିକାରୀ
  4. ସେବା-ଯୋଗାଣକାରୀ  ।

ମହିଳାଙ୍କ ସପକ୍ଷରେ କିଛି ଦୃଢ ଆଇନ୍

୩.୨.୨୦୧୩ ପୂର୍ବରୁ, ଯୌନ ସମ୍ପର୍କ ପରେ, ଧର୍ଷଣ ଅପରାଧ ସମ୍ଭବପର ଥିଲା, ମାତ୍ର ୩.୨.୨୦୧୩ ଠାରୁ ଧର୍ଷଣ ସମ୍ବନ୍ଧୀୟ ଆଇନ୍ କୁ ସଂଶୋଧନ କରାଯାଇଛି, ଏବଂ ନିମ୍ନଲିଖିତ କାର୍ଯ୍ୟକୁ ଧର୍ଷଣ ଭାବେ ବିବେଚନା କରାଯାଏ –

ଦଫା ୩୭୫-ଜଣେ ବ୍ୟକ୍ତି ଧର୍ଷଣ କରିଛି ବୋଲି କୁହାଯାଏ, ଯଦି ସେ –

  • କୌଣସି ମହିଳାଙ୍କର ଯୋନି ମଧ୍ୟରେ ତାର ନିଜ ଲିଙ୍ଗକୁ ଭର୍ତ୍ତୀ କରେ କିମ୍ବା ମୁହଁରେ କିମ୍ବା ମଳ ଦ୍ଵାରରେ ଏପରି କରେ କିମ୍ବା ତାଙ୍କୁ (ଉକ୍ତ ମହିଳାଙ୍କୁ) ତା ସହିତ କିମ୍ବା ଅନ୍ୟ ବ୍ୟକ୍ତି ସହ କରିବା ନିମନ୍ତେ କୁହେ, କିମ୍ବା
  • ତାର ଲିଙ୍ଗ ବ୍ୟତୀତ, ଉକ୍ତ ମହିଳାଙ୍କର ଲିଙ୍ଗରେ କିମ୍ବା ମଳ ଦ୍ଵାରରେ କୌଣସି ବସ୍ତୁ ଭର୍ତ୍ତୀକରେ କିମ୍ବା ଏପରି ତା ସହିତ କିମ୍ବା ଅନ୍ୟ ବ୍ୟକ୍ତି ସହ କରିବା ନିମନ୍ତେ ଉକ୍ତ ମହିଳାକୁ କୁହେ  ।
  • ଉକ୍ତ ମହିଳାଙ୍କର କୌଣସି ଶାରୀରିକ ଅଂଶକୁ ବିସ୍ତାରିତ କରେ, ଯାହା ଫଳରେ ତା ଲିଙ୍ଗ, ଉକ୍ତ ମହିଳାର ଲିଙ୍ଗ କିମ୍ବା ମଳ ଦ୍ଵାର ମଧ୍ୟରେ ପ୍ରବେଶ କରିପାରିବ କିମ୍ବା ଏପରି ତା ସହିତ କିମ୍ବା ଅନ୍ୟ କୌଣସି ବ୍ୟକ୍ତିସହ କରିବା ନିମନ୍ତେ ଉକ୍ତ ମହିଳାକୁ ପ୍ରବର୍ତ୍ତାଏ  ।
  • କୌଣସି ମହିଳାଙ୍କର ଲିଙ୍ଗ  ପ୍ରତି କିମ୍ବା ମଳ ଦ୍ଵାର ପ୍ରତି ନିଜ ମୁହଁକୁ ପ୍ରୟୋଗ କରେ କିମ୍ବା ତା ସହିତ କିମ୍ବା ଅନ୍ୟ ବ୍ୟକ୍ତି ସହିତ ଏପରି କରିବା ନିମନ୍ତେ ଉକ୍ତ ମହିଳାକୁ କୁହେ  ।

ନିମ୍ନଲିଖିତ ପରିସ୍ଥିତିରେ, ଯଥା ତାଙ୍କର ଇଚ୍ଛା ବିରୁଦ୍ଧରେ, ତାଙ୍କର ସମ୍ମତି ବିନା, ବଳ ପ୍ରୟୋଗ, ଚଞ୍ଚକତା କିମ୍ବା ଭୟ ପ୍ରୟୋଗ ଦ୍ଵାରା ଗ୍ରହଣ କରାଯାଇଥିବା ସମ୍ମତି, ମହିଳାକୁ ଏହି ଧାରଣା ଦେଇ ଯେ ସେ ତାର ସ୍ଵାମୀ ଅଟେ, ଯେତେବେଳେ ମହିଳା ଜଣକ ୧୮ ବର୍ଷରୁ କମ ବୟସର ହୋଇଥାଏ ଏବଂ ଯେତେବେଳେ ସେ ସମ୍ମତି ଦେବା ନିମନ୍ତେ ଅକ୍ଷମ ହୋଇଥାଏ  ।

ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-କ – ଯୌନ ନିର୍ଯ୍ୟାତନା

ଯଦି କୌଣସି ବ୍ୟକ୍ତି, କୌଣସି ମହିଳାର ଶାରୀରିକ ସମ୍ପର୍କରେ ଆସେ, ଅଯଥାରେ, ଯୌନ ଅନୁକମ୍ପା ନିମନ୍ତେ କୌଣସି ମହିଳାକୁ ଦାବୀ/ ଅନୁରୋଧ କରେ, ତାକୁ ନଗ୍ନ ଛବି ଦେଖାଏ ଏବଂ ଅଶ୍ଳିଳ ଶବ୍ଦ ଉଚ୍ଚାରଣ କରେ – ତିନି ବର୍ଷ ନିମନ୍ତେ ସଶ୍ରମ କାରାଦଣ୍ଡ କିମ୍ବା ଜୋରୀମାନା  ସହିତ କିମ୍ବା ଉଭୟ ସହିତ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି  ।

ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-ଖ – ମହିଳାକୁ ନଗ୍ନ କରିବା ନିମନ୍ତେ ଆକ୍ରମଣ କିମ୍ବା ଫୌଜଦାରୀ ବଳ ପ୍ରୟୋଗ

ଯଦି କୌଣସି ବ୍ୟକ୍ତି, ଜବାରଦସ୍ତ ଭାବେ କୌଣସି ମହିଳାକୁ ନଗ୍ନ କରିବା ନିମନ୍ତେ ଚେଷ୍ଟା କରେ କିମ୍ବା ତାକୁ ଉଲଗ୍ନ କରେ, ତା ହେଲେ ତାଙ୍କୁ ୭ ବର୍ଷ ନିମନ୍ତେ କାରାଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଜୋରୀମାନା ରେ ମଧ୍ୟ ଦଣ୍ଡିତ ହେବ  ।

ଭାରତୀୟ ଦଣ୍ଡବିଧି ଆଇନ୍ ର ଦଫା ୩୫୪-ଗ

ଯଦି କୌଣସି ବ୍ୟକ୍ତି, ତାର ସମ୍ମତି ବିନା କୌଣସି ମହିଳାଙ୍କର ନଗ୍ନ ଫଟୋ ଗ୍ରହଣକରେ କିମ୍ବା ଆପତ୍ତିଜନକ ଫଟୋଗ୍ରାଫ ଗ୍ରହଣ କରେ, ତା ହେଲେ ତାଙ୍କୁ ସାତବର୍ଷ ନିମନ୍ତେ କାରାଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଜୋରୀମାନା  ସହିତ, ଯାହା କି ଅତି କମ୍ ରେ ୩ ବର୍ଷରୁ କମ୍ ହେବ ନାହିଁ  ।

ଭାରତୀୟ ଦଣ୍ଡବିଧି ସଂହିତାର ଦଫା ୩୫୪-ଘ

ଯଦି କୌଣସି ବ୍ୟକ୍ତି, କୌଣସି କାରଣ ନଥାଇ, କୌଣସି ମହିଳାକୁ ଅନୁସରଣ କରେ ଏବଂ ବିରକ୍ତ କରେ, ତା ହେଲେ ତାଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଜୋରୀମାନା  ସହିତ  ।

ଘରୋଇ ଅତ୍ୟାଚାର ଆଇନ୍, ୨୦୦୫ରୁ ମହିଳାଙ୍କ ସୁରକ୍ଷା

ଘରୋଇ ଅତ୍ୟାଚାରରୁ ମହିଳାଙ୍କୁ ରକ୍ଷା କରିବା ନିମନ୍ତେ, ଉପରୋକ୍ତ ଆଇନ୍ କୁ ପ୍ରଣୟନ କରାଯାଇଛି  । ପୁରୁଷ ସଦସ୍ୟମାନେ ଉପରୋକ୍ତ ଆଇନ୍ ଅନୁଯାୟୀ କୌଣସି ନିଦାନ ପ୍ରତି ହକଦାର ହେବେ ନାହିଁ  । କେବଳ କୌଣସି ପରିବାରର ମହିଳା ସଦସ୍ୟ, ଉପରୋକ୍ତ ଆଇନ୍ ରେ ନିଦାନ ପାଇପାରିବେ  ।

ଉପରୋକ୍ତ ଆଇନ୍ ଅନୁଯାୟୀ, ମହିଳା, ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ ନ୍ୟାୟାଳୟରେ ଏକ ମୋକଦ୍ଦମା ଦାଏର କରି ଭରଣପୋଷଣ ଦାବୀ କରିପାରିବେ, ପରିବାରର୍ରେ ତାଙ୍କର ନିରାପତ୍ତା ଦାବୀ କରିପାରିବେ ସନ୍ତାନମାନଙ୍କୁ ନିଜ ପାଖରେ ରଖିବା, ସ୍ଵାମୀଙ୍କ ଘରେ ରହିବା ଏବଂ ଆର୍ଥିକ ସାହାଯ୍ୟ ପାଇବା ଇତ୍ୟାଦି  । ଏଣୁ ଏହି ଆଇନକୁ ଜନପ୍ରିୟ ଭାବେ ଏକପାଖିଆ ସେବା ପ୍ରଦାନ କରିବା କୁହାଯାଏ, ଯାହାର ଅର୍ଥ ହେଉଛି ଗୋଟିଏ ନ୍ୟାୟାଳୟରୁ ସମସ୍ତ ଉପକାର ପାଇବା  ।

ଏହି ଆଇନ୍ ଅନୁଯାୟୀ, ଆବଶ୍ୟକ କରୁଥିବା ମହିଳାଙ୍କୁ ଆବଶ୍ୟକ ପଥପ୍ରଦର୍ଶନ କରିବା ନିମନ୍ତେ, ସୁରକ୍ଷା ଅଧିକାରୀମାନନକୁ ନିଯୁକ୍ତ କରାଯାଇଛି  । ବଦାନ୍ୟ ଅନୁଷ୍ଠାନଗୁଡିକ ମଧ୍ୟ ସେବା ବ୍ୟବସ୍ଥାୟିତ ଭାବେ ସରକାରଙ୍କ ଦ୍ଵାରା ଅନୁମୋଦନ କରାଯାଇପାରେ  । ଉତ୍ପିଡିତ ମହିଳା ଉପରୋକ୍ତ ଲୋକଙ୍କୁ ସୂଚୀତ କରିପାରନ୍ତି ଯେଉଁମାନେ ପଥ ପ୍ରଦର୍ଶନ କରନ୍ତି କିମ୍ବା ସେମାନେ ମନକୁ ମନ, ଦୁର୍ଦ୍ଦଶାଗ୍ରସ୍ତ ମହିଳାକୁ ସାହାଯ୍ୟ ପ୍ରଦାନ କରିବେ  ।

ବିଭିନ୍ନ ନିଦାନଦାବୀ କରି, ଆଇନ୍ ର ଦଫା ୧୨ ଅନୁଯାୟୀ ଉତ୍ପିଡିତ ମହିଳା, ମାଜିଷ୍ଟ୍ରେଟଙ୍କୁ ଆବେଦନ କରିପାରିବେ, ଯେପରି ଉପରେ ଉଲ୍ଲେଖ କରାଯାଇଛି  । ପକ୍ଷମାନଙ୍କୁ ଶୁଣିବା ପରେ, ନ୍ୟାୟାଳୟ, ତାଙ୍କର ଆଦେଶ ପାଳନ କରିବା ନିମନ୍ତେ  ସ୍ଵାମୀଙ୍କୁ ଆବଶ୍ୟକ ଆଦେଶ ପ୍ରଦାନ କରିବେ  । ଯଦି ସ୍ଵାମୀ ଆଦେଶ ପାଳନ କରିବାରେ ଅକୃତକାର୍ଯ୍ୟ ହୁଅନ୍ତି ତାହେଲେ ଉପରୋକ୍ତ ଆଇନ୍ ର ଦଫା ୩୧ ଅନୁଯାୟୀ, ଅପରାଧି ସ୍ଵାମୀକୁ ଏକ ବର୍ଷ ନିମନ୍ତେ ବନ୍ଦୀଶାଳାକୁ ପ୍ରେରଣା କରାଯାଇପାରେ ଏବଂ ତାଙ୍କୁ ମଧ୍ୟ ନ୍ୟାୟାଳୟ ଦ୍ଵାରା ଟ.୨୦,୦୦୦.୦୦ ଜୋରୀମାନା କରାଯାଇପାରେ  । ଏହି ଅପରାଧ ଏକ ଧର୍ତ୍ତବ୍ୟ ଅପରାଧ ଅଟେ, ଯାହାର ଅର୍ଥ ହେଉଛି, ନ୍ୟାୟାଳୟର ଆଦେଶ ବିନା, ପୋଲିସ୍, ମୋକଦ୍ଦମାକୁ ଅନୁସନ୍ଧାନ କରିପାରିବ  ।

ଆଧାର - ଏମ୍.ଏମ୍. ପବ୍ଲିକେସନ

Last Modified : 7/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate