অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା କମିଶନ

ଜାତୀୟ ମହିଳା କମିଶନ

ମହିଳା ମାନଙ୍କର ସୁରକ୍ଷା ପାଇଁ ଯଦିଓ ବିଭିନ୍ନ ଆଇନ କାନୁନ ତିଆରି ହୋଇଛି ଏବଂ ଭାରତୀୟ ସମ୍ବିଧାନରେ ମଧ୍ୟ ବହୁ ବ୍ୟବସ୍ଥା ଥିବା ସତ୍ତ୍ୱେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ସ୍ତରରେ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏବଂ ସମାନ ଅଧିକାର ଓ ସୁବିଧା ଯୋଗାଇଦେଇ ମହିଳାଙ୍କ ପାଇଁ ଥିବା ଯୋଜନା ଗୁଡିକୁ ଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ସ୍ତରରେ ଜାତୀୟ ମହିଳା କମିଶନ ଗଠନ କରାଯାଇଛି । ନାରୀର ଉନ୍ନତି ବିନା ଦେଶ ପ୍ରଗତି କରିବା ଅସମ୍ଭବ ।  ସମସ୍ତଙ୍କୁ ସଚେତନତା କରିବା  କମିଶନ ଗଠନର ଅନ୍ୟ ଏକ ଉଦ୍ଦେଶ୍ୟ ଅଟେ । ଜାତୀୟ ମହିଳା କମିଶନ ବିଭିନ୍ନ ବିବରଣୀ ଓ ସୁପାରିସ ସରକାରଙ୍କୁ ଦେବେ । ମହିଳା ମାନଙ୍କ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇବେ । ବିଭିନ୍ନ ଆଇନ୍ କାନୁନ୍ କୁ ସମୀକ୍ଷା କରି ସେ ସବୁରେ ଥିବା ତ୍ରୁଟିକୁ ଠିକ୍ କରିବା ପାଇଁ କମିଶନ୍ ସୁପାରିଶ  କରିପାରିବେ । ଆଇନ୍ କାନୁନ୍ ର ଉଲଂଘନ କରାଯାଇ ମହିଳା ମାନଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥିଲେ କମିଶନର ସେସବୁ ମାମଲାକୁ ହାତକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଲଢି ପାରିବେ । ମହିଳା ମାନଙ୍କର ସୁରକ୍ଷା ଓ ସେମାନଙ୍କର ଉନ୍ନତି ପାଇଁ ଥିବା ନିୟମ ବା ନିର୍ଦେଶ ଇତ୍ୟାଦି ଯଦି କାର୍ଯ୍ୟକାରୀ ନହୁଏ ସେ ସଂକ୍ରାନ୍ତୀୟ ଅଭିଯୋଗରେ, କମିଶନ ହସ୍ତକ୍ଷେପ କରିବେ ।

ନାରୀମାନଙ୍କର ସାମାଜିକ ତଥା ଅର୍ଥନୈତିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ଯୋଜନା ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ବିଭିନ୍ନ ପରାମର୍ଶ ଦେବେ ଏବଂ ସମଗ୍ର ଦେଶ ତଥା ବିଭିନ୍ନ ରାଜ୍ୟରେ ମହିଳା ବିକାଶ କାର୍ଯ୍ୟକ୍ରମ କିଭଳି ଚାଲିଛି, ତାହା ସମୀକ୍ଷା କରି ଦେଖିବେ । ମହିଳା ମାନଙ୍କ ପ୍ରତି ହେଉଥିବା ପାତର ଅନ୍ତର ଓ ଅତ୍ୟାଚାର ସମ୍ପର୍କରେ ସ୍ଵତନ୍ତ୍ରଭାବେ ଅନୂଧ୍ୟାନ କରି କମିଶନ ସମାଧାନ ପାଇଁ ସୁପାରିସ କରିବା ସାଙ୍ଗକୁ, ସମାଜରେ ମହିଳାମାନଙ୍କର  ଯେପରି ଉପଯୁକ୍ତ ପ୍ରତିନିଧିତ୍ଵ ରହିବ ସେଥିପାଇଁ ଉଚିତ ପଦକ୍ଷେପ ନେବେ ।  କେଉଁ ବ୍ୟବସ୍ଥା କଲେ ମହିଳା ମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧିପାଇବା  ସାଙ୍ଗକୁ ସେମାନେ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ନହେବେ ତାହା କମିଶନ ଦର୍ଶାଇବେ  । ଜେଲ, ରିମାଣ୍ଡହୋମ୍, ମହିଳା ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥାନଗୁଡିକରେ ରହୁଥିବା ମହିଳାମାନଙ୍କୁ କମିଶନ ନିଜେ ଯାଇ ପରିସ୍ଥିତି ତଦାରଖ କରିଆସିବେ କିମ୍ବା ଅନ୍ୟକାହାଦ୍ଵାରା ଏହି ତଦାରଖ କରାଇବେ । ସେସବୁ ସ୍ଥାନରେ ମହିଳା ମାନଙ୍କର ସମସ୍ୟା ଥିବାର ଦେଖିଲେ ତାହାର ପ୍ରତିକାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବେ । ବହୁ ସଂଖ୍ୟକ ମହିଳାଙ୍କ ସ୍ଵାର୍ଥ ଥିବା ଭଳି କୌଣସି ମାମଲା ଥିଲେ ସେଥିପାଇଁ କମିଶନ ପାଣ୍ଠି ବ୍ୟବସ୍ଥା କରିବେ ଏବଂ ମହିଳାମାନଙ୍କ ବିକାଶ ସଂକ୍ରାନ୍ତରେ ସରକାରଙ୍କୁ ବିଭିନ୍ନ ସମୟରେ ରିପୋଟ ପ୍ରଦାନ କରିବେ ।

କ୍ଷମତା

କୌଣସି ବିଷୟରେ ତଦନ୍ତ ବେଳେ ଜେରା ପାଇଁ କାହାରିକୁ ଡାକରା, ସାକ୍ଷ୍ୟ ଗ୍ରହଣ, କୌଣସି କୋର୍ଟ କିମ୍ବା ଅଫିସରୁ ନଥିପତ୍ର ମଗାଇବା ଇତ୍ୟାଦି କ୍ଷେତ୍ରରେ ଦେୱାନୀ ଅଦାଲତର କ୍ଷମତା କମିଶନଙ୍କ ନିକଟରେ ରହିଛି । ଯେକୌଣସି ମହିଳା କୌଣସି ବିଷୟରେ ଅଭିଯୋଗ କରିବାର ଥିଲେ ଏକ ଲିଖିତ ଅଭିଯୋଗ ମାଧ୍ୟମରେ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ।  କମିଶନ୍ ଙ୍କ ଦୃଷ୍ଟିରେ କୌଣସି ଆଇନ୍ ର  ଉଲ୍ଲଂଘନ  ଘଟଣା ପଡେ ତେବେ ସେ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ  କରିପାରିବେ ।

ଦାୟିତ୍ଵ

କମିଶନ ବିଭିନ୍ନ ରିପୋର୍ଟ ଓ ସୁପାରିଶ ଗୁଡିକ ଉପରେ କେଉଁ ପଦକ୍ଷେପ ମାନ ନିଆଯାଉଛି ଏବଂ କେଉଁ କାରଣରୁ ପ୍ରତ୍ୟାଖାନ ହୋଇଛି ସେ ସଂକ୍ରାନ୍ତ ବିବୃତ୍ତି ସହ ସରକାର ରିପୋର୍ଟ ଓ ସୁପାରିଶ୍ ଗୁଡିକ ପାର୍ଲାମେଣ୍ଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥାପନା କରିବେ । ମହିଳାମାନଙ୍କ ପାଇଁ ଯେ କୌଣସି ଗୁରୁତ୍ବପୂର୍ଣ ନିଷ୍ପତି ନିଆଯିବାବେଳେ କେନ୍ଦ୍ର ସରକାର ଜାତୀୟ ମହିଳା କମିଶନ ସହ ପରାମର୍ଶ କରିବେ ।

ରାଜ୍ୟ ମହିଳା କମିଶନ

ସମଗ୍ର ଓଡିଶା ରାଜ୍ୟ ପାଇଁ ମହିଳା ମାନଙ୍କର ସମସ୍ୟାକୁ ତଦାରଖ କରିବା ଏବଂ ତାହାର ସମାଧାନ କରି ସେମାନଙ୍କୁ ଥଇଥାନ କରିବା ପାଇଁ ଓଡିଶା ମହିଳା କମିଶନ ୧୯୯୩ ମସିହାରେ ଗଠନ  କରାଯାଇଛି ।

ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ହୋଇଥିବା ଜଣେ ମଧ୍ୟକ୍ଷା  ଓ ୬ ଜଣ ମେମ୍ବର ରହିବେ । ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଉପରେ କମିଶନ ବିଭିନ୍ନ ସମୟରେ ତଥ୍ୟ ସଂଗ୍ରହ କରିବେ । ବିବାହ ଜନିତ ସମସ୍ୟା,ଯୌତୁକ ସମସ୍ୟା, ଯୌତୁକ ନିର୍ଯ୍ୟାତନା, ଅପହରଣ, ଅଶ୍ଳୀଳ ଇଙ୍ଗିତ, ଯୁବତୀ ଚୋରା ଚାଲାଣ, ଡାକ୍ତରୀ ଅବହେଳା ପ୍ରଦର୍ଶନ ଇତ୍ୟାଦି ବିଷୟରେ ତଥ୍ୟ ସଂଗ୍ରହ କମିଶନଙ୍କ ପକ୍ଷରୁ ହେବ । ନାରୀ ନିର୍ଯ୍ୟାତନା ସମ୍ବନ୍ଧରେ ବିଭିନ୍ନ ଅଭିଯୋଗ ଯଥା -

  • ବିଭିନ୍ନ ଧରଣର ଅପରାଧ ସମ୍ପର୍କରେ ଅଭିଯୋଗ ।
  • ଶ୍ରମକାରୀ ମହିଳାମାନଙ୍କୁ ସର୍ବନିମ୍ନ ମଜୁରି, ସାଧାରଣ ସ୍ୱାସ୍ଥ୍ୟରକ୍ଷା ତଥା ଗର୍ଭ ଧାରଣା ସମୟରେ ସୁବିଧା ସୁଯୋଗ ନିଆଯାଇ ନଥିଲେ ସେ ସମ୍ପର୍କରେ ଅଭିଯୋଗ ।
  • ମହିଳା ମାନଙ୍କ ଉନ୍ନତି ପାଇଁ ସରକାରଙ୍କ ଦ୍ଵାରା ପ୍ରଣିତ ଆଇନ୍ ଉପଯୋଗୀ ନ ହେବା ସଂଙ୍କ୍ରାନ୍ତୀୟ ଅଭିଯୋଗ ।
  • ଅସହାୟ ଓ ପତିତ ମହିଳା ମାନଙ୍କୁ ଉପଯୁକ୍ତ ଥଇଥାନ ସମ୍ପର୍କିତ ଅଭିଯୋଗ ।
  • ପୋଲିସ ହାଜତରେ ମହିଳା କମିଶନ ସାକ୍ଷ୍ୟ ଗ୍ରହଣ କରି, ତୁରନ୍ତ ତଦନ୍ତ କରିବା ପାଇଁ ବନ୍ଦୋବସ୍ତ କରିବେ । କମିଶନ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ପାଇଁ ରାଜ୍ୟ ସେଲ୍ ଗୁଡିକ ସହ ସମନ୍ଵୟ ରକ୍ଷା କରି ସମଗ୍ର ରାଜ୍ୟରେ କିମ୍ବା ନିର୍ଦ୍ଧିଷ୍ଟ ଅଞ୍ଚଳରେ ଜନ  ସଚେତନତା ସୃଷ୍ଟି କରିବା ଏବଂ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଶୀଘ୍ର ବିବରଣୀ ସଂଗ୍ରହ ଓ ଅପରାଧ ଚିହ୍ନଟରେ ସହାୟକ ହେବେ । ରାଜ୍ୟ ସରକାରଙ୍କ କମିଶନଙ୍କ ବିଭିନ୍ନ ସୁପାରିଶ ଓ ରିପୋର୍ଟ ଉପରେ କେଉଁ ପଦକ୍ଷେପ ନେଉଛନ୍ତି ଏବଂ କେଉଁ କାରଣରୁ କେଉଁ ସୁପାରିଶ  ପ୍ରତ୍ୟାଖାନ କରିଛନ୍ତି ତାହା କମିଶନଙ୍କ ରିପୋର୍ଟ ଓ ସୁପାରିଶ ଗୁଡିକୁ ସହ ବିଧାନ ସଭାରେ ଉପସ୍ଥାପନା କରିବେ ।

କ୍ଷମତା

କୌଣସି ବିଷୟରେ ତଦନ୍ତ ବେଳେ ଜେରାପାଇଁ କାହାରୀକୁ ଡାକରା, ଦଲିଲ ଉପସ୍ଥାପନା, ସାକ୍ଷ୍ୟଗ୍ରହଣ, କୌଣସି କୋର୍ଟ କିମ୍ବା ଅଫିସରୁ କୌଣସି ନଥିପତ୍ର ମଗାଇବା  ଇତ୍ୟାଦି କ୍ଷେତ୍ରରେ ଦେୱାନୀ ଅଦାଲତର କ୍ଷମତା କମିସନଙ୍କ ନିକଟରେ ରହିଛି । ମହିଳା ମାନଙ୍କ ପାଇଁ ଯେ କୌଣସି ଗୃରୁତ୍ଵପୂର୍ଣ୍ଣ  ନିଷ୍ପତି ନିଆଯିବାବେଳେ ସରକାର ମହିଳା କମିଶନଙ୍କ ସହ ପରାମର୍ଶ କରିବେ । କମିଶନ ଅପେକ୍ଷା ଏବଂ ଏହାର ମେୟର, ଅଫିସର ଓ କର୍ମଚାରୀମାନେ, ସରକାରୀ କର୍ମଚାରୀ ଭାବେ ପରିଗଣିତ ହେବେ । ମହିଳା କମିଶନ ଆଇନର ବ୍ୟବସ୍ଥା ଗୁଡିକ ଯେପରି କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ବିଜ୍ଞପ୍ତି  ପ୍ରକାଶନ ମାଧ୍ୟମରେ ନିୟାମାବଳୀ ପ୍ରଣୟନ କରିପାରିବେ ।

ଆଧାର - ମହିଳା କମିଶନ

Last Modified : 3/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate