অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରତିକୂଳ ଶିଶୁଲିଙ୍ଗ ଅନୁପାତ

ଉପକ୍ରମ

୨୦୧୧ ଜନଗଣନା ଅନୁସାରେ ରାଜ୍ୟର ଶିଶୁ ଲିଙ୍ଗ ଅନୁପାତ ଅତ୍ୟନ୍ତ ପ୍ରତିକୂଳ ଓ ହତୋତ୍ସାହଜଣକ ଅଟେ । ଜନସାଧାରଣଙ୍କର ସାମାଜିକ ତଥା ଅର୍ଥନୈତିକ ସ୍ଥିତିର ଏହା ଯେ ଗୁରୁତ୍ଵର ଭାବରେ ପ୍ରଭାବିତ କରିବା, ଏଥିରେ ସନ୍ଦେହ ନାହିଁ । ପ୍ରଚଳିତ ଆଇନଗତ ବ୍ୟବସ୍ଥାର ଜନ୍ମ ପୂର୍ବରୁ ଲିଙ୍ଗ ନିର୍ଦ୍ଧାରଣ ବେଆଇନ ହୋଇଥିଲେ ହେଁ, ଏ ପର୍ଯ୍ୟନ୍ତ କନ୍ୟା ଭ୍ରୁଣ ହତ୍ୟା ଓ ପ୍ରସବ ପୂର୍ବରୁ ଲିଙ୍ଗ ନିରୂପଣକୁ ରୋକାଯାଇ ପାରୁନାହିଁ । ଯଦି ସଂଖ୍ୟାଧିକ ଲୋକ ଏହି ଆଇନକୁ ବୁଶ୍ଵାସ କରିବେ ନାହିଁ, ତେବେ ଏହା ପ୍ରଭାବହୀନ ହୋଇଯିବ ।

ଏହି ଆଇନର ସଫଳ କାର୍ଯ୍ୟକାରିତ ବହୁ ମାତ୍ରାରେ ଲୋକମାନଙ୍କର ମାନସିକ ପରିବର୍ତ୍ତନ ଉପରେ ନିର୍ଭର କରେ । ସୂତରାଂ,ପଞ୍ଚାୟତ ଅନୁଷ୍ଠାନର ତତ୍ପରତାରେ ମୁଖ୍ୟତଃ କନ୍ୟା ଶିଶୁର ଅନୁପାତରେ ଉନ୍ନତି ଆଣାଯାଇପାରିବା । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଭୂମିକା ନିର୍ବାହ କରିବା ଉଚିତ ।

ପଞ୍ଚାୟତର କାର୍ଯ୍ୟପନ୍ଥା

ସ୍ଵତନ୍ତ୍ର ଗ୍ରାମସଭା ଡକାଯାଇ ନିମ୍ନ ବିଷୟରେ ବିଚାର ଆଲୋଚନା କରାଯିବା ଉଚିତ –

  1. ଗତ କିଛି ବର୍ଷର ପୁଆ ଓ ଝିଅଙ୍କର ଜନ୍ମ ସଂଖ୍ୟା ଅନୁପାତ ସମ୍ପର୍କରେ ଆଲୋଚନା କରିବା ।
  2. ମହିଳାଙ୍କ ଅପେକ୍ଷା ପୁରୁଷ ସଂଖ୍ୟା ଅଧିକ ହେଲେ, ସମାଜରେ ତାର କି ପ୍ରଭାବ ପଡିବ, ସେ ବିଷୟରେ ବିଚାର ବିମର୍ଷ କରିବା
  3. ଜନ୍ମ ପୂର୍ବରୁ ଲିଙ୍ଗ ସମ୍ପର୍କରେ ଅବଗତ ହେବା ତଥା କନ୍ୟା ଭୃଣ ହତ୍ୟା ସମ୍ବନ୍ଧରେ ଥିବା ଆଇନଗତ ବ୍ୟବସ୍ଥାକୁ ବୁଝିବା ।
  4. ବ୍ୟାପକ ସମର୍ଥନ ଦେଇ କନ୍ୟା ଶିଶୁର ଗୁରୁତ୍ଵ ବୃଦ୍ଧିରେ ସହାୟକ ହେବା ।
  5. ଆଇନରେ ଥିବା ନିର୍ଦ୍ଦେଶାବଳୀ ଅନୁସାରେ ମହିଳାସଭା ଗଠନ କରି ନିୟମିତ କାର୍ଯ୍ୟପନ୍ଥା ଗୁଡିକ ସମୀକ୍ଷା କରିବା ସମସ୍ତ ମହିଳା ଭୋଟର ମାଙ୍କୁ ନେଇ ପଞ୍ଚାୟତ ଦ୍ଵାରା ମହିଳା ସଭା ଗଠନ କରାଯିବ ଏବଂ ସେମାନଙ୍କୁ ପଞ୍ଚାୟତ ଦ୍ଵାରା ନିଆଯାଉଥିବା ପଦକ୍ଷେପ ସମ୍ବନ୍ଧରେ ଅବଗତ କରିବା ।
  6. ମହିଳା ସଂଖ୍ୟା କମିଗଲେ ଜନକଲ୍ୟାଣ ଓ ସାମାଜିକ ସୁଙ୍ଖଳାରେ ଏହାର କି ପ୍ରଭାବ ପଡିବ, ତତ୍ ସମ୍ବନ୍ଧୀୟ ଆଲୋଚନାକୁ ମହିଳା ସଭାରେ ପ୍ରଥମିକତା ହେବା ।
  7. ଗର୍ଭ ଧାରଣାର ୩ ମାସ ପରେହିଁ ଲିଙ୍ଗ ନିରୂପଣ ସମ୍ଭବ । ସୁତରାଂ, ଯେଉଁ ମହିଳାମାନେ ୩ ମାସ ପରେ ଅଙ୍ଗନବାଡି ,ଏ.ଏନ.ଏମ. କେନ୍ଦ୍ରରେ ନିଜ ନାମ ପଞ୍ଜୀକାରଣ କରାନ୍ତି, ସେମାନଙ୍କର ଭ୍ରୁଣର ଲିଙ୍ଗ ଚିହ୍ନଟ ସମ୍ଭାବନା ଅଧିକ ହୋଇଥାଏ ।
  8. ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଜଣେ ୱାର୍ଡ ସଭ୍ୟ (ମହିଳା ହେଲେ ଅଧିକ ଭଲ) ଅଙ୍ଗନୱାଡି କେନ୍ଦ୍ରର ଅଧ୍ୟକ୍ଷା ହେବେ । ସେ ଗର୍ଭବତୀ ମହିଳାମାନଙ୍କର ପଞ୍ଜୀକରଣ, ଟୀକାକରଣ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଟିକିନିଖି ତଦାରଖ କରି ଗ୍ରାମପଞ୍ଚାୟତ ବୈଠାକରେ ରିପୋର୍ଟ ଉପସ୍ଲାପନ କରିବେ ।
  9. କନ୍ୟା ଶିଶୁ ପ୍ରତି ଥିବା ମହିଳା ଗ୍ରାମସଭା ମାଧ୍ୟମରେ ବଛାଯିବ, ଯେଉଁମାନେ କି ସ୍ଵେଚ୍ଛାସେବୀ ଭାବେ କାମକରିବା ।ଏହି ସ୍ଵେଚ୍ଛାସେବୀମହିଳାମାନେ ସେମାନଙ୍କ ଅଞ୍ଚଳର ଗର୍ଭବତୀ ମହିଳା ମାନେ ଯେପରି ଗର୍ଭଧରଣ ପ୍ରଥମ ମାସରେ ପଞ୍ଜୀକରଣ କରିବେ, ତାହା ନିଶ୍ଚିତ କରାଇବେ । ପଞ୍ଜୀକରଣ ପାଇଁ ଅସମ୍ମତି ପ୍ରକାଶ କରୁଥିବା ମହିଳାଙ୍କ ନାମ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାଯତକୁ ଜଣାଇଦିଆଯିବା । କୌଣସି ଟାଉଟର କିମ୍ବା ଏଜେଣ୍ଟ ଯେପରି ଗର୍ଭବତୀ ମହିଳା ମାନଙ୍କୁ ପ୍ରସାବ ପୂର୍ବରୁ ଲିଙ୍ଗ ନିରୂପଣ କରିବାକୁ ଉସ୍ତାହିତ ନ କରନ୍ତୁ, ସେଥିପ୍ରତି ସତର୍କ ଦ୍ରୁଷ୍ଟି ଦେବେ । ଗର୍ଭବତୀ ମହିଳା କୌଣସି ଚିକିତ୍ସାଳୟ ଯିବା ସମୟରେ ସ୍ଵେଚ୍ଛାସେବୀମାନେ ସମ୍ପୃକ୍ତ ମହିଳାଙ୍କ ସହିତ ରହିବେ, ଯେପରି କୌଣସି ବେଆଇନ କାର୍ଯ୍ୟ ହୋଇପାରିବ ନାହିଁ ।
  10. କନ୍ୟା ଭୃଣ ହତ୍ୟା ଓ ଭଣର ଲିଙ୍ଗ ନିରୂପଣ ନିମନ୍ତେ ବାହାର ଆସୁଥିବା ଏଜେଣ୍ଟ ମାନଙ୍କ ବିଷୟରେ ୱାର୍ଡ ସଭ୍ୟା / ସ୍ଵେଚ୍ଛାସେବୀ ମହିଳା ମାନେ ପୋଲିସ୍ କୁ ଜଣାଇବେ । ପୁନଶ୍ଚ, ସେମାନଙ୍କର ନାମ ଗ୍ରାମସଭା / ମହିଳାସଭାରେ ଘୋଷଣା କରାଯିବ ।
  11. ଅଙ୍ଗନୱାଡି କର୍ମୀ / ୱାର୍ଡସଭ୍ୟମାନେ ପ୍ରତ୍ୟେକ ମାସରେ ଗ୍ରାମପଞ୍ଚାୟତକୁ ଗର୍ଭବତୀ ମହିଳା ଓ ଶିଶୁର ଟୀକାକରଣ ସମ୍ବନ୍ଧରେ ଜଣାଇବେ ।
  12. ଅଙ୍ଗନୱାଡି କର୍ମୀ, ଯେ କି ସାଧାରଣତଃ ସେହି ଗ୍ରାମର ବାସିନ୍ଦା ହୋଇଥାନ୍ତି, ସେ ସମୟ ଗର୍ଭବତୀ ମହିଳା ମାନଙ୍କର ଗର୍ଭଧାରଣ ପ୍ରଥମ ମାସରେ ପଞ୍ଜୀକରଣ ପାଇଁ ଯତ୍ନ ନେବେ ।
  13. ଗ୍ରାମବାସୀ ପଞ୍ଚାୟତ ସଦସ୍ୟ ଏବଂ ସରପଞ୍ଚ ଏଭଳି ସତର୍କ ଦୃଷ୍ଟି ରଖିବେ, ଯେପରି କୌଣସି ଚିକିତ୍ସାଳୟ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବ ନାହିଁ । ବେଆଇନ କାର୍ଯ୍ୟ ଦୃଷ୍ଟିକୁ ଆସିବା କ୍ଷଣି ତୁରନ୍ତ ଜିଲ୍ଲାପାଳ ତଥା ପୋଲିସ୍ କୁ ଜଣାଇବେ ।

ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୁଷ୍ଟିସାଧନ କମିଟି

ପୁଷ୍ଟିସାଧନକୁ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି କାର୍ଯ୍ୟ ପରିସରରେ ଅନ୍ତର୍ଭୁକ୍ତ କରିବାପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଅଙ୍ଗନୱାଡି କର୍ମୀ ଏ.ଏନ.ଏମ. ଓ ‘ଆଶା’ ଙ୍କ ସକ୍ରିୟ ଭାଗୀଦାରିତାରେ ଏହା ସଫଳ ହୋଇପାରିବ । ଏହି କମିଟି ଏବେଠାରୁ ଗ୍ରାମ୍ୟ ସ୍ୱାସ୍ଥ୍ୟ, ପରିମଳ ଓ ପୁଷ୍ଟିସାଧନ କମିଟି ନାମରେ ନାମିତ ହେବ । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଢାଞ୍ଚା ଅନୁଯାୟୀ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟ ସହିତ ପୁଷ୍ଟିସାଧନାର ସ୍ଥିତ, ସମସ୍ୟା ଓ ତଦାରଖ ଇତ୍ୟାଦି ଦାୟିତ୍ଵ ଏହି କମିଟି ଦ୍ଵାରା ନିର୍ବାହ କରାଯିବ । ପୁଷ୍ଟିସାଧନ କାର୍ଯ୍ୟକୁ ଏହି କମିଟିର କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇ ଏହାର କାର୍ଯ୍ୟ ପରିସରକୁ ନିମନ୍ତେ ବ୍ୟାପକ କରାଯାଇଛି –

  1. ପୁଷ୍ଟିସାଧନ ବିଷୟରେ ଜନ ସଚେତନତା ବୃଦ୍ଧି କରିବା ।
  2. ପୁଷ୍ଟିସାଧନ ସ୍ଥିତି ବିଶେଷ ଭାବରେ ମହିଳା ଓ ଶିଶୁ ମାନଙ୍କର ପୁଷ୍ଟିହୀନତା ସମ୍ପର୍କରେ ସର୍ଭେ କରିବା ।
  3. ଗୋଷ୍ଠୀର ସହଭାଗିତାରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପୁଷ୍ଟିଦର୍ଦ୍ଧକ ଖାଦ୍ୟ ଶସ୍ୟର ଚିହ୍ନଟୀକରଣ ଏବଂ ସ୍ଥାନୀୟ ସଂସ୍କୃତି, ସାମର୍ଥ୍ୟକୁ ସୁହାଇଲା ଭଳି ଉତ୍ତମ କାର୍ଯ୍ୟପଦ୍ଧତି ତଥା ପେସାକୁ ପ୍ରୋତ୍ସାହନ ଦେବା ।
  4. ଗ୍ରାମ୍ୟ ସ୍ୱାସ୍ଥ୍ୟ ଯୋଜନାରେ ପୁଷ୍ଟିସାଧନକାରୀ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିବା । ଗ୍ରାମ୍ୟ ସ୍ୱାସ୍ଥ୍ୟ, ପରିମଳ ଓ ପୁଷ୍ଟିସାଧନ କମିଟି ଦ୍ଵାରା ଏ.ଏନ.ଏମ. ଅଙ୍ଗନୱାଡି ଓ ‘ଆଶା’ ଙ୍କର ସହାୟତାରେ ପୁଷ୍ଟିହୀନତା ସମ୍ବନ୍ଧରେ ବିସ୍ତୃତ ବିଶ୍ଲେଷଣ କରିବା।
  5. ଗ୍ରାମବାସୀ ମାନଙ୍କର ସକ୍ରିୟ ସହଭାଗିତାରେ ପ୍ରତ୍ୟେକ ମାସ ଗ୍ରାମରେ ସ୍ୱାସ୍ଥ୍ୟ ଓ ପୋଷଣ ଦିବସ ପାଳନକୁ ସୁନିଶ୍ଚିତ କରିବା ।
  6. ଅପପୁଷ୍ଟି  ଶିଶୁକୁ ଶୀଘ୍ର ଚିହ୍ନଟକାରୀ ନିକଟସ୍ଥ ପୁଷ୍ଟିସାଧନ ଥାଇଥାନ କେନ୍ଦ୍ରକୁ ପଠାଇ ତାର ଯତ୍ନ ନେବା ।
  7. ଗ୍ରାମରେ ଥିବା  ଅଙ୍ଗନୱାଡି କେନ୍ଦ୍ରର ପରିଚାଳନାକୁ ତଦାରଖକାରୀ ମହିଳା ଓ ଶିଶୁ ମାନଙ୍କର ପୁଷ୍ଟିସାଧନରେ ଉନ୍ନତି ଆଣିବା
  8. ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ କ୍ଷେତ୍ରରେ ଏହି କମିଟି ଅଭିଯୋଗ ପ୍ରତିକାର ଫୋରମ୍ ଭଳି କାର୍ଯ୍ୟ କରିବା ।

ଏହି କମିଟି ଗ୍ରାମ ପଞ୍ଚାୟତର ତତ୍ଵାବଧାନରେ ଉପକମିଟି ପରି କାର୍ଯ୍ୟ କରିବ ।

ସମନ୍ଵିତ ଶିଶୁ ବିକାଶ ସେବାର ସଫଳ କାର୍ଯ୍ୟକାରିତା ନିମନ୍ତେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ଵାରା ନିର୍ଦ୍ଧାରିତ ବିଭିନ୍ନ ସ୍ତରରେ ତଦାରଖ ଓ ମୂଲ୍ୟାୟନ କମିଟି ଗଠନ ନିୟମାବଳୀର --

ଅଙ୍ଗନୱାଡି ସ୍ତରୀୟ ତଦାରଖ ଓ ସହାୟକ କମିଟି ଗଠନ

ପଞ୍ଚାୟତ ୱାର୍ଡ ସଭ୍ୟ (ମହିଳାଙ୍କୁ ପ୍ରାଥମିକତା)

ଅଧ୍ୟକ୍ଷ / ଅଧ୍ୟକ୍ଷୀ

ମହିଳା ମଣ୍ଡଳ ( ୨ ଜଣ ସଭ୍ୟା ପର୍ଯ୍ୟାୟ କ୍ରମେ)

ସଭ୍ୟା

ଆଶା କର୍ମୀ

ସଭ୍ୟା

ଗୋଷ୍ଠୀ ସଂଗଠନ ପ୍ରତିନିଧି (୨ ଜଣ )

ସଭ୍ୟ/ସଭ୍ୟା

ଗୋଷ୍ଠୀରୁ ୩ ଜଣ (ଶିକ୍ଷକ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ, ଅଙ୍ଗନୱାଡି ଯାଉଥିବା ଶିଶୁର ଅଭିଭାବକ)

ସଭ୍ୟ/ସଭ୍ୟା

‘ସବଳ’ କାର୍ଯ୍ୟକ୍ରମର ସଖି ( ଯଦି ଥାଆନ୍ତି)

ସଭ୍ୟା

ଅଙ୍ଗନୱାଡି କର୍ମୀ

ଆବାହକ

ମନେରଖନ୍ତୁ

  • ଏହି କମିଟିର ନିୟମିତ ବୈଠକ ହୋଇ ଅଙ୍ଗନୱାଡି ଅଞ୍ଚଳରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ବିବରଣୀକୁ ଲିପିବଦ୍ଧ କରାଯିବ । ଏହାର ଏକକିତା ନକଲ ବ୍ଲକ ସ୍ତରୀୟ କମିଟି ତଥା ସି.ଡି.ପି.ଓ. ଙ୍କୁ ପ୍ରେରଣ କରାଯିବ ।
  • ଆବଶ୍ୟକ ସ୍ଥଳେ ଏ.ଏନ.ଏମ. ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକାଙ୍କୁ ଏହି ବୈଠକାକୁ ଡକାଯାଇପାରେ ।

ଭୂମିକା

  1. ଅଙ୍ଗନୱାଡି ସ୍ତରୀୟ କମିଟି ଅଙ୍ଗନୱାଡି କେନ୍ଦ୍ର ନିୟମିତ କାର୍ଯ୍ୟ କରୁଛି କି ନାହିଁ ଯାଞ୍ଚ କରିବେ ।
  2. ସର୍ଭେ ତଥ୍ୟ ଅନୁସାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅଙ୍ଗନୱାଡି ସେବା ଯୋଗାଇବା ।
  3. ଗୋଟିଏ ମାସରେ ହିତାଧିକାରୀଙ୍କୁ ଅନ୍ତତଃ ୨୧ ଦିନର ପରିପୂରକ ଖାଦ୍ୟ ଦିଆଯାଇଛି କି ନାହିଁ ଚାର ସମୀକ୍ଷା କରିବା ।
  4. ୦-୩ ବର୍ଷ ଏବଂ ୩-୬ ବର୍ଷ ବୟସର ଶିଶୁ ମାନଙ୍କର ପୁଷ୍ଟି ସ୍ଥିତି, ଓଜନ, ମଧ୍ୟମ ଓ ଗୁରୁତ୍ଵର ପୃଷ୍ଟିହୀନ ଶିଶୁଙ୍କ ସଂଖ୍ୟା ଏବଂ ସେଥିପାଇଁ ନିଆଯାଇଥିବା ପଦକ୍ଷେପ ତଥା ଡବ୍ଲ୍ୟୁ.ଏବ.ଓ. ବିଷୟରେ ନୂତନ ବୃଦ୍ଧି ଚାର୍ଟ ଏବଂ ମହିଳା ଓ ଶିଶୁର ସୁରକ୍ଷା କାର୍ଡ ଅଛି କି ନାହିଁ, ସେ ବିଷୟରେ ଆଲୋଚନା କରିବା ।
  5. ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ କମିଟିରେ ଅଙ୍ଗନୱାଡି କର୍ମୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବ ।
  6. ଅଣଆନୁଷ୍ଠାନିକ ପ୍ରାକ ବିଦ୍ୟାଳୟ ଶିକ୍ଷା, ସ୍ଥାନୀୟ ଜ୍ଞାନର ବିକାଶ ଓ ବ୍ୟବହାର, ଖେଳ ଉପକରଣ, ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ କରିବା ଇତ୍ୟାଦିକୁ ସମୀକ୍ଷା କରିବା ।
  7. ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ମାସିକ ସ୍ୱାସ୍ଥ୍ୟ ଓ ପୋଷଣ ଦିବସରେ ଅନ୍ତତଃ ଜଣେ ସଭ୍ୟାଙ୍କର (  ଅଙ୍ଗନୱାଡି କର୍ମୀ, ଆଶା ଓ ଏ.ଏନ.ଏମ.ବ୍ୟତୀତ) ଅଂଶଗ୍ରହଣକୁ ନିଶ୍ଚିତ କରିବା ଏବଂ ଏହି ଦିବସରେ ସମସ୍ତଙ୍କର ଉପସ୍ଥିତି, କାର୍ଯ୍ୟକ୍ରମ ପରିଚାଳନା ତଥା ଆବଶ୍ୟକୀୟ ସେବା ପ୍ରଦାନଙ୍କୁ ସୁନିଶ୍ଚିତ କରିବା ।
  8. ଅଙ୍ଗନୱାଡି କେନ୍ଦ୍ରରେ ଉପଲବ୍ଧ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା – ପିଇବା ପାଣି, ପାଇଖାନା, ଖେଳିବା ସ୍ଥାନ, ଔଷଧ ପେଟି, ରୋଷେଇ ବାସନକୁସନ ଇତ୍ୟାଦିର ସମୀକ୍ଷା କରିବା ।
  9. ଏହି କମିଟି ଅଙ୍ଗନୱାଡି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ଗୋଷ୍ଠୀ ତଥା ଅନ୍ୟାନ୍ୟ ଯୋଜନାରୁ ସମ୍ବଳ ଯୋଗାଡ କରିବାର ପନ୍ଥା ନିର୍ଦ୍ଧାରଣ କରିବେ ।
    • ଔଷଧ, ଖାଦ୍ୟ ପଦାର୍ଥ ଇତ୍ୟାଦିର ଗ୍ରହଣ ଓ ବିନିଯୋଗକୁ ସମୀକ୍ଷା କରିବା ।
    • ଷ୍ଟକ୍ ରେ ଜିନିଷ କମ୍ ଥିଲେ ଏହାର ଯୁକ୍ତିସଙ୍ଗତ କାରଣ ନିର୍ଣ୍ଣୟ କରି ବ୍ଲକ ସ୍ତରୀୟ କମିଟି ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ।
  10. ଅଙ୍ଗନୱାଡି କେନ୍ଦ୍ର ତଥା ଅଙ୍ଗନୱାଡି କର୍ମୀଙ୍କୁ ନେଇ ଯଦି କୌଣସି ବିବାଦ ଉପୁଜେ, ତାହାର ସମାଧାନ କରିବା ତଥା ଅସମାହିତ ସମସ୍ୟାକୁ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ସ୍ତରୀୟ ତଦାରଖ କମିଟିକୁ ଜଣାଇବା ।
  11. ଆଇ.ସି.ଡି.ଏସ. ସୁପରଭାଇଜର ଅଙ୍ଗନୱାଡି କର୍ମୀଙ୍କ ସହିତ ଆଲୋଚନା କରି ଯୋଗାଇ ଦିଆଯାଇଥିବା ସେବାରେ କୌଣସି ଅସୁବିଧାର କାରଣ ବୁଝିବା ଏବଂ ଏହାର ନିରାକରଣ ପାଇଁ ଉପାୟ ବାହାର କରିବା । ଅସମାହିତ ସମସ୍ୟାକୁ ବ୍ଲକ କମିଟି, ସି.ଡି.ପି.ଓ. ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ  କେନ୍ଦ୍ର ତଥା ଗ୍ରାମ ପଞ୍ଚାୟତକୁ କରାଇବା ।
  12. ଏହି ସେବାରେ ଉନ୍ନତି ଆଣିବା ପାଇଁ ତତ୍ ସମ୍ଵନ୍ଧୀୟ ଅନ୍ୟ ଯେ କୌଣସି କାର୍ଯ୍ୟ କରିବା ।

ଆଧାର - ପଞ୍ଚାୟତିରାଜ ବିଭାଗ, ଓଡିଶା ସରକାର

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate