ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ମହିଳା ସମ୍ବନ୍ଧୀୟ ଆଇନ
ସେଆର କରନ୍ତୁ

ମହିଳା ସମ୍ବନ୍ଧୀୟ ଆଇନ

ମହିଳାମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଆଇନ ସମ୍ପର୍କରେ ସୂଚନା ଏହି ଠାରେ ମିଳିପାରିବ ।

ପାରିବାରିକ ହିଂସା

ପାରିବାରିକ ହିଂସା କଣ ?

ସାଧାରଣତଃ ପରିବାର ଭିତରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ହେଉଥିବା ଶାରୀରିକ,ମାନସିକ,ଯୌନଗତ ତଥା ଆର୍ଥିକ ନିର୍ଯ୍ୟାତନା କୁ ପାରିବାରିକ ହିଂସା ବୋଲି କୁହାଯାଏ ।

ଏହା କାହିଁକି ହୁଏ ?

ଆମ ପୁରୁଷ ପ୍ରାଧାନ୍ୟ ସମାଜ ନାରୀକୁ ପୁରୁଷ ମାନଙ୍କ ତୁଳନାରେ ନ୍ୟୁନ ମାନେ କରେ । ସ୍ଵାମୀ ତା ସ୍ତ୍ରୀକୁ ସମ୍ପତ୍ତି  ବୋଲି ଭାବେ । ଏହାଦ୍ଵାରା ପୁରୁଷ ତା’ର ଇଚ୍ଛାକୁ ସ୍ତ୍ରୀ ଉପରେ ଯେ କୌଣସି ଉପାୟରେ ବ୍ୟବହାର କରିଥାଏ, ଏପରିକି ନିର୍ଯ୍ୟାତନା ମଧ୍ୟ ଦେବାକୁ ପଛେଇ ନଥାଏ । ଏ ସବୁ ବାରମ୍ବାର ଘଟୁଥିବା ସତ୍ତ୍ୱେଆମେ ସମସ୍ତେ ଦେଖି ଅନୁଭବ କରି ମଧ୍ୟ ପ୍ରତିବାଦ କରି ନ ଥାଉ ।

କାହା ସହିତ ଏହା ଘଟେ ?

ପାରିବାରିକ ହିଂସା ଯଦିଓ ଉଭୟ ପୁରୁଷ ଓ ନାରୀ ଉପରେ ହୋଇଥାଏ କିନ୍ତୁ ଅଧିକାଂଶ କ୍ଷେତ୍ରରେ ନାରୀମାନେ ଏହାର ଶିକାର ହୋଇଥାନ୍ତି । ଏହା ଆପଣଙ୍କର ମା’, ଭଉଣୀ ,ସ୍ତ୍ରୀ,କନ୍ୟା, ବନ୍ଧୁ ସହକର୍ମୀ କିମ୍ବା ପଡୋଶୀ କାହା ସାଙ୍ଗରେ ମଧ୍ୟ ଘଟି ପାରେ  । ଧନୀ, ଗରିବ ନିର୍ବିଶେଷରେ ସବୁପ୍ରକାର ପରିବାରରେ ପାରିବାରିକ ବିଶୃଙ୍ଖଳା ଦେଖାଦେଇଥାଏ ।

ନିର୍ଯ୍ୟାତନାକାରୀ ତା’ର ଅନୈତିକ କାର୍ଯ୍ୟ ପାଇଁ ପୂର୍ଣ୍ଣମାତ୍ରାରେ ଦାୟୀ । ଏଥି ପାଇଁ ନିର୍ଯାତିତ ମହିଳା କିମ୍ବା କୌଣସି  ବ୍ୟକ୍ତି ବିଶେଷ ଦାୟୀ ନୁହନ୍ତି ।

ବିଭିନ୍ନ ପ୍ରକାର ପାରିବାରିକ ହିଂସା

ଆମ ସମାଜରେ ଅନେକ ପ୍ରକାରର ପାରିବାରିକ ହିଂସା ଦେଖାଯାଇଥାଏ । ଅଧିକାଂଶ ହିଂସା ଶାରୀରିକ ନ ହେଲେ ମଧ୍ୟ ଏହା ଜଣା ପଡେ ନାହିଁ । ଏହାର ଅର୍ଥ ନୁହେଁ ଯେ, ଏସବୁ ହିଂସା କମ କ୍ଷତିକାରକ । କୌଣସି ପ୍ରକାର ପାରିବାରିକ ହିଂସା ଗ୍ରହଣୀୟ ନୁହେଁ ଏବଂ ମହିଳା ମାନଙ୍କ ପାଇଁ ଭୀଷଣ କ୍ଷତିକାରକ । ନିମ୍ନରେ କେତେକ ସାର୍ବଜନୀକ ହିଂସା ବିଷୟରେ ଦିଆଯାଇଛି ।

  1. ଶାରୀରିକ
    • ଠେଲି ଦେବା
    • ଧକା ଦେବା
    • ଚଟକଣା ମାରିବା
    • ଘୋଷାଡ଼ିବା
    • କାମୁଡିବା
    • ପଦାଘାତ କରିବା
    • ପୋଡି ଦେବା
    • ହାତ ମୋଡି ଦେବା
    • ଅସ୍ତ୍ରାଘାତ କରିବା
    • ପିଟିବା
  2. ମାନସିକ
    • ଚିତ୍କାର କରିବା
    • ଅପଦସ୍ତ କରିବା
    • ଅପମାନ ଦେବା
    • ହିଂସା ଧମକ ଦେବା
    • ସମାଲୋଚନା କରିବା
    • ଗୃହବନ୍ଦୀ
    • ଲାଞ୍ଛନା ଦେବା
    • ହଇରାଣ କରିବା
    • ଅପବାଦ ଦେବା
    • ସନ୍ତାନକୁ ଆଘାତ କରିବାକୁ ଧମକ ଦେବା
    • ପ୍ରତି କାର୍ଯ୍ୟରେ ପ୍ରଶ୍ନ କରିବା
    • ଅଭଦ୍ର ଭାଷାରେ ଗାଳିଦେବା
    • ଛାଡପତ୍ର ଦେବା ପାଇଁ ଧମକ
  3. ଯୌନଗତ
    • ବଳପୂର୍ବକ ହରଣ କରିବା
    • ଧର୍ଷଣ କରିବା
    • ଅନିଚ୍ଛା ସ୍ପର୍ଶ କରିବା
    • ବଳପୂର୍ବକ ଯୌନାଙ୍ଗକୁ ଧରିବା
    • ଅନିଚ୍ଛା ସତ୍ତ୍ୱେ ଯୌନ କାର୍ଯ୍ୟ ପାଇଁ ବାଧ୍ୟ କରିବା
    • ଗୁପ୍ତାଙ୍ଗ ରେ ବାହ୍ୟବସ୍ତୁ ପ୍ରବେଶ କରାଇବା
    • ସୁରକ୍ଷିତ ଯୌନ ସମ୍ପର୍କ ବାରଣ କରିବା
    • ଅବୈଧ ପ୍ରେମ ସମ୍ପର୍କ ପାଇଁ ବାଧ୍ୟ କରିବା
  4. ଆର୍ଥିକ
    • ଆର୍ଥିକ ଅଧିକାର ରୁ ବଞ୍ଚିତ କରିବା
    • ରୋଜଗାର ପନ୍ଥା ବନ୍ଦ କରିଦେବା
    • ରୋଜଗାର ଅର୍ଥ ନେଇଯିବା
    • ମତାମତ ବିନା ଗୃହ ଅର୍ଥ ଖର୍ଚ୍ଚ କରିବା
    • ସମ୍ପତ୍ତି  ଅଧିକାରରୁ ବଞ୍ଚିତ କରିବା

ପାରିବାରିକ ହିଂସାର ପ୍ରଭାବରେ ଦେଖାଯାଉଥିବା ନାରୀ ଓ ଶିଶୁ ମାନଙ୍କ ଲକ୍ଷଣ –

ପାରିବାରିକ ହିଂସା ପ୍ରଭାବିତ ମହିଳା ମାନଙ୍କ ପାଖରେ ନିମ୍ନଲିଖିତ ସ୍ଵଭାବ ତଥା ବ୍ୟବହାର ପରିଲକ୍ଷିତ ହୁଏ ।

  • ଆତ୍ମ ବିଶ୍ଵାସ ଅଭାବ
  • ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କମିଯିବା ବା ବନ୍ଦ ହୋଇଯିବା ।
  • ବନ୍ଧୁମାନଙ୍କ ସହିତ ମିଳାମିଶା ନ କରିବା
  • ଶାରୀରିକ କ୍ଷତ ଚିହ୍ନକୁ ଲୁଚାଇ ରଖିବା
  • ବିଷର୍ଣ ଏବଂ ଶକ୍ତିହୀନତା
  • ଠିକ ଭାବେ ଭୋକ ଓ ନିଦ ନ ହେବା
  • ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି
  • ଅତି ମାତ୍ରାରେ ଉତ୍କଣ୍ଠିତ ଏବଂ ଦୁଶ୍ଚିନ୍ତା ଗ୍ରସ୍ତ ହେବା

ପାରିବାରିକ ହିଂସା ହେଉଥିବା ପରିବାରରେ ଶିଶୁମାନେ ହିଂସାର ଶିକାର ହୁଅନ୍ତି କିମ୍ବା ଆଖି ଆଗରେ ଦେଖନ୍ତି । ଏହା ପିଲାମାନଙ୍କ ଉପରେ କୁ ପ୍ରଭାବ ପଡିଥାଏ ଏବଂ ସେମାନଙ୍କଠାରେ ସାଧାରଣତଃ ନିମ୍ନ ପ୍ରକାର ସ୍ଵଭାବ ଓ ବ୍ୟବହାର ଲକ୍ଷ୍ୟ କରାଯାଏ ।

  • ନିଦ୍ରା ସମସ୍ୟା ତଥା ଦୁଃସ୍ଵପ୍ନ
  • ଅଧ୍ୟୟନ ରେ ସମସ୍ୟା
  • ଅନ୍ଧକାରପ୍ରତି ଭୟ
  • ସାଙ୍ଗମାନଙ୍କ ପ୍ରତି ମିଳାମିଶା କମିଯିବା
  • ବିଭିନ୍ନ କାର୍ଯ୍ୟ, ଖେଳ ତଥା ବନ୍ଧୁମାନଙ୍କ ଠାରୁ ଦୂରେଇ ଯିବା
  • ହଠାତ ଉତ୍ତେଜିତ ହେବା
  • ଛୋଟ କଥାରେ ଭାଙ୍ଗି ପଡିବା
  • ନିଃସଙ୍ଗତା ଭଲ ପାଇବା

ପାରିବାରିକ ହିଂସାର ପରିଣାମ –

ପାରିବାରିକ ହିଂସା ଆମ ସମସ୍ତଙ୍କ ପାଇଁ କ୍ଷତିକାରକ । ଏତଦ୍ୱାରା ନିର୍ଯାତିତା ସ୍ତ୍ରୀମାନେ ସାମୂହିକ କାର୍ଯ୍ୟରେ ପୂର୍ଣ୍ଣମାତ୍ରାରେ ଅଂଶ ଗ୍ରହଣ କରିପାରନ୍ତି ନାହିଁ । ଫଳସ୍ଵରୂପ ସେମାନେ ଅନ୍ତର୍ନିହିତ ଶକ୍ତି ସାମର୍ଥ, ଭାବନା, ସୃଜନଶୀଳତା, ଦକ୍ଷତା, ପ୍ରତିଭା ତଥା ସୁଚିନ୍ତିତ ମତାମତକୁ ପରିବାର, ଗୋଷ୍ଠୀ, ଧର୍ମାନୁଷ୍ଠାନ ତଥା ରାଜନୀତି କ୍ଷେତ୍ରରେ ସଦୁପଯୋଗ କରିପାରନ୍ତି ନାହିଁ । ଏଭଳି ପରିବେଶରେ ନିର୍ଯାତିତା ମହିଳା ମାନେ ସ୍ୱାସ୍ଥ୍ୟ ସମସ୍ୟା ଓ ନିଃସଙ୍ଗତାର ଶିକାର ହୋଇ ଆୟପନ୍ଥା ଓ ଆତ୍ମବିଶ୍ଵାସ ହରାଇଥାନ୍ତି ।

ପାରିବାରିକ ହିଂସା ପରିବାର ମଧ୍ୟରେ ଏକ ଅସ୍ଥିର ଓ ନୈରାଶ୍ୟ ଜନକ ଶଙ୍କାକୂଳ ପରିବେଶ ସୃଷ୍ଟି କରେ । ଏମିତି ପରିବେଶରେ ବଢୁଥିବା ପିଲାମାନେ ସାଧାରଣତଃ ବାପାଙ୍କୁ ବହୁତ ଭୟ କରନ୍ତି ଏବଂ ମା ପାଇଁ ଚିନ୍ତିତ ରହନ୍ତି । ଏହା ତାଙ୍କ ମନରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏବଂ କୁକାର୍ଯ୍ୟ ଲିପ୍ତ ରହିବା ପାଇଁ ପ୍ରେରଣା ଯୋଗାଇଥାଏ ।

ପ୍ରତିରୋଧର  ଉପାୟ

ପ୍ରଥମ ଏହା ବିଷୟରେ ଅନ୍ୟକୁ ସୂଚନା ଦେବା ଦରକାର । ଆମେ ଏହା ବିଷୟରେ ଅଧିକ ସୂଚନା ଗ୍ରହଣ କରି ସମସ୍ତଙ୍କୁ ଜଣାଇବା ଦରକାର । ଆମେ ସମସ୍ତେ ଯଦି ଏହାର ବିରୋଧ କରିବା ତେବେ ଏହା ଆମ ସମାଜରୁ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବ ।

  • ଯଦି କୌଣସି ନିର୍ଯାତିତ ସ୍ତ୍ରୀକୁ ଏହି ହିଂସାର ଶିକାର ହେବାର ଜାଣନ୍ତି ତେବେ ତାହାକୁ ସାହାଯ୍ୟ କରନ୍ତୁ । ତାଙ୍କୁ ବିଶ୍ଵାସ ଦିଅନ୍ତୁ ଯେ ଆମେ ସମସ୍ତେ ତାଙ୍କ ସାଙ୍ଗରେ ଅଛୁ ।
  • ଯଦି କେହି ପୁରୁଷ ଏହି ଭଳି ବ୍ୟବହାର  ତାଙ୍କ ସ୍ତ୍ରୀଙ୍କୁ ଦେଖାଉଥିବେ  ତେବେ ତାକୁ ଠିକ ସମୟରେ ସୁବିଧା ଦେଖି ବୁଝାଇ ଦିଅନ୍ତୁ ଯେ ପାରିବାରିକ ହିଂସା ପରିବାରରେ ଗ୍ରହଣୀୟ ନୁହେଁ ।

ଆମର କର୍ତ୍ତବ୍ୟ –

  • ଯଦି କୌଣସି ପରିବାରରେ ଏଭଳି ହିଂସାର କିଛି ଗୁଣ କାହାପାଖରେ ଦେଖନ୍ତି ତେବେ ତାକୁ ଠିକ ସମୟ ସୁବିଧା ଦେଖି ଏ ବିଷୟରେ ପଚାରି ପାରିବେ ।
  • ପାରିବାରିକ ହିଂସା ବିଷୟରେ ପରିବାରରେ, ସାଙ୍ଗମେଳରେ, ପୋଡଶୀମାନଙ୍କ ସହିତ ଅଲୋଚନା କରିବା ଏବଂ ଏହାକୁ ରୋକିବା ପାଇଁ ଚେଷ୍ଟା କରିବା ।
  • ଯେ କୌଣସି ହିଂସା ଠାରୁ ଦୂରେଇ ରହିବା ।
  • ଛୁଆ ଏବଂ ଅନ୍ୟମାନଙ୍କୁ ବୁଝାଇବା ଯେ ହିଂସା କେବେବି ଗ୍ରହଣୀୟ ନୁହେଁ ।
  • ଭାଗବତ ଟୁଙ୍ଗୀ ବା ପୂଜା ମଣ୍ଡପରେ ସମସ୍ତ ଗାଁ ଲୋକଙ୍କୁ ଡାକି ଏ ବିଷୟରେ ଆଲୋଚନା କରିବା ଏବଂ ଏହାକୁ କିପରି ରୋକାଯାଇ ପାରିବ ସେ ବିଷୟରେ ଚେଷ୍ଟା କରିବା ।
  • ଯେ କୌଣସି ପ୍ରକାର ହିଂସାକୁ ସ୍ଥାନ ଦେବା ନାହିଁ ।

ଯୌତୁକ ନିରୋଧ ଆଇନ

ଆମ ପ୍ରଚଳିତ ସମାଜରେ ଅଧିକାଂଶ କ୍ଷେତ୍ରରେ ଯୌତୁକ ପାଇଁ କନ୍ୟାକୁ ନିର୍ଯାତନା ଦେବା, ମାରପିଟ କରିବା, ଗାଳିଗୁଲଜ କରିବା ଓ ଜୀବନରେ ମାରିଦେବା ଇତ୍ୟାଦି ଘଟଣା ବିବାହ ପରେ ଘଟିଥାଏ ।

ଏପରିକି ନିର୍ଯାତନା ସହ୍ୟ ନ କରିପାରି ବୋହୁ ଆତ୍ମହତ୍ୟା ମଧ୍ୟ କରିଥାଏ । ଏଭଳି ଘଟଣାକୁ ରୋକିବା ପାଇଁ ୧୯୬୧ରେ ଯୌତୁକ ନିରୋଧ ଆଇନ ପ୍ରଣୟନ କରାଯାଇଛି ।

ଯୌତୁକ କାହାକୁ କୁହାଯାଏ –

ବାହାଘର ସମୟରେ କନ୍ୟାକୁ ଦାବି ମୁତାବକ ଦିଆଯାଇଥିବା ଆସବାବପତ୍ର ବା ସମ୍ପତ୍ତିକୁ ଯୌତୁକ କୁହାଯାଏ ।

ବାହାଘର ସମୟରେ ଉପହାର -

  • ଆଇନ ଅନୁସାରେ ବାହାଘର ସମୟରେ କନ୍ୟାର ବାପାଘର ଏବଂ ସମ୍ପର୍କୀୟମାନଙ୍କ ତରଫରୁ ଦିଆଯାଇଥିବା ଜିନିଷକୁ ଉପହାର କୁହାଯାଏ ।
  • ଯଦି ଏହା ବରଘର ତରଫରୁ ଦାବି ମୁତାବକ ଉପହାର ଦିଆଯାଏ ତାହାକୁ ଯୌତୁକ ବୋଲି କୁହାଯାଇଥାଏ ।
  • ସମସ୍ତ ଉପହାର ବା  ଯୌତୁକର ଗୋଟିଏ ତାଲିକା ପ୍ରସ୍ତୁତ କରି ବରକନ୍ୟାକୁ ଦେବା ସହିତ ନିଜ ପାଖରେ ଗୋଟିଏ ତାଲିକା ରହିବା ଅତ୍ୟନ୍ତ ଜରୁରୀ ।

ଉପହାର ବା  ଯୌତୁକ ଉପରେ କନ୍ୟାର ଅଧିକାର-

  • ଆଇନ ଅନୁସାରେ ଯୌତୁକ ହେଉଛି ସମ୍ପତ୍ତି  ।
  • କନ୍ୟାକୁ ଛାଡିଦେଲେ ଏହି ସମ୍ପତ୍ତି ଉପରେ ଆଉ କାହାର ଅଧିକାର ନାହିଁ ।
  • ବିବାହ ସମୟରେ ମିଳିଥିବା ଟଙ୍କା ଓ ଅନ୍ୟାନ୍ୟ ଉପହାର ବରକୁ କିମ୍ବା ତାର ପିତାମାତାଙ୍କୁ କିମ୍ବା ତାର ସମ୍ପର୍କୀୟ ମାନଙ୍କୁ ଦିଆଯାଇଥାଏ ।
  • ଆଇନର ଧାରା -୬ ଅନୁଯାଇ କନ୍ୟା ହିଁ ଏ ସବୁର ଏକମାତ୍ର ଅଧିକାରୀ ।

ଦଣ୍ଡ ବିଧାନ –

  • ଯୌତୁକ ଦେବା ଓ ନେବା ପାଇଁ ଦଣ୍ଡ ହେଉଛି ପାଞ୍ଚ ବର୍ଷ ଜେଲ ଦଣ୍ଡ ୧୫ ହଜାର ଟଙ୍କା ଜୋରିମାନା ଯୌତୁକ ପରିମାଣ ୧୫ ହଜାର ଟଙ୍କାରୁ ଅଧିକ  ହୋଇଥିଲେ ସେହି ପରିମାଣର ଟଙ୍କା ଜୋରିମାନା ଦେବାକୁ ପଡିବ ।
  • ଯୌତୁକ ମାଗିବା ପାଇଁ ଦଣ୍ଡ –ଅତିକମରେ ୬ମାସ ଜେଲ ଏବଂ ଜୋରିମାନା ।
  • ଯୌତୁକ ସମ୍ବନ୍ଧୀୟ  ବିଜ୍ଞାପନ ପାଇଁ ଦଣ୍ଡ – ଅତିକମରେ ୬ମାସ ଜେଲ,୧୫ ହଜାର ଟଙ୍କା ଜୋରିମାନା ।

ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୯୮ (କ) ଅନୁସାରେ ଯଦି ସ୍ଵାମୀ କିମ୍ବା ସ୍ତ୍ରୀ ର ସମ୍ପର୍କୀୟ ସ୍ତ୍ରୀ କୁ ନିଷ୍ଠୁରତା ପ୍ରଦର୍ଶନ କରନ୍ତି ତେବେ ତାର ସ୍ଵାମୀ କିମ୍ବା ସେହି ସମ୍ପର୍କୀୟଙ୍କୁ ଜୋରିମାନା ସହିତ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ/ସଶ୍ରମ କାରାଦଣ୍ଡ ।

ଆଇନ

ଅପରାଧ

ଦଣ୍ଡ

୩୦୨

ହତ୍ୟା

ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡ ଓ ଜୋରିମାନା

୩୦୪ (ଖ)

ଯୌତୁକ ଜନିତ ହତ୍ୟା

ଅତିକମରେ ୭ ବର୍ଷ କାରାଦଣ୍ଡ କିନ୍ତୁ ଯାହା ଆଜୀବନକୁ ମଧ୍ୟ ବଢା ଯାଇପାରେ ।

୩୦୬

ଆତ୍ମହତ୍ୟା କରିବାକୁ ପ୍ରୋତ୍ସାହନ ଦେବା

୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନା ।

୪୯୩

ପ୍ରତାରଣା ପୂର୍ବକ କୌଣସି ସ୍ତ୍ରୀ କୁ ବାହାହୋଇ ଯାହାକି ଆଇନ ସମ୍ମତ ନୁହେଁ ଏବଂ ଆଇନତଃ

ସ୍ତ୍ରୀ ବୋଲି ଧାରଣା ଦେଇ ବା ବିଶ୍ଵାସ ଜନ୍ମାଇ ତା ସହ ସହବାସ କରିଲେ ।

 

୧୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନା

୪୯୪

ବୈବାହିକ ଜୀବନରେ ସ୍ତ୍ରୀ ବା ସ୍ଵାମୀ ଯଦି ପୁନଃ ବିବାହ କରନ୍ତି

୩ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା

୪୯୫

ପୂର୍ବ ବିବାହକୁ ଗୋପନରଖି ଯଦି କୌଣସି  ବ୍ୟକ୍ତିଙ୍କୁ ବିବାହ କରାଯାଏ ।

୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା

୪୯୬

ପ୍ରତାରଣପୂର୍ଣ୍ଣ କୌଣସି ବିବାହ ଆଇନସମ୍ମତ ନୁହେଁ ଜାଣି ମଧ୍ୟ ବିବାହ କରିବା

୫ବର୍ଷ ସଶ୍ରମ କାରାଦଣ୍ଡ ଓ ଜୋରିମାନା

୪୯୭

ବ୍ୟଭିଚାରିତା

୫ବର୍ଷ ସଶ୍ରମ କାରାଦଣ୍ଡ କିମ୍ବା ଜୋରିମାନା

୪୯୮

କୌଣସି ବିବାହିତ ମହିଳାଙ୍କୁ ଅପରାଧ/ମନ୍ଦ ଉଦ୍ଦେଶ୍ୟରଖି ପ୍ରଲୁବ୍ଧ କରି, ନେଇଯାଇ ବା ଅଟକ ରଖିଲେ ।

୨ବର୍ଷ ସଶ୍ରମ କାରାଦଣ୍ଡ ବା ଜୋରିମାନା

୪୯୮ (କ)

ଶାଶୁଘର ଲୋକମାନେ କୌଣସି ବୋହୁ ପ୍ରତି କୃରତା ପ୍ରଦର୍ଶନ କଲେ

୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଜୋରିମାନା

ଯଦି କୌଣସି ସ୍ତ୍ରୀ ନିଷ୍ଠୁର ଏବଂ କୃରତା ଆଚରଣ ଫଳରେ  ୬ବର୍ଷ ମଧ୍ୟରେ ମୃତ୍ୟୁବରଣ କରେ,ତେବେ ସ୍ଵାମୀ ଏବଂ ଶଶୁର ଘରର ପରିବାର ତାର ମୃତ୍ୟୁ ପାଇଁ ଦାୟୀ ରହିବେ । ଯଦି ସେମାନେ ଦୋଷୀବୋଲି ସାବ୍ୟସ୍ତ କରାଯାଏ ତେବେ ଅନ୍ୟୁନ ୨ବର୍ଷ ଜେଲରେ ରହିବାକୁ ପଡିବ ।

ନିଷ୍ଠୁରତା କାହାକୁ କହିବା  -

  • କୌଣସି ସ୍ତ୍ରୀ ଲୋକକୁ ମାରପିଟ କରି ତାର ସଶରୀରେ କ୍ଷତ ସୃଷ୍ଟି କରିବା ଏବଂ ଜୀବନ ପ୍ରତି ଯଦି ବିପଦ ସୃଷ୍ଟି ହୁଏ ।
  • କୌଣସି ବ୍ୟକ୍ତିର ବ୍ୟବହାର ଦ୍ଵାରା ଯଦି ସ୍ତ୍ରୀ ଲୋକଟି ଆତ୍ମହତ୍ୟା କରେ ।
  • ସମ୍ପତ୍ତି ପାଇଁ ସ୍ତ୍ରୀକୁ ଯନ୍ତ୍ରଣା ଦେବା, ଧମକ କିମ୍ବା ବଳପ୍ରୟୋଗ କରିବା ।
  • ସ୍ତ୍ରୀ ଲୋକର କୌଣସି ସମ୍ପର୍କୀୟଙ୍କୁ ଯନ୍ତ୍ରଣା , ଭୟଭୀତ କିମ୍ବା ବଳ ପ୍ରୟୋଗ କରି ସମ୍ପତ୍ତିବା ଅର୍ଥ ଆଣିବା ।

ବିବାହିତା ସ୍ତ୍ରୀ ପ୍ରତି ନିଷ୍ଠୁରତାର ଅଭିଯୋଗ କିଏ ଥାନାରେ ଦାୟେର କରି ପାରିବେ ?

  • ନିର୍ଯ୍ୟାତନାର ଶିକାର ମହିଳା
  • ତାର ପିତାମାତା
  • ଭାଇ ଓ ଭଉଣୀ,ପିଉସା,ମାଉସୀ
  • ଅନ୍ୟ କେହି ରକ୍ତ ସମ୍ପର୍କୀୟ ବା ପୋଷ୍ୟ ପାଳନ ଗତ ସମ୍ପର୍କ ଯଦି ଥାଏ ଫୌଜଧାରୀ କାର୍ଯ୍ୟବିଧି ଆଇନ ୧୯୭୩ ଓ ଧାରା ୧୯୮ (କ)
  • ଯଦି କୌଣସି ବିବାହିତ ମହିଳାର ମୃତ୍ୟୁ କିମ୍ବା ଆତ୍ମହତ୍ୟା ଯୌତୁକ ସମ୍ବନ୍ଧୀୟ ହୋଇଥାଏ ବୋଲି ମାନେ କରୁଥାନ୍ତି ତେବେ ପୋଲିସ ରେ ତୁରନ୍ତ ଜଣାନ୍ତୁ ।

କାହାକୁ ଜଣାଇବେ –

  • ପ୍ରଶାସନିକ ମାଜିଷ୍ଟ୍ରେଟ
  • ପୋଲିସ ଅଧିକାରୀ ମୃତ୍ୟୁକାଳୀନ ଜମାନବନ୍ଦୀ –ଲିଖିତ ବିବରଣୀ ତିଆରି କରିବେ ।
  • ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଅଧିକାରୀ ମୃତ ବ୍ଯକ୍ତିର ଶରୀର ପଡିଥିବା ସ୍ଥାନକୁ ଯିବେ ।
  • ମୃତ୍ୟୁର କାରଣ ପଡିଶା ଘରର ଦୁଇଜଣ ବ୍ୟକ୍ତିଏନକେ ଉପସ୍ଥିତିରେ ପ୍ରସ୍ତୁତ କରାଯିବା  ଉଚିତ ।
  • ମୃତ ଶରୀରର କ୍ଷତ , ରୋଗ ଚିହ୍ନ ଏବଂ ଅନ୍ୟାନ୍ୟ ଆଘାତ ଚିହ୍ନ ମଧ୍ୟ ଉଲ୍ଲେଖ ରହିବା ଉଚିତ ।
  • ରିପୋର୍ଟରେ ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କର ଦସ୍ତଖତ ଆବଶ୍ୟକ ।

(ଯଦି ଏହାକୁ କୌଣସି ପୋଲିସ ଅଧିକାରୀ ଏହି ପଦକ୍ଷପ ନେବାକୁ ମନ କରନ୍ତି ତେବେ ଆପଣ ପୋଲିସ ବିଭାଗର ଉଚ୍ଛପଦସ୍ଥ ଅଧିକାରୀଙ୍କୁ ତୁରନ୍ତ ଜଣାଇବେ ।)

ଯୌତୁକ ନେବା ପାଇଁ କିଏ ଅଭିଯୋଗ କରିପାରିବ –

  • ପୋଲିସ ଅଧିକାରୀ
  • ଯୌତୁକ ପାଇଁ ନିର୍ଯାତିତ ବ୍ୟକ୍ତି
  • ନିର୍ଯାତିତା ସ୍ତ୍ରୀ ଲୋକର ପିତାମାତା ବା ସମ୍ପର୍କୀୟ
  • ସ୍ଵେଚ୍ଛା ସେବି ସଂଗଠନ
  • ବିଚରାଳୟ

ଯୌତୁକ ଜନିତ ଅପରାଧ –

ଧର୍ତ୍ତବ୍ୟ – (ପୋଲିସ ଏତଲା ପାଇବା ମାତ୍ରେ ଅପରାଧର ତଦନ୍ତ ଚଳାଇବେ । ତଦନ୍ତ ପାଇଁ ମାଜିଷ୍ଟ୍ରେଟଙ୍କ ଆଦେଶ ଲୋଡିବା ଦରକାର ନାହିଁ। କିନ୍ତୁ ଅପରାଧରେ ଅଭିଯୁକ୍ତ ଅସମୀଙ୍କୁ ଗିରଫ କରିବାକୁ ମାଜିଷ୍ଟ୍ରେଟଙ୍କ  ଆଦେଶ ନେବାକୁ ପଡିବ )

ଜାମିନ ନାମଞ୍ଜୁର – (ଏ କ୍ଷେତ୍ରରେ ମାଜିଷ୍ଟ୍ରେଟଙ୍କ ବୀନା ଆଦେଶରେ ଜେନ ଅପରାଧୀଙ୍କୁ ଜାମିନ ଦିଆଯିବ ନାହିଁ।)

ସମାନ ମଜୁରି ଆଇନ

ମହିଳାମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ କେତେକ ଆଇନଗତ ଅଧିକାର ସେମାନଙ୍କୁ ଦିଆ ଯାଇଛି । ଏହି ଆଇନର ୪ଦଫାରେ – ପୁରୁଷମାନଙ୍କ ମଜୁରି ସହିତ ମହିଳା କର୍ମଜୀବୀମାନେ କାର୍ଯ୍ୟ ପାଇଁ ସମାନ ବେତନ ବା ମଜୁରୀ ପାଇବେ ଅର୍ଥାତ ପୁରୁଷ ଓ ସ୍ତ୍ରୀ ମଧ୍ୟରେ କାର୍ଯ୍ୟ ସମାନ କରୁଥିଲା ବେଳେ ବେତନ ମଧ୍ୟ ସମାନ । ସମାନ ମଜୁରୀ ଆଇନ -୧୯୭୬ (୫) ଅନୁସାରେ –

  • ଆଇନ ଅନୁଯାୟୀ ପୁରୁଷଙ୍କ ଭଳି ମହିଳାମାନେ ସରକାରଙ୍କ ଦ୍ଵାରା ଘୋଷିତ ସର୍ବନିମ୍ନ ମଜୁରୀ ପାଇବେ ।
  • ୧୪ବର୍ଷରୁ ୧୮ବର୍ଷ ବୟସରେ ବାଳିକା ଏବଂ ୧୮ବର୍ଷ ବୟସରୁ ଊର୍ଦ୍ଧ୍ଵ ବୟସ୍କ ମହିଳାମାନେ ସେହି ବୟସର ବାଳକ ଓ ପୁରୁଷ ମାନେ ପାଉଥିବା ସମାନ ଦରମା ବା ମଜୁରୀ ପାଇବେ ।
  • ଘଣ୍ଟାଏ ପାଇଁ , ଦିନକ ପାଇଁ ଓ ମାସକ ପାଇଁ କେଉଁ ହାରରେ ସର୍ବନିମ୍ନ ମଜୁରୀ ଦିଆଯିବ ତାହା ସରକାର ସ୍ଥିର କରିଥାନ୍ତି ।
  • ମଜୁରୀ ବାବଦ ପ୍ରାପ୍ୟ ସ୍ତ୍ରୀ-ପୁରୁଷ ନଗଦ ଆକାରରେ ପାଇବା ପାଇଁ ହକଦାର ।
  • ଯେଉଁଠାରେ ହଜାରରୁ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି , ସେଠାରେ ମାସ ସାରିବାର ସତ ଦିନ ମଧ୍ୟରେ ମଜୁରୀ ଦେବାକୁ ପଡିବ ଓ ଅନ୍ୟ କ୍ଷେତ୍ରରେ ପ୍ରତି ମାସର ଦଶମ ଦିବସରେ ସେମାନଙ୍କୁ ମଜୁରୀ ଦେବାକୁ ହେବ ।
  • ଯଦି କୌଣସି କ୍ଷେତ୍ରରେ ମାଲିକ ଉଚିତ ମଜୁରୀ ଦେଉନାହିଁ କିମ୍ବା ସ୍ତ୍ରୀ ଲୋକମାନଙ୍କୁ କମ ମଜୁରୀ ଦେଉଛି ସେ କ୍ଷେତ୍ରରେ ନିଜ ଅଞ୍ଚଳର ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବ ।

ଶ୍ରମିକମାନଙ୍କ ସ୍ଵାର୍ଥରକ୍ଷା ଓ ହାନିଲାଭ ବୁଝିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦାୟିତ୍ଵ ଓ କ୍ଷମତା ଦିଆଯାଇଛି । କେଉଁ କାମ ପାଇଁ ସର୍ବନିମ୍ନ ମଜୁରୀ କେତେ ତାହା ଜାଣିବା ପାଇଁ ଶ୍ରମ ଅଧିକାରୀଙ୍କ ସହିତ ପରାମର୍ଶ କରିବା ଦରକାର ।

  • ଓଡିଶା ସର୍ବନିମ୍ନ ମଜୁରୀ ନିୟମର ଧାରା ୨୨ ଅନୁଯାୟୀ କୌଣସି ମାଲିକ ଶ୍ରମିକଙ୍କୁ ଗୋଟିଏ ଦିନରେ ୯ଘନତାରୁ ଅଧିକ ସମୟ କାର୍ଯ୍ୟରେ ଲଗେଇ ପାରିବ ନାହିଁ ।
  • ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାର୍ଯ୍ୟରେ ଲଗେଇଲେ ସେ ଅଧିକା ମଜୁରୀ ନେବାକୁ ବାଧ୍ୟ ।
  • ସେହିପରି ଜଣେ ଶ୍ରମିକ ନିଜ କାର୍ଯ୍ୟରେ ଯୋଗ ଦେବାପରେ ମାଲିକ ତାଙ୍କୁ ପୁରା ଦିନ କାମ ନ ଯୋଗେଇଲେ ମଧ୍ୟ ପୁରା ଦିନ ମଜୁରୀ ଦେବା ପାଇଁ ବାଧ୍ୟ ।

କୌଣସି ଶ୍ରମିକଙ୍କୁ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ  ଓ ପ୍ରତେକ ଶ୍ରମିକ ପ୍ରତି ସପ୍ତାହରେ ଗୋଟେଦିନ ମଜୁରୀ ସହ ଛୁଟି ପାଇବେ ।

୧୯୭୬ରେ ହୋଇଥିବା ସମାନ ପାରିଶ୍ରମିକ ଆଇନ ଅନୁଯାଇ ପୁରୁଷ ଓ ସ୍ତ୍ରୀ ସମାନ କାର୍ଯ୍ୟ ପାଇଁ ସମାନ ମଜୁରୀ ପାଇବେ । ଏଥିରେ ଖିଲାପ କରାଗଲେ ମାଲିକ ଜେଲ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ।

କୌଣସି ମାଲିକ ମହିଳା ଶ୍ରମିକଙ୍କ ମଜୁରୀ, ନିଯୁକ୍ତି, ପଦୋନ୍ନତି, ତାଲିମ କ୍ଷେତ୍ରରେ ପାତରଅନ୍ତର କରିପାରିବେ ନାହିଁ । ଯଦି କୌଣସି ଅଳ ଦେଖାଇ ମହିଳା ଶ୍ରମିକଙ୍କୁ ନିଯୁକ୍ତି ରୁ ବଞ୍ଚିତ କରନ୍ତି ତେବେ ମାଲିକ ଜେଲ ଦଣ୍ଡ ଭୋଗିବା ସହ ଜୋରିମାନା ଦେବାର ବ୍ୟବସ୍ଥା ରହିଛି ।

୧୯୪୮ ଭାରତୀୟ କଳକାରଖାନା ଆଇନ ଅନୁଯାୟୀ –

  • କଳକାରଖାନାର ମାଲିକ ମହିଳାମାନଙ୍କ ପାଇଁ କବାଟ ଲାଗିଥିବା ପରିଶ୍ରା ଗାର ପାଇଖାନା ଓ ଗାଧୁଆଘରର ବ୍ୟବସ୍ଥା କରିବେ ।
  • ଯେଉଁ କଳା କାରଖାନାରେ ୩୦ ରୁ ଅଧିକ ମହିଳା ଶ୍ରମିକ କାର୍ଯ୍ୟ କରୁଥିବେ ସେମାନଙ୍କର ପିଲାମାନଙ୍କ ପାଇଁ ସେଠାରେ ଶିଶୁ ପାଳନ ଗୃହର ବ୍ୟବସ୍ଥା ରହିବ ।
  • ମହିଳା ମାନଙ୍କୁ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ । କ୍ରମାଗତ ଭାବେ ୫ଘଣ୍ଟାରୁ ଅଧିକ ସମୟ କୌଣସି କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ ।
  • ମହିଳା ଶ୍ରମିକ ସକାଳ ୬ରୁ ସନ୍ଧ୍ୟା ୭ମଧ୍ୟରେ କାରଖାନାରେ ରହି କାମ କରିବେ ।
  • ସପ୍ତାହରେ ଗୋଟେଦିନ ମଜୁରୀ ସହ ଛୁଟି ପାଇବେ ।
  • ଚଳନ୍ତା ମେସିନରେ ସାଫା କରିବା ଅଥବା ସେଥିରେ ତେଲ ଦେବା କାର୍ଯ୍ୟରେ ସେମାନଙ୍କୁ ନିଯୋଜିତ କରାଯାଇ ପାରିବ ନାହିଁ ।
  • କାର୍ଯ୍ୟ କରିବା ସମୟରେ ମହିଳା ଶ୍ରମିକ ମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଓଜନ ଠାରୁ ଅଧିକ ଓଜନର କୌଣସି ଜିନିଷପତ୍ର ଉଠାଇବା ପାଇଁ  କୁହାଯିବ ନାହିଁ ।

ଭରଣ ପୋଷଣ

ସ୍ତ୍ରୀ ସହ ପୁରୁଷ ଏକାଠି ବସବାସ କରୁଥିଲେ ପୁରୁଷ ତା ସ୍ତ୍ରୀ ଓ ପିଲାମାନଙ୍କ ଚାଲିବ ପାଇଁ ଭରଣ ପୋଷଣର ଦାୟିତ୍ଵ ନେଇଥାଏ । କୌଣସି କାରଣରେ ବିବାହ ବିଛେଦ ଘାତିଳେ ଆଇନ ଅନୁଯାଇ ସ୍ତ୍ରୀ ଭରଣପୋଷଣ ପାଇବା ପାଇଁ ହକଦାର ।

  • ଭରଣ ପୋଷଣ କଣ ?
  • ଯଦି ଜଣେ ସ୍ତ୍ରୀ ନିଜକୁ ଚଳାଇବା ପାଇଁ କୌଣସି ସମ୍ବଳ ନଥାଏ ତେବେ ସେ ତାର ଜୀବନ ଧାରଣାର ଆବଶ୍ୟକତା ପୂରଣ ପାଇଁ ସ୍ଵାମୀ ଠାରୁ ଭରଣ ପୋଷଣ ପାଇବା ହକଦାର ।

    ଜଣେ ବିବାହ ବିଚ୍ଛେଦ ହୋଇଥିବା ସ୍ତ୍ରୀ ମଧ୍ୟ ସ୍ଵାମୀ ଠାରୁ ଭରଣପୋଷଣ ପାଇବାକୁ ହକଦାର ।

  • କିଏ କାହାକୁ ଭରଣ ପୋଷଣ ଦିଏ –
  • ଛାଡପତ୍ର ପାଇଲାପରେ ସ୍ତ୍ରୀକୁ ଭରଣପୋଷଣ ଦେବାପାଇଁ ଅଦାଲତ ସ୍ଵମୀଙ୍କୁ ନିର୍ଦ୍ଦେଶଦେଇ ପାରିବେ ।

  • କେତେ ପରିମାଣର ଭରଣପୋଣେ ଜଣେ ସ୍ତ୍ରୀ ପାଇପାରିବା ?
  • ସ୍ଵାମୀର ରୋଜଗାର କ୍ଷମତା ଉପରେ ଭରଣପୋଷଣର ପରିମାଣ ନିର୍ଭର କରେ ।

  • କିପରି ସ୍ତ୍ରୀ ଏହି ସମୁଦାୟ ପରିମାଣ ପାଇପାରିବ ?
  • ଏହି ଟଙ୍କା ଦେବା ପାଇଁ ଅଦାଲତ ଉପରେ ନିର୍ଭରକରେ ଏବଂ ଏହା ମାସିକ କିମ୍ବା ଏକକାଳୀନ ଅର୍ଥ ହିସାବରେ ମଧ୍ୟ ଦିଆଯାଇ ପାରେ । ଏହି ଟଙ୍କା ସ୍ତ୍ରୀ ବଞ୍ଚିଥିଲା ପର୍ଯ୍ୟନ୍ତ ପାଇବ ।

  • ଯଦି ଜଣେ ସ୍ତ୍ରୀ ଲୋକ ପୁନଃ ବିବାହ କରେ,ତଥାପି କଣ ଏହା ପାଇ ପାରିବ ?
  • କୌଣସି କାରଣରୁ ସ୍ତ୍ରୀର ଯଦି ବିବାହ ହୋଇଥାଏ ତେବେ ତାର ଭରଣପୋଷଣର ଟଙ୍କା ପ୍ରଥମ ସ୍ଵାମିଠାରୁ ପାଇପାରିବ ନାହିଁ ।

  • କେଉଁ ଅଦାଲତ ଏହି ପରିମାଣ ଦେଇପାରିବ ?
  • ଯେଉଁ ଅଦାଲତରେ ଏହି ଛାଡପତ୍ର ନିର୍ଦ୍ଦେଶହୋଇଥାଏ , ସେ ଏହି ପରିମାଣ ଦେଇପାରିବ । ଛାଡପତ୍ର ପାଇଁ ଆଇନଗତ କାର୍ଯ୍ୟପ୍ରଣାଳୀ ଚାଲିଥିବା ସମୟରେ ଏବଂ ଛାଡପତ୍ର ପରେ ଅଦାଲତ ଭରଣପୋଷଣ ପାଇଁ ନିର୍ଦ୍ଦେଶଦେଇପାରେ ।

  • ଫୌଜଦାରୀ ଅଦାଲତ ମଧ୍ୟ ଭରଣପୋଷଣ ନିର୍ଦ୍ଦେଶଦେଇପାରେ?
  • ଫୌଜଦାରୀ ଅଦାଲତରେ ଶୀଘ୍ର କାର୍ଯ୍ୟବିଧି ହୁଏ । ତେଣୁ ଜଣେ ସ୍ତ୍ରୀ ଲୋକ ଭରଣପୋଷଣ ପାଇଁ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୧୨୫ ଅନୁସାରେ ଦରଖାସ୍ତ କରିପାରିବ ।

  • ଫୌଜଦାରୀ ଅଦାଲତରେ କିପରି ଜଣେ ମହିଳା ଦରଖାସ୍ତ ଦାଏର କରିପାରିବେ ?
  • ଉକ୍ତ ଅଦାଲତରେ ଦରଖାସ୍ତ ଦାଏର କରିବାକୁ ହେଲେ ଜଣେ ଓକିଲଙ୍କର ସାହାଯ୍ୟ ନେବାକୁ ହୋଇଥାଏ । ଅଭାବଗ୍ରସ୍ତ ମହିଳାଙ୍କର ମକଦ୍ଦମା ଲଢିବା ପାଇଁ ଆଇନଗତ ସହାୟତା କମିଟି ସାହାଯ୍ୟ କରନ୍ତି । ପ୍ରତି ଜିଲ୍ଲାରେ ଏହିପରି ଏକ କମିଟି ରହିଛି । କଟକ ଜିଲ୍ଲାରେ ସାରା ରାଜ୍ୟ ପାଇଁ “ଆଇନଗତ ସାହାଯ୍ୟ ଓ ପରାମର୍ଶ ବୋର୍ଡ” କାର୍ଯ୍ୟ କରୁଛି । ଆପଣ ଏଠାରୁ ମାଗଣାରେ ଆଇନ ସାହାଯ୍ୟ ପାଇପାରିବ । ମହିଳା ଜଣକ ନିଜର ସ୍ଵାମୀର ଅବହେଳା, ଅସହାୟତା ତଥା ସମ୍ବଳହୀନତା ଇତ୍ୟାଦି ବିଷୟ ଦର୍ଶାଇ ଭରଣପୋଷଣ ମଞ୍ଜୁର ଦରଖାସ୍ତ ଦେବେ । ସ୍ଵମୀଙ୍କର ରୋଜଗାର ଓ ଅନ୍ୟାନ୍ୟ ଆସବାବପତ୍ର ବିଷୟରେ ସ୍ପଷ୍ଟ ଭାବରେ ଲେଖିବେ ।

  • କେତେ ପରିମାଣରେ ଭରଣପୋଷଣ ଜଣେ ସ୍ତ୍ରୀ ଲୋକ ଫୌଜଦାରୀ ଅଦାଲତରୁ ପାଇପାରିବେ ?
  • ଫୌଜଦାରୀ ଅଦାଲତ ୫୦୦/- ପର୍ଯ୍ୟନ୍ତ ଭରଣପୋଷଣ ମଞ୍ଜୁର କରିପାରିବେ ।

  • ଯଦି ସ୍ଵାମୀ ଭରଣପୋଷଣ ନ ଦିଏ ତେବେ କ’ଣ କରାଯାଇ ପାରିବ ?
  • ଯଦି ସ୍ଵାମୀ ଭରଣପୋଷଣ ଦେବାକୁ ମନାକରେ ତେବେ ଫୌଜଦାରୀ ଅଦାଲତ ମଧ୍ୟ ଜେଲ ଦଣ୍ଡ ଦେଇପାରିବ ଓ ତାର ସମ୍ପତ୍ତିମଧ୍ୟ ନିଲାମ କରିଦେଇପାରିବ ।

ସମ୍ପତ୍ତିଗତ ଅଧିକାର –

  • ବାହାଘର ବେଳେ ଝିଅକୁ ଦିଆଯାଇଥିବା ଅଳଙ୍କାର, ଟି।ଭି।ଇତ୍ୟାଦି ତାର ନିଜସ୍ଵ ଏବଂ ଅ ସବୁରେ କାହାର ଅଧିକାର ନାହିଁ । ଜଣେ ମହିଳା ନିଜେ ଯାହା ଉପାର୍ଜନ କରେ ତାହା ତାର ନିଜସ୍ଵ ସମ୍ପତ୍ତି ।
  • ଜମି, ଘର ଇତ୍ୟାଦି ଯାହା ଦାନ ସୂତ୍ରରେ ନିକଟ ସମ୍ପର୍କୀୟଙ୍କଠାରୁ ଜଣେ ମହିଳାଙ୍କୁ ମିଳିଥାଏ ତାହା ତାହାର ନିଜର ସମ୍ପତ୍ତି ।
  • ମହିଳାଜଣଙ୍କ ଯଦି ନିଜର ରୋଜଗାର ଅର୍ଥରେ ଘର , ଜମି ଇତ୍ୟାଦି ଯାହା କିଛି କିଣେ ତାହା ସମ୍ପୂର୍ଣ ଭାବେ ତାର ସମ୍ପତ୍ତି ଏବଂ ସେ ସବୁକୁ ସେ ତାର ନିଜ ନାମରେ ରଖିପାରିବ ।
  • ଯଦି କୌଣସି ମହିଳାଙ୍କର ନିଜସ୍ଵ ସମ୍ପତ୍ତିଅଛି , ସେ ଯାହା ଚାହିଁ ବ ତାହା କରିପାରିବ ।
  • ପୁରୁଷ ମାନଙ୍କ ଭଳି ମଧ୍ୟ ମହିଳାମାନଙ୍କର ସମ୍ପତ୍ତି କିଣିବା ଓ ବିକିବା ଅଧିକାର ରହିଛି ।

ଆଇନ ଅନୁସାରେ –

ହିନ୍ଦୁ ପୁରୁଷର ପୂର୍ବପୁରୁଷଙ୍କ ଠାରୁ ମିଳିଥିବା ସଂପତ୍ତିକୁ ପୈତୃକ ସଂପତ୍ତି କୁହାଯାଏ ।

  • ପୂର୍ବରୁ ସ୍ତ୍ରୀଲୋକମାନେ କେବଳ ଭରଣପୋଷଣ ପାଇବାକୁ ହକଦାର ଥିଲେ କିନ୍ତୁ ଏବେ ସେମାନେ ସଂପତ୍ତିରୁ ଭାଗ ନେବା ଅଧିକାର ରହିଛି ।
  • ବର୍ତ୍ତମାନ ସଂପତ୍ତି ଉପରେ ସ୍ତ୍ରୀଲୋକମାନଙ୍କୁ ଅଧିକାର ଦେବାପାଇଁ ଜମି ପଟ୍ଟା, ଘର ବାଡି ପଟ୍ଟା ଓ ସରକାରୀ ଯୋଜନାରେ ଗୃହ ନିର୍ମାଣ କରି ଯୋଗାଇ ଦେବା ବେଳେ ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ନାମରେ ହେବାପାଇଁ ସରକାର ନିର୍ଦ୍ଦେଶଦେଇଛନ୍ତି ।

ଧର୍ଷଣ ଓ ଆଇନ

ମହିଳା ମାନଙ୍କ ଉପରେ ହେଉଥିବା ବିଭିର୍ଣ୍ଣ ଅତ୍ୟାଚାର ମଧ୍ୟରୁ ଧର୍ଷଣ ଏକ ବଡ ଧରଣର ଅପରାଧ । ଏପରି ଅମାନୁଷିକ କାର୍ଯ୍ୟକୁ ପ୍ରତିରୋଧ କରିବାକୁ ଭାରତୀୟ ଦଣ୍ଡବିଧି ଆଇନର ଦଫା ରଖାଯାଇଛି ।

ଧର୍ଷଣ କାହାକୁ କହିବା  ?

  • ଯଦି ଜଣେ ପୁରୁଷ ସ୍ତ୍ରୀ ଲୋକର ଇଚ୍ଛା ବିରୁଦ୍ଧରେ ତା ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରେ ତେବେ ତାହାକୁ ଆମେ ଧର୍ଷଣ ବୋଲି କହିବା ।
  • କିନ୍ତୁ ସ୍ତ୍ରୀ ର ବୟସ ୧୫ବର୍ଷରୁ କମ ହୋଇଥିଲେ ଯଦି ତାର ସ୍ଵାମୀ ଉପଭୋଗ କରନ୍ତି ତେବେ ତାହାକୁ ଧର୍ଷଣ ବୋଲି ବିବେଚନା କରାଯାଏ ।
  • ଯଦି ସ୍ତ୍ରୀ ଲୋକ ଜଣକ ବେଶ୍ୟା ହୋଇଥାଏ ଏବଂ କୌଣସି ପୁରୁଷ ତାର ଇଚ୍ଛା ବିରୋଧରେ ତାକୁ ଉପଭୋଗ କରେ ତାହାକୁ ମଧ୍ୟ ଧର୍ଷଣ ବୋଲି କୁହାଯିବ ।
  • ଯଦି କୌଣସି ସ୍ତ୍ରୀ ଲୋକ ନିଜ ଇଚ୍ଛାରେ ପୁରୁଷ ସହ ଯୌନ କ୍ରିୟା କରେ ତାହାକୁ ଧର୍ଷଣ ବୋଲି କୁହାଯିବ ନାହିଁ।

ଧାରା

ଅପରାଧ

Dandabidhan

୩୭୬

ସ୍ଵାମୀ ଓ ସ୍ତ୍ରୀ ଅଲଗା ଅଲଗା ରହୁଥିବା ସମୟରେ ଯଦି ଯୌନ ସମ୍ପର୍କ ରଖେ

ଅତିକମରେ ୨ବର୍ଷ ଜେଲ ଦଣ୍ଡ ଏବଂ ଜୋରିମାନା

୩୭୬(କ)

ପୋଲିସ ହେପାଜତରେ ଥିବା ବେଳେ ସହବାସ

ଅତିକମରେ ୧୦ବର୍ଷ ଜେଲ ଓ ଜୋରିମାନା, ଆଜୀବନ ମଧ୍ୟ ହୋଇପାରେ

୩୭୬ (ଖ)

କୌଣସି ସରକାରୀ କର୍ମଚାରୀଙ୍କର ତତ୍ବାବଧାନରେ ଥିବା ସମୟରେ ସହବାସ

ଅତିକମରେ ୧୦ବର୍ଷ ଜେଲ ଓ ଜୋରିମାନା, ଆଜୀବନ ମଧ୍ୟ ହୋଇଥାଏ

୩୭୬(ଗ)

ଜେଲ ଅଧିକ୍ଷକ ବା ରିମାଣ୍ଡ ହୋମ ଅଧିକ୍ଷକଙ୍କ ଅଧୀନରେ ଥିବାବେଳେ ସହବାସ

ଅତି କମରେ ୧୦ ବର୍ଷ ଜେଲ ଓ ଜୋରିମାନା ଆଜୀବନ ମଧ୍ୟ ହୋଇପାରେ

୩୭୬ (ଘ)

ଡାକ୍ତରଖାନା ପରିଚାଳନାଙ୍କ ଅଧୀନରେ ଥିବାବେଳେ ସହବାସ

୧୦ ବର୍ଷ ଜେଲ ଓ ଜୋରିମାନା ଆଜୀବନ ମଧ୍ୟ ହୋଇପାରେ

୩୭୬ (ଙ)

କୌଣସି ଗର୍ଭବତୀ ମହିଳାଙ୍କ ସହିତ ସହବାସ

୧୦ ବର୍ଷ ଜେଲ ଓ ଜୋରିମାନା ଆଜୀବନ ମଧ୍ୟ ହୋଇପାରେ

୩୭୬ (ଚ)

୧୨ ବର୍ଷରୁ କମ ବାଳିକାଙ୍କ ସହ ସହବାସ

୧୦ ବର୍ଷ ଜେଲ ଓ ଜୋରିମାନା ଆଜୀବନ ମଧ୍ୟ ହୋଇପାରେ

୩୭୬ (ଛ)

ଯଦି କୌଣସି ମହିଳାଙ୍କ ଗଣ ଧର୍ଷଣ କରାଯାଏ

୧୦ ବର୍ଷ ଜେଲ ଓ ଜୋରିମାନା ଆଜୀବନ ମଧ୍ୟ ହୋଇପାରେ

(ଦଫା ୩୭୬ (କ,ଖ,ଗ,ଘ,ଙ,ଚ,ଛ) ଅନୁଯାୟୀ ହାଜତ,ଜେଲ,ଅନାଥାଶ୍ରମ ନାରୀ ନିର୍ଯ୍ୟାତନା କେନ୍ଦ୍ର ଓ ଚିକିତ୍ସାଳୟ ପରିଚାଳକ, କୌଣସି ସରକାରୀ କର୍ମଚାରୀ ବା ଡାକ୍ତର, ଯେଉଁମାନେ କି ଅବହେଳିତ ମହିଳା ଓ ଶିଶୁଙ୍କୁ ନିସହାୟ ଅବସ୍ଥାରେ ଧର୍ଷଣ କରନ୍ତି ସେମାନେ ମହିଳା ଓ ଶିଶୁର ସମ୍ମତି ଥିଲେ ମଧ୍ୟ ଧର୍ଷଣ ଅଭିଯୋଗରେ ଦଣ୍ଡିତ ହେବେ । )

ଧର୍ଷଣ ପରେ ଧର୍ଷିତା ନାରୀର କର୍ତ୍ତବ୍ୟ

  • ଗାଧୋଇବେ ନାହିଁ କିମ୍ବା ଲୁଗା ବଦଳାଇବ ନାହିଁ  ।
  • ପରିବାରର ଯେ କୌଣସି ସଦସ୍ୟ କିମ୍ବା ଅନ୍ୟ କେହି କିମ୍ବା ନିଜର ବିଶ୍ଵାସୀ ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବେ ।
  • କୌଣସି ବ୍ୟକ୍ତି ଗ୍ରାମର ହେଉ ବା ପରିବାରର ହେଉ ସାଙ୍ଗରେ ନେଇ ପୋଲିସ ପାଖକୁ ଯିବା ଆବଶ୍ୟକ ।
  • ନିକଟରେ ଥାନା ନ ଥିଲେ ଧର୍ଷିତା ସ୍ତ୍ରୀ ଲୋକଟି ସରପଞ୍ଚ କିମ୍ବା ଗ୍ରାମର କିଛି ପୁରୁଖା ଲୋକଙ୍କ ସହ ଥାନାକୁ ଯାଇ ଏତଲା ଦେବା ଆବଶ୍ୟକ ।
  • ଧର୍ଷଣ ସମ୍ପର୍କରେ ବିଳମ୍ବ ନକରି ପୋଲିସ ନିକଟରେ ଅଭିଯୋଗ କରିବା ଦରକାର ।

ପୋଲିସର ଦାୟିତ୍ଵ-

  • ପୋଲିସ ଅଭିଯୋଗ ଲେଖିବା ପୂର୍ବରୁ ଧର୍ଷିତା ସ୍ତ୍ରୀ ଲୋକଟିକୁ ଡାକ୍ତରୀ ପରୀକ୍ଷା ନିମନ୍ତେ ପଠାଇବେ ।
  • ସ୍ତ୍ରୀ ଲୋକଟିର ଲୁଗା ପଟାକୁ ଥଳିରେ ଭର୍ତ୍ତି କରି  ମୁଦ ଦେଇ ପୁରୁଷ ର ରକ୍ତ,ବୀର୍ଯ୍ୟ  ଓ କେସ ପାଇବା ପାଇଁ ପରୀକ୍ଷା ନିମନ୍ତେ ପଠାଇବେ ।
  • ସ୍ତ୍ରୀ ଲୋକଟି ଅଭିଯୋଗ କରିବା ପରେ ଥାନା ଅଧିକାରୀ ଏତଲଟିକୁ ଥାନା ରେକର୍ଡ ବହିରେ ଲେଖିବେ ।
  • ସ୍ତ୍ରୀ ଲୋକଟିକୁ ଥାନା ଅଧିକାରୀ କଣ ଲେଖିଛନ୍ତି ପଢି ଶୁଣାଇବେ ଏବଂ ତାକୁ ଗୋଟାଏ ଏତଲାର ନକଲ ଦେବେ ।
  • ଏତଲାଟୀରେ ସ୍ତ୍ରୀଲୋକଟିର ଦସ୍ତଖତ କିମ୍ବା ଟିପଚିହ୍ନ ରହିବ ।
  • ଅପରାଧୀଙ୍କୁ ଗିରଫ କରିବା ପରେ ଅପରାଧୀର ଚିହ୍ନଟ ପାଇଁ ତାକୁ ତାଙ୍କ ଆଗରେ ଛିଡା କରେଇବେ ।
  • ତଦନ୍ତ ସମୟରେ ଅପରାଧୀକୁ ହାଜତରେ ରଖିବେ ।
  • ମକଦ୍ଦମା ବିଚାର ବେଳେ ଅପରାଧୀକୁ ଜନମିନରେ ଛାଡି ଦିଆଯାଇ ପାରିବ ।

ଥାନା ଅଧିକାରୀ ଯଦି ଧର୍ଷିତା ମହିଳାର ଏତଲା ଗ୍ରହଣ ନ କରନ୍ତି

  • ଯଦି ଥାନା ଅଧିକାରୀ ଏତଲା ଗ୍ରହଣ ନ କରନ୍ତି , ତେବେ ନିର୍ଯ୍ୟାତନାର ଶିକାର ଶିକାର ହୋଇଥିବା ସ୍ତ୍ରୀ ଲୋକଟି ଜିଲ୍ଲା ଆରକ୍ଷୀ ଅଧିକାରୀ ବା (ଏସ॰ ପି) ଙ୍କୁ ଲିଖିତ ଭାବରେ ଜଣାଇବେ ।
  • ଆବଶ୍ୟକ ପଡିଲେ ଅରକ୍ଷୀ ଅଧୀକ୍ଷକ ବା ଏସ॰ ପି ନିଜେ ଆସି ତଦନ୍ତ କରିବେ ନଚେତ ଅନ୍ୟ କୌଣସି ପୋଲିସ ଅଫିସରଙ୍କୁ ଦାଇତ୍ଵ ଦେବେ ।
  • ଯଦି ପୋଲିସ ଅଫିସର ମନାକରିବେ ତେବେ ମହିଳା ଜଣକ ମାଜିଷ୍ଟ୍ରେଟଏନକେ ପାଖକୁ ଯାଇ ଅଭିଯୋଗ କରିବେ ।

ଡାକ୍ତରୀ ପରୀକ୍ଷା – (ଧର୍ଷଣର ଶିକାର ମହିଳା )

  • ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଧର୍ଷିତା ମହିଳାର ଡାକ୍ତରୀ ପରୀକ୍ଷା କରାଇବେ ।
  • ମହିଳା ଜଣକ ନିଜେ ମଧ୍ୟ ଯେ କୌଣସି ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇନେବା ଉଚିତ ।
  • ଡାକ୍ତର ମୁଖ୍ୟତଃ ମହିଳାଜଣଙ୍କର ଯୌନଙ୍ଗରେ ଲାଗିଥିବା ବୀର୍ଯ୍ୟ ,କୌଣସି ପ୍ରକାର ଶରୀରରେ ଦେଖାଯାଇଥିବା କ୍ଷତ ବିଶେଷ ଭାବରେ ଜଙ୍ଘରେ ହୋଇଥିବା କ୍ଷତ, କାଟ ଦାଗ , ଆଞ୍ଚୁଡା ଦାଗ ଏବଂ ସମସ୍ତ ଶରୀର ପରୀକ୍ଷା କରି ଦେଖିବେ ।
  • ମହିଳା ଜଣକ ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ପରିବାରର ଯେକୌଣସି ସଦଶ୍ୟ କିମ୍ବା ଯେକୌଣସି ବୟସ୍କ ଲୋକ ସାଥିରେ ନେବା ଉଚିତ ।
  • ପରୀକ୍ଷା ପରେ ମହିଳାଜନଙ୍କର ମାନସିକ ଓ ଶାରୀରିକ ଅବସ୍ଥା କିପରିଥିଲା ତାହା ଲେଖିବେ । ସେ ଯେଉଁ ବିବରଣୀ ଲେଖିବେ ତାହାର ଏକ କପି ମାଗି ରଖିବେ ।
  • ଡାକ୍ତରଙ୍କ ବିବରଣୀକୁ ନେଇ ଅଦାଲତରେ କେସ ଚାଲିବା  ସମୟରେ ଅଦାଲତ ମଧ୍ୟ ଡାକ୍ତରଙ୍କୁ ପ୍ରଶ୍ନ ପଚାରିବେ ।
  • ମହିଳା ଜଣକ ଯାହା କହିବେ – (ସେ ଠିକ କହୁଛନ୍ତି କି ଭୁଲ କହୁଛନ୍ତି ) ପ୍ରମାଣିତ କରିବା ପାଇଁ ଡାକ୍ତରଙ୍କ ବିବରଣୀ ନିତ୍ୟାନ୍ତ ଆବଶ୍ୟକ ।
  • ଘଟଣାକୁ ପ୍ରମାଣ କରାଇବା ପାଇଁ ପୋଲିସ ଅପରାଧୀକୁ ମଧ୍ୟ ଡାକ୍ତରୀ ପରୀକ୍ଷା କରିଥାଏ ।
  • ପୋଲିସ ମଧ୍ୟ ମହିଳାଜଣଙ୍କର ଶରୀରକୁ ସ୍ପର୍ଶ କରି ପାରିବେ ନାହିଁ  ।
  • ଯାହା ପଚାରିବାର ଥିବା ପଚାରି ପାରିବେ ।
  • କେବଳ ଜଣେ ଡାକ୍ତର (ମହିଳା ବା ପୁରୁଷ) ଙ୍କ ଦ୍ଵାରା ଡାକ୍ତରୀ ପରୀକ୍ଷା କରେଇ ପାରିବେ ।

ଦଶବର୍ଷ ବୟସରୁ ଊର୍ଦ୍ଧ୍ଵ ଜଣେ ବାଳକ ଯଦି ଧର୍ଷଣ ପାଇଁ ଉଦ୍ୟମ କରେ ତେବେ ସେ ସେଥିପାଇଁ ଦୋଷୀ ସାବ୍ୟସ୍ତ ହୋଇପାରିବ ।  ଅନେକ କ୍ଷେତ୍ରରେ ଏକରୁ ଅଧିକ ବ୍ୟକ୍ତି ଯଦି ଧର୍ଷଣ କରିଥାନ୍ତି ବା ଉଦ୍ୟମ କରିଥାନ୍ତି ତେବେ ସମସ୍ତ ଦୋଷୀ ସାବ୍ୟସ୍ତ ହେବେ । ଧର୍ଷଣକାରୀ ମାନଙ୍କୁ ସାହାଯ୍ୟ କରିଥିବା ଲୋକ ମଧ୍ୟ ଦଣ୍ଡିତ ହେବ । ଧର୍ଷଣ ଅପରାଧରେ ଯଦି କୌଣସି ମହିଳା କିଛି ସାହାଯ୍ୟ କରିଥାଏ ତେବେ ସେ ମଧ୍ୟ ଦଣ୍ଡ ପାଇବା ।

  • ଯଦି ଧର୍ଷଣକାରୀ ଜଣେ ପ୍ରଭାବଶାଳୀ ବ୍ୟକ୍ତି ବା ଧନୀଲୋକ ହୋଇଥିବେ ତେବେ ଧର୍ଷଣ ସମ୍ପର୍କରେ ନିକଟସ୍ଥ ସମ୍ବାଦପତ୍ର , ପୋଲିସ ବିଭାଗ ମୁଖ୍ୟ , ସ୍ଥାନୀୟ ବିଧାୟକ , ଜିଲ୍ଲାପାଳ କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନର ତୁରନ୍ତ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ।

ଦଣ୍ଡ ସର୍ବନିମ୍ନ ଦଶ ବର୍ଷ

  • ଜଣେ ପୁରୁଷ ମହିଳାଜଣଙ୍କ ଗର୍ଭବତୀ ଥିବା ଜାଣି ଧର୍ଷଣ କରିଥାଏ ତେବେ ସେଥିପାଇଁ ସର୍ବନିମ୍ନ ଦଣ୍ଡ ଦଶବର୍ଷ ଜେଲ ।
  • ଯଦି ୧୨ବର୍ଷ ବୟସରୁ କମ ବୟସର ଝିଅକୁ ଧର୍ଷଣ ହୋଇଥାଏ ତେବେ ସେଥିପାଇଁ ମଧ୍ୟ ସର୍ବନିମ୍ନ ଦଣ୍ଡ ୧୦ବର୍ଷ ଜେଲ ।
  • ମିଳିମିଶି ଜଣେ ବା କେତେଜଣ ମହିଳାଙ୍କୁ ଧର୍ଷଣ କରିଥାନ୍ତି ତେବେ ମଧ୍ୟ ସର୍ବନିମ୍ନ ଦଣ୍ଡ ହେଉଛି ଦଶବର୍ଷ ଜେଲ ।
  • ହାଜତରେ ଯଦି ମହିଳା ଧର୍ଷଣ ହୋଇଥାଏ ତେବେ ମଧ୍ୟ ସର୍ବନିମ୍ନ ଦଣ୍ଡ ଦଶବର୍ଷ ।
  • ପୋଲିସ,ଜେଲ କର୍ମଚାରୀ, ହସ୍ପିଟାଲ ପରିଚାଳକ , ରିମାଣ୍ଡ ହୋମ ପରିଚାଳକ ପ୍ରଭୃତି ଲୋକ ଧର୍ଷଣ କରିଥିଲେ ସେଥିପାଇଁ ସର୍ବନିମ୍ନ ୧୦ ବର୍ଷ ଜେଲ ।
  • ସରକାରୀ କର୍ମଚାରୀଙ୍କ ହେପାଜତରେ ଥିବା ମହିଳା ଧର୍ଷିତା ହେଲେ ୧୦ ବର୍ଷ ଜେଲ ଦଣ୍ଡରେ ବ୍ୟବସ୍ଥା ରହିଛି ।
  • ଜେଲ, ଆଶ୍ରମ କିମ୍ବା ଅବହେଳିତ ମହିଳା ଓ ଶିଶୁମାନଙ୍କର ହେପାଜତରେ ଥିବା କର୍ମଚାରୀ କିମ୍ବା ଚିକିତ୍ସାଳୟରେ କର୍ତ୍ତବ୍ୟ ରତ କର୍ମଚାରୀ ଧର୍ଷଣ କରିଥିଲେ ମଧ୍ୟ ୧୦ ବର୍ଷ ଜେଲ ଦଣ୍ଡ ।
  • ସ୍ଵାମୀ ଯଦି ସ୍ତ୍ରୀ କୁ ବେଶ୍ୟାବୃତି ପାଇଁ ପ୍ରୋତ୍ସାହନ ଦିଏ ଓ ତା ଦ୍ଵାରା ଅର୍ଜିତ ଅର୍ଥରେ ବଞ୍ଚୁଥାଏ ତାହାହେଲେ ସ୍ଵାମୀ ମଧ୍ୟ ଆଇନ ଆଖିରେ ଅପରାଧୀ ।
  • କୌଣସି ବ୍ୟକ୍ତି ଜଣେ ବେଶ୍ୟା ସହ ରହିବା ମଧ୍ୟ ଅପରାଧ ।
  • ସ୍ଵକୃତି ନଥାଇ ବେଶ୍ୟାବୃତି ପାଇଁ ପ୍ରୋତ୍ସାହନ ଦିଆଯାଏ ତାହାହେଲେ ତାହା ଏକ ଅପରାଧ ।
  • ସର୍ବସାଧାରଣ ସ୍ଥାନ, ଶିକ୍ଷାନୁଷ୍ଠାନ, ଚିକିଶ୍ଚାଳୟ ଓ ଧାର୍ମିକ ଅନୁଷ୍ଠାନ ଇତ୍ୟାଦିରେ ୨୦୦ ମିଟର ଦୁରତ୍ଵ ମଧ୍ୟରେ ବେଶ୍ୟାବୃତି ପରିଚାଳିତ କରିବା ମଧ୍ୟ ଏକ ଅପରାଧ ।
  • ଭାରତୀୟ ପିଙ୍ଗଳ ଆଇନର ୩୭୨ ଓ ୩୭୩ ଦଫାରେ ଯେ କୌଣସି ବ୍ୟକ୍ତି ଜଣେ ଅଠର ବର୍ଷରୁ କମ ବୟସର ମହିଳାଙ୍କୁ ଆଣି ଯଦି ବେଶ୍ୟାବୃତିରେ ନିଯୋଜିତ କରିଥାଏ ତେବେ ତାକୁ ୯ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜୋରିମାନା ଭୋଗ କରିବାକୁ ପଡିବ ।

ପ୍ରସୂତିକାଳୀନ ସୁବିଧା

ଏହି ଆଇନ ୧୯୬୧ ଅନୁସାରେ ମହିଳାମାନଙ୍କୁ କେତେକ ପ୍ରସୂତିକାଳୀନ ସୁବିଧା ସୁଯୋଗ ମାଲିକମାନେ ଦେବାପାଇଁ ବ୍ୟବସ୍ଥା ରଖାଯାଇଛି । ଗର୍ଭବତୀ ସମୟରେ ଓ ପରେ ମା ହେବାର ପ୍ରଥମ ମାସ ଗୁଡିକରେ ସୁବିଧା ସୁଯୋଗ ଦିଆଯିବ । ନିମ୍ନଲିଖିତ ସୁବିଧା ସୁଯୋଗ ମହିଳା ଶ୍ରମିକ ସନ୍ତାନ ଜନ୍ମର ୧୨ ମାସ ପୂର୍ବରୁ କୌଣସି ସଂସ୍ଥାରେ ଅତି କମରେ ୮୦ ଦିନ କାର୍ଯ୍ୟ କରିଥିଲେ ହିଁ ପାଇ ପାରିବ ଆଇନର ଦଫା ୫(୩) ଅନୁସାରେ –

  • ମହିଳା ଶ୍ରମିକ ମାନଙ୍କୁ ସନ୍ତାନ ପ୍ରସବ ପୂର୍ବରୁ ବେତନ ସହ ୬ସପ୍ତାହ ଛୁଟି ଦିଆଯିବ । ଏହିପରି ୧୨ ସପ୍ତାହ ଛୁଟି ସେମାନେ ଦରମା ସହ ପାଇପାରିବେ
  • ଜଣେ ମହିଳା ଶ୍ରମିକ ଚାହିଁଲେ ସନ୍ତାନ ପ୍ରସବ ପରେ ଏହି ୧୨ ସପ୍ତାହ ଛୁଟି ମଧ୍ୟ ନେଇପାରିବେ ।
  • କୌଣସି ମହିଳା ଶ୍ରମିକଙ୍କୁ ସନ୍ତାନ ପ୍ରସବର ୬ସପ୍ତାହ ପୂର୍ବରୁ ଏବଂ ସନ୍ତାନ ପ୍ରସବ ହେବ ପରେ ୬ସପ୍ତାହ ସେସ ହେବା ପୂର୍ବରୁ କାର୍ଯ୍ୟରେ ନିଯୋଜିତ କରାଯାଇ ପାରିବ ନାହିଁ ।
  • ଯଦି ମହିଳା ଜଣକର ଗର୍ଭପାତ ଘଟେ, ସେହିପରି ସ୍ଥଳେ ମଧ୍ୟ ଉକ୍ତ ଶ୍ରମିକଙ୍କୁ ଗର୍ଭପାତ ଘଟିବା ଦିନଠାରୁ ୬ସପ୍ତାହ ପର୍ଯ୍ୟନ୍ତ ମାଲିକ ବେତନସହ ଛୁଟି ଦେବେ ।
  • ମାଲିକ ମହିଳା ଶ୍ରମିକଙ୍କର ସନ୍ତାନ ପ୍ରସବ ପରେ ଡାକ୍ତରୀ ସୁବିଧା ଦେବା କଥା ।
  • ଯଦି ଏହି ସୁବିଧା ମାଲିକ ନଦିଏ ଆଇନ ର ଦଫା ୬ ଅନୁସାରେ ମହିଳା ଶ୍ରମିକଙ୍କୁ ନଗଦ ୨୫୦ ଟଙ୍କା ଚିକିତ୍ସା ବୋନସ ଦେବେ ।
  • ଗର୍ଭାବସ୍ଥାରେ ବିଶେଷ କରି ସନ୍ତାନ ପ୍ରସବର ୧ମାସ ପୂର୍ବରୁ ମହିଳା ଶ୍ରମିକମାନଙ୍କୁ କୌଣସି କଠିନ କାର୍ଯ୍ୟରେ ଲଗାଯାଇ ପାରିବ ନାହିଁ ।
  • ଦୀର୍ଘ ସମୟ ଧରି ଛିଡା ହୋଇ କାର୍ଯ୍ୟ କରିବା, ଓଜନଦାର ଜିନିଷପତ୍ର ବୋହିବା ଏବଂ ଗର୍ଭରେ ଥିବା ଶିଶୁର କ୍ଷତି ହେଲାଭଳି କୌଣସି କାର୍ଯ୍ୟରେ ଗର୍ଭଧାରୀ ମହିଳା ଶ୍ରମିକଙ୍କୁ ଲଗାଯାଇ ପାରିବ ନାହିଁ ।
  • ସେ ପରି କାର୍ଯ୍ୟକୁ ମହିଳା ଶ୍ରମିକ ମଧ୍ୟ ମନା କରିଦେଇପାରେ ।
  • ଜଣେ ମହିଳା ଶ୍ରମିକ ଯଦି ଗର୍ଭାବସ୍ଥା,ପ୍ରସବ କିମ୍ବା ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ସନ୍ତାନ ପ୍ରସବ କରିଥିବା କାରଣରୁ ରୋଗରେ ପଡନ୍ତି କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତେବେ ତାଙ୍କୁ ୬ସପ୍ତାହ ଛୁଟି ସହିତ ଆଉ ଅଧିକ ଏକମାସ ଦରମା ସହ ଛୁଟି ଦିଆଯିବ ।
  • ପିଲା ଜନ୍ମ ହେବାପରେ ମହିଳା ଶ୍ରମିକ କାର୍ଯ୍ୟରେ ଯୋଗ ଦେଇ ତାଙ୍କ ପିଲାଙ୍କୁ ଖୁଆଇବା ପାଇଁ ସୁଯୋଗ ଦିଆଯିବ ।
  • ସେଥିପାଇଁ କାର୍ଯ୍ୟ କରିବା ସମୟ ମଧ୍ୟରେ ଦିନରେ ସେ ଦୁଇଥର ଯାଇପାରିବେ ।
  • ପିଲାଙ୍କୁ ୧୫ମାସ ହେବା ପର୍ଯ୍ୟନ୍ତ ଏହି ସୁବିଧା ପାଇବାକୁ ହକଦାର ।
  • ସେହି ମହିଳା ଶ୍ରମିକ ନିଜ ଗର୍ଭାବସ୍ତା ବିଷୟ ମାଲିକଙ୍କୁ ଜଣାଇବା ସମୟରେ ପ୍ରସବକାଳୀନ ପ୍ରାପ୍ୟ ଟଙ୍କା ତାଙ୍କୁ ବା ସେ ଯାହାକୁ କହିଥିବେ ଦେବା ଲାଗି ଜଣେଇବେ ।
  • ଏଥିଲାଗି ଲିଖିତ ଆକାରରେ ଜଣେଇବାକୁ ପଡିବ ।
  • ଏଥି ସହିତ ସେ ମା ହେବାକୁ ଯାଉଥିବା ସମ୍ଭାବ୍ୟ ତାରିଖ ଏବଂ କେଉଁ ତାରିଖରୁ ଛୁଟି ନେବାକୁ ଚାହୁଁ ଛନ୍ତି ତାହା ମଧ୍ୟ ଜଣେଇବେ ।
  • ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ କାର୍ଯ୍ୟ କରିବେ ନାହିଁ ବୋଲି ମଧ୍ୟ ଦରଖାସ୍ତରେ ମାଲିକଙ୍କୁ ଜଣେଇବେ ।
  • ସେ ଯେଉଁ ତାରିଖଠାରୁ କାର୍ଯ୍ୟକୁ ଆସିବେ ନାହିଁ ତାହା ଅସକରୁଥିବା ଛୁଆ ଜନ୍ମର ତାରିଖର ୬ସପ୍ତାହ ଅଧିକ ହେବ ନାହିଁ ।
  • ଯଦି କୌଣସି ମହିଳା ଶ୍ରମିକ ଯଥା ସମୟରେ ଲେଖି ଜଣାଇ ପାରିବେ ନାହିଁ ତେବେ ସେ ସନ୍ତାନ ପ୍ରସାବ ପରେ ଯଥା ଶୀଘ୍ର ମାଲିକଙ୍କୁ ଜଣାଇବା ଦରକାର ।
  • ଛୁଆ ଜନ୍ମ ପୂର୍ବରୁ ମହିଳା ଶ୍ରମିକଙ୍କୁ ମିଳୁଥିବା ପ୍ରାପ୍ୟ ଅଗ୍ରୀମ ଆକାରରେ ଦିଆଯିବା ପାଇଁ ବ୍ୟବସ୍ଥା ରହିଛି ।
  • ମାଲିକ ସୂଚନା ପାଇବାର ୪୮ଘଣ୍ଟା ମଧ୍ୟରେ ମହିଳା ଶ୍ରମିକଙ୍କୁ ଛୁଆଜନ୍ମ ହେବ ୬ମାସ ପୂର୍ବରୁ ପାଇବାକୁଥିବା ସମସ୍ତ ପ୍ରାପ୍ୟ ଦେବାକୁ ବାଧ୍ୟ ।
  • ମହିଳା ଶ୍ରମିକ ଯଦି ଉପୋରକ୍ତ ବିଷୟ କୌଣସି କାରଣରୁ ମାଲିକଙ୍କୁ ଜଣାଇ ନପାରାନ୍ତି ତେବେ ମଧ୍ୟ ତାଙ୍କୁ ଆଇନର ଦଫା ୫(୬) ଅନୁଯାଇ ପ୍ରସାବ କାଳୀନ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇ ପାରିବ ନାହିଁ ।
  • ଜନ୍ମ ପୂର୍ବରୁ କିମ୍ବା ପରେ ପିଲାର ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ମହିଳା ଶ୍ରମିକମାନଙ୍କୁ ଏହି ସୁବିଧା ମିଳିବ ।
  • ଯଦି ଜନ୍ମ ପରେ ପିଲାର ମୃତୁ ଘଟେ ତେବେ ପ୍ରସବ ତାରିଖ ଠାରୁ ୬ସପ୍ତାହ ପରେ ବେତନ ମାଲିକଙ୍କୁ ଦେବାକୁ ପଡିବ ।
  • ଏହି ପ୍ରାପ୍ୟ ତାଙ୍କର ସନ୍ତାନ ସନ୍ତତି,ସ୍ଵାମୀ କିମ୍ବା ଉତରାଧିକାରୀଙ୍କୁ ଦିଆଯିବ ।
  • ଯଦି ପିଲାଟିର ମୃତ୍ୟୁ ହୁଏ ତେବେ ତାହାର ମୃତ୍ୟୁ ପର୍ଯ୍ୟନ୍ତ ଯାହା ପ୍ରାପ୍ୟ ତାହାହିଁ ମିଳିବ ।
  • ଆଇନର ଦଫା ୨୧ ଅନୁସାରେ କୌଣସି ମାଲିକ ଉପୋରକ୍ତ ଆଇନର ଖିଲାପ କଲେ କିମ୍ବା ଗର୍ଭବତୀ ମହିଳା ଶ୍ରମିକ ମାନଙ୍କ ପାଇଁ ରଖା ଯାଇଥିବା ସୁବିଧା ସୁଯୋଗ ଗୁଡିକୁ ଦେବାକୁ ମନାକଲେ ତାଙ୍କୁ ଜେଲ ଓ ଜୋରିମାନା ଉଭୟ ଦଣ୍ଡରେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି ।
  • ଏଥିପାଇଁ ମହିଳା ଶ୍ରମିକ ଯେକୌଣସି ନାଗରିକ ଜିଲ୍ଲାଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିପାରିବ ।
  • ଯଦି ମହିଳା ଶ୍ରମିକ ପ୍ରସବକାଳୀନ ଛୁଟିରେ ରହି ଅନ୍ୟତ୍ର କାର୍ଯ୍ୟ କରନ୍ତି ତେବେ ଆଇନରେ ଲେଖାଯାଇଥିବା ସୁବିଧା ସୁଯୋଗ ପାଇବା ପାଇଁ ହକଦାର ହେବେ ନାହିଁ ।

ଗର୍ଭପାତ ଆଇନ -୧୯୭୧

ଦୁଇଟିରୁ ଅଧିକ ସନ୍ତାନ ହେଲେ ମହିଳା ଜଣଙ୍କ ଚାହିଁଲେ ଗର୍ଭପାତ କରାଇ ପାରିବେ, କିନ୍ତୁ ଏହା ଆଇନ ସମ୍ମତ ହେବା  ଆବଶ୍ୟକ । ଅର୍ଥାତ ଏହା ଠିକ ଚିକିତ୍ସା ପଦ୍ଧତିରେ ହିଁ କରାଯିବା ଉଚିତ । ନଚେତ ୧୯୭୧ ଅନୁସାରେ ଏହା ନ ହେଲେ ଅନ୍ୟଥା ଜେଲ ଓ ଜୋରିମନା ଦଣ୍ଡ ଭୋଗ କରିବାକୁ ପଡିବ ।

  • ଘରକୁ ଧାଇ ଡକେଇ ବେଆଇନ ଭାବେ ଗର୍ଭପାତ କଲେ ଧାଇ ଏବଂ ଗୃହସ୍ଵାମୀ ଜେଲ ଓ ଜୋରିମାନାର ଦଣ୍ଡିତ ହେବେ ।
  • ଗର୍ଭପାତ ପାଇଁ ସ୍ଵାମୀ ସ୍ତ୍ରୀ କୁ ବାଧ୍ୟ କରିପାରିବ ନାହିଁ ।
  • ସ୍ତ୍ରୀର ବୀନା ସମ୍ମତିରେ ଗର୍ଭପାତ ବେଆଇନ ଏବଂ ଅପରାଧ ଅଟେ ।
  • ବେଆଇନ ଭାବେ ଗର୍ଭପାତ ହୋଇଥିବା ଜଣା ପଡିଲେ ଯେ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଅଭିଯୋଗ ଅଣାଯାଇପାରେ ।

ଆଇନ ସମ୍ମତ ଗର୍ଭପାତ କାହାକୁ କୁହାଯାଏ ।

  • ରେଜେଷ୍ଟ୍ରୀଭୁକ୍ତ ଡାକ୍ତର କିମ୍ବା ଡାକ୍ତରାଣୀ କରିପାରିବେ, ଅର୍ଥାତ ସରକାରଙ୍କ ଠାରୁ ଅନୁମତି ପାଇଥିବା କେବଳ ସେମାନଙ୍କ ଦ୍ଵାରା ହିଁ ଏହା ହୋଇପାରିବ ।
  • ଗର୍ଭପାତ କେବଳ ସରକାରୀ ଚିକିତ୍ସାଳୟରେ କିମ୍ବା ସରକାରଙ୍କ ଦ୍ଵାରା ସ୍ଵୀକୃତ ଚିକିତ୍ସାଳୟରେ ହିଁ କରାଯାଇ ପାରିବ ।

୧୨ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ଜଣେ ଡାକ୍ତରଙ୍କ ପରାମର୍ଶରେ ଏବଂ ୧୨ ସପ୍ତାହରୁ ଉର୍ଦ୍ଧ୍ୟ ଗର୍ଭପାତ ଦୁଇଜଣ ଡାକ୍ତରଙ୍କ ପରାମର୍ଶରେ ହିଁ ହେବ । ଏହି ଆଇନକୁ ଭଙ୍ଗ କଲେ ଭାରତୀୟ ପିଙ୍ଗଳ ଧାରା ୩୧୨,୩୧୩,୩୧୪ ଅନୁଯାୟୀ ଦଣ୍ଡିତ ହେବେ ।

ଉଇଲ ବା ଇଚ୍ଛାପତ୍ର କ’ଣ ?

ଏହା ହେଉଛି ଏକ ପ୍ରମାଣପତ୍ର । ଜଣେ ବ୍ୟକ୍ତି ତାର ମୃତ୍ୟୁ ପରେ ତାର ସମ୍ପତ୍ତିର ବଣ୍ଟନ କିପରି ଓ କାହା ମଧ୍ୟରେ ହେବ ସେ ଦର୍ଶାଇଛନ୍ତି । ଜଣେ ହିନ୍ଦୁପୁରୁଷ ତାର ପୈତୃକ ସଂପତ୍ତିକୁ ଯାହାକୁ ଦେବା ପାଇଁ ଚାହୁଁଛନ୍ତି ତାହାକୁ ସେ ଉଇଲ କରିଦେଇ ପାରିବେ । ଯଦି ସେ ଉଇଲ ଣ କରନ୍ତି ତେବେ ତାଙ୍କର ମୃତ୍ୟୁ ପରେ ସେ ସବୁ ସଂପତ୍ତି ତାର ଉତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟାଯିବ ।

ତାର ଉତ୍ତରାଧିକାରୀମାନେ ହେଲେ –

  • ପୁତ୍ର
  • କନ୍ୟା
  • ବିଧବା ପତ୍ନୀ
  • ମା
  • ମୃତ ପୁତ୍ରର ସନ୍ତାନ
  • ମୃତ ପୁତ୍ରର ପୌତ୍ରାଦିଗଣ

ଯଦି ବ୍ୟକ୍ତିଜଣଙ୍କ ଯାହା ନାମରେ ଉଇଲ କରିଥାନ୍ତି, ତେବେ ସେହି ଲିଖିତ ବ୍ୟକ୍ତିଙ୍କୁ ଉକ୍ତ ସଂପତ୍ତି ମିଳିବ । ଉଇଲ କିପରି ଲେଖାଯାଏ ।

  • ନିଜର ପୁରା ନାମ
  • ପିତା ବା ସ୍ଵାମୀଙ୍କ ନାମ
  • ସମ୍ପୂର୍ଣ୍ଣ ଠିକଣା
  • ସଂପତ୍ତିର ବିବରଣୀ
  • ସଂପତ୍ତିକୁ ଯାହାକୁ ଦେବାକୁ ଚାହୁଁଚ ତାର ନାମ ଓ ଠିକଣା
  • ନିଜ ଇଚ୍ଛାରେ ସ୍ଥିର ଚିତ୍ତରେ ଉଇଲ କରିଦେଉଥିବା ଉଲ୍ଲେଖ କରନ୍ତୁ
  • ଉଇଲ କରିଥିବା ତାରିଖ
  • ଉଇଲରେ ନିଜର ଦସ୍ତଖତ
  • ଦୁଇଜଣ ସାକ୍ଷୀ ଉଇଲରେ ଦସ୍ତଖତ କରିବା ଆବଶ୍ୟକ । ସେଥିରେ ମଧ୍ୟ ସେମାନଙ୍କର ନାମ ଓ ଠିକଣା ଲେଖାଥିବା ଉଚିତ ।

ମନେ ରଖନ୍ତୁ – ଉଇଲ ସମ୍ପାଦିତ କରିଥିବା ବ୍ୟକ୍ତିର ମୃତ୍ୟୁପରେ ଏହା କାର୍ଯ୍ୟକାରୀ ହୁଏ । ଉଇଲ କରିଦେବା ମାତ୍ରେ ସଂପତ୍ତି କାହାପାଖକୁ ଚାଲିଯାଏ ନାହିଁ ।

ପିତାଙ୍କ ଘର ଉପରେ ଅଧିକାର –

ଘର ସଂପତ୍ତି ଯଦି ଉଇଲ ହୋଇ ନଥିବ ତେବେ ପିତାଙ୍କର ଘରୁ ମା’,ଜେଜେମା , ଭାଉଜ,ଅବିବାହିତ ଭଉଣୀ, ବିଧବା ବୋଉ , ସ୍ଵାମୀ ପରିତ୍ୟକ୍ତା ଭଉଣୀକୁ ପୁଅ ବାହାର କରିଦେଇପାରିବା ନାହିଁ । ଘରଟି ଯେତେବେଳେ ବିକ୍ରୀ କରାଯିବ ,ଝିଅ ମଧ୍ୟ ବାପାଙ୍କ ଭାଗରୁ କିଛି ଟଙ୍କା ପାଇବ । ଘରେ ବିଧବା ଭଉଣୀ ଥିଲେ ଭାଇ ତାକୁ ଘରୁ ବାହାର କରିପାରିବ ନାହିଁ । ଯଦି ବିଧବା ଝିଅକୁ ଘରୁ ଚାଲିଯିବା ପାଇଁ କୁହାଯାଏ ତେବେ ଅଦାଲତରେ ତାହାରି ବିରୁଦ୍ଧରେ ଦରଖାସ୍ତ କରିପାରିବ । ଅଦାଲତ ସେହି ବିଧବା ଝିଅକୁ ଘରୁ ବାହାର ନ କରିବାକୁ ନିର୍ଦ୍ଦେଶଦେଇ ପାରିବେ ।

ହିନ୍ଦୁ ବିଧବା ଭରଣପୋଷଣ

ଯଦି ଜଣେ ହିନ୍ଦୁ ବିଧବା ନିଜକୁ ଚଳେଇବା ପାଇଁ ଅସମର୍ଥ ହୁଏ ତେବେ ସେ ତାର ସ୍ଵାମୀ ସଂପତ୍ତି , ପିତାମାତାଙ୍କ ସଂପତ୍ତି , ପୁତ୍ର କନ୍ୟାଙ୍କ ସଂପତ୍ତି ଏବଂ ଶଶୁରଙ୍କ ଠାରୁ ଭରଣ ପୋଷଣ ପାଇବାକୁ ହକଦାର ।

ହିନ୍ଦୁ ବିବାହ ଆଇନ

ହିନ୍ଦୁମାନେ ହିନ୍ଦୁବିବାହ ଆଇନ ,1955 ଦ୍ଵାରା ପରିଚାଳିତ ।

ହିନ୍ଦୁ ବିବାହ କିପରି ହେବା ଆବଶ୍ୟକ -

  • ଆଇନର ଧାରା 7 ଅନୁସାରେ ହିନ୍ଦୁ ବିବାହ ବାର କିମ୍ବା କନ୍ୟାପକ୍ଷର ରୀତି ଅନୁସାରେ ହେବ ବିଧେୟ ।
  • ହୋମ ଓ ପବିତ୍ର ଅଗ୍ନି ଚତୁଃପାର୍ଶ୍ଵରେ ସାତପାଦ ଚାଲିବ ଏହି ରୀତିର ଅନ୍ତର୍ଭୁକ୍ତ ।
  • ଯଦି ଅଗ୍ନିର ଚତୁଃପାର୍ଶ୍ଵରେ ସାତପାଦ ନାଚାଲନ୍ତି ତେବେ ମଧ୍ୟ ବିବାହ ଅବୈଧ ବୋଲି କୁହାଯିବ ନାହିଁ ।
  • ଅର୍ଥାତ ଆପଣଙ୍କ ପ୍ରଥା ଏବଂ ପରମ୍ପରା ଅନୁସାରେ ଆପଣ ବିବାହ କରିପାରିବେ ।
  • ଦେଖା ଯାଇଛି ଆଧୁନିକ ସମାଜରେ ପ୍ରଚଳିତ ରୀତିରେ ପୁଅ ଓ ଝିଅ ବିବାହ କରିବାକୁ ଚାହାନ୍ତି ନାହିଁ ଏବଂ ଭିନ୍ନ ପ୍ରଥା ଏବଂ ଧର୍ମ ମଧ୍ୟ ଅନୁସରଣ କରିଥାନ୍ତି, ଏହି ବିବାହ ବୈଧ ଅଟେ । ଏପରି ଘଟଣା ପାଇଁ ସ୍ଵତନ୍ତ୍ର ବିବାହ ଆଇନ ୧୯୫୪ ରେ ବ୍ୟବସ୍ଥା ଅଛି । ଏହିପରି ବିବାହ ଅଦାଲତରେ ମଧ୍ୟ କରାଯାଇପାରେ ।
  • ଯଦି ବର ଏବଂ କନ୍ୟା ମଧ୍ୟରୁ କେବଳ ଜଣେ ଯଦି ହିନ୍ଦୁ ହୋଇଥିବେ ତେବେ ରୀତି ଅନୁସାରେ ବିବାହ ଆଇନ ସମ୍ମତ ନୁହଁ  ।
  • ଆଇନର ଧାରା ୫ ଅନୁସାରେ ବର ଏବଂ କନ୍ୟାଙ୍କର ପୂର୍ବରୁ ସ୍ତ୍ରୀ ଏବଂ ସ୍ଵାମୀ ନ ଥିବା ଦରକାର ।
  • ବିବାହ ବିଛେଦ ପରେ ମଧ୍ୟ ଉଭୟ ବିବାହ କରିପାରିବେ ।
  • ବିଧବା ମଧ୍ୟ ବିବାହ କରି ପାରିବେ ।
  • ନିକଟ ସମ୍ପର୍କୀୟ ସହିତ ବିବାହ ଆଇନ ସମ୍ମତ ନୁହଁ । କିନ୍ତୁ କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସେମାନଙ୍କ ପ୍ରଥା ଏବଂ ପରମ୍ପରା ଉପରେ ନିର୍ଭର କରେ ।

ମନ୍ଦିରରେ ବିବାହ କରି, କପାଳରେ ସିନ୍ଦୁର ଦେଇ ପୂଜାର୍ଚନା କରି ଫୁଲମାଳ ଅଦଳବଦଳ କରି ଯଦି କେହି ବିବାହ କରିଥାଏ ତେବେ ଏପରି ବିବାହ ଆଇନ ସମ୍ମତ ନୁହଁ । ଏପରି ବିବାହ ଅବୈଧ । ଏପରି ବିବାହ ହୋଇଥିଲେ ତୁରନ୍ତ ବିବାହକୁ ପଞ୍ଜୀକରଣ କରାଇବା ଆବଶ୍ୟକ । ବିବାହ ପଞ୍ଜୀକରଣ କରାଇବା ଝିଅ ପାଇଁ ବିଶେଷ ଜରୁରୀ ।

ଦ୍ଵିତୀୟ ବିବାହ –

  • ଉଭୟେ ପୁରୁଷ ଏବଂ ମହିଳା ଏକ ସ୍ତ୍ରୀ  ଏବଂ ସ୍ଵାମୀ ଥାଇ ମଧ୍ୟ ପୁନଶ୍ଚ ବିବାହ କରନ୍ତି । ଏପରି ପ୍ରଥମ ସ୍ତ୍ରୀ ବା ସ୍ଵାମୀର ଜାଣତରେ ହୋଇଥିଲେ ମଧ୍ୟ ଏପରି ବିବାହ ପ୍ରକୃତ ବିବାହ ବୋଲି ଧରାଯିବା ନାହିଁ  ।
  • ଏପରି ସ୍ଵାମୀର ଦ୍ଵିତୀୟ ବିବାହ ପ୍ରଥମ ସ୍ତ୍ରୀ ର ଆଇନାନୁମୋଦିତ ମଧ୍ୟ ନୁହଁ ।
  • ପତିର ଦ୍ଵିତୀୟ ବିବାହ ବିରୁଦ୍ଧରେ ପତ୍ନୀ ପୋଲିସ କିମ୍ବା ମାଜିଷ୍ଟ୍ରେଟଙ୍କ ନିକଟରେ ଯଦି ଅଭିଯୋଗ କରେ ତେବେ ସ୍ଵାମୀଙ୍କୁ ଜେଲଦଣ୍ଡ ମିଳିବ ଏବଂ ସ୍ଵାମୀ ଯଦି ସରକାରୀ ଚାକିରୀ କରିଥାନ୍ତି ତାହା ମଧ୍ୟ ସେ ହରାଇବେ ।
  • ସ୍ତ୍ରୀ ଥିବା କୌଣସି ବ୍ୟକ୍ତି ସହିତ କୌଣସି ଝିଅ ବିବାହ କରିବା ଅନୁଚିତ ।
  • ଯଦି ଏଭଳି ସ୍ଥଳେ ଆପଣ ଝିଅକୁ ବିବାହ କରନ୍ତି ତେବେ ଝିଅକୁ ସେହି ସ୍ଵାମୀର ସମ୍ପତ୍ତିରୁ କୌଣସି ଅଂସ ମିଳିବ ନାହିଁ । ଏବଂ କୋର୍ଟ କଚେରୀକୁ ଯାଇ ମଧ୍ୟ ତାର ଅଧିକାର ଦାବୀ କରିପାରିବ ନାହିଁ ।
  • ଯଦି କୌଣସି ପୁରୁଷ ତାର ପ୍ରଥମ ବିବାହକୁ ଲୁଚାଇ ଦ୍ଵିତୀୟ ବିବାହ କରେ , ତେବେ କନ୍ୟା ସେହି ପୁରୁଷ ବିରୁଦ୍ଧରେ ଫୌଜଦାରୀ କିମ୍ବା ଅଧିକ ଅ ଅପସ୍ମାର କ୍ଷତିପୂରଣ ମକଦ୍ଦମା ରୁଜୁ କରିପାରିବେ ।

କେତେକ ଜରୁରୀ କଥା –

  • ବିବାହ ସମୟରେ ଉଭୟ ପୁଅ ଓ ଝିଅର ମାନସିକ ଅବସ୍ଥା ଠିକ ଥିବା ଉଚିତ । ଏହାର ଅର୍ଥ ପୁଅ ଓ ଝିଅର କାହାରି ମସ୍ତିଷ୍କ ବିକୃତି ଘଟି ନଥିବ ।
  • ଯଦି କାହାର ଅପସ୍ମାର ରୋଗ ଥାଏ ତେବେ ସେହି ପୁରୁଷ କିମ୍ବା କନ୍ୟା ବିବାହ କରିବା ଅନୁଚିତ ।
  • ମସ୍ତିଷ୍କ ବିକୃତି ବା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସହିତ ବିବାହ ଅବୈଧ ଅଟେ ।
  • ଯଦି ବିବାହ ପରେ ଉଭୟଙ୍କ ମଧ୍ୟରୁ କାହାରି ମାନସିକ ବିକୃତ ଘଟେ ତେବେ ଅଦାଲତକୁ ଯାଇ ବିବାହ ବିଛେଦ ବା ଛାଡପତ୍ର ପାଇଁ ଆବେଦନ କରିପାରିବେ ।
  • ଛାଡପତ୍ର  -

    କୌଣସି କାରଣରୁ ସ୍ଵାମୀ ଓ ସ୍ତ୍ରୀ ଏକାଠି ନ ରହି ପାରିଲେ ଆଇନରେ ଛାଡପତ୍ର ଦେବାର ବ୍ୟବସ୍ଥା ଅଛି ଓ ଅଦାଲତ ରାୟ ମିଳିବ ପରେ ପୁରୁଷ ଓ ସ୍ତ୍ରୀ ପରସ୍ପରଠାରୁ ବିବାହ ବନ୍ଧନରୁ ମୁକ୍ତ ହୁଅନ୍ତି ।

  • ପୁରୁଷ ଓ ସ୍ତ୍ରୀ ଉଭୟେ ଛାଡପତ୍ର ଦେଇପାରିବେ ।
  • ବିବାହ ପରେ ସ୍ଵାମୀ ଅନ୍ୟ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖିଥିଲେ ପତ୍ନୀ ବ୍ୟଭିଚାର ଅଭିଯୋଗରେ ଅଦାଲତ ସ୍ତ୍ରୀ ପାଇଁ ଛାଡପତ୍ର ବ୍ୟବସ୍ଥା କରିପାରିବ ।
  • ଛାଡପତ୍ର ଆବେଦନ କରିବାର ଅତିକମରେ ଏକବର୍ଷ ପୂର୍ବରୁ ପରସ୍ପରଠାରୁ ଅଲଗା ରହୁଥିବେ ।
  • ସ୍ଵାମୀ ସ୍ତ୍ରୀ ପ୍ରତି ଶାରୀରିକ ମାନସିକ ନିଷ୍ଠୁରତା ଆଚରଣ କାଲେ ସ୍ତ୍ରୀ ଛାଡପତ୍ର ପାଇଁ ଆବେଦନ କରିପାରିବେ ।
  • ସ୍ଵାମୀ ଧର୍ମ ବଦଳାଇଲେ କିମ୍ବା ସାଧୁ ସନ୍ନ୍ୟାସୀ ହୋଇ ସଂସାର ପରିତ୍ୟାଗ କାଲେ , ପାଗଳ ହୋଇଗଲେ କିମ୍ବା କୁଷ୍ଠ ରୋଗ ହେଲେ , ସତ ବର୍ଷ ନିଖୋଜ ହେଲେ , ଅନ୍ୟ ସହିତ ଯୌନ ସମ୍ପର୍କ ରଖିଥିଲେ , ଧର୍ଷଣ ଭଳି ଅପରାଧରେ ସମ୍ପୃକ୍ତ ରହିଲେ – ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିପାରିବେ ।
  • ଛାଡପତ୍ର ପରସ୍ପର ସମ୍ମତିରେ ମଧ୍ୟ ହୋଇପାରିବ । ଏ କ୍ଷେତ୍ରରେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଏଥିପାଇଁ ଏକତ୍ର ଅଦାଲତାକୁ ଦରଖାସ୍ତ କରିବେ ଅଲଗା ରହିବାର ଏକ ବର୍ଷ ପରେ ବି ସେମାନେ ଏପରି ଦରଖାସ୍ତ କରି ପାରିବେ ।
  • ଛାଡପତ୍ର ପାଇଁ ଏକ ନିର୍ଦ୍ଧିଷ୍ଟ ଅଦାଲତରେ ଦରଖାସ୍ତ କରିବାକୁ ପଡିବ । ଏଥିପାଇଁ ତାଙ୍କୁ ଜଣେ ଓକିଲଙ୍କ ସାହାଯ୍ୟ ନେବାକୁ ପଡିବ ।
  • ଦରକାର ପଡିଲେ ସେ ନିଜେ ଯାଇ ମଧ୍ୟ ଅଦାଲତରେ ଦରଖାସ୍ତ ଦେଇପାରିବେ ଓ ତାଙ୍କୁ ମାଗଣା ଆଇନ ସହାୟତା ମିଳିପାରିବ ।
  • ଆଇନର ୨୨ ଧାରା ଅନୁସାରେ ସେ ଚାହିଁଲେ  ଅଦାଲତରେ ତାର ଅଭିଯୋଗ ର ରୁଦ୍ଧ ଦ୍ଵାର ଶୁଣାଣୀ ମଧ୍ୟ ହୋଇପାରିବ ।
  • ସ୍ତ୍ରୀ ଛାଡପତ୍ର ପାଇଁ ଦରଖାସ୍ତ କାଲେ ଯଦି ସ୍ଵାମୀ ନିର୍ଦ୍ଧିଷ୍ଟ ତାରିଖ ଗୁଡିକରେ ଅଦାଲତରେ ହାଜର ନହୋଇ ପାରନ୍ତି ତେବେ ଅଦାଲତ ଅପରପକ୍ଷ ରେ ଶୁଣାଣୀ ନକରି ମଧ୍ୟ ଛାଡପତ୍ର ପାଇଁ ଏକତରଫା ରାୟ ଦେଇପାରିବେ ।

କାର୍ଯ୍ୟ କ୍ଷେତ୍ରରେ ହେଉଥିବା ଯୌନ ନିର୍ଯ୍ୟାତନା ଉପରେ ନିୟମାବଳୀ -

(ଭାରତର ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ବର୍ଣିତ ,ଫୌଜଦାରୀ ସଂଖ୍ୟା – ୬୬୬୭୦-୧୯୯୨ ବିଶାଖା ରାଜସ୍ଥାନ ରାଜ୍ୟ ଓ ଅନ୍ୟ ଭାରତର ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ୧୯୯୭ ମସିହା ଅଗଷ୍ଟ ୧୩ ତାରିଖରେ ଦିଆଯାଇଥିବା ଏକ ଶୁଣାଣୀ ରେ ଥିବା ଯୌନ ନିର୍ଯ୍ୟାତନା ପ୍ରତିରୋଧ ବିରୁଦ୍ଧରେ ନିର୍ଦେଶର ସାରାଂଶ ଏହି ପ୍ରକାର ଯଥା –

ମହିଳାମାନଙ୍କ ପ୍ରତି କରାଯାଇଥିବା ଯୌନ ନିର୍ଯ୍ୟାତନା ଉପରେ ଏତଲା ଦାୟେର କରାଯାଇଥିବା ଘଟଣାର ବୃଦ୍ଧିକୁ ଆଖି ଆଗରେ ରଖି ଭାରତର ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ମହିଳା ତଥା ଅନ୍ୟ ସ୍ଵେଚ୍ଛାସେବୀ ସଂଗଠନ ଦ୍ଵାରା ଦାୟେର କରାଯାଇଥିବା ରିଟରେ କାମ କରୁଥିବା ଜାଗା ତଥା ଅନ୍ୟ ସଂସ୍ଥା ଗୁଡିକ ଯେଉଁଠି ବିଶ୍ୱବିଦ୍ୟାଳୟ , ଡାକ୍ତରଖାନା , ସରକାରୀ ସଂଗଠନ ତଥା ବ୍ୟବସାୟୀକ ସଂଗଠନ ଆଦି ସହିତ ମିଳିତ ହୋଇ ଯୌନ ଶୋଷଣକୁ ବନ୍ଦକରିବା ପାଇଁ ଦିଗ ନିର୍ଦ୍ଦେଶନିର୍ଦ୍ଧାରଣ କରିଛନ୍ତି ।

କାର୍ଯ୍ୟରତ ସ୍ଥାନରେ ଯୌନ ଶୋଷଣର ଅର୍ଥ ହେଲା –

କୌଣସି ପ୍ରକାରର ଅଭଦ୍ର ବ୍ୟବହାର ବା ଯୌନ ଆକର୍ଷଣ କରିବା ଯାହାକି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ , ଯେପରିକି –

  • ଅଶୀଳ ବ୍ୟବହାର /ଶରୀରକୁ ସ୍ପର୍ଶ କରିବା ।
  • ଯୌନ ସମ୍ପର୍କପାଇଁ ଆଶା କରିବା ବା ଅନୁରୋଧ କରିବା ।
  • ଯୌନ ଉତ୍ତେଜକ କଥା କହିବା ।
  • ଅଶୀଳ ଚିତ୍ର ଦେଖାଇବା କଥା କହିବା ।
  • ଅନ୍ୟ କୌଣସି ପ୍ରକାର ଅବାଞ୍ଛିତ ଶାରୀରିକ , ସାଦ୍ଧିକ , ମୌଖିକ , ଆଶାଦ୍ଧିତ ବ୍ୟବହାର, ସାଙ୍କେତିକ ଆଚରଣ ଯାହାକି ଅଶୀଳ ପ୍ରକୃତିର ହୋଇଥିବ ।

ଏହି ଆଇନ ସେହି ମହିଳା ମାନଙ୍କ ଉପରେ ଲାଗୁହେବ ଯିଏକି କୌଣସି ବିଭାଗରେ କାର୍ଯ୍ୟ କରୁଥିବା ଯଥା –

  • ସରକାରୀ କ୍ଷେତ୍ର
  • ସାର୍ବଜନିକ କ୍ଷେତ୍ର
  • ବ୍ୟକ୍ତିଗତ କ୍ଷେତ୍ର

ଯଦିଓ ତାର କାର୍ଯ୍ୟ ସ୍ଵଇଚ୍ଛାରେ କିମ୍ବା ନିଶ୍ଚିତ ବେତନ ଭୋଗୀ କିମ୍ବା ଅବେଇତନିକ ଭୋଗୀ ଭାବେ କାର୍ଯ୍ୟ କରୁଥାଏ

କାର୍ଯ୍ୟ କରୁଥିବା ସ୍ଥାନର ନିଯୋଜକ ଅଥବା ଅନ୍ୟ ବିଭାଗର ପ୍ରମୁଖ ବ୍ୟକ୍ତିଙ୍କର କର୍ତ୍ତବ୍ୟ ହେଉଛି –

  1. ଯୌନ ନିର୍ଯ୍ୟାତନକୁ ବନ୍ଦ କରିବାର ଉପାୟ –
    • ଯୌନ ନିର୍ଯ୍ୟାତନା ଉପରେ ତିଆରି କରାଯାଇଥିବା ଆଇନର ପ୍ରକାଶନ ତଥା ପ୍ରଚାର ପ୍ରସାର କରିବା ଆବଶ୍ୟକ ।
    • କାର୍ଯ୍ୟ ସ୍ଥାନରେ ମହିଳା ମାନଙ୍କ ପାଇଁ ସୁରକ୍ଷିତ ବିଶ୍ରାମାଗାର ,ସ୍ୱାସ୍ଥ୍ୟ ତଥା ସଫା ସୁତୁରା ପାଇଁ ଜାଗା ତିଆରି କରିବା ନିତାନ୍ତ ଆବଶ୍ୟକ ।
    • ଧ୍ୟାନ ଦେବା ଉଚିତ କି କାର୍ଯ୍ୟ କ୍ଷେତ୍ରରେ ପ୍ରତିକୂଳ ବାତାବରଣ ସୃଷ୍ଟି ହେଉନଥିବ ।
    • ନିଜେ ନିଯୋଜକ ଏଠାରେ ତିଆରିକରାଯାଇ ଆଇନର ଔଦ୍ୟଗିକ ରୋଜଗାର ସ୍ଥାୟୀ ଆଦେଶ ଅଧିନିୟମ ୧୯୪୬ ର ଅଧୀନରେ ସାମିଲ କରାନ୍ତୁ ।
  2. ବିଜ୍ଞପ୍ତି ପ୍ରକାଶ କରିବା –
    • ମହିଳା କର୍ମଚାରୀ ମାନଙ୍କୁ ଜାଣିବାକୁ ଦେବା ଏବଂ ମାର୍ଗ ନିର୍ଦେଶକୁ ଠିକ ସ୍ଥାନରେ ଲଗେଇବା ଉଚିତ ।
  3. ଯୌନ ନିର୍ଯ୍ୟାତନା ବିଷୟ ଉପରେ ନିଯୋଜକ କର୍ମଚାରୀଙ୍କ ସହିତ ବୈଠକର ଆଲୋଚନା କରିବା ଉଚିତ ।
  4. ଚାକିରିର ନିୟମାନୁସାରେ ଖରାପ ଆଚରଣର ଅଭିଯୋଗ ଉପରେ ଅନୁଶାସନାତ୍ମକ କାର୍ଯ୍ୟବାହୀ କରାଯିବ ଉଚିତ ।
  5. ଅପରାଧ ଭିତ୍ତିକ ପ୍ରକ୍ରିୟା ।

ଯଦି ଏମିତି ଆଚରଣ ଭାରତୀୟ ଦଣ୍ଡ ସଂହିତା ବା କୌଣସି ଅନ୍ୟ ଆଇନର ଅନ୍ତର୍ଗତ ରେ ଆସେ ତେବେ –

  • ନିୟୋଜକଙ୍କୁ ପୋଲିସ ବା ମାଜିଷ୍ଟ୍ରେଟ ଙ୍କ ନିକଟରେ ଏତଲା ଦାଏର କରିବା ଉଚିତ ।
  • ଅନ୍ୟ କୌଣସି ତୃତୀୟ ବ୍ୟକ୍ତି ଏବଂ ବାହାର ବ୍ୟକ୍ତିଙ୍କ ବ୍ୟବହାର ବା ଆଚରଣ ଦ୍ଵାରା ଯୌନ ଶୋଷଣ ।
  • ବନ୍ଦ କରିବାର ଉପାୟ କରାଯିବ ଉଚିତ ।
  • ନିର୍ଯାତିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ତଥା ସଠିକ ପଦକ୍ଷେପ ନେବା ଉଚିତ ।

ଅଭିଯୋଗ ସମିତି

ନିୟୋଜକଙ୍କ ସଙ୍ଗଠନରେ ଯୌନ ଶୋଷଣ ଅଭିଯୋଗ ସମିତି ଗଠନ କରିବା ଉଚିତ ଯେଉଁଥିରେକି ଅଭିଯୋଗ ଗୁଡିକୁ ଦୂର କରାଯାଇ ପାରିବ ତଥା ବିଶେଷ ସହାୟକ କିମ୍ବା ଅନ୍ୟ ସହାୟକ ସେବା ଉପଲବ୍ଧ କରାଯିବ ଉଚିତ ।

ଅଭିଯୋଗ ସମିତି –

  • ଅଧ୍ୟକ୍ଷ ମହିଳା ହେବା ଉଚିତ
  • ସମିତିର ଅଧ ସଦସ୍ୟ ମହିଳା ହେବ ଉଚିତ
  • ଯୌନ ଶୋଷଣର ମାମଲା ଉପରେ ଜ୍ଞାନ ଥିବା ବ୍ୟକ୍ତି , କୌଣସି ସ୍ଵେଚ୍ଛାସେବୀ ସଂଗଠନ ଅଥବା କୌଣସି ଅନ୍ୟ ସଂସ୍ଥାର ପ୍ରତିନିଧୀଙ୍କୁ ନିଶ୍ଚିନ୍ତ ତୃତୀୟ ପକ୍ଷରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ।

ଅଭିଯୋଗ ସମିତିର କର୍ତ୍ତବ୍ୟ –

  • ଅଭିଯୋଗ ଗୁଡିକର ସମାଧାନ ସମୟାନୁସାରେ ହେବା ଉଚିତ ।
  • ଘଟଣାର ଗୋପନୀୟତାକୁ ବଜାୟ ରଖିବା ଉଚିତ ।
  • ଘଟଣାଟିର ଅଭିଯୋଗ ଏବଂ ତ ଉପରେ କରାଯାଇଥିବା ପଦକ୍ଷେପ ଗୁଡିକର ଗୋଟିଏ ବାର୍ଷିକ ରିପୋର୍ଟ ଉପଯୁକ୍ତ ସରକାରୀ ବିଭାଗକୁ ପଠାଯିବା ଉଚିତ । ନିଯୋଜକ ସରକାରୀ ବିଭାଗକୁ ବାର୍ଷିକ ରିପୋର୍ଟ ପଠେଇବେ । ଯେଉଁଥିରେ ସେ ନିଜ ପକ୍ଷରେ ରଖିବେ
  • ମାର୍ଗ ନିର୍ଦ୍ଦେଶ ଆଧାରରେ କରାଯାଇଥିବା କାର୍ଯ୍ୟାବଳି ଉପରେ
  • ଅଭିଯୋଗ ସମିତିର ରିପୋର୍ଟ ଉପରେ ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର କର୍ତ୍ତବ୍ୟ ଯଥା –

  • ମାର୍ଗ ନିର୍ଦେଶକୁ ନିଜର ନିୟମ ତଥା ଆଇନ ମଧ୍ୟରେ ସାମିଲ କରିବା ।
  • ଏବଂ ଦେଖିବା ଉଚିତ କି ଏହି ସମସ୍ତ ମାର୍ଗ ନିର୍ଦେଶର ପାଳନ ନିଜ କାର୍ଯ୍ୟ ସ୍ଥଳରେ ମଧ୍ୟ ହୁଏ ।

ପୋଲିସ ସମ୍ବନ୍ଧୀୟ  ଅଧିକାର

ପୋଲିସ ସହିତ ଆମ୍ଭମାନଙ୍କର କେତେପ୍ରକାରର ସମ୍ପର୍କ ରହିଛି । ପୋଲିସ ଆମ ସୁରକ୍ଷା ପାଇଁ ରହିଥିବାରୁ ତାଙ୍କୁ କିଛି ବିଶେଷ ଅଧିକାର ଦିଆଯାଇଛି । ପୋଲିସ ନିଜର ଏହି ଅଧିକାର ଏବଂ ଶକ୍ତିର ଅପବ୍ୟବହାର ନକରେ , ଏଥିପାଇଁ ଏହା ଜାଣିବା ଜରୁରୀ ଅଟେ ଯେ,ପୋଲିସ ସମ୍ବନ୍ଧୀୟ ଆମର ଅଧିକାର କ’ଣ ରହିଛି ।

ଯେତେବେଳେ ଆପଣ ପୋଲିସ ସମ୍ପର୍କରେ ଆସୁଛନ୍ତି ତେବେ ଆପଣ କିଛି ଜରୁରୀ କଥା ମନେରଖିବା ଉଚିତ ।

  • ଆମ ଦେଶର ଆଇନ ସମସ୍ତଙ୍କ ଉପରେ ଲାଗୁହୋଇଥାଏ ।
  • ପୋଲିସ ଆମ ନାଗରିକ ମାନଙ୍କର ଏବଂ ଆଇନର ରକ୍ଷା କରିବା ପାଇଁ ରହିଛି ।
  • ସମସ୍ତ ନାଗରିକଙ୍କୁ ସେ ଧନୀ ହେଉ ବା ଗରିବ ,ଦୁର୍ବଳ ହେଉ ବା ସବଳ , ଆଇନର ସୁରକ୍ଷା ସମସ୍ତଙ୍କ ପାଇଁ ସମାନ ଅଟେ ।
  • ପୋଲିସକୁ କିଛି ବିଶେଷ ଅଧିକାର ଦିଆଯାଇଛି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ମନଇଛା କାର୍ଯ୍ୟ କରିବ । ତାଙ୍କୁ ମଧ୍ୟ ଆଇନ ଅନୁସାରେ ଚାଲିବାକୁ ପଡିଥାଏ ।
  • ଆଇନ ଅନୁସାରେ ଯଦି ପୋଲିସ ଦୁର୍ବ୍ୟବହାର କରେ ତେବେ ତାକୁ ମଧ୍ୟ ଦଣ୍ଡ ଦିଆଯିବ ।

ଜେରା କରିବା ସମୟରେ ଅଧିକାର ଆପଣଙ୍କ ଅଧିକାର –

  • ଜେରା କରିବା ପାଇଁ ଆପଣଙ୍କୁ ଥାନା କିମ୍ବା ଅନ୍ୟ କୌଣସି ଜାଗାକୁ ନେଇପାରିବେ ନାହିଁ ।
  • ଆପଣଙ୍କୁ ପୋଲିସ ଜେରାକରିବା ପାଇଁ ଆପଣଙ୍କ ଘରେ ଏବଂ ନିଜ ପରିବାରର ବ୍ୟକ୍ତିଙ୍କ ସମ୍ମୁଖରେ ପଚାରିବା ଦରକାର ।

ଗିରଫ ସମୟରେ ଅଧିକାର –

ଗିରଫ ସମୟରେ ଜୋର ଜବରଦସ୍ତ କରିବା ଆଇନ ବିରୋଧ ଅଟେ ।

ଆପଣଙ୍କ ଅଧିକାର –

  • ଗିରଫ କରିବା ସମୟରେ ଆପଣ ପ୍ରଥମେ ନିଜର ଗିରଫ ହେବାର କାରଣ ପଚାରିବେ ।
  • ଗିରଫ ହେବ ସମୟରେ ଆପଣଙ୍କୁ ହାତ କଡି ଲଗାଇ ପାରିବେ ନାହିଁ ।
  • ଗିରଫ ହେବାର ୨୪ ଘଣ୍ଟା ଭିତରେ ଆପଣଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜିର କରାଇବେ ।
  • ଗିରଫ ହେବା ସମୟରେ ଆପଣଙ୍କ ସହିତ ନିଜର ସମ୍ପର୍କୀୟ ତଥା ବନ୍ଧୁଙ୍କୁ ଆପଣଙ୍କ ସହିତ ଥାନାକୁ ନେଇପାରିବେ ।

ଥାନାରେ ଆପଣଙ୍କ ଅଧିକାର –

  • ଗିରଫ ହେବାପରେ ଆପଣଙ୍କୁ କେବଳ ମହିଳାମାନେ ରହୁଥିବା ଘରେ ରଖିବେ ।
  • ଆପଣଙ୍କୁ ଯଦି ପୋଲିସ ମାରଧର କରେ ବା ଦୁର୍ବ୍ୟବହାର କରେ ତେବେ ଆପଣ ମାଜିଷ୍ଟ୍ରେଟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଅନୁରୋଧ କରିପାରିବେ ।

ତଲାସି କରିବା ସମୟରେ ଅଧିକାର –

ପୁରୁଷ ପୋଲିସ କର୍ମଚାରୀ କୌଣସି ମହିଳାଙ୍କ ଶରୀରର ତଲାସି ନେଇ ପାରିବେ ନାହିଁ ।

ଆପଣଙ୍କ ଅଧିକାର –

  • ଆପଣଙ୍କ ଶରୀରର ତଲାସି କେବଳ ଅନ୍ୟ କୌଣସି ମହିଳା ଦ୍ଵାରା ହିଁ ଭଦ୍ରତାର ସହିତ ନେବା ଉଚିତ ।
  • ଆପଣଙ୍କ ଯାଞ୍ଚ ପୂର୍ବରୁ ଆପଣ ମହିଳା ପୋଲିସଙ୍କର ଯାଞ୍ଚ କରିବେ ।

ଆପଣଙ୍କ ଅଧିକାର –

  • ଆପଣଙ୍କ ପ୍ରଥମ ସୂଚନା ରିପୋର୍ଟ ଥାନାରେ ଦାୟେର କରିବେ ।
  • ରିପୋର୍ଟ ଦାୟେର କରିବା ସମୟରେ ଆପଣ ନିଜର ମିତ୍ର କିମ୍ବା ସମ୍ପର୍କୀୟଙ୍କୁ ସାଙ୍ଗରେ ନେଇପାରିବେ ।
  • ପ୍ରଥମ ସୂଚନା ରିପୋର୍ଟ କୁ ନିଜେ ପଢିବାପରେ କିମ୍ବା ଅନ୍ୟ କାହାକୁ ପଢାଇବା ପରେ ଦସ୍ତଖତ କରନ୍ତୁ ।
  • ଆପଣଙ୍କୁ ଏଫ.ଆଇ.ଆର ନକଲ ମାଗଣାରେ ମିଳିପାରିବ ।
  • ଯଦି ପୋଲିସ ଆପଣଙ୍କ ପ୍ରଥମ ସୂଚନା ରିପୋର୍ଟ ଦାୟର କରିବେ ନାହିଁ ତେବେ ଆପଣ ବରିଷ୍ଠ ପୋଲିସ ଅଧିକାରୀ ଅଥବା ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସହାୟତା ମାଗିପାରିବେ ।

ଜାମିନ ମଞ୍ଜୁର ପାଇଁ ଆପଣଙ୍କୁ ପୋଲିସ ଥାନାରେ କିମ୍ବା ଅଦାଲତରେ ପଇସା ଦେବାକୁ ପଡିବ ନାହିଁ ।

ପ୍ରଥମ ସୂଚନା ବିବରଣୀ ବା ଏତଲା –

ଯେତେବେଳେ କୌଣସି ଅପରାଧ ଘଟିଥିବ ବା ଘଟିବାର ସମ୍ଭାବନା ଥିବା ତେବେ ପୋଲିସକୁ ତୁରନ୍ତ ସୂଚନା ଦେବା ଦରକାର ।

ଏଫ.ଆଇ.ଆର ବା ଏତଲା କୌଣସି ଅପରାଧ ସମ୍ବନ୍ଧୀୟ ହୋଇଥିବ, ଏହା ପୋଲିସକୁ ଦିଆଯାଇଥିବ ତେବେ ଏହା ପ୍ରଥମ ସୂଚନା ଅଟେ । ଯାହାର ଆଧାରରେ ପୋଲିସ ତଦନ୍ତ ବା ତଲାସ ଆରମ୍ଭ କରିପାରିବେ ।

ଏତଲା ରୁଜୁ କରିବାର ପ୍ରଣାଳୀ –

ଏତଲା ରୁଜୁ କରିବାର କୌଣସି କାର୍ଯ୍ୟ ପ୍ରଣାଳୀ ନାହିଁ । ଆପଣ ସାଧା କାଗଜରେ ଏହାକୁ ଲେଖି ପାରିବେ ।

  • ଆପଣଙ୍କ ଏତାଳରେ ସମସ୍ତ ତଥ୍ୟ ରହିବା ଆବଶ୍ୟକ । ଏହାର ଅର୍ଥ ଆପଣ ଏଥିରେ ଆପଣଙ୍କ ନାମ, ଅପରାଧୀର ନାମ ଓ ଠିକଣା, ଯଦି ଅପରାଧୀ ଅପରିଚିତ ହୋଇଥାଏ କିମ୍ବା ଖସି ପଳାଇ ଯାଇ ଥାଏ ତେବେ ତାର ବିବରଣୀ , ଘଟିଥିବା ଘଟଣା , ସ୍ଥାନ ଇତ୍ୟାଦି ଉଲ୍ଲେଖ କରିବେ ।
  • ଆପଣ ଯଦି ଲେଖି ଜାଣି ନାହାନ୍ତି ତେବେ ଥାନାରେ ଏକ ମୌଖିକ ଅଭିଯୋଗ କରି ପାରିବେ । ପୋଲିସ ଆପଣଙ୍କ ଅଭିଯୋଗ ଲିପିବଦ୍ଧ କରି ଆପଣଙ୍କୁ ପଢି ଶୁଣାଇବେ ତା’ପରେ ସେଥିରେ ଆପଣ ଦସ୍ତଖତ କିମ୍ବା ଟିପଚିହ୍ନ ଦେବେ ।
  • ଭୁଲ ଲିପିବଦ୍ଧ ଅଭିଯୋଗରେ ଦସ୍ତଖତ କିମ୍ବା ଟିପଚିହ୍ନ କରିବେ ନାହିଁ ।
  • ପୋଲିସ ଆପଣଙ୍କୁ ଏହି ଏତଲାର ଏକ ନକଲ ଦେବେ । ଏହା ପାଇବା ପାଇଁ ଆପଣଙ୍କର ଅଧିକାର ରହିଛି ।
  • ଆପଣଙ୍କ ସହିତ କୌଣସି ସାକ୍ଷୀ ନେବାର ଆବଶ୍ୟକତା ନାହିଁ । କିନ୍ତୁ ଆପଣ ଯଦି ନିରାପଦ ମାନେ କରୁ ନଥାନ୍ତି ତେବେ ଆପଣ କାହାକୁ ବି ସାଥିରେ ନେଇପାରିବେ ।

ପୋଲିସ ତଦନ୍ତ

କୌଣସି ଅପରାଧର ଏତଲା ପାଇବା ମାତ୍ରେ ପୋଲିସ ତାର ଆଧାରରେ ତଦନ୍ତ କାର୍ଯ୍ୟ ଆରମ୍ଭ କରେ ।

ଆଇନ ଅନୁସାରେ ପୋଲିସକୁ ମଧ୍ୟ କେତେକ ନିୟମ ଅନୁସାରେ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନା କରି ଏତଲା ଅନୁଯାୟୀ ସେମାନଙ୍କର କାର୍ଯ୍ୟ ନିମ୍ନ ପ୍ରକାରେ ଆରମ୍ଭ କରିଥାନ୍ତି –

  • ଅପରାଧ ଘଟିଥିବା ସ୍ଥାନରେ ପଚରାପଚରି କରିବା ।
  • ଅପରାଧୀକୁ ଧରିବା ପାଇଁ ଉଚିତ ପଦକ୍ଷେପ ନେବା ।
  • ସାକ୍ଷୀମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ।
  • ଘଟଣା ସ୍ଥାନରୁ ତଥ୍ୟ ବା ପ୍ରମାଣ ଆଦି ତଲାସ କରିବା ।
  • ମାଜିଷ୍ଟ୍ରେଟ ଠାରୁ ଦୋଷୀକୁ ଉପଯୁକ୍ତ ହାଯତାରେ ରଖିବା ପାଇଁ ସାକ୍ଷୀ ପ୍ରମାଣ ସଂଗ୍ରହ ନିମନ୍ତେ ଆଦେଶ ଆଣିବେ ।
  • ମାଜିଷ୍ଟ୍ରେଟଙ୍କ ପାଖକୁ ତଦନ୍ତ ରିପୋର୍ଟ ପଠାଇବା ।

ପୋଲିସର ପଚରାଉଚରା ସମୟରେ ନିମ୍ନ ଲିଖିତ କେତୋଟି ବିଷୟ ମାନେ ରଖିବାକୁ ପଡିବ ।

  • ସ୍ଵାଭାବିକଭାବେ ପୋଲିସ ଆପଣଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିବା ଉଚିତ ନୁହେଁ ।
  • ଆପଣଙ୍କୁ ଦୋଷାରୋପ କରାଯିବା ଅନୁଭବ କାଲେ ଆପଣ ସେହି ଉତ୍ତରଗୁଡିକ ଦେବା ପାଇଁ ମନା କରିଦେଇ ପାରିବେ ।
  • ଅନ୍ୟ ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ସଭ୍ୟତାର ସହ ଦେବାକୁ ପଡିବ ।
  • ଜଣେ ପୋଲିସ ଅଫିସର ଜମାନବନ୍ଦୀ ଦେବାପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରିବେ ।
  • ପୋଲିସ ଆପଣଙ୍କୁ ଜମାନବନ୍ଦୀ କରିବା କିମ୍ବା କୌଣସି କାଗଜରେ ଆପଣଙ୍କ ଠାରୁ ଦସ୍ତଖତ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ ।
  • ଯଦି ପୋଲିସ କୌଣସି ବ୍ୟକ୍ତି ସହିତ ଖରାପ ବ୍ୟବହାର କରନ୍ତି ତେବେ ସେମାନେ ଦଣ୍ଡିତ ହୋଇପାରିବ ନିମନ୍ତେ ଆଇନ ଅଛି ।

ଆପଣଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିବା ଅପରାଧ ସମ୍ପର୍କରେ ଏକ ବିବରଣୀ ଦେବା ଆବଶ୍ୟକ ।

  • ଗିରଫ କରିବା ସମୟରେ ପୋଲିସ ଆପଣଙ୍କୁ ଗିରଫର କାରଣ ଗୁଡିକ ଜଣାଇବେ ।
  • ପୋଲିସ କୌଣସି ବ୍ୟକ୍ତିକୁ ତାଙ୍କ ବିରୁଦ୍ଧରେ କେବଳ “ କେତେକ ଅଭିଯୋଗ “ କରାଯାଇଥିବା କହି ଗିରଫ କରିପାରିବେ ନାହିଁ ।
  • କେତେକ ନିର୍ଦ୍ଧିଷ୍ଟ ପ୍ରକାର ଅପରାଧ କ୍ଷେତ୍ରରେ ବୀନା ୱାରେଣ୍ଟରେ ମଧ୍ୟ ଆପଣଙ୍କୁ ଗିରଫ କରାଯାଇ ପାରିବ । ଏପରି ସ୍ଥଳେ ପୋଲିସ ଆପଣଙ୍କୁ ଗିରଫ ୱାରେଣ୍ଟ ଦେଖାଇବା ଅନାବଶ୍ୟକ ।
  • ଆପଣ ଆଇନ ସହାୟତା ପାଇଁ କୌଣସି ଓକିଲଙ୍କ ସାହାଯ୍ୟ ନେଇ ପାରନ୍ତି । ସ୍ଵାଭାବିକ ଭାବେ ପୋଲିସ ଏଥିପାଇଁ ସୀମିତ ସମୟ ମଞ୍ଜୁର କରିପାରନ୍ତି ।
  • ଗିରଫ କରିବା ସମୟରେ ଜେନ ବ୍ୟକ୍ତିଙ୍କୁ ମାରଧର କରିବା ବେଆଇନ ଅଟେ ।
  • ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କ ଶରୀର ମଧ୍ୟ ପୋଲିସ ସ୍ପର୍ଶ କରିବା ବେଆଇନ ।
  • ଗିରଫ ସମୟରେ ହାତକଡି ପକାଇବା ବେଆଇନ । ଜଣାଶୁଣି ଅପରାଧୀ କିମ୍ବା ପୋଲିସ ହାଜତରୁ ଖସି ପଳାଇଯିବା ଆଶଙ୍କା କରାଯାଇଥିବା ଅପରାଧୀମାନଙ୍କ ପାଇଁ ହତକଢି ଅନୁମତି ଦିଆ ଯାଇଥାଏ ।
  • ଆପଣଙ୍କ ନିଜର ନିରାପତ୍ତା/ ସୁରକ୍ଷା ପାଇଁ ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ର ଆପଣଙ୍କ ସହିତ ଥାନାକୁ ଯିବାର ଅଧିକାର ରହିଛି ।
  • ପୋଲିସ ଦ୍ଵାରା ଗିରଫ ହୋଇଥିବା ବ୍ୟକ୍ତିଙ୍କୁ 24 ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହଜାର କରାଇବା ନିତ୍ୟାନ୍ତ ଆବଶ୍ୟକ ।
  • ଗିରଫ ହୋଇଥିବା ବ୍ୟକ୍ତିଙ୍କୁ 24ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବା ବେଆଇନ ଅଟେ ।

ପୋଲିସ ହାୟତରେ ଥିଲାବେଳେ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ଧ୍ୟାନ ଦିଆଯିବା ଉଚିତ –

  • ପୋଲିସ ହାଜତରେ ଥିବା ଆସାମୀଙ୍କୁ ହରକତ କରିବା , ମାରପିଟ କରିବା କିମ୍ବା କୌଣସି ପ୍ରକାର ହଇରାଣ କରିବା ଏକ ସାଂଘାତିକ ଅପରାଧ ।
  • ଆପଣ ଯଦି ଜଣେ ମହିଳା ହୋଇଥାନ୍ତି , ଆପଣଙ୍କୁ ମହିଳା ହାଜତରେ ରଖିବା ନିମନ୍ତେ ପୋଲିସଙ୍କୁ କୁହନ୍ତୁ ।
  • ଆପଣ ଜଣେ ମହିଳା କନେଷ୍ଟବଳଙ୍କ ଉପସ୍ଥିତି ପାଇଁ କହିପାରିବେ ।
  • କୌଣସି ପୁରୁଷ ପୋଲିସ ଜଣେ ମହିଳାଙ୍କ ଦେହ ଖାନତଲାସି କରିପାରିବେ ନାହିଁ ।

ଜାମିନ –

  • ଗିରଫ ହୋଇ ପରେ ଜାମିନ୍ ହୋଇ ପାରିବାର ଅଧିକାର ରହିଛି ।
  • ଅପରାଧ ଦୁଇ ପ୍ରକାରର : ଜାମିନ  ଯୋଗ୍ୟ ଓ ଜାମିନ ଅଯୋଗ୍ୟ । ଜାମିନ ଯୋଗ୍ୟ ଅପରାଧରେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ଜାମିନ୍ରେ ଖଲାସ ହୋଇପାରିବାର ଅଧିକାର ରହିଛି । ଜାମିନ ଅଯୋଗ୍ୟ ଅପରାଧ କ୍ଷେତ୍ରରେ ଅପରାଧୀ ମାଜିଷ୍ଟ୍ରେଟଙ୍କ ଆଦେଶରେ ଖଲାସ ହୋଇ ପାରିବ ।
  • ଗିରଫ ସମୟରେ ପୋଲିସ ଗିରଫଦାରୀଙ୍କୁ ମାଜିଷ୍ଟ୍ରେଟ କିମ୍ବା ସେମାନେ ଜାମିନ୍ରେ ଖଲାସ କରିପାରିବେ ତାହା ଜଣାଇବା ଉଚିତ । ସେମାନେ ଯଦି ଆପଣଙ୍କୁ କିଛି କହିବେ ନାହିଁ ତେବେ ଆପଣ ସେମାନଙ୍କୁ ପଚାରି ବୁଝିବେ ।
  • ଜାମିନ ପ୍ରକ୍ରିୟା ଅତି ସରଳ ।  ଆପଣ କୌଣସି ଓକିଲଙ୍କର ସାହାଯ୍ୟ ନନେଇ ଜାମିନ ପାଇପାରିବେ । ପୋଲିସ ଆପଣଙ୍କୁ ପୂରଣ କରିବା ପାଇଁ ଖଣ୍ଡିଏ ଫର୍ମ ଦେବ । ଯଦି ଆପଣ ଲେଖାପଢା ଜାଣି ନାହାନ୍ତି ତେବେ ଆପଣଙ୍କର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଉକ୍ତ ଫର୍ମ ପୂରଣ କରିବା ପାଇଁ ଅନୁରୋଧ କରିପାରନ୍ତି । ଆପଣ ଉକ୍ତ ଫର୍ମରେ କିଛି ପରିମାଣର ଅର୍ଥ ଦେବାକୁ ରାଜିନାମା ସ୍ଵାକ୍ଷର କରିବେ । ଆପଣଙ୍କୁ ଚିହ୍ନିଥିବା ଦୁଇଜଣ ମାନ୍ୟଗଣ ବ୍ୟକ୍ତି ଆପଣଙ୍କ ପାଇଁ ଦାୟୀ ରହିବେ ବୋଲି ଏକ ଲିଖିତ ଦେବେ ।
  • ଜାମିନ ସମୟରେ କୌଣସି ଅର୍ଥ ଦେବାକୁ ପଡି ନଥାଏ । ଯଦି ଜମିନର ସର୍ତ୍ତାବଳୀ ଅମାନ୍ୟ କରାଯାଇଥାଏ ତେବେ ଉକ୍ତ ଅର୍ଥ ପଇଠ ନକରନ୍ତି ତେବେ ସେହି ବ୍ୟକ୍ତିଙ୍କ ସମ୍ପତ୍ତି କୋରଖ କରିବା ପାଇଁ ପଠାଯିବ ।

ରିପୋର୍ଟରେ ଆବଶ୍ୟକୀୟ ତଥ୍ୟ ସଠିକ ଭାବେ ଲେଖା ଜୀବ ଆବଶ୍ୟକ । କେବଳ ସଠିକ ଅଭିଯୋଗ ପତ୍ରଟିରେ ଦସ୍ତଖତ କିମ୍ବା ଟିପ ଚିହ୍ନ ଦିଅନ୍ତୁ । ଯଦି ରିପୋର୍ଟରେ କିଛି ବିବରଣୀ ଛାଡି ଦିଆଯାଇଛି ବୋଲି ଭାବୁଛନ୍ତି ତେବେ ଏଥିରେ ଟିପଚିହ୍ନ କିମ୍ବା ଦସ୍ତଖତ ଦିଅନ୍ତୁନାହିଁ । କୋର୍ଟରେ ଅପରାଧ ପ୍ରମାଣ କରିବାକୁ ହେଲେ ରିପୋର୍ଟରେ ଲେଖାଯାଇଥିବା ବିବରଣୀ ସଠିକ ହେବା  ଉଚିତ ।

ଆଧାର - ଇନଷ୍ଟିଚ୍ୟୁଟ ଫର ସୋସିଆଲ ଡେଭଲପମେଣ୍ଟ

3.0
ମମତା ଶତ୍ପଥୀ Feb 28, 2018 11:59 AM

ମହିଳା ମାନଙ୍କ ଆଇନ ବିଷୟରେ ଜାଣିବାକୁ ପାଇଲି । ସେଥି ପାଇଁ ଧନ୍ୟବାଦ ।

ରୁଦ୍ର ପ୍ରତାପ୍ ସିଗଂ Nov 20, 2016 09:43 PM

ଆପଣ ଶବୁ ଠିକ୍ ଲେଖିଛନ୍ତି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top