ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୍ ୨୦୦୫
ସେଆର କରନ୍ତୁ

ମହିଳାଙ୍କ ପାଇଁ ପାରିବାରିକ ହିଂସା ସୁରକ୍ଷା ଆଇନ୍ ୨୦୦୫

ପାରିବାରିକ ହିଂସା ସୁରକ୍ଷା ଆଇନ୍ ସମ୍ବନ୍ଧିତ ସୂଚନା ।

ପାରିବାରିକ ହିଂସା କଣ ?

ଘର ଭିତରେ ବାସ କରୁଥିବା ଯେ କୌଣସି ମହିଳା ଯଥା – ମା ଓ ସ୍ତ୍ରୀ ।ଏହି ଆଇନ୍ ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ପାରିବାରିକ ହିଂସାକୁ ପ୍ରତିରୋଧ ଦେଇ ପାରିବ ।

“ ପାରିବାରିକ ସମ୍ପର୍କ “ର ଆଇନ୍ ଗତ ସଂଜ୍ଞା ଅତି ବ୍ୟାପକ । ଏହି ସବୁ ଛବି ଗୁଡିକରେ ପ୍ରତି କେସ୍ ର କିଛି ଉଦାହରଣ ଦର୍ଶାଯାଇଛି ଯେ ଜଣେ ମହିଳା କିଭଳି ଭାବେ ସମ୍ପର୍କରେ ଥାଇ ମଧ୍ୟ ପୁରୁଷ ବିରୁଦ୍ଧରେ ଅଭିଯୋଗ କରିପାରିବ ।

ଶାରୀରିକ ହିଂସା

ଉଦାହରଣ : ମାଡମାରିବା, ଚାପୁଡାମାରିବା, ଧକାମାରିବା, କାମୁଡିବା, ଲାତମାରିବା, ମୁଥାମାରିବା, ଧକାମାରିବା, ପେଲିଦେବା ଅନ୍ୟ କୌଣସି ପ୍ରକାରରେ ଶାରିରୀକ ଯନ୍ତ୍ରଣା ଦେବା ବା ଆଘାତ ଦେବା ।

ଯୌନ ହିଂସା

ଉଦାହରଣ : ବଳପୂର୍ବକ ଯୌନ ସମ୍ପର୍କ, ଶିଶୁ ଯୌନ ସମ୍ପର୍କ, ଅଶ୍ଳୀଳ ଜିନିଷ ଦେଖିବା ପାଇଁ ବାଧ୍ୟ କରିବା, ଅନ୍ୟ ଯେ କୌଣସି ଯୌନ ସମ୍ପର୍କୀୟ କାର୍ଯ୍ୟକଳାପ ଯଦ୍ୱାରା ଜଣେ ମହିଳାର ମର୍ଯ୍ୟାଦାର ହାନି ଘଟୁଥିବ।

ଏହି ଆଇନ୍ ମୁଖ୍ୟତଃ ବ୍ୟକ୍ତିଗତ, ରକ୍ତଗତ ତଥା ଆଇନ୍ ଗତ ସମ୍ପର୍କରେ ହେଉଥିବା ହିଂସାର ପରିସର ଭୁକ୍ତ।

ଆର୍ଥିକ ହିଂସା

ଉଦାହରଣ : ଭରଣ ପୋଷଣ ନିମନ୍ତେ, ଖାଦ୍ୟ, ପୋଷାକ, ଔଷଧ ଇତ୍ୟାଦି ନଦେବା, କର୍ମନିଯୁକ୍ତିରେ ବାଧା ଦେବା, ଦରମା ଆୟ ବା ପାରିଶ୍ରମିକ ଆଦିକୁ ବଳପୂର୍ବକ ଛଡାଇ ନେବା, ଘରୁ ବଳପୂର୍ବକ ବାହାର କରିଦେବା, ଘରର ଯେକୌଣସି ଅଂଶ ଓ ଗୃହ ସାମଗ୍ରୀମାନଙ୍କର ବ୍ୟବହାର କରିବାପାଇଁ ଅନୁମତି ନଦେବା, ରହୁଥିବା ଘରଭଡ଼ାର ଭଡ଼ା ପରିଶୋଧ ନ କରିବା ।

ମାନସିକ ହିଂସା

ଉଦାହରଣ : ଅଶ୍ଳିଳଭାଷା ପ୍ରୟୋଗ କରିବା, ଚରିତ୍ରକୁ ଆକ୍ଷେପ କରିବା, ପୁଅ କିମ୍ବା ସନ୍ତାନ ନ ହେବାରୁ, କିମ୍ବା ଯୌତୁକ ଆଣିନଥିବାରୁ ଅପମାନିତ କରିବା, ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ କରିବା, ନିଜ ଇଛାରେ ନିଯୁକ୍ତି ଗ୍ରହଣ କରିବାରେ ବାଧା ଦେବା, ଲୋକଙ୍କ ସଙ୍ଗେ ମିଶିବା, ଇଛା ବିରୁଦ୍ଧରେ ବିବାହ ନିମନ୍ତେ ବାଧ୍ୟ କରିବା, ଆତ୍ମହତ୍ୟା କରିବାପାଇଁ କହିବା, ଅନ୍ୟାନ୍ୟ ଯେ କୌଣସି ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ।

ମହିଳାମାନଙ୍କ ମର୍ଯ୍ୟାଦା ଓ ମୌଳିକ ମାନବିକ ଅଧିକାରକୁ ଉଲଘଂନ କରୁଥିବା ଯେ କୌଣସି ଘଟଣା ଘଟେ ତାହା ଘରୋଇ ହିଂସା ଅଟେ । ଏହି ହିଂସା ଅଧିକାଂଶ ସମୟରେ ପୁରୁଷ ମାନଙ୍କଦ୍ଵାରା ମହିଳାମାନଙ୍କୁ ଦିଆଯାଇ ଥାଏ ।

କିଭଳି ଜଣେ ମହିଳା ଏହି ଆଇନ୍ ରେ ସୁରକ୍ଷା ପାଇପାରିବେ ?

  1. ମାଜିଷ୍ଟ୍ରେଟ୍
  2. ସୁରକ୍ଷା ଅଧିକାରୀ

ଏହି ଆଇନ୍ ଦ୍ଵାରା ପିଡିତା ମହିଳାଟିକୁ ଗୋଟିଏ ସ୍ଥାନକୁ ସମସ୍ତ ପ୍ରକାର ଆବଶ୍ୟକ ସେବା ମିଳି ପାରିବ ।

  • ଅଭିଯୋଗ

    ଜଣେ ମହିଳା ନିଜେ କିମ୍ବା ସୁରକ୍ଷା ଅଧିକାରୀଙ୍କ ସାହାଯ୍ୟରେ ଅଭିଯୋଗ କରିପାରିବେ କିମ୍ବା ସେ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ସିଧା ଅଭିଯୋଗ ଦାଖଲ କରିପାରିବେ।

    ଜଣେ ମହିଳା ଚିଠି ମାଧ୍ୟମରେ ହେଉ କିମ୍ବା ମେଲ୍ ଦ୍ଵାରା ହେଉ ସୁରକ୍ଷା ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବା ସଙ୍ଗେ ସଙ୍ଗେ ସେ ମଧ୍ୟ ପୋଲିସ୍, ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ପାଖ ପଡୋଶୀଙ୍କ ସହଯୋଗରେ ଅଭିଯୋଗ ଦାଖଲ କରିପାରିବେ ।

  • ଆଇନ୍ ଗତ ଆଦେଶ

    ଅଭିଯୋଗ ପାଇସାରିବା ପରେ ମାଜିଷ୍ଟ୍ରେଟ୍ କେସ୍ ର ସମାଧାନ ପାଇଁ ତୁରନ୍ତ ସାହାଯ୍ୟ ଓ ଦରକାର ହେଉଥିବା ସହାୟତା ଯୋଗାଇ ଦେବାପାଇଁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ । ଏହି ପ୍ରକ୍ରିୟାରେ ପ୍ରତିପକ୍ଷକୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରୀ କରିବେ ।

    ଏହି ଆଦେଶରେ ପ୍ରତିପକ୍ଷଙ୍କୁ ଦରକାର ପଡ଼ିଲେ କୋର୍ଟରେ ହଜାର ହେବା ପାଇଁ ସମନ ଜାରୀ କରିବେ ।

  • ସୁରକ୍ଷା

    କେସ୍ ଯେ ପର୍ଯ୍ୟନ୍ତ ସମାଧାନ ନହୋଇଛି ସୁରକ୍ଷା ଅଧିକାରୀ, ପୀଡିତା ମହିଳା ଟିକୁ ସମସ୍ତ ପ୍ରକାର ସହଯୋଗ ଓ ସୁରକ୍ଷା ପ୍ରଦାନ କରିବେ । ସୁରକ୍ଷା ଅଧିକାରୀ ପାରିବାରିକ ହିଂସା ସମ୍ପର୍କୀୟ ଅଭିଯୋଗ ଗ୍ରହଣ କରିବା ମାତ୍ରେ ପୋଲିସ୍ ଓ ସେବା ପ୍ରବନ୍ଧକଙ୍କ ସହିତ କେସ୍ ବିଷୟରେ ଆଲୋଚନା କରିବେ । ଆପଣଙ୍କ ଅଞ୍ଚଳରେ ଦାୟିତ୍ଵରେ ଥିବା ସୁରକ୍ଷା ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ନାମ ଜାଣିରଖନ୍ତୁ । ଆପଣଙ୍କ ସ୍ଥାନୀୟ କମିଟି ଦ୍ଵାରା ଏହି ତଥ୍ୟ ନିୟମିତ ଯାଞ୍ଚ କରାନ୍ତୁ ।

କେଉଁ ପ୍ରକାରର ସାହାଯ୍ୟ ମହିଳାମାନଙ୍କୁ ଦେଇପାରିବ ଏହି ଆଇନ୍ ?

  1. ଡାକ୍ତରୀ ସୁବିଧା/ ସୁଯୋଗ
  2. ନିଜ ଘରେ ରହିବାର ଅଧିକାର
  3. ଆର୍ଥିକ ସହାୟତା
  4. ପ୍ରତିପକ୍ଷଠାରୁ ସୁରକ୍ଷା

ଏହି ଆଇନ୍ ଦ୍ଵାରା ପୀଡ଼ିତାଟିକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସେବା ମିଳିପାରିବ ।

  • ପାରିବାରିକ ପରାମର୍ଶ
  • ଆଇନ୍ ଗତ ସହାୟତା
  • ସ୍ୱଳ୍ପରହଣୀର ଓ ଶିଶୁର ଯତ୍ନ

ଦାୟିତ୍ଵରେ ଥିବା ସୁରକ୍ଷା ଅଧିକାରୀ ତୁରନ୍ତ ସାହାଯ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ ପାରିବାରିକ ହିଂସାରୁ ପୁନରାବୃତ୍ତି ନହେବାପାଇଁ ଏକ ସୁରକ୍ଷା ଯୋଜନା ଯୋଗାଇ ଦେବେ ।

ଆଧାର – "ଅକ୍ସଫାମ ଇଣ୍ଡିଆ"

3.2
Bikash Moharana Apr 28, 2017 12:50 PM

ମହିଳା ମାନଙ୍କ ପାଇଁ ଏହି ଆଇନ ବହୁତ ଜରୁରୀ । ଯାହାଦ୍ୱାରା ମହିଳା ମାନଙ୍କ ଉପରେ ହେଉଥିବା ହିଂସା ପ୍ରତି ସତର୍କ ହୋଇପାରିବେ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top