ସେଆର କରନ୍ତୁ

ମିଶନ ଶକ୍ତି

ଓଡିଶାରେ ମହିଳାମାନଙ୍କର ସଶକ୍ତିକରଣ ଉପରେ ଏହି ସ୍ଵୟଂ ସହାୟକ ମିଶନ ବିଶ୍ଵାସ କରେ । ଏହା ମିଶନ ଶକ୍ତିର ଲକ୍ଷ୍ୟ ।

ଯୋଜନା ଉଦ୍ଦେଶ୍ୟ

୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସ ଅବସରରେ ମିଶନ ଶକ୍ତି ନାମରେ ଏକ କାର୍ଯ୍ୟକ୍ରମ ପ୍ରଚାଳନ କରାଗଲା । ମହିଳା ସ୍ଵୟଂ ସହୟିକା ଦଳ ମାନଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟ ଥିଲା ।

ସଞ୍ଚୟ ଏବଂ ଋଣ ପ୍ରଦାନ ଦ୍ଵାରା ଓଡିଶାରେ ମହିଳାମାନଙ୍କର ସଶକ୍ତିକରଣ ଉପରେ ଏହି ସ୍ଵୟଂ  ସହାୟକ ମିଶନ ବିଶ୍ଵାସ କରେ । ଅନ୍ୟ ଉଦ୍ଦେଶ୍ୟ ସବୁ ହେଲା :-

  • ସ୍ଵୟଂ ସହାୟକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ।
  • ଓଡିଶାରେ ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ପ୍ରସାର କରିବା ।
  • ରାଜ୍ୟରେ ସ୍ଵୟଂ ସହାୟକ ଦଳଗୁଡିକର ବିକାଶ ଓ ଗୁଣାତ୍ଜକ ମାନ ବୃଦ୍ଧି କରିବା ।
  • ବ୍ଲକ ସ୍ତରରେ ସମଜାତୀୟ ଦଳ ଗଢିବା ଏବଂ ସେହି ଗୋଷ୍ଠୀଗୁଡିକୁ ଜିଲ୍ଲା ସ୍ତରରେ ଏକତ୍ରୀକରଣ କରିବା ।
  • ରାଜ୍ୟ ସ୍ଵୟଂ ସହାୟତା ଦଳକୁ ଗୋଷ୍ଠୀ ସ୍ତରରୁ ଠିକ୍ ଭାବରେ ତଦାରଖ କରିବାର ବ୍ୟବସ୍ଥାକୁ ବିକଶିତ କରିବା ।
  • ପ୍ରତ୍ୟେକ ସ୍ତରରେ ସୂଚନା ପରିଚାଳନା କରିବାର ବ୍ୟବସ୍ଥା ପ୍ରତିଷ୍ଠା କରିବା ।
  • ପ୍ରତି ଅଞ୍ଚଳରେ ସଂସ୍ଥାମାନଙ୍କୁ ଚିହ୍ନଟ କରି ସ୍ଵୟଂ ସହାୟକ ଦଳଗୁଡିକୁ ସୁଦୃଢ କରିବା ଏବଂ ସେମାନେ ଯେପରି ସ୍ଵୟଂ ସହାୟକ ମିଶନକୁ ଆଶାନୁରୂପ ଫଳ ପ୍ରଦାନ କରିବେ ସେମାନଙ୍କୁ ଉତ୍ତରଦାୟୀ କରିବା ।

ଗଠନ ପ୍ରଣାଳୀ

ସାଧାରଣତଃ ରାଜ୍ୟ ସ୍ତରରେ ଗୋଟିଏ ଷ୍ଟିଅରିଂ କମିଟି ଥାଏ । ତା ତଳକୁ ଜିଲ୍ଲାସ୍ତରରେ ପରାମର୍ଶ କମିଟି ଓ ବ୍ଲକ ସ୍ତରରେ ପରାମର୍ଶ କମିଟି ଥାଏ । ସବା ତଳ ସ୍ତରରେ ସ୍ଵୟଂ ସହାୟିକା ଦଳମାନେ କାମ କରିଥାନ୍ତି ।

କାର୍ଯ୍ୟ ରୂପରେଖ ଜିଲ୍ଲାସ୍ତରୀୟ ପରାମର୍ଶ କମିଟିର କାର୍ଯ୍ୟ

  1. ଜିଲ୍ଲା ସଂଗଠନ ମିଶନ ଶକ୍ତିର ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଏସ୍.ଜି.ଏସ୍.ଵାଇ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵୟଂ ସହାୟକ ଦଳକୁ ବିକାଶ କରାଯାଏ ।
  2. ଜିଲ୍ଲାସ୍ତରୀୟ ତାଲିମଦାତ୍ରୀମାନଙ୍କ ପାଇଁ ସାଧାରଣ ପାଣ୍ଠି ସୃଷ୍ଟି କରିବା ।
  3. ମିଶନ ଶକ୍ତିର ଲକ୍ଷ୍ୟକୁ  ଗୁଣାତ୍ଜକ ଏବଂ ପରିମାଣ ଦୃଷ୍ଟିରୁ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିବା ।

ବ୍ଲକ ସ୍ତରୀୟ ପରାମର୍ଶ କମିଟିର କାର୍ଯ୍ୟ

  1. ତୃଣମୂଳ ସ୍ତରରେ ଏବଂ ସୃଦୃଢ ସ୍ଵୟଂ ସହାୟକ ଦଳ ସୃଷ୍ଟି କରିବା ।
  2. ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ଧିରେ ଧିରେ ସ୍ଵୟଂଚଳିତ କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା କରିବା ।

ସ୍ଵୟଂ ସହାୟକ ଦଳ

ସ୍ଵୟଂ ସହାୟକ ଦଳଗୁଡିକୁ ଦରିଦ୍ର ପରିବାରର ଲୋକମାନଙ୍କର ଏକ ସ୍ଵଚ୍ଛାକୃତ ଅନୁଷ୍ଠାନ ଅଟେ । ଯେଉଁମାନେ କି ସେମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥାକୁ ଉନ୍ନତି କରିବା ପାଇଁ ଆସିଥାନ୍ତି । ସ୍ଵୟଂ ସହାୟକ ଦଳ ଏକ ଅନୌପଚାରିକ ଦଳ ଯିଏକି ସ୍ଵୟଂ ସହାୟତା , ପାରସ୍ପରିକ ବୁଝାମଣା ଏବଂ ସହଯୋଗ ମଧ୍ୟରେ କାର୍ଯ୍ୟ ପରିଚାଳନା କରିଥାନ୍ତି ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top