ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା ବ୍ୟବସ୍ଥା
ସେଆର କରନ୍ତୁ

ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା ବ୍ୟବସ୍ଥା

ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା ପାଇଁ ଆଇନ ସମ୍ବନ୍ଧରେ ସୂଚନା ।

ଉପକ୍ରମ

୧୪ ନଭେମ୍ବର ୨୦୧୨ରେ ଯୌନଗତ ହିଂସାରୁ ଶିଶୁମାନଙ୍କୁ ସୁରକ୍ଷା (ପ୍ରୋଟେକସନ ଅଫ୍ ଚିଲଡ୍ରେନ ଫ୍ରମ୍ ସେକ୍ସୁଆଲ ଅଫେନସେସ୍ ଆକ୍ଟ) ନାମକ ଏକ ନୂଆ ଆଇନ ପ୍ରଣୟନ ହୋଇଥିଲା । ବିଶେଷ କରି ୧୮ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଯୌନଗତ ହିଂସାକୁ ରକ୍ଷା କରିବା ଲାଗି ଏହା ଉଦ୍ଦିଷ୍ଟ ଥିଲା । ଏହି ଆଇନର ବିଭିନ୍ନ ଲକ୍ଷ୍ୟ ଓ ଆଭିମୁଖ୍ୟଗୁଡିକ ହେଲା :

  • ଯୌନଗତ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା କରିବା ।
  • ବଳପୂର୍ବକ ବା ପ୍ରରୋଚିତ ଯୌନଗତ କାର୍ଯ୍ୟକଳାପରୁ ଶିଶୁମାନଙ୍କୁ ରକ୍ଷା କରିବା ।
  • ତଦନ୍ତ, ଅପରାଧ ଗୁଡିକର ବିଚାର ତଥା ପ୍ରମାଣଗୁଡିକୁ ରେକର୍ଡ ଅନ୍ତର୍ଭୁକ୍ତ କରିବା କ୍ଷେତ୍ରରେ ଏକ ସାମୂହିକ ଆଇନଭିତିକ ବ୍ୟବସ୍ଥା
  • ମାମଲାଗୁଡିକର ତ୍ଵରିତ ବିଚାର ସକାଶେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରିବା ।

୧୮ବର୍ଷ ବୟସରୁ କମ ବୟସର ବାଳକ ଓ ବାଳିକାମାନଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ଯୌନ ଅପରାଧ କୁ ଏହାର ପରିସରଭୁକ୍ତ କରାଯାଇଛି । ସେହିପରି ଯୌନଗତ ହିଂସା ଓ ଧର୍ଷଣର ସଂଜ୍ଞାକୁ ଅଧିକ ପରିବ୍ୟାପ୍ତ କରାଯାଇଛି । ତଦନ୍ତ ଓ ବିଚାର ସମୟରେ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା ଅବଲମ୍ବନ କରାଯାଇଥିବା ବେଳେ ଦୋଷୀ କୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ତେବେ ଏହି ନୂଆ ଆଇନ ସମ୍ପର୍କରେ ଗଣମାଧ୍ୟମରେ ବିଶେଷ କିଛି ପ୍ରକାଶିତ ହୋଇପାରିନାହିଁ  ଏବଂ ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନହିଂସା  ପରିପ୍ରେକ୍ଷୀରେ ପୋଲିସ ପୂର୍ବରୁ ଥିବା ଆଇପିସି ଧାରାଗୁଡ଼ିକ ପ୍ରୟୋଗ କରୁଥିବା ପରିଲକ୍ଷିତ ହେଉଛି ।

ତେବେ ଜାନୁଆରୀ ୨୦୧୩ରେ ନୂଆଦିଲ୍ଲୀରେ ୨୩ବର୍ଷ ବୟସ୍କା ଜଣେ ମେଡିକାଲ ଛାତ୍ରୀଙ୍କୁ ଗଣଧର୍ଷଣ ଓ ହତ୍ୟା ପରେ ଦେଶବ୍ୟାପୀ ପ୍ରବଳ ବିରୋଧ କରଯାଇଥିଲା ଏବଂ ଭାରତରେ ମହିଳାମାନଙ୍କ ବିରୋଧରେ ହେଉଥିବା ଯୌନହିଂସା ଆର୍ନ୍ତଜାତିକ ସ୍ତରରେ ଦୃଷ୍ଟିଆକର୍ଷଣ କରିଥିଲା । ଯୌନହିଂସା ରୋକିବା କ୍ଷେତ୍ରରେ ଭାରତରେ ପ୍ରଚଳିତ ଆଇନ ଯଥେଷ୍ଟ କି ନୁହେଁ ସେ ସମ୍ପର୍କରେ ଗଣମାଧ୍ୟମରେ ବିତର୍କ ପ୍ରକାଶ ପାଇଥିଲା । ଏହି ଘଟଣା ପରେ ଯୌନଗତ ହିଂସା ରୋକିବା ସକାଶେ ଏକ ନୂଆ ଆଇନ ତିଆରି କରିବା ପାଇଁ ସରକାର ସ୍ଵର୍ଗତ ଜଷ୍ଟିସ ଜେ.ଏସ.ବର୍ମାଙ୍କ ନେତୃତ୍ଵରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିଶଗୁଡିକ ଅନୁସାରେ ସଂସଦରେ ଏକ ବିଲ ଦାଖଲ ହୋଇଥିଲା ଏବଂ ୩ ଏପ୍ରିଲ ୨୦୧୩ରେ ସଂଶୋଧିତ ଆଇନ ବଳବତର ହୋଇଥିଲା । ଏଥିରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି), ଅପରାଧ ଆଚରଣ ସଂହିତା (ସିଆରପିସି) ଓ ଭାରତୀୟ ପ୍ରମାଣ ଆଇନ (ଆଇଇଏ ) ରେ କେତେକ ଆବଶ୍ୟକୀୟ ପରିବର୍ତ୍ତନ କରାଯାଇଥିଲା ।

ପୋକ୍ସୋ ଆଇନ୨୦୧୨

ଏହି ଆଇନ ଅନୁସାରେ କେଉଁମାନେ ଅନ୍ତର୍ଭୁକ୍ତ ହୋଇ ପାରିବେ : ଯେକୌଣସି ପୁଅ ବା ଝିଅ ଯାହାର ବୟସ ୧୮ବର୍ଷରୁ କମ୍ ହୋଇଥିବ ।

ଶିଶୁମାନଙ୍କ ଉପରେ ହେଉଥିବା ଯୌନଗତ ହିଂସା ପରିପ୍ରେକ୍ଷୀରେ ଏହି ଆଇନ ହେଉଛି ସମ୍ପୂର୍ଣ୍ଣ ନିରପେକ୍ଷ । ଏହାଛଡା ପୋସ୍କୋ ଆଇନରେ “ଧର୍ଷଣ” ଶବ୍ଦ ବ୍ୟବହୃତ ହୋଇନଥାଏ ଏବଂ ଏହା ବଦଳରେ “ଯୌନଗତ ଅତ୍ୟାଚାର“ ବ୍ୟବହୃତ ହୋଇଥାଏ । ଏହି ସଂଜ୍ଞା ଅଧିକ ବ୍ୟାପକ ଏବଂ ଏପରିକି ବିଭିନ୍ନ ପ୍ରକାର ଅପ୍ରାକୃତିକ ଯୌନକ୍ରିୟାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଧାରା ୩: ଯୌନ ଅତ୍ୟାଚାର : ଏକ ଶିଶୁ ବା ଶରୀରର କୌଣସି ଅଂଶରେ ଯୌନ ନିର୍ଯାତନା ବା ଅପ୍ରାକୃତିକ କ୍ରିୟା ।

ଧାରା ୭: ଯୌନଗତ ଅତ୍ୟାଚାର :ଯୌନଗତ ଭାବନା ଥାଇ ଏକ ଶିଶୁକୁ ଛୁଇଁବା ।

ଧାରା ୧୧: ଯୌନଗତ ନିର୍ଯ୍ୟାତନା : ଯୌନକାମନା ରଖି କିଛି କହିବା, ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିବା, ଶରୀରର କିଛି ଅଂଶ ଦେଖାଇବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା । ଶିଶୁର କୌଣସି ଅଂଶ ପ୍ରଦର୍ଶନ କରିବା, ଶିଶୁକୁ ବିଭିନ୍ନ ଭାବେ ବ୍ୟବହାର କରିବା, ଯୌନୋଦ୍ଦୀପକ ଦୃଶ୍ୟ ଦେଖାଇବା ଲାଗି ଧମକ ଦେବା ।

ଧାରା ୧୩ ଓ ଧାରା ୧୫ :ଯୌନୋଦ୍ଦୀପକ ଦୃଶ୍ୟ: ଯୌନୋଦ୍ଦୀପକ ଦୃଶ୍ୟ ଉଦ୍ଦେଶ୍ୟରେ ଶିଶୁକୁ ବ୍ୟବହାର କରିବା । ବ୍ୟବସାୟିକ କାର୍ଯ୍ୟକଳାପ ସକାଶେ ଜଣେ ଶିଶୁର ଯୌନୋଦ୍ଦୀପକ ଦୃଶ୍ୟକୁ ମହଜୁଦ କରିବା ।

ପୋସ୍କୋ ଆଇନ ଅନୁସାରେ ସମସ୍ତ ଅପରାଧକୁ ଅତି ଗୁରୁତ୍ଵର ଅପରାଧ ବୋଲି ବିବେଚନା କରାଯିବ । ଏଣୁ ସେଗୁଡିକ କ୍ଷେତ୍ରରେ ଜାମିନ ମିଳିବ ନାହିଁ ଏବଂ ଜ୍ଞାତସାରରେ ଘଟିଥିବା ଅପରାଧ  ବୋଲି ବିବେଚନା କରାଯିବ ଏବଂ କୋର୍ଟ ଜରିଆରେ ସେଗୁଡିକର ବିଚାର କରାଯିବ ।

ଭାରତୀୟ ପିଙ୍ଗଳ କୋର୍ଡ ଅଧୀନରେ ହୋଇଥିବା ସଂଶୋଧିତ ବ୍ୟବସ୍ଥା:

ଧାରା ୩୭୬ : କୌଣସି ମହିଳାଙ୍କ ଯୌନ ନିର୍ଯାତନା ଦେବା ।

ଧାରା ୩୭୬ ଖ: ସ୍ତ୍ରୀ ଅଲଗା ରହୁଥିବା ବେଳେ ତାଙ୍କ ଉପରେ ସ୍ଵାମୀତ୍ଵ ଯାହିର କରିବା ।

ଧାରା ୩୭୬ଗ : କର୍ତୃତ୍ଵ ଥିବା ବ୍ୟକ୍ତି ଦ୍ଵାରା ଅପରାଧ ।

ଧାରା ୩୭୬ଘ : ଗଣଧର୍ଷଣ ।

ଏଗୁଡିକ ଅତି ଗୁରୁତ୍ଵର ଅପରାଧ । ଏଣୁ ସେଗୁଡିକ କ୍ଷେତ୍ରରେ ଜାମିନ ମିଳିବ ନାହିଁ ଏବଂ ଜାଣତରେ ଘଟିଥିବା ଅପରାଧ । ଏହି ମାମଲା ଗୁଡିକର ବିଚାର କୋର୍ଟରେ ହିଁ ହୋଇଥାଏ ।

ଧାରା ୩୫୪: ବ୍ୟକ୍ତିତ୍ଵକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଅତ୍ୟାଚାର କରିବା ବା ବଳପ୍ରୟୋଗ କରିବା: ଜଣେ ମହିଳାଙ୍କ ବ୍ୟକ୍ତିତ୍ଵକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଯଦି ତାଙ୍କ ଉପରେ ଜଣେ ପୁରୁଷ ଅତ୍ୟାଚାର କରେ ବା ଅପରାଧିକ ଶକ୍ତି ପ୍ରୟୋଗ କରେ ।

ଧାରା ୩୫୪କ : ଯୌନଗତ ନିର୍ଯାତନା: ଯଦି ଜଣେ ପୁରୁଷ ଶାରିରୀକ ସମ୍ପର୍କ ରକ୍ଷା କରେ ଏବଂ ଯୌନତୃପ୍ତି ପାଇଁ ଦାବି କରେ ବା ଅନୁରୋଧ କରେ, ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଯୌନୋଦ୍ଦୀପକ ଦୃଶ୍ୟ ପ୍ରଦର୍ଶନ କରେ ବା ଯୌନଗତ ଇଙ୍ଗିତ ପ୍ରଦର୍ଶନ କରେ ।

ଧାରା ୩୫୪ଗ:ଅଶାଳୀନ ଦୃଶ୍ୟ ପ୍ରସାରଣ କରିବା : ଯଦି ଜଣେ ପୁରୁଷ ଜଣେ ମହିଳାଙ୍କ କୌଣସି ବ୍ୟକ୍ତିଗତ ଦୃଶ୍ୟ ଉତ୍ତୋଳନ କରି ଏହାକୁ ପ୍ରସାରଣ କରନ୍ତି ।

ଧାରା ୩୫୪ ଘ:ବିଭିନ୍ନ ଉପାୟରେ ଆକର୍ଷଣ କରିବା: ଜଣେ ଅନାଗ୍ରହୀ ମହିଳାଙ୍କ ସହ ସମ୍ପର୍କ ରକ୍ଷା କରିବା ପାଇଁ ଜଣେ ପୁରୁଷଙ୍କ ବାରମ୍ବାର ଉଦ୍ୟମ ।

ଧାରା ୫୦୯: ବିଭିନ୍ନ ଶବ୍ଦ, ଅଙ୍ଗଭଙ୍ଗୀ ପ୍ରଦର୍ଶନ ବା ଅନ୍ୟାନ୍ୟ କାର୍ଯ୍ୟ ଜରିଆରେ ଜଣେ ମହିଳାଙ୍କୁ ଜଣେ ପୁରୁଷ ଅପମାନିତ କରିବା: ଯଦି ଜଣେ ପୁରୁଷ ଜଣେ ମହିଳାଙ୍କ ଉଦ୍ଦେଶ୍ୟରେ କୌଣସି ଶବ୍ଦ, ଭାଷା, ଅଙ୍ଗଭଙ୍ଗୀ ପ୍ରଦର୍ଶନ, କୌଣସି ସାମଗ୍ରୀ ପ୍ରଦର୍ଶନ କରେ । ଏଗୁଡିକ କମ ଗୁରୁତ୍ଵର ଅପରାଧ ବୋଲି ବିବେଚନା କରାଯାଏ ଏବଂ ଏଥିପାଇଁ ବିଚାରବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ (ଜେଏମଏଫସି) ବା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏମଏମ )ଙ୍କ ଜରିଆରେ ଏହାର ବିଚାର କରାଯାଇଥାଏ । ଏଥିରୁ କେତେକ ଅପରାଧରେ ଜାମିନ ମିଳିପାରୁଥିବା ବେଳେ ଅନ୍ୟ କେତେକ ଜାମିନବିହୀନ ହୋଇଥାଏ।

ନିରାପତ୍ତା ବ୍ୟବସ୍ଥା

ଯୌନଗତ ହିଂସା ଆଇନ କ୍ଷେତ୍ରରେ ଏଫଆଇଆର ଦାଏର  ହେବାଠାରୁ ଆରମ୍ଭ କରି ଏହାର ବିଚାର ଶେଷ ହେବା ଯାଏ ପୀଡ଼ିତା ଓ ଶିଶୁଙ୍କୁ ନିରାପତା  ଯୋଗାଇଦିଆଯାଇଥାଏ । ଯେତେବେଳେ ପୋଲିସ ଥାନାରେ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର) ଦାଏର କରାଯାଏ: ଏଫଆଇଆର ଦାଏର କରିବା ପାଇଁ ଜଣେ ପୀଡ଼ିତା ଥାନାକୁ ଆସିବା ଜରୁରୀ ନୁହେଁ । ଜଣେ ବନ୍ଧୁ ବା ଜଣେ ଜ୍ଞାତିଜନଙ୍କ ଜାରିଆରେ ଏହାକୁ ଥାନାକୁ ପଠାଇଦିଆଯାଇଥାଏ ଏବଂ ସେ ଅଭିଯୋଗକର୍ତା ହୋଇଥାନ୍ତି ।

ଏଫଆଇଆରକୁ ଲିଖିତ ଆକାରରେ ପଞ୍ଜିକରଣ କରାଯାଏ ଏବଂ ଅଭିଯୋଗକାରୀଙ୍କୁ ପଢାଇ ଶୁଣାଇଦିଆଯାଇଥାଏ । ଅଭିଯୋଗକାରୀଙ୍କୁ ଏହାର ଏକ ନକଲ ମାଗଣା ଯୋଗାଇ ଦିଆଯାଇଥାଏ । ଏକ ନକଲ ମାଗଣା ଯୋଗାଇ ଦିଆଯାଇଥାଏ । ଏକ ଏଫଆଇଆରକୁ ପଞ୍ଜିକରଣ ନ କରିବା ଏକ ଅପରାଧ ବୋଲି ବିବେଚିତ ହେବ । ଗଣମାଧ୍ୟମ ବା ସର୍ବସାଧାରଣରେ ପୋଲିସ ପୀଡିତାଙ୍କ ପରିଚୟ ପ୍ରକାଶ କରିବ ନାହିଁ । ରାତିରେ ଜଣେ ମହିଳା ବା ଜଣେ ଶିଶୁକୁ ଏକ ଥାନା ଭିତରେ ରଖାଯାଇପାରିବ ନାହିଁ । ସୂଚନା ପାଇବାର ୨୪ ଘଣ୍ଟା ମଧ୍ୟରେ ପୀଡିତଙ୍କ ମେଡିକାଲ ପରୀକ୍ଷା ନିମନ୍ତେ ତାଙ୍କୁ ନିକଟସ୍ଥ ମେଡିକାଲ ହସ୍ପିଟାଲଙ୍କୁ ନିଆଯାଇ ଯତ୍ନ କରାଯିବ । ଯଦି ପୀଡ଼ିତା କୌଣସି ସ୍ଵତନ୍ତ୍ର ଆବଶ୍ୟକତା ଚାହାନ୍ତି ତେବେ ତାହା ତାଙ୍କୁ ଯୋଗାଇଦିଆଯିବ ।

ଯଦି ପୀଡ଼ିତ ଶିଶୁ ହୋଇଥାଏ ତେବେ : ଯେଉଁଠାରେ ଉକ୍ତ ଶିଶୁ ରହୁଛି ସେଠାରେ କିମ୍ବା ସେ ଯେଉଁଠି ଉଚିତ ବୋଲି ଭାବୁଛି ସେଠାରେ ତା’ର ବିବୃତି ରେକର୍ଡ କରାଯିବ । ରେକର୍ଡ କରୁଥିବା ଅଫିସର ସବଇନ୍ସପେକ୍ଟର ପାହ୍ୟା ତଳକୁ ହୋଇପାରିବେ ନାହିଁ ଏବଂ ଅଗ୍ରାଧିକାର ଭିତିରେ ସେ ଜଣେ ମହିଳା ଅଫିସର ହେଲେ ଭଲ । ପୋଲିସ ଅଫିସରଜଣକ ୟୁନିଫର୍ମ ନ ପିନ୍ଧିବା ଆବଶ୍ୟକ । ଅଭିଯୁକ୍ତଙ୍କ ସହ ଶିଶୁଟି ସମ୍ପର୍କରେ ନ ଆସିବା ଦରକାର । ଶିଶୁ ଯାହାକୁ ବିଶ୍ଵାସ କରିଥିବ ସେ ଉପସ୍ଥିତ ରହିବା ଉଚିତ। ମାନସିକ ବା ଶାରିରୀକ ଭିନ୍ନକ୍ଷମ ଶିଶୁ କ୍ଷେତ୍ରରେ ଜଣେ ସ୍ଵତନ୍ତ୍ର ପ୍ରଶିକ୍ଷକ/ବିଶେଷଜ୍ଞ ରହିବା ଜରୁରୀ । ଯଦି ଆବଶ୍ୟକ ପଡେ ତେବେ ପୋଲିସ ଉକ୍ତ ଶିଶୁକୁ ନିକଟସ୍ଥ ସ୍ଵଧାର ଗୃହକୁ ନେଇଯିବ ଏବଂ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଇବ।୨୪ ଘଣ୍ଟା ମଧ୍ୟରେ ପୋଲିସ ଶିଶୁ କଲ୍ୟାଣ କମିଟି ଓ ସ୍ଵତନ୍ତ୍ର କୋର୍ଟ ନିକଟରେ ଶିଶୁ ବିରୋଧରେ ହୋଇଥିବା ଯୌନ ଅପରାଧ ସମ୍ପର୍କରେ ଅବଗତ କରାଇବ ।

ମେଡିକାଲ ଓ ଫରେନସିକ ପରୀକ୍ଷା -

ମେଡିକାଲ ପରୀକ୍ଷା ସମୟରେ ଶିଶୁଟି ଯାହାଙ୍କୁ ବିଶ୍ୱାସକୁ ନେଇଥିବ ସେ ତା’ ନିକଟରେ ରହିବେ । ଜଣେ ମହିଳା ଡାକ୍ତର ହିଁ ଜଣେ ପୀଡିତାଙ୍କୁ  ପରୀକ୍ଷା କରିବେ । ହସ୍ପିଟାଲର ସଂଗୃହୀତ ନମୁନାକୁ ଯେପରି ଫରେନସିକ ପରୀକ୍ଷାଗାରକୁ ତୁରନ୍ତ ପଠାଯାଏ ସେଥିପ୍ରତି ପୋଲିସ ନିଶ୍ଚିତ ହେବ । ଶିଶୁର କ୍ଷତ, ଆଘାତ, ଲିଙ୍ଗରେ ହୋଇଥିବା ଆଘାତ ଆଦି ସମ୍ପର୍କରେ ଡାକ୍ତର ପରୀକ୍ଷା କରିବେ । ସମ୍ଭାବ୍ୟ ଗର୍ଭାବସ୍ଥା ଓ ଜରୁରୀକାଳୀନ ଗର୍ଭନିରୋଧକ ସମ୍ପର୍କରେ ଡାକ୍ତରଜଣକ ଶିଶୁ ବା ଯାହାଙ୍କୁ ଶିଶୁଜଣକ ବିଶ୍ଵସ୍ତ ବୋଲି ଭାବୁଛି ତାଙ୍କ ସହ ଆଲୋଚନା କରିବେ । ପୀଡ଼ିତାଙ୍କୁ ମାନସିକ, ମନସ୍ତାତ୍ଵିକ ବା ଅନ୍ୟାନ୍ୟ ପରାମର୍ଶ ପାଇଁ ପଠାଯାଇପାରେ । ଧାରା ୧୬୬ଖ ଅନୁସାରେ ଯଦି ଜଣେ ପୀଡ଼ିତାଙ୍କୁ ହସ୍ପିଟାଲ ପକ୍ଷରୁ ଚିକିତ୍ସା କରାଯାଏ ନାହିଁ ତେବେ ଏକ୍ଷେତ୍ରରେ ଏକ ବର୍ଷ ଯାଏ ଜେଲଦଣ୍ଡ ବା ଜୋରିମାନା ବା ଉଭୟ ଲାଗୁ ହୋଇପାରେ ।

ପୀଡ଼ିତାଙ୍କୁ ଆର୍ଥିକ ସହାୟତା ବା କ୍ଷତିପୂରଣ ବ୍ୟବସ୍ଥା

ପୀଡ଼ିତାଙ୍କୁ ଆର୍ଥିକ ସହାୟତା ବା କ୍ଷତିପୂରଣ ଦେବା ସକାଶେ ଅନେକ ରାଜ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମହାରାଷ୍ଟ୍ରରେ ଧର୍ଷଣ ଓ ଏସିଡ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ସକାଶେ ଏକ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାରେ ଏଫଆଇଆର ଦାଏର କରିବାର କିଛି ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯାଇଥାଏ । ବିଚାର କରାଯିବା ସକାଶେ ସ୍ଵତନ୍ତ୍ର ଶିଶୁ ସମ୍ପର୍କିତ କୋର୍ଟ ପ୍ରତିଷ୍ଠା ଉପରେ ପୋସ୍କୋ ଆଇନରେ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁ ସମ୍ପର୍କିତ ବିଭିନ୍ନ ଯୌନଗତ ଅପରାଧର ବିଚାର ସକାଶେ ଅନେକ ରାଜ୍ୟରେ ସ୍ଵତନ୍ତ୍ର କୋର୍ଟ ପ୍ରତିଷ୍ଠା ହୋଇଛି । ଯୌନନିର୍ଯାତନା ସଂକ୍ରାନ୍ତ ସମସ୍ତ ବିଚାର କ୍ୟାମେରା ଆଗରେ କରାଯିବ । ଯଦି ଶିଶୁର ବୟସ ୭ବର୍ଷରୁ କମ ହୋଇଥାଏ ତେବେ ତାକୁ ସିଧାସଳଖ ଜେରା କରାଯାଇପାରିବ ନାହିଁ । ବିଚାରପତିଙ୍କୁ ଲିଖିତ ଆକାରରେ ଓକିଲ ତାଙ୍କ ପ୍ରଶ୍ନ ଦେବେ ଏବଂ ବିଚାରପତି ଏହାକୁ ପଢିବା ପରେ ଶିଶୁକୁ ବୁଝାଇବେ । ଯଦି ସମସ୍ତ ସୁରକ୍ଷିତ ବ୍ୟବସ୍ଥାବଳୀକୁ କଠୋର ଭାବେ କାର୍ଯ୍ୟକାରୀ କରାଯାଏ ତେବେ ପୀଡ଼ିତାଙ୍କୁ ସ୍ଵାଭିମାନର ସୁରକ୍ଷା ହୋଇପାରିବ ଏବଂ ପୀଡ଼ିତଜଣକ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବନାହିଁ ।

ଆଧାର - ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓଡିଶା ତଥା ଭାରତ ସରକାର

2.6
Debabrata Behera Mar 04, 2016 03:38 PM

ଶିଶୁମାନଙ୍କୁ ସୁରକ୍ଷା ଦେବାରେ ଏହି ଆଇନ ବହୁତ ଗୁରୁତ୍ବପୂର୍ଣ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top