অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁ ଶ୍ରମିକ ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନ

ଶିଶୁ ଶ୍ରମିକ ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନ

ଶିଶୁର ଅଧିକାର

ପ୍ରତ୍ୟେକ ଶିଶୁକୁ ଏକ ଉନ୍ନତର ଭବିଷ୍ୟତ ପ୍ରଦାନ ନିମିତ୍ତ ଶିଶୁର ଅଧିକାରକୁ ସମ୍ମାନ ଜଣାଇବା ଓ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ସେମାନଙ୍କର ସମୟ ଶାନ୍ତି ଓ ଆନନ୍ଦ, ଖେଳ ଓ ଶିକ୍ଷା ଏବଂ ବିକାଶ ଦିଗରେ ବିନିଯୋଗ ହେବା ଉଚିତ୍ । ସେମାନଙ୍କର ଭବିଷ୍ୟତ ସୁଯୋଗ ଓ ସମନ୍ନୟ ମଧ୍ୟରେ ରୂପାୟତ  ହେବା ଦରକାର । ନୂଆ ନୂଆ ଅଭିଜ୍ଞତା ଓ ବୃହତର ପରିସର ମଧ୍ୟରେ ସେମାନଙ୍କର ଜୀବନ ବିକଶିତ ହେବା ଉଚିତ୍ ।

  • ବଞ୍ଚି ରହିବାର ଅଧିକାର ।
  • ସୁରକ୍ଷାର ଅଧିକାର ।
  • ଅଂଶ ଗ୍ରହଣ କରିବାର ଅଧିକାର ।
  • ବିକାଶର ଅଧିକାର ।

ଶିଶୁମାନଙ୍କ ଜୀବନ ରକ୍ଷା, ସେମାନଙ୍କର ଯନ୍ତ୍ରଣା ନିରାକରଣ କରିବା, ମାନବ ସୁଲଭ ସମସ୍ତ ସମ୍ଭାବନାର ସଂପୂର୍ଣ୍ଣ ବିକାଶ କରିବା ଏବଂ ସେମାନଙ୍କର ଅଧିକାର, ସୁଯୋଗ ଓ ଆବଶ୍ୟକତା ସମ୍ପର୍କରେ ସେମାନଙ୍କୁ ସଚେତନା କରାଇବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ ।

ଶିଶୁ ଶ୍ରମିକ ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନ

ଶିଶୁ ଶ୍ରମିକ ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନ  ଅନୁସାରେ କେତେକ ବୃତ୍ତି, ଶିଳ୍ପ ତଥା ପ୍ରକ୍ରିୟାରେ ୧୪ ବର୍ଷରୁ କମ୍ ଶିଶୁମାନଙ୍କୁ ଶ୍ରମିକ ଭାବେ ନିଯୁକ୍ତିକୁ ସଂପୂର୍ଣ୍ଣ ବାରଣ କରାଯାଇଅଛି ।

ବାରଣ କରାଯାଇଥିବା ସଂସ୍ଥାମାନଙ୍କ ମଧ୍ୟରେ ବିଡି ତିଆରି, ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟରେ ଯନ୍ତ୍ର ଚାଳନା, ରେଳ ପରିସର ଓ ପରିବହନ, ମୋଟର ପରିବହନ, କଳ କାରଖାନା, ଖଣି ଖଦାନ, ରଙ୍ଗ କାର୍ଯ୍ୟ, ଜୋତା ତିଆରି, ଛାପାଖାନା, କାଜୁ ପ୍ରସ୍ତୁତି, ଜରି ଗୋଟାଇବା, ପଥର କାମ, ଲୁଗାରେ ରଙ୍ଗ ଦେବା, ଦିଆସିଲି ତିଆରି, ସିମେଣ୍ଟ ଓ ସିମେଣ୍ଟ ଜାତୀୟ ଦ୍ରବ୍ୟ ପ୍ରସ୍ତୁତି, ଇଟାଭାଟି, ଅଗରବତି, ସାର ଓ ପୋକମରା ଔଷଧ ପ୍ରସ୍ତୁତି, କରତ କଳ, ପଥର ଭଙ୍ଗା, ତମାଖୁ ଜନିତ ଦ୍ରବ୍ୟ ପ୍ରସ୍ତୁତି ଏବଂ ପ୍ଲାଷ୍ଟିକ ସାମଗ୍ରୀ ପ୍ରସ୍ତୁତି ଏହାର ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାରଙ୍କର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏହି ଆଇନ କୁ ସଂଶୋଧନ  କରି (୧) ଘରୋଇ କାର୍ଯ୍ୟ (୨) ଢାବା, ହୋଟେଲ ଓ ଚିତ୍ତବିନୋଦନ କେନ୍ଦ୍ରରେ ଶିଶୁ ଶ୍ରମିକ ନିଯୁକ୍ତିକୁ ମଧ୍ୟ ବିପଦ ସଙ୍କୁଳ କ୍ଷେତ୍ର ହିସାବରେ ପରିଗଣିତ କରି ୧୦ -୧୦- ୨୦୦୬ ଠାରୁ ଏହି ଆଇନ୍ ଲାଗୁ କରିଛନ୍ତି ।

ଉପରୋକ୍ତ ଆଇନ୍ ଅନୁଯାୟୀ ଯେଉଁ ମାଲିକ ମାନେ ବିପଦ ସଙ୍କୁଳ କ୍ଷେତ୍ରରେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବେ ସେମାନେ ୩ ମାସ ରୁ ୧ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୧୦, ୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡରେ  ଦଣ୍ଡିତ ହେବେ । ଏହି ଅପରାଧର ପୁନାରାବୃତ୍ତି କଲେ ଦଣ୍ଡର ପରିମାଣ ଦ୍ଵିଗୁଣିତ ହେବାର ଆଇନ୍ ରେ ବ୍ୟବସ୍ଥା ରହିଛି ।

୧୪ ବର୍ଷରୁ କମ ଶିଶୁ ମାନଙ୍କୁ ପଢିବା ଲେଖିବା ଓ ଖେଳିବା ଅଧିକାରରୁ ବଞ୍ଚିତନ କରିବା ପାଇଁ ସମସ୍ତ ବ୍ୟକ୍ତି ବିଶେଷ ଧ୍ୟାନ ଦେବା ଉଚିତ୍ ।

ଆଧାର - ଜୀବନ ଦର୍ପଣ ( ଅଶୋକ କୁମାର ପଟ୍ଟନାୟକ)

Last Modified : 4/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate