ହୋମ / ସମାଜ କଲ୍ୟାଣ / ମହିଳା ଓ ଶିଶୁ ବିକାଶ / ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ )ନିୟମାବଳୀ ,୧୯୮୮
ସେଆର କରନ୍ତୁ

ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ )ନିୟମାବଳୀ ,୧୯୮୮

ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ନିୟମ ୧୯୮୮ ସମ୍ପର୍କରେ ସୂଚନା ।

ଏତଦ୍ ଦ୍ଵାରା କଥିତ ଅଧିନିୟମରେ ଧାରା ୧୮ ର ଉପଧାରା ( ୧) ଦ୍ଵାରା ଅର୍ପିତ କ୍ଷମତାଗୁଡିକର ପ୍ରୟୋଗ ନିମନ୍ତେ କେନ୍ଦ୍ରସରକାରଙ୍କ ଦ୍ଵାରା ନିମ୍ନଲିଖିତ ନିୟମଗୁଡିକ ପ୍ରସ୍ତୁତ କରାଯାଇଛି,ଅର୍ଥାତ୍

ସଂକ୍ଷିପ୍ତ ନାମ ଓ ପ୍ରାରମ୍ଭ

  1. ଏହି ନିୟମାବଳୀ ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ )ନିୟମାବଳୀ,୧୯୮୮ ନାମରେ କଥିତ ହେବ ।
  2. ଏହି ନିୟମାବଳୀ ସରକାରୀ ରାଜପତ୍ରରେ ପ୍ରକାଶିତ ହେବା ତାରିଖଠାରୁ କାର୍ଯ୍ୟକାରୀ ହେବ ।

ସଂଜ୍ଞା

ଏହି ନିୟମାବଳୀରେ ପ୍ରସଙ୍ଗ ଅନ୍ୟଥା ଆବଶ୍ୟକ ନହେଲେ

  • ଅଧିନିୟମ   - ଶିଶୁ ଶ୍ରମିକ (ନିଷେଧ ଓ ନିୟନ୍ତ୍ରଣ ) ଅଧିନିୟମ ୧୯୮୬ (୧୯୮୬ ର ୬୧ )
  • ‘କମିଟି’ -  ଆଇନର ଧାରା ୫ର ଉପଧାରା (୧)ଅଧିନରେ ଗଠିତ ଶିଶୁ ଶ୍ରମିକ ବୈଷୟିକ ଉପଦେଷ୍ଟା କମିଟି ।
  • ‘ଅଧ୍ୟକ୍ଷ’ -(ଚେୟାରମ୍ୟାନ ) ଧାରା ୫ର ଉପଧାରା (୨) ଅନୁଯାୟୀ ନିଯୁକ୍ତ କମିଟିର ଅଧ୍ୟକ୍ଷ ।
  • ‘ଫର୍ମ’ - ନିୟମାବଳୀ ସହ ସଂଲଗ୍ନ ଏକ ଫର୍ମ ।
  • ‘ରେଜିଷ୍ଟର’  -  ଅଧିନିୟନ ଧାରା ୧୧ ଅନୁଯାୟୀ ନିର୍ବାହ କରାଯିବା ଏକ ରେଜିଷ୍ଟର ।
  • ‘ଅନୁସୂଚୀ’ -  ଅଧିନିୟମ ସଂଲଗ୍ନ ଅନୁସୂଚୀ ।
  • ‘ଧାରା’ - ଅଧିନିୟମରେ ଏକ ଧାରା ।

କମିଟିର ସଦସ୍ୟମାନଙ୍କର କାର୍ଯ୍ୟକାଳ

କମିଟିରେ ସଦସ୍ୟମାନଙ୍କର କାର୍ଯ୍ୟକାଳ -  ସେମାନଙ୍କର ନିଯୁକ୍ତି ସରକାରୀ ରାଜପତ୍ରରେ ଯେଉଁ ତାରିଖରେ ଅଧିସୂଚିତ ହେଲା କଥିତ ତାରିଖଠାରୁ ୧ ବର୍ଷ ପର୍ଯ୍ୟନ୍ତ ରହିବା । ପରନ୍ତୁ, କେନ୍ଦ୍ରସରକାର କମିଟିର ସଦସ୍ୟମାନଙ୍କର କାର୍ଯ୍ୟକାଳ ସର୍ବାଧିକ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ ।

ପୁନଶ୍ଚ  ଉଲ୍ଲେଖ ଥାଉକି ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହେବା ସତ୍ତ୍ୱେ  ତାଙ୍କର ଉତ୍ତରାଧିକାରୀ କାର୍ଯ୍ୟଭାର ଗ୍ରହଣ ନକଲା ପର୍ଯ୍ୟନ୍ତ ସଦସ୍ୟମାନଙ୍କର କାର୍ଯ୍ୟକାଳ ବଳବତ୍ତର ରହିବ ।

ଉପନିୟମ (୧) ଅନୁଯାୟୀ ନିଯୁକ୍ତ ସଦସ୍ୟମାନେ ପୁର୍ନଃନିଯୁକ୍ତି ନିମନ୍ତେ ଯୋଗ୍ୟ ବିବେଚିତ ହେବେ ।

କମିଟିର ସଚିବ

ଭାରତ ସରକାରଙ୍କର ଅନୁସଚିବ ପାହ୍ୟାଠାରୁ ନ୍ୟୁନ ପାହ୍ୟାର ହୋଇନଥିବା ଜଣେ ଅଧିକାରୀଙ୍କୁ କେନ୍ଦ୍ରସକର କମିଟିର ସଚିବ ଭାବରେ ନିଯୁକ୍ତ କରିପାରିବେ ।

ବେସରକାରୀ ସଦସ୍ୟମାନଙ୍କୁ ଭତ୍ତା

କମିଟିର ଅଧ୍ୟକ୍ଷ ଏବଂ ବେସରକାରୀ ସଦସ୍ୟମାନଙ୍କୁ ସେପରି ଫୀସ୍ ଓ ଭତ୍ତା ଦିଆଯିବ, ଯେପରି ଚାରିହଜାର ପାଞ୍ଚଶହ ବା ତା’ଠାରୁ ଅଧିକ ଦରମା ପାଉଥିବା କେନ୍ଦ୍ରସରକାରଙ୍କ କୌଣସି ଅଧିକାରୀଙ୍କୁ ଦିଆଯିବା ବିଚାରଯୋଗ୍ୟ ।

ଇସ୍ତଫା

  1. ଜଣେ ସଦସ୍ୟ ଅଧ୍ୟକ୍ଷଙ୍କୁ ସମ୍ବୋଧିତ କରି ସ୍ଵ-ହସ୍ତଲିଖିତ ଇସ୍ତଫା ବଳରେ ନିଜ ପଦବୀରୁ ଇସ୍ତଫା ଦେଇପାରିବେ ।
  2. ଅଧ୍ୟକ୍ଷ କେନ୍ଦ୍ରସରକାରଙ୍କୁ ସମ୍ବୋଧିତ କରି ସ୍ଵ-ହସ୍ତଲିଖିତ ଇସ୍ତଫା ବଳରେ ନିଜ ପଦବୀରୁ ଇସ୍ତଫା ଦେଇପାରିବେ ।
  3. ଉପନିୟମ (୧) ଏବଂ ଓ ଉପନିୟମ (୨) ରେ ଉଲ୍ଲେଖ ଥିବା ଇସ୍ତଫା, ଯେଉଁ ତାରିଖରେ ଗୃହିତ ହେଲା ସେହି ତାରିଖଠାରୁ ଅଥବା ସେପରି ଇସ୍ତଫା ଯେଉଁ ତାରିଖରେ ପ୍ରାପ୍ତ ହେଲା, କଥିତ ତାରିଖଠାରୁ ୩୦ ଦିନ ମିଆଦ ଶେଷ ହେବ ଅନ୍ତେ, ଏହି ଦୁଇଟି ମଧ୍ୟରୁ ଯେଉଁଠି ଆଗେ ଉଭାବ ହେବ ତାହା ଅଧ୍ୟକ୍ଷ ବା କେନ୍ଦ୍ରସରକାର (ଘଟନା ଅନୁଯାୟୀ ଯାହା ହେବ )ଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯିବ ।

କମିଟିର ଅଧ୍ୟକ୍ଷ ବା ସଦସ୍ୟଙ୍କ ଅପସାରଣ

କେନ୍ଦ୍ରସରକାର କୌଣସି  ଅଧ୍ୟକ୍ଷ ବା ସଦସ୍ୟଙ୍କୁ ପ୍ରସ୍ତାବିତ ଅପସାରଣ ବିରୁଦ୍ଧରେ କାରଣ ଦର୍ଶାଇବା ପାଇଁ ଯୁକ୍ତିଯୁକ୍ତ ସୁଯୋଗ ପ୍ରଦାନ କରି ତାଙ୍କର କାର୍ଯ୍ୟ କାଳ ଶେଷ ହେବ ପୂର୍ବରୁ ଯେକୌଣସି ସମୟରେ ତାଙ୍କୁ  ସେପରି ପଦବୀରୁ ଅପସାରଣ କରିପାରିବ ।

ସଦସ୍ୟ ପଦରୁ ବିରତି

ଯଦି ଜଣେ ସଦସ୍ୟ –

  • ଅଧ୍ୟକ୍ଷଙ୍କ ବିନା ଛୁଟି ମଞ୍ଜୁରରେ କ୍ରମାନୋୟରେ  କମିଟିର ତିନି ବା ତା’ଠାରୁ ଅଧିକ ବୈଠକରେ ଅନୁପସ୍ଥିତ ରହିବେ, କିମ୍ବା
  • ମାନସିକ ବିକୃତ ବୋଲି କାର୍ଯ୍ୟଦକ୍ଷ ନ୍ୟାୟାଳୟ ମତ ହୋଇଥିବେ, କିମ୍ବା
  • କେନ୍ଦ୍ରସକାରଙ୍କ ଦ୍ଵାରା ମତରେ ନୈତିକ ସ୍ଖଳନ ଜନିତ ଅପରାଧ ପାଇଁ ଦୋଷୀସାବ୍ୟସ୍ତ ହୋଇଥିବେ, କିମ୍ବା
  • ନ୍ୟାୟାଳୟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିବେ ଋଣ ପରିଶୋଧ କରିବାରେ ଖିଲାପ କରିଥିବେ ବା ରଣଦାତାଙ୍କ ସହ ରଫା ନାମା କରିଥିବେ, ତେବେ ସେ କମିଟିର ସଦସ୍ୟ ପଦରୁ ବିରାତ ହେବେ ।

ସାମୟିକ ଭାବେ ଶୂନ୍ୟସ୍ଥାନ ପୂରଣ

ନିୟମ ୬ ଅନୁଯାୟୀ ଜଣେ ସଦସ୍ୟ ଇସ୍ତଫା ଦେବା ଘଟଣାରେ କିମ୍ବା ନିୟମ ୮ ଅନୁଯାୟୀ ଜଣେ ସଦସ୍ୟ ହେବାରୁ ବିରାତ ରହିଲେ ଏବଂ ଏହିପରି କାରଣରୁ ସାମୟିକ ଶୂନ୍ୟସ୍ଥାନ ହେଖାଦେଲେ, କେନ୍ଦ୍ରସରକାରଙ୍କଦ୍ଵାରା ଏପରି ଶୂନ୍ୟସ୍ଥାନ ପୂରଣ କରାଯିବ, ଏବଂ ଏହିପରି ଭାବେ ନିଯୁକ୍ତ ହୋଇଥିବା ସଦସ୍ୟ ତାଙ୍କର ପୂର୍ବବର୍ତ୍ତୀ ସଦସ୍ୟଙ୍କର ଅବଶିଷ୍ଟ କାର୍ଯ୍ୟ ନିମନ୍ତେ କାର୍ଯ୍ୟରତ ରହି ସଦସ୍ୟ ଭାବରେ କାର୍ଯ୍ୟ ତୁଲାଇବେ ।

ବୈଠକର ସମୟ ସ୍ଥାନ

ଅଧ୍ୟକ୍ଷ ସ୍ଥିର କରିଥିବା ସମୟ ଏବଂ ସ୍ଥାନରେ କମିଟିର ବୈଠକ ବସିବ ।

ବୈଠକ ନିମନ୍ତେ ବିଜ୍ଞପ୍ତି

କମିଟିର ସଚୀବ (ସେକ୍ରେଟାରୀ) କମିଟିର ସମସ୍ତ ସଦସ୍ୟମାନଙ୍କୁ ବୈଠକରେ ସମ୍ପାଦନ କରାଯିବା କାର୍ଯ୍ୟଗୁଡିକର ତାଲିକା ସହିତ ପ୍ରତ୍ୟେକ ବୈଠକ ବୈଠକ ସ୍ଥିର କରାଯାଇଥିବା ସମୟ ଓ ସ୍ଥାନ ବିଷୟରେ ଅତି କ୍ରମ୍ ରେ ୭ ଦିନ ପୂର୍ବରୁ ଜଣାଇବେ ।

ବୈଠକଗୁଡିକରେ ସଭାପତିତ୍ଵ

ଯେଉଁ ବୈଠକଗୁଡିକରେ ଅଧ୍ୟକ୍ଷ ଉପସ୍ଥିତ ଥିବେ, ସେ ବୈଠକଗୁଡିକରେ ଅଧ୍ୟଷ ସଭାପତିତ୍ଵ କରିବେ, ଯଦି କୌଣସି କାରଣ ବଶତଃ ଅଧ୍ୟକ୍ଷ ବୈଠକରେ ଅନୁପସ୍ଥିତ ରହନ୍ତି, ତେବେ ଉପସ୍ଥିତ ସଭ୍ୟମାନେ ବୈଠକରେ ସଭାପତିତ୍ଵ କରିବା ନିମନ୍ତେ ସେମାନଙ୍କ ମଧ୍ୟରୁ ଯେକୌଣସି ସଭ୍ୟଙ୍କୁ ବାଛିବେ ।

ଆବଶ୍ୟକ ସଂଖ୍ୟା

ଅଧ୍ୟକ୍ଷ ଏବଂ ସେକ୍ରେଟାରୀଙ୍କୁ ବାଦ୍ ଦେଲେ ଅତିକମ୍ ରେ ତିନିଜଣ ସଦସ୍ୟ ବୈଠକରେ ଉପସ୍ଥିତ ନ ରହିଲେ କମିଟି  ବୈଠକରେ କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ । ପରନ୍ତୁ ଯେକୌଣସି ବୈଠକରେ ଯଦି, ସମସ୍ତ ସଦସ୍ୟମାନଙ୍କମଧ୍ୟରୁ ତିନି ଜଣରୁ କମ୍ ସଦସ୍ୟ ଉପସ୍ଥିତ ଥିବେ ତେବେ ବୈଠକଟିକୁ ଅଧ୍ୟକ୍ଷ ତାଙ୍କ ବିବେଚନାର ଉପଯୁକ୍ତ ତାରିଖକୁ ମୁଲତବୀ  ରଖିବେ ଏବଂ ଉପସ୍ତିତ ଥିବା ସମସ୍ତ ସଭ୍ୟଙ୍କୁ ଅବଗତ କରାଇବେ ଏବଂ ଅନ୍ୟାନ୍ୟ ସଭ୍ୟମାନଙ୍କୁ ଅଧିସୂଚିତ କରାଇବେ ଯେ ଉକ୍ତ ବୈଠକରେ ଆବଶ୍ୟକ ସଂଖ୍ୟା ଯାହା ଥିବା ସତ୍ତ୍ୱେ, ମୁଲତବୀ  ବୈଠକର ସମସ୍ତ ବିଷୟ ଆଇନତଃ ସଂପାଦିତ ହେବ ବୋଲି ବିବେଚନା କରାଯିବ ।

ସଂଖ୍ୟାଧିକ ମତ ଦ୍ଵାରା ନିଷ୍ପତ୍ତି

କମିଟିର ଏକ ବୈଠକରେ ଯେଉଁସବୁ ପ୍ରଶ୍ନମାନ ଉତ୍ ଥାପିତ ହେବ, ତାହା ସେହିପରି ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନଙ୍କଠାରୁ ଭୋଟ ନିଆଯାଇ ସଂଖ୍ୟାଧିକ ଭୋଟ ବଳରେ ନିର୍ଣ୍ଣୟ କରାଯିବ, ଏବଂ ଯେଉଁ ଘଟଣାରେ ସମାନ ଭୋଟ ମିଳିବ, ସେ କ୍ଷେତ୍ରରେ ଅଧ୍ୟକ୍ଷ ବା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସେପରି ବୈଠକରେ ଯେଉଁ ସଦସ୍ୟ ସଭାପତିତ୍ଵ କରୁଥିବେ (ଘଟଣା ଅନୁଯାୟୀ ଯାହାଦେବ ) ତାଙ୍କର ଏକ ଦ୍ଵିତୀ ବା ନିର୍ଣ୍ଣାୟକ ଭୋଟଦାନର ଅଧିକାର ରହିବ ।

ଉପ କମିଟି

କମିଟି, ଯେଉଁପରି ଭାବରେ ଉଚିତ ମଣିବେ ସେହିପରି କେବଳ କମିଟି ସଦସ୍ୟମାନଙ୍କୁନେଇ, କିମ୍ବା ଆଂଶିକ ଭାବେ କମିଟିର ସଦସ୍ୟମାନଙ୍କୁ ନେଇ କିମ୍ବା ଅନ୍ୟ ବ୍ୟକ୍ତିମାନଙ୍କୁ ଆଂଶିକ ଭାବେ ନେଇ ଏକ ବା ଏକାଧିକ ଉପକମିଟି ଗଠନ କରିପାରିବେ । ଗଠିତ  ଯେକୌଣସି ଉପକମିଟି, କମିଟି ପାଇଁ ନ୍ୟସ୍ତହୋଇଥିବା କାର୍ଯ୍ୟଗୁଡିକ ତୁଲାଇବେ ।

ଅଧିନିୟମରେ ଧାରା ୧୧ ଅନୁଯାୟି ନିର୍ବାହ କରାଯିବା ରେଜିଷ୍ଟର

  1. ପ୍ରତ୍ୟେକ ପ୍ରତିଷ୍ଠାନର ଦଖଲକାରୀ କରଜ୍ୟପାୟନ ଅନୁମତି ପାଇଥିବା କିମ୍ବା ନିଯୁକ୍ତି ପାଇଥିବା ଶିଶୁମାନଙ୍କ ସମ୍ଭନ୍ଧରେ ଫର୍ମ (କ) ରେ ଏକ ରେଜିଷ୍ଟର ନିର୍ବାହ କରିବେ ।
  2. ବ୍ବାର୍ଷିକ ଭିତ୍ତିରେ ରେଜିଷ୍ଟର ନିର୍ବାହ କରାଯିବ, କିନ୍ତୁ ରେଜିଷ୍ଟରରେ ଯେଉଁ ତାରିଖରେ ଶେଷ ଦରଜ ହୋଇଥିବା,କଥିତ ତାରିଖ ପରଠାରୁ ରେଜିଷ୍ଟରଟି ୩ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତିଦାତାଙ୍କ ପାଖରେ ରଖାଯିବା ।

ବୟସ ପ୍ରମାଣ ପତ୍ର

  1. ପ୍ରଚଳିତ ଅନୁସୂଚୀର ଭାଗ – ‘କ’ରେ ଦିଆଯାଇଥିବା ଯେକୌଣସି କାର୍ଯ୍ୟ ବା ଧନ୍ଦରେ କୌଣସି କର୍ମଶାଳାରେ ନିଯୁକ୍ତ ଥିବା ବା ନିଯୁକ୍ତି ଖୋଜୁଥିବା ଯୁବକମାନେ, ଯେଉଁଠାରେ ଅନୁସୂଚୀତ ଭାଗ – ‘ଖ’ରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ପ୍ରକ୍ରିୟା ଚାଲୁ ରହିଥାଏ, ଜଣେ ଇନ୍ସପେକ୍ଟରଙ୍କ ଆବଶ୍ୟକ ମୁତାବକ, ଉପଯୁକ୍ତ ଡାକ୍ତରୀ ପ୍ରାଧିକାରୀ (କର୍ତ୍ତୁପକ୍ଷଙ୍କ) ଠାରୁ ବୟସଗତ ପ୍ରମାଣପତ୍ର ଆଣି ଉପସ୍ଥାପନ କରିବେ ।
  2. ଉପ-ନିୟମ (୧)ରେ ସୂଚୀତ ବୟସ ପ୍ରମାଣପତ୍ର ଫର୍ମ – (ଖ)ପ୍ରଦାନ କରାଯିବ ।
  3. ଘଟଣାନୁଯାୟୀ ଯାହା ହେବ। ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ଦ୍ଵାରା ସେମାନଙ୍କର ଡାକ୍ତରୀ ବୋର୍ଡ ପାଇଁ ଯେଉଁ ପ୍ରକାର ଦେୟ ଧାର୍ଯ୍ୟ ହୋଇଛି, ଏହି ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଡାକ୍ତରୀ କର୍ତ୍ତୁପକ୍ଷଙ୍କ ସେପରି ସମସ୍ତ ପ୍ରକାର ଦେୟ ପ୍ରଦାନ କରାଯିବ ।
  4. ଯେଉଁ ଯୁବ ବ୍ୟକ୍ତିର ବୟସ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ, ସେ କ୍ଷାତ୍ରରେ ଡାକ୍ତରୀ କର୍ତ୍ତୁପକ୍ଷଙ୍କ ଦିଆଯିବା ଦେୟ କଥିତ ଯୁବବ୍ୟକ୍ତିର ନିଯୁକ୍ତିଦାତା ବହନ କରିବେ ।

ସ୍ପଷ୍ଟୀକାରଣ

ଉପନିୟମ (୧) ଉଦ୍ଦେଶ୍ୟରେ ଯଥାଯୋଗ୍ୟ ‘ଡାକ୍ତରୀ କର୍ତ୍ତୁପକ୍ଷ’ କହିଲେ ଜଣେ ସରକାରୀ ଚିକିତ୍ସାଳୟର ଡାକ୍ତରୀ, ଯେ କି ଜିଲ୍ଲାର ଜଣେ ସହାୟକ ଶଲ୍ୟ ଚିକିତ୍ସକ ପାହ୍ୟାର ହୋଇନଥିବେ କିମ୍ବା ରାଜ୍ୟ କର୍ମଚାରୀ ବୀମା ଚିକିତ୍ସାଲାୟ ଗୁଡିକରେ ନିଯୁକ୍ତ ଥିବା ଜଣେ ନିୟମିତ ଡାକ୍ତରଙ୍କ ପଦବୀ  ସହ ସମକକ୍ଷ ହୋଇଥିବେ, ତାହାଙ୍କୁ ଭୁଝାଇବ ।

ଆଇନଗତ ରକ୍ଷାକବଚ

ଆଇନର ନାମ

ଶିଶୁ ଶ୍ରମିକମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା

(୧) ଦି ଫାକ୍ଟୋରୀଜ୍ ଆକ୍ଟ, ୧୯୪୮ (କଳ କାରଖାନା ସଂକ୍ରାନ୍ତ ଆଇନ୍, ୧୯୪୮)

(କ) ରାତ୍ରିକାଳରେ ଶିଶୁ ଶ୍ରମିକଙ୍କ କର୍ମନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

(ଖ) ବିପଦ୍ ଜନକ କାର୍ଯ୍ୟରେ ଶିଶୁ ଶ୍ରମିକଙ୍କୁନିୟୋଜିତ କରିବା ଉପରେ କଟକଣା ଜାରି ହୋଇଛି ।

(ଗ) ଶିଶୁ ଶ୍ରମିକ ଉଭୟ (ବାଳକ ଓ ବାଳିକା ) ମୁଣ୍ଡରେ ଭାରିବୋଝ ବୋହିବା ନେଇ ଓଜନ ସୀମା ନିର୍ଦ୍ଧିଷ୍ଟ କରାଯାଇଛି

(ଘ)କୌଣସି ଶିଶୁ ଶ୍ରମିକ ଦିନକୁ ୪ ଘଣ୍ଟାରୁ ଅଧିକ ସମୟ କାମ କରିବ ନାହିଁ ।

(୨) ଦି ଓଡିଶା ସପସ୍ ଏଣ୍ଡ କମର୍ସିଆଲ ଏଷ୍ଟାବ୍ଲିସ୍ ମେଣ୍ଟସ୍ ଆକ୍ଟ, ୧୯୫୬ (ଓଡିଶା ବିପଣୀଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସଂକ୍ରାନ୍ତ ଆଇନ୍, ୧୯୫୬ )

(କ) ରାତ୍ରି କାଳରେ ୧୨ ରୁ ୧୫ ବର୍ଷ ବୟସରଶିଶୁ ଶ୍ରମିକଙ୍କ କର୍ମନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

(ଖ) କୌଣସି ଶିଶୁ ଦିନକୁ ୫ ଘଣ୍ଟାରୁ ଅଧିକ ସମୟ କାମ କରିବ ନାହିଁ।

(୩) ଦି ପ୍ଳାଣ୍ଟେସନ ଲେବର ଆକ୍ଟ, ୧୯୫୧ (ବାଗାନ ବଗିଚା ଶ୍ରମ ଆଇନ୍, ୧୯୫୧)

(କ) ବାଟାନ ବଗିଚାରେ ୧୨ ବର୍ଷରୁ କାମ୍ ବୟସ ଶିଶୁମାନଙ୍କ କର୍ମନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

(ଖ) ଶିକ୍ଷାଲାଭ, ବାସଗୃହ ଓ ଅବସର ବିନୋଦାନର ବ୍ୟବସ୍ଥା କରିବା ହେଉଛି ନିଯୁକ୍ତି ଦାତାଙ୍କର ଦାୟିତ୍ଵ ।

(୪) ଦି ମାଇନସ୍ ଆକ୍ଟ, ୧୯୫୨ (ଖଣି ଖାଦାନ ସଂସ୍କାର ଆଇନ୍, ୧୯୫୨ )

୧୫ ବର୍ଷରୁ କମ୍ ବୟସ ଶିଶୁଙ୍କ କର୍ମ ନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

(୫) ଦି ମରଚାଣ୍ଟ ଆଣ୍ଡ ସିପିଙ୍ଗ୍ ଆକ୍ଟ , ୧୯୫୧ ବାଣିଜ୍ୟ ଓ ଜାହାଜ ଚଳାଚଳ ଆଇନ୍, ୧୯୫୧

୧୫ ବର୍ଷରୁ କମ୍ ବୟସ ଶିଶୁଙ୍କ କର୍ମ ନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

( ୬) ଦି ବିଡି ଆଣ୍ଡ ସିଗାର ୱାର୍କସପ ( କଣ୍ଡିସନ୍ ଅଫ୍ ଏମ୍ପ୍ଲୟମେଣ୍ଟ ) ଆକ୍ଟ , ୧୯୬୬ (ବିଡି ଓ ସିଗାରେଟ୍ ଶ୍ରମିକ (ନିଯୁକ୍ତି ସତ୍ତ) ଆଇନ୍,୧୯୬୬

(କ) ୧୫ ବର୍ଷରୁ କମ୍ ବୟସ ଶିଶୁଙ୍କ କର୍ମ ନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

(ଖ) କୌଣସି ଶିଳ୍ପ ଉଦ୍ୟେଗର ପରିସରରେ ସନ୍ଧ୍ୟା ୭ଟା ଠାରୁ ସକାଳ ୮ଟା ପର୍ଯ୍ୟନ୍ତ ଶିଶୁଙ୍କୁ କାମରେ ନିୟୋଜିତ କରିବା ନିଷିଦ୍ଧ ହୋଇଛି ।

(୭) ଦି ମୋଟର ଟ୍ରାନ୍ସପୋର୍ଟ  ୱାର୍କସପ ଆକ୍ଟ , ୧୯୬୮ (ମୋଟର ପରିବହନ ଶ୍ରମିକ ଆଇନ୍ , ୧୯୬୮ )

୧୫ ବର୍ଷରୁ କମ୍ ବୟସ ଶିଶୁଙ୍କ କର୍ମ ନିଯୁକ୍ତିକୁ ନିଷିଦ୍ଧ କରାହୋଇଛି ।

 

(୮) ଦି ଜୁଭେନାଇଲ୍ (କେୟାର୍ ଆଣ୍ଡ ପ୍ରୋଟେକ୍ ସନ୍) ଆକ୍ଟ , ୨୦୦୦ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଆଇନ୍ ,୨୦୦୦

କୌଣସି କିଶୋର କିମ୍ବା ଶିଶୁଙ୍କ ଯେକେହି ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରନ୍ତି ଏବଂ ତା’ର ପାରିଶ୍ରମିକ ଅର୍ଥକୁ ଅଟକ ରଖନ୍ତି କିମ୍ବା ତା’ର ଉପାର୍ଜିତ ଧନକୁ  ନିଜ ପାଇଁ ବିନିଯୋଗ କରନ୍ତି ତେବେ ନିୟୁକ୍ତିକାରୀଙ୍କୁ  ଜୋରିମାନା ସହତ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ଯାହାକି ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରିବା ।

(୯) ଦି ବଣ୍ଡେଜ୍ ଲେବର୍ ଆବୋଲିସନ୍ ଆକ୍ଟ , ୧୯୭୬

ଗୋତି ପ୍ରଥା ଉଚ୍ଛେଦ – ଆଇନ୍ , ୧୯୭୬

୧୪ ବର୍ଷ ପରେ ଓ ୧୮ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଶିଶୁକୁ ଯଦି ଉପଯୁକ୍ତ ମଜୁରୀ ମିଳୁନାହିଁ ତେବେ ତାହା ଦଣ୍ଡନୀୟ ।

ମାନ୍ୟବର ଉଚ୍ଚତମ ନ୍ୟାୟାଳୟ

ଆମ୍ଭମାନଙ୍କୁ ଏକଥା ଦେଖିବାକୁ ହେବ ଯେପରିକି ୧୯୮୬ ମସିହାରେ ପ୍ରଣୀତ ଶିଶୁ ଶ୍ରମିକ (ଉଚ୍ଛେଦ ଓ ନିଯନ୍ତ୍ରଣ ) ଆଇନ୍, ଅର୍ଥାତ୍, Child Labour (Prohibition & Regulation) Act, 1986 ରେ ଆଇନ୍ ଗତ ବିଧିନିଷେଧ ବାସ୍ତବରେ କାର୍ଯ୍ୟକାରୀ ହୁଏ । ସେହି ବିଚାରରୁ ଦିଗ୍ ଦର୍ଶନ ଗ୍ରହଣ କରି ଆମ୍ଭେ ଏହି ମତପୋଷଣ କରୁ ଯେ ଏହି ଆଇନ୍ ର ବ୍ୟବସ୍ଥାଗୁଡିକୁ ଉଲ୍ଲଘଂନ କରୁଥିବା ନିଯୋକ୍ତାଙ୍କୁ ଏହି ଆଇନର ଧାରାର ବିରୁଦ୍ଧାଚରଣ କରି କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ଶିଶୁ ପାଇଁ କ୍ଷତିପୂରଣ ବାବଦରେ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ହେବ ଏବଂ ଏହି ଆଇନ୍ ଲାଗୁ ହେବା ସଙ୍ଗେ ସଙ୍ଗେ ଆଇନ୍  ଉଲ୍ଲଘଂନକାରୀ ନିଯୋକ୍ତାମାନଙ୍କଠାରୁ ଏହି ଟଙ୍କା ଆଦାୟ କରିବାର ଦାୟିଦ୍ଵ ନେବେ ନିରିକ୍ଷକମାନେ ଯେଉଁମାନେ ୧୭ ଧାରା ଅନୁସାରେ ନିଯୁକ୍ତ ହେବାର ବ୍ୟବସ୍ଥା ରହିଛି । ୧୭ ଧାରା ଅନୁସାରେ ନିଯୁକ୍ତ ନିରୀକ୍ଷକମାନଙ୍କୁ ଦେଖିବାକୁ ହେବ ଯେପରି ଆଇନ୍ ର  ବ୍ୟବସ୍ଥାଗୁଡିକୁ ଉଲଂଘନ  କରି କାର୍ଯ୍ୟରେ ନିୟୋଜିତ ପ୍ରତିଟି ଶିଶୁ ପାଇଁ ସଂପୃକ୍ତ ନିଯୋକ୍ତା ୨୦ ହଜାର ଟଙ୍କା ଦିଅନ୍ତି ଏବଂ ଏହି ଟଙ୍କା ଶିଶୁ ଶ୍ରମିକ ଥଇଥାନ ଓ କଲ୍ୟାଣ ପାଣ୍ଠିରେ ଜମା କରାଯାଏ । ଏପରିକି ଯଦି କୌଣସି ନିଯୋକ୍ତା ଏବେ କାମ କରୁଥିବା କୌଣସି ଶିଶୁଙ୍କୁ କାମରୁ ଅନ୍ତର କରିଦେବାକୁ ଚାହିଁବେ, ତଥାପି ମଧ୍ୟ ତାଙ୍କର ଦାୟିତ୍ଵରୁ ସିଏ ମୁକୁଳିଯିବେ ନାହିଁ ।

ଶିଶୁ ଶ୍ରମିକ ଥାଇଥାନ ଓ କଲ୍ୟାଣ ପାଣ୍ଠି ଜିଲ୍ଲା ସ୍ତରରେ ବା ଆଞ୍ଚଳିକ ସ୍ତରରେ ପ୍ରତିଷ୍ଠା କରିବା ଯୁକ୍ତିଯୁକ୍ତ ହେବ । ଏଭଳି ଭାବରେ ଉଦ୍ଭବ ପାଣ୍ଠି ଏକ କର୍ପସ୍ ବା ପିଣ୍ଡପାଣ୍ଠି ଭାବରେ ରହିବା ଏବଂ ଏଥିରୁ ଲଚ୍ଧ ଆୟ କେବଳ ସଂପୃକ୍ତ ଶିଶୁର କଲ୍ୟାଣ  ପାଣ୍ଠି ପାଇଁ ହିଁ ବ୍ୟବହୃତ ହେବ । ସଂପୃକ୍ତ ଶିଶୁ ବାବଦରେ ଜମା କରାଯାଇଥିବା କର୍ପସ୍ ବା ପିଣ୍ଡପାଣ୍ଠିରୁ ଅର୍ଜିତ ଆୟ ଭିତ୍ତିରେ ଏହି ପରିମାଣ ସ୍ଥିର ହୋଇପାରେ ।

ଏଥିରୁ ଅଧିକ ଆୟୁ ଅର୍ଜିତ କରିବାକୁ ହେଲେ ଏହି ପାଣ୍ଠିକୁ ଜାତୀୟକରଣ ହୋଇଥିବା କୌଣସି ବ୍ୟାଙ୍କର ବା ଅନ୍ୟାନ୍ୟ ସରକାରୀ ସଂସ୍ଥାର ଅଧିକ ଲାଭଦାୟକ ଯୋଜନାରେ ବିନିଯୋଗ କରାଯାଇପାରିବ ।

ପୂର୍ବ କଥିତ ନିର୍ଦ୍ଦେଶାବଳୀକୁ ବାସ୍ତବ ରୂପ ହେବାପାଇଁ ହେଲେ  । ସଂପୃକ୍ତ ରାଜ୍ୟଗୁଡିକୁ ନିମ୍ନଲିଖିତ  କାର୍ଯ୍ୟ କରିବାକୁ ହେବ ବୋଲିଆମେ ଚାହୁଁ :

  1. ପୂର୍ବରୁ ଯେଉଁସବୁ ଧରଣର ଶିଶୁ ଶ୍ରମିକ କଥା କୁହାଯାଇଛି , ସେମାନଙ୍କ ସମ୍ପର୍କରେ ଏକ  ସର୍ଭେ ବା  ସର୍ବେକ୍ଷଣ କରାଯିବ ଏବଂ ତାହା ଆଜିଠାରୁ ଛ’ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।
  2. ସମ୍ଭିଧାନର ୨୪ ଧାରାରେ ବିର୍ଣ୍ଣିତ କର୍ମନିଯୁକ୍ତି ଯାହାକୁ ମୂଳକ୍ଷେତ୍ର ବା କୋର୍ ସେକ୍ଟର ତଦ୍ଦ୍ଵାରା କର୍ମନିଯୁକ୍ତିର କେଉଁ ବିପଦଜନିତ  ଦିଗଟିକୁ ମାପକାଠି ବୋଲି ଧରାଯିବା ତାହା ନିର୍ଣ୍ଣୟ କରାଯାଇପାରିବ । ଅଗ୍ରାଧିକାର ଦୃଷ୍ଟିରୁ ଅତି ବିପଜ୍ଜନକ କର୍ମନିଯୁକ୍ତିର କ୍ଷେତ୍ର ପ୍ରଥରେ ରହିପାରେ ଏବଂ ତା’ ପଛକୁ ଆପେକ୍ଷାକୃତ କମ୍  ବିପଜ୍ଜନକ କ୍ଷେତ୍ର ଓ କ୍ରମାନ୍ଵୟରେ ଅନ୍ୟାନ୍ୟ କ୍ଷେତ୍ର ରହିପାରେ ।  ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭାରତ ସରକାରଙ୍କ ଦ୍ଵାରା ଘୋଷିତ ଜାତୀୟ ଶିଶୁ ଶ୍ରମିକ ନୀତି (ନ୍ୟାସନାଲ ଚାଇଲ୍ ଡ ଲେବର ପଲିସି ) ରେ ଏଭଳି କେତେକ ବିପଜ୍ଜନକ ଶିଳ୍ପକୁ ଚିହ୍ନଟ କରାଯାଇଛି, ଯେଉଁଠି ଆଗ୍ରାଧିକାର ଭିତ୍ତିକ କାର୍ଯ୍ୟନୁଷ୍ଠାନ ଆବଶ୍ୟକ ହେଉଛି । ଚିହ୍ନଟ କରାଯାଇଥିବା ସେହି ଶିଳ୍ପଗୁଡ଼ିକର ନାମ ଓ ସ୍ଥାନ ନିମ୍ନରେ ଦିଆଯାଉଛି :
    • ଦିଆସିଲି ଶିଳ୍ପ, ଶିବକାଶି ( ତାମିଲନାଡୁ)
    • ହୀରା ପଲିସ୍ ଶିଳ୍ପ, ସୁରାଟ (ଗୁଜରାଟ)
    • ଦୂର୍ମୂଲ୍ୟ ପଥର ପଲିସ୍ ଶିଳ୍ପ, ଜୟପୁର ( ରାଜସ୍ଥାନ )
    • କାଚ ଶିଳ୍ପ, ଫିରୋଜାବାଦ (ଉତ୍ତରପ୍ରଦେଶ)
    • ପିତ୍ତଳ ଶିଳ୍ପ, ମୋରାଦାବାଦ (ଉତ୍ତରପ୍ରଦେଶ)
    • ହାତ ତିଆରି ଗାଲିଚା ଶିଳ୍ପ, ମୀର୍ଜାପୁର – ଭାହୋହୀ (ଉତ୍ତରପ୍ରଦେଶ)
    • ତାଲା ତିଆରି ଶିଳ୍ପ,ଆଲିଗଡ (ଉତ୍ତରପ୍ରଦେଶ)
    • ସ୍ଲେଟ ଶିଳ୍ପ, ମୀର୍ଜାପୁର (ଆନ୍ଧ୍ରପ୍ରଦେଶ)
    • ସ୍ଲେଟ ଶିଳ୍ପ, ମାଣ୍ଡାସର (ମଧ୍ୟପ୍ରଦେଶ )
  3. ଆମର ନିର୍ଦ୍ଦେଶ ମୁତାବକ ଯେଉଁ ନିଯୁକ୍ତି ଦିଆଯିବ ତାହାକୁ ଅନ୍ୟ କୌଣସି ନିଶ୍ଚିତ ନିଯୁକ୍ତି ସଙ୍ଗେ ମିଶେଇ ଦିଆଯାଇପାରେ । ଏହା  କରାଗଲେ , ଆମର  ନିର୍ଦ୍ଦେଶ ଯୋଗୁ ଆପାତତଃ ଖୁବ୍ ବେଶି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଦରକାର ହେବନାହିଁ ।
  4. ଏହି ନିଯୁକ୍ତି ଯେଉଁଠି ଦିଆଯିବ,ତାହା ସେହି ଶିଳ୍ପ ହୋଇପାରେ ଯେଉଁଠାରେ ସମ୍ପୃକ୍ତ ଶିଶୁ ନିଯୁକ୍ତି ପାଇଛି, ଆଉ ଏକ ରାଷ୍ଟ୍ରାଯତ୍ତ ଉଦ୍ୟୋଗ ବି ହୋଇପାରେ ଏବଂ ଯେଉଁ  ନିଯୁକ୍ତି ଦିଆଯିବ ତାହା ଶାରୀରିକ ଶ୍ରମଭିତ୍ତିକ ହିଁ ହେବ ଯେହେତୁ  ସମ୍ପୃକ୍ତ ଶିଶୁ କେବଳ ଶାରୀରିକ ଶ୍ରେମ କରିବାରେ ହିଁ ନିୟୋଜିତ ହୋଇଥାଏ । କର୍ମନିଯୁକ୍ତି ପାଇଁ ଯେଉଁ ଶିଳ୍ପୋଉଦ୍ୟୋଗ କୁ  ବଛାଯିବା, ତାହା ସମ୍ପୃକ୍ତ ପରିବାରର ବାସସ୍ଥାନ ସନ୍ନିକଟ ସ୍ଥଳରେ ଅବସ୍ଥିତ ହୋଇଥିବା ଆବଶ୍ୟକ ।
  5. ଯେଉଁ କ୍ଷେତ୍ରରେ ବିକଳ୍ପ କର୍ମନିଯୁକ୍ତିର ସୁବିଧା ଉପରବର୍ଣ୍ଣିତ ମତେ ମିଳିପାରିବ ନାହିଁ ,ସେ କ୍ଷେତ୍ରରେ ପ୍ରତି ଶିଶୁ ପାଇଁ ୨୫ ହଜାର ଟଙ୍କା ଜମାରେ ଗଠିତ ପାଣ୍ଠି ବା କର୍ପସ ଫଣ୍ଡରୁ ଅର୍ଜିତ ଆୟର ଟଙ୍କା ସମ୍ପୃକ୍ତ ଶିଶୁର ପିତାମାତା ବା ଅଭିଭାବକଙ୍କୁ ପ୍ରତି ମାସରେ ଦିଆଯିବ । ପିତାମାତା ବା ଅଭିଭାବକ ସେହି ଶିଶୁକୁ ଯଦି ପାଠ ପଢିବା ପାଇଁ ନ ପଠାନ୍ତି ,ତେବେ ତାଙ୍କୁ ଦିଆଯାଇଥିବା କାମ ବା ମାସକୁ ମାସ ଦିଆଯାଉଥିବା ଟଙ୍କାର ସୁବିଧା ପ୍ରତ୍ୟାହୃତ ହେବ ।
  6. ଶିଶୁ କାମ କରିବାକୁ ଯିବା ବନ୍ଦ ହୋଇଯିବା ପରେ ତାକୁ ସୁନାଗରିକ ଭାବରେ ଗଢିବା ଉଦ୍ଦେଶ୍ୟରେ ଉପଯୁକ୍ତ କୌଣସି ଶିକ୍ଷାନୁଷ୍ଠାନରେ ତା’ର ଶିକ୍ଷାଲାଭର ନିଶ୍ଚିତ ବ୍ୟବସ୍ଥା କରାଯିବ । ଏଠାରେ ଦର୍ଶାଯାଇପାରେ ଯେ ୧୪ ବର୍ଷ ପୂରିବା ଯାଏ ସମସ୍ତ ଶିଶୁଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିବାକୁ ସମ୍ବିଧାନର ୪୫ ଧାରାରେ ନିର୍ଦ୍ଦେଶ ରହିଛି । ଆଉ ଏହି ଶିକ୍ଷା ପ୍ରଦାନ ମାଗଣାରେ ମଧ୍ୟ ହେବ । ସମ୍ବିଧାନର ଏହି ନିର୍ଦ୍ଦେଶ ଯେପରି କାର୍ଯ୍ୟକାରୀ ହୁଏ,ତାହା ଦେଖିବାର ଦାୟିତ୍ଵ ହେବ ନିରୀକ୍ଷକମାନଙ୍କର ।
  7. ପ୍ରତି ଜିଲ୍ଲାକୁ ଏହି କାର୍ଯ୍ୟର ଗୋଟିଏ ଗୋଟିଏ ୟୁନିଟ୍ ହିସାବ ରେ ଧରାଗଲେ  ନିରୀକ୍ଷକମାନଙ୍କର କାର୍ଯ୍ୟ ସମ୍ପାଦନ ଉପରେ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ବା ଜିଲ୍ଲାପାଳ ସତର୍କ ନଜର ରଖିପାରିବେ । ଅଧିକନ୍ତୁ , କାର୍ଯ୍ୟ ଗୁରୁତ୍ଵ ଦୃଷ୍ଟିରୁ ସମ୍ପୃକ୍ତ ସରକାରଙ୍କ ଶ୍ରମ  ବିଭାଗ ଅଧୀନରେ ଏକ ସ୍ଵତନ୍ତ୍ର ସେଲ୍ ବା ପ୍ରକୋଷ୍ଠ ଗଠନ କରାଯିବ । ପ୍ରତ୍ୟେକ କାର୍ଯ୍ୟକ୍ରମର ନିୟମିତ ତତ୍ତ୍ଵାବଧାନ କରିବା ମଧ୍ୟ ଆବଶ୍ୟକ ଏବଂ ଏ କାମ ବିଭାଗୀୟ ଶାସନ ସଚିବ ବୋଧହୁଏ କରିପାରିବେ । ସର୍ବୋଚ୍ଚ ସ୍ତରରେ ସାମଗ୍ରିକ ତତ୍ତ୍ଵାବଧାନ ଭାରତ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟ କଲେ ତାହା କଲ୍ୟାଣକର ଓ ଶ୍ରେୟସ୍କର ହେବ ।
  8. ଉପରୋକ୍ତ ନିର୍ଦ୍ଦେଶଗୁଡିକ ପାଳନ କରାଗଲା କି ନାହିଁ ସେ ସମ୍ପର୍କରେ ଆଜିଠାରୁ ଗୋଟିଏ ବର୍ଷ ଭିତରେ ଭାରତ ସରକାରଙ୍କର ଶ୍ରମ ମନ୍ତ୍ରଣାଳୟର  ଶାସନ ସଚିବ ଏହି  ବିଚାରାଳୟକୁ ଅବହିତ କରାଇବେ ।  ନିର୍ଦ୍ଦେଶ ପାଳକ କରାଯିବାର ବିବରଣୀ ପରିପ୍ରେକ୍ଷୀରେ ଆବେଦନକାରୀ ଯଦି ଆଧିକ କିଛି ବା ଅନ୍ୟ କିଛି ଆବେଶ ଦେବା ଦରକାର ବୋଲି ମନେକରନ୍ତି, ତେବେ ସିଏ ଚାହିଁଲେ ଏହି ବିଚାରାଳୟର ପୁନରାୟ ଦୃଷ୍ଟି ଆକର୍ଷଣ କରିପାରିବେ ।
  9. ଆମେ ଏକଥା ଏଠାରେ କହିଦେବାକୁ ଚାହୁଁ ଯେ ପ୍ରଦତ୍ତ  ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଥିବା ବେଳେ ଯେଉଁଠାରେ ଦେଖାଯିବ ଉପରଲିଖିତ ୧୯୮୬ ଆଇନ ଦ୍ଵାରା ନିଷିଦ୍ଧ ଶିଶୁ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି, ସେଠାରେ ଶିଶୁ ଶ୍ରମିକ ଆଇନ ଉଲ୍ଲଘଂନ ପାଇଁ ସେହି ଆଇନରେ ଥିବା ଦଣ୍ଡବିଧି ଲାଗୁ ହେବ ।
  10. ଯେଉଁଠି ଶିଶୁ ଶ୍ରମିକ ବିପଜ୍ଜନକ ହୋଇ ନଥିବା କୌଣସି କାମରେ ନିଯୁକ୍ତ ହୋଇଥିବେ, ସେଠାରେ ନିରୀକ୍ଷକଙ୍କୁ ଦେଖିବାକୁ ହେବ ଯେ ଶିଶୁ ଶ୍ରମିକଟିର କାମ କରିବାର ସମୟ ଯେପରି ଦିନକୁ ୪-୬ ଘଣ୍ଟାରୁ ଅଧିକ ହେବନାହିଁ  ଏବଂ ପ୍ରତିଦିନ ସେ ଅତିକମ୍ ରେ ଦୁଇଘଣ୍ଟା ପାଠ ପଢିବ । ଏକଥା ମଧ୍ୟ ଦେଖିବାକୁ ହେବ ଯେ ତା’ର ପାଠପଢାର ସମସ୍ତ ଖର୍ଚ୍ଚ ନିଯୁକ୍ତିଦାତା ଯେପରି ବହନ କରନ୍ତି ।

ଏହି କାମ ବେଶ୍ ବଡ, କିନ୍ତୁ ଅତି ଜଟିଳ ବା ଏମିତି କିଛି ଗୁରୁଭାର ନୁହେଁ । ଏଥିରେ ଜଡିତ ଆର୍ଥିକ ବୋଝ ଯୋଗୁ ନିରୁତ୍ସାହିତ ହେବାର କାରଣ ନାହିଁ, ଯେହେତୁ ସର୍ବୋପରି ଏ ବାବଦରେ ହେଉଥିବା ଖର୍ଚ୍ଚ ଏକ ଉନ୍ନତ ଭାରତ ଗଠନ ଉଦ୍ଦେଶ୍ୟରେ ହିଁ ଲାଗୁଛି । ଏହି ପରିପ୍ରେକ୍ଷୀରେ ଏକଥା ଆବଶ୍ୟ ଉଲ୍ଲେଖାଯୋଗ୍ୟ ଯେ କାର୍ଯ୍ୟତଃ ଦାରିଦ୍ର୍ୟ ଅନ୍ୟାନ୍ୟ ବିକାଶଶୀଳ ଦେଶମାନଙ୍କରେ ଶିଶୁ ଶ୍ରମିକମାନଙ୍କ ଯତ୍ନ ନେବା ଦିଗରେ କୌଣସି ଅନ୍ତରାୟ ସୃଷ୍ଟି କରିନାହିଁ। ମାଇରେନ୍ ୱେନର ତାଙ୍କର “ଭାରତରେ ଶିଶୁ ଓ ରାଷ୍ଟ୍ର” ପୁସ୍ତକ (୧୯୯୧ ସଂସ୍କରଣ )ର ୪ର୍ଥ ପୃଷ୍ଠାରେ ଦର୍ଶାଇଛନ୍ତି ଯେ ଶିଶୁମାନଙ୍କ ଶ୍ରମବଳ ବା ଶ୍ରମିକ ବାହିନୀରୁ ବାହାର କରିନେବା ଦିଗରେ ଏବଂ ବାଧ୍ୟତାମୂଳକ, ସାର୍ବଜନୀନ ପ୍ରାଥମିକ ଶିକ୍ଷା ଦେବାରେ ବିଶ୍ଵବ୍ୟାପୀ ପରିଦୃଷ୍ଟ ପ୍ରବଣତା କ୍ଷେତ୍ରରେ ଭାରତ ଏକ ତାତ୍ପର୍ଜ୍ୟପୂର୍ଣ୍ଣ ବ୍ୟତିକ୍ରମ । ଜାତୀୟ ଆୟ ସ୍ତରରେ ଭାରତଠାରୁ ତଳେ ଥାଇ ଆଫ୍ରିକାର ଜାମ୍ବିଆ, ଘାନା, ଆଇଭରି କୋଷ୍ଟ, ଲିବିୟା, ଜିମ୍ବାୱେ ଭଳି ବହୁ ଦେଶ ଏସବୁ କ୍ଷେତ୍ରରେ ଅପେକ୍ଷାକୃତ ଭଲ କାମ କରିପାରିଛନ୍ତି ।ଏଥିରୁ ଦେଖାଯାଏ ଯେ ସମ୍ବଳର ଆଭାବ ନୁହେଁ, ପ୍ରକୃତରେ ଆଗ୍ରହର ଅଭାବ ହିଁ  ଆମର ଏଠାରେ ଶିଶୁ ଶ୍ରମିକ ସମସ୍ୟା ଏଯାଏ ତିଷ୍ଠି ରହିବାର କାରଣ ହୋଇଛି । ଏହାକୁ ଆଉ ଚାଲୁ ରହିବାକୁ ଦିଆନଯାଉ। ଆସନ୍ତୁ ଆମେ ସମସ୍ତେ ଏକାଠି ମିଶି ଓ ମୁଣ୍ଡ ଖର୍ଚ୍ଚ କରି ଶିଶୁର ହିତ ତଥା ଦେଶର ଆଧିକ ହିତ ସାଧନରେ ବ୍ରତୀ ହେବା ଓ ଏହି କାର୍ଯ୍ୟରେ ସହାୟତା କରିବା । ଏହି ଆଦେଶ ଅନୁସାରେ ରିଟ୍ ଆବେଦନତିର ଫଇସଲା କରାଗଲା ।

ପ୍ରାୟ ଅର୍ଦ୍ଧଶତାଦ୍ଦୀ ତଳେ ଆମେ ସମ୍ଭିଧାନରେ ଆମ ଦେଶର ଶିଶୁମାନଙ୍କୁ ଯେଉଁ ପ୍ରାତିଶୃତି ଦିଆଯାଇଥିଲା,ତାହା ବିଂଶ ଶତାଦ୍ଦୀର ଶେଷ ବର୍ଷଗୁଡିକରେ ପୂରଣ କରାଯିବାର ଆଶାରଖି ଆମେ ବିଦାୟ ନେଉଛୁ । ଆମର ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର “ଗୀତାଞ୍ଜଳି” ରେ ଯେଉଁ “ମୁକ୍ତର ସ୍ଵର୍ଗ” କଥା କହିଛନ୍ତି, ସେହି ସ୍ଵର୍ଗରେ ଏକବିଂଶ ଶତାଦ୍ଦୀର ଶିଶୁ ନିଜକୁ ଆବିଷ୍କାର କରିବ ବୋଲି ଆମେ ଆଶା କରୁଛୁ ।

ଏହି ରାୟର କପିର ନକଲ ଗୁଡିକୁ  ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବଙ୍କ ନିକଟକୁ, ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଲାୟର ଶାସନ ସଚିବଙ୍କ ପାଖକୁ ସେମାନଙ୍କର ଅବଗତି ଓ ବିହିତ କାର୍ଯ୍ୟ।ନୁଷ୍ଠାନ ନିମନ୍ତେ ପଠାଯିବାର ବ୍ୟବସ୍ଥା ହେଉ ।

ଆଧାର - କ୍ଲପ ସଂସ୍ଥା

3.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top