ହୋମ / ସମାଜ କଲ୍ୟାଣ
ସେଆର କରନ୍ତୁ

ସମାଜ କଲ୍ୟାଣ

ସମାଜ କଲ୍ୟାଣ

  • ବାଉଁଶକରଡି ବ୍ୟବସାୟ


    ଆର୍ଥିକ ସ୍ୱାବଲମ୍ବୀ

    ପାରମ୍ପରିକ ବ୍ୟବସ୍ଥାରେ ପୁରୁଷ ଘର ବାହାରେ କାମ କରି ରୋଜଗାର କରୁଥିବା ଓ ସ୍ତ୍ରୀ ଘର ଚଳାଉଥିଲା । କିନ୍ତୁ ଆଜିର ବ୍ୟସ୍ତବହୁଳ ଜୀବନରେ କେବଳ ପୁରୁଷର ରୋଜଗାରରେ ଘର ଚଳେଇବା କଷ୍ଟ । ଆଜି ମହିଳାମାନେ ମଧ୍ୟ ଘରବାହାରକୁ ଗୋଡକାଢି , ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଳେଇ ଟଙ୍କା ରୋଜଗାର କରୁଛନ୍ତି । ଏଇ ପରିପ୍ରେକ୍ଷରେ ଆଦିବାସୀ ମହିଳା ମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସ୍ଥାନୀୟ ବଜାରରେ ବିକ୍ରି କରି ବେଶ ଦୁଇପଇସା ରୋଜଗାର କରୁପାରୁଛନ୍ତି ଓ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ।

  • ମିଶନ ଶକ୍ତି

    ମିଶନ ଶକ୍ତି

    ସରକାରଙ୍କ ମିଶନ ଶକ୍ତି ଯୋଜନା ମହିଳା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଗାଁ ଗାଁରେ ମହିଳାମାନଙ୍କର ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି , ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ଵାଭଲମ୍ବୀ କରାଯାଇପାରୁଛି । ଯେଉଁ ମହିଳାମାନେ ଘରୁ ଗୋଡ କାଢୁନଥିଲେ, ସେମାନେ ଆଜି ଗାଁରେ ସଭାକରି ନିଜ ପାଇଁ ରୋଜଗାରର ବାଟ ବାହାର କରୁଛନ୍ତି , ବ୍ୟାଙ୍କକୁ ଯାଇ ଋଣ ଆଣୁଛନ୍ତି । ପନିପରିବା ଚାଷ , ମାଛଚାଷ , ହସ୍ତକଳା ,ସାମଗ୍ରୀ ପ୍ରସ୍ତୁତ ଇତ୍ୟାଦି ବିଭିନ୍ନ ବ୍ୟବସାୟ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

  • ଭିନ୍ନକ୍ଷମ ଙ୍କ ପାଇଁ ବ୍ୟବସ୍ତା

    ଭିନ୍ନକ୍ଷମ ଙ୍କ ପାଇଁ ବ୍ୟବସ୍ତା

    ଦିନ ଥିଲା, ଭିନ୍ନକ୍ଷମମାନଙ୍କୁ ତାଙ୍କପରିବାରର ଲୋକେ ମଧ୍ୟ ହତାଦର କରୁଥିଲେ , ଜନଗଣନା ସମୟରେ, ସେମାନଙ୍କୁ ପରିବାର ସଦସ୍ୟ ଭାବରେ ଗଣୁନଥିଲେ । କିନ୍ତୁ ସରକାର ଏବେ ଭିନ୍ନକ୍ଷମମାନଙ୍କ ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି । ଶିକ୍ଷା, କର୍ମ ନିଯୁକ୍ତି ,ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଏବେ ଅଗ୍ରାଧିକାର ଓ ପ୍ରୋତ୍ସାହନ ଦିଆଯାଇଛି । ମାସକୁ ମାସ ଭତ୍ତା ଦିଆଯାଉଛି , ଯିବା ଆସିବାରେ ସୁବିଧା ପାଇଁ ଟ୍ରାଇସାଇକେଲ ଓ ହ୍ଵିଲ ଚେୟାର ପ୍ରଦାନ କରାଯାଉଛି । ସରକାରଙ୍କ ଯୋଜନାର ସୁଫଳ ମିଳିଛି ।

Video on India - A Welfare State

Double click on film to view full screen

ଡିରେକ୍ଟିଭ ପ୍ରିନ୍ସପୁଲ ଅଫ ଷ୍ଟେଟ ପଲିସି ରୁ ଏହା ଜଣାପଡେ ଯେ ଭାରତର ସମ୍ବିଧାନ ଏହାକୁ ଏକ କଲ୍ୟାଣକାରୀ ରାଷ୍ଟ୍ର ଭାବରେ ପରିଣତକରେ । ଭାରତ ଏକ ଆଦର୍ଶ କଲ୍ୟାଣକାରୀ ରାଷ୍ଟ୍ରରେ ପରିଣତ ହେବା ସହ କେବଳ ସିଦ୍ଧାନ୍ତରେ ନୁହେଁ ବରଂ ଆର୍ଥିକ ଜରିଆରେ ମଧ୍ୟ ଭାରତର ନାଗରିକ ମାନଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ସଫଳତା ହାସଲ କରାଇବାକୁ ପ୍ରୟାସ କରେ ।

ଭାରତୀୟ ସମ୍ବିଧାନରେ କିଛି ଧାରା ଯାହା ସରକାରଙ୍କୁ କଲ୍ୟାଣକାରୀ ରାଷ୍ଟ୍ର ହେବାକୁ ନିର୍ଦେଶ ଦିଏ :

  • ଧାରା 38 ରେ ରାଷ୍ଟ୍ର ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସାମାଜିକ, ଆର୍ଥିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଥିବା ସମଷ୍ଟିକୁ, ଅନୁଷ୍ଠାନକୁ, ଲୋକ ମାନଙ୍କ ସେବା ପାଇଁ ଲଗାଇବା ଆବଶ୍ୟକ ।
  • ଧାରା 39 – ରାଷ୍ଟ୍ର ଦ୍ଵାରା ମହିଳା ଓ ପୁରୁଷ ଉଭୟଙ୍କୁ ସମାନ ଜୀବିକା ଅଧିକାର ପ୍ରଦାନ, ପୁରୁଷ ଓ ମହିଳାଙ୍କୁ ସମାନ ମଜୁରି ବ୍ୟବସ୍ଥା ।
  • ଧାରା 39 A – ସମାନ ନ୍ୟାୟ ଏବଂ ମାଗଣା ନ୍ୟାୟ ବ୍ୟବସ୍ଥା ଏହି ଧାରା ଅନ୍ତର୍ଗତ ରାଷ୍ଟ୍ର ସମସ୍ତ ବ୍ୟକ୍ତିଙ୍କ ପାଇଁ ସମାନ ନ୍ୟାୟ ବ୍ୟବସ୍ଥା କରିବା ସହ ଆବଶ୍ୟକ ସ୍ଥଳେ ମାଗଣା ନ୍ୟାୟ ସୁବିଧା ବିଭିନ୍ନ ଯୋଜନା କିମ୍ବା ଅନୁଷ୍ଠାନ ଜରିଆରେ ନାଗରିକଙ୍କୁ ଯୋଗାଇଦେବା ।
  • ଧାରା 43 – କୃଷି, ଶିଲ୍ପ କିମ୍ବା ଅନ୍ୟକୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକମାନଙ୍କୁ ଉନ୍ନତ ମଜୁରୀ ପ୍ରଦାନ, କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ଗ୍ରାମ୍ୟ ସ୍ତରରେ ବ୍ୟକ୍ତିଗତ ଓ ସମବାୟ ଆଧାରରେ ଗଢି ଉଠିଥିବା କୁଟୀର ଶିଲ୍ପକୁ ରାଷ୍ଟ୍ର ପ୍ରୋତ୍ସାହନ ଦେବା । ଏହା ଛଡା ସାମାଜିକ ଓ ସାଂସ୍କୃତିକ ସୁବିଧା ସୁଯୋଗ କୁ ବୃଦ୍ଧି କରାଇବା । .
  • ଧାରା 41 – ରାଷ୍ଟ୍ର ତାର ଆର୍ଥିକ ସାମର୍ଥ୍ୟ ତଥା ବିକାଶର ସୀମା ମଧ୍ୟରେ ରହି ଶିକ୍ଷା ଅଧିକାର, ବେକାରି, ବୟସ୍କ ନାଗରିକ, ଭିନ୍ନ କ୍ଷମ ନାଗରିକଙ୍କ ପ୍ରତି ସାର୍ବଜନୀନ ସହାୟତା କରିବା । ଏହି ସବୁ କ୍ଷେତ୍ରରେ କିପରି ନାଗରିକ ମାନେ ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ବନ୍ଧରେ ସୁଦୃଢ ବ୍ୟବସ୍ଥା କରିବା ।
  • ଧାରା 46 – ସମାଜର ଦୁର୍ବଳ ଶ୍ରେଣୀ ତଥା ବିଶେଷ ଭାବରେ ଅନୁସୂଚିତ ଜାତି ଓ ଜନଜାତି ର ଆର୍ଥିକ ଓ ଶିକ୍ଷାଗତ ବିକାଶ ଉପରେ ରାଷ୍ଟ୍ର ବିଶେଷ ଧ୍ୟାନ ଦେବା ଅବ୍ୟଶକ । .
  • ଏହି ଭାବନାରେ ସମାନ ଉଦେସ୍ୟକୁ ହାସଲ କରିବା ପାଇଁ ପୋର୍ଟାଲ ନିର୍ଦ୍ଧିଷ୍ଟ ସାମଗ୍ରୀ ଓ ସୂଚନା ଭାରତୀୟ ଭାଷା ଗୁଡିକରେ ପ୍ରଦାନ କରେ ଏହି ସାମଗ୍ରୀ ଓ ସୂଚନା ମଧ୍ୟରେ ମହିଳା, ଶିଶୁ ଏସସି, ଏସଟି, ଓବିସି, ସଂଖ୍ୟାଲଘୁ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ମାନଙ୍କୁ ମିଳୁଥିବା ସୁବିଧା,ଯ଼ୋଜନା, କାର୍ଯ୍ୟକ୍ରମ ଏବଂ ସଂସ୍ଥା ଆଦି ସାମିଲ ରହିଛି ।

    ମହିଳା ଓ ଶିଶୁ ବିକାଶ

    ଏହି ବିଭାଗରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ବିଭିନ୍ନ ନୀତି, ଅନୁଷ୍ଠାନ ଓ ଅନ୍ୟ ଆଇନଗତ କାର୍ଯ୍ୟ ସମ୍ବନ୍ଧରେ ବିବରଣୀ ଦିଆଯାଇଛି ।

    ଅନୁସୂଚିତ ଜାତିର କଲ୍ୟାଣ

    ଏହି ବିଭାଗରେ ଅନୁସୂଚିତ ଜାତି ମାନଙ୍କ ସମ୍ପର୍କରେ ବିଭିନ୍ନ ଯୋଜନା, ନୀତି ଓ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦିଆଯାଇଛି ।

    ଅନୁସୂଚିତ ଜନଜାତିର କଲ୍ୟାଣ

    ଏହି ବିଭାଗରେ ଅନୁସୂଚିତ ଜନଜାତି ମାନଙ୍କର ସମ୍ପର୍କରେ ସମସ୍ତ ଯୋଜନା, ନୀତି ନିୟମ ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି ।

    ପଛୁଆ ବର୍ଗ

    ଏହି ବିଭାଗରେ ପଛୁଆ ବର୍ଗ ସମ୍ପର୍କିତ ବିଭିନ୍ନ ଆଇନ, ନୀତି, ଯୋଜନା, ସଂଗଠନ ବିଷୟରେ ଅବତାରଣା କରାଯାଇଛି ।

    ଅନସଙ୍ଗଠିତ କ୍ଷେତ୍ର

    ଏହି ବିଭାଗରେ ଅଣସଙ୍ଗଠିତ କ୍ଷେତ୍ର ପାଇଁ ଲାଗୁ କରାଯାଇଥିବା ଯୋଜନା ଓ ଅନ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ।

    ଆର୍ଥିକ ଅନ୍ତର୍ଭୂକ୍ତିକରଣ

    ବିଭାଗରେ ଅର୍ଥନୈତିକ ନିବେଶ, ସଞ୍ଚୟ, ବୀମା ଓ ଋଣ ସମ୍ପର୍କିତ ବିଷୟରେ ଉଲ୍ଲେଖ କରାଯାଇଛି ।

    ସଂଖ୍ୟାଲଘୁ କଲ୍ୟାଣ

    ଏହି ବିଭାଗରେ ସଂଖ୍ୟାଲଘୁ କଲ୍ୟାଣ ସମ୍ପର୍କରେ ଉଦ୍ଦିଷ୍ଟ ଆଇନ, ନୀତି, ଯୋଜନା, ଅନୁଷ୍ଠାନ ସହ ଅନ୍ୟାନ୍ୟ ବିଷୟରେ ଉଲ୍ଲେଖ ରହିଛି ।

    ଭିନ୍ନକ୍ଷମ ମାନଙ୍କର କଲ୍ୟାଣ

    ଏହି ବିଭାଗରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ଆଇନ,ନୀତି, ଯ଼ୋଜନା, ସଂସ୍ଥାନ ଓ ଅନ୍ୟ ବିଷୟକୁ କଭର କରାଯ଼ାଇଛି ।

    ବରିଷ୍ଠ ନାଗରିକ କଲ୍ୟାଣ

    ଏହି ବିଭାଗରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ସମ୍ପର୍କରେ ଥିବା ବିଭିନ୍ନ ଆଇନ,ନୀତି, ଯ଼ୋଜନା, ସଂସ୍ଥାନ ଓ ଅନ୍ୟ ବିଷୟକୁ କଭର କରାଯ଼ାଇଛି ।

    ଗ୍ରାମୀଣ ଦାରିଦ୍ର ଦୂରୀକରଣ

    ଏହି ବିଭାଗରେ ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣ ପାଇଁ ଚଳାଯ଼ାଉଥିବା ବିଭିନ୍ନ ,ନୀତି, ଯ଼ୋଜନା, ଆଇନ ସଂସ୍ଥାନ ଓ ଅନ୍ୟ ବିଷୟକୁ କଭର କରାଯ଼ାଇଛି ।

    ସହରୀ ଦାରିଦ୍ର ଦୂରୀକରଣ

    ଏହି ବିଭାଗରେ ସହରୀ ଦାରିଦ୍ର୍ୟ ଦୂରୀକରଣ ପାଇଁ ଚଳାଯ଼ାଉଥିବା ବିଭିନ୍ନ ,ନୀତି, ଯ଼ୋଜନା, ଆଇନ ସଂସ୍ଥାନ ଓ ଅନ୍ୟ ବିଷୟକୁ କଭର କରାଯ଼ାଇଛି ।

    ବେସରକାରୀ ସଙ୍ଗଠନ /ଏନଜିଓ କ୍ଷେତ୍ର

    ଏହି ବିଭାଗରେ ଏନଜିଓ / ବେସରକାରୀ ସଙ୍ଗଠନ ସମ୍ପର୍କିତ ନୀତି, ପାଣ୍ଠି ପାଇବାର ସୁଯ଼ୋଗ ଓ ଉତ୍ତମ ଅଭ୍ୟାସ କୁ କଭର କରାଯ଼ାଇଛି ।

    ବିପର୍ଯ଼ଯ ପରିଚାଳନା

    ଦେଶରେ ବିପର୍ଜୟ ପରିଚାଳନାକୁ ନେଇ ରହିଥିବା ନୀତି, ଆଇନ ଓ ଉତ୍ତମ ଅଭ୍ୟାସ ସମ୍ପର୍କରେ ସୂଚନା ଦିଆଯ଼ାଇଛି ।

    ସାମାଜିକ ବ୍ଯାଧି ବିରୁଦ୍ଧରେ ଲଢେଇ

    ଭାରତକୁ ରହିବା ପାଇଁ ଏକ ଶ୍ରେଷ୍ଠ ସ୍ଥାନ ଭାବେ ଗଢି ତୋଳିବା ସାଧାରଣ ଭାବେ ଥିବା ସାମାଜିକ ବ୍ୟାଧି ବିରୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତିକୁ କିପରି ଭାବେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଏହି ସେକ୍ସନରେ କଭର କରାଯ଼ାଇଛି ।

    santanu kumar sahoo Sep 26, 2016 01:18 PM

    ଓଡିଶା ଭୂ - ସଂସ୍କାର ଆଇନ ୧୯୬୦

    sudhansu sekhar mallick Aug 31, 2016 05:33 PM

    ସମାଜ କଲ୍ୟାଣ ରେ ଏହା ସହାୟକ ହେବ

    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    Back to top