অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭାବସ୍ଥା ସମୟରେ ଯତ୍ନ

ଖାଦ୍ୟ ଓ ପୁଷ୍ଟି

  1. ଗର୍ଭାବସ୍ଥା ସମୟରେ ଖାଦ୍ୟ ଓ ପୁଷ୍ଟି ନିମ୍ନୋକ୍ତ ଖାଦ୍ୟଦେବା ଦରକାର -
  2. ମହିଳାମାନଙ୍କ ପାଇଁ ଗର୍ଭାବସ୍ଥା ଏକ ଶାରୀରିକ କଷ୍ଟ ଦାୟକ ଅବସ୍ଥା ଯେହେତୁ ସେ ଏକ ବଡନ୍ତା ଭୃଣକୁ ତାର ଶରୀରରେ ପ୍ରତିପାଳନ କରୁଥାଏ, ଏହା ଏପରି ଏକ ସମୟ ଯେତେ ବେଳେକି ପୃଷ୍ଟିକୁ ଅନେକ ଆବଶ୍ୟକତା ରହିଛି, ଯାହାକି ଗର୍ଭସ୍ଥ ଭୃଣକୁ ଶୀଘ୍ର ଶୀଘ୍ର ବଢିବାରେ ଏବଂ ଶରୀରର ବିଭିନ୍ନ ଶାରୀରିକ ପରିବର୍ତ୍ତନ ହେବାରେ ସାହାଯ୍ୟ କରିଥାଏ । ଗର୍ଭାସ୍ଥା ସମୟରେ ଗର୍ଭାବସ୍ଥା ସମୟ ଅପେକ୍ଷା ଅଧିକ ପରିମାଣର ଜୀବସାର ଏବଂ ଖଣିଜ ଲବଣର ଆବଶ୍ୟକତା ରହିଥାଏ।

    ଯେହେତୁ ଗର୍ଭାବସ୍ଥାରେ ସମସ୍ତ ପ୍ରକାର ପୁଷ୍ଟି ଅଧିକ ପରିମାଣରେ ଦରକାର ହୋଇଥାଏ ସେଥିପାଇଁ ସୁଷମ ଖାଦ୍ୟଗ୍ରହଣ କରିବାପାଇଁ ପରାମର୍ଶ ଦେବା ଉଚିତ୍ – ଯାହାକି ନିମ୍ନଲିଖିତଭାବେ ହେବା ଆବଶ୍ୟକ –

    • ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥ ।
    • ପ୍ରଚୁର ପରିମାଣର ସବୁଜ ପନିପରିବା, ସବୁଜ ପତ୍ର ବିଶିଷ୍ଟଶାଗ ।
    • ଦୁଗ୍ଧ ଓ ଦୁଗ୍ଧ ଜାତୀୟ ପଦାର୍ଥ ।
    • ଅଣ୍ଡା, ମାଛ, ମାଂସ ।
    • ସ୍ଥାନୀୟ ଭାବେ ମିଳୁଥିବା ଫଳ ଯଥା – ପାଚିଲା କଦଳୀ ଆମ୍ବ ପିଜୁଳି ଇତ୍ୟାଦି ।
    • ଅଙ୍ଗନବାଡି କେନ୍ଦ୍ରରୁ ମିଳୁଥିବା “ଘରପାଇଁ ଦିଆଯାଉଥିବା ଖାଦ୍ୟ ଯଥା ଛତୁଆ ।

ଜୀବସାର ଓ ଖଣିଜ ଲବଣ ଖାଦ୍ୟ

  1. ନିମ୍ନୋକ୍ତ ଖାଦ୍ୟରେ ଜୀବସାର ଓ ଖଣିଜ ଲବଣ ଅଧିକ ପରିମାଣରେ ଥାଏ -
  2. ସମସ୍ତ ପ୍ରକାର ଶସ୍ୟ, ପନିପରିବା ଏବଂ ଫଳରେ କିଛି ନା କିଛି ପୁଷ୍ଟିତତ୍ଵ ରହିଥାଏ । ଗ୍ରାମାଞ୍ଚଳର ସହଜରେ ଉପଲବ୍ଧ ହେଉଥିବା ପ୍ରଚୁର ପୁଷ୍ଟିତତ୍ଵ ଯୁକ୍ତ ଖାଦ୍ୟର ବିବରଣୀ ନିମ୍ନଲିଖିତ ସାରଣୀରେ ଦିଆଗାଲା –

    ବୃହତ/ କ୍ଷୁଦ୍ର ପୁଷ୍ଟି କେଉଁଥିରୁ ମିଳେ (ଉତ୍ସ)

    ଲୌହ

    ସବୁଜ ପନିପରିବା, ଶାଗ, ମାଂସ, ମାଛ, ଅଣ୍ଡାର କେଶର ସୋୟାବିନ୍ ଏବଂ ବିଭିନ୍ନ ପ୍ରକାର ଡାଲି ଇତ୍ୟାଦି....

    ଜୀବସାର – କ (A)

    ଅଣ୍ଡା, ମାଛ, ପାଳଙ୍ଗ ଶାଗ, କଖାରୁ, ସବୁଜ ପନିପରିବା, ସେଓ ଏବଂ ଆମ୍ବ

    ଜୀବସାର – ଖ (B)

    ଦୁଗ୍ଧଜାତୀୟ ପଦାର୍ଥ, କଦଳୀ, ଆଳୁ, ମାଛ ସବୁପ୍ରକାରର ଡାଲି ଓ ବିଭିନ୍ନ ପ୍ରକାରର ବାଦାମ ।

    ଜୀବସାର – ଗ (C)

    ଲେମ୍ବୁ, ଆମ୍ବ, କଦଳୀ, ସବୁଜ ପନିପରିବା ।

    ଜୀବସାର – ଘ (D)

    ସୂର୍ଯ୍ୟକିରଣ, ଦୁଗ୍ଧଜାତ ଦ୍ରବ୍ୟ, କ୍ଷୀର, ସବୁଜ ପନିପରିବା ।

    ପୁଷ୍ଟିସାର

    ଡାଲି, ଅଣ୍ଡା, ମାଛ, ସୋୟାବିନ୍, ବିଭିନ୍ନ ପ୍ରକାର ଡାଲି ।

    କ୍ୟାଲସିୟମ୍

    କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ, ସୋୟାବିନ୍, ମାଛ ଇତ୍ୟାଦି।

     

ସେଥିପାଇଁ ନିୟମିତ ବିଭିନ୍ନ ରଙ୍ଗର ଖାଦ୍ୟ ପ୍ରଚୁର ପରିମାଣରେ ଖାଇଲେ ଆବଶ୍ୟକୀୟ ପୁଷ୍ଟି ଶରୀରକୁ ମିଳିଥାଏ ଏବଂ ଶରୀର ସୁସ୍ଥରହେ ।

ଜଣେ ଗର୍ଭବତୀ ମହିଳା ପ୍ରତିଦିନ ନିଜ ସାଧାରଣ ଖାଦ୍ୟ ସହିତ ଗୋଟିଏ ଥର ଅଧିକା ଖାଇବା ଦରକାର ।

ଯେହେତୁ ମା ପେଟରେ ଥିବା ଶିଶୁ ଉପରେ ମଦ ଏବଂ ନିଶାଦ୍ରବ୍ୟ (ତମାଖୁ) ର କୁପ୍ରଭାବ ପଡେ ତେଣୁ ଏହିସବୁ ଦ୍ରବ୍ୟଠାରୁ ମା’ ସମ୍ପୂର୍ଣ୍ଣଭାବେ ଦୂରେଇ ରହିବା ଉଚିତ୍ ।

ଆୟୋଡିନ

ଗର୍ଭବତୀ ମହିଳା କେବଳ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଉଚିତ୍ ।

ଗର୍ଭାବସ୍ଥା ସମୟର ବିଶ୍ରାମ

  • ଗର୍ଭବତୀ ମହିଳା ଅତି କମ୍ ରେ ଦିନରେ ଦୁଇଘଣ୍ଟା ଏବଂ ରାତିର ଆଠଘଣ୍ଟା ବିଶ୍ରାମ ନେବା ଦରକାର ।
  • ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡ଼ିକ ଅଳ୍ପ ଅଳ୍ପ ବିଶ୍ରାମନେଇ କରିବା ଉଚିତ୍ ।
  • ବିଶ୍ରାମ ନେବା ସମୟରେ ବାମକଡ଼ ମାଡ଼ି ଶୋଇବା ଉଚିତ୍ ।
  • ଜଣେ ଗର୍ଭବତୀ ମହିଳା ଭାରିକାମ କରିବା ଉଚିତ୍ ନୁହେଁ ।

ଗର୍ଭାବସ୍ଥାର ବିପଦ ଲକ୍ଷଣ

  • ଗର୍ଭାବସ୍ଥାରେ ରକ୍ତସ୍ରାବ ।
  • ଗର୍ଭାବସ୍ଥାରେ ପ୍ରବଳ ଜ୍ଵରହେବା ।
  • ବାତ ମାରିବା, ଆଖିକୁ ଝାପ୍ସା ଦିଶିବା, ମୁଣ୍ଡବ୍ୟଥା ହେବା, ପାଦ ହଠାତ୍ ଫୁଲିଯିବା ।
  • ବାରଘଣ୍ଟାରୁ ଅଧିକ ସମୟ ପ୍ରସବବେଦନା ହେବା ।
  • ପ୍ରସବବେଦନା ନ ହୋଇ ପାଣି ଥଳି ଫାଟିଯିବା ।

ଯତ୍ନ

  1. ନିମ୍ନଲିଖିତ ଲକ୍ଷଣସବୁଥିବା ମହିଳାଙ୍କର ସ୍ଵତନ୍ତ୍ରଭାବେ ଯତ୍ନ ନେବା ଆବଶ୍ୟକ :-
    • ୧୮ ବର୍ଷରୁ କମ୍ ଏବଂ ୩୫ ବର୍ଷରୁ ଅଧିକ ବୟସରେ ଗର୍ଭବତୀ ହେବ ।
    • ୧୪୫ସେ.ମି.ଉଚ୍ଚତା ଏବଂ ୪୫ କେଜି ଓଜନରୁ କମ୍ ଥିବା ମହିଳା ।
    • ଯଦି ଏହା ପ୍ରଥମ ଗର୍ଭ ହୋଇଥାଏ ।
    • ଯଦି ତାର ହିମୋଗ୍ଲୋବିନ୍ ଗଣନା ୧୧ mg/dl ରୁ କମ୍ ହୋଇଥାଏ ।
    • ଯଦି ତାକୁ ମଧୁମେହ, ଯକ୍ଷ୍ମା, ଏଚ୍.ଆଇ.ଭି ସଂକ୍ରମଣ ବା ଅନ୍ୟାନ୍ୟ ଗୁରୁତର ରୋଗ ହୋଇଥାଏ ।
    • ଯଦି ପୂର୍ବ ଗର୍ଭାବସ୍ଥାରେ ଗର୍ଭପାତ ହୋଇଥାଏ ।
    • ଯାହାର ପୂର୍ବ ପ୍ରସବରେ ମୃତ ଶିଶୁ ଜନ୍ମ ହୋଇଥାଏ ।
    • ଯାହାର ପୂର୍ବରୁ ଅସ୍ତ୍ରୋପଚାର ଦ୍ଵାରା ଶିଶୁ ଜନ୍ମ ହୋଇଥାଏ ।
    • ଯଦି ପୂର୍ବ ପ୍ରସବ ସମୟରେ ଅଧିକ ରକ୍ତସ୍ରାବ ହୋଇଥାଏ ।

ଆଧାର - Women and Child Development Department

Last Modified : 12/28/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate