ହୋମ / ସମାଜ କଲ୍ୟାଣ / ଅଙ୍ଗନୱାଡି / ନବଜାତ ଶିଶୁର ଯତ୍ନ
ସେଆର କରନ୍ତୁ

ନବଜାତ ଶିଶୁର ଯତ୍ନ

୨୮ ଦିନରୁ କମ୍ ବୟସର ଶିଶୁ ହିଁ ନବଜାତ ଶିଶୁ । ନବଜାତ ଶିଶୁର ଯତ୍ନ ନିତ୍ୟନ୍ତ ଜରୁରୀ ।

ଉପକ୍ରମ

୨୮ ଦିନରୁ କମ୍ ବୟସର ଶିଶୁ ହିଁ ନବଜାତ ଶିଶୁ । ଶିଶୁର ଯତ୍ନ ଏକ ନବଜାତ ଶିଶୁର ସ୍ଵତନ୍ତ୍ର ଯତ୍ନ ଜରୁରୀ କାରଣ- ନୂଆ ପରିବେଶ ସହିତ ଖାପ ଖୁଆଇବା ପାଇଁ । ଶିଶୁର ହୃତସ୍ପନ୍ଦନ ଓ ନିଶ୍ଵାସ ପ୍ରଶ୍ଵାସକୁ ସହଜ କରାଇବା ପାଇଁ । ଶରୀର ଉଷ୍ମତା ବଜାୟ ରଖିବାପାଇଁ । ରୋଗ ସଂକ୍ରମଣରୁ ରକ୍ଷାକରିବା ପାଇଁ । ସ୍ତନ୍ୟପାନକୁ ସ୍ଥାୟିତ୍ଵ କରିବା ପାଇଁ । ଜନ୍ମଗତ ଜଟୀଳତାକୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରିବାରେ ସାହାଯ୍ୟ କରିବା ପାଇଁ । ଶିଶୁ ଜନ୍ମରୁ ୨୮ଦିନ ମଧ୍ୟରେ ଶିଶୁ ମୃତ୍ୟୁର ଅଧିକା ସମ୍ଭାବନା ଥାଏ ।

ଶିଶୁଜନ୍ମ ହେବା ପରେ ପରେ ନବଜାତ ଶିଶୁର ଯତ୍ନ ନେବା ଆବଶ୍ୟକ

  • ଯଥାଶୀଘ୍ର ପରିଷ୍କାର କରି ଶିଶୁକୁ ଶୁଖିଲା ରଖିବା ।
  • ମା’ ର ଦେହ ସହିତ ନବଜାତ ଶିଶୁକୁ (ଚର୍ମ ସହିତ ଚର୍ମ) ଲଗାଇ ରଖିବା ।
  • ଜନ୍ମର ୧ମିନିଟ୍ ମଧ୍ୟରେ ତାର ନାଭିନାଡ଼ ବାନ୍ଧି କାଟିବା ।
  • ଯଥା ସମ୍ଭବ ୧ ଘଣ୍ଟା ମଧ୍ୟରେ ସ୍ତନ୍ୟପାନକୁ ସୁନିଶ୍ଚିତ କରିବା ।
  • କେବଳ ସ୍ତନ୍ୟପାନ କରାଇବା ।
  • ଶିଶୁଜନ୍ମରୁ ୧ଘଣ୍ଟା ମଧ୍ୟରେ ନବଜାତ ଶିଶୁର ଯତ୍ନ ନେବା ଆବଶ୍ୟକ - ନବଜାର ଆଖିର ଯତ୍ନନେବା ଆବଶ୍ୟକ ।

ଶିଶୁକୁ ନିର୍ଦ୍ଧାରିତ ପ୍ରତିଷେଧକ

ଜନ୍ମ ପୋଲିଓ, ହେପାଟାଇଟିସବି ଏବଂ ଭିଟାମିନ୍ K ର ମାତ୍ରା ଦେବାପାଇଁ ବ୍ୟବସ୍ଥା କରିବା । ଶିଶୁର ଜନ୍ମ ଓଜନ, ମା’ ଗର୍ଭରେ ରହିଥିବା ସମୟ ଅବଧି, ଜନ୍ମଗତ ଅସୁବିଧା ଓ ଅସୁସ୍ଥତାର ଲକ୍ଷଣ ସବୁକୁ ଆକଳନ କରାଯିବା ଆବଶ୍ୟକ । ନିଶ୍ଵାସ ପ୍ରଶ୍ଵାସ ଯଦି ନବଜାତ ଶିଶୁଟି ନିଜେ ନିଶ୍ଵାସ ପ୍ରଶ୍ଵାସ ନେଇ ନପାରେ କଣ କରାଯିବ ? ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ନବଜାତ ଶିଶୁକୁ କକ୍ଷରେ ଥିବା ସାଧାରଣ ବାୟୁକୁ ସକରାତ୍ମକ ଚାପରେ self-inflating boys mask ଥଳି ଦ୍ଵାରା ବାୟୁ ଗ୍ରହଣ କରିବାର ବ୍ୟବସ୍ଥା କରିବା ।

ଓଜନ ଯଦି ନବଜାତ ଶିଶୁ କମ୍

ଓଜନ ହୋଇଥାଏ (୨.୫୦୦kg ରୁ କମ୍ ) ତେବେ କି ପଦକ୍ଷେପ ନିଆଯିବ - ଶିଶୁକୁ ମା’ ର ସହିତ ସଂଲଗ୍ନ କରାଇ ରଖିବା ଏବଂ ସ୍ତନ୍ୟପାନ ବାରମ୍ବାର କରାଇବା । ଶରୀର ଉଷ୍ଣତା ନ କମିବା ପାଇଁ ଶିଶୁକୁ ମୁଣ୍ଡ ଓ ଦେହକୁ ଘୋଡାଇ ରଖାଯିବ । ଅତିକମ୍ ରେ ଶିଶୁର ପ୍ରଥମ ମାସ ପୂରିବା ପର୍ଯ୍ୟନ୍ତ ଶିଶୁକୁ ସଂକ୍ରମିତ ଲୋକମାନଙ୍କ ଠାରୁ ଦୂରରେ ରଖିବା ଉଚିତ୍।

ବିପଦସଂକେତ ଏବଂ ପଦକ୍ଷେପ ନବଜାତ ଶିଶୁର ବିପଦସଂକେତ ନିମ୍ନୋକ୍ତ ଗୁଡିକ ହେଲା

  • ଶିଶୁ କାନ୍ଦିବ ନାଇଁ/ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବ ।
  • ଶିଶୁଟି ଥଣ୍ଡା ହୋଇଯିବା କିମ୍ବା ଛୁଇଁଲେ ଗରମ ଲାଗିବ ।
  • ଶିଶୁ କ୍ଷୀର ଟାଣିପାରିବନି କିମ୍ବା କ୍ଷୀର ଖାଇବାକୁ ଚାହିଁବନି ।
  • ଶିଶୁର ପାପୁଲି ଏବଂ ପାଦର ତଳ ଅଂଶ ହଳଦିଆ ଦିଶିବ ।
  • ଶିଶୁଟି ୨୪ଘଣ୍ଟା ଭିତରେ ଝାଡା ଫେରିନଥିବ କିମ୍ବା ୪୮ଘଣ୍ଟା ଭିତରେ ପରିଶ୍ରା କରିନଥିବ ।

ଯଦି ନବଜାତ ଶିଶୁଠାରୁ ଗୋଟିଏ କିମ୍ବା ଅଧିକ ବିପଦସଂକେତ ଦେଖାଦିଏ କି ପଦକ୍ଷେପ ନେବା ଉଚିତ୍ - ନବଜାତ ଶିଶୁର ଉତ୍ତମ ପରିଚାଳନା ପାଇଁ ସେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରିବେ ।

ସ୍ତନ୍ୟପାନ କଷ କ୍ଷୀର ପାନ କହିଲେ କ’ଣ ବୁଝୁଛ ?

ଶିଶୁ ଯତ୍ନପରେ ୨/୩ଦିନ ଧରି ମା’ର ସ୍ତନରୁ ଯେଉଁ ଇଷତ୍ ହଳଦିଆ ରଙ୍ଗର ବହଳିଆ କ୍ଷୀର ବାହାରେ ତାକୁ କଷକ୍ଷୀର କୁହାଯାଏ । ଏହା ନବଜାତ ଶିଶୁ ପାଇଁ ସଠିକ୍ ଖାଦ୍ୟ ଅଟେ କାରଣ ଏଥିରେ ପୁଷ୍ଟିସାର, ଭିଟାମିନ୍-କ ଏବଂ ଅନ୍ୟାନ୍ୟ ପୁଷ୍ଟି ପ୍ରଚୁର ପରିମାଣରେ ଥାଏ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ, ଯାହାକି ଶିଶୁକୁ ସଂକ୍ରମଣରୁ ରକ୍ଷା କରେ ଏବଂ ଏହା ଶିଶୁର ପ୍ରଥମ ପ୍ରତିଷେଧକ ଟୀକା । ଯଥାଶୀଘ୍ର ଶିଶୁକୁ ସ୍ତନ୍ୟପାନ କରାଇବା ଗୁରୁତ୍ଵପୂର୍ଣ୍ଣ - ଶିଶୁକୁ ଯଥାଶୀଘ୍ର ସ୍ତନ୍ୟପାନ କରାଇବା ଦ୍ଵାରା ଶିଶୁ କଷ କ୍ଷୀର ବା (କୋଲଷ୍ଟମ) ପାଇଥାଏ । ଯାହା କି ତାର ଭୋକ ଓ ଶୋଷର ଚାହିଦା ପୂରଣ କରିଥାଏ । ଜନ୍ମିତ ଶିଶୁ ପ୍ରଥମ ୩୦ମିନିଟ୍ ରୁ ୬୦ ମିନିଟ୍ ମଧ୍ୟରେ ଅତି ସକ୍ରିୟ ଥାଏ ଏବଂ ସ୍ତନ୍ୟପାନ ପ୍ରକ୍ରିୟା ମଧ୍ୟ ଜନ୍ମ ସମୟରେ ବହୁତ ସକ୍ରିୟ ଥାଏ, ଏହା କ୍ଷୀର କ୍ଷରଣକୁ ବୃଦ୍ଧି କରାଇଥାଏ । କେବଳ ସ୍ତନ୍ୟପାନ କହିଲେ କଣ ବୁଝାଯାଏ । କେବଳ ସ୍ତନ୍ୟପାନ କହିଲେ ପ୍ରଥମ ୬ମାସ ପର୍ଯ୍ୟନ୍ତ ଶିଶୁ ସ୍ତନ୍ୟପାନ କରାଇବ ଏବଂ ଅନ୍ୟ କୌଣସି ଖାଦ୍ୟ ନ ଦେବା ।

ଆଧାର -Women and Child Development Department

2.88461538462
Anonymous Jun 01, 2017 05:59 PM

ନବଜାତ ଶିଶୁର ଯତ୍ନ ବିଷୟରେ ଦେଇଥିବା ସୂଚନା ପାଇଁ ଧନ୍ୟବାଦ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top