অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାକ୍ – ବିଦ୍ୟାଳୟ ଶିକ୍ଷା

ଶିଶୁ ବିକାଶ

ଶିଶୁ ବିକାଶ, ନିର୍ଦ୍ଧିଷ୍ଟ ବୟସ ମଧ୍ୟରେ ଗୋଟିଏ ଶିଶୁର ବୃଦ୍ଧି, ବିକାଶର କ୍ରମିକ ଧାରା ଏବଂ ବିକାଶ କାହିଁକି ଓ କିପରି ହୁଏ ତାହା ବୁଝାଏ ।

ପ୍ରାକ୍ - ଶୈଶବ ଅବସ୍ଥା ଗୁରୁତ୍ଵପୂର୍ଣ୍ଣ

ପ୍ରାକ୍ ଶୈଶବ ଅବସ୍ଥାରେ ଶିଶୁର ବିକାଶ ବାକି ସମଗ୍ର ଜୀବନକାଳ ପାଇଁ ମୂଳଦୁଆ ସ୍ଥାପନ କରିଥାଏ । ପ୍ରାକ୍ ଶୈଶବ ସମୟର ବିକାଶ ପରବର୍ତ୍ତୀ ଜୀବନର ବିକାଶ ଠାରୁ ଅଧିକ ଜଟିଳ ହୋଇଥାଏ ଏବଂ ସେଥିପାଇଁ ଏହାକୁ 'ଘଡିସନ୍ଧି' ବୋଲି କୁହାଯାଏ । କାରଣ ଏହି ସମୟରେ ନିର୍ଦ୍ଧିଷ୍ଟ କୁଗୁଣ ଓ ସୁଗୁଣଗୁଡିକ ଧିରେ ଧିରେ ଓ ସ୍ପଷ୍ଟ ଭାବରେ ବିକଶିତ ହୋଇଥାଏ । ପ୍ରାକ୍ ଶୈଶବ ସମୟର ଶିକ୍ଷଣୀୟ ଅନୁଭୂତି ଶିଶୁକୁ ବୟସ୍କ ଅବସ୍ଥାପାଇଁ ପ୍ରସ୍ତୁତ କରିଥାଏ ।

ପ୍ରାକ୍ ବିଦ୍ୟାଳୟ ଶିକ୍ଷା

  1. ପ୍ରାକ୍ ବିଦ୍ୟାଳୟ ଶିକ୍ଷା କହିଲେ କ'ଣ ବୁଝୁଛ ?
  2. ୩ ରୁ ୪ ବର୍ଷର ପିଲାଙ୍କ ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଏକ ଶିଶୁ କୈନ୍ଦ୍ରିକ କାର୍ଯ୍ୟକ୍ରମ ଯାହା ଅଦରକାରୀ ବା ସ୍ଵଳ୍ପ ମୂଲ୍ୟରୁ ପ୍ରସ୍ତୁତ  ଖେଳନା ତଥା ଖେଳସାମଗ୍ରୀ ସହ କ୍ରୀଡାତ୍ମକ ହୋଇଥାଏ । ଅଙ୍ଗନୱାଡି କେନ୍ଦ୍ରରେ ଏହି ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ୨ ଘଣ୍ଟା କରାଯାଏ ।

  3. ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ପଛରେ କଣ ଧାରଣା ଅଛି ?
    • ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଶିଶୁର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ଵ ଆରୋପ କରେ ଏବଂ ଶିଶୁର ଶାରିରୀକ, ବୌଦ୍ଧିକ ଏବଂ ମନୋସାମାଜିକ ବିକାଶ ନିମିତ୍ତ ଉଦ୍ଦୀପନାମୂଳକ ପରିବେଶ ଯୋଗାଇଥାଏ ।
    • ପିଲାମାନଙ୍କର ପରିବେଶ ସହ ଭାବବିନିମୟ, ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଏବଂ ସମସ୍ୟା ସମାଧାନର ଦକ୍ଷତା ବଢାଇବା ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଉତ୍ସାହିତ କରେ ।
    • ପ୍ରାକ୍  ବିଦ୍ୟାଳୟ ଶିକ୍ଷା ପିଲାମାନଙ୍କର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ହୁଏ କିନ୍ତୁ ଏହା ବିଦ୍ୟାଳୟର କୃତିତ୍ତ୍ଵକୁ ଗୁରୁତ୍ଵ ଦିଏ ନାହିଁ ।
    • ଖାଲି ଶୁଣି ଶୁଣି ଶିଖିବା ବା ଘୋଷିବା ଉପରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଗୁରୁତ୍ଵ ଦିଏ ନାହିଁ ।
  4. ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ମୁଖ୍ୟ କାର୍ଯ୍ୟକ୍ରମଗୁଡିକ କ'ଣ ଏବଂ କାର୍ଯ୍ୟକ୍ରମ ସମୟରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା -
    • ଶାରୀରିକ ଏବଂ ମାଂସପେଶୀ ବିକାଶ ପାଇଁ କାର୍ଯ୍ୟକ୍ରମ ।
      • ପାଇଁ କାର୍ଯ୍ୟକ୍ରମ ।
      • ବୌଦ୍ଧିକ ବିକାଶ ପାଇଁ କାର୍ଯ୍ୟକ୍ରମ ।
      • ଭାଷାର ବିକାଶ ପାଇଁ କାର୍ଯ୍ୟକ୍ରମ ।

ମାଂସପେଶୀୟ ଶାରୀରିକ ବିକାଶର କାର୍ଯ୍ୟକ୍ରମ

  1. ମାଂସପେଶୀୟ ଶାରୀରିକ ବିକାଶର କାର୍ଯ୍ୟକ୍ରମ ଗୁଡିକର ଉଦ୍ଦେଶ୍ୟ କ'ଣ ?
    • ବୃଦ୍ଧି ନିରୀକ୍ଷଣ ବା ବୃଦ୍ଧିର ଯାଞ୍ଚ କରିବା ।
    • ସ୍ଥୁଳମାଂସପେଶୀୟ ବିକାଶ ।
    • ସୂକ୍ଷ୍ମମାଂସପେଶୀୟ ବିକାଶ
    • ସୂକ୍ଷ୍ମମାଂସପେଶୀୟ ସମନ୍ଵୟ
    • ଆଖି ଓ ହାତର ସମନ୍ଵୟ
    • ହାତରୁ ପାଟିକୁ ସମନ୍ଵୟ
  2. ଶାରିରୀକ ଏବଂ ସ୍ନାୟୁ ସମ୍ବନ୍ଧୀୟ ବିକାଶ ପାଇଁ କାର୍ଯ୍ୟକ୍ରମ କରିବା ସମୟରେ ଅଙ୍ଗନୱାଡି କର୍ମୀଙ୍କର  ଭୂମିକା କ'ଣ ?
    • କୋଠରୀକୁ ସଜାଡି ରଖିବା, ଯେପରି ତା' ମଧ୍ୟରେ ଶିଶୁମାନେ ସର୍ବାଧିକ ଚଳନ ଏବଂ ଅବାଧରେ ଚାଲିବୁଲି ପାରିବେ ।
    • ଶିଶୁର ବିକାଶର ସ୍ତର, ତା'ର ଆଗ୍ରହ ଏବଂ ଆବଶ୍ୟକତା ଅନୁସାରେ ଚଳନ ପାଇଁ କାର୍ଯ୍ୟକ୍ରମ ବାଛିବା ଦରକାର ।
    • ଶିଶୁର ଆଗ୍ରହ ବଜାୟ  ରଖିବା ପାଇଁ ଅନେକଗୁଡିଏ କାର୍ଯ୍ୟ ବାଛନ୍ତୁ ।
    • ଶିଶୁର ଆଗ୍ରହ ବଜାୟ ରଖିବା ପାଇଁ ଅନେକଗୁଡିଏ କାର୍ଯ୍ୟ ବାଛନ୍ତୁ ।
    • ସକ୍ରିୟ ନିଷ୍କ୍ରିୟ କାର୍ଯ୍ୟ ତଥା ଘର ଭିତରେ ଏବଂ ବାହାରେ ହେଉଥିବା କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆବଶ୍ୟକ।
    • ପ୍ରତ୍ୟେକ ଖେଳ ସାମଗ୍ରୀ ଏବଂ ଯନ୍ତ୍ରପାତି କାର୍ଯ୍ୟକାରୀ ଅବସ୍ଥାରେ ଥିବା - ନିଶ୍ଚିତ କର ।
    • ଦୁର୍ଘଟଣାକୁ ରୋକିବା ପାଇଁ ଘର ଭିତରେ ବା ବାହାରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ହୁସିଆର ରୁହ ।
    • ପ୍ରତ୍ୟେକ ଶିଶୁ ଯେପରି ଖେଳସାମଗ୍ରୀ ବ୍ୟବହାର କରିପାରିବେ - ଦୃଷ୍ଟିଦିଅ ।
    • ଅଧିକ ଯୋର୍ଦାର୍ କାର୍ଯ୍ୟ କଲାପରେ ଶିଶୁମାନଙ୍କୁ ମଝିରେ ବିଶ୍ରାମ ଦିଅ ।
    • ଶିଶୁ ର ସ୍ଵାଧୀନ ଭାବେ ଖେଳିବାରେ ହସ୍ତକ୍ଷେପ କରନାହିଁ ।
    • ଶିଶୁର କୃତୀତ୍ତ୍ଵକୁ ଅନ୍ୟ ସଂଙ୍ଗେ ତୁଳନା କରନାହିଁ, କାରଣ ପ୍ରତ୍ୟେକ  ଶିଶୁ ଅନ୍ୟଠାରୁ ଭିନ୍ନ ଓ ସ୍ଵତନ୍ତ୍ର ।

ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ

  1. ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମଗୁଡିକର ଉଦ୍ଦେଶ୍ୟ କ'ଣ ?
  2. ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା -

    • ମୌଳିକ ବୋଧଶକ୍ତି ଦକ୍ଷତାର ବିକାଶ  -
      • ପଞ୍ଚେନ୍ଦ୍ରିୟର ବିକାଶ
      • ସ୍ମୃତି ଓ ପର୍ଯ୍ୟବେକ୍ଷଣ
      • ଶ୍ରେଣୀ ବିଭାଗୀକରଣ ବା ବର୍ଗୀକରଣ
      • ଘଟଣାକ୍ରମ ଅନୁସାରେ ଚିନ୍ତା
      • ତର୍କବାଦଓ ସମସ୍ୟା ସମାଧାନ
    • ମୌଳିକ ପ୍ରତ୍ୟୟ (ଧାରଣା)ର ବିକାଶ
      • ରଙ୍ଗ ଧାରଣା
      • ଅକାର ଧାରଣା
      • ପ୍ରାକ୍ - ଗାଣିତିକ ଧାରଣା
      • ପରିବେଶ ସମ୍ବନ୍ଧୀୟ ଧାରଣା
  3. ବୌଦ୍ଧିକ ବିକାଶ ନିମିତ୍ତ କାର୍ଯ୍ୟକ୍ରମ କରିବା ସମୟରେ କର୍ମୀଙ୍କର ଭୂମିକା କ’ଣ ?
  4. ଅଙ୍ଗନୱାଡିକର୍ମୀ ନିମ୍ନଲିଖିତ କାର୍ଯ୍ୟ କରିବେ –

    • ଶିଶୁ ମାନଙ୍କ ପାଇଁ ଏକ ଉଦ୍ଦିପନା ସୁଳକ ପରିବେଶ ସୃଷ୍ଟି କରନ୍ତୁ ଯେପରି ସେମାନେ ବିଭିନ୍ନ ପଦାର୍ଥକୁ ଯୋଡ଼ିବେ, ଶ୍ରେଣୀ ବିଭାଗ କରିବେ । ପରୀକ୍ଷା କରିବେ, କ୍ରମ ଅନୁସାରେ ସଜାଡିବେ ।
    • ପ୍ରକୃତି ପର୍ଯ୍ୟବେକ୍ଷଣ ଏବଂ ପ୍ରମୋଦଭ୍ରମଣ ସମୟରେ ପିଲାମାନେ ବିଭିନ୍ନ ପଦାର୍ଥକୁ ପର୍ଯ୍ୟବେକ୍ଷଣ କରି ବର୍ଣ୍ଣନା କରିବା ପାଇଁ ଉତ୍ସାହିତ କରିବା ।
    • ଶିଶୁମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଇ ପ୍ରଶ୍ନ ପଚାରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ।
    • ଶିଶୁମାନେ ସୃଜନାତ୍ମକ ଚିନ୍ତନ ଏବଂ ସମସ୍ୟା ସମାଧାନ କରିବାପାଇଁ ସୁଯୋଗ ଦେବା ।
    • ଶିଶୁମାନଙ୍କର ବିଭିନ୍ନ ଦକ୍ଷତାର ବିକାଶ ପାଇଁ ସୁଯୋଗ ଦେବା ।
    • ଶିଶୁମାନେ ଖେଳସାମଗ୍ରୀ ବ୍ୟବହାର କରିବା ପରେ ସାମଗ୍ରୀ ଗୁଡିକ ଜମା କରି ଶିଶୁମାନଙ୍କଠାରୁ ଦୂରେଇ ନରଖିବା ।
    • ସବୁ ପିଲା ସମାନ ଏବଂ ସମାନ ଭାବରେ କଥା ଗ୍ରହଣ କରିବେ ଏହା ଭାବିବା ଅନୁଚିତ୍ ।

ଭାଷାର ବିକାଶ କାର୍ଯ୍ୟକ୍ରମ

  1. ଭାଷାର ବିକାଶ ପାଇଁ କାର୍ଯ୍ୟକ୍ରମ ଗୁଡ଼ିକର ଉଦ୍ଦେଶ୍ୟ କ’ଣ ?
  2. ଏହି କାର୍ଯ୍ୟକ୍ରମ ଗୁଡ଼ିକର ଉଦ୍ଦେଶ୍ୟ :-

    • ଶୁଣିବା ଦକ୍ଷତାର ବିକାଶ ।
    • ବିଭିନ୍ନ ବିଷୟ ସମ୍ବନ୍ଧୀୟ ଶବ୍ଦଜ୍ଞାନର ଦକ୍ଷତାର ବିକାଶ ।
    • ବାକ୍ ଶକ୍ତିର ବିକାଶ (କଥା କହିବାର ବିକାଶ)
    • ପଠନ ପାଇଁ ପ୍ରସ୍ତୁତି ବିକାଶ
    • ଲିଖନ ପାଇଁ ପ୍ରସ୍ତୁତିର ବିକାଶ
  3. ଭାଷାର ବିକାଶ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ସମୟରେ ଅଙ୍ଗନୱାଡି କର୍ମୀ ମାନଙ୍କର ଭୂମିକା କ’ଣ ?
    • କୌଣସି ଏକ କାର୍ଯ୍ୟକରିବା ସମୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିବାପାଇଁ ଶିଶୁମାନଙ୍କୁ ସୁଯୋଗ ଦେବା ଏବଂ ଉତ୍ସାହିତ କରିବା ।
    • ଶିଶୁମାନଙ୍କ ଅଭିଜ୍ଞତାରେ ବିବିଧତା ରଖିବାପାଇଁ ଚେଷ୍ଟା କରିବା ।
    • ବିଭିନ୍ନ କାର୍ଯ୍ୟସମୟରେ ଶିଶୁମାନଙ୍କ ସହିତ ଅଧିକ କଥାବାର୍ତ୍ତା କରିବା ।
    • ଶିଶୁମାନେ ସବୁବେଳେ ଚୁପ୍ ଚାପ୍ ବସିବେ ଏବଂ ତୁମ କଥା ଶୁଣିବେ ଏହା ଆଶାକରିବା ଉଚିତ୍ ନୁହେଁ ।
    • ଶିଶୁମାନଙ୍କୁ ସଂପୂର୍ଣ୍ଣ ବାକ୍ୟ ବ୍ୟବହାର କରି କହିବା ପାଇଁ ଉତ୍ସାହିତ କରିବା ।
    • ଛୋଟ ଛୋଟ ଦଳରେ ବିଭାଜିତ ହୋଇ ଶିଶୁମାନେ ପରସ୍ପର ସହିତ ଖେଳିବା ଓ କଥୋପକଥନ କରିବା ପାଇଁ ସୁଯୋଗ ଦିଅନ୍ତୁ ।
    • ଶିଶୁମାନଙ୍କ ପ୍ରଶ୍ନକୁ ଧୈର୍ଯ୍ୟର ସହ ଶୁଣି ସେ ସବୁର ଉତ୍ତରଦେବା ।
    • ଚୁପ୍ ଚାପ୍ ରହୁଥିବା କିମ୍ବା ଲାଜକୁଳା ଛୁଆକୁ ଧ୍ୟାନଦେଇ ପ୍ରଶଂସା କରି ସେମାନଙ୍କୁ କଥା କହିବାକୁ ଉତ୍ସାହିତ କରିବା ।
    • ଶିଶୁ ଭୁଲ୍ କରିଲେ ତାକୁ ଗାଳି ଦେବା ଉଚିତ୍ ନୁହେଁ, ବରଂ ଠିକ୍ କଥାକୁ ପୁନରାବୃତ୍ତି କରି ଶୁଣାଇବା ଉଚିତ୍ ।

ଅଙ୍ଗନୱାଡି କର୍ମୀଙ୍କ କେତେକ ଜାଣିବା କଥା

  1. ପ୍ରାକ୍ ବିଦ୍ୟାଳୟ ଶିକ୍ଷା ସଂଗଠିତ କରିବା ବିଷୟରେ ଅଙ୍ଗନୱାଡି କର୍ମୀଙ୍କ କେତେକ ଜାଣିବା କଥା ।
    • ପିଲାମାନେ କ’ଣ କହୁଛନ୍ତି ଶୁଣ ଏବଂ ତାଙ୍କୁ ଉତ୍ତର ଦିଅ ।
    • ପିଲାମାନଙ୍କୁ କହିବା ପାଇଁ ସେମାନଙ୍କ ଭାବପ୍ରକାଶ କରିବାପାଇଁ ଏବଂ ପ୍ରଶ୍ନ ପଚାରିବାପାଇଁ ଉତ୍ସାହିତ କର ।
    • ପ୍ରତ୍ୟେକ ଶିଶୁଙ୍କର କାର୍ଯ୍ୟକୁ ପ୍ରଶଂସା କର ଏବଂ ଉତ୍ସାହିତ କର ।
    • ପ୍ରତ୍ୟେକ କାର୍ଯ୍ୟରେ ସମସ୍ତ ଶିଶୁକୁ ନିୟୋଜିତ କର । ବିଶେଷ କରି  ଚୁପ୍ ଚାପ୍ ରହୁଥିବା ପିଲାମାନଙ୍କୁ ଆଗକୁ ଆସିବା ପାଇଁ ଉତ୍ସାହିତ କର ।
    • ଅଙ୍ଗନୱାଡିରେ ଶିଶୁମାନଙ୍କୁ ଉପଯୁକ୍ତ ବ୍ୟବହାର ଏବଂ ଭଲ ଅଭ୍ୟାସ ଶିଖିବାଦିଗରେ ସାହାଯ୍ୟ କର ।
    • କାର୍ଯ୍ୟାବାଳୀ ସଂପାଦନ କରିବାପାଇଁ ଶିଶୁମାନଙ୍କୁ ସ୍ପଷ୍ଟ ଏବଂ ସରଳ ନିର୍ଦ୍ଦେଶ ଦିଅ । ଥରକେ ଗୋଟିଏ ନିର୍ଦ୍ଦେଶଦିଅ ।
    • ଶିଶୁ ବିକାଶର ପ୍ରତ୍ୟେକଟି ଦିଗକୁ  ପ୍ରାକ୍ ବିଦ୍ୟାଳୟ ଶିକ୍ଷାର ଅନ୍ତର୍ଭୁକ୍ତ କରିବାପାଇଁ ଦୃଷ୍ଟିଦେବା ଦରକାର ।

ଅଙ୍ଗନୱାଡି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ନିମିତ୍ତ ଗୋଟିଏ ଦିନର କାର୍ଯ୍ୟକ୍ରମ ଉଦାହରଣ :-

କାର୍ଯ୍ୟକ୍ରମ

ସମୟ

  • ସ୍ଵାଗତ, ପ୍ରାର୍ଥନା ଏବଂ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ଯାଞ୍ଚ

୨୦ ମିନିଟ୍

  • ମୁଣ୍ଡ ବାର୍ତ୍ତାଳାପ

୧୦ ମିନିଟ୍

  • ବୌଦ୍ଧିକ ବିକାଶର କାର୍ଯ୍ୟକ୍ରମ (ଛୋଟ ଏବଂ ବଡ ଦଳରେ )

୨୦ ମିନିଟ୍

  • ଶାରୀରିକ ବ୍ୟାୟାମ/ ବାହାର ଖେଳ

୨୦ ମିନିଟ୍

  • କଳା ଏବଂ ଶିଳ୍ପ/ମାଟିରେ ବିଭିନ୍ନ ଆକାର ପ୍ରସ୍ତୁତି/ବାଲି ଖେଳ/ପାଣି ଖେଳ/ନାଟକ/ନୃତ୍ୟ/ କଣ୍ଢେଇ ଖେଳ / ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ।

୨୦ ମିନିଟ୍

  • ବଡ ଦଳରେ ଭାଷା ସମ୍ବନ୍ଧୀୟ କାର୍ଯ୍ୟାବଳୀ ଅଭିନୟ ସଂଗୀତ / ମିତ୍ରାକ୍ଷର ଗୀତ ଆବୃତ୍ତି/ ଅକ୍ଷର ଏବଂ ସଂଖ୍ୟା / ଚାର୍ଟ ପଠନ / ଗଳ୍ପ କଥନ ।

୨୦ ମିନିଟ୍

  • ବିଦାୟ ପାଇଁ ପ୍ରସ୍ତୁତି (ଶିଶୁମାନଙ୍କୁ ପରିପୂରକ ଖାଦ୍ୟ ଦେବା ପରେ ବିଦାୟ ଦିଆଯାଏ । )

୧୦ ମିନିଟ୍

 

ଆଧାର - Women and Child Development Department

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate