ହୋମ / ସମାଜ କଲ୍ୟାଣ / ଅଙ୍ଗନୱାଡି / ଯାଞ୍ଚ କମିଟି / ମାତୃ କମିଟିର ଭୂମିକା
ସେଆର କରନ୍ତୁ

ଯାଞ୍ଚ କମିଟି / ମାତୃ କମିଟିର ଭୂମିକା

ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ।

ଯାଞ୍ଚ କମିଟି ଏବଂ ମାତୃ କମିଟିର ନିଯୁକ୍ତିର ଉଦ୍ଦେଶ୍ୟ

ପରିପୂରକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାର ସେବା ସମୂହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା -

ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ ।

  • ଅଙ୍ଗନୱାଡୀ କେନ୍ଦ୍ରର ପରିଚାଳନା ଏବଂ ଅଙ୍ଗନୱାଡୀ କର୍ମୀର ସାଧାରଣ ଉଦ୍ଦେଶ୍ୟ ସମୂହ ହାସଲ କରିବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ହିତାଧିକାରୀ ମାନଙ୍କର ସହଭାଗିତାକୁ ନିଶ୍ଚିତ କରିବା ହେଉଛି ଉକ୍ତ କମିଟିର ଉଦ୍ଦେଶ୍ୟ ।
  • ଶିଶୁମାନଙ୍କର ଖାଦ୍ୟ ଓ ପୁଷ୍ଟି, ବୃଦ୍ଧି ନିରୀକ୍ଷଣ, ସ୍ଵାସ୍ଥ୍ୟ ଓ ପରିମଳ ସମ୍ବନ୍ଧୀୟ ବିଭିନ୍ନ ଘଟଣାବଳୀ ଉପରେ ଗୋଷ୍ଠୀ ମଧ୍ୟରେ ଆଲୋଚନା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ମୂଳଦୂଆ ସ୍ଥାପନ କରିବା କ୍ଷେତ୍ରରେ ଉକ୍ତ କମିଟି ମୁଖ୍ୟ ଭୂମିକା ଅଟେ ।

ଯାଞ୍ଚ କମିଟିର ସଦସ୍ୟ

  • ଜଣେ ଅବସରପ୍ରାପ୍ତ ସରକାରୀ ବା ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାର କାର୍ଯ୍ୟକର୍ତ୍ତା ।
  • ଦୁଇଟି ସ୍ଵୟଂ ସହାୟକ ଦଳର ସଭାପତି ବା ସଂପାଦିକା ।
  • ଜଣେ ଭିନ୍ନକ୍ଷମ ବ୍ୟକ୍ତି
  • ମାତୃ କମିଟିର ମୁଖ୍ୟ
  • ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି ।

ଯାଞ୍ଚ କମିଟିର ମୁଖ୍ୟ ଭୂମିକା ଓ ଦାୟିତ୍ଵ

  • ଗ୍ରାମରେ ପ୍ରତ୍ୟେକ ଅଙ୍ଗନୱାଡୀକେନ୍ଦ୍ରକୁ ଅତିକମ୍ ରେ ଥରେ ପରିଦର୍ଶନ କରି ଦିଆଯାଇଥିବା ଖାଦ୍ୟକୁ କିଛି ପରିମାଣରେ ଚାଖି ଖାଦ୍ୟର ଗୁଣାତ୍ମକ ଏବଂ ପରିମାଣର ମାନକୁ ଯାଞ୍ଚ କରିବେ ।
  • ଘରପାଇଁ ଶୁଖିଲା ଖାଦ୍ୟ ଗ୍ରହଣ ସମୟରେ ଏବଂ ହିତାଧିକାରୀଙ୍କୁ ବଣ୍ଟନ ସମୟରେ ଦେଖିବେ ଏବଂ ଉପସ୍ଥିତ ରହିବେ ।
  • ସପ୍ତାହକୁ ଅତି କମ୍ ରେ ଥରେ ଶୁଖିଲା ଖାଦ୍ୟ ଗ୍ରହଣ କରୁଥିବା ହିତାଧିକାରୀଙ୍କ ଘରକୁ ପରିଦର୍ଶନରେ ଯାଇ ଖାଦ୍ୟଗ୍ରହଣ ଉପରେ ନିଶ୍ଚିତ କରିବେ ।
  • ଯାଞ୍ଚ କମିଟିର ପରିଦର୍ଶନ ଦିନର ମନ୍ତବ୍ୟକୁ ଅଙ୍ଗନୱାଡୀ କର୍ମୀ ନିଜ ନଥିପତ୍ରର ଲିପିବଦ୍ଧ କରିରଖିବେ ।
  • ଯାଞ୍ଚ କମିଟିର ସଦସ୍ୟମାନେ 'ମମତା' ଯୋଜନାର ଅନୁଦାନ ବଣ୍ଟନ ସମୟରେ ଉପସ୍ଥିତ ରହି ତଦାରଖ କରିବେ ଏବଂ ଯଦି କୌଣସି ତୃଟି ଦେଖାଯାଏ ତେବେ ଜିଲ୍ଲାପାଳଙ୍କ ନଜରକୁ ଆଣିବେ । ଅଙ୍ଗନୱାଡୀ କର୍ମୀ ମମତା ଯୋଜନାର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରି ଯାଞ୍ଚ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଦସ୍ତଖତ କରାଇ ଅଙ୍ଗନୱାଡୀ କେନ୍ଦ୍ର ସାମନାରେ ଝୁଲାଇବେ ।
  • ସମୟ ସମୟରେ ଅଙ୍ଗନୱାଡୀ କେନ୍ଦ୍ରରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକଳାପ ଯଥା - ସ୍ତନ୍ୟପାନ ସପ୍ତାହ, ହାତ ଧୂଆ ଦିବସ ଏବଂ ପରିଷ୍କାର ପରିଚ୍ଛନ୍ନ ସମ୍ବନ୍ଧୀୟ ଉପକରଣର ବ୍ୟବହାରକୁ ଉପସ୍ଥିତ ରହି ତଦାରଖ କରିବେ ।

ମାତୃ କମିଟିର ସଦସ୍ୟ

ମାତୃ କମିଟି ୬ ଜଣ ସଭ୍ୟଙ୍କୁ ନେଇ ଗଠିତ  । ମିଶନ ଶକ୍ତି ଦ୍ଵାରା ଶ୍ରେଣୀଭୁକ୍ତ ହୋଇଥିବା କାର୍ଯ୍ୟକ୍ଷମ ସ୍ଵୟଂ ସହାୟକ ଦଳର ୨ଜଣ ସଭ୍ୟ ।

  • ଗ୍ରାମର ବୟୋଜ୍ୟେଷ୍ଠ ମହିଳା ୱାର୍ଡମେମ୍ବର Chair person ରହିବେ । ଯଦି ଗ୍ରାମରେ ମହିଳା ୱାର୍ଡମେମ୍ବର ନ ଥାନ୍ତି ତେବେ ସବୁଠାରୁ ଅଧିକ ପାଠ ପଢିଥିବା ମହିଳାଙ୍କୁ ଗ୍ରହଣ କରାଯିବ ।
  • ଗ୍ରାମ ଅଙ୍ଗନୱାଡୀ କର୍ମୀ କମିଟିର convencr ରହିବେ । ଯଦି ଗ୍ରାମରେ ଏକରୁ ଅଧିକ ଅଙ୍ଗନୱାଡୀ ଥାଏ, ତେବେ ବରିଷ୍ଠତମ ( ବରିଷ୍ଠ ଅର୍ଥାତ୍ ଚାକିରି କାଳର ଦୀର୍ଘ )ଅଙ୍ଗନୱାଡୀ କର୍ମୀ କମିଟିର convener ରହିବେ ।
  • ଗ୍ରାମର ଆଶା କର୍ମୀ
  • ଗ୍ରାମର କାର୍ଯ୍ୟ କରୁଥିବା NGO ସଂସ୍ଥାରୁ ଜଣେ ମହିଳା ପ୍ରତିନିଧି କିମ୍ବା ଯୁବକସଂଘର ପ୍ରତିନିଧି ରହିବ ।

ମାତୃ କମିଟିର ଭୂମିକା ଏବଂ ଦାୟିତ୍ଵ

  • ଗୃହ ପରିଦର୍ଶନ କରି ଦୁଇ ବର୍ଷରୁ କମ୍ ଶିଶୁଙ୍କର ପୁଷ୍ଟିହୀନତାକୁ ଅନୁଧ୍ୟାନ କରିବା ।
  • ପ୍ରାକ୍ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ପର୍ଯ୍ୟାଲୋଚନା କରିବେ, ବିଶିଷ୍ଟ ଭାବରେ ଦୁର୍ବଳ ଶିଶୁ ଯଥା  ଭିନ୍ନକ୍ଷମ ଏବଂ ପ୍ରବାସୀ ଶିଶୁ ମାନଙ୍କର ନାମଲେଖା ହୋଇଛି ଏବଂ ଉପସ୍ଥିତ କହୁଛନ୍ତି ତାହା ନିଶ୍ଚିତ କରିବେ ।
  • ବିଭାଗର ସମସ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଗୁଣାତ୍ମକ ମାନ ଦେଖିବେ ।
  • ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ଗ୍ରହଣ ସମୟରେ ଉପସ୍ଥିତ ରହିବେ ଏବଂ ମା' ମାନଙ୍କୁ ସେମାନଙ୍କର ହକ୍ ଏବଂ ପରିପୂରକ ପୁଷ୍ଟିସାଧନର ଆବଶ୍ୟକତା  ବିଷୟରେ ଜଣାଇବେ ଏବଂ ମାସରେ ଅନ୍ତତଃ ୨ଥର ଗୃହ ପରିଦର୍ଶନ କରିବେ ।
  • ଅଙ୍ଗନୱାଡୀରେ ପ୍ରାକ୍ ବିଦ୍ୟାଳୟ ପରିଚାଳନାରେ ଅଙ୍ଗନୱାଡୀ କର୍ମୀଙ୍କୁ ସାହାଯ୍ୟ କରିବେ । ଶିଶୁମାନଙ୍କର ନଖ କାଟିବା, ମୁଣ୍ଡ କୁଣ୍ଡାଇବା, ଖାଇବା ପୂର୍ବରୁ ଏବଂ ଖାଇବା ପରେ ହାତ ଧୋଇବାକୁ ନିଶ୍ଚିତ କରିବେ ।
  • ଉପର ଲିଖିତ ଦାୟିତ୍ଵ ଏବଂ ଭୂମିକା ଛଡା ନିମ୍ନଲିଖିତ କେତେଗୁଡିଏ କାର୍ଯ୍ୟକୁ ମଧ୍ୟ ନିଶ୍ଚିତ କରିବେ ।
  • ନିୟମିତ ଏବଂ ସଠିକ୍ ସମୟରେ ଅଙ୍ଗନୱାଡୀକେନ୍ଦ୍ର ଖୋଲିବା ।
  • ଗ୍ରାମରେ ଅଙ୍ଗନୱାଡୀ କର୍ମୀଙ୍କର ଅବସ୍ଥାନ ।
  • ନଥିପତ୍ରର ଉପଯୁକ୍ତ ପରିଚାଳନା ।
  • ଅଣୁଯୋଜନା ଅନୁସାରେ ଗ୍ରାମରେ ମମତା ଦିବସପାଳନ କରିବା ।
  • ସ୍ଵାସ୍ଥ୍ୟଗତ ଅସୁବିଧା ସହିତ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପୁଷ୍ଟିକର ଦିବସରେ ପରାମର୍ଶ ପାଇଁ ପଠାଇବା ।

ମାତୃ କମିଟିରେ ଅଙ୍ଗନୱାଡୀ କର୍ମୀଙ୍କର ଭୂମିକା

  • ମାସକୁ ଥରେ ବୈଠକର ଆୟୋଜନ କରିବା ଏବଂ ଯଦି ଦରକାର ପଡେ ତେବେ ସ୍ଵତନ୍ତ୍ର  ବୈଠକ ଆୟୋଜନ ପାଇଁ ଦାୟିତ୍ଵବାନ ହେବେ ।
  • ମାତୃ କମିଟୀର ସମସ୍ତ ସଦସ୍ୟାଙ୍କୁ ବୈଠକରେ ଭାଗନେବା ପାଇଁ ନିଶ୍ଚିତ କରିବେ ।
  • ବୈଠକରେ ମାତୃ କମିଟୀର ନିୟନ୍ତ୍ରିତ ସଭ୍ୟମାନଙ୍କ ମଧ୍ୟରୁ ହରିଜନ ଆଦିବାସୀ କିମ୍ବା ଲଘୁ ସଂପ୍ରଦାୟର ସଭ୍ୟ ମାନଙ୍କର ଉପସ୍ଥିତ ଏବଂ ଆଲୋଚନାରେ ଅଂଶ ଗ୍ରହଣକୁ ନିଶ୍ଚିତ କରିବେ ।
  • ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ତାରିଖରେ ବୈଠକ ବସିବାକୁ ନିଶ୍ଚିତ କରିବେ ।
  • ସଭ୍ୟମାନଙ୍କ ସହିତ ବୈଠକରେ ଉଦ୍ଦେଶ୍ୟ ବିଷୟରେ ମତାମତ ବିନିମୟ କରିବେ ।

ଆଧାର - Women and Child Development Department

2.92592592593
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top