ହୋମ / ସମାଜ କଲ୍ୟାଣ / ଅଙ୍ଗନୱାଡି / ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି
ସେଆର କରନ୍ତୁ

ଶିଶୁ ସ୍ୱାସ୍ଥ୍ୟ ଓ ପୁଷ୍ଟି

ଶିଶୁ ନବଜାତ ଶିଶୁ ତଥା ପରବର୍ତ୍ତୀ ଅବସ୍ଥାର ଶିଶୁର ଅପପୁଷ୍ଟି ସୁରକ୍ଷା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ । ଏକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପାଇଁ ଯେଉଁ ସବୁ କାର୍ଯ୍ୟ କର୍ମ କରାଯିବ ନିହାତି ଆବଶ୍ୟକ ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି ।

ଅନୁପୂରକ ଖାଦ୍ୟ

  1. ଅନୁପୂରକ ଖାଦ୍ୟ କ’ଣ ?
  2. ଶିଶୁର ବର୍ଦ୍ଧିଷ୍ଣୁ ପୁଷ୍ଟିର ଆବଶ୍ୟକତାକୁ ପୂରଣ କରିବାପାଇଁ ଯେଉଁ ଖାଦ୍ୟ ମା’କ୍ଷୀର ସହିତ ଶିଶୁକୁ ଯୋଗାଇ ଦିଆଯାଏ ତାହାକୁ ଅନୁପୂରକ ଖାଦ୍ୟ କୁହାଯାଏ । ୬ମାସ ପରଠାରୁ ଶିଶୁର ଯଥେଷ୍ଟ ବୃଦ୍ଧିପାଇଁ ଅନୁପୂରକ ଖାଦ୍ୟ ଆବଶ୍ୟକ ହୋଇଥାଏ।

  3. ଅନୁରୂପକ ଖାଦ୍ୟ କେବେ ଆରମ୍ଭ କରିବେ ?
  4. ଶିଶୁକୁ ୬ମାସ ପୂର୍ଣ୍ଣ ହୋଇଗଲେ ଅନୁରୂପକ ଖାଦ୍ୟ ଆରମ୍ଭ କରିବା ଆବଶ୍ୟକ । ୬ ମାସ ଶେଷ ହେବା ପର୍ଯ୍ୟନ୍ତ ମା’ କ୍ଷୀର ଶିଶୁର ପର୍ଯ୍ୟାପ୍ତ ବୃଦ୍ଧି ପାଇଁ ଯଥେଷ୍ଟ ହୋଇଥାଏ । କିନ୍ତୁ ଶିଶୁକୁ ଥରେ ୬ମାସ ପୂର୍ଣ୍ଣ ହୋଇଗଲେ ସେ ମା’କ୍ଷୀର ସହିତ ଅନ୍ୟାନ୍ୟ ଖାଦ୍ୟ ଆବଶ୍ୟକ କରିଥାଏ ।

  5. ୬ମାସ ପୂର୍ବରୁ ଅନୁପୂରକ ଖାଦ୍ୟ କାହିଁକି ଆରମ୍ଭ କରିବା ନାହିଁ ?
  6. ଅନୁପୂରକ ଖାଦ୍ୟ ୬ମାସ ପୂର୍ବରୁ ଆରମ୍ଭ କରାଯିବ ନାହିଁ । ୬ମାସ ପୂର୍ବରୁ ଅନୁପୂରକ ଖାଦ୍ୟ ମା’ କ୍ଷୀର ଠାରୁ ଅଧିକ ଶିଶୁର ବୃଦ୍ଧିରେ କୌଣସି ସହାୟକ ହେବନାହିଁ । ଏହା ମଧ୍ୟ ଶିଶୁଠାରୁ ତରଳଝାଡା ଏବଂ ଓଜନ ହ୍ରାସର ବିପଦକୁ ବଢାଇଥାଏ । ୬ମାସରୁ କମ୍ ବୟସର ଶିଶୁର ଅନ୍ତଃନଳୀ ମଧ୍ୟ ଅନୁପୂରକ ଖାଦ୍ୟକୁ ହଜମ କରିବାକୁ ସମ୍ପୂର୍ଣ୍ଣ ବିକଶିତ ହୋଇନଥାଏ । ସେଥିପାଇଁ ଶିଶୁକୁ ୬ମାସ ପୂର୍ଣ୍ଣ ହେଲେହିଁ ଅନୁପୂରକ ଖାଦ୍ୟ ଆରମ୍ଭ କରିବା ଆବଶ୍ୟକ ।

  7. ଅନୁପୂରକ ଖାଦ୍ୟରେ ଶିଶୁର କେଉଁଭଳି ଖାଦ୍ୟ ଦିଆଯିବା ଦରକାର ?
  8. ଅନୂପୁରକ ଖାଦ୍ୟ ଚକଟା, ସ୍ୱାସ୍ଥ୍ୟକର ଭାବେ ଘରେ ପ୍ରସ୍ତୁତ ଏବଂ ବୟସ ଅନୁଯାୟୀ ଉପଯୁକ୍ତ ହୋଇଥିବା ଦରକାର । ଶିଶୁର ଯଥେଷ୍ଟ ବୃଦ୍ଧି ଏବଂ ବିକାଶ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଶିଶୁକୁ ନିଶ୍ଚୟ ଦେବା ଦରକାର । ମାଆ ମାନେ କେଉଁଭଳି ଖାଦ୍ୟ ସଠିକ୍ ଅନୁପୂରକ ଖାଦ୍ୟ ଭାବରେ ଆରମ୍ଭ କରିବେ, ନିମ୍ନୋକ୍ତ ଟେବୁଲ୍ ସାହାଯ୍ୟ କରିବ ।

    ବୟସ (ମାସ ଅନୁସାରେ )

    ଖାଦ୍ୟର ପ୍ରକାର

    ସ୍ନାୟବିକ-ମାଂସ ପେଶୀର ବିକାଶ

    ୬-୮

    ଚକଟା ଖାଦ୍ୟ

    -

    ୮-୧୦

    ଆଙ୍ଗୁଠିରେ ଧରି ଖାଇବା ଖାଦ୍ୟ (ବାଦାମ, ଅଙ୍ଗୁର ଏବଂ କଞ୍ଚା ଗାଜର  ଖଣ୍ଡ ପରି ଖାଦ୍ୟ ଯାହା ଶିଶୁର ଗଳାରେ ଲାଗିବ ଦେବେ ନାହିଁ )

    ମାଢିକୁ ବନ୍ଦ ଓ ଖୋଲା  କରିବା  ଏବଂ ଖାଦ୍ୟକୁ ଆଗଦାନ୍ତ ସାହାଯ୍ୟରେ କାମୁଡି ଖଣ୍ଡ କରିବା ଶିଖିବେ ।

    ୧୦-୧୨

    ଘରୋଇ ଖାଦ୍ୟ

    କାମୁଡି ପାରିବା ସହିତ ଚୋବାଇ ପାରିବ ମଧ୍ୟ

     

  9. ଶିଶୁକୁ ୬ମାସ ପୂର୍ଣ୍ଣ ହେଲେ କେତେ ପରିମାଣରେ ଅନୁପୂରକ ଖାଦ୍ୟ ଶିଶୁପାଇଁ ସଠିକ୍ ହେବ ?
  10. ବୟସ ବଢିବା ଅନୁସାରେ ଧିରେ ଧିରେ ଅନୁପୂରକ ଖାଦ୍ୟର ପରିମାଣ ବଢାଇବା ସହିତ ସ୍ତନ୍ୟପାନ କମ୍ କରିବାକୁ ଅଙ୍ଗନୱାଡି କର୍ମୀ ମା’ ମାନଙ୍କୁ ନିଶ୍ଚିତ ଭାବେ ଜଣାଇବେ । ୬ମାସ ପୂର୍ଣ୍ଣ ହେଲେ ଶିଶୁକୁ ଅଳ୍ପ ପରିମାଣର ନରମ, ଚକଟା ଶସ୍ୟ, ଡାଲି, ପରିବା ଏବଂ ଋତୁ କାଳୀନ ଫଳ ଦେବେ । ୬ ମାସ ଶିଶୁକୁ ବିଭିନ୍ନ ପ୍ରକାର ଖାଦ୍ୟ ଯୋଗାଇଦେବା ଦରକାର । ସହଜରେ ମିଳୁଥିବା ଏବଂ ପ୍ରସ୍ତୁତ ହୋଇ ପାରୁଥିବା ଖାଦ୍ୟ ଯେପରିକି ଫଳ, ଖିରି ଏବଂ ଚୁଡା ମୁଖ୍ୟ ଖାଦ୍ୟର ମଝିରେ ଦେବା ଆବଶ୍ୟକ । ପରେ

    ନିମ୍ନୋକ୍ତ ଟେବୁଲ (ସାରଣୀ)କୁ ବ୍ୟବହାର କରି ମା’ ମାନଙ୍କୁ ଉପଯୁକ୍ତ ଅନୁପୂରକ ଖାଦ୍ୟ ବିଷୟରେ ସୂଚନା ଦେଇହେବ ।

    ବୟସ (ମାସ ଅନୁସାରେ )

    ସ୍ତନ୍ୟପାନରୁ ପାଉଥିବା କ୍ୟାଲେରୀ ପ୍ରତିଶତ )

    ଅନୁପୂରକ ଖାଦ୍ୟର ପାଉଥିବା କ୍ୟାଲେରୀ ପ୍ରତିଶତ

    ଅନୁପୂରକ  ଖାଦ୍ୟ ଦେବାର ଅନୁମୋଦିତ ମାତ୍ରା

    ପରିମାଣ

    ୬-୯

    ୭୦

    ୩୦

    ୨-୩ଥର, ସକାଳ ଖାଇବା, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସମୟରେ ଧିରେ ଧିରେ ଖୁଆଇବେ ।

    ୨-୩ ଚାମଚ କରି ଆରମ୍ଭ କରି ଧିରେ ଧିରେ ଅଧାବାଟି ପର୍ଯ୍ୟନ୍ତ

    ୯-୧୨

    ୫୦

    ୫୦

    ୩-୪ ଥର (ଉପରେ ବର୍ଣ୍ଣିତ)ଥରେ ପ୍ରମୂଖ ଭୋଜନ ମଧ୍ୟରେ, ଅଧାରୁ ବେଶି କ୍ୟାଲୋରୀ ଗ୍ରହଣ

    ତିନି-ଚତୁର୍ଥାଂଶ (୩/୪)ବାଟିରୁ ପୂର୍ଣ୍ଣ ବାଟି

    ୧୨-୨୪

    ୩୦

    ୭୦

    ୫ଥର କିମ୍ବା ବେଶି (ଉପରେ ବର୍ଣ୍ଣିତ)ପ୍ରମୂଖ ଭୋଜନ ମଧ୍ୟରେ ଦୁଇଥର

    ଶିଶୁର ଚାହିଦା ମୁତାବକ (ଗୋଟିଏ ବାଟିରୁ ଅଧିକ )

     

  11. ଜଣେ ମା’ କିପରି ତାର ଶିଶୁକୁ ଅନୁପୂରକ ଖାଦ୍ୟ ସଠିକ୍ ହେଉଛି ବୋଲି ନିଶ୍ଚିତ କରିବେ ?
  12. ସଠିକ୍ ଅନୁପୂରକ ଖାଦ୍ୟ ଅଭ୍ୟାସ ବିଷୟରେ ଅଙ୍ଗନୱାଡି କର୍ମୀ ମା’ ମାନଙ୍କୁ ନିଶ୍ଚୟ ସୂଚନା ଦେବେ । ଶିଶୁକୁ ସଠିକ୍ ସମୟରେ ଅନୁପୂରକ ଖାଦ୍ୟ ଆରମ୍ଭ କରିବା କେବଳ ଗୁରୁତ୍ଵପୂର୍ଣ୍ଣ ନୁହେଁ ସଠିକ୍ ପ୍ରକାରର ଖାଦ୍ୟ ଦେବା ମଧ୍ୟ ସମାନ ଗୁରୁତ୍ଵପୂର୍ଣ୍ଣ ଅଟେ ।

    ଅଙ୍ଗନୱାଡି କର୍ମୀ ମା’ମାନଙ୍କୁ ନିମ୍ନୋକ୍ତ ବିଷୟରେ ନିଶ୍ଚୟ ତାଲିମ୍ ଦେବେ ।

    • ଯେଉଁମାନେ ଶିଶୁପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ତଥା ଖାଦ୍ୟ ଖାଇବେ ସେମାନେ ନିଜର ହାତ ସାବୁନ୍ ଓ ପାଣି ଦ୍ଵାରା ଭଲଭାବରେ ହାତ ଧୋଇବା ଉଚିତ୍ । (ଶିଶୁର ହାତମଧ୍ୟ)
    • ତାଜା ଖାଦ୍ୟ ଦିଅନ୍ତୁ ।
    • ବୋତଲ ବ୍ୟବହାର କରନ୍ତୁ ନାହିଁ କାରଣ ଏହାକୁ ସଫା ରଖିବା କଷ୍ଟକର ଏବଂ ଏହା ସଂକ୍ରମଣର ଆଶଙ୍କାକୁ ବଢାଇଥାଏ।
    • ଘର ଏବଂ ଏହାର ଚାରିପାଖ ସଫା ସୁତୁରା ରହିବା ଦରକାର । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ପରିଷ୍କାର ପାଣି ଏବଂ ଶୌଚାଳୟ ଉପଲବ୍ଧ ହେବା ଆବଶ୍ୟକ । ଯଦି ଏହି ସୁବିଧାର ଅଭାବ ରୁହେ ତେବେ ଏହା ଶିଶୁଠାରୁ ସଂକ୍ରମଣରେ ଆଶଙ୍କା ବିଶେଷ କରି ତରଳଝାଡା ହେବାର ସମ୍ଭାବନାକୁ ବଢାଇଥାଏ ।
  13. ଶିଶୁକୁ ସଠିକ୍ ଅନୁପୂରକ ଖାଦ୍ୟ ଦେବାପାଇଁ ମା’ମାନଙ୍କୁ ଅନ୍ୟ କେଉଁ ବିଷୟପ୍ରତି ସୂଚନା ଦେବା ଆବଶ୍ୟକ ?
    • ଶିଶୁକୁ ଧିରେଧିରେ ଖୁଆନ୍ତୁ ଏବଂ, ଉତ୍ସାହିତ କରି ଖୁଆନ୍ତୁ ଯେପରିକି ଶିଶୁ ବିନା ସାହାଯ୍ୟରେ ଖାଇ ପାରିବ କିନ୍ତୁ ବାଧ୍ୟକରି ଖୁଆନ୍ତୁ ନାହିଁ ।
  14. ଶିଶୁକୁ ଖୁଆଇବା ପାଇଁ ଅଲଗା ପାତ୍ର ବ୍ୟବହାର କରନ୍ତୁ ଏବଂ ମା’/ ଯତ୍ନ ପ୍ରଦାନକାରୀ ଶିଶୁ ପ୍ରକୃତରେ କେତେ ପରିମାଣର ଖାଦ୍ୟ ଖାଉଛି ଦେଖିବା ଉଚିତ ।
    • ଶିଶୁର ପସନ୍ଦ/ନାପସନ୍ଦ ଅନୁଯାୟୀ ଶିଶୁକୁ ବିଭିନ୍ନ ପ୍ରକାରର ଖାଦ୍ୟ ଦିଅନ୍ତୁ ।
    • ଏକ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଖାଦ୍ୟ ଖାଇବା ପାଇଁ ସାହାଯ୍ୟ ଦରକାର ହୁଏ ।
    • ଏହାପରେ ଶିଶୁକୁ ସହାୟତା ଧିରେ ଧିରେ କମ୍ କରିବା ଉଚିତ୍, ଯାହା ଫଳରେ ଶିଶୁ ବିନା ସାହାଯ୍ୟ ଖାଇପାରିବ ।
    • ଶିଶୁକୁ ଖୁଆଇବା ସମୟରେ ଟେଲିଭିଜନ ଦେଖନ୍ତୁ ନାହିଁ କିମ୍ବା ଅନ୍ୟସହ କଥା ହୁଅନ୍ତୁ ନାହିଁ ।
    • ଶିଶୁକୁ ଗୀତ ଏବଂ ଗପକହି ଖାଇବାକୁ ଆଗ୍ରହୀ କରନ୍ତୁ ।
    • କଣ ଖାଇବାକୁ ଦିଆଯାଉଛି ସଫଳତା ତାହା ଉପରେ ନିର୍ଭର କରେ ନାହିଁ ବରଂ କିପରି, କେତେବେଳେ ଏବଂ କାହାଦ୍ୱାରା ଖୁଆ ଯାଉଛି ତାହାପରେ ନିର୍ଭର କରେ ।
    • ଏକୁଟିଆ ଖୁଆଇବା ଅପେକ୍ଷା ପରିବାରର ସମସ୍ତେ ଖାଇବା ସମୟରେ ଶିଶୁକୁ ଖୁଆଇଲେ ସେ ଉତ୍ସାହିତ ହୋଇ ଅଧିକ ଖାଇଥାଏ ।
    • ଶିଶୁକୁ ଥରକରେ ଗୋଟିଏ ପ୍ରକାରର ଖାଦ୍ୟ ଦେଇ ଆରମ୍ଭ କରାନ୍ତୁ ।
    • ଧିରେଧିରେ ଖାଦ୍ୟର ପରିମାଣ, ମାତ୍ରା ବଢାନ୍ତୁ ଏବଂ ବହଳିଆ କରନ୍ତୁ ।
    • ଶିଶୁ ଯେତେଥର ଚାହୁଁଛି ସ୍ତନ୍ୟପାନ କରାନ୍ତୁ ।
    • ଯତ୍ନ ପ୍ରଦାନକାରୀ ଶିଶୁକୁ ଖୁଆଇବା ପୂର୍ବରୁ ନିଜ ହାତକୁ ସାବୁନ୍ ଏବଂ ପାଣିରେ ଭଲଭାବେ ଧୁଅନ୍ତୁ ।
  15. ସଠିକ୍ ଅନୁପୂରକ ଖାଦ୍ୟର ପ୍ରୋତ୍ସାହନ ନିମନ୍ତେ ଅଙ୍ଗନୱାଡି କର୍ମୀଙ୍କ ଭୂମିକା –
  16. ଅଙ୍ଗନୱାଡି କର୍ମୀ ଗର୍ଭବତୀ ଏବଂ ପ୍ରସୂତୀ ମହିଳାଙ୍କ ସହିତ ବାରମ୍ବାର ଆଲୋଚନା କରିବା ଆବଶ୍ୟକ । ଅଙ୍ଗନବାଡି କର୍ମୀ ଏହି ମହିଳାମାନଙ୍କର ପ୍ରଥମସାହାଯ୍ୟକାରୀ, ପ୍ରଥମ ମାର୍ଗ ଦର୍ଶିକା ଏବଂ ପରାମର୍ଶ ଦାତ୍ରୀ ଭାବରେ ଭୂମିକା ଗ୍ରହଣ କରିଥାନ୍ତି । ସେ ପାଇଥିବା ସମସ୍ତ ସୁବିଧାକୁ ବିନିଯୋଗ କରି ମା’ ମାନେ ଯେପରି ଉତ୍କୃଷ୍ଟମାନର ଅନୁପୂରକ ଖାଦ୍ୟ ତାଙ୍କ ପିଲାମାନଙ୍କୁ ଦେଇ ପାରିବେ ସେଥିପାଇଁ ପରାମର୍ଶ ଦେବେ । ନବଜାତ ଓ ଛୋଟଶିଶୁମାନଙ୍କର ଖାଦ୍ୟ ଉପଯୁକ୍ତ ଅଭ୍ୟାସ ସମୂହ ବିଷୟରେ ଅଙ୍ଗନୱାଡି କର୍ମୀ ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ମାନଙ୍କୁ ପରାମର୍ଶ ଦେବେ । ସେ ପୃଷ୍ଟିହୀନତା ଥିବା ଶିଶୁମାନଙ୍କ ସହିତ ସଂଯୋଗ ସ୍ଥାପନ କରିବେ ଏବଂ ସଠିକ୍ ଅନୁପୂରକ ଖାଦ୍ୟ ନଦେବା ଯୋଗୁଁ ଶିଶୁ ପୁଷ୍ଟିହୀନ ହେଉଥିବାର ଯେକୌଣସି କାରଣକୁ ଚିହ୍ନଟ କରିବା ।

ଶିଶୁଙ୍କ ଅପପୃଷ୍ଟିର ଆକଳନ

  1. ଅପପୃଷ୍ଟି କଣ ?
  2. ଅପପୃଷ୍ଟି ଦୁଇ ପ୍ରକାରର ଯଥା – ସ୍ୱଳ୍ପ ପୁଷ୍ଟି ଯୋଗୁ ପୁଷ୍ଟିହୀନତା ଏବଂ ପୁଷ୍ଟି ଅଧିକ୍ୟଜନିତ ସମସ୍ୟା । ପୁଷ୍ଟିହୀନତା ସାଧାରଣତଃ ସ୍ୱଳ୍ପଓଜନ, ଅତିବାଙ୍ଗରା ଏବଂ ଅତି ପତଳା କୁ ବୁଝାଏ ।

    • ସ୍ୱଳ୍ପ ଓଜନ :
    • ଶିଶୁର ଓଜନକୁ ବୃଦ୍ଧି ଚାର୍ଟରେ ବୟସ ଅନୁଯାୟୀ ଚିହ୍ନଟ କରିବା ଦ୍ୱାରା ଯଦି ବିନ୍ଦୁ ହଳଦିଆ ସ୍ତରରେ ପଡେ (2SD ରୁ କମ୍ ଏବଂ 3SD ରୁ ଅଧିକ) ତେବେତାକୁ ମଧ୍ୟମ ଧରଣର କମ୍ ଓଜନର ଶିଶୁ କୁହାଯାଏ । ଯଦି ଶିଶୁର ଓଜନ ଲାଲ୍ ସ୍ତରରେ ପଡେ (3SD ରୁ କମ୍) ତେବେ ତାକୁ ଅତିଶୟ ପୁଷ୍ଟିହୀନ ଶିଶୁ କୁହାଯାଏ ।

    • ଅତି ବାଙ୍ଗରା :
    • ବୟସ ଅନୁଯାୟୀ ଉଚ୍ଚତା ଚାର୍ଟରେ ଯଦି ଶିଶୁର ଉଚ୍ଚତା ହଳଦିଆ ସ୍ତରରେ ରୁହ(2SD ରୁ କମ୍ ଏବଂ 3SD ରୁ ଅଧିକ) ତେବେ ତାକୁ ମଧ୍ୟମ ଧରଣର ବାଙ୍ଗରା ଶିଶୁ କୁହାଯାଏ । ଯଦି ଶିଶୁର ଉଚ୍ଚତା ଲାଲ୍ ସ୍ତରରେ ରୁହେ (3SD ରୁ କମ୍) ତେବେ ତାକୁ ଅତିଶୟ ବାଙ୍ଗରାଶିଶୁ କୁହାଯାଏ ।

    • ଅତି ପତଳା :
    • ଓଜନ ଅନୁଯାୟୀ ଉଚ୍ଚତା ଚାର୍ଟରେ ଯଦି ଶିଶୁର ଓଜନ ହଳଦିଆ ସ୍ତରରେ ରୁହେ (2SD ରୁ କମ୍ ଏବଂ 3SD ରୁ ଅଧିକ)ତେବେ ଶିଶୁକୁ ମଧ୍ୟମ ଧରଣର ପତଳାଶିଶୁ କୁହାଯାଏ । ଯଦି ଶିଶୁ ଲାଲ ସ୍ତରରେ ରୁହେ ତେବେ ତାକୁ ଅତିଶୟ ପତଳା ଶିଶୁ କୁହାଯାଏ ।

      ଯଦି ଏକ ଶିଶୁର ଉପର ହାତର ମଝି ଗୋଲେଇ (CMUAC)(୧୨ ସେ.ମି.) ବା ୧୨ ସେମିରୁ କମ୍ ଏବଂ ୧୧.୫ ସେମିରୁ ଅଧିକ ଥାଏ ତେବେ ତାକୁ ମଧ୍ୟମ ଧରଣର ପତଳାଶିଶୁ ଏବଂ ଯାହାର ଉପର ମଝି ଗୋଲେଇ ୧୧.୫ ସେ.ମିରୁ କମ୍ ଥାଏ ତେବେ ତାକୁ ଅତିଶୟ ପତଳା ଶିଶୁ କୁହାଯାଏ ।

  3. ଅଙ୍ଗନୱାଡି କର୍ମୀ କାହାକୁ ଅପପୃଷ୍ଟି ଶିଶୁ ବୋଲି ବାଛିବେ ?
  4. ଅଙ୍ଗନୱାଡି କର୍ମୀ ଅଙ୍ଗନୱାଡି କେନ୍ଦ୍ର ଅଧିନସ୍ଥ ସମସ୍ତ ଶିଶୁଙ୍କର ବୃଦ୍ଧିକୁ ନିୟମିତ ନିରୀକ୍ଷଣ କରିବେ । ପ୍ରତିମାସରେ ସେ ଥରେ ସମସ୍ତେ ଶିଶୁର ଓଜନ ନେବେ ଏବଂ ବୟସ ଅନୁଯାୟୀ ଓଜନ ଚାର୍ଟରେ ଶିଶୁର ଅପପୃଷ୍ଟିକୁ ଚିହ୍ନଟ କରିବା ପାଇଁ ସବୁବେଳେ ସଜାଗ ରହିବେ । ନିୟମିତ ଶିଶୁମାନଙ୍କର ଓଜନକୁ ନିରୀକ୍ଷଣ କରିବା ଛଡା ଅଙ୍ଗନୱାଡି କର୍ମୀ ତାଙ୍କ ଅଧିନସ୍ତ ସମସ୍ତ ଶିଶୁଙ୍କର ଉପରହାତର ମୋଟେଇ ମଧ୍ୟ ମାପିବେ । ଚିହ୍ନଟ କରାଯାଇଥିବା ମଧ୍ୟମଧରଣର ପୃଷ୍ଟିହୀନ ଶିଶୁଙ୍କର ଯତ୍ନ ପ୍ରଦାନକାରୀଙ୍କୁପରାମର୍ଶ ଦେବା ସହିତ ଶିଶୁ ସ୍ୱାସ୍ଥ୍ୟର ସ୍ଥିତିକୁ ବାରମ୍ବାର ନିରୀକ୍ଷଣ କରିବେ । ଚିହ୍ନଟ କରାଯାଇଥିବା ଯେକୌଣସି ଅତିଶୟ ପୃଷ୍ଟିହୀନ ଶିଶୁକୁ ଉନ୍ନତ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରେରଣ କରିବେ ଓ ଅନୁସରଣ କରିବେ ।

    ଶିଶୁର ପୋଷଣ ସ୍ଥିତିକୁ ନିୟମିତ ନିରୀକ୍ଷଣ କରିବା ଛଡା ସେଠାରେ ଆହୁରି ଅନେକ ପରିସ୍ଥିତି ହୋଇପାରେ । ଯେତେବେଳେ କି ଅଙ୍ଗନୱାଡି କର୍ମୀ ଶିଶୁର ପୁଷ୍ଟିହୀନତା ଆକଳନ କରିବା ଆବଶ୍ୟକ । ଶିଶୁର ଅତ୍ୟଧିକ ଅସୁସ୍ଥତା ଯୋଗୁଁ ମା ଶିଶୁଟିକୁ ଅଙ୍ଗନୱାଡି କେନ୍ଦ୍ରକୁ ଆଣି ଥାଇ ପରେ । ଶିଶୁର ପୁଷ୍ଟିହୀନତାର କୌଣସି ନିର୍ଦ୍ଧିଷ୍ଟ ସୂଚନା ନ ଥାଇ ପରେ । ଅଙ୍ଗନୱାଡି କର୍ମୀ ତାକୁ ଅନୁଭବ କରିବା ଉଚିତ ଯେ, ଯେକୌଣସି ଅସୁସ୍ଥ ଶିଶୁ ପୁଷ୍ଟିହୀନତା ଶିକାର ହୋଇପାରେ, ଏବଂ ଶିଶୁର ପୁଷ୍ଟିହୀନତା ଆକଳନ କରିବା ଉଚିତ ।

  5. ଶିଶୁଟି ଅପପୃଷ୍ଟିକୁ ଚିହ୍ନଟ କରିବା କାହିଁକି ଆବଶ୍ୟକ/ ପୁଷ୍ଟିହୀନ ଶିଶୁଙ୍କର ଯଥାଶୀଘ୍ର ଚିହ୍ନଟିକରଣ କାହିଁକି ଗୁରୁତ୍ଵପୂର୍ଣ୍ଣ ?
  6. ପୁଷ୍ଟିହୀନ ଶିଶୁ ବିଭିନ୍ ରୋଗରେ ଆକ୍ରାନ୍ତ ହେବା ଏବଂ ମୃତ୍ୟୁ ମୁଖରେ ପଡିବାର ବିପଦଅଧିକ ଥାଏ । ଏପରିକି ସ୍ୱଳ୍ପ ଏବଂ ମଧ୍ୟମ ଧରଣର ପୃଷ୍ଟିହୀନତା ଶିଶୁମାନଙ୍କର ମୃତ୍ୟୁ ସମ୍ଭାବନାକୁ ମଧ୍ୟ ବଢାଇ ଦେଇଥାଏ। ପୁଷ୍ଟିହୀନତା ଥିବା ଶିଶୁମାନଙ୍କୁ ଚିହ୍ନଟ କରିବା ଏବଂ ଚିକିତ୍ସା କରିବା ଦ୍ୱାରା ଅନେକ ଗୁରୁତର ରୋଗ ଏବଂ ମୃତ୍ୟୁକୁ ଏଡାଇ ଦିଆଯାଇପାରେ। କେତେକ ପୁଷ୍ଟିହୀନତା ସମସ୍ୟାରେ ଚିକିତ୍ସା ଘରେ ମଧ୍ୟ ଚିକିତ୍ସା କରାଯାଇପାରେ । ପୁଷ୍ଟିହୀନତାକୁ ଯଦି ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଇ ପାରିବ ଏବଂ ଯତ୍ନ ନିଆଯାଇ ପାରିବ ତାହେଲେ ବିପରୀତ ପରିଣତିକୁ ଏଡାଇ ଦିଆଯାଇ ପାରିବ । ସେଥିପାଇଁ ପୁଷ୍ଟିହୀନତାକୁ ଯଥାଶୀଘ୍ର ସମ୍ଭବ ଚିହ୍ନଟ କରିବା ଆବଶ୍ୟକ ଯାହା ଫଳରେ ଠିକ୍ ସମୟରେ ଆବଶ୍ୟକୀୟ ପ୍ରତିକାର କରାଯାଇପାରିବ ।

  7. ଜଣେ ଅଙ୍ଗନୱାଡି କର୍ମୀ କିପରି ଶିଶୁମାନଙ୍କର ପୋଷଣର ସ୍ଥିତିକୁ ଅନୁସରଣ କରିବେ ?
    • ଜନ୍ମରୁ ୫ ବର୍ଷରୁ ସମସ୍ତ ଶିଶୁଙ୍କୁ ଓଜନ କରିବେ ଏବଂ ବୟସ ଅନୁଯାୟୀ ଓଜନ ଚାର୍ଟରେ ଚିହ୍ନଟ କରିବେ । ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବା ପାଇଁ ସଠିକ୍ କୌଶଳ ହେଉଛି ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା ଦ୍ୱାରା ପ୍ରବର୍ତ୍ତନ ନୂତନ ଅଭିବୃଦ୍ଧି ପର୍ଯ୍ୟବେକ୍ଷଣ ନୀତି ।
    • ଉପର ହାତର ମଝି ମୋଟେଇ ମାପିବା ପାଇଁ ବ୍ୟବହୃତ ଫିତା ସାହାଯ୍ୟରେ ଅତି ପତଳା ଶିଶୁମାନଙ୍କୁ ଚିହ୍ନଟ କରନ୍ତୁ । ଯେଉଁ ଶିଶୁର ମଝିହାତର ମୋଟେଇ ୧୧.୫ ସେ.ମିରୁ କମ୍ ତାକୁ ମଧ୍ୟମ ଧରଣର ପତଳାଶିଶୁ କୁହାଯିବ ।
    • ବୟସ ଅନୁଯାୟୀ ଉଚ୍ଚତା ଚାର୍ଟ ଦ୍ୱାରା ବାଙ୍ଗରା ଶିଶୁମାନଙ୍କ ଚିହ୍ନଟ କରନ୍ତୁ । ଶିଶୁର ଦେହରୁ ପୋଷାକ କାଢି ଅଶେୟ ପତଳା ଶିଶୁକୁ ଚିହ୍ନଟ କରନ୍ତୁ । କାନ୍ଧ, ବାହୁ, ଅଣ୍ଟାତଳ ଏବଂ ଗୋଡରେ ଅତିଶୟ ମାଂସପେଶୀୟ କ୍ଷୟକୁ ଦେଖନ୍ତୁ । ଦେଖନ୍ତୁ ଶିଶୁର ଛାତିର ପଞ୍ଜରାହାଡ ଗୁଡିକ ସହଜରେ ଗଣି ହୋଇ ଯାଉଛି କି ଦେଖନ୍ତୁ । ଶିଶୁର ପିଚା ପାଖକୁ ଦେଖନ୍ତୁ ଏହା ଛାତି ଏବଂ ପେଟ ତୁଳନାରେ ଛୋଟ ଦେଖାଯାଉଥିବ । ଗୋଟିଏ କଡରୁ ଶିଶୁକୁ ଦେଖିଲେ ତାର ପିଚା ତଳର ଚର୍ବି ଅଂଶ ନଥିଲା ପରି ଦେଖା ଯାଉଥିବ । ଯେତେବେଳେ ମାଂସପେଶୀର ଅତିଶୟ କ୍ଷୟ ଘଟେ ସେତେବେଳେ ଜଙ୍ଘ ଏବଂ ପିଚା ପାଖରେ ଚମଡାର ଭାଙ୍ଗ ଦେଖିବାକୁ ମିଳେ । ଏହା ଶିଶୁ ପରଦାପରି ସୂତା ପିନ୍ଧିଲା ପରି ଦେଖାଯାଏ । ମାଂସପେଶୀୟ ହ୍ରାସ ଦେଖିବାକୁ ଦୁଇ ପାଦର ଫୁଲାକୁ ଦେଖନ୍ତୁ ।
  8. ଶିଶୁଥରେ ପୁଷ୍ଟିହୀନ ଥିବାର ଚିହ୍ନଟ ହେଲେ ଅଙ୍ଗନୱାଡି କର୍ମୀ କ’ଣ କରିବେ ?
    • ଅଙ୍ଗନୱାଡି କର୍ମୀ କେବଳ ଶିଶୁମାନଙ୍କ ଥରେ ପୁଷ୍ଟିହୀନତା ଅଛି ବୋଲି ଚିହ୍ନଟ କରିଲେ ହେବନାହିଁ। ତାଙ୍କୁ ଏହାର ସମ୍ଭାବ୍ୟ କାରଣକୁ ଜାଣିବା ସହିତ ଉପଯୁକ୍ତ ପରାମର୍ଶ ଦେବା, ଶିଶୁର ପୃଷ୍ଟିହୀନତାର କାରଣ ଚିହ୍ନଟ କରିବା, ପୁଷ୍ଟିହୀନ ଶିଶୁମାନଙ୍କୁ ଅନୁସରଣ କରି ନିଶ୍ଚିତ କରିବା ଆବଶ୍ୟକ । ନିୟମିତ ଯତ୍ନକୁ ନିଶ୍ଚିତ କରିବା ଏବଂ ଯାହାର ଯତ୍ନ ଏବଂ ଚିକିତ୍ସା ଆବଶ୍ୟକ ତାକୁ ଉନ୍ନତ ଚିକିତ୍ସାପାଇଁ ପ୍ରେରଣ କରିବା ଆଦି ସେବା ଯୋଗାଇଦେବା ଆବଶ୍ୟକ ।
    • ମଧ୍ୟମ ଧରଣର କମ୍ ଓଜନଥିବା ଯଦି କୌଣସି ଶିଶୁ ଚିହ୍ନଟ ହୁଏ ତେବେ ଅଙ୍ଗନୱାଡି କର୍ମୀ, ମା’/ଯତ୍ନ ପ୍ରଦାନକାରୀଙ୍କୁ ପରାମର୍ଶ ଦେବେ, ସେମାନଙ୍କ ସହିତ ପରିସ୍ଥିତି ବିଷୟରେ ଆଲୋଚନା କରିବେ ଏବଂ ପୁଷ୍ଟିହୀନ ହେବାର ସମ୍ଭାବ୍ୟ କାରଣ ଗୁଡିକୁ ଚିହ୍ନଟ କରିବେ, ଉପଯୁକ୍ତ ଖାଦ୍ୟ ଏବଂ ପରିଚ୍ଛନ୍ନତା ଅଭ୍ୟାସ ପାଇଁ ମା’/ଯତ୍ନ ପ୍ରଦାନକାରୀଙ୍କୁ ଉତ୍ସାହିତ କରିବେ । ଶିଶୁ ପୁଷ୍ଟିଗତ ସ୍ଥିତିରେ ଉନ୍ନତି/ ହ୍ରାସକୁ ଅଙ୍ଗନୱାଡି କର୍ମୀ ପର୍ଯ୍ୟବେକ୍ଷଣ କରିବା ସହିତ ଉନ୍ନତିପାଇଁ ଅନୁସରଣ କରିବେ ।
    • ଯଦି କୌଣସି ଅତିଶୟ ପୃଷ୍ଟିହୀନ ଶିଶୁ ଚିହ୍ନଟ ହୁଏ ଅଙ୍ଗନୱାଡି କର୍ମୀ ନିଶ୍ଚୟ ମା’/ ଯତ୍ନପ୍ରଦାନକାରୀଙ୍କୁ ପରାମର୍ଶ ଦେବେ । ପ୍ରତିଟି ଅତିଶୟ ପୃଷ୍ଟିହୀନ ଶିଶୁକୁ ପୁଷ୍ଟିକର ଦିବସ ଦିନ (ପ୍ରତିମାସର ୧୫ ତାରିଖ) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ପଠାଇବେ । ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ଶିଶୁମାନଙ୍କର ପୁଷ୍ଟିଗତ ସ୍ଥିତି ମଧ୍ୟ ଅନୁସରଣ କରାଯିବା ଉଚିତ୍ ।
    • ଯଦି ଗୋଟିଏ ମଧ୍ୟମ ଧରଣର ପତଳାଶିଶୁ ଚିହ୍ନଟ କରାଯିବ ତେବେ ଅଙ୍ଗନୱାଡି କର୍ମୀ ମା’/ଯତ୍ନ ପ୍ରଦାନକାରୀଙ୍କୁ ଉପଯୁକ୍ତ (ନବଜାତ ଏବଂ ଛୋଟ ଶିଶୁଙ୍କ ଖାଦ୍ୟ ଅଭ୍ୟାସ ସମୂହ-IYCF) ବିଷୟରେ ପରାମର୍ଶ ଦେବେ । ସେ ଶିଶୁର ପୁଷ୍ଟିଗତ ସ୍ଥିତକୁ ନିୟମିତ ଭାବେ ଅନୁସରଣ କରିବା ଉଚିତ୍ ।
    • ଯେ କୌଣସି ଅତିଶୟ ପୁଷ୍ଟିହୀନ ଶିଶୁ ଯଦି ଚିହ୍ନଟ ହୁଏ, ତେବେ ଅଙ୍ଗନୱାଡି ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରାମର୍ଶ ପାଇଁ ପଠାଇବେ, ଯେଉଁଠାରୁ ଶିଶୁଙ୍କୁ ପୁଷ୍ଟିଗତ ଯତ୍ନ ନେଉଥିବା କେନ୍ଦ୍ର (NRC)କୁ ପରାମର୍ଶ ପାଇଁ ପଠାଇବେ ।
  9. ଏହା ବ୍ୟତୀତ ଅଙ୍ଗନୱାଡି କର୍ମୀ ନିମ୍ନୋକ୍ତ ବିଷୟରେ ଯତ୍ନ ନେବେ –
    • ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟମ ଧରଣର ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଅତିରିକ୍ତ ଖାଦ୍ୟ ଦିଆଯିବା ଦରକାର ।
    • ଗୃହ ପରିଦର୍ଶନ ସମୟରେ ପୁଷ୍ଟିହୀନ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ନିରୀକ୍ଷଣ କରିବେ ।
    • ପୁଷ୍ଟିହୀନ ଶିଶୁମାନଙ୍କର ଯେପରି ସମ୍ପୂର୍ଣ୍ଣ ଟୀକା କରଣ ହେବ ନିଶ୍ଚିତ କରିବେ ।
    • ଅତିଶୟ ପୁଷ୍ଟିହୀନ ଶିଶୁ ଯେଉଁମାନଙ୍କର ଅଳ୍ପ ବା ମଧ୍ୟମ ଧରଣର ପାଦ ଫୁଲା ଥିବ ଏବଂ କ୍ଷୁଧା ମଧ୍ୟ ଭଲଥିବ କିନ୍ତୁ ଅତିଶୟ ପତଳା ହୋଇ ନଥିବ ତାକୁ ଘରେ ରାଖୀ ଚିକିତ୍ସା କରାଯାଇ ପାରିବ ।
    • ପୁଷ୍ଟ ସମ୍ବନ୍ଧୀୟ ପୁନଃସଂସ୍ଥାନ କରିବାପାଇଁ କୌଣସି ଜଟିଳତା ନଥିବା ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ସ୍ଥାନୀୟ ଉପଯୁକ୍ତ ଖାଦ୍ୟ ଉପଲବ୍ଧ ହେଉନଥିଲେ, ବ୍ୟବହାର ପାଇଁ ପ୍ରସ୍ତୁତ ଆରୋଗ୍ୟକାରୀ ଖାଦ୍ୟ (RUTF)ଦେଇ ସେମାନଙ୍କର ଚିକିତ୍ସା କରିହେବ ।
    • ଜଟିଳତା ନଥିବା ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଘରେ ରଖି ପୌଷ୍ଟିକ ଖାଦ୍ୟ ଦେଇ ଚିକିତ୍ସା କରିହେବ । ପାରିବାରିକ ଖାଦ୍ୟକୁ ଯତ୍ନ ସହକାରରେ ବାଛି କମ୍ ମୂଲ୍ୟରେ ପ୍ରସ୍ତୁତ କରାଯାଇପାରେ କିନ୍ତୁ ଉପଯୁକ୍ତ ଜୀବସାର ଏବଂ ଧାତୁସାର ଶିଶୁକୁ ମିଳୁଥିବା ଆବଶ୍ୟକ ।

    ପୁଷ୍ଟିହୀନତା ସହିତ ଅନ୍ୟାନ୍ୟ ଜଟିଳତା ଥିବା ଶିଶୁମାନଙ୍କୁ ଚିକିତ୍ସାଳୟକୁ ପ୍ରେରଣ କରିବା ଉଚିତ୍ ।

  10. ଅପପୁଷ୍ଟିର ପ୍ରକାର ଭେଦଗୁଡିକ କ’ଣ ଯାହାଦ୍ୱାରା ପୁଷ୍ଟିହୀନତାକୁ ଚିହ୍ନଟ କରିହେବ ?
  11. ଶିଶୁମାନଙ୍କର ପୁଷ୍ଟିହୀନତାର ପରିଚାଳନାରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା କ’ଣ ?
  12. ଶିଶୁମାନଙ୍କଥରେ ପୁଷ୍ଟିହୀନତାର ନିର୍ଦ୍ଧାରଣ ଓ ପରିଚାଳନା କରିବାରେ ଅଙ୍ଗନୱାଡି କର୍ମୀଙ୍କର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଶିଶୁମାନଙ୍କ ଠାରେ ପୁଷ୍ଟିହୀନତା କୁ ହ୍ରାସ କରିବା ସହିତ ପୁଷ୍ଟିହୀନତାରୁ ଶିଶୁମାନଙ୍କୁ ଦୂରେଇ ରଖିବାକୁ ଅଙ୍ଗନୱାଡିକର୍ମୀଙ୍କୁ ନିମ୍ନୋକ୍ତ କାର୍ଯ୍ୟ ନିଶ୍ଚୟ କରିବାକୁ ପଡିବ –

    • ଶିଶୁର ମା’, ବାପା, କିମ୍ବା ଅଭିଭାବକଙ୍କୁ ଶିଶୁ ପୁଷ୍ଟିହୀନତାରେ ଆକ୍ରାନ୍ତ ହୋଇଛି ଏବଂ ତା’ପାଇଁ ଅତିରିକ୍ତ ଧ୍ୟାନଦେବା ଆବଶ୍ୟକ ବୋଲି ଜଣାଇ ଦିଅନ୍ତୁ ।
    • ଅପପୁଷ୍ଟିର ବିପଦପୂର୍ଣ୍ଣ ପ୍ରଭାବ ବିଷୟରେ ମାତା, ପିତା ଏବଂ ଗୋଷ୍ଠୀଙ୍କୁ ବୁଝାଇବେ ।
    • ଉପଯୁକ୍ତ ବୃଦ୍ଧି ଏବଂ ବିକାଶ ପାଇଁ ଶିଶୁର ଦ୍ରୁତ ଗତିରେ ବୃଦ୍ଧି ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଆବଶ୍ୟକ ବୋଲି ବୁଝାଇବେ ।
    • ଶିଶୁକୁ ଦୁଇବର୍ଷ ଯାଏଁ ସ୍ତନ୍ୟପାନ କରାଇବାର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ବୁଝାନ୍ତୁ ଏବଂ ଶିଶୁକୁ ୬ମାସ ହେବା ପରଠାରୁ ସ୍ତନ୍ୟପାନ ସହିତ ଯଥେଷ୍ଟ ପରିମାଣର ଅନୁପୁରକ ଖାଦ୍ୟ ଦେବାର ଆବଶ୍ୟକତା ଉପରେବି ଗୁରୁତ୍ଵ ଦେବାପାଇଁ କହିବେ ।
    • ପୁଷ୍ଟିହୀନତାରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ଖାଦ୍ୟ (ଅଧିକ ଥରଖାଦ୍ୟ) ଖାଇବା ନିତାନ୍ତ ଆବଶ୍ୟକ ବୋଲି କହିବେ । ୬ମାସ ପରଠାରୁ ଶିଶୁକୁ ସ୍ତନ୍ୟପାନ ସହିତ ଦିନକୁ ଆଉ ୫ ବା ୫୦ ଥର ଉପଯୁକ୍ତ ପରିମାଣର ଖାଦ୍ୟ ଖୁଆଇବା ଦରକାର । ଶିଶୁର ସ୍ଵାଭାବିକ ଓଜନ ହାସଲ କରିବାପାଇଁ ଅନୁପୁରକ ଖାଦ୍ୟ ଦେବା ଉଚିତ୍ ।
    • ପୁଷ୍ଟିହୀନ ଶିଶୁକୁ ଯେଉଁ ପ୍ରକାରର ଖାଦ୍ୟ ଦିଆଯିବା ଆବଶ୍ୟକ ତାହା ମାତା-ପିତା ଓ ଅଭିଭାବକଙ୍କୁ ଶିକ୍ଷା ଦେବେ ।
    • ନିଜ ଅଞ୍ଚଳରେ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଖାଦ୍ୟଶସ୍ୟ, ଡାଲି ଓ ପରିବା ବ୍ୟବହାର କରି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରବର୍ତ୍ତାଇବା ଉଚିତ୍ । ଅଙ୍ଗନୱାଡି କର୍ମୀ ତାହା ନିଜେ ପ୍ରସ୍ତୁତ କରି ଦେଖାଇବା ସହିତ ସେମାନଙ୍କୁ ଶିଖାନ୍ତୁ ।
    • ପରିବାରର ଖାଦ୍ୟକୁ ପରିବର୍ତ୍ତନ କରି କିପରି ଅଧିକ ପୁଷ୍ଟିସାର କରାଯାଇପାରିବ । ସେ ବିଷୟରେ ଶିଶୁଙ୍କର ପିତା-ମାତାଙ୍କୁ ଶିକ୍ଷା ଓ ପରାମର୍ଶ ଦେବେ । ଶିଶୁ ଖାଦ୍ୟ ମିଶ୍ରଣ ବ୍ୟବହାରର ବିଭିନ୍ନ ଅପକାରିତା ଗୁଡ଼ିକ ବିଷୟରେ ମାତା-ପିତାଙ୍କୁ ବୁଝାଇବେ ।
    • ଅଙ୍ଗନୱାଡି କର୍ମୀ ଗୋଷ୍ଠୀକୁ ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟ ବିଷୟରେ ଶିକ୍ଷା ଦେବା ଉଚିତ । ରକ୍ଷାକାରୀ ଖାଦ୍ୟ ଗୁଡ଼ିକ ମଧ୍ୟରେ କ୍ଷୀର, ଦହି ଲସି, ଅଣ୍ଡା, ମାଛ, ଫଳ ଓ ପରିବା ଯଥା – ଅମୃତ ଭଣ୍ଡା, ଆମ୍ବ, ସପେଟା, କଦଳୀ ଇତ୍ୟାଦିର ଚକଟା ଏବଂ ସବୁଜ ପନିପରିବା ଗାଜର ଓ କଦଳୀ ସିଝାର ଚକଟା ଯାହାକି ଶିଶୁର ସ୍ଵାଭାବିକ ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଶିଶୁକୁ କୁପୋଷଣକୁ ରକ୍ଷା କରିଥାଏ ।
    • ପରିବାରରେ ଝିଅକୁ ଆଢ୍ୟ ପୁଅପରି ସମାନ ଗୁରୁତ୍ଵ ଦେଇ ଖାଇବାକୁ ଦେବାପାଇଁ କହିବେ ।
    • ଆଇ.ସି.ଡି.ଏସ୍ ର ପରିପୂରକ ଖାଦ୍ୟର ଗୁଣବତ୍ତ ବିଷୟରେ ବୁଝାଇବେ
    • ଶିଶୁମାନଙ୍କର ମା’ମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ମାସ ଶିଶୁର ଓଜନନେଇ ବୃଦ୍ଧି ଚାର୍ଟରେ ଚିହ୍ନିତ କରି ଶିଶୁର ଶାରୀରିକ ବୃଦ୍ଧିର ଦେଖାଶୁଣା କରିବେ ।
    • ଶିଶୁର ଯତ୍ନ ଏବଂ ଖାଦ୍ୟ ଖାଇବା ବିଷୟରେ ନିଜେ ଆସି ପ୍ରଶ୍ନ ପଚାରିବା ପାଇଁ ମା’ମାନଙ୍କୁ ଉତ୍ସାହିତ କରିବେ ।
    • ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର ପାଇଁ ମା’/ଯତ୍ନପ୍ରଦାନକାରୀଙ୍କୁ ବୁଝାଇବେ ।
    • ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଏବଂ ଖୁଆଇବା ବେଳେ ପିତାମାତାଙ୍କୁ ଖାଦ୍ୟ ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବିଷୟରେ ଶିକ୍ଷାଦେବେ ।
    • ଶିଶୁର ଚିକିତ୍ସା ସମୟରେ ସ୍ତନ୍ୟପାନକୁ ଅନ୍ତର୍ଭୁକ୍ତ କରାନ୍ତୁ ଏବଂ ଛୋଟଶିଶୁ ମାନଙ୍କର ଖାଦ୍ୟ ଅଭ୍ୟାସ ବିଷୟରେ ବାର୍ତ୍ତା ଦିଅନ୍ତୁ ।
    • ୬ମାସରୁ କମ୍ ବୟସର ଶିଶୁକୁ ବ୍ୟବହାର ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ କିମ୍ବା କଠିନ ଖାଦ୍ୟ ଦେବା ଅନୁଚିତ୍।

ଗୋଷ୍ଠୀ ବୃଦ୍ଧିଚାର୍ଟ

  1. ଗୋଷ୍ଠୀ ବୃଦ୍ଧିଚାର୍ଟ କହିଲେ କଣ ବୁଝ ?
  2. ନାମରେ ଦର୍ଶାଯାଇଥିବା ପରି, ଗୋଷ୍ଠୀ ଓଜନବୃଦ୍ଧି ଚାର୍ଟ, ଶିଶୁମାନଙ୍କର ପୁଷ୍ଟିସାରଣ ସ୍ଥିତି ଜାଣିବାରେ ସାହାଯ୍ୟକରେ। ଏଗୁଡ଼ିକ ପୁଅ ଓ ଝିଅଙ୍କ ପାଇଁ ଅଲଗାଅଲଗା ୪ଫୁଟରେ ୩ଫୁଟ କ୍ଷେତ୍ର ବିଶିଷ୍ଟ ବ୍ୟାନ୍ ରରେ ପ୍ରସ୍ତୁତ ଏବଂ ଏହା ଅଙ୍ଗନୱାଡି କେନ୍ଦ୍ରରେ ଝୁଲା ହୋଇଥାଏ ।

  3. ଏହି ଗୋଷ୍ଠୀ ବୃଦ୍ଧି ଚାର୍ଟ ଗୁଡିକୁ କିପରି ବ୍ୟବହାର କରିବେ ?
  4. ଗୋଷ୍ଠୀ ବୃଦ୍ଧି ଚାର୍ଟ ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ୨ଟି କରି (ପୁଅ ପାଇଁ ଗୋଟିଏ ଏବଂ ଝିଅପାଇଁ ଗୋଟିଏ ) ଯୋଗାଇ ଦିଆଯାଇଛି । ଏହି ଚାର୍ଟ ଗୁଡ଼ିକ ନୂତନ ବିଶ୍ଵସ୍ୱାସ୍ଥ୍ୟ ସଂସ୍ଥାର ବୃଦ୍ଧି ପରିମାପକନୀତି ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଯେତେବେଳେ ଶିଶୁମାନେ ଅଙ୍ଗନୱାଡି କେନ୍ଦ୍ରକୁ ମମତା ଦିବସ/ ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ଦିବସ VHND କୁ ଆସିବେ ଅଙ୍ଗନୱାଡି କର୍ମୀ ଏବଂ ସାହାଯ୍ୟକାରିଣୀ ସମସ୍ତ ଶିଶୁଙ୍କର ଓଜନ ନେଇ ବୃଦ୍ଧି ନିରୀକ୍ଷଣ ରେଜିଷ୍ଟରରେ ଉଲ୍ଲେଖ କରିବେ। ଏହା ସହିତ ଅଙ୍ଗନୱାଡି କର୍ମୀ ସମସ୍ତ ଓଜନକୁ ତାଙ୍କର ବୟସ ଅନୁସାରେ ଗୋଷ୍ଠୀ ବୃଦ୍ଧି ଚାର୍ଟରେ ବିଭିନ୍ନ ରଙ୍ଗ/ ବିନ୍ଦିରେ ଚିହ୍ନଟ କରିବେ ଉଦାହରଣ ସ୍ୱରୂପ ଯଦି ୦-୫ ବର୍ଷ ବୟସ ଭିତରେ ୫୦ ଜଣ ଶିଶୁଥିବେ ଏବଂ ତାଙ୍କୁ ଓଜନ କଲାପରେ ୩୫ଜଣ ସବୁଜସ୍ତରରେ, ୧୨ଜଣ ହଳଦିଆ ସ୍ତରରେ ଏବଂ ୩ଜଣ ଲାଲ୍ ସ୍ତରରେ ଥିବେ ତେବେ ଅଙ୍ଗନୱାଡି କର୍ମୀ ସମସ୍ତ ରଙ୍ଗିନ୍ ବିନ୍ଦିଦ୍ଵାରା –ସବୁଜ (୩୫),ହଳଦିଆ(୧୨) ଏବଂ ଲାଲ୍ (୩) ରେ ଚିହ୍ନିତ କରିବେ ।

  5. ଗୋଷ୍ଠୀ ବୃଦ୍ଧିଚାର୍ଟ କିପରି ଏକ ପରାମର୍ଶ ଉପକରଣ ରୂପେ ବ୍ୟବହାର କରାଯିବ ?
  6. ଗୋଷ୍ଠୀକୁ ଶିଶୁମାନଙ୍କର ପୁଷ୍ଟିସାରଣ ସ୍ଥିତିକୁ ବୁଝାଇବା ପାଇଁ ଗୋଷ୍ଠୀ ବୃଦ୍ଧିଚାର୍ଟ ନିହାତି ବ୍ୟବହାର କରାଯାଏ । ତେଣୁ ଗୋଷ୍ଠୀର ଶିଶୁମାନଙ୍କର ପୁଷ୍ଟିଗତ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଏକ ସୁଧାରକାରୀ ଉପକରଣ ରୂପେ ବ୍ୟବହାର କରାଯାଇ ପାରିବ । ଯେତେବେଳେ ଜଣେ ଅଙ୍ଗନୱାଡି କର୍ମୀ ଶିଶୁଙ୍କର ଓଜନକୁ ଗୋଷ୍ଠୀ ବୃଦ୍ଧି ଚାର୍ଟରେ ଚିହ୍ନଟ କରିବେ ଏହା ଏକ ପ୍ରଭାବଶାଳୀ ଉପକରଣ ଭାବେ ନିଷ୍ପତ୍ତି ନେଉଥିବା ଗ୍ରାମବାସୀ ଯଥା – ଯାଞ୍ଚ କମିଟିର ସଭ୍ୟ, ମାତୃକମିଟିର ସଭ୍ୟ, ANM/HW(F) ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଶିଶୁମାନଙ୍କର ପୁଷ୍ଟିଗତ ସ୍ଥିତିକୁ ଉନ୍ନତ କରିବାକୁ ପଦକ୍ଷେପ ନେବାରେ ସାହାଯ୍ୟ କରିବ । ଆହୁରି ମଧ୍ୟ ଏହା ଏକ ପରାମର୍ଶ ଉପକରଣ ଭାବେ ମା’ ଏବଂ ପରିବାର ସଦସ୍ୟ, ଯେଉଁମାନଙ୍କର ହଳଦିଆ ଏବଂ ଲାଲରଙ୍ଗ ସ୍ତରରେ ଶିଶୁ ଥିବେ, ସେମାନଙ୍କୁ ପରାମର୍ଶ ଦେବାରେ ସାହାଯ୍ୟ କରିବ । ନିଜସ୍ୱ ବୃଦ୍ଧି ଚାର୍ଟରେ ଶିଶୁର ବୃଦ୍ଧି ରେଖାର ଗତି ସହିତ ଗୋଷ୍ଠୀବୃଦ୍ଧି ଚାର୍ଟରେ ଅନ୍ୟ ସବୁଜରଙ୍ଗରେ ଥିବା ଶିଶୁମାନଙ୍କ ସହିତ ତୁଳନାକରି ସୁଅଭ୍ୟାସ ଗୁଡିକୁ ପାଳନ କରିବାକୁ ବୁଝାନ୍ତୁ । ଆହୁରି ମଧ୍ୟ ଯଦି ଲାଲରଙ୍ଗ ସ୍ତରରେ ବହୁତ ଶିଶୁଥିବେ ଏବଂ ଅନେକ ଶିଶୁଙ୍କର ବୃଦ୍ଧି ରେଖାର କୌଣସି ଉନ୍ନତି ହେଉନଥିବ ଅଙ୍ଗନୱାଡି କେନ୍ଦ୍ରରେ ସ୍ଵତନ୍ତ୍ର ପରାମର୍ଶ ବା ନିୟମିତ ଗୃହ ପରିଦର୍ଶନ ପରି ନୂତନ କୌଶଳ ଅବଲମ୍ବନ କରାଯାଇପାରିବ ।

ଉନ୍ନତି ଚିକିତ୍ସା ପାଇଁ ପ୍ରେରଣ (ପୁଷ୍ଟିକର ଦିବସ )

  1. ପୁଷ୍ଟିକର ଦିବସର ଆଭିମୁଖ୍ୟ କ’ଣ ?
  2. ପ୍ରତ୍ୟେକ ମାସ ୧୫ ତାରିଖରେ ପୁଷ୍ଟିକର ଦିବସ ପାଳନ କରାଯାଏ । ଏହିଦିନ ସମସ୍ତ ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ଯେଉଁମାନଙ୍କର ଓଜନ, ବୟସ ଅନୁଯାୟୀ ଓଜନ ବୃଦ୍ଧି ଚାର୍ଟରେ ଚିହ୍ନଟ କଲେ ଲାଲ୍ ରଙ୍ଗରେ ରୁହେ ବା ଉପର ହାତର ମଝି ଗୋଲେଇ (MUAC) ଯଦି ୧୧.୫ସେ.ମି. ରୁ କମ୍ ରୁହେ (ମାଂସପେଶୀର ଅତିଶୟ କ୍ଷୟ) ଉନ୍ନତ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଏ । ଅଙ୍ଗନୱାଡି କର୍ମୀ କିମ୍ବା ANM ଓ ଶିଶୁମାନଙ୍କର ମା’/ ଅଭିଭାବକ ସେମାନଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର CHC କୁ ଯାଆନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ଏମାନଙ୍କର ଚିକିତ୍ସା କରାଯାଏ ଏବଂ ଉପଯୁକ୍ତ ଚିକିତ୍ସା/ ପରାମର୍ଶ ଯୋଗାଇ ଦିଆଯାଏ ।

  3. ପୁଷ୍ଟିକର ଦିବସ ପାଳନର ଉଦ୍ଦେଶ୍ୟ କ’ଣ ?
  4. ପୁଷ୍ଟିହୀନତା ଜନିତ ସମସ୍ୟାକୁ ଦୁର କରିବା ଏବଂ ଓଡ଼ିଶାକୁ ଅପୁଷ୍ଟିମୁକ୍ତ କରିବାପାଇଁ ପୁଷ୍ଟିକର ଦିବସ ହେଉଛି ଏକ ସଫଳ କାର୍ଯ୍ୟକ୍ରମ । ପୁଷ୍ଟିକର ଦିବସର ଉଦ୍ଦେଶ୍ୟ ହେଉଛି :-

    • (୦-୬ବର୍ଷ) ସମସ୍ତ ଶିଶୁଙ୍କର ପୁଷ୍ଟିହୀନତା ଯୋଗୁ ରୋଗଗ୍ରସ୍ତ ହେବା ଏବଂ ମୃତ୍ୟୁ ମୁଖରେ ପଡିବାର ଆଶଙ୍କା ହ୍ରାସ କରିବା ।
    • ପରିବାର, ଗୋଷ୍ଠୀ ଏବଂ ଉପଲବ୍ଧ ସୁବିଧା ସୁଯୋଗକୁ ବିନିଯୋଗକାରିଣୀମାନଙ୍କୁ ଖାଦ୍ୟ, ଯତ୍ନ ଏବଂ ଯତ୍ନ ନିମିତ୍ତ ଅଭ୍ୟାସକୁ ଉନ୍ନତ କରି ପ୍ରାକ୍ ଶୈଶବ ଅବସ୍ଥାରେ ପୁଷ୍ଟିହୀନତାକୁ ଦୂରକରିବା ।
    • ସ୍ୱାସ୍ଥ୍ୟ ଓ ସମନ୍ଵିତ ଶିଶୁବିକାଶ ଯୋଜନାର ମିଳିତ ଉଦ୍ୟମରେ ୦-୫ ବର୍ଷ ଶିଶୁମାନଙ୍କର ପୋଷଣ ସ୍ଥିତିରେ ଉନ୍ନତି ଆଣିବା ।
    • ପୁଷ୍ଟିହୀନତାକୁ ପ୍ରତିରୋଧ କରିବାପାଇଁ ଏବଂ ଶିଶୁମାନଙ୍କର ସଠିକ୍ ଭାବେ ଯତ୍ନ ନେବାପାଇଁ ବ୍ୟକ୍ତି ବିଶେଷ, ପରିବାର ତଥା ଗ୍ରାମବାସୀ ମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବା ।
  5. ପୁଷ୍ଟିକର ଦିବସର ସୁପରିଚାଳନାରେ ଅଙ୍ଗନୱାଡିକର୍ମୀଙ୍କର ଭୂମିକା :-
    • ପୁଷ୍ଟିକର ଦିବସ ବିଷୟରେ ସୂଚନା ପରିଷ୍କାର ଭାବରେ ଫଳକରେ ଲିଖିତ ହୋଇ ଅଙ୍ଗନୱାଡି କେନ୍ଦ୍ରରେ ଝୁଲାଇବେ ।
    • ଅଙ୍ଗନୱାଡି କର୍ମୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ବେସରକାରୀ ସଂସ୍ଥା ଦ୍ଵାରା ଗୋଷ୍ଠୀଙ୍କୁ ପୂର୍ବରୁ ସୂଚନା ଦେବେ ।
    • ମମତା ଦିବସ/ ଅଙ୍ଗନୱାଡି କେନ୍ଦ୍ରରେ ଶିସୁମାନଙ୍କର ଉପରହାତର ମଝି ମୋଟେଇ ମାପି ଏବଂ ଓଜନକରି ଅଙ୍ଗନୱାଡି କର୍ମୀ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବେ ।
    • ୧୫ ତାରିଖ ପୂର୍ବରୁ ମମତା ଦିବସ ଅଧିବେଶନ ସମୟରେ ଅଙ୍ଗନୱାଡି କର୍ମୀ ପ୍ରେରଣ ପତ୍ର ପୂରଣ କରିବେ । ଶିଶୁ ବିଷୟରେ ସମସ୍ତ ତଥ୍ୟ ସେ ଆଶା ଦିଦିଙ୍କୁ ଜଣାଇବେ ।
    • ଅଙ୍ଗନୱାଡି କର୍ମୀ ପ୍ରେରଣ ଏବଂ ଏହାର ଅନୁସରଣ ରେଜିଷ୍ଟର ପୂରଣ କରିବ ଅଙ୍ଗନୱାଡି କର୍ମୀ ଏବଂ ଆଶା ଚିକିତ୍ସା ସମୟରେ ଦିଆଯାଉଥିବା ପ୍ରାପ୍ୟ ଗୁଡିକୁ ଶିଶୁର ପିତା-ମାତାଙ୍କୁ ବୁଝାଇବେ ।
  6. ପୁଷ୍ଟିକର ଦିବସ ପରେ ଅଙ୍ଗନୱାଡି କର୍ମୀ କେଉଁସବୁ କାର୍ଯ୍ୟ କରିବେ ?
    • ପ୍ରତିମାସ ୧୬ ତାରିଖ ଦିନ ଅଙ୍ଗନୱାଡି କର୍ମୀ, ପୁଷ୍ଟିକର ଦିବସରେ ପରାମର୍ଶ ପାଇଥିବା ଶିଶୁମାନଙ୍କର ମା’/ଅଭିଭାବକମାନଙ୍କୁ ଡାକିବେ ଏବଂ ସେମାନଙ୍କ ସହିତ ଶିଶୁପାଇଁ ଆବଶ୍ୟକ ହେଉଥିବା ଯତ୍ନ ବିଷୟରେ ଆଲୋଚନା କରିବେ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ସବୁ ତାଙ୍କୁ ବୁଝାଇଦେବେ ।
    • ଯଦିଶିଶୁ ଜିଲ୍ଲା ସ୍ତରୀୟ କିମ୍ବା ସବ୍ ଡିଭିଜନ ସ୍ତରୀୟରେ ଦାଖଲ ହୋଇଥାଏ ତାହେଲେ ଆଶା ଏ ବିଷୟରେ ଅଙ୍ଗନୱାଡିକର୍ମୀଙ୍କୁ ଖବର ଦେବେ । ଘରୋଇ ସ୍ତରରେ ଆଶା ଶିଶୁମାନଙ୍କୁ ଅନୁସରଣ କରିବେ ଏବଂ ଏହାକୁ ଅଙ୍ଗନୱାଡି କର୍ମୀ ତଦାରଖ କରିବେ ।
    • ଅଙ୍ଗନୱାଡି କର୍ମୀ/ ଆଶା ଶିଶୁମାନଙ୍କର ଗୃହ ପରିଦର୍ଶନ କରିବେ ଏବଂ ଖାଦ୍ୟ, ନିଜସ୍ୱ ପରିଚ୍ଛନ୍ନତା ଏବଂ ଶିଶୁଯତ୍ନ ଅଭ୍ୟାସ ବିଷୟରେ ମା’ମାନଙ୍କୁ ସଚେତନ କରାଇବେ । ପରାମର୍ଶ ପାଇଥିବା ଡାକ୍ତରଖାନାରୁ ତିନିଥର ଏବଂ ତାପରେ ଦ୍ଵିତୀୟ ସପ୍ତାହ ଠାରୁ ପ୍ରତି ୭ଦିନ ଅନ୍ତରରେ ଥରେଗୃହ ପରିଦର୍ଶନ କରିବେ ।
      • ଏହି ପରିଦର୍ଶନ ଦ୍ଵାରା ଦୁଇଟି ଉଦ୍ଦେଶ୍ୟ ପୂରଣ ହେବ -
        • ନବଜାତ ଏବଂ ଛୋଟ ଶିଶୁଙ୍କପାଇଁ ନୂତନ କୌଶଳରେ ଖାଦ୍ୟ ପ୍ରସ୍ତୁତ କରିବା ପ୍ରଣାଳୀକୁ ଅବଲମ୍ବନ କରିବାରେ ମା’ ମାନଙ୍କୁ ସାହାଯ୍ୟ କରିବେ ।
        • ପରାମର୍ଶ ଅନୁଯାୟୀ ଚିକିତ୍ସା ଯେପରି ସମ୍ପୂର୍ଣ୍ଣ ହୁଏ ନିଶ୍ଚିତ କରିବେ ।
        • ମମତା ଦିବସ ସମୟରେ ଅଙ୍ଗନୱାଡି କର୍ମୀ ଏବଂ ଆଶା ଗ୍ରାମ୍ୟସ୍ୱାସ୍ଥ୍ୟ ଏବଂ ପୁଷ୍ଟି କମିଟି, ସ୍ଵୟଂସହାୟକ ଗୋଷ୍ଟି ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ଗୋଷ୍ଠୀ ମଧ୍ୟରେ ଦେଖା କରିବେ ଓ ସେମାନଙ୍କ ସହିତ ପୁଷ୍ଟିହୀନତା ଓ ପ୍ରେରଣ ବିଷୟରେ ଆଲୋଚନା କରିବେ ।

ଆଧାର - Women and Child Development Department

3.07692307692
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top