অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କର ଟୀକା କରଣ

ଉପକ୍ରମ

ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ନେବାକୁ ପଡିଥାଏ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟୀକା ନିଅନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ ।

ଜନ୍ମ ରୁ ୧ ବର୍ଷ ପର୍ଯ୍ୟନ୍ତ

  1. ନିୟମିତ ଟୀକାକରଣ ସାରଣୀ କ’ଣ ?
  2. ଜନ୍ମ ସମୟରେ ଦିଆଯାଇଥିବା ଟୀକା ବ୍ୟତୀତ ପ୍ରଥମ ବର୍ଷ ବୟସର ଶିଶୁକୁ ଆଉ ୪ଥର ଟୀକା ନେବାକୁ ପଡିଥାଏ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟୀକା ନିଅନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ । ଟୀକାଦାନର କ୍ରମ ନିମ୍ନରେ ଦିଆଯାଇଛି ।
    • ଜନ୍ମ ସମୟରେ ଶିଶୁକୁ ବିସିଜି, ପୋଲିଓ ଏବଂ ହେପାଟାଇଟିସ୍-ବି ଟୀକା ଦିଆଯାଏ ।
    • ଜନ୍ମ ସମୟରେ ଏବଂ ୧୪ଦିନ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯିବ । (ଏହାକୁ ଶୂନମାତ୍ରା,୦-ଡୋଜ୍ କୁହାଯାଏ, ଯାହାକି ପ୍ରଥମ ମାତ୍ରା ପୂର୍ବରୁ ଦିଆଯାଏ)
    • ଦେଢ ମାସରେ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍ –ବିର ପ୍ରଥମ ମାତ୍ରା ଦିଆଯିବ ।
    • ଅଢେଇ ମାସର ଶିଶୁକୁ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍ –ବିର ଦ୍ଵିତୀୟ ମାତ୍ରା ଦିଆଯିବ ।
    • ସାଢେ ତିନିମାସ (୩ ୧/୨) ରେ ଶିଶୁକୁ ଡି.ପି.ଟି ଏବଂ ପୋଲିଓର ତୃତୀୟମାତ୍ରା ଦିଆଯିବ ।
    • ୯ ମାସରେ ମିଳିମିଳା ଓ ହେପାଟାଇଟିସ୍ –ବିର ତୃତୀୟ ମାତ୍ରା ଏବଂ ଭିଟାମିନ୍ –ଏ ଦିଆଯିବ ।

ଅଙ୍ଗନୱାଡି କର୍ମୀଙ୍କ ଦାୟିତ୍ଵ

  1. ପ୍ରତିଷେଧ ସମ୍ବନ୍ଧରେ କେଉଁସବୁ ବିଷୟ ଅଙ୍ଗନୱାଡି କର୍ମୀମାନେ ମନେ ରଖିବେ ?
  2. ସମସ୍ତ ଶିଶୁଙ୍କର ପ୍ରତିଷେଧକ ବ୍ୟବସ୍ଥାକୁ ଫଳପ୍ରଦକରିବାପାଇଁ ଅଙ୍ଗନୱାଡିକର୍ମୀ ନିମ୍ନୋକ୍ତ ବିଷୟରେ ଧ୍ୟାନ ଦେବେ ।

    • ଶିଶୁକୁ ସାମାନ୍ୟ ଜ୍ଵର, କାଶ, ଥଣ୍ଡା ଏବଂ ତରଳଝାଡା ହେଉଥିଲେ ମଧ୍ୟ ଟୀକାଦାନ ପାଇଁ ଆଣିବା ଦରକାର ।
    • ମା’/ଯତ୍ନପ୍ରଦାନକାରୀ, ଦେବାକୁ ଥିବା ଟୀକାର ନାମ ଏବଂ ଉଦ୍ଦେଶ୍ୟ ବିଷୟରେ ଜଣାଇବେ ।
    • ମା/ଯତ୍ନ ପ୍ରଦାନକାରୀଙ୍କୁ ଟୀକାର ସମ୍ଭାବ୍ୟ ପାର୍ଶ୍ଵ-ପ୍ରତିକ୍ରିୟା ବିଷୟରେ ସୂଚନା ଦେବେ ।
    • ମା/ଯତ୍ନ ପ୍ରଦାନକାରୀଙ୍କୁ ଦେବାକୁ ଥିବା ପରିବର୍ତ୍ତୀ ଟୀକା ଏବଂ ତାରିଖ ବିଷୟରେ ସୂଚନା ଦେବେ ।
    • ମା/ଯତ୍ନ ପ୍ରଦାନକାରୀ ଯେପରି ପ୍ରତିଷେଧକ ଟୀକା କାର୍ଡ/ମା ଶିଶୁ ସୁରକ୍ଷାକାର୍ଡକୁ ପ୍ରତିଟି ଟୀକାଦାନ ଦିବସରେ ଯେପରି ଆଣନ୍ତି ନିଶ୍ଚିତ କରିବେ ।

କ୍ଷୁଦ୍ରପୁଷ୍ଟି

  1. ସ୍ଥିରୀକୃତ ପ୍ରତିଷେଧକ ଛଡା ଆଉ କେଉଁ କ୍ଷୁଦ୍ରପୁଷ୍ଟିସବୁ ଶିଶୁକୁ ଦିଆଯିବ ?
  2. ସ୍ଥିରୀକୃତ ଟୀକାଦାନରେ ଦିଆଯାଉଥିବା ଆଣ୍ଟିଜେନ୍ ବ୍ୟତୀତ ନିମ୍ନୋକ୍ତ କ୍ଷୁଦ୍ରପୁଷ୍ଟି ଗୁଡିକ ପ୍ରତିଟି ଶିଶୁ ଯେପରି ପାଆନ୍ତି ଅଙ୍ଗନୱାଡି କର୍ମୀ ନିଶ୍ଚିତ କରିବେ ।

    • ନିୟମିତ ଟୀକାକରଣ ଛଡା ଶିଶୁକୁ OPV ବା ପଲସ୍ ପୋଲିଓ ବୁନ୍ଦା ବି ଦିଅନ୍ତୁ ।
    • ବର୍ଷକୁ ଦୁଇଥର ମେ ଏବଂ ନଭେମ୍ବର ମାସରେ ୬ମାସରୁ ୫ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଭିଟାମିନ୍ –ଏ ଦ୍ରବଣ ନିଶ୍ଚିତ ଦେବେ । ପ୍ରତିଟି ଶିଶୁ ଭିଟାମିନ୍-ଏର ମୋଟ ୯ଟି ମାତ୍ରା ନିଶ୍ଚୟ ନେବେ ।
    • ଭିଟାମିନ୍ –ଏ ସହିତ ସମସ୍ତ ୧ରୁ ୫ ବର୍ଷର ଶିଶୁଙ୍କୁ ମେ ଏବଂ ନଭେମ୍ବର ମାସରେ ଆଲବେଣ୍ଡାଜୋଏଲ ଦିଆଯିବ । ୧-୨ ବର୍ଷର ଶିଶୁକୁ ୨୦୦ ମି.ଗ୍ରା./୫ ମି.ଲି. ମାତ୍ରାରେ ଆଲବେଣ୍ଡାଜୋଲ ଦିଅନ୍ତୁ ଏବଂ ୨ରୁ୫ ବର୍ଷର ଶିଶୁକୁ ୪୦୦ମି.ଗ୍ରା./୧୦ ମି.ଲି. ମାତ୍ରାର ଆଲବେଣ୍ଡାଜୋଲ ଦିଅନ୍ତୁ ।
    • ୬ ମାସରୁ ୫ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଲୌହସାର ସହ ଫଲିକ୍ ଏସିଡ୍ ଥିବା ସିରପ୍ (ପାଣି ଔଷଧ)ଦିଅନ୍ତୁ।

ଆଧାର - Women and Child Development Department

Last Modified : 1/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate